অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵତନ୍ତ୍ର ରୋଜଗାର ସୃଜନ ଯୋଜନା

ସ୍ଵତନ୍ତ୍ର ରୋଜଗାର ସୃଜନ ଯୋଜନା

ଉପକ୍ରମ

ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥବା କୌଳିକ କାରିଗର ଯଥା- କମାର, କୁମ୍ମାର, ବଢେଇ, ମୋଚି, ଧୋବା, ଭଣ୍ଡାରି, ସୂତାକଟାଳି, ଲୁଗା ବୁଣାଳି ଇତ୍ୟାଦିମାନଙ୍କୁ ପ୍ରସ୍ତାବିତ “ ସ୍ଵତନ୍ତ୍ର ରୋଜଗାର ସୃଜନ ଯୋଜନା” ମାଧ୍ୟମରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରି କର୍ମ ସୃଜନ ପାଇଁ ପ୍ରସ୍ତାବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗଙ୍କ ଅଧ୍ୟକ୍ଷତାରେ ତା 20.6.2016 ରିଖରେ 2,939 Expenditure Finance Committee ଦ୍ୱାରା ଅନୁମୋଦିତ ହୋଇଯାଇଛି।

ଯୋଜନା ର ଲକ୍ଷ୍ୟ

ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ 314 ଗୋଟି ବ୍ଲକରେ ହିତାଧ୍ୟକାରୀପିଛା ସର୍ବାଧିକ 5.୦୦ ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗରେ ବ୍ଳକପିଛା ପ୍ରତ୍ୟେକ ବର୍ଷ ଅନୁଧ୍ୟାନ 5 ଗୋଟି ଗ୍ରାମ୍ୟ ଅଣୁଶିଳ୍ପ ଏକକ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆବଶ୍ୟକ ଅର୍ଥ ଜାତୀୟ କରଣ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କମାନଙ୍କଦ୍ୱାରା ଋଣ ଆକାରରେ ପ୍ରଦାନ କରାଯିବ ଏବଂ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଦ୍ଵାରା ସାଧାରଣ ବର୍ଗର ଉଦ୍ୟୋଗୀଙ୍କ ସପକ୍ଷରେ ପୁଞ୍ଜି ବିନିଯୋଗର 30% ହିସାବରେ, ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି, ପଛୁଆବର୍ଗ, ଶାରୀରିକ ଅକ୍ଷମ, ସଂଖ୍ୟାଲଘୁ, ମହିଳା ବର୍ଗର ଉଦ୍ୟୋଗୀଙ୍କ ସପକ୍ଷରେ 40% ହିସାବରେ ମାର୍ଜିନରାଶି ସହାୟତା ବାବଦରେ ଅନୁଦାନ ପ୍ରଦାନ କରାଯିବାପାଇଁ ବ୍ୟବସ୍ଥା ରହିଛି। ଏହିପରି ଭାବରେ ପ୍ରତିବର୍ଷ 1570 ଗୋଟି ଗ୍ରାମ୍ୟ କ୍ଷୁଦ୍ରଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ 4710 ଜଣଙ୍କୁ କର୍ମନିୟୋଜନ ପ୍ରଦାନ କରାଯିବା ହିସାବରେ ଆଗାମୀ 5 ବର୍ଷରେ 7850 ଗୋଟି ଗ୍ରାମ୍ୟ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ହାର ମୋଟ 23.550 ଜଣଙ୍କୁ କର୍ମ ନିୟୋଜନର ସୁଯୋଗ ପ୍ରଦାନ କରାଯିବାପାଇଁ ମାର୍ଜିନରାଶି ସହାୟତା ବାବଦରେ ଆବଶ୍ୟକ ବାର୍ଷିକ 942 କୋଟି ଟଙ୍କା ହିସାବରେ 5 ବର୍ଷପାଇଁ 47.10 କୋଟି ଟଙ୍କା ରାଜ୍ୟ ସରକାରଙ୍କ ହାରା ପ୍ରଦାନ କରାଯିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି।

ଆଧାର :ଓଡ଼ିଆ  ପୁଅ

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate