অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵଜଳଧାରା ଯୋଜନା

ଯୋଜନାର ଉଦ୍ଦେଶ୍ୟ

ଗ୍ରାମଞ୍ଚଳରେ ନିରାପଦ ପାନୀୟ ଜଳର ବ୍ୟବସ୍ଥାକୁ ସାଧାରଣ ଲୋକମାନଙ୍କ ନିମନ୍ତେ ସୁନିଶ୍ଚିତ କରିବା ହେଉଛି ସ୍ଵଜଳଧାରା ଯୋଜନାର ଉଦ୍ଦେଶ୍ୟ ।

ସାଧାରଣତଃ ଏହି ଯୋଜନା ଗ୍ରାମ,ସାହି ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟକାରୀ ହୋଇଥାଏ ।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ  ପଲ୍ଲୀସଭା ମାଧ୍ୟମରେ ଗ୍ରାମ/ସାହି ଚିହ୍ନଟ କରାଯାଏ ଓ ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀଙ୍କୁ ଆବେଦନ କରାଯାଏ ।

ସାହାଯ୍ୟର ପରିମାଣ

ସଂପୂର୍ଣ୍ଣ ପ୍ରକଳ୍ପର ଖର୍ଚ୍ଚକୁ ଶତକଡା ୧୦ଭାଗକୁ ଗୋଷ୍ଠୀକୁ ବହନ କରିବାକୁ ପଡିଥାଏ । ଅବଶିଷ୍ଟ ସରକାରୀ ଅନୁଦାନ ମାଧ୍ୟମରେ ହୋଇଥାଏ । ପାଇପ ଜଳ ଯୋଗାଣ ଯୋଜନା ପାଇଁ ସାଧାରଣ ବର୍ଗ ୧୦ ପ୍ରତିଶତ ବହନ କରୁଥିବା ସମୟରେ ଅନୁସୂଚିତ ଜାତି ଓ ଜନଜାତି ବସତିରେ ଗୋଷ୍ଠୀ ଶତକଡା ୫ ଭାଗ ଖର୍ଚ୍ଚ ବହନ କରିଥାନ୍ତି । ଗୋଷ୍ଠୀର ସହଯୋଗକୁ ଭରଣା କରିବା ପାଇଁ ଏମ୍.ପି /ଏମ୍.ଏଲ୍.ଏ ସ୍ଥାନୀୟ ବିକାଶ ପାଣ୍ଠିରୁ ଆର୍ଥିକ ଅନୁଦାନ ମଧ୍ୟ ଗ୍ରହଣ କରାଯାଇ ପାରିବ ।

  • ସାହାଯ୍ୟକାରୀ ଅଧିକାରୀ - ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ଜଳସେଚନ ଓ ପରିମଳ ବିଭାଗ ।

ଅଭିଯୋଗ ଦାଖଲ

ନିମ୍ନମାନର କାମ କିମ୍ବା ନୂତନ କାମ ପାଇଁ ଆବଶ୍ୟକ ଅଭିଯୋଗ ସଂଯୋଗ କାର୍ଯ୍ୟଳୟ ଭୁବନେଶ୍ଵର କିମ୍ବା ସ୍ଥାନୀୟ ବିଡିଓଙ୍କ କାର୍ଯ୍ୟଳୟରେ ଦାଖଲ କରାଯାଇପାରିବ । ଶୁଳ୍କବିହୀନ ଫୋନ୍ -୧୮୦୦-୩୪୫୬୭୭୦।

ବିଶେଷ ସୂଚନା

ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ସଂଗଠନ (ଆର.ଡବ୍ଲୁ .ଏସ୍.ଏସ୍)ଅଧିନରେ ଥିବା ସମସ୍ତ ପାଇପ ଜଳଯୋଗାଣ,ହେଣ୍ଡ ପମ୍ପ, ନଳକୂପ, ଖୋଲା ପରିମଳକୂପ ଆଦିର ସମ୍ପତ୍ତିକୁ ଗ୍ରାମ ପଞ୍ଚାୟତ ଅଧିଗ୍ରହଣ କରିବ । ଏହାର ଦୈନନ୍ଦିନ ପରିଚାଳନା,ମରାମତି ଓ ଉନ୍ନତି ସାଧନ ପାଇଁ ପଞ୍ଚାୟତ ଦ୍ଵାଦଶ ଅର୍ଥକମିଶନଙ୍କ ଅନୁଦାନରୁ ମିଳିଥିବା ଅର୍ଥ ଖର୍ଚ୍ଚ କରିବ । ଭବିଷ୍ୟତରେ ମଧ୍ୟ ଆର.ଡବ୍ଲୁ .ଏସ୍.ଏସ୍  ସଂଗଠନ ଦ୍ଵାରା ନିର୍ମିତ ଓ ସଂପୂର୍ଣ୍ଣ ହୋଇଥିବା ସବୁଯାକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଅଧିଗ୍ରହଣ ଗ୍ରାମ ପଞ୍ଚାୟତ ଦ୍ଵାରା କରାଯିବା । ଜଳର ମାନ ପରୀକ୍ଷା,ଜଳର ବିଶୁଦ୍ଧିକରଣ,ଜଳ କୁ ସଂକ୍ରମଣ ଶୂନ୍ୟ କରିବା ପ୍ରକ୍ରିୟା ଓ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଉନ୍ନତି ସାଧନ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ଆର.ଡବ୍ଲୁ .ଏସ୍.ଏସ୍   ଦ୍ଵାରା ଯୋଗାଇ ଦିଆଯିବ ।

ସ୍ଵଜଳଧାରା ଓ ସେକ୍କର ରିଫୁର୍ମ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ତିଆରି ହୋଇ ଗ୍ରାମ ଜଳ ପରିମଳ କମିଟି ଦ୍ଵାରା ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯାଉଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ମଧ୍ୟ ଗ୍ରାମ ଜଳ ପରିମଳ କମିଟି ଓ ଗ୍ରାମ ପଞ୍ଚାୟତ ମଧ୍ୟରେ ବୁଝାମଣା କରାଯାଇ, ଗ୍ରାମପଞ୍ଚାୟତ ଏହାର  ଦୈନନ୍ଦିନ ପରିଚାଳନା ଓ ରକ୍ଷଣବିକ୍ଷଣ ଦାୟିତ୍ଵ ନେଇ ପାରିବ ।ନିର୍ଦ୍ଦଷ୍ଟ ସଂସ୍ଥା/ଅନୁଷ୍ଠାନ କିମ୍ବା କଲୋନୀ ପାଇଁ ଜଳଯୋଗାଣ ବ୍ୟବସ୍ଥା    ଆର.ଡବ୍ଲୁ .ଏସ୍.ଏସ୍  ଅଧିନରେ ରହିବ ।

ସ୍ଵାବଲମ୍ବୀ ମେକାନିକ ବା ଏସ୍.ଇ.ଏମ୍. ଗ୍ରାମପଞ୍ଚାୟତ ଅଧିନରେ କାର୍ଯ୍ୟ କରିବେ । ତାଙ୍କ ସହ ଚୁକ୍ତିକୁ ଗ୍ରାମପଞ୍ଚାୟତ ନିଜେ ନବୀକରଣ କରିବ । ଆର.ଡବ୍ଲୁ .ଏସ୍.ଏସ୍  ଦ୍ଵାରା ତାଙ୍କୁ ଦିଆଯାଇଥିବା ଯନ୍ତ୍ରାଂଶ ଓ ମରାମତି ଯନ୍ତ୍ରପାତିକୁ ଗ୍ରାମ ପଞ୍ଚାୟତର ସଂପତ୍ତି ବୋଲି ଧରାଯିବା । (ଏସ୍ଇଏମ୍.)କୁ ପାରିଶ୍ରମିକ ପ୍ରଦାନ, ଦରକାର ହେଲେ ଅତିରିକ୍ତ ଏସ୍.ଇ.ଏମ୍ ନିଯୁକ୍ତି ଓ ସେମାନଙ୍କ ତାଲିମ ଆଦିର ଖର୍ଚ୍ଚ ଗ୍ରାମପଞ୍ଚାୟତ ବହନ କରିବ । ଯେତେବେଳେ ଦରକାର ହେବ ଏଭଳି ଦଳକୁ ଆର.ଡବ୍ଲୁ .ଏସ୍.ଏସ୍  ବ୍ଲକ କୁ ପଠାଇଥାଏ ।

ଯଦି ଦରକାର ସମୟରେ ଏହି ଦଳର ସେବା ମିଳି ନ ପାରିଲା, ପଞ୍ଚାୟତ ସମିତି ପକ୍ଷରୁ ନିୟମ ଅନୁଯାୟୀ ମରାମତି ଓ ଗାଡିର ବ୍ୟବସ୍ଥା ନିଜେ କରିପାରିବ । ଆର.ଡବ୍ଲୁ .ଏସ୍.ଏସ୍  ଦ୍ଵାରା ଗ୍ରାମପଞ୍ଚାୟତ କିମ୍ବା ପଞ୍ଚାୟତ ସମିତିରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଦରମା ଓ ବିଭିନ୍ନ ଭତ୍ତା ତଥା ସୁବିଧାସୁଯୋଗ ସଂପୃକ୍ତ ପଞ୍ଚାୟତ ବା ପଞ୍ଚାୟତ ସମିତି ବହନ କରିବ ।

ପଞ୍ଚାୟତ ସମିତିର ପ୍ରତ୍ୟେକ କନିଷ୍ଠ ଯନ୍ତ୍ରୀ ଗ୍ରାମ /ପଞ୍ଚାୟତର ସୂକ୍ଷ୍ମ ଯୋଜନା ପ୍ରସ୍ତୁତିରେ ନିଶ୍ଚୟ ସାହାଯ୍ୟ କରିବେ । ଯୋଜନାର ସମ୍ପୂର୍ଣ୍ଣ ଆକଳନ ସହ ପ୍ରକଳ୍ପ ରିପୋର୍ଟ (ଡି.ପି . ଆର୍)ସାମଗ୍ରୀର ବିଲ୍ ତଥା ସାମଗ୍ରୀ ନିର୍ଦ୍ଧାରିତ ମୂଲ୍ୟ ସ୍ଥିର କରିବା ଦାୟିତ୍ଵ କନିଷ୍ଠ ଯନ୍ତ୍ରୀଙ୍କର ରହିବା ।

ପାଣ୍ଠି ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ପାଇଁ ସମ୍ଭାବିତ ଯୋଜନାକୁ ଆର.ଡବ୍ଲୁ .ଏସ୍.ଏସ୍  ର ନିର୍ବାହୀ ଯନ୍ତ୍ରୀ ,ଅଧିକ୍ଷଣ ଯନ୍ତ୍ରୀ,ମୁଖ୍ୟ ଯନ୍ତ୍ରୀ , ପ୍ରଶାସନିକ ଓ ବୈଷୟିକ ମଞ୍ଜୁରୀ ପ୍ରଦାନ କରିବେ  ।

  • ପ୍ରତ୍ୟେକ ବ୍ଲକରେ ମେକନିକ୍/ଫିଟର ମିସ୍ତ୍ରୀ /ଖଲାସୀ /ଏନ୍ଏମ୍ଆର୍/ଡି.ଏଲ.ଆର୍.ସ୍ତରରେ ଚାରିଜଣଙ୍କୁ ନେଇ ଗୋଟିଏ ପରିଚାଳନା ଏକକ ରହିଛି । ଏହାକୁ ଡ୍ରାଇଭର ସହ ଏହି ଗାଡି ମଧ୍ୟ ଦିଆଯାଇଛି ଯେଉଁମାନେ ଅଚଳ ନଳକୂପ କିମ୍ବା ପାଇପ ପାଣି ବ୍ୟବସ୍ଥାକୁ ଠିକ୍ କରିବା କାମ କରିଥାନ୍ତି ।
ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate