অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସର୍ବ ପ୍ରଥମେ କୃଷକ

କୃଷକଙ୍କ ଆୟ ଦୁଇଗୁଣ କରିବା ପାଇଁ ବିଭିନ୍ନ ଉପାୟ ଉପରେ ଗୁରୁତ୍ଵ

  • “ପ୍ରତି ବୁନ୍ଦା ଅଧିକ ଫସଲ” ର ଲକ୍ଷ୍ୟ ହାସଲ କରିବା ପାଇଁ – ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା ସହିତ ଜଳସେଚନ ଉପରେ ସ୍ଵତନ୍ତ୍ର ଦୃଷ୍ଟି  ।
  • ପ୍ରତ୍ୟକ ଜମିର ମାଟିର ସ୍ୱାସ୍ଥ୍ୟ ଆଧାରରେ ଉନ୍ନତମାନର ବିହନ ଏବଂ ପୋଷାକ ତତ୍ତ୍ଵର ବ୍ୟବସ୍ଥା  ।
  • ଫସଲ କାଟିବା ପରେ ଅମଳ ଶସ୍ୟର କ୍ଷତି ହ୍ରାସ କରିବା ପାଇଁ ପଣ୍ୟାଗାର ଏବଂ ଶୀତଳ ଭଣ୍ଡାର ନିର୍ମାଣରେ ବ୍ୟାପକ ନିବେଶ  ।
  • ଖାଦ୍ୟ ପ୍ରକ୍ରିୟା କରଣ ଜରିଆରେ ମୂଲ୍ୟଯୁକ୍ତକୁ ପ୍ରୋତ୍ସାହନ  ।
  • ରାଷ୍ଟ୍ରୀୟ କୃଷି ବଜାର ନିର୍ମାଣ, ଅଭାବୀ ବିକ୍ରି ରୋକିବା ପାଇଁ 585 ସ୍ଥାନରେ ଇ – ପ୍ଲାଟଫର୍ମ ସ୍ଥାପନା  ।
  • ଅଧିକ ଅର୍ଥ ବ୍ୟୟ ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ନୂତନ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯିବା  ।
  • କୁକୁଡା ପାଳନ, ମହୁମାଛି ପାଳନ ଏବଂ ମତ୍ସ୍ୟ ପାଳନ ଭଳି ଆନୁସଙ୍ଗିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ  ।

ଉନ୍ନତ ପରିମାଣ ହାସଲ କରିବା ପାଇଁ ରେକର୍ଡ ପରିମାଣର ଅର୍ଥର ଆବଣ୍ଟନ

  • ବଜେଟ ଆବଣ୍ଟନରେ ମହତ୍ଵପୂର୍ଣ୍ଣ ବୃଦ୍ଧି – 2009-2014 ସମୟ ସୀମା ମଧ୍ୟରେ 1,21,0882 କୋଟି ତୁଳନାରେ 2014-19 ସମୟ ସୀମା ମଧ୍ୟରେ ଚାଷବାସ ପାଇଁ ବଜେଟ ଆବଣ୍ଟନ ବୃଦ୍ଧି କରାଯାଇ 2,11,694 କରାଯାଇଛି  ।
  • କୃଷି ଋଣ ଲକ୍ଷ୍ୟ : 2018-19 ପାଇଁ ବୃଦ୍ଧି କରାଯାଇ 11 ଲକ୍ଷ କୋଟି ଟଙ୍କା କରାଯାଇଛି  ।
  • ମତ୍ସ୍ୟ ପାଳନ, ଜଳ ଜୀବ ପାଳନ ଏବଂ ପଶୁପାଳନ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ 10,000 କୋଟି ଟଙ୍କାର ପାଣ୍ଠି ସ୍ଥାପନ  ।
  • କୃଷି ବଜାର ଭିତ୍ତିଭୂମି ପାଣ୍ଠି : ବାଉଁଶ କ୍ଷେତ୍ରରେ ଲଘୁ ଉଦ୍ୟୋଗ ସ୍ଥାପନ କ୍ଷେତ୍ରରେ ସହାୟତା କରିବା ଏବଂ ରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ 1,290 କୋଟି ଟଙ୍କାର ବ୍ୟବସ୍ଥା  ।
  • ଟିକସ ପ୍ରୋତ୍ସାହନ : ଫସଲ କାଟିବା ଓ ପରବର୍ତ୍ତୀ କୃଷି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ଟିକସ ରିହାତି  ।

କୃଷକଙ୍କ ପାଇଁ କମ ସୁଧ ଦରରେ ଋଣ

  • ସୁଧ ରିହାତି କାର୍ଯ୍ୟକ୍ରମ ଅନ୍ତର୍ଗତ କୃଷକଙ୍କୁ ଏକ ବର୍ଷର ସୀମା ମଧ୍ୟରେ ତିନି ଲକ୍ଷ ଟଙ୍କାର ଋଣ ବାର୍ଷିକ ସାତ ପ୍ରତିଶତର ସୁଧ  ହାରରେ ଦିଆଯାଉଛି  ।
  • ସମଗ୍ର ଦେଶରେ 31 ମାର୍ଚ୍ଚ 2017 ପର୍ଯ୍ୟନ୍ତ 24.53 ଲକ୍ଷ ସଂଯୁକ୍ତ ଦେୟ ଗୋଷ୍ଠୀଙ୍କୁ ବ୍ୟାଙ୍କ ଦ୍ଵାରା 26,848.13 କୋଟି ଟଙ୍କାର ଋଣ ଦିଆଯାଇଛି

ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଆଉ ରେକର୍ଡ ସ୍ତରର କ୍ରୟ ଜରିଆରେ କୃଷକମାନଙ୍କୁ ଅଦ୍ଭୁତପୂର୍ବ ସଫଳତା

  • କୃଷକମାନଙ୍କୁ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ 1.5 ଗୁଣ ଅଧିକ ମିଳିବ  ।
  • ଡାଲି ଜାତୀୟ ଶସ୍ୟର ସୁରକ୍ଷିତ ଭଣ୍ଡାରଣ 1.5 ଲକ୍ଷ ଟନରୁ ବୃଦ୍ଧି କରି 20 ଲକ୍ଷ ଟନ କରାଯାଇଛି  ।
  • ପ୍ରାୟ 16.24 ଲକ୍ଷ ମେଟ୍ରିକ ଟନ ଡାଲି କ୍ରୟ (22.03.2018 ପର୍ଯ୍ୟନ୍ତ) କରାଯାଇଛି  ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପ୍ରତି ବୁନ୍ଦାରୁ ଅଧିକ ଫସଲ ସୁନିଶ୍ଚିତ କରିବା

  • ପିଏମକେଏସୱାଇ ଅଧୀନରେ 28.5 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କର  ।
  • ‘ପ୍ରତି କ୍ଷେତକୁ ପାଣି’ ର ଲକ୍ଷ୍ୟ ହାସଲ କରିବା ପାଇଁ 5 ବର୍ଷରେ 50,000 କୋଟି ଟଙ୍କା ଖର୍ଚ୍ଚ କରାଯିବ  ।
  • 5,000 କୋଟି ଟଙ୍କାରେ ସୁନିଶ୍ଚିତ କ୍ଷୁଦ୍ର ଜଳସେଚନ ପାଣ୍ଠି ସ୍ଥାପନ  ।
  • 2014-18 ସମୟ ସୀମା ମଧ୍ୟରେ 26.87 ଲକ୍ଷ ହେକ୍ଟର ଜମିକୁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ଅଧୀନକୁ ଅଣାଯାଇଛି  ।
  • କେନ୍ଦ୍ର ସରକାର କୃଷକମାନଙ୍କର ଚାଷ ଜମିରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ସୌର ପାଣି ପମ୍ପ ଲଗାଇବାରେ ସାହାଯ୍ୟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ  ।

ସାର ଉପଲବ୍ଧ ନ ହେବା ଇତିହାସର କଥା ହୋଇ ରହିଗଲା

  • ଶତ ପ୍ରତିଶତ ୟୁରିଆ ନିମ ଲେପିତ ହେବା ଦ୍ଵାରା ମାଟିର ସ୍ୱାସ୍ଥ୍ୟରେ ଉନ୍ନତି, କୀଟ ଏବଂ ରୋଗପୋକ ଆକ୍ରମଣରେ ହ୍ରାସ ଓ ଲାଭ ମିଳିଲା  ।
  • ଏହାଦ୍ଵାରା ନାଇଟ୍ରୋଜେନର ସଫଳ ଉପଯୋଗ ଏବଂ ଫସଲ ଉତ୍ପାଦନ ବୃଦ୍ଧିରେ ମଧ୍ୟ ସାହାଯ୍ୟ ମିଳିଲା  ।
  • 2016-17ର ବଳକା ସାର ରିହାତି ପ୍ରଦାନ କରିବା ପାଇଁ 2017-18 ବଜେଟରେ 10,000 କୋଟିର ସ୍ଵତନ୍ତ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭାବେ ଅନୁମୋଦିତ କରାଯାଇଥିଲା  ।
  • ନୂତନ ୟୁରିଆ ନୀତି ଆପଣାଇବା ପରେ ୟୁରିଆ ଉତ୍ପାଦନରେ ମହତ୍ଵପୂର୍ଣ୍ଣ ବୃଦ୍ଧି ହୋଇଛି   ।
  • ଡିଏପି, ଏମଓପି ଏବଂ ମିଶ୍ରିତ ସାରର ସର୍ବ ନିମ୍ନ ଖୁଚୁରା ମୂଲ୍ୟ (ଏମଆରପି) ରେ ହ୍ରାସ   ।
  • ଗୋରଖପୁର, ସିନ୍ଦ୍ରି, ତାଳଚେର, ରାମାଗୁଣ୍ଡମ ଏବଂ ବରୌନୀରେ ବନ୍ଦ ପଡିଥିବା ସାର କାରଖାନାକୁ ଚାଲୁ କରିବା ପାଇଁ 50,000 କୋଟି ଟଙ୍କାର ନିବେଶ ପାଇଁ ନିଷ୍ପତ୍ତି  । ନାମରୁପ୍ରେ ମେସର୍ସ ବ୍ରହ୍ମାପୁତ୍ର ଭ୍ୟାଲି ଫର୍ଟିଲାଇଜର୍ସ ନିଗମ ଲିମିଟେଡ ଅନ୍ତର୍ଗତ 8.4 ଏଲଏମଟି ପ୍ରତିବର୍ଷ କ୍ଷମତା ସମ୍ପୂର୍ଣ୍ଣ ନୂତନ ୟୁରିଆ ଫ୍ଲାଟ ସ୍ଥାପନା କରାଯିବ  ।

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସହିତ କୃଷକଙ୍କୁ ବିବେକପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସକ୍ଷମ କରିବା  ।

  • 12.5 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ କରାଯାଇଛି  ।
  • କୃଷକ ମାନଙ୍କୁ ସମର୍ପିତ 24X7 କିଷାନ ଟିଭି ଚ୍ୟାନେଲର ଶୁଭାରମ୍ଭ କରାଯାଇଛି  ।

ବହୁତ କମ୍ ପ୍ରିମିୟମ ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ କୃଷକମାନଙ୍କର ସମସ୍ତ ଫସଲର ସୁରକ୍ଷା

  • ଫସଲ ବୀମା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏପର୍ଯ୍ୟନ୍ତ ସବୁଠାରୁ ବଡ ଆର୍ଥିକ ସହାୟତା
  • 1,31,519 କୋଟିର ବୀମା ରାଶି ସହିତ 4.05 କୋଟି କୃଷକ ସାମିଲ କରାଗଲା ଏବଂ 379.06 ଲକ୍ଷ ହେକ୍ଟର ଜମିରେ ଫସଲର ବୀମା କରାଗଲା  ।

ଇ-ନାମ ଜରିଆରେ ଉତ୍ପାଦିତ ଶସ୍ୟକୁ ଉପଯୁକ୍ତ ମୂଲ୍ୟ ଦେବାରେ କୃଷକଙ୍କୁ ସହାୟତା

  • ଇ-ବ୍ୟବସାୟ ପ୍ଲାଟଫର୍ମର ସ୍ଥାପନ କରାଗଲା, ଯାହାଦ୍ୱାରା 585 ନିୟମିତ ମଣ୍ଡିକୁ ସମନ୍ଵିତ କରି କୃଷକମାନଙ୍କୁ ନିଜ ଉତ୍ପାଦିତ ଶସ୍ୟର ସର୍ବାଧିକ ମୂଲ୍ୟ ପାଇବାରେ ସହାୟତା କରାଗଲା  ।
  • ଏହି ପ୍ଲାଟଫର୍ମରେ 87.5 ଲକ୍ଷରୁ ଅଧିକ କୃଷକ ଆଉ ବିକ୍ରେତା ପଞ୍ଜିକୃତ ହୋଇଛନ୍ତି  ।
  • ଇନାମ ବ୍ୟବସ୍ଥାରେ 41,591 କୋଟି ଟଙ୍କାର 164.53 ଲକ୍ଷ ଟନ କୃଷି ସାମଗ୍ରୀ ବ୍ୟବସାୟ ହୋଇଛି  ।

ଅଧିକ ଆୟ ପାଇଁ ମୂଲ୍ୟ ବୃଦ୍ଧି ଏବଂ ସଠିକ ରପ୍ତାନି ଶୃଙ୍ଖଳା

  • କୃଷି କ୍ଷେତ୍ରରେ ରପ୍ତାନି ଶୃଙ୍ଖଳା ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନାର ଶୁଭାରମ୍ଭ
  • ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ସମ୍ପଦା ଯୋଜନା ଅଧୀନରେ ବଜେଟ ଆବଣ୍ଟନ ଦୁଇ ଗୁଣା କରାଗଲା  ।
  • ଅପରେସନ ଗ୍ରୀନ : ଖରାପ ହୋଇଯାଉଥିବା ବସ୍ତୁ ଯେପରି ଟମାଟୋ, ପିଆଜ ଏବଂ ଆଳୁ ର ମୂଲ୍ୟରେ ହ୍ରାସ ବୃଦ୍ଧି ଭଳି ସ୍ଥିତିର ସମାଧାନ କରିବା ପାଇଁ କୃଷକ ଏବଂ ଉପଭୋକ୍ତାଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯାନ  ।
  • ଗ୍ରାମୀଣ କୃଷି ବଜାର : ବର୍ତ୍ତମାନର 22,000 ଗ୍ରାମୀଣ ହାଟକୁ ଗ୍ରାମୀଣ କୃଷି ବଜାର ଭାବେ ବିକଶିତ ଏବଂ ଉନ୍ନତ କରାଯାଉଛି  । ଫଳରେ 86 ପ୍ରତିଶତରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କର ହିତକୁ ଦୃଷ୍ଟି ଦିଆଯାଇ ପାରିବ  । ଇ-ନାମ  ସହିତ ଇଲେକ୍ଟ୍ରୋନିକ୍ସ ଆଧାରରେ ଯୋଡି ହୋଇଥିବା ଏହି ବଜାର କୃଷକମାନଙ୍କୁ ନିଜର ସାମଗ୍ରୀ ସିଧାସଳଖ ଉପଭୋକ୍ତା ଏବଂ ଅଧିକ ମାତ୍ରାରେ କିଣୁଥିବା ଲୋକଙ୍କୁ ବିକ୍ରି କରିବାର ସୁବିଧା ପ୍ରଦାନ କରିବା  ।
  • ଚାଷବାସକୁ ନୂତନ ଦୂରତା ପ୍ରଦାନ କରିବା ପାଇଁ ପରମପରାଗତ କୃଷି ବିକାଶ

କୃଷିକୁ ଏକ ନୂତନ ପ୍ରୋତ୍ସାହନ ନିମନ୍ତେ ପରମ୍ପରାଗତ କୃଷି ବିକାଶ ଯୋଜନା

2015-18 ସମୟ ମଧ୍ୟରେ ଜୈବିକ କୃଷି ଅଧୀନରେ 10,000 କ୍ଲଷ୍ଟର ଜରିଆରେ ଦୁଇ ଲକ୍ଷ ହେକ୍ଟର ଚାଷ ଜମିକୁ ସାମିଲ କରାଗଲା  ।

ନୀଳ ବିପ୍ଳବଦ୍ଵାରା କୃଷକଙ୍କ ପାଇଁ ନୂତନ ମାର୍ଗ ଖୋଲିଲା

  • 3,000 କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ‘ମତ୍ସ୍ୟ ଉଦ୍ୟୋଗର ସମନ୍ଵିତ ବିକାଶ ଏବଂ ପରିଚାଳନା’
  • 2012-14 ସମୟସୀମା ମଧ୍ୟରେ ମତ୍ସ୍ୟ ଉତ୍ପାଦନ 186.12 ଟନରୁ ବୃଦ୍ଧି ପାଇ 2014-16 ସମୟସୀମା ମଧ୍ୟରେ 209.59 ଟନରେ ପହଞ୍ଚିଛି  ।

ସମନ୍ଵିତ କାର୍ଯ୍ୟକ୍ରମ, ‘ସବୁଜ କ୍ରାନ୍ତି-କୃଷୋନ୍ନତି ଯୋଜନା’

  • କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା 11 କାର୍ଯ୍ୟକ୍ରମ / ମିଶନକୁ ଏକ ସଂଯୁକ୍ତ କାର୍ଯ୍ୟକ୍ରମ ‘ସବୁଜ କ୍ରାନ୍ତି-କୃଷୋନ୍ନତି ଯୋଜନା’ ଅଧୀନରେ ସମନ୍ଵିତ କରାଗଲା  ।

ରାଷ୍ଟ୍ରୀୟ ଗୋକୁଳା ମିଶନ ଯୋଜନାରେ ଦୁଗ୍ଧ ଉତ୍ପାଦନ ଏବଂ କୃଶକଙ୍କ ଆୟ ବୃଦ୍ଧି

  • 2011-14 ସମୟସୀମା ମଧ୍ୟରେ ଦୁଗ୍ଧ ଉତ୍ପାଦନ ହାର 14.63 କୋଟି ଟନ ଥିଲା, ତାହା ପ୍ରାୟ 12 ପ୍ରତିଶତ ବୃଦ୍ଧି ସହିତ 2014-17 ସମୟସୀମା ମଧ୍ୟରେ 16.37 କୋଟି ଟନରେ ପହଞ୍ଚିଗଲା  ।
  • ଡିସେମ୍ବର 2014ରେ 500 କୋଟି ଟଙ୍କା ଆବଣ୍ଟନ ସହିତ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ଗୋ-ପ୍ରଜନନ ଏବଂ ଡାଏରୀ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଗୋ ପ୍ରଜାତିର ସଂରକ୍ଷଣ ଏବଂ ବୃଦ୍ଧି ପାଇଁ ନୂତନ ଉପାୟ କରାଗଲା;
  • 20 ଗୋକୁଳ ଗ୍ରାମ ସ୍ଥାପିତ କରାଯାଉଛି ଆଉ 41 ଷଣ୍ଢ ଫାର୍ମର ଆଧୁନିକୀକରଣ କରାଯାଇଛି  ।

ବିପର୍ଯ୍ୟୟ ସମୟରେ କୃଷକଙ୍କୁ ସହାୟତା

  • ବିପର୍ଯ୍ୟୟ ସମୟରେ କୃଷକଙ୍କୁ ସହାୟତା ପୂର୍ବରୁ ସର୍ବନିମ୍ନ 50 ପ୍ରତିଶତ କିମ୍ବା ତା’ଠାରୁ ଅଧିକ କ୍ଷତି ହେଲେ ମିଳୁଥିଲା, ଏବେ ତାହା 33 ପ୍ରତିଶତ କିମ୍ବା ତ’ଠାରୁ ଅଧିକ କ୍ଷତି ହେଲେ ମିଳିବ  ।
  • ଅଧିକ ବର୍ଷା ଯୋଗୁଁ ଫସଲ କ୍ଷତି ହେଲେ ଏହି ସ୍ଥିତିରେ ସମ୍ପୂର୍ଣ୍ଣ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ  ।
  • ମରୁତ କୃଷକଙ୍କ ପରିବାରକୁ ସହାୟତା ରାଶି 2.5 ଲକ୍ଷରୁ ବୃଦ୍ଧି କରି 4 ଲକ୍ଷ ଟଙ୍କା କରାଗଲା
  • ଏସଡିଆରଏଫ୍ ସମ୍ବନ୍ଧୀତ ବ୍ୟବସ୍ଥାରେ 2010-2015ର 5 ବର୍ଷ ସମୟ ସୀମା ତୁଆନାରେ 2015-20 ସମୟ ସୀମାରେ 82 ପ୍ରତିଶତରୁ ଅଧିକ ରାଶି ବୃଦ୍ଧି ହୋଇଛି  । ଏହା 33,580.93 କୋଟି ଟଙ୍କାରୁ ବୃଦ୍ଧି କରାଯାଇ 61,220 କୋଟି ଟଙ୍କା କରାଗଲା  ।

“ଆମର ଚାଷୀମାନେ ହେଉଛନ୍ତି ଆମର ‘ଅନ୍ନ ଦାତା’ ଏବଂ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସବୁକିଛି କରୁଛୁ  । ମୋ ସ୍ଵପ୍ନ ହେଉଛି 2022 ସୁଦ୍ଧା କୃଷକମାନେ ସେମାନଙ୍କର ଆୟକୁ ଦ୍ଵିଗୁଣିତ କରନ୍ତୁ ”

ଆଧାର  : ଭାରତ  ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate