ପରିମଳ ବ୍ୟବସ୍ଥାର ଉନ୍ନତି ଗ୍ରାମ୍ୟସ୍ତରରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ବୃଦ୍ଧି ତଥା ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଭାରତ ସରକାର ୨ ଅକ୍ଟୋବର ୨୦୧୪ ରୁ “ ସ୍ଵଚ୍ଛ ଭାରତ ମିଶନ “( ଗ୍ରାମୀଣ)ର ଶୁଭାରମ୍ଭ କରୁଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ଵପ୍ନ ଥିଲା, ଭାରତକୁ ଏକ ସ୍ଵଚ୍ଛ ଏବଂ ସୁସ୍ଥ ରାଷ୍ଟ୍ର ରୂପେ ଗଠନ କରିବା । ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଆମ ଦେଶକୁ ୨୦୧୯ ସୁଦ୍ଧା ଏକ ସ୍ଵଚ୍ଛ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ଏହି ଅଭିଯାନକୁ ବ୍ୟାପକ ତଥା ସଂପ୍ରସାରିତ କରି ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ମଳମୁକ୍ତ କରିବା ପାଇଁ ଏହି ମିଶନ ମାଧ୍ୟମରେ ଚେଷ୍ଟା କରାଯାଉଛି । ଏଥିସହିତ ଗ୍ରାମାଞ୍ଚଳର ସମସ୍ତ କଠିନ ଓ ତରଳ ଅଳଆ ଆବର୍ଜନାର ନିଷ୍କାସନ ଓ ପରିଚାଳନାକୁ ଗୁରୁତ୍ଵ ପ୍ରଦାନ କରାଯାଉଛି । ଅଭିଯାନର ମୁଖ୍ୟ ଲକ୍ଷ୍ୟ ଶୌଚାଳୟ ନିର୍ମାଣ ଓ ଏହାର ବ୍ୟବହାର ଦ୍ଵାରା ସୁରକ୍ଷିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା । ଗ୍ରାମ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ଖୋଲାସ୍ଥାନରେ ମଳତ୍ୟାଗରୁ ମୁକ୍ତ କରିବା । ଗ୍ରାମର ରାସ୍ତାଘାଟ ପରିଷ୍କାର ତଥା କଠିନ ଏବଂ ତରଳ ବର୍ଜ୍ୟବସ୍ତୁର ସଠିକ୍ ନିଷ୍କାସନ ଓ ପରିଚାଳନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା । ଗ୍ରାମ/ ପଞ୍ଚାୟତଗୁଡିକୁ ନିର୍ମଳ ଗ୍ରାମର ମାନ୍ୟତା ଦେବା ପାନୀୟ ଜଳର ନିରାପଦ ବ୍ୟବହାର ଓ ସଂରକ୍ଷଣ କରିବା ଲୋକମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା କେଉଁମାନେ ଏହି ସୁବିଧା ପାଇପାରିବେ ସମସ୍ତ ବିପିଏଲ୍ ପରିବାର ଚିହ୍ନିତ ଏପିଏଲ୍ ପରିବାର ଯଥା ଅନୁସୂଚୀତ ଜାତି/ଜନଜାତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଘରବାଡି ଥିବା ଭୂମିହୀନ ଶ୍ରମିକ ଭିନ୍ନକ୍ଷମ ବ୍ୟକ୍ତି ମହିଳା ପରିଚାଳିତ ପରିବାର କେମିତି କରିବେ ହିତାଧିକାରୀ ନିଜ ଖର୍ଚ୍ଚରେ କିମ୍ବା ସରକାରୀ ପ୍ରୋତ୍ସାହନ ରାଶିରେ କରିପାରିବେ । ଗୋଷ୍ଠୀର ମିଳିତ ସହଯୋଗରେ (ସି.ଏଲ୍.ଟି.ଏସ୍ ମାଧ୍ୟମରେ) ପାଇଖାନା ବ୍ୟବହାରର ମହତ୍ଵ ବୁଝି ନିଷ୍ପତ୍ତି ନେଇପାରିବେ । ଯଦି ସରକାରୀ ପ୍ରୋତ୍ସାହନ ରାଶିର ଆବଶ୍ୟକତା ବୋଧ କରନ୍ତି ତେବେ ନିମ୍ନଲିଖିତ ମାଧ୍ୟମରେ କରିପାରିବେ । ଗ୍ରାମ ପଞ୍ଚାୟତ ମାଧ୍ୟମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ନିଜେ ମଧ୍ୟ କରିପାରିବେ । ଘରୋଇ ପାଇଖାନା ପାଇଁ ସାମଗ୍ରୀ ଓ ମୂଲ୍ୟ ଘରୋଇ ପାଇଖାନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଇଟା, ବଲି, ସିମେଣ୍ଟ, ଚିପ୍ସ, ସିମେଣ୍ଟ ରିଙ୍ଗ, କଭର ସ୍ଲାବ୍, ଆଜବେଷ୍ଟସ୍ ବା ସ୍ଲାବ୍ ଛାତ, ସେରାମିକ୍ ପ୍ୟାନ(ରୁରାଲ), ପି.ଭି.ସି ପାଇପ୍ ଓ ଫିଟିଙ୍ଗସ୍, କବାଟ ଇତ୍ୟାଦି । ଘରୋଇ ପାଇଖାନାର ଅଟକଳ ମୂଲ୍ୟ -୧୨,୦୦୦ ଟଙ୍କା ହିତାଧିକାରୀ ଚାହିଁଲେ ସରକାରଙ୍କ ସହାୟତା ରାଶି ସହିତ ନିଜେ ଅଧିକ ଖର୍ଚ୍ଚ କରିବା ଉନ୍ନତ ମାନର ପାଇଖାନା କରିପାରିବେ । ଲିଚ୍ ପିଟ୍ ପାଇଖାନା ସମ୍ବନ୍ଧରେ କେତେକ ଜାଣିବା କଥା ଜଳଉତ୍ସଠାରୁ ଅତି କମ୍ ରେ ପିଟ୍ ବା ଶୋଷକ ଖାତର ଦୂରତା ୧୦ମିଟର ବା ୩୩ ଫୁଟ ହେବା ଉଚିତ୍ । ପିଟ୍ ବା ଶୋଷକ ଖାତର ଗଭୀରତା ୪ ଫୁଟରୁ ଅଧିକ ହେବା ଅନୁଚିତ୍ । ପିଟ୍ ର ଗଭୀରତା ଅଧିକ ହେଲେ ଏହା ଭୂତଳ ଜଳକୁ ସଂକ୍ରମଣ କରିପାରେ । ଏହା ଏକ ଗନ୍ଧମୁକ୍ତ ପାଇଖାନା ଅଟେ । ଏଣୁ ଏହାକୁ ଘର ପାଖରେ ତିଆରି କରାଯାଇପାରିବ । ଏହି ପାଇଖାନାରେ ଭେଣ୍ଟ ପାଇପ୍/ ଗନ୍ଧ ନିର୍ଗମ ନଳୀ ବ୍ୟବହାର କରିବା ଅନୁଚିତ । ଲିଚ୍ ପିଟ୍ ପାଇଖାନାରେ ଗ୍ରାମୀଣ ପ୍ୟାନ ବ୍ୟବହାର କଲେ କମ୍ ପାଣି ଖର୍ଚ୍ଚ ହୋଇଥାଏ । ପ୍ୟାନ୍ ଭିତରକୁ ଫିନାଇଲ୍/ ସାବୁନ୍ ଫେଣ/ ଏସିଡ ଇତ୍ୟାଦି ପଦାର୍ଥ ଢାଳିବା ଅନୁଚିତ୍ । ପାଇଖାନା କିପରି ବ୍ୟବହାର କରିବା ପାଇଖାନା ବ୍ୟବହାର ପୂର୍ବରୁ ପ୍ୟାନକୁ ଓଦା କରି ବ୍ୟବହାର କଲେ ଏହା ଅଳ୍ପ ପାଣିରେ ସଫା ହୋଇପାରିବ । ପାଇଖାନାରେ ଶୌଚ ହେଲାପରେ ହାତକୁ ଭଲ ଭାବେ ସାବୁନ୍ ରେ ଧୁଅନ୍ତୁ । ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ । ଦରକାରରୁ ଅଧିକ ପାଣି ପାଇଖାନାରେ ଢାଳନ୍ତୁ ନାହିଁ । ଆଧାର – ଓଡ଼ିଶା ରାଜ୍ୟ ଜଳ ଓ ପରିମଳ ମିଶନ