অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାମାଜିକ ସୁରକ୍ଷା

ପେନସନ ଯୋଜନା

ଅଟଳ ପେନସନ ଯୋଜନା (ଏପିୱାଇ )

ଯୋଜନାଟି କଣ : ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମାନଙ୍କୁ ସ୍ଵେଚ୍ଛାକୃତ ସଂଚୟ ମାଧ୍ୟାମରେ ସେମାନଙ୍କ ଅବସର ପରେ ଆୟ ଓ ଆର୍ଥିକ ନିରାପତ୍ତା ପ୍ରଦାନ କରିବା ।

ଲାଭ : ଏହି ଯୋଜନା ଅଧୀନରେ, ୬୦ କିମ୍ବା ତଦୁର୍ଦ୍ଧ ବୟସର ହିତାଧିକାରୀ, ତାଙ୍କ ଦାନ ଅଂଶକୁ ଆଧାର କରି ୧୦୦୦/- ଟଙ୍କା ରୁ ୫୦୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ଭତ୍ତା ପାଇବେ ।

କିଏ ଯୋଗ୍ୟ : ୧୮ ରୁ ୪୦ ବର୍ଷ ବୟସ ବର୍ଗର, ଅସଂଗଠିତ କ୍ଷେତ୍ରର ସମସ୍ତ ବ୍ୟକ୍ତି ଯୋଗ୍ୟ ଅଟନ୍ତି

ସଂପୃକ୍ତ କାର୍ଯ୍ୟପଦ୍ଧତି :

  • ଯୋଗ୍ୟ ବ୍ୟକ୍ତି ମାନେ ସେମାନଙ୍କ ଚଳନ୍ତି ଜମାଖାତା ଥିବା ବ୍ୟାଙ୍କକୁ ଯାଇ କଥାବାର୍ତ୍ତା କରି ପାରିବେ ଓ ଏପିୱାଇ ପାଇଁ ଆବେଦନ ପତ୍ର ପୂରଣ କରି ଜମାକରି ପାରିବେ ।
  • ବ୍ୟାଙ୍କ କର୍ମଚାରୀମାନେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ଅନୁସାରେ ତାଙ୍କ ମାସିକ ଦାନ ଅଂଶ ସ୍ଥିର କରି ଜଣାଇବେ ।

ଆବଶ୍ୟକୀୟ ଦଲିଲ :

  • ସମ୍ପୃକ୍ତ ହିତାଧିକାରୀଙ୍କ ଜନ୍ମ ପ୍ରମାଣ ପତ୍ର
  • ଆଧାର କାର୍ଡ
  • ବ୍ୟକ୍ତି ଜଣକର ଆଧାର କାର୍ଡ ନ ଥିଲେ, ତାଙ୍କର ପ୍ୟାନ କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରାଯାଇପାରେ
  • ବ୍ୟକ୍ତିଙ୍କ କାର୍ଯ୍ୟକ୍ଷମ ମୋବାଇଲ ଫୋନ ନମ୍ବର

ଜାତୀୟ ପରିବାର ସହାୟତା ଯୋଜନା (ଏନଏଫବିଏସ)

ଯୋଜନାଟି କଣ : ଏନଏଫବିଏସ ମାଧ୍ୟମରେ ବିପିଏଲ ପରିବାର ଗୁଡିକୁ, ସେମାନଙ୍କ ପରିବାରର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ, ଆର୍ଥିକ ସହାୟତା ପ୍ରଦାନ  କରାଯାଏ ।

ଲାଭ: ୨୦,୦୦୦/- ଟଙ୍କା (ସଂଶୋଧିତ) ର ଏକକାଳୀନ ଆର୍ଥିକ ସହାୟତା

କିଏ ଯୋଗ୍ୟ : ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି (ଯାହାଙ୍କ ରୋଜଗାର,ପରିବାରର ଆୟର ମୁଖ୍ୟ ଅଂଶ )ଙ୍କ ମୃତ୍ୟୁ ହେଲେ ବିପିଏଲ ପରିବାର ଗୁଡିକୁ । ସେହି ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ, ତାଙ୍କ ବୟସ ୧୮ ରୁ ୫୯ ବର୍ଷ ଭିତରେ ହୋଇଥିବା ଦରକାର ।

ସଂପୃକ୍ତ କାର୍ଯ୍ୟପଦ୍ଧତି :

  • ବିପିଏଲ ପରିବାରର ଜଣେ ବ୍ୟକ୍ତି ବ୍ଲକ ଅଫିସ କିମ୍ବା ପଞ୍ଚାୟତରେ ଆବେଦନ କରିପାରିବେ
  • ଯଦି ଆବେଦନ ପତ୍ର ପଞ୍ଚାୟତରେ ଦାଖଲ କରା ଯାଇଛି, ତାହେଲେ ଦାୟିତ୍ଵରେ ଥିବା ଅଧିକାରୀ ତାକୁ ବ୍ଲକ ଅଫିସକୁ ପଠାଇଦେବେ
  • ଜିଲ୍ଲା ସ୍ତରୀୟ କମିଟି ଦ୍ଵାରା ଯାଞ୍ଚ ହେବାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ), ଆବେଦନକୁ ଅନୁମୋଦନ କରିବେ
  • ଅନୁମୋଦନ ପରେ ଅନୁଦାନ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ତାଙ୍କ ନାଁରେ ଦିଆ ଯାଇଥିବା ଚେକ୍ ମାଧ୍ୟମରେ ଚାଲିଆସେ

ଅବଶ୍ୟକୀୟ ଦଲିଲ :

  • ଆବେଦନକାରୀଙ୍କ ଭୋଟର ପରିଚୟ ପତ୍ରର ନକଲ
  • ଆବେଦନକାରୀଙ୍କ ଦୁଇଟି ପାସପୋର୍ଟ ସାଇଜର ଫଟୋ
  • ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣ ପତ୍ର
  • ମୃତ ବ୍ୟକ୍ତିଙ୍କ ବୟସ ପ୍ରମାଣ ପତ୍ରର ନକଲ କିମ୍ବା ସତ୍ୟ ପାଠ
  • ବିପିଏଲ କାର୍ଡ କିମ୍ବା ଆୟ ପ୍ରମାଣ ପତ୍ରର ନକଲ

ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା (ଆଇଜିଏନଓପିଏସ)

ଯୋଜନାଟି କଣ : ଏହି ପେନସନ ଯୋଜନାର ଲକ୍ଷ୍ୟ ହେଲା ୬୦ କିମ୍ବା ତଦୁର୍ଦ୍ଧ ବୟସର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ତଥା ନିଃସ୍ଵ ଓ ସର୍ବନିମ୍ନ ରୋଜଗାରର ପନ୍ଥା ନଥିବା ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା

ଲାଭ : ହିତାଧିକାରୀଙ୍କ ବୟସ ଅନୁସାରେ, ଭତ୍ତା ପରିମାଣ ମାସକୁ ପ୍ରତ୍ୟେକ ବ୍ୟକ୍ତି ପିଛା ୨୦୦/- କିମ୍ବା ୩୦୦/- ଟଙ୍କା

କିଏ ଯୋଗ୍ୟ :

  • ବ୍ୟକ୍ତି ଜଣକ ୬୦ କିମ୍ବା ତଦୁର୍ଦ୍ଧ ବୟସର ହୋଇଥିବେ ଓ ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବେ
  • ନିଃସ୍ଵ ବ୍ୟକ୍ତି ଯାହାଙ୍କର ଆୟର କୌଣସି ପନ୍ଥା ନଥିବ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଆବେଦନ ପତ୍ର ଗୁଡିକ ପଞ୍ଚାୟତ କିମ୍ବା ବ୍ଲକ ଅଫିସରେ ମୁଖିଆ (ପଞ୍ଚାୟତ ସଭାପତି) କିମ୍ବା ୱାର୍ଡ ମେମ୍ବରଙ୍କ ପାଖରେ ଦାଖଲ କରାଯିବ
  • ଜିଲ୍ଲା ସ୍ତରୀୟ କମିଟି (ଡ଼ିଏଲସି ) ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରନ୍ତି
  • କ୍ଷେତ୍ର ପରୀକ୍ଷଣ ପରେ, ସୁପାରିଶ ପତ୍ର ଗୁଡିକ ଉପ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ
  • ଉପ ଜିଲ୍ଲାପାଳ ଅନୁମୋଦନ କରିସାରିବା ପରେ, ଭତ୍ତା ଟଙ୍କା ସମାଜମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଚେକ୍ ଦ୍ଵାରା କିମ୍ବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧା ସଳଖ ପଠେଇ ଦିଆଯିବ କିମ୍ବା ହିତାଧିକାରୀ ତାଙ୍କ ନିଜ ପଞ୍ଚାୟତ ଅଫିସରୁ ପ୍ରତି ମାସ ୧୫ ତାରିଖ ଦିନ ସଂଗ୍ରହ କରି ପାରିବେ

ଆବଶ୍ୟକୀୟ ଦଲିଲ :

  • ଭୋଟର ପରିଚୟ ପତ୍ର କିମ୍ବା ବୟସ ପ୍ରମାଣ ପତ୍ରର ନକଲ
  • ବିପିଏଲ କାର୍ଡର ନକଲ
  • ଦୁଇଟି ପାସପୋର୍ଟ ସାଇଜର ଫଟୋ

ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନଡବ୍ଲୁପିଏସ)

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଲା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଧବା ମାନଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରିବା

ଲାଭ : ହିତାଧିକାରୀଙ୍କ ବୟସକୁ ଆଧାର କରି , ଭତ୍ତାର ପରିମାଣ ମାସକୁ ବ୍ୟକ୍ତି ପିଛା ୨୦୦/- ଟଙ୍କାରୁ ୪୦୦/- ଟଙ୍କା ପର୍ଯ୍ୟନ୍ତ ହୋଇଥାଏ

କିଏ ଯୋଗ୍ୟ :

  • ଆଗ୍ରହୀ ହିତାଧିକାରୀ ବିପିଏଲ ପରିବାରର ସଦସ୍ୟ ହୋଇଥିବା ଦରକାର
  • ବିଧବାଙ୍କ ବୟସ ୪୦ ରୁ ୫୯ ବର୍ଷ ଭିତରେ ହୋଇଥିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଆବେଦନ ପତ୍ର ଗୁଡିକ ପଞ୍ଚାୟତ କିମ୍ବା ବ୍ଲକ ଅଫିସରେ ମୁଖିଆ (ପଞ୍ଚାୟତ ସଭାପତି) କିମ୍ବା ୱାର୍ଡ ମେମ୍ବରଙ୍କ ପାଖରେ ଦାଖଲ କରାଯିବ
    • ଜିଲ୍ଲା ସ୍ତରୀୟ କମିଟି (ଡ଼ିଏଲସି ) ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରନ୍ତି
    • କ୍ଷେତ୍ର ପରୀକ୍ଷଣ ପରେ, ସୁପାରିଶ ପତ୍ର ଗୁଡିକ ଉପ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ
    • ଉପ ଜିଲ୍ଲାପାଳ ଅନୁମୋଦନ କରିସାରିବା ପରେ, ଭତ୍ତା ଟଙ୍କା ସମାଜମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଚେକ୍ ଦ୍ଵାରା କିମ୍ବା ହିତାଧିକାରୀଙ୍କ ବ୍ୟାଙ୍କ                ଜମାଖାତାକୁ ସିଧା ସଳଖ ପଠେଇ ଦିଆଯିବ
    • ଯଦି ସମ୍ପୃକ୍ତ ବିଧବା ପୁଣିଥରେ ବିବାହ କରନ୍ତି କିମ୍ବା ଦାରିଦ୍ର୍ୟ ସୀମାରେଖା ଉପରକୁ ଚାଲି ଆସନ୍ତି, ତାହେଲେ ଭତ୍ତାକୁ ବନ୍ଦ କରିଦିଆଯିବ

ଆବଶ୍ୟକୀୟ ଦଲିଲ :

  • ଜନ୍ମ ପ୍ରମାଣ ପତ୍ର
  • ଭୋଟର ପରିଚୟ ପତ୍ରର ନକଲ
  • ବିପିଏଲ କାର୍ଡର ନକଲ
  • ବିଧବାଙ୍କ ମୃତ ସ୍ଵାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ରର ନକଲ
  • ଦୁଇଟି ପାସପୋର୍ଟ ସାଇଜର ଫଟୋ

ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ ଯୋଜନା (ଆଇଜିଏନଡିପିଏସ)

ଯୋଜନାଟି କଣ : ଏହି ପେନସନ ଯୋଜନା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମାନସିକ ଓ/କିମ୍ବା ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ

ଲାଭ : ହିତାଧିକାରୀଙ୍କ ବୟସ ଅନୁସାରେ ମାସକୁ ବ୍ୟକ୍ତି ପିଛା ୨୦୦/- କିମ୍ବା ୩୦୦/- ଟଙ୍କାର ଭତ୍ତା

କିଏ ଯୋଗ୍ୟ :

  • ବ୍ୟକ୍ତିଙ୍କର ଅନ୍ତତଃ ୪୦ ପ୍ରତିଶତ ଅସାମର୍ଥ୍ୟ  ଥିବା ଦରକାର
  • ଆଗ୍ରହୀ ହିତାଧିକାରୀଙ୍କ ବୟସ ୧୮ ରୁ ୫୯ ବର୍ଷ ଭିତରେ ହୋଇଥିବା ଦରକାର
  • ବ୍ୟକ୍ତି ଜଣକ  ବିପିଏଲ ପରିବାରର ସଦସ୍ୟ ହୋଇଥିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଆବେଦନ ପତ୍ର ଗୁଡିକ ପଞ୍ଚାୟତ କିମ୍ବା ବ୍ଲକ ଅଫିସରେ ମୁଖିଆ (ପଞ୍ଚାୟତ ସଭାପତି) କିମ୍ବା ୱାର୍ଡ ମେମ୍ବରଙ୍କ ପାଖରେ ଦାଖଲ କରାଯିବ
  • ଜିଲ୍ଲା ସ୍ତରୀୟ କମିଟି (ଡ଼ିଏଲସି ) ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରନ୍ତି
  • କ୍ଷେତ୍ର ପରୀକ୍ଷଣ ପରେ, ସୁପାରିଶ ପତ୍ର ଗୁଡିକ ଉପ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ
  • ଉପ ଜିଲ୍ଲାପାଳ ଅନୁମୋଦନ କରିସାରିବା ପରେ, ଭତ୍ତା ଟଙ୍କା ସମାଜମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଚେକ୍ ଦ୍ଵାରା କିମ୍ବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧା ସଳଖ ପଠେଇ ଦିଆଯିବ କିମ୍ବା ହିତାଧିକାରୀ ତାଙ୍କ ନିଜ ପଞ୍ଚାୟତ ଅଫିସରୁ ପ୍ରତି ମାସ ୧୫ ତାରିଖ ଦିନ ସଂଗ୍ରହ କରି ପାରିବେ

ଆବଶ୍ୟକୀୟ ଦଲିଲ :

  • ମେଡିକାଲ ବୋର୍ଡ କିମ୍ବା ଜଣେ ସ୍ଵୀକୃତିପ୍ରାପ୍ତ ଡାକ୍ତରଙ୍କ ଦ୍ଵାରା ଜାରି କରାଯାଇଥିବା ଭିନ୍ନକ୍ଷମ ପ୍ରମାଣ ପତ୍ର
  • ବିପିଏଲ କାର୍ଡର ନକଲ
  • ଭୋଟର ପରିଚୟ ପତ୍ରର ନକଲ
  • ଦୁଇଟି ପାସପୋର୍ଟ ସାଇଜର ଫଟୋ

ମଧୁବାବୁ ପେନସନ ଯୋଜନା (ଏମବିପିୱାଇ)

ଯୋଜନାଟି କଣ : ଏମବିପିୱାଇ ଏକ ପେନସନ ଯୋଜନା ଯାହା ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଓ ଓଡିଶା ଭିନ୍ନକ୍ଷମ ଭତ୍ତା ଯୋଜନାରୁ ଆତ୍ମପ୍ରକାଶ କରିଛି

ଲାଭ : ପ୍ରତି ହିତାଧିକାରୀଙ୍କୁ ମାସକୁ ୩୦୦/- ଟଙ୍କାର  ଭତ୍ତା ପ୍ରଦାନ କରାଯାଏ

କିଏ ଯୋଗ୍ୟ :

  • § ୬୦ କିମ୍ବା ତଦୁର୍ଦ୍ଧ ବଯସର ବ୍ୟକ୍ତି ବିଶେଷ
  • § ଯେ କୌଣସି ବଯସର ବିଧବା
  • § କୁଷ୍ଠ ରୋଗୀ
  • § ଭିନ୍ନକ୍ଷମ ବ୍ୟକ୍ତି
  • § ଏଚଆଇଭି/ ଏଡସ ପ୍ରଭାବିତ ବ୍ୟକ୍ତିଙ୍କ ବିଧବା
  • § ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମାଜ (ଓଏସଏସିଏସ ) ଦ୍ଵାରା ସ୍ବୀକୃତିପ୍ରାପ୍ତ ପିଏଲଏଚଆଇଭି
  • § ଯେଉଁ ବ୍ୟକ୍ତିଙ୍କ ପାରିବାରିକ ବାର୍ଷିକ ଆୟ ୨୪,୦୦୦/- ଟଙ୍କା ରୁ କମ ଥିବ କିମ୍ବା ସେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • § ଆବେଦନ ପତ୍ର ବ୍ଲକ ଅଫିସ, ଜାତୀୟ ଉପଦେଷ୍ଟା ପରିଷଦ (ଏନଏସି) ଅଫିସ ରୁ କିମ୍ବା ସମ୍ପୃକ୍ତ ଅଞ୍ଚଳର ପଞ୍ଚାୟତ ଅଫିସରୁ ମିଳିପାରିବ
  • § ଆବଶ୍ୟକୀୟ ଦଲିଲ ସହ ସମ୍ପୂର୍ଣ ଆବେଦନ ପତ୍ରକୁ ବ୍ଲକ ଅଫିସରେ ଦାଖଲ କରାଯିବ
  • § ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଆବେଦନ ପତ୍ର ଓ ସଂଯୁକ୍ତ ସହାୟକ ଦଲିଲ ଗୁଡିକୁ ଯାଞ୍ଚ କରିବେ ଏବଂ ସୁପାରିଶ ସହ ତାଲିକାକୁ ଉପ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଇଦେବେ
  • § ଉପ ଜିଲ୍ଲାପାଳଙ୍କ ଅନୁମୋଦନ ପରେ, ହିତାଧିକାରୀମାନଙ୍କ ତାଲିକାକୁ ବିଡିଓଙ୍କ ମାଧ୍ୟମରେ ସମୟୋଚିତ ଆବଣ୍ଟନ ପାଇଁ ଡିଏସଡବ୍ଲୁଓଙ୍କ ପାଖକୁ ପଠାଇ ଦିଆଯିବ

ଆବଶ୍ୟକୀୟ ଦଲିଲ :

  • ବୟସ ପ୍ରମାଣ ପତ୍ର (ସ୍କୁଲ ପ୍ରମାଣ ପତ୍ର, ଭୋଟର ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର)
  • ଭିନ୍ନକ୍ଷମତାର ପ୍ରମାଣ ପତ୍ର, ଏଚଆଇଭି ସ୍ଥିତି ବିବରଣୀ, ଆୟ ପ୍ରମାଣ ପତ୍ର କିମ୍ବା ବାସସ୍ଥାନ ପ୍ରମାଣ ପତ୍ର (ଭିନ୍ନକ୍ଷମ ପ୍ରମାଣ ପତ୍ର, ଏଚଆଇଭି ଯୁକ୍ତ ବିବରଣୀ, ବାର୍ଷିକ ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର )
  • ତିନୋଟି ସତ୍ୟ ଅନୁମୋଦିତ ପାସପୋର୍ଟ ଫଟୋ
  • ଆବେଦନ ପତ୍ର (ସାଦା କାଗଜରେ କିମ୍ବା ନିର୍ଦ୍ଧାରିତ ଏମବିପିୱାଇ-୧ ଢାଞ୍ଚାରେ)

ଖାଦ୍ୟ ଓ ପୁଷ୍ଟି ଯୋଜନା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଉଛି ବ୍ୟକ୍ତି ବିଶେଷଙ୍କୁ ଶସ୍ତା ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଓ ଉନ୍ନତ ଗୁଣମାନର ଖାଦ୍ୟ ଦ୍ରବ୍ୟର ସୁବିଧା ସୁନିଶ୍ଚିତ କରିବା ଦ୍ଵାରା ଖାଦ୍ୟ ଓ ପୁଷ୍ଟିଗତ ସୁରକ୍ଷା ପ୍ରଦାନ କରିବା

ଲାଭ :

  • ସର୍ବସାଧାରଣ ବିତରଣ ପ୍ରଣାଳୀ ମାଧ୍ୟମରେ ପ୍ରତି ପରିବାରକୁ ମାସକୁ କମ ମୂଲ୍ୟରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଏ
  • ଏଏୱାଇ ପରିବାର ଗୁଡିକ ଆଗଭଳି ପରିବାର ପିଛା ମାସକୁ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଆନ୍ତି
  • ଗର୍ଭବତୀ ମହିଳାମାନେ ପ୍ରସବର ୬ ମାସ ପର୍ଯ୍ୟନ୍ତ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମାଗଣାରେ ଭୋଜନ ପାଆନ୍ତି
  • ପରିବାର ପିଛା ପ୍ରସୂତି ସହାୟତା ଅତିକମରେ ୬୦୦୦/- ଟଙ୍କା
  • ୬ ମାସରୁ ୬ ବର୍ଷ ବୟସ ବର୍ଗର ଶିଶୁମାନେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମାଗଣାରେ ଭୋଜନ ପାଇବା ପାଇଁ ଯୋଗ୍ୟ ଅଟନ୍ତି
  • ୬ ବର୍ଷରୁ ୧୪ ବର୍ଷ ବୟସ ବର୍ଗର ଶିଶୁମାନେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପାଇବା ପାଇଁ ଯୋଗ୍ୟ ଅଟନ୍ତି

କିଏ ଯୋଗ୍ୟ : ନିମ୍ନଲିଖିତ ପରିବାର ଗୁଡିକରେ ବୟୋଜ୍ୟେଷ୍ଠ ମହିଳାଙ୍କ ନାମରେ କାର୍ଡ ଦିଆଯାଏ :

  • ଏଏୱାଇ ପରିବାର
  • ବିପିଏଲ ପରିବାର
  • ପୂର୍ବରୁ ଏନଏଫଏସଏ ପାଇଁ ଚିହ୍ନିତ ସର୍ବସାଧାରଣ ବିତରଣ ପ୍ରଣାଳୀ ଅଧୀନରେ ଆସୁଥିବା ପରିବାର ଗୁଡିକ ( ଧଳା ରାସନ କାର୍ଡ କିମ୍ବା ଚାଉଳ କାର୍ଡ, ଜୁଗ୍ଗି ରାସନ କାର୍ଡ, ପୁନର୍ବାସ କଲୋନୀ ରାସନ କାର୍ଡ ଇତ୍ୟାଦି)
  • ରୂପାନ୍ତରକାମୀ ବ୍ୟକ୍ତି
  • ପରିବାରରେ ଜଣେ ନିର୍ଭରଶୀଳ ବ୍ୟକ୍ତି କିମ୍ବା ପରିବାରର ମୁଖ୍ୟ ଭାବରେ ବାସ କରୁଥିବା ଏକାକୀ ମହିଳା (ବିଧବା, ଅବିବାହିତା, ସ୍ଵାମୀଠାରୁ ବିଚ୍ଛିନ୍ନା ଏବଂ ସ୍ଵାମୀ ପରିତ୍ୟକ୍ତା ମହିଳା ସହିତ)
  • ଅଣକୁଶଳୀ ନିର୍ମାଣ ଶ୍ରମିକ
  • ଦିନ ମଜୁରିଆ ଶ୍ରମିକ
  • ରିକ୍ସାବାଲା
  • ଲଘୁ ଉଦ୍ୟୋଗରେ ଅଣକୁଶଳୀ ଶ୍ରମିକ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି : ଯୋଗ୍ୟ ପରିବାର ଗୁଡିକ ଆବଶ୍ୟକୀୟ ଦଲିଲ ସହ ଆବେଦନ ପତ୍ରକୁ ଜିଲ୍ଲା ଯୋଗାଣ ଅଫିସ କିମ୍ବା ବ୍ଲକ ଯୋଗାଣ ଅଫିସରେ ଦାଖଲ କରିବା ଦରକାର

ଆବଶ୍ୟକୀୟ ଦଲିଲ :

  • ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡର ନକଲ
  • ଯଦି ଆଧାର କାର୍ଡରେ ଉଲ୍ଲିଖିତ ଠିକଣା ଆବେଦନକାରୀ ରହୁଥିବା ଠିକଣା ଠାରୁ ଭିନ୍ନ ଥାଏ,ତାହେଲେ ଆବେଦନକାରୀଙ୍କ ବାସସ୍ଥାନ ପ୍ରମାଣ ପତ୍ର,  ଯଦି ଆବେଦନକାରୀ ବାସହୀନ ହୋଇଥାନ୍ତି, ବାସସ୍ଥାନ ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ ।
  • ରାସନ କାର୍ଡ (ଯଦି ଆବେଦନକାରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କର କୌଣସି ପ୍ରକାରର ରାସନ କାର୍ଡ ଥାଏ)
  • ବାସହୀନ, ଅବିବାହିତ କିମ୍ବା ରୋଜଗାରଗତ ଅସୁରକ୍ଷା ପାଇଁ ଆତ୍ମ ପ୍ରମାଣ ପତ୍ର

ସମନ୍ଵିତ ଶିଶୁ ବିକାଶ ସେବା (ଆଇସିଡିଏସ)

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଉଛି ଶୂନ୍ୟରୁ ୬ ବର୍ଷ ବଯସର ଶିଶୁମାନଙ୍କ ସ୍ଵାସ୍ଥ୍ୟ ଓ ପୁଷ୍ଟିଗତ ସ୍ଥିତିର ଉନ୍ନତି କରିବା, ମୃତ୍ୟୁହାର, ଅସୁସ୍ଥତା, ପୁଷ୍ଟିହୀନତା ଓ ଅଧାରୁ ପାଠ ଛାଡିବାକୁ କମ କରିବା ଏବଂ ମା’ମାନଙ୍କୁ ଶିକ୍ଷା ପ୍ରଦାନ କରିବା ଯେମିତି ସେମାନେ ନିଜେ ନିଜ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟି ଆବଶ୍ୟକତାକୁ ପୂରଣ କରି ପାରିବେ

ଲାଭ : ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ନିମ୍ନଲିଖିତ ସେବା ଗୁଡିକ ଯୋଗାଇ ଦିଯାଯାଏ

  • ୬ ବର୍ଷରୁ କମ ବୟସର ଶିଶୁମାନଙ୍କୁ ୬ ଟି ଟୀକାକରଣ ଦ୍ଵାରା ନିବାରଣକ୍ଷମ ରୋଗରୁ ସୁରକ୍ଷା ପାଇଁ ପ୍ରତିଷେଧନ ଏବଂ ମାତୃ ମୃତ୍ୟୁହାର କମାଇବା ପାଇଁ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିଟାନସର ଟିକା ପ୍ରଦାନ କରାଯାଏ
  • ୬ ବର୍ଷରୁ କମ ବୟସର ଶିଶୁ ଏବଂ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ପରିପୂରକ ପୁଷ୍ଟି । ଏଥିରେ ପରିପୂରକ ଖାଦ୍ୟ ଖୁଆଇବା ଓ ଅଭିବୃଦ୍ଧି ଯାଞ୍ଚ କରିବା ସନ୍ନିବେଶିତ
  • ସ୍ୱାସ୍ଥ୍ୟ ପରୀକ୍ଷା ଭିତରେ ଅନ୍ତର୍ଭୁକ୍ତ ଅଛି ୬ ବର୍ଷରୁ କମ ବୟସର ଶିଶୁମାନଙ୍କର ସେବାଯତ୍ନ , ପ୍ରସବ ପୂର୍ବରୁ ଓ ପରେ ପ୍ରସୂତି ମା’ମାନଙ୍କର ସେବା ଯତ୍ନ
  • ପରାମର୍ଶ ସେବା : ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଆବଶ୍ୟକ କରୁଥିବା ଶିଶୁ ମାନଙ୍କୁ ନିକଟବର୍ତ୍ତୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) କୁ ପଠାଇ ଦିଆଯାଏ
  • ପ୍ରାକ-ବିଦ୍ୟାଳୟ  (ଅନୌପଚାରିକ ଶିକ୍ଷା)
  • ୧୫ ରୁ ୪୫ ବର୍ଷ ବୟସର ସବୁ ମହିଳାଙ୍କୁ ପୁଷ୍ଟି ଓ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରାଯାଏ

କିଏ ଯୋଗ୍ୟ :

  • ୬ ବର୍ଷରୁ କମ ବୟସର ଶିଶୁ
  • ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳା
  • ୧୫ ରୁ ୪୫ ବର୍ଷ ବୟସର ମହିଳା

ସମ୍ପୃକ୍ତ କାର୍ଯ୍ୟପଦ୍ଧତି : ଯୋଜନାର ଲାଭ ଉଠାଇବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକରଣ କରିପାରିବେ

ଆବଶ୍ୟକୀୟ ଦଲିଲ : ବୟସ ପ୍ରମାଣ ପତ୍ର

ଶିଶୁ କଲ୍ୟାଣ ଯୋଜନା

ସଂଶୋଧିତ ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା (ଆଇସିପିଏସ)

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଉଛି ଶିଶୁମାନେ ସାମ୍ନା କରୁଥିବା ଅସୁରକ୍ଷା ଗୁଡିକୁ କମ କରିବା ଯାହା ଅନ୍ୟାୟ, ଅବହେଳା, ଶୋଷଣ, ପରିତ୍ୟାଗ ଓ ବିଚ୍ଛେଦକୁ ଜନ୍ମ ଦିଏ ଏବଂ ଏହା ପ୍ରତିକୂଳ ପରିସ୍ଥିତିରେ ବାସ କରୁଥିବା ଶିଶୁମାନଙ୍କ ସାମଗ୍ରିକ ସୁସ୍ଥତାକୁ ଉନ୍ନତ କରିବାରେ ଉଦ୍ୟମ କରେ

ଲାଭ :

  • ସହରାଞ୍ଚଳ ଓ ଗ୍ରାମୀଣ ଅଞ୍ଚଳରେ ଶିଶୁମାନଙ୍କ ପାଇଁ ଖୋଲା ଆଶ୍ରୟସ୍ଥଳ
  • ପୃଷ୍ଠପୋଷକତା, ଲାଳନପାଳନ, ପୋଷ୍ୟ ସନ୍ତାନ ଗ୍ରହଣ ଓ ପରବର୍ତ୍ତୀ ଯତ୍ନ ମାଧ୍ୟମରେ ପରିବାର ଆଧାରିତ ଅଣ ଆନୁଷ୍ଠାନିକ ଯତ୍ନ
  • ପୃଷ୍ଠପୋଷକତା ଅଧୀନରେ, ଶିଶୁମାନଙ୍କୁ ନିବାରକ ଓ ଥଇଥାନମୂଳକ ପୃଷ୍ଠପୋଷକତା ପ୍ରଦାନ କରାଯାଏ । ଜଣେ ଶିଶୁ ତା  ପରିବାର ଭିତରେ ରହି ତାର ପାଠପଢା ଜାରି ରଖିବାକୁ ପରିବାର ଗୁଡିକୁ ନିବାରକ ପୃଷ୍ଠପୋଷକତା ସହାୟତା ପ୍ରଦାନ କରାଯାଏ । ଅନୁଷ୍ଠାନରେ ଥିବା ପିଲାମାନଙ୍କୁ ସେମାନଙ୍କ ପରିବାରକୁ ଫେରେଇଦେବା ଉଦ୍ଦେଶ୍ୟରେ ଥଇଥାନମୂଳକ ପୃଷ୍ଠପୋଷକତା ପ୍ରଦାନ କରାଯାଏ ।

କିଏ ଯୋଗ୍ୟ :

  • ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ (୧୮ବର୍ଷରୁ କମ ବଯସର ବ୍ୟକ୍ତିବିଶେଷ)
  • ବାଳ ଅପରାଧୀ ଓ ଅବହେଳିତ ତରୁଣ ଶ୍ରେଣୀଭୁକ୍ତ ପିଲାମାନେ
  • ସମ୍ଭାବ୍ୟ ନିରାଶ୍ରୟ ଓ ବିପଦରେ ଥିବା ପରିବାରର ପିଲାମାନେ
  • ଦେଶାନ୍ତରୀ ଭଳି ସାମାଜିକ ଭାବରେ ବହିର୍ଭୂତ ପରିବାର ଗୁଡିକର ପିଲାମାନେ
  • ଅତି ଦାରିଦ୍ର୍ୟରେ ଚଳୁଥିବା ପରିବାରର ପିଲାମାନେ
  • ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ପିଲାମାନେ
  • ପକ୍ଷପାତିତାର ଶିକାର ହୋଇଥିବା ପରିବାରର ପିଲାମାନେ
  • ଏଚଆଇଭି/ ଏଡସ ଦ୍ଵାରା ସଂକ୍ରମିତ ଓ/ କିମ୍ବା ପ୍ରଭାବିତ ହୋଇଥିବା ପିଲାମାନେ
  • ଅନାଥ
  • ନିଶା ସେବନକାରୀ ଶିଶୁ
  • ଚୋର ଡକାଯତଙ୍କ ପିଲାମାନେ
  • ଚାଲାଣର ଶିକାର କିମ୍ବା ଯୌନ ନିର୍ଯାତିତ ପିଲାମାନେ
  • କଏଦୀମାନଙ୍କ ପିଲାମାନେ
  • ବାସହୀନ ପିଲାମାନେ
  • ବାଳ ଶ୍ରମିକ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ  (ଡିସିପିୟୁ), ଆଇସିଡିଏସ କର୍ମଚାରୀ, ଅଭିଜ୍ଞ ପୋଷ୍ୟଗ୍ରହଣ ସଂସ୍ଥା, ଶିଶୁ ସୁରକ୍ଷା ପ୍ରସଙ୍ଗ ଉପରେ କାମ କରୁଥିବା ସ୍ଵେଚ୍ଛାସେବୀ ସଂସ୍ଥା ଓ ସ୍ଥାନୀୟ ସରକାରୀ ଅନୁଷ୍ଠାନ ଗୁଡିକ ସହିତ ନେଟୱର୍କ ଓ ସଂଯୋଗୀକରଣ ମାଧ୍ୟମରେ ବିପଦରେ ଥିବା ଶିଶୁ ଓ ପରିବାର ଗୁଡିକୁ ଚିହ୍ନଟ କରନ୍ତି
  • ଡିସିପିୟୁ ଦ୍ଵାରା ଗୋଟିଏ ଡାଟାବେସ ସୃଷ୍ଟି କରାଯାଏ ଓ ସମ୍ଭାବ୍ୟ ହିତାଧିକାରୀମାନଙ୍କ ପରିସ୍ଥିତିର ସତ୍ୟତାର ଯାଞ୍ଚ କରାଯାଏ ଏବଂ ପରିବାର ଭିତରେ ଥିବା ଶିଶୁମାନଙ୍କର ଆବଶ୍ୟକତାର ଆକଳନ କରାଯାଏ
  • ଚିହ୍ନଟ ହୋଇଥିବା ଆବଶ୍ୟକତା ଗୁଡିକୁ ଆଧାର କରି ପୃଷ୍ଠପୋଷକତା, ଲାଳନପାଳନ, ପୋଷ୍ୟ ସନ୍ତାନ ଗ୍ରହଣ ଓ ପରବର୍ତ୍ତୀ ଯତ୍ନ ପ୍ରଦାନ କରାଯାଏ

ଗୃହ ନିର୍ମାଣ ଯୋଜନା

ଇନ୍ଦିରା ଆବାସ ଯୋଜନା (ଆଇଏୱାଇ )

ଯୋଜନାଟି କଣ : ଆଇଏୱାଇ ମାଧ୍ୟମରେ ଗ୍ରାମାଞ୍ଚଳରେ ଗରିବ ବାସହୀନ ଓ ଭୂମିହୀନ ଲୋକମାନଙ୍କ ପାଇଁ ଘର ତିଆରି କରାଯାଏ । ଘର ତିଆରି ସହିତ ପୁରୁଣା ଘରର ମରାମତି ମଧ୍ୟ କରାଯାଏ

ଲାଭ :

  • ନୂଆ ଘର ତିଆରି ପାଇଁ ୭୫,୦୦୦/- ଟଙ୍କା ପ୍ରଦାନ କରାଯାଏ ।
  • ପୁରୁଣା ଘରର ମରାମତି ପାଇଁ ୧୫,୦୦୦/- ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଏ

କିଏ ଯୋଗ୍ୟ : ଗ୍ରାମସଭା ମାଧ୍ୟମରେ ଚିହ୍ନଟ ହୋଇଥିବା ବାସହୀନ ବିପିଏଲ ପରିବାର ଗୁଡିକ । ନିମ୍ନଲିଖିତ ଶ୍ରେଣୀଭୁକ୍ତ ପରିବାର ଗୁଡିକୁ ଅଗ୍ରାଧିକାର ଦିଆଯାଏ :

  • ଜଣେ ମହିଳା କିମ୍ବା ବିଧବା ମୁଖ୍ୟ ଥିବା ପରିବାର
  • ମୁକ୍ତ ଗୋତି ଶ୍ରମିକ ଏବଂ ଥଇଥାନ ହୋଇଥିବା ଝାଡୁଦାର
  • ଶାରୀରିକ ଓ ମାନସିକ ଅନଗ୍ରସର ବ୍ୟକ୍ତି ବିଶେଷ
  • କର୍ତ୍ତବ୍ୟରତ ଥିବା ସମୟରେ ମୃତ ସାମରିକ/ ଅର୍ଦ୍ଧସାମରିକ/ ପୁଲିସ ବାହିନୀ ସଦସ୍ୟଙ୍କ ବିଧବା ଓ ନିକଟ ସମ୍ପର୍କୀୟ ( ସେମାନେ ବିପିଏଲ ଶ୍ରେଣୀଭୁକ୍ତ ହୋଇନଥିଲେ ମଧ୍ୟ )
  • ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଗୃହଦାହ, ଦଙ୍ଗା, ଏସସି/ଏସଟି ନୃଶଂସତା ଇତ୍ୟାଦି ମଣିଷକୃତ ବିପର୍ଯ୍ୟୟ ଦ୍ଵାରା କ୍ଷତିଗ୍ରସ୍ତ ପରିବାର
  • ବିପିଏଲ ପରିବାର ଭାବରେ ତାଲିକାଭୁକ୍ତ ପିଏଲଏଚଆଇଭି ଓ ଏମଏଆରପି ମାନେ ଆବେଦନ କରି ପାରିବେ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଇଚ୍ଛୁକ ହିତାଧିକାରୀମାନଙ୍କୁ ସେମାନେ ରହୁଥିବା  ପଞ୍ଚାୟତର ମୁଖିଆଙ୍କୁ ଯୋଗାଯୋଗ କରିବାକୁ ହେବ,ତାହେଲେ ସେମାନେ ଗ୍ରାମସଭାର ନଜରକୁ ଆସିପାରିବେ

ଆବଶ୍ୟକୀୟ ଦଲିଲ :

  • ବିପିଏଲ କାର୍ଡର ନକଲ
  • ଦୁଇଟି ପାସପୋର୍ଟ ସାଇଜର ଫଟୋ

ମୋ କୁଡିଆ ଯୋଜନା (ଏମକେୱାଇ) ବିଜୁ ପକ୍କା ଘର ଯୋଜନା (ବିପିଜିୱାଇ )

ଯୋଜନାଟି କଣ : ମୋ କୁଡିଆ ମାଧ୍ୟମରେ ସେଇ ବିପିଏଲ ପରିବାର ଗୁଡିକୁ ଘର ଯୋଗେଇ ଦିଆଯାଏ ଯେଉଁମାନେ ଆଇଏୱାଇ ଅଧୀନରେ ଗୃହ ନିର୍ମାଣ ସୁବିଧାରୁ ବଞ୍ଚିତ ହୋଇଥିବେ

ଲାଭ :

  • ୭୦,୦୦୦/- ଟଙ୍କା ୧୨ ଟି ଅଣ- ଆଇଏପି (ସମନ୍ଵିତ କାର୍ଯ୍ୟ ଯୋଜନା ) ଜିଲ୍ଲାରେ
  • ୭୫,୦୦୦ /- ଟଙ୍କା ପର୍ଯ୍ୟନ୍ତ ୧୮ଟି ଆଇଏପି ଜିଲ୍ଲାରେ

କିଏ ଯୋଗ୍ୟ : ଗ୍ରାମସଭା ଦ୍ଵାରା ଚିହ୍ନଟ ବାସହୀନ ବିପିଏଲ  ପରିବାର ଗୁଡିକ । ନିମ୍ନଲିଖିତ ଶ୍ରେଣୀଭୁକ୍ତ ପରିବାର ଗୁଡିକୁ ଅଗ୍ରାଧିକାର ଦିଆଯାଏ:

  • ଅସହାୟ ଅବସ୍ଥାରେ ଥିବା ଗରିବ ମହିଳା
  • ଶାରୀରିକ ଅନଗ୍ରସର (୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ)
  • ମାନସିକ ଅନଗ୍ରସର ବ୍ୟକ୍ତି (୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ)
  • ପାରିବାରିକ  ହିଂସାର ଶିକାର ହୋଇଥିବା ବ୍ୟକ୍ତି
  • ନିଃସ୍ଵ ବିଧବା, ମହିଳା ମୁଖ୍ୟ ଥିବା ପରିବାର
  • କୁଷ୍ଠ ରୋଗର ଶିକାର ହୋଇଥିବା ବ୍ୟକ୍ତି
  • ଏଚଆଇଭି ଯୁକ୍ତ ବ୍ୟକ୍ତି (ପିଏଲଏଚଆଇଭି )
  • ଜାତିଗତ ଓ ନକ୍ସଲ ହିଂସାର ଶିକାର ହୋଇଥିବା ଆର୍ଥିକ ଅନଗ୍ରସର
  • ଅଗ୍ନିକାଣ୍ଡ କିମ୍ବା ବନ୍ୟାର ଶିକାର ହୋଇଥିବା ଆର୍ଥିକ ଅନଗ୍ରସର
  • ଆଦିବାସୀ ପରିବାର ଯାହାର ଘର ହାତୀ ଉପଦ୍ରବ ଦ୍ଵାରା ସମ୍ପୂର୍ଣ ଭାବରେ ଭୁଷୁଡି ଯାଇଛି
  • ଆଦିମ ଅଧିବାସୀ ଗୋଷ୍ଠୀ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ପଲ୍ଲୀସଭା ଯୋଗ୍ୟ ହିତାଧିକାରୀ ମାନଙ୍କର ତାଲିକାକୁ ଚିହ୍ନଟ କରିବେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ପ୍ରଦାନ କରିବେ
  • ବିଡିଓ ଏକ ପ୍ରାକ-ଯୋଗ୍ୟତା ଅନୁସନ୍ଧାନ କରିବେ ଏବଂ ଅନୁମୋଦନ ପାଇଁ ତାଲିକାକୁ ପଞ୍ଚାୟତ ସମିତି ଆଗରେ ଉପସ୍ଥାପନ କରିବେ
  • ବ୍ଲକ ଅଫିସ୍ ର  ଅନୁରୋଧକୁ ଆଧାରକରି ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ପ୍ରତି ବ୍ଲକ ପାଇଁ କାର୍ଯ୍ୟପଦ୍ଧତି ଓ ବଜେଟକୁ ଅନୁମୋଦନ କରନ୍ତି
  • ପଞ୍ଚାୟତ ସମିତି କିମ୍ବା ବିଡିଓ କାମ ଆରମ୍ଭ କରିବା ପାଇଁ କାର୍ଯ୍ୟ ଆଦେଶ ହିତାଧିକାରୀଙ୍କ ପାଖକୁ ପଠେଇବେ
  • ହିତାଧିକାରୀମାନଙ୍କୁ ଅନୁଦାନ ରାଶି ତିନୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯିବ

ଆବଶ୍ୟକୀୟ ଦଲିଲ :

  • ପୂରଣ କରାଯାଇଥିବା ଆବେଦନ ପତ୍ର
  • ଗ୍ରାମସଭାରୁ ପ୍ରାପ୍ତ ଯୋଗ୍ୟତା ପ୍ରମାଣ ପତ୍ର
  • ବାସସ୍ଥାନ ପ୍ରମାଣ ପତ୍ର
  • ଆୟ ପ୍ରମାଣ ପତ୍ର
  • ତିନୋଟି ପାସପୋର୍ଟ ସାଇଜ ଫଟୋ
  • ଏଚଆଇଭି ସମ୍ବନ୍ଧୀୟ ବିବରଣୀ

କର୍ମ ନିଯୁକ୍ତି ଯୋଜନା

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏସ)

ଯୋଜନାଟି କଣ : ଏହି ଯୋଜନା ପ୍ରତ୍ୟେକ ଆର୍ଥିକ ବର୍ଷରେ ଅଣକୁଶଳୀ କାମ କରିବାକୁ ଇଚ୍ଛା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନ୍ତତଃ ୧୦୦ ଦିନର ମଜୁରି ବଦଳରେ ନିଶ୍ଚିତ କର୍ମ ନିଯୁକ୍ତିର ସୁରକ୍ଷା ପ୍ରଦାନ କରେ

ଲାଭ :

  • ବ୍ୟକ୍ତି ବିଶେଷଙ୍କୁ ଦିନକୁ ୧୫୩/- ଟଙ୍କା ଦରରେ ୧୦୦ ଦିନର କାମ ପ୍ରଦାନ କରାଯାଏ (୨୦୧୩ – ୨୦୧୪ ଆର୍ଥିକ ବର୍ଷରୁ )
  • ୧୫ ଦିନ ଭିତରେ କର୍ମ ନିଯୁକ୍ତି ପ୍ରଦାନ କରାଯିବା ଦରକାର, ତାହା ସମ୍ଭବ ନହେଲେ ବେକାରୀ ଭତ୍ତା ପ୍ରଦାନ କରାଯିବ
  • ଆବେଦନକାରୀଙ୍କ ଘରଠାରୁ ୫ କିଲୋମିଟର ଭିତରେ କାମ ପ୍ରଦାନ କରାଯିବ
  • ଯଦି କାମ ଆବେଦନକାରୀଙ୍କ ଘରଠାରୁ ୫ କିଲୋମିଟରରୁ ବେଶି ଦୂରତାରେ ଦିଆଯାଉଛି ତାହେଲେ ତାଙ୍କୁ ଗମନାଗମନ ଓ ଚଳିବା ଖର୍ଚ୍ଚ ପାଇଁ ଅତିରିକ୍ତ ୧୦ ପ୍ରତିଶତ ମଜୁରି ଦିଆଯିବ

କିଏ ଯୋଗ୍ୟ :

  • ଅଣକୁଶଳୀ କାମ କରିବାକୁ ଇଚ୍ଛା କରୁଥିବା ସମସ୍ତ ଗ୍ରାମୀଣ ପରିବାରର ବୟସ୍କ ବ୍ୟକ୍ତି
  • ଏଚଆଇଭି ଯୁକ୍ତ ବ୍ୟକ୍ତି ଓ ସର୍ବାଧିକ ବିପଦରେ ଥିବା ବ୍ୟକ୍ତିମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି

 

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ବ୍ୟକ୍ତି ବିଶେଷ ଆବେଦନ କରି ପାରିବେ କିମ୍ବା ସ୍ଥାନୀୟ ପଞ୍ଚାୟତର ମୁଖ୍ୟଙ୍କୁ ଯୋଗାଯୋଗ କରିପାରିବେ ଏବଂ ସେ ଅଣକୁଶଳୀ ଶ୍ରମିକ ଭାବରେ କାମ କରିବାକୁ ଆଗ୍ରହୀ ବୋଲି ଘୋଷଣା କରିବେ
  • ଆବେଦନକାରୀ ବ୍ୟାଙ୍କରେ ଏକ ଜମାଖାତା ଖୋଲିବା ଦରକାର ଏବଂ ସ୍ଥାନୀୟ ପଞ୍ଚାୟତରେ ତାଙ୍କ ନାମ ପଞ୍ଜୀକରଣ କରିବା ଦରକାର
  • ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ସୁପାରିଶ କରି ନୂଆ ଜବକାର୍ଡ ତାଲିକାଭୁକ୍ତ ହେବା ପାଇଁ ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା (ଡିଆରଡିଏ)କୁ ପଠେଇଦେବେ
  • ପଞ୍ଚାୟତ ଆବେଦନକାରୀଙ୍କୁ ଆବେଦନ ପତ୍ରର ଅଗ୍ରଗତି ଓ କାମର ଉପଲବ୍ଧତା ବିଷୟରେ ସୂଚନା ଦେବେ
  • ରୋଜଗାରର ପରିମାଣ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ପଠେଇ ଦିଆଯିବ

ଆବଶ୍ୟକୀୟ ଦଲିଲ :

  • ବାସସ୍ଥାନ ପ୍ରମାଣ ପତ୍ର
  • ଭୋଟର ପରିଚୟ ପତ୍ର କିମ୍ବା ଜନ୍ମ ପ୍ରମାଣ ପତ୍ର
  • ପାସପୋର୍ଟ ସାଇଜର ଫଟୋ

ସ୍ଵର୍ଣ ଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା (ଏସଜିଏସୱାଇ) କିମ୍ବା ଜାତୀୟ ଗ୍ରାମୀଣ ଜୀବିକା ମିଶନ

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଉଛି ସ୍ଵୟଂସହାୟକ ଗୋଷ୍ଠୀ (ଏସଏଚଜି)ଗୁଡିକ  ଗଠନ କରିବା ଊଦ୍ୟମରେ ଗ୍ରାମବାସିମାନଙ୍କୁ ଆତ୍ମ ନିଯୁକ୍ତି ଯୋଗାଇଦେବା ଏବଂ ଗ୍ରାମାଞ୍ଚଳରେ ବହୁଳ ସଂଖ୍ୟାରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା କରିବା । ଲୋକମାନଙ୍କ ପ୍ରବୃତ୍ତି ଓ କୌଶଳକୁ ଆଧାର କରି ବୃତ୍ତିଗତ ଦଳଗୁଡିକ ଗଠନ କରାଯାଏ

ଲାଭ :

  • ଏସଏଚଜି ଗୁଡିକୁ ୧,୦୦,୦୦୦/- ଟଙ୍କାରୁ ୧,୨୫,୦୦୦/- ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ
  • ଗରିବମାନଙ୍କୁ ଏସଏଚଜିରେ ସଂଗଠିତ କରିବା, ତାଲିମ, କ୍ରେଡିଟ ପଦ୍ଧତି, ଭିତ୍ତିଭୂମି ଓ ବଜାର ବ୍ୟବସ୍ଥାର ସହାୟତା

କିଏ ଯୋଗ୍ୟ :

  • ବିପିଏଲ ପରିବାର
  • ଆଗରୁ ଥିବା ଏସଏଚଜି ଗୁଡିକ ମଧ୍ୟ ଏହି ଯୋଜନାରୁ ଲାଭ ଉଠେଇ ପାରିବେ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଏହି ଯୋଜନା ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ
  • ଏସଏଚଜି ଗଠନ କରିବା ପାଇଁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ବିଶେଷମାନଙ୍କୁ ଚୟନ କରାଯାଏ
  • ଏସଏଚଜିର ସମ୍ଭାବ୍ୟ ସଦସ୍ୟମାନଙ୍କୁ ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା ଦ୍ଵାରା ଆକଳନ କରାଯାଏ

ଆବଶ୍ୟକୀୟ ଦଲିଲ :

  • ବିପିଏଲ ପ୍ରମାଣ ପତ୍ର କିମ୍ବା ଆୟ ପ୍ରମାଣ ପତ୍ର

ସ୍ୱାସ୍ଥ୍ୟ ଯୋଜନା

ଜନନୀ ସୁରକ୍ଷା ଯୋଜନା (ଜେଏସୱାଇ)

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଲା ଗରିବ ଗର୍ଭବତୀ ମହିଳାମାନଙ୍କୁ ଡ଼ାକ୍ତରଖାନାରେ ପ୍ରସବ ପାଇଁ ପ୍ରୋତ୍ସାହିତ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର କମେଇବା । ଆଉ ମଧ୍ୟ ଏହି ଯୋଜନା ସ୍ତନ୍ୟପାନ ଓ ନିରାପଦ ମାତୃତ୍ଵ ସହିତ ପ୍ରସବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯତ୍ନକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖେ।

ଲାଭ :

  • ଜେଏସୱାଇ ମହିଳାମାନଙ୍କ ପାଇଁ ପ୍ରସବ ଓ ପରବର୍ତୀ ଯତ୍ନ ସହିତ ଆର୍ଥିକ ସହାୟତକୁ ଏକତ୍ର କରେ, ଏହା ମଧ୍ୟ ଆଶା (ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) କର୍ମୀମାନଙ୍କୁ ସେମାନଙ୍କ ଦ୍ଵାରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ଗୁଡିକୁ ପଠେଇଥିବା

ପ୍ରସୂତିମାନଙ୍କ ସଂଖ୍ୟା ଆଧାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରେ ।

  • ରାଜ୍ୟର ପ୍ରଦର୍ଶନକୁ ଆଧାର କରି, ଏହାକୁ ନିମ୍ନ ପ୍ରଦର୍ଶନକାରୀ ରାଜ୍ୟ (ଏଲପିଏସ) ଓ ଉଚ୍ଚ ପ୍ରଦର୍ଶନକାରୀ ରାଜ୍ୟ (ଏଚପିଏସ) ଭାବରେ ଶ୍ରେଣୀଭୁକ୍ତ କରାଯାଏ, ଯାହା ଅନୁସାରେ ଲାଭ ଗୁଡିକ ପୃଥକ ପୃଥକ ରହିବ ।
  • ଗ୍ରାମୀଣ ଏଲପିଏସର ମହିଳାମାନେ ୧୪୦୦/- ଟଙ୍କା ପାଆନ୍ତି, କିନ୍ତୁ ସହରାଞ୍ଚଳର ଏଲପିଏସ ମହିଳାମାନେ ୧୦୦୦/- ଟଙ୍କା ପାଆନ୍ତି
  • ଗ୍ରାମୀଣ  ଏଚପିଏସର ମହିଳାମାନେ ୭୦୦/- ଟଙ୍କା ପାଆନ୍ତି, କିନ୍ତୁ ସହରାଞ୍ଚଳର ଏଚପିଏସ ମହିଳାମାନେ ୬୦୦/- ଟଙ୍କା ପାଆନ୍ତି
  • ଗ୍ରାମୀଣ ଏଲପିଏସର ଆଶା କର୍ମୀମାନେ ୬୦୦/- ଟଙ୍କା ପାଆନ୍ତି ଓ ସହରାଞ୍ଚଳରେ ୨୦୦/- ଟଙ୍କା ପାଆନ୍ତି

କିଏ ଯୋଗ୍ୟ : ନିମ୍ନରେ ଉଲ୍ଲେଖ କରାଯାଇଥିବା ହିତାଧିକାରୀମାନେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଦରକାର :

  • ସମସ୍ତ ଗର୍ଭବତୀ ମହିଳା
  • ଗର୍ଭବତୀ ଡବ୍ଲୁଏଲଏଚଆଇଭି (ଏଚଆଇଭି ସହ ବାସ କରୁଥିବା ମହିଳା)
  • ଗର୍ଭବତୀ ଏଫଏସଡବ୍ଲୁ (ମହିଳା ଯୌନ କର୍ମୀ)
  • ଆଇଡିୟୁ (ସିରିଞ୍ଜ ଦ୍ଵାରା ନିଶା ଗ୍ରହଣ କରୁଥିବା ) ବ୍ୟକ୍ତିଙ୍କ ଗର୍ଭବତୀ ସ୍ତ୍ରୀ
  • ଏମଏସଏମ (ପୁରୁଷମାନଙ୍କ ସହିତ ଯୌନ କ୍ରିୟାରେ ଲିପ୍ତ ରହୁଥିବା ପୁରୁଷ) ମାନଙ୍କ ଗର୍ଭବତୀ ସ୍ତ୍ରୀ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଗର୍ଭବତୀ ମହିଳା ସମ୍ଭାବ୍ୟ ପ୍ରସବ ତାରିଖ (ଇଡିଡି )ର ଅନ୍ତତଃ ୨୦-୨୪ ସପ୍ତାହ ପୂର୍ବରୁ ଆଶା କିମ୍ବା ସ୍ୱାସ୍ଥ୍ୟ ସହାୟିକା ଧାଇ (ଏଏନଏମ) କିମ୍ବା ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ଓ ଜେଏସୱାଇ ପଞ୍ଜୀକରଣ କାର୍ଡ ପୂରଣ କରିପାରିବେ
  • ତାପରେ ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ଅଧିକାରୀ ପ୍ରସବ ପରେ ମହିଳାଙ୍କ ଜମାଖାତାରେ ଜମାହେବା ପାଇଁ ଚେକ୍ ପ୍ରଦାନ କରିବେ ।
  • ଯଦି ଗର୍ଭବତୀ ମହିଳାଙ୍କ ଚିକିତ୍ସା କୌଣସି ସ୍ଵୀକୃତିପ୍ରାପ୍ତ ଘରୋଇ ଡାକ୍ତରଖାନାରେ କରାଯାଉଥାଏ, ତାହେଲେ ସହାୟତା ରାଶି ପ୍ରସବ ପୂର୍ବରୁ କିମ୍ବା ପ୍ରସବ ଦିନ ବଣ୍ଟନ କରାଯାଇପାରେ ।

ଆବଶ୍ୟକୀୟ ଦଲିଲ :

  • ମାତୃ ଶିଶୁ ସ୍ୱାସ୍ଥ୍ୟ କାର୍ଡ
  • ଯଦି ପ୍ରସବ ବ୍ଲକ ସ୍ତରର ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଏ, ତାହେଲେ ଆଶା କିମ୍ବା ଏଏନଏମ କିମ୍ବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ପ୍ରେରଣ ଚିରକୁଟର ଆବଶ୍ୟକତା ଅଛି ।
  • ଯଦି ପ୍ରସବ କୌଣସି ସ୍ଵୀକୃତିପ୍ରାପ୍ତ ଚିକିତ୍ସା ପ୍ରତିଷ୍ଠାନରେ କରାଯାଏ, ତାହେଲେ ବିପିଏଲ କାର୍ଡ ଓ ଏସସି/ଏସଟି  ପ୍ରମାଣ ପତ୍ର ଦରକାର ହୁଏ ।

ଇନ୍ଦିରା ଗାନ୍ଧୀ ମାତୃତ୍ଵ ସହଯୋଗ ଯୋଜନା (ଆଇଜିଏମଏସୱାଇ )

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଉଛି ହିତାଧିକାରୀମାନଙ୍କୁ ସିଧାସଳଖ ନଗଦ ଟଙ୍କା ପ୍ରଦାନ କରି ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସ୍ଥିତିକୁ ଉନ୍ନତ କରିବା । ଆଇଜିଏମଏସୱାଇ ମଧ୍ୟ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପ୍ରସବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ମଜୁରି ଜନିତ କ୍ଷତିର ଭରଣା କରିବା ଦିଗରେ ଚେଷ୍ଟାକରେ ।

ଲାଭ: ହିତାଧିକାରୀମାନଙ୍କୁ ତିନୋଟି କିସ୍ତିରେ ୪,୦୦୦/- ଟଙ୍କା ଦିଆଯାଏ । ତିନୋଟି କିସ୍ତିର ପରିମାଣ ଓ ଆବଶ୍ୟକ ହେଉଥିବା ମାନଦଣ୍ଡ ନିମ୍ନରେ ଦିଆଗଲା :

  • ଗର୍ଭଧାରଣର ୬ ମାସପରେ, ମା’ ପ୍ରଥମ କିସ୍ତି ପରିମାଣ ୧୫୦୦/- ଟଙ୍କା ପାଆନ୍ତି, ଯଦି ସେ :
    • ୪ ମାସ ଭିତରେ ତାଙ୍କ ଗର୍ଭଧାରଣର ପଞ୍ଜୀକରଣ ଅଙ୍ଗନବାଡି କେନ୍ଦ୍ର (ଏଡବ୍ଲୁସି), ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜନନୀ ସୁରକ୍ଷା ଯୋଜନା ଅଧୀନରେ ତାଲିକାଭୁକ୍ତ ଘରୋଇ ଡାକ୍ତରଙ୍କ ପାଖରେ କରେଇଥିବେ
    • ଅନ୍ତତଃ ଥରେ ପ୍ରସବ ପୂର୍ବବର୍ତ୍ତୀ ଯାଞ୍ଚ ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିବେ
    • ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଇଏଫଏ (ଲୌହ ବଟିକା ) ଖାଉଥିବେ
    • ଅନ୍ତତଃ ଗୋଟିଏ ଟିଟି (ଟିଟାନସ ଟକ୍ସଏଡ) ଟିକା ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିବେ
    • ଅଙ୍ଗନବାଡି କର୍ମୀ (ଏଡବ୍ଲୁଡବ୍ଲୁ) କିମ୍ବା ସ୍ୱାସ୍ଥ୍ୟ ସହାୟିକା ଧାଈ (ଏଏନଏମ)ଙ୍କ ସହିତ ଗ୍ରାମ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ  ଏଡବ୍ଲୁସି କିମ୍ବା ଘରେ ଅନ୍ତତଃ ଗୋଟିଏ ପରାମର୍ଶ ବୈଠକରେ ଯୋଗ ଦେଇଥିବେ
    • ପ୍ରସବର ତିନି ମାସପରେ ହିତାଧିକାରୀ ଦ୍ଵିତୀୟ କିସ୍ତି ଭାବରେ ୧୫୦୦/- ଟଙ୍କା ପାଆନ୍ତି, ଯଦି ଶିଶୁ ପାଇଁ ନିମ୍ନଲିଖିତ ଜିନିଷ ଗୁଡିକ କରାଯାଇଛି:
      • ଯଦି ମା’ ଏଡବ୍ଲୁସିରେ ଜନ୍ମକୁ ପଞ୍ଜୀକରଣ କରିଛନ୍ତି
      • ଯଦି ଶିଶୁ ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଏବଂ ବିସିଜି ଟିକା ନେଇଛି
      • ଯଦି ଶିଶୁଟି ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଏବଂ ଡିଟିପି-୧ ଟିକା ନେଇଛି
      • ଯଦି ଶିଶୁଟି ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଏବଂ ଡିଟିପି-୨ ଟିକା ନେଇଛି
      • ଯଦି ମା’ ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁଟିର ଓଜନ ଜନ୍ମରୁ ୩ ମାସ ଭିତରେ ଅନ୍ତତଃ ଦୁଇଥର କରେଇଛନ୍ତି
      • ଯଦି ମା’ ପ୍ରସବ ପରେ ଏଡବ୍ଲୁସି କିମ୍ବା ଘରେ ଅଙ୍ଗନବାଡି କର୍ମୀ (ଏଡବ୍ଲୁଡବ୍ଲୁ ) କିମ୍ବା ସ୍ୱାସ୍ଥ୍ୟ ସହାୟିକା ଧାଈ (ଏଏନଏମ)ଙ୍କ ଦ୍ଵାରା ଦିଆଯାଉଥିବା ନବଜାତ ଓ ବଢନ୍ତା ଶିଶୁଙ୍କୁ ଖୁଆଇବା (ଆଇୱାଇସିଏଫ) ପରାମର୍ଶ ବୈଠକରେ ଅନ୍ତତଃ ଦୁଇଥର ଯୋଗ ଦେଇଥିବେ
      • ପ୍ରସବର ୬ ମାସପରେ ହିତାଧିକାରୀ ତୃତୀୟ କିସ୍ତି ଭାବରେ ୧୦୦୦/- ଟଙ୍କା ପାଆନ୍ତି, ଯଦି ଶିଶୁ ପାଇଁ ନିମ୍ନଲିଖିତ ଜିନିଷ ଗୁଡିକ କରାଯାଇଛି:
        • ଯଦି ଶିଶୁକୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଆଯାଇଛି
        • ଯଦି ୬ ମାସ ସମ୍ପୂର୍ଣ ହେବା ପରେ ମା’ ପରିପୂରକ ଖାଦ୍ୟ ଦେଇଛନ୍ତି
        • ଯଦି ଶିଶୁଟି ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଏବଂ ଡିଟିପି-୩ ଟିକା ନେଇଛି
        • ଯଦି ଏଡବ୍ଲୁସି କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ମା’ ଶିଶୁଟିର ଓଜନ ୩ ରୁ ୬ ମାସ ଭିତରେ ଅନ୍ତତଃ ଦୁଇଥର କରେଇଛନ୍ତି
        • ଯଦି ସ୍ତନ୍ୟପାନ କରେଇବାର ୩ ରୁ ୬ ମାସ ଭିତରେ ମା’ ଏଡବ୍ଲୁସି କିମ୍ବା ଘରେ ଅଙ୍ଗନବାଡି କର୍ମୀ (ଏଡବ୍ଲୁଡବ୍ଲୁ ) କିମ୍ବା ସ୍ୱାସ୍ଥ୍ୟ ସହାୟିକା ଧାଈ (ଏଏନଏମ)ଙ୍କ ଦ୍ଵାରା ଦିଆଯାଉଥିବା ଆଇୱାଇସିଏଫ ପରାମର୍ଶ ବୈଠକରେ ଅନ୍ତତଃ ଦୁଇଥର ଯୋଗ ଦେଇଥିବେ

କିଏ ଯୋଗ୍ୟ :

  • ପ୍ରଥମ ଦୁଇଟି ପିଲା ଜନ୍ମ  ପାଇଁ ସର୍ବନିମ୍ନ ୧୯ ବର୍ଷ ବୟସ୍କା ଗର୍ଭବତୀ ମହିଳା
  • ମହିଳା କିମ୍ବା ତାଙ୍କ ସ୍ଵାମୀ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀ ହେବା ବାଧ୍ୟତାମୂଳକ ନୁହେଁ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଗର୍ଭଧାରଣ ପରେ ପରେ, ସମ୍ଭାବ୍ୟ ହିତାଧିକାରୀ ତାଙ୍କ ଗର୍ଭାବସ୍ଥାର ପଞ୍ଜୀକରଣ ଏଡବ୍ଲୁସିରେ କରିବା ଦରକାର
  • ସେ ବ୍ୟାଙ୍କ କିମ୍ବା ଡାକଘରେ ଗୋଟିଏ ଜମାଖାତା ଖୋଲିବା ଦରକାର
  • ସୁନିଶ୍ଚିତ ସେବା ଓ ପାଇଥିବା ପରାମର୍ଶ ବିଷୟରେ ମାତୃ ଶିଶୁ ସ୍ୱାସ୍ଥ୍ୟ କାର୍ଡରେ ଲେଖିବା ଦରକାର

ଆବଶ୍ୟକୀୟ ଦଲିଲ :

  • ପ୍ରତିଷେଧନ ରେଜିଷ୍ଟର
  • ମାତୃ ଶିଶୁ ସ୍ୱାସ୍ଥ୍ୟ କାର୍ଡର ନକଲ

 

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସବିୱାଇ)

ଯୋଜନାଟି କଣ : ଆରଏସବିୱାଇର ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟ ବୀମା ପ୍ରଦାନ କରି, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତୀ କଲା ଭଳି ସ୍ୱାସ୍ଥ୍ୟ ସମସ୍ୟା ଜନିତ ଆର୍ଥିକ ବୋଝରୁ ବିପିଏଲ ପରିବାରକୁ ସୁରକ୍ଷା ପ୍ରଦାନ କରିବା

ଲାଭ :

  • ୩୦,୦୦୦/- ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁରକ୍ଷା
  • ବ୍ୟକ୍ତି ବିଶେଷ ଭାରତର ଯେ କୌଣସି ଆରଏସବିୱାଇ ତାଲିକାଭୁକ୍ତ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ନେଇପାରିବେ
  • ବୀମା ସୁରକ୍ଷା ପରିବାରର ୫ ଜଣ ସଦସ୍ୟଙ୍କୁ ମିଳେ, ଯେଉଁଥିରେ ପରିବାରର ମୁଖ୍ୟ, ତାଙ୍କ ସ୍ଵାମୀ/ସ୍ତ୍ରୀ ଏବଂ ସର୍ବାଧିକ ୩ ଜଣ ନିର୍ଭରଶୀଳ ବ୍ୟକ୍ତି ଅନ୍ତର୍ଭୁକ୍ତ ଅଟନ୍ତି
  • ଚିକିତ୍ସିତ ହୋଇ ଡାକ୍ତରରଖାନାରୁ ଫେରିଲା ବେଳେ, ଯାତାୟାତ ଖର୍ଚ୍ଚ ପାଇଁ  ହିତାଧିକାରୀଙ୍କୁ ୧୦୦/- ଟଙ୍କା ଦିଆଯାଏ । ଯାତାୟାତ ଖର୍ଚ୍ଚ ସହାୟତା ବାବଦକୁ ବାର୍ଷିକ ୧୦୦୦/- ଟଙ୍କାର ବ୍ୟବସ୍ଥା କରାଯାଇଛି ଓ ଏହା ୩୦,୦୦୦/- ଟଙ୍କା ବୀମା ସୁରକ୍ଷାର ଅଂଶବିଶେଷ ଅଟେ ।

କିଏ ଯୋଗ୍ୟ :

  • ଅସଂଗଠିତ କ୍ଷେତ୍ରର ବ୍ୟକ୍ତି ବିଶେଷ ଓ ତାଙ୍କର ପରିବାର ସଦସ୍ୟ (୫ ଜଣ ପର୍ଯ୍ୟନ୍ତ)
  • ହିତାଧିକାରୀ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଦରକାର
  • ଜବ୍ କାର୍ଡଧାରୀ ମାନେ ମଧ୍ୟ ଯୋଗ୍ୟ ଅଟନ୍ତି

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଆଗ୍ରହୀ ହିତାଧିକାରୀ ନିମ୍ନଲିଖିତ ବିଭାଗରେ ତାଲିକାଭୁକ୍ତ ଆବଶ୍ୟକୀୟ ସହାୟକ କାଗଜ ପତ୍ର ସହିତ ଯେ କୌଣସି ତାଲିକାଭୁକ୍ତ ଆରଏସବିୱାଇ ଡାକ୍ତରଖାନାର ସହାୟତା କେନ୍ଦ୍ରରେ ଯୋଗାଯୋଗ କରିବା ଦରକାର
  • ଯଦି ରୋଗ ନିରୂପଣ ପରେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ, ତାହେଲେ ସହାୟତା କେନ୍ଦ୍ର ରୋଗୀଙ୍କୁ ସହାୟତା ପ୍ରଦାନ କରିବେ ଓ କାର୍ଯ୍ୟପଦ୍ଧତି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ପ୍ୟାକେଜ୍ ର  ତାଲିକାରେ ଅଛି କି ନା ସ୍ଥିର କରିବେ
  • ଯଦି କାର୍ଯ୍ୟପଦ୍ଧତି ତାଲିକାଭୁକ୍ତ ହୋଇନଥାଏ, ତାହେଲେ ସହାୟତା କେନ୍ଦ୍ରର ସହକାରୀ ଘରୋଇ ବୀମା କମ୍ପାନି ସହ ସେଇ କାର୍ଯ୍ୟପଦ୍ଧତିର ମୂଲ୍ୟ ବାବଦରେ ଯାଞ୍ଚ କରନ୍ତି ଏବଂ ସେହି ପରିମାଣ ହିତାଧିକାରୀଙ୍କ ଆରଏସବିୱାଇ କାର୍ଡରୁ କାଟି ନିଆଯାଏ
  • ଡାକ୍ତରଖାନାରୁ ଫେରିଲା ବେଳେ ଯାତାୟାତ ଖର୍ଚ୍ଚ ଦାବି କରାଯାଇପାରେ । ଏଥିପାଇଁ ହିତାଧିକାରୀଙ୍କୁ କୌଣସି ପ୍ରମାଣର ଆବଶ୍ୟକତା ପଡେ ନାହିଁ

ଆବଶ୍ୟକୀୟ ଦଲିଲ :

  • ଭୋଟର ପରିଚୟ ପତ୍ର, ରାସନ କାର୍ଡ ଭଳି ଯେ କୌଣସି ଫଟୋ ପରିଚୟ ପତ୍ର

ମମତା

ଯୋଜନାଟି କଣ : ଯୋଜନାଟି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ, ଯାହା ସେମାନଙ୍କୁ ଉନ୍ନତ ପୁଷ୍ଟି ଅନ୍ଵେଷଣ କରିବାରେ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଚରଣକୁ ପ୍ରୋତ୍ସାହିତ କରିବାରେ ସକ୍ଷମ କରିବ

ଲାଭ : ଚାରୋଟି କିସ୍ତିରେ ୫,୦୦୦/- ଟଙ୍କା

କିଏ ଯୋଗ୍ୟ:

  • ଦୁଇଟି ପିଲା ଜନ୍ମ ଦେବା ପର୍ଯ୍ୟନ୍ତ ଗର୍ଭବତୀ ମହିଳା
  • ୧୯ ବର୍ଷ କିମ୍ବା ତଦୁର୍ଦ୍ଧ ବଯସର ହୋଇଥିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଜଣେ ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡି କେନ୍ଦ୍ର (ଏଡବ୍ଲୁସି) କିମ୍ବା କ୍ଷୁଦ୍ର ଏଡବ୍ଲୁସିରେ ପଞ୍ଜୀକରଣ କରିବା ଦରକାର
  • ଗର୍ଭଧାରଣର ୬ ମାସ ଭିତରେ ନୂଆ ଗର୍ଭାବସ୍ଥାର ପଞ୍ଜୀକରଣ ଏଡବ୍ଲୁସିରେ କରିବା ଦରକାର
  • ଅଙ୍ଗନବାଡି କର୍ମୀ ପଦବୀ ଖାଲି ଥିଲେ, ହିତାଧିକାରୀ ନିକଟବର୍ତ୍ତୀ ଏଡବ୍ଲୁସିରେ ପଞ୍ଜୀକରଣ କରିବେ

ଆବଶ୍ୟକୀୟ ଦଲିଲ :

  • ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକରଣ
  • ସ୍ୱାସ୍ଥ୍ୟ କାର୍ଡ (ମମତା କାର୍ଡ)

ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ)

ଯୋଜନାଟି କଣ : ଏହି ଯୋଜନା ଜୀବନ ନାଶକାରୀ ରୋଗରେ ପୀଡିତ ଗରିବ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରେ

ଲାଭ : ଅସୁସ୍ଥତାର ପ୍ରକାର ଆଧାରରେ ୩୦,୦୦୦/- ଟଙ୍କାରୁ ୩,୦୦,୦୦୦/- ଟଙ୍କା ପର୍ଯ୍ୟନ୍ତ

କିଏ ଯୋଗ୍ୟ :

  • ଗ୍ରାମାଞ୍ଚଳରେ ୪୦,୦୦୦/- ଟଙ୍କା ଓ ସହରାଞ୍ଚଳରେ ୬୦,୦୦୦/- ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ବିପିଏଲ ପରିବାର ଗୁଡିକ
  • ପଞ୍ଜୀକୃତ ମାନସିକ ରୋଗ ଚିକିତ୍ସାଳୟ, ଆଶ୍ରୟଗୃହ, ଅନାଥାଶ୍ରମରୁ ପଠା ଯାଇଥିବା ବ୍ୟକ୍ତି, ଦୁର୍ଘଟଣାର ଶିକାର ଅଜଣା ବ୍ୟକ୍ତି
  • ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସବିୱାଇ) କାର୍ଡଧାରୀ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଓଏସଟିଏଫ ପାଇଁ ସହାୟକ ଦଲିଲ ସହ ନିର୍ଦ୍ଧାରିତ ଢାଞ୍ଚାରେ ଆବେଦନ ପତ୍ରକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା (ଡିଏଚଏଚ)ରେ ନିର୍ଦ୍ଦିଷ୍ଟ ନୋଡାଲ ଅଫିସରଙ୍କ ଠାରେ ଦାଖଲ କରାଯିବ
  • ଆବେଦନ ପତ୍ରକୁ ଡିଏଚଏଚରେ ଯାଞ୍ଚ କମିଟି ଦ୍ଵାରା ପରୀକ୍ଷା କରାଯାଏ ଓ ତାପରେ ଚିକିତ୍ସା ଅଧିକାରୀଙ୍କ ପାଖକୁ ପଠାଇ ଦିଆଯାଏ
  • ଯଦି କମିଟି ତାକୁ ଅନୁମୋଦନ କରେ ତାହେଲେ ଅନୁମୋଦିତ ରାଶିର ସୀମା ଭିତରେ ରୋଗୀର ଚିକିତ୍ସା ଡାକ୍ତରଖାନାରେ ମାଗଣାରେ କରାଯାଏ

ଆବଶ୍ୟକୀୟ ଦଲିଲ :

  • ଚିକିତ୍ସା ବିବରଣୀ

ନିମ୍ନଲିଖିତ ଜିନିଷର ସତ୍ୟ ଅନୁମୋଦିତ ନକଲ :

  • ଆବେଦନ ପତ୍ର
  • ତିନୋଟି ପାସପୋର୍ଟ ଫଟୋ
  • ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସବିୱାଇ) କାର୍ଡ
  • ବିପିଏଲ କାର୍ଡ
  • ଆୟ ପ୍ରମାଣ ପତ୍ର

ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)

ଯୋଜନାଟି କଣ : ଏହି ଯୋଜନାର ଲକ୍ଷ୍ୟ ହେଉଛି କୃଷକ ପରିବାର ଗୁଡିକୁ ଗୁଣାତ୍ମକ ଚିକିତ୍ସା ସେବା ତଥା ଡାକ୍ତରଖାନାରେ ଭର୍ତ୍ତି ହେବାର ସୁବିଧା ସୁଯୋଗକୁ ଉନ୍ନତ କରିବା

ଲାଭ :

  • ବାର୍ଷିକ ଜୀବନ ବୀମା ସୁରକ୍ଷା ସହିତ ୧,୦୦,୦୦୦/- ଟଙ୍କା
  • ଏହି ଯୋଜନାରେ ପଞ୍ଜୀକୃତ କୃଷକ ପରିବାରର ସଦସ୍ୟମାନଙ୍କୁ ତାଲିକାଭୁକ୍ତ ଡାକ୍ତରଖାନା ମାନଙ୍କରେ ମାଗଣାରେ ଚିକିତ୍ସା କରାଯିବ
  • ଡାକ୍ତରଖାନା ଗୁଡିକ ଚିକିତ୍ସା ଓ ଅସ୍ତ୍ରୋପଚାର ଖର୍ଚ୍ଚ ପ୍ରଦାନ କରିବେ, ଯାହା ସେମାନକୁ ଫେରେଇ ଦିଆଯିବ

କିଏ ଯୋଗ୍ୟ :

  • ଚାଷୀ ଏବଂ ତାଙ୍କ ପରିବାରର ୫ ଜଣ ପର୍ଯ୍ୟନ୍ତ ସଦସ୍ୟ

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • କୃଷି ବିଭାଗର କୃଷକ ସାଥି ତାଙ୍କ ନିର୍ଦ୍ଧାରିତ ଅଞ୍ଚଳରେ କୃଷକମାନଙ୍କୁ ଚିହ୍ନଟ କରିବେ
  • ଗ୍ରାମ କୃଷି କର୍ମୀ ବା କୃଷି ପରିଦର୍ଶକ, ଯିଏ ଏଫକେଓ (କ୍ଷେତ୍ର ମୁଖ୍ୟ ଅଧିକାରୀ) ଭାବରେ କମ କରନ୍ତି, ତାଲିକାକୁ ଅନୁମୋଦନ କରିବେ
  • କୃଷକ, ବ୍ଲକ କିମ୍ବା ଜିଲ୍ଲା କୃଷି ଅଫିସରୁ ଆବେଦନ ପତ୍ର ସଂଗ୍ରହ କରି ପୂରଣ କରିବେ
  • ଓଏସଟିଏଫ ଓ ଆରଏବିୱାଇ ଅଧୀନରେ ତାଲିକାଭୁକ୍ତ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନା ଗୁଡିକ ବିକେକେୱାଇ ଅଧୀନରେ ତାଲିକାଭୁକ୍ତ ବିବେଚିତ ହେବେ

ଆବଶ୍ୟକୀୟ ଦଲିଲ :

  • ବୃତ୍ତି ପ୍ରମାଣ ପତ୍ର (କୃଷକ ଭାବରେ)
  • ପରିଚୟ ପତ୍ର
  • ଆରଏସବିୱାଇ କାର୍ଡ
  • ତିନୋଟି ପାସପୋର୍ଟ ସାଇଜର ଫଟୋ
  • ଆବେଦନ ପତ୍ର

 

ଆର୍ଥିକ ଯୋଜନା

ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ)

ଯୋଜନାଟି କଣ : ପିଏମଜେଡିୱାଇ ଆର୍ଥିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହନ ଦେବାପାଇଁ, ବ୍ୟାଙ୍କ କାରବାର, ସଂଚୟ ଓ ଜମା ହିସାବଖାତା, ଅର୍ଥପ୍ରେରଣ, ଗଚ୍ଛିତ ଅର୍ଥର ପରିମାଣ, ବୀମା ଓ ପେନସନ ଭଳି ଆର୍ଥିକ ସେବା ଗୁଡିକର ସୁଯୋଗକୁ ସୁନିଶ୍ଚିତ କରେ ।

ଲାଭ :

  • ପିଏମଜେଡିୱାଇ ଜମାଖାତା କୌଣସି ବ୍ୟାଙ୍କର ଶାଖାରେ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ଖୋଲା ଯାଇପାରିବ ଏବଂ ଏହା ଶୂନ୍ୟ ବାକି ସହିତ ଖୋଲା ଯାଇପାରିବ । କିନ୍ତୁ, ଯଦି ଜମାଖାତାଧାରୀ ଚେକ୍ ବହି ନେବାକୁ ଚାହିଁବେ, ତାହେଲେ ସେ ସର୍ବନିମ୍ନ ବାକି ମାନଦଣ୍ଡ ପୂରଣ କରିବା ଦରକାର , ଯାହା ବିଭିନ୍ନ ବ୍ୟାଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଥାଏ ।
  • ସଂଚୟ ଉପରେ ସୁଧ ପ୍ରଦାନ କରାଯାଏ
  • ୧,୦୦,୦୦୦/- ଟଙ୍କାର ଦୁର୍ଘଟଣା ଜନିତ ବୀମା ସୁରକ୍ଷା
  • ୩୦,୦୦୦/- ଟଙ୍କାର ଜୀବନ ବୀମା ସୁରକ୍ଷା
  • ଭାରତସାରା ଅର୍ଥର ସହଜ ସ୍ଥାନାନ୍ତର
  • ସରକାରୀ ଯୋଜନା ଗୁଡିକର ହିତାଧିକାରୀମାନେ ଏହିସବୁ ଖାତାରେ ସିଧା ସଳଖ ସ୍ଥାନାନ୍ତରର ସୁବିଧା ପାଇବେ
  • ଆକାଉଣ୍ଟ ଖୋଲିବାର ୬ ମାସ ପରେ, ଜମା ଠାରୁ ଅଧିକ ଉଠାଣର ସୁବିଧା ପାଇଁ ଅନୁମତି ଦିଆଯିବ
  • ଜଣେ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ, ପ୍ରତି ପରିବାରର ଜଣକର ଜମାଖାତାରେ ଜମାଠାରୁ ଅଧିକ ଉଠାଣର ସୁବିଧା ଦିଆଯିବ
  • ରୁପେ ଡେବିଟ କାର୍ଡକୁ ୪୫ ଦିନରେ ଅନ୍ତତଃ ଥରେ ବ୍ୟବହାର କରିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଆଗ୍ରହୀ ହିତାଧିକାରୀ ଆବଶ୍ୟକୀୟ ସହାୟକ ଦଲିଲ ସହ ଆବେଦନ ପତ୍ରକୁ ଦାଖଲ କରିବା ପାଇଁ ବ୍ୟାଙ୍କକୁ ଆସିବା ଦରକାର
  • ବ୍ୟାଙ୍କ କର୍ମଚାରୀ ତାଙ୍କୁ ଖାତା ଖୋଲିବାରେ ସହାୟତା କରିବେ

ଆବଶ୍ୟକୀୟ ଦଲିଲ :

  • ଯଦି ବ୍ୟକ୍ତିଙ୍କ ଆଧାର କାର୍ଡ ଅଛି, ତାହେଲେ ଅନ୍ୟ କୌଣସି କାଗଜ ପତ୍ରର ଅବଶ୍ୟକତା ନାହିଁ
  • ଯଦି ବ୍ୟକ୍ତିଙ୍କର ଆଧାର କାର୍ଡ ନାହିଁ, ତାହେଲେ ନିମ୍ନଲିଖିତ ଯେ କୌଣସି ଗୋଟିଏ ଔପଚାରିକ ଭାବରେ ବୈଧ ଦଲିଲ (ଓଭିଡି) ଆବଶ୍ୟକ : ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ପାସପୋର୍ଟ, ଏମଜିଏନଆରଇଜିଏସ ( ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) କାର୍ଡ
  • ଯଦି ଜଣେ ବ୍ୟକ୍ତିର ଉପର ବର୍ଣିତ କୌଣସି ଓଭିଡି ନାହି, କିନ୍ତୁ ସେଇ ବ୍ୟକ୍ତି ବ୍ୟାଙ୍କ ଦ୍ଵାରା ଅନୁନ୍ନତ ଶ୍ରେଣୀର ବୋଲି ଚିହ୍ନଟ ହୋଇଥିବେ, ତାହେଲେ ସେ ନିମ୍ନଲିଖିତ କୌଣସି ଦଲିଲ ଦେଇ ବ୍ୟାଙ୍କ ଖାତା ଖୋଲିପାରିବେ : କେନ୍ଦ୍ର ବା ରାଜ୍ୟ ସରକାରଙ୍କ ବିଭାଗ ଗୁଡିକ, ବୈଧାନିକ ବା ନିୟାମକ ସଂସ୍ଥା, ସରକାରୀ କ୍ଷେତ୍ରର ଉଦ୍ୟୋଗ, ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କ ଏବଂ ସରକାରୀ ବିତ୍ତୀୟ ଅନୁଷ୍ଠାନ ଗୁଡିକ ଦ୍ଵାରା ଜାରି କରାଯାଇଥିବା  ଆବେଦନକାରୀଙ୍କ ଫଟୋ ଥିବା ପରିଚୟ ପତ୍ର
  • ଆବେଦନକାରୀଙ୍କ ଫଟୋକୁ ପ୍ରତି ସ୍ଵାକ୍ଷର ପ୍ରଦାନ ସହ ଜଣେ ଗେଜେଟେଡ୍ ଅଫିସରଙ୍କ ଦ୍ଵାରା ଦିଆଯାଇଥିବା ଚିଠି

 

ସୁକନ୍ୟା ସମୃଦ୍ଧି ଯୋଜନା ବା ଜମାଖାତା (ଏସଏସୱାଇ)

ଯୋଜନାଟି କଣ : ଏସଏସୱାଇ, ଭାରତରେ ଝିଅମାନଙ୍କ ଉଜ୍ଜ୍ବଳ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନର ଅଂଶ ବିଶେଷ ଭାବରେ ଝିଅ ମାନଙ୍କ ପାଇଁ ଏକ କ୍ଷୁଦ୍ର ସଂଚୟ ନିବେଶ ପ୍ରଦାନ କରେ ।

ଲାଭ :

  • ବର୍ଷକୁ ୯.୨ ପ୍ରତିଶତ ହାରରେ ସୁଧ ପ୍ରଦାନ କରାଯାଏ
  • ପ୍ରତି ବର୍ଷ ଏପ୍ରିଲ ମାସରେ ସୁଧହାର ସଂଶୋଧିତ ହୁଏ
  • ବର୍ଷକୁ ଥରେ ସୁଧ ମିଶେଇଦିଆଯିବ ଓ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିଦିଆଯିବ
  • କନ୍ୟା ସନ୍ତାନଟି ଭାରତର ଯେ କୌଣସି ଜାଗାକୁ ସ୍ଥାନାନ୍ତର କଲେ ମଧ୍ୟ ବ୍ୟାଙ୍କ ଖାତାଟି ମୂଳ ଜାଗାରୁ ସ୍ଥାନାନ୍ତର କରାଯାଇପାରିବ ।

କିଏ ଯୋଗ୍ୟ :

  • ଜଣେ ଝିଅ ଜନ୍ମ ହେବାଠାରୁ ତାକୁ ୧୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ତାର ଜନ୍ମ କଲା ବାପା ମା’ କିମ୍ବା ଆଇନସମ୍ମତ ଅଭିଭାବକ, ଝିଅ ନାଁରେ ବ୍ୟାଙ୍କରେ ଜମାଖାତା ଖୋଲିବା ପାଇଁ ଯୋଗ୍ୟ ଅଟନ୍ତି
  • ପ୍ରତି କନ୍ୟା ସନ୍ତାନ ପାଇଁ ଜମାକାରୀ କେବଳ ଗୋଟିଏ ଜମାଖାତା ଖୋଲି ପାରିବେ ଓ ଚଳେଇପାରିବେ
  • ଜନ୍ମ କଲା ବାପା ମା’ କିମ୍ବା ଆଇନସମ୍ମତ ଅଭିଭାବକ ସର୍ବାଧିକ ଦୁଇଟି ଝିଅ ପାଇଁ ଜମାଖାତା ଖୋଲି ପାରିବେ
  • ତୃତୀୟ ଜମାଖାତା ଖୋଲା ଯାଇପାରିବ, ଯଦି ଜନ୍ମ କଲା ବାପା ମା’ କିମ୍ବା ଆଇନସମ୍ମତ ଅଭିଭାବକଙ୍କର ପ୍ରଥମ କନ୍ୟା ସନ୍ତାନ ଜନ୍ମ ପରେ ଜାଆଁଳା  ଦୁଇଟି ଝିଅ କିମ୍ବା ପ୍ରଥମରୁ ତିନୋଟି ଝିଅ ଜନ୍ମ ହୁଅନ୍ତି

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ସୁକନ୍ୟା ସମୃଦ୍ଧି ଜମାଖାତା କୌଣସି ସ୍ଵୀକୃତିପ୍ରାପ୍ତ (ଭାରତୀୟ ଷ୍ଟେଟ ବ୍ୟାଙ୍କ, ବରୋଦା ବ୍ୟାଙ୍କ, ପଞ୍ଜାବ ନେଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆହ୍ଳାବାଦ ବ୍ୟାଙ୍କ ଇତ୍ୟାଦି) କିମ୍ବା ଡାକଘରେ ଖୋଲା ଯାଇପାରିବ
  • ସହାୟକ ଦଲିଲ ସହ ଆବେଦନ ପତ୍ରକୁ ସମ୍ପୃକ୍ତ ବ୍ୟାଙ୍କ ବା ଡାକଘରେ ଦାଖଲ କରାଯିବା ଦରକାର
  • ସର୍ବନିମ୍ନ ୧,୦୦୦/- ଟଙ୍କାରେ ବ୍ୟାଙ୍କ ଖାତା ଖୋଲା ଯାଇପାରିବ

ଆବଶ୍ୟକୀୟ ଦଲିଲ :

  • କନ୍ୟା ସନ୍ତାନର ଜନ୍ମ ପ୍ରମାଣ ପତ୍ର
  • ଅଭିଭାବକଙ୍କ ଠିକଣା ଓ ଫଟୋ ପରିଚୟ ପତ୍ର

 

ବୀମା ଯୋଜନା

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ)

ଯୋଜନାଟି କଣ : ପିଏମଜେଜେବିୱାଇ ଏକ ବର୍ଷୀକିଆ ଜୀବନ ବୀମା ଯୋଜନା, ଯାହା ପ୍ରତି ବର୍ଷ ନବୀକରଣକ୍ଷମ ଅଟେ ଓ ଯେ କୌଣସି କାରଣରୁ ମୃତ୍ୟୁ ହେଲେ ଜୀବନ ବୀମା ସୁରକ୍ଷା ପ୍ରଦାନ କରେ

ଲାଭ :

  • ବ୍ୟକ୍ତିର ମୃତ୍ୟୁ ହେଲେ ୨,୦୦,୦୦୦/- ଟଙ୍କା ପ୍ରଦାନ କରାଯିବ
  • ବର୍ଷକୁ ବୀମା କିସ୍ତି ପରିମାଣ ୩୩୦/- ଟଙ୍କା (ସମସ୍ତ ସେବାକର ଓ ପ୍ରଶାସନିକ କର ସହିତ)

କିଏ ଯୋଗ୍ୟ :

  • ହିତାଧିକାରୀଙ୍କ ବୟସ ୧୮ ବର୍ଷରୁ ୫୦ ବର୍ଷ ଭିତରେ ହୋଇଥିବା ଦରକାର
  • ହିତାଧିକାରୀ ଯୋଜନାରେ ଯୋଗ ଦେବା ପାଇଁ ତାଲିକାଭୁକ୍ତ ଅବଧି ଭିତରେ ସମ୍ମତି ପ୍ରଦାନ କରିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ସମ୍ଭାବ୍ୟ ହିତାଧିକାରୀ ଆବଶ୍ୟକୀୟ କାଗଜ ପତ୍ର ସହ ତାଙ୍କ ସଂଚୟ ଜମାଖାତା ଥିବା ବ୍ୟାଙ୍କ ସହିତ ଯୋଗାଯୋଗ କରିପାରିବେ

ଆବଶ୍ୟକୀୟ ଦଲିଲ :

  • ଆଧାର କାର୍ଡର ନକଲ

 

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ)

ଯୋଜନାଟି କଣ : ପିଏମଏସବିୱାଇ ଏକ ବର୍ଷୀକିଆ ଦୁର୍ଘଟଣା ବୀମା ଯୋଜନା ଅଟେ, ଯାହା ବର୍ଷକୁ ବର୍ଷ ନବୀକରଣକ୍ଷମ ଅଟେ ଏବଂ କୌଣସି ଦୁର୍ଘଟଣା ଯୋଗୁ ମୃତ୍ୟୁ କିମ୍ବା ଭିନ୍ନକ୍ଷମତାର ସୁରକ୍ଷା ପ୍ରଦାନ କରେ ।

ଲାଭ :

  • ପଲିସିଧାରୀଙ୍କ ମୃତ୍ୟୁ ହେଲେ, ମନୋନୀତ ବ୍ୟକ୍ତି ୨,୦୦,୦୦୦/- ଟଙ୍କା ପାଇବେ
  • ଦୁଇଟି ଆଖି କିମ୍ବା ଦୁଇଟି ଯାକ ହାତ କିମ୍ବା ଗୋଡର ବ୍ୟବହାର ସମ୍ପୂର୍ଣ ଓ ଅପୂରଣୀୟ ଭାବରେ କିମ୍ବା ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରେଇଲେ କିମ୍ବା ଗୋଟିଏ ହାତ କିମ୍ବା ଗୋଡର ବ୍ୟବହାର ହରେଇଲେ, ମନୋନୀତ ବ୍ୟକ୍ତି ୨,୦୦,୦୦୦/- ଟଙ୍କା ପାଇବେ
  • ଗୋଟିଏ ଆଖିର ଦୃଷ୍ଟିଶକ୍ତି କିମ୍ବା ଗୋଟିଏ ହାତ କିମ୍ବା ଗୋଡର ବ୍ୟବହାର ସମ୍ପୂର୍ଣ ଓ ଅପୂରଣୀୟ ଭାବରେ ହରେଇଲେ ମନୋନୀତ ବ୍ୟକ୍ତି ୧,୦୦,୦୦୦/- ଟଙ୍କା ପାଇବେ
  • ବୀମା କିସ୍ତି ବର୍ଷକୁ ୧୨/- ଟଙ୍କା ଅଟେ

କିଏ ଯୋଗ୍ୟ :

  • ୧୮ ବର୍ଷରୁ ୭୦ ବର୍ଷ ବୟସର ବ୍ୟକ୍ତିବିଶେଷ
  • ବ୍ୟକ୍ତିଙ୍କର ପିଏମଏସବିୱାଇ ଅଂଶଗ୍ରହଣକାରୀ ବ୍ୟାଙ୍କରେ ଏକ ସଂଚୟ ଜମାଖାତା ମଧ୍ୟ ଥିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଯୋଗ୍ୟ ବ୍ୟକ୍ତି ଯେଉଁ ବ୍ୟାଙ୍କରେ ତାଙ୍କ ଜମାଖାତା ଖୋଲିଛନ୍ତି, ଆବଶ୍ୟକ କାଗଜ ପତ୍ର ସହ ସେଇ ବ୍ୟାଙ୍କକୁ ଯାଇପାରିବେ ଏବଂ ବ୍ୟାଙ୍କ କର୍ମକର୍ତ୍ତା ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ

ଆବଶ୍ୟକୀୟ ଦଲିଲ :

  • ଆଧାର କାର୍ଡର ନକଲ

 

ଅନ୍ୟାନ୍ୟ ଯୋଜନା

ନିଃଶୁଳ୍କ ଓ ଦକ୍ଷ ଆଇନ ସହାୟତା

ଯୋଜନାଟି କଣ : ନିରାଶ୍ରୟ, ଦରିଦ୍ର ଓ ନିଷ୍ପେସିତ ବ୍ୟକ୍ତିମାନଙ୍କୁ ନିଃଶୁଳ୍କ ଆଇନ ସେବା ପ୍ରଦାନ କରାଯାଏ

ଲାଭ :

  • କୋର୍ଟ ଫି, ପ୍ରକ୍ରିୟା ଫି ଏବଂ ଆଇନ କାର୍ଯ୍ୟଧାରାରେ ଦେବାକୁ ପଡୁଥିବା କିମ୍ବା ଲାଗୁଥିବା ସମସ୍ତ ଖର୍ଚ୍ଚର ପ୍ରଦାନ
  • ଆଇନ କାର୍ଯ୍ୟ ପାଇଁ ମହକିଲଙ୍କୁ ଜଣେ ଓକିଲ ଯୋଗାଇ ଦିଆଯାଏ
  • ମହକିଲଙ୍କ ପାଇଁ ଆଦେଶ ଓ ଅନ୍ୟ ଦଲିଲ ଗୁଡିକର ପ୍ରମାଣ ଯୋଗ୍ୟ ନକଲ ଆହରଣ କରାଯାଏ
  • ପୁନର୍ବିଚାର ପାଇଁ ଆବେଦନ ଓ ଦଲିଲ ଗୁଡିକର ଅନୁବାଦ ପ୍ରସ୍ତୁତ କରାଯାଏ

କିଏ ଯୋଗ୍ୟ :

  • ମହିଳା ଓ ଶିଶୁମାନେ
  • ଏସସି/ଏସଟି ଗୋଷ୍ଠୀର ସଦସ୍ୟ
  • କାରଖାନା ଶ୍ରମିକ
  • ଗଣ ବିପର୍ଯୟ, ହିଂସା, ବନ୍ୟା, ମରୁଡି, ଭୂମିକମ୍ପ, ଶିଳ୍ପାଞ୍ଚଳ ବିପର୍ଯୟର ପୀଡିତ ବ୍ୟକ୍ତି
  • ଭିନ୍ନକ୍ଷମ ବ୍ୟକ୍ତି
  • ଅଟକ ଥିବା ବ୍ୟକ୍ତି
  • ବାର୍ଷିକ ଆୟ ୧,୦୦,୦୦୦/- ଟଙ୍କାରୁ କମ ଥିବା ବ୍ୟକ୍ତି

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଯୋଗ୍ୟ ହିତାଧିକାରୀ ସହାୟକ ଦଲିଲ ଗୁଡିକର ନକଲ ସହ ଗୋଟିଏ ଫର୍ମରେ ମାମଲାର ସତ୍ୟ ଉଲ୍ଲେଖ କରି ସଦସ୍ୟ ସଚିବ, ରାଜ୍ୟ ଆଇନ ସେବା ପ୍ରାଧିକରଣ କିମ୍ବା ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ଆବେଦନ କରି ପାରିବେ

ଆବଶ୍ୟକୀୟ ଦଲିଲ :

  • ଘଟଣା ବିବରଣୀ ଫର୍ମ ଦାଖଲ କରାଯିବ
  • ମାମଲାର ପ୍ରଯୁଜ୍ୟ ଦଲିଲ ଗୁଡିକର ନକଲ

 

ଗୃହ ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କ (କର୍ମ ନିଯୁକ୍ତି ନିୟାମକ ଓ ସେବା ସର୍ତ୍ତାବଳୀ-ଆରଇ ଏବଂ ସିଏସ) ଅଧିନିୟମ ୧୯୯୬

ଯୋଜନାଟି କଣ : ଏହି ଯୋଜନାଟି ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ କର ଯାଇଥିଲା

ଲାଭ :

  • ଜୀବନ ବୀମା
  • ପ୍ରସୂତିକାଳୀନ ସୁବିଧା
  • ଶିକ୍ଷାବୃତ୍ତି
  • ଯନ୍ତ୍ରପାତି ଓ ଉପକରଣ କିଣିବା ପାଇଁ ପାଣ୍ଠି
  • ଗୃହ ନିର୍ମାଣ ଋଣ

କିଏ ଯୋଗ୍ୟ :

  • ୧୮ ବର୍ଷରୁ ୫୯ ବର୍ଷ ବୟସ ବର୍ଗର ନିର୍ମାଣ ଶ୍ରମିକ
  • କୌଣସି ଗୃହ ନିର୍ମାଣ କାର୍ଯ୍ୟରେ ୯୦ ଦିନରୁ ଅଧିକ କର୍ମ ନିଯୁକ୍ତି ପାଇଥିବା କିମ୍ବା ପୂର୍ବବର୍ତ୍ତୀ ୧୨ ମାସ ଭିତରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ବ୍ୟକ୍ତି ବିଶେଷ
  • ଆଗ୍ରହୀ ହିତାଧିକାରୀ କୌଣସି କଲ୍ୟାଣ ପାଣ୍ଠିର ସଦସ୍ୟ ହୋଇନଥିବା ଦରକାର

ସମ୍ପୃକ୍ତ କାର୍ଯ୍ୟପଦ୍ଧତି :

  • ଆବଶ୍ୟକୀୟ ସହାୟକ ଦଲିଲ ଗୁଡିକ ସହ ସମ୍ପୂର୍ଣ ଆବେଦନ ପତ୍ରକୁ ନିବନ୍ଧକଙ୍କ ଅଫିସରେ ଦାଖଲ କରାଯିବା ଦରକାର
  • ଆବେଦନ ପତ୍ର ସହିତ ୫୦/- ଟଙ୍କାର ପଞ୍ଜୀକରଣ ଫି ଦାଖଲ କରିବାକୁ ହେବ
  • କୌଣସି କଲ୍ୟାଣ ବୋର୍ଡ ବା ପାଣ୍ଠିର ସଦସ୍ୟ, ଏସସି/ଏସଟି କିମ୍ବା ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ, ବିପିଏଲ/ଏଏୱାଇ କାର୍ଡ, ସଂଖ୍ୟା ଲଘୁ, ଆନ୍ତଃ ରାଜ୍ୟ ସ୍ଥାନାନ୍ତରୀ ଶ୍ରମିକ ବାବଦରେ ଆତ୍ମ ଘୋଷଣା ପତ୍ର

ଆବଶ୍ୟକୀୟ ଦଲିଲ :

  • ମନୋନୀତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଥିବା ଓ ଆବେଦନକାରୀଙ୍କ ଦ୍ଵାରା ଠିକ ଭାବରେ ସ୍ଵାକ୍ଷର କରାଯାଇଥିବା ମନୋନୟନ ଫର୍ମ ଏକ୍ସଏକ୍ସଏକ୍ସଆଇ
  • ଜନ୍ମ ପ୍ରମାଣ ପତ୍ର
  • ତିନୋଟି ପାସପୋର୍ଟ ସାଇଜ ଫଟୋ
  • ଆବେଦନକାରୀ ଜଣେ ନିର୍ମାଣ ଶ୍ରମିକ ବୋଲି ଗ୍ରାମ ପରିଷଦ କିମ୍ବା ୱାର୍ଡ ଅଧ୍ୟକ୍ଷଙ୍କ ଠାରୁ ପ୍ରମାଣ ପତ୍ର
  • ବ୍ୟାଙ୍କ ଜମାଖାତାର ପ୍ରଥମ ପୃଷ୍ଠାର ନକଲ

ଆଧାର: ଓଡିଶା ସରକାର

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate