অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାୟତ୍ତ ଶାସନ ବ୍ୟବସ୍ଥା-ଦ୍ଵିତୀୟ ଅଧ୍ୟାୟ

ଆଧୁନିକ ଯୁଗରେ ସ୍ଥାନୀୟ ସ୍ଵାୟତ୍ତଶାସନର କ୍ରମବିକାଶ

ଭାରତରେ ସ୍ଥାନୀୟ ଶାସନ ବ୍ୟବସ୍ଥା କାଳକ୍ରମେ ବିବର୍ତ୍ତନଦ୍ଵାରା କ୍ରମବିକାଶର ଫଳସଦୃଶ   ।  ପ୍ରାଚୀନ କାଳରେ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଥିଲା   ।  ପୂର୍ବ ଅଧ୍ୟୟନରେ ଏହା ସ୍ପଷ୍ଟଭାବେ ବର୍ଣ୍ଣନା କରାଯାଇଅଛି   ଯେ କୌଟଲ୍ୟ ତାଙ୍କର ମହାନ ଗ୍ରନ୍ଥ” ଅର୍ଥଶସ୍ତ୍ର” ରେ ପ୍ରାଚୀନ ଭାରତର ଗ୍ରାମ୍ୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରିଅଛନ୍ତି ,  କିନ୍ତୁ ସାଂପ୍ରତିକ ସ୍ୱାୟତ୍ତ ଶାସନ ସଂସ୍ଥାର ଗଠନ ଏବଂ ଶାସନ ବ୍ୟବସ୍ଥା ପ୍ରାଚୀନ କାଳର ଗଠନ ଏବଂ ଶାସନ ବ୍ୟବସ୍ଥାଠାରୁ ଭିନ୍ନ  ।

ଭାରତରେ ଆଧୁନିକ ପ୍ରଣାଳୀର ସ୍ୱାୟତ୍ତ ବ୍ୟବସ୍ଥା ବ୍ରିଟିଶ ଶାସନ କାଳରେ ସୃଷ୍ଟି ହୋଇଥିଲା  ।   ସେତେବେଳେ ଜାତୀୟ କିମ୍ବା ପ୍ରାଦେଶିକ ସ୍ତରରେ ସ୍ୱାୟତ୍ତ ଶାସନ ନିମିତ୍ତ କୌଣସି ସୁବିଧାସୁଯୋଗ ନଥିଲା  ।  ସ୍ଥାନୀୟ ସମସ୍ୟାର ସମାଧାନ ନିମିତ୍ତ ଭାରତୀୟମାନଙ୍କର ସହାୟତା ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସୃଷ୍ଟି କରିଥିଲା   ।  ପ୍ରାଚୀନ ଗ୍ରାମ ପ୍ରଶାସନିକ ବିଭାଗମାନ ବର୍ଣ୍ଣ ଓ ଶ୍ରେଣୀଗତ ଭିତ୍ତିରେ ବଂଶାନୁକ୍ରମିକ ସୂତ୍ରରେ ଗଠିତ ହୋଇଥିଲେ  ।

ଗ୍ରାମ୍ୟ ପ୍ରଶାସନିକ ବିଭାଗମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା ଅଧିବାସୀମାନଙ୍କ ଠାରୁ କର ଟିକସ ଆଦାୟ ଏବଂ ସେମାନନାକର ଜୀବନ ଓ ସମ୍ପତ୍ତିର ସୁରକ୍ଷା , ହେଲେହେଁ ଏଗୁଡିକ ରାଷ୍ଟ୍ର ଶାସନର ଅଂଶରୂପେ ବାସ୍ତବ କ୍ଷେତ୍ରରେ ବିବେଚିତ ହେଉନଥିଲେ   ।

ଆଧୁନିକ ଯୁଗରେ ସ୍ଥାନୀୟ ସ୍ୱାୟତ୍ତ ଶାସଷ୍ଣ ବ୍ୟବସ୍ଥାର କ୍ରମବିକାଶ ଗ୍ରାମ୍ୟ ପ୍ରଣାଳୀ ନ ହୋଇ ପୌର ପ୍ରଣାଳୀରେ ହେଲା  ।  ପୌର ଅଧିବାସୀମାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଏହା ଥିଲା ବ୍ରିଟିଶମାନଙ୍କର ଏକ ନୀତି   ।  ଅନ୍ୟ ଏକ କାରଣ ଥିଲା ସହରାଞ୍ଚଳରେ ବାଣିଜ୍ୟ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା   ।

“ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସଦୃଶ୍ୟ ନ ହେଲେ ମଧ୍ୟ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମ୍ନକୁ କ୍ରମୋନ୍ନତିଦ୍ଵାରା ପ୍ରବର୍ତ୍ତିତ ହୋଇଅଛି  ।  ପ୍ରାଚୀନ ଭାରତରେ ତଥା ମଧ୍ୟଯୁଗରେ ଭାରତରେ ବଡବଡ ସହରମାନଙ୍କରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନ ହେଉଥିଲା ଏବଂ ଜନସାଧାରଣଙ୍କର ପୌର ସ୍ୱାୟତ୍ତ ଶାସନରେ ସ୍ଵାଧିକାର ନ ଥିଲା   । “

ପୂର୍ବରୁ ଆଲୋଚନା କରାଯାଇଅଛି ଯେ , ହରପ୍ପା , ଓ ମହେଞ୍ଜୋଦାରୋର ଭୁଖନନ ଜଣାଇଦିଏ , ଯେ ପ୍ରାଚୀନ ଅତୀତରେ ଭାରତରେ ସୁପ୍ରତିଷ୍ଠିତ ପୌର ସଭ୍ୟତା ଥିଲା  । ପ୍ରତ୍ୟେକ ନଗରରେ ନିର୍ବାଚିତ ପରିଷଦଦ୍ଵାରା ସ୍ୱାୟତ୍ତ ଶାସନ ପରିଚାଳନା ହେଉଥିଲା   ।

ପୌର ସ୍ୱାୟତ୍ତ ଶାସନର କ୍ରମ ବିକାଶ ଏବଂ ବିବର୍ତ୍ତନ ଧୀର ମନ୍ଥର ଗତି ଏବଂ ସମାନ ସାଧାରଣରେ ହେଉଥିଲା ତଥା କ୍ରମ ସ୍ୱାୟତ୍ତ ଶାସନ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଦ୍ଵାରା ପରିଚାଳିତ ହେଲା ;କିନ୍ତୁ ବାସ୍ତବ କ୍ରମବିକାଶ ଇଷ୍ଟଇଣ୍ଡିଆ କମ୍ପାନୀ ଠାରୁ କ୍ଷମତା ବ୍ରିଟିଶ ସରକାର ହାତକୁ ଆସିବା ପରଠାରୁ ସମ୍ଭବ ହେଲା  ।

ଭାରତରେ ସ୍ୱାୟତ୍ତ ଶାସନର ଇତିହାସ ସାର ଜୋସିଆ ଚାଇଲଡ ଙ୍କ ନାମରେ ଆରମ୍ଭ ହେଲା  ।  ସେ ଦ୍ଵିତୀୟ ଜେମସଙ୍କ ଠାରୁ ମାନ୍ଦ୍ରାଜ ସହରରେ ନିଗମ ପ୍ରତିଷ୍ଠା ନିମିତ୍ତ କ୍ଷମତା ଦଲିଲ ପାଇଲେ   ।  ଜଣେ ମେୟର,  ଆଲଡରମ୍ୟାନ ,  ଏବଂ ଷାଠିଏ ଜନ ମହାସଭ୍ୟର ସଭ୍ୟ ନିଯୁକ୍ତ ହେଲେ   । ସେମାନେ ଗୋଟିଏ ସହର ସଭାଗୃହ ଜେଲ,ବିଦ୍ୟାଳୟ ପ୍ରତିଷ୍ଠା , ରାସ୍ତାଘାଟ ନିର୍ମାଣ , ଆଲୋକ ପ୍ରଦାନ ଏବଂ ଅପରିଷ୍କାର,ଅପରିଚ୍ଛନ୍ନତା ନିମିତ୍ତ ପ୍ରତିକାର ତଥା କର ଟିକସ ଧାର୍ଯ୍ୟ କରିବାର କ୍ଷମତା ପାଇଲେ   ।

ଷ୍ଟେଟ ଜର୍ଜ ଫୋର୍ଟର ଚତୁଃପାର୍ଶ୍ଵରେ କ୍ରମବର୍ଦ୍ଧିଷ୍ଣୁ ମାନ୍ଦ୍ରାଜ ନଗରୀରେ ଜନସଂଖ୍ୟା ବୃଦ୍ଧି ଏବଂ ସେମାନଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା , ଯଥା – ଜନସ୍ୱାସ୍ଥ୍ୟ , ଜଳଯୋଗାଣ , ବାସଗୃହ , ଶିକ୍ଷାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମାଧାନ ନିମିତ୍ତ ଇଷ୍ଟଇଣ୍ଡିଆ କମ୍ପାନୀ  ୧୬୩୬ ମସିହାରେ କ୍ଷମତା ପାଇଲେ  ।  ପ୍ରୋତ୍କ ସମସ୍ୟାଗୁଡିକର ସମାଧାନ ନିମିତ୍ତ ଇଷ୍ଟଇଣ୍ଡିଆ କମ୍ପାନୀର ନିର୍ଦ୍ଦେଶକ ଗୋଟିଏ ପୌର ପରିଷଦ ଗଠନ ନିମିତ୍ତ ମତ ପ୍ରଦାନ କଲେ   ।  ଏହା ବ୍ରିଟିଶ ସରକାର ଗ୍ରହଣ କରି  ୧୯୮୭ ମସିହା ଡିସେମ୍ବର ୨୮ ତାରିଖରେ କାର୍ଯ୍ୟକାରୀ କଲେ,କିନ୍ତୁ ଏହି ପୌର ନିଗମରେ ଅଧିକ ସଂଖ୍ୟକ ଇଂରେଜ ସଭ୍ୟ ଥିଲେ  ।  ଗୋଷ୍ଠୀଗତ   ହିସାବରେ  ଅନ୍ୟ ଅଧିବାସୀମାନଙ୍କର ପ୍ରତିନିଧିତ୍ଵ ରହିଲା   ।

୧୭୨୬ ମସିହାରେ ମେୟରଙ୍କର ପ୍ରଶାସନିକ ପରିବର୍ତ୍ତେ ବିଚାରଗତ କ୍ଷମତା ଥାଇ ପୌର ନିଗମ ପ୍ରତିଷ୍ଠା କରାଗଲା   ।  କେନ୍ଦ୍ରୀୟ କ୍ଷମତା ବାସ୍ତବ କ୍ଷେତ୍ରରେ ସ୍ଥାନୀୟ ସମସ୍ୟା ନିମିତ୍ତ ଉପଯୁକ୍ତ ନ ହେବାରୁ କେବଳ ଆୟବୃଦ୍ଧି ପାଇଁ ନ ହୋଇ ପୋଲିସ ବ୍ୟବସ୍ଥା , ରାସ୍ତାଘାଟ ନିର୍ମାଣ ଏବଂ ତଦାରଖ ସହ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମାଧାନ ନିମିତ୍ତ ସଂସ୍ଥା ଗଠନ ପାଇଁ ସିଦ୍ଧାନ୍ତ ହେଲା  ।  ୧୭୯୩ ମସିହାରେ ଚାର୍ଟର ଆଇନ ବଳରେ ମାନ୍ଦ୍ରାଜ , କଲିକତା ଏବଂ ବମ୍ବେ ପ୍ରଭୁତି ତିନୋଟି ପ୍ରେସିଡେନସି ସହରରେ ପୌରଶାସନ ପ୍ରବର୍ତ୍ତିତ ହେଲା ତଥା ବଡଲାଟ ନ୍ୟାୟପତି ନିଯୁକ୍ତି କ୍ଷମତା ପାଇଲେ   ।  ଏହି ଜଷ୍ଟିସ ଅଫ ଫିସ (ଶାନ୍ତି ରକ୍ଷକ) ବାସଗୃହ ଓ ସମ୍ପତ୍ତି ଉପରେ କରଧାର୍ଯ୍ୟ , ପୋଲିସ ଶାସନ ପରିଚାଳନା , ରାସ୍ତାଘାଟ ନିର୍ମାଣ ନିମିତ୍ତ କ୍ଷମତା ପାଇଲେ  , କିନ୍ତୁ ଅଧିକ ସଂଖ୍ୟକ ଇଂରେଜ କାର୍ଯ୍ୟନିର୍ବାହୀ ସ୍ୱଳ୍ପ ଏବଂ ବ୍ୟବସାୟାତ୍ମକ ଭୋଟ କ୍ଷମତା ଭାରତୀୟମାନଙ୍କୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ପ୍ରଦାନ କରିବା ସପକ୍ଷରେ ମତଦେଲେ   ।  ଲୋକପ୍ରତିନିଧିମାନଙ୍କ ହାତରେ ନିଷ୍ପତ୍ତି କ୍ଷମତା ରହିଲା ନାହିଁ  ।

ଭାରତରେ ଇଂରେଜ ଶାସନ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇପାରେ  ।  ପ୍ରଥମ ପର୍ଯ୍ୟାୟରେ  ୧୮୫୮ ମସିହା ପର୍ଯ୍ୟନ୍ତ ଶାସନ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ଵାରା ନିଯୁକ୍ତ ବଡଲାଟ ଏବଂ ଲାଟମାନେ ଅଧିକ ସମସ୍ତ ଯୁଦ୍ଧ , ରାଜ୍ୟଜୟ ଏବଂ ରାଜ୍ୟମାନଙ୍କର ଏକତ୍ରୀକାରଣ ଆଦି କାର୍ଯ୍ୟରେ କଟାଇଲେ   , ସେମାନେ ଜାତୀୟ କଲ୍ୟାଣ , ଉନ୍ନୟନପାଇଁ ଚେଷ୍ଟା ନ କରି କେବଳ ମାନ୍ଦ୍ରାଜ , କଲିକତା ଏବଂ ବମ୍ବେ ଆଦି ସହରରେ ପୌର ଶାସନ ନିମିତ୍ତ କାର୍ଯ୍ୟ କଲେ   । ସ୍ଥାନୀୟ ମାଜିଷ୍ଟେଟମାନେ ନାମକୁମାତ୍ର ସମିତିମାନ ଗଠନ କରି ଟିକସ ଆଦାୟ ଏବଂ ପୋଲିସ ବ୍ୟବସ୍ଥା ଏବଂ ରାସ୍ତାଘାଟ ନିର୍ମାଣ ଦାୟିତ୍ଵ ବହନ କଲେ   ।

୧୮୪୨ ମସିହାରେ ପ୍ରଥମେ ପୌର ସମିତି ଗଠନ ନିମିତ୍ତ ଆଇନ ପ୍ରଣୟନ ହେଲା  ।  ୧୮୪୨ ମସିହାରେ ବେଙ୍ଗଲ ପ୍ରଦେଶ ସରକାର ଆଇନ ୩୦୧୦ ପ୍ରଣିତ ହୋଇ ଜନସ୍ୱାସ୍ଥ୍ୟ ନିମିତ୍ତ ସହରେ ଦ୍ଵି-ତୃତୀୟାଂଶ ଅଧିବାସୀଙ୍କର ଦସ୍ତକ୍ଷତଦ୍ଵାରା ନଗଦ ସମିତି ଗଠନ ନିମିତ୍ତ ବ୍ୟବସ୍ଥା ହେଲା ।

ପ୍ରୋକ୍ତ ଆଇନ କୌଣସି ସମାଧାନ କରି ସ୍ଥାନୀୟ ସମସ୍ୟା ପ୍ରତି ଲୋକପ୍ରିୟତା ଅର୍ଜନ କରିପାରିଲା ନାହିଁ  ।  ଏହା ଇଚ୍ଛାଗତ କାର୍ଯ୍ୟ ହିସାବରେ ଗଣ୍ୟ କରାଗଲା  ।

ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମିତ୍ତ ୧୮୫୦ ମସିହାରେ ଅନ୍ୟ ଏକ ଆଇନ ପ୍ରଣିତ ହେଲା  ଏହା । ୧୮୪୨ ମସିହା ଆଇନରେ କେତେକ ପରିବର୍ତ୍ତନ ଆଣିଲା  ।  ଏହି ଆଇନ ସମଗ୍ର ରାଷ୍ଟ୍ରରେ କାର୍ଯ୍ୟକାରୀ କରାଗଲା । “ ଏହା ସମଗ୍ର ରାଷ୍ଟ୍ର ପ୍ରତି ଲାଗୁହେଲା ଏବଂ ପୂର୍ବୋକ୍ତ କୌଣସି ଆଇନରେ ପରୋକ୍ଷ କରଧାର୍ଯ୍ୟ ନ ହୋଇଥିଲେ ହେଁ ଏହି ଆଇନରେ ପରୋକ୍ଷ ଟିକସ ଧାର୍ଯ୍ୟ ହେଲା ।  ଏଥିପ୍ରତି ଜନସାଧାରଣ ଜାଗ୍ରତ ହେଲେ  ।

ପ୍ରେସିଡେନସି ସହରମାନଙ୍କରେ ପରିଷ୍କାର ପରିଚ୍ଛନ୍ନତା ଉନ୍ନତି ସକାଶେ ପୂର୍ବଭଳି କୌଣସି ପ୍ରୟୋଜନୀୟ ବ୍ୟବସ୍ଥା ନ ହୋଇ ବରଂ କଲିକତା, ମାନ୍ଦ୍ରାଜ, ବମ୍ବେ ଆଦି ସହରମାନଙ୍କରେ ଉନ୍ନତିମୂଳକ କାର୍ଯ୍ୟ ଭାରତ  ସରକାର ବେତନଭୋଗୀ କର୍ମଚାରୀଙ୍କ ହସ୍ତରେ ୧୮୫୬ ମସିହାଠାରୁ ଅର୍ପଣ କଲେ  ।

୧୮୫୭-୫୮ ମସିହା ବିଦ୍ରୋହ ପରେ ଭାରତ କେନ୍ଦ୍ର ସରକାରଙ୍କ ଆର୍ଥିକ ଅବସ୍ଥା ଅତୀବ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଲା  । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜନସାଧାରଣଙ୍କ ଚାହିଦା ଏବଂ ପ୍ରୟୋଜନାନୁଯାୟୀ ଗମନଗମନ, ଜନସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସେବାମୂଳ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ମନେକଲେ । ଏହାପରେ ସାମୁଏଲ ଲିଙ୍କଙ୍କ ଭଳି ବଡଲାଟ ସହର ସଦସ୍ୟବୃନ୍ଦ ସରକାରଙ୍କର ଆର୍ଥିକ ସଙ୍କଟ ଅନୁଭବ କରି ସ୍ଥାନୀୟ ସେବାମୂଳକ କାର୍ଯ୍ୟ ସ୍ଥାନୀୟ କରି ଟିକସଦ୍ଵାରା  ପୂରଣ କରିବା ନିମିତ୍ତ ନୀତି ଚୟନ କଲେ  ।

ତେଣୁ ଏହି  ପ୍ରକାର ସ୍ୱାୟତ୍ତ ଶାସନ ବ୍ୟବସ୍ଥା କେବଳ କାଗଜ କଲମରେ ରହିଲା । ଇଷ୍ଟଇଣ୍ଡିଆ କମ୍ପାନୀର ଶାସନସମୟରେ ବ୍ରିଟିଶ ସରକାରଙ୍କର ଅସଲ ଉଦ୍ଦେଶ୍ୟ ଥିଲା ବ୍ୟବସାୟ ବାଣିଜ୍ୟ  ବୃଦ୍ଧି   ।  କଲିକତା , ବମ୍ବେ ଓ ମାନ୍ଦ୍ରାଜ ଆଦି ସହର ବାଣିଜ୍ୟର ପୀଠସ୍ଥଳୀ ହେଲା ଏବଂ ଇଷ୍ଟଇଣ୍ଡିଆ କମ୍ପାନୀ ବିଦେଶୀ କାରବାରର କେନ୍ଦ୍ରସ୍ଥଳୀ ଥିଲା  ।

ପୂର୍ବରୁ ଆଲୋଚନା କରାଯାଇଅଛି ଯେ , ଇଷ୍ଟଇଣ୍ଡିଆ କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟବସାୟ ବାଣିଜ୍ୟ ଏବଂ ଶାସନକୁ ତିନୋଟି କାରଣରୁ ବିଚାର  କରାଯାଉଥିଲା  ।  ୧୮୫୮ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ ବ୍ରିଟିଶ ରାଜାଙ୍କ ହାତକୁ ହସ୍ତାନ୍ତରିତ ହେବାପରେ ଭାରତର ଶାସନ ବ୍ରିଟିଶ ରାଜତନ୍ତ୍ର ସୁବିଧା ନିମିତ୍ତ ପୁନର୍ଗଠନ ହେଲା  ।  ଏହା ଦେଶର ରାଜନୈତିକ ଏକତ୍ରୀକାରଣ କଳା ଏବଂ ଏକପ୍ରକାର ଆଇନ ଏବଂ ଶାସନ ପ୍ରଣାଳୟ ସମଗ୍ର ରାଷ୍ଟ୍ରପାଇଁ ପ୍ରଯୁଜ୍ୟ ହେଲା  ।  ଏହାର ପ୍ରତିଫଳସ୍ୱରୂପ ବହୁତ ପ୍ରଶାସନିକ ବିଭାଗ ସୃଷ୍ଟି ହେବ ସଙ୍ଗେ ସାଗନେ ପ୍ରଶାସନିକ କାଳ ଅଧିକ ଜଟିଳ ହେଲା  ।

୧୮୬୦-୭୦ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଶାସନ ଭାରତୀୟମାନଙ୍କୁ ସ୍ୱାୟତ୍ତ ଶାସନ ବିଷୟରେ ପ୍ରଥମ ଶିକ୍ଷାଦେବା ନିମିତ୍ତ ଦୈତ ମତ ପୋଷଣ କରିଥିଲେ   ।

୧୮୭୬ ମସିହାରେ ମାନ୍ଦ୍ରାଜ ପ୍ରଦେଶ ଆଇନ ମାନ୍ଦ୍ରାଜ ସହରକୁ  ୮ ଟି ୱାର୍ଡରେ ବିଭକ୍ତ କରି  ୩୨ ଜଣ ମନୋନିଜ ସଦସ୍ୟ ବିଶିଷ୍ଟ ପରିଷଦ ସୃଷ୍ଟି କଲା  ।  ୮ ଟି ୱାର୍ଡରୁ ପ୍ରତ୍ୟେକ ୱାର୍ଡର ଜଣେ ସଭ୍ୟ ଏବଂ ସଦସ୍ୟଙ୍କୁ ନେଇ ଏକ କାର୍ଯ୍ୟକାରୀ ସମିତି ତଥା ଗୋଟିଏ ମନୋନୀତ ସଭାପତି ପଦ ସୃଷ୍ଟି କଲା   ।  ଏହି ପରିଷଦ ସହରର ଶିକ୍ଷା, ରାସ୍ତାଘାଟ, ଜନସ୍ୱାସ୍ଥ୍ୟ , ପୋଲିସ , ଡାକ୍ତରଖାନା, ଗମନାଗମନର ସୁବିଧା , ଆଲୋକ ପ୍ରଦାନ ଇତ୍ୟାଦି ବିଷୟ ହାତକୁ ନେଇ କାର୍ଯ୍ୟକଲା  ।

୧୮୬୮ ମସିହାରେ ଆଉ ଏକ ଆଇନ କଲିକତା ନଗରିରେ ଏକ ନିଗମ ପ୍ରତିଷ୍ଠାପାଇଁ ବ୍ୟବସ୍ଥା କଲା   ।  ଏହି ନିଗମରେ ଜଣେ ମନୋନୀତ ସଭାପତି ରହିଲେ ଏବଂ ଜଣେ ଶାନ୍ତିରକ୍ଷକ ବିଚାରପତି ନଗରିରେ ବାସ କଲେ   ।  ସେହିପରି  ୧୮୬୫ ମସିହାରେ ବମ୍ବେ ନଗରିରେ ନିଗମ ପ୍ରତିଷ୍ଠା ହେଲା  ।  ଏହି ନିଗମରେ ଜଣେ ମନୋନୀତ ପୌର ଆୟୋଗ ଓ ଶାନ୍ତିରକ୍ଷକ ବିଚାରପତି ନିଯୁକ୍ତ ହେଲେ  ।

ପରିଶେଷରେ , ଲର୍ଡ ମାୟୋ ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କଲେ ଏବଂ ନୂତନ କାର୍ଯ୍ୟ ଆରମ୍ଭ କଲେ   ।  ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସମସ୍ୟାରୁ କେନ୍ଦ୍ର ସରକାରଙ୍କୁ ମୁକ୍ତକରିବା  ।

ପୁନଶ୍ଚ ୧୮୭୦ ମସିହାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ କ୍ରମ ବିକାଶ ଘଟିଲା   ।  ସେହିବର୍ଷ ଲର୍ଡ ମାୟୋଙ୍କର ବିଖ୍ୟାତ ପ୍ରସ୍ତାବ  ପ୍ରକାଶ ପାଇଲା   ।  ଏହି ପ୍ରସ୍ତାବରେ ସେ କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିମୂଳକ ପ୍ରସ୍ତାବ ଧାର୍ଯ୍ୟ କଲେ   ।  ଏହି ପ୍ରସ୍ତାବ ଅନୁଯାଯାଇ ବିକେନ୍ଦ୍ରୀକାରଣ ନୀତି ଦ୍ଵାରା କେନ୍ଦ୍ର ସରକାରଙ୍କ ଠାରୁ କ୍ଷମତା ରାଜ୍ୟ ସରକାରଙ୍କ ହାତକୁ ଆସିଲା   । ଭାରତୀୟମାନଙ୍କର ସହାୟତା ଶାସନର ପ୍ରତ୍ୟେକ କ୍ଷେତ୍ରରେ ଗ୍ରହଣ କରାଗଲା ଏବଂ ପୌର ଶାସନ ନିମିତ୍ତ ପଦକ୍ଷେପ ଗ୍ରହଣ କରାଗଲା   ।

ମାୟୋଙ୍କର ପ୍ରସ୍ତାବ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକାରଣ ଦ୍ଵାରା ସ୍ୱାୟତ୍ତ ଶାସନର ଆଧୁନିକିକାରଣରେ ଦୃଢ ସଂକେତ ସୃଷ୍ଟି କଲା  ।

ମାୟୋଙ୍କର ପ୍ରସ୍ତାବର ବିଭିନ୍ନ ଲକ୍ଷଣମାନ ନିମ୍ନୋକ୍ତମତେ ପ୍ରଦାନ କରାଗଲା  ।

  1. ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଦେଶରେ ସ୍ୱାୟତ୍ତ ଶାସନ ସଂସ୍ଥାର ବିକାଶ ନିମିତ୍ତ ନ ହୋଇ ବରଂ ବ୍ରିଟିଶ ଶାସକବର୍ଗଙ୍କର ଉଦ୍ଦେଶ୍ୟ ପୂରଣ ନିମିତ୍ତ ଆରମ୍ଭ ହୋଇଥିଲା  ।

୧୯୫୩-୫୪ ମସିହାରେ Taxation Enquiry Committee ମତ ଅନୁଯାୟୀ “ ଏହା ଭାରତୀୟମାନଙ୍କ ଶାସନ କ୍ଷେତ୍ରରେ ସହାୟତା ନିମିତ୍ତ ଏକ ଉପାଦାନ , କାରଣ କିପରି କର ଟିକସ  ଅଧିକ ପରିମାଣରେ ଏବଂ ସହଜ ଉପାୟରେ ଆଦାୟ ହୋଇପାରିବ   । ସ୍ୱାୟତ୍ତ ଶାସନ ସଂସ୍ଥା ଗଠନ ନିମିତ୍ତ ଏହା ବ୍ରିଟିଶମାନଙ୍କୁ ଉଦବେଳିତ କଲା  ।  ମାୟୋଙ୍କର ଆର୍ଥିକ କ୍ଷେତ୍ରରେ ବିକେନ୍ଦ୍ରୀକାରଣ ନୀତି ସ୍ୱାୟତ୍ତ ଶାସନ ସଂସ୍ଥା ଗଠନ ନିମିତ୍ତ ଏକ କାରଣ ହେଲା,କିନ୍ତୁ ଏହା ଜନସାଧାରଣଙ୍କର ଏକ ଆର୍ଥିକ ସ୍ଵଚ୍ଛନ୍ଦରେ କାରଣ ନୁହେଁ  ।

  1. ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ବ୍ରିଟିଶମାନେ ଅଧିକ କ୍ଷମତା ପାଇଥିଲେ ଏବଂ ପ୍ରଭାବଶାଳି ଥିଲେ  ।  ତେଣୁ ଅଧିକାଂଶ ଭାରତୀୟ ଏହି ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ   ।
  2. ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସୃଷ୍ଟି କରିବାର ବ୍ରିଟିଶମାନଙ୍କର ଅସଲ ଉଦ୍ଦେଶ୍ୟଥିଲା , ରାଜତନ୍ତ୍ରର ରାଜକୋଷରୁ ଅଧିକ ଧନଶାଳି କରିବା  ।
  3. ପୁରାତନ କେନ୍ଦ୍ରୀୟ ପ୍ରଦେଶ ବ୍ୟତୀତ ଅନ୍ୟଠାରେ ନିର୍ବାଚନ ମାଧ୍ୟମରେ ପ୍ରତିନିଧିତ୍ଵ ପନ୍ଥା ନ ଥିଲା । ଏହା ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୮୮୧ ମସିହାରେ ପ୍ରତ୍ୟେକ ପାଞ୍ଚଟିରୁ ଚାରୋଟି ପୌର ସଂସ୍ଥାରେ ମନୋନୟନ ପଦ୍ଧତି କାର୍ଯ୍ୟକାରୀ ହେଉଥିଲା   ।

ଗୋଟିଏ ଉଲ୍ଲେଖଯୋଗ୍ୟ ବିଷୟ ଯେ  ୧୮୭୦ ମସିହା ପରେ ଭାରତୀୟମାନଙ୍କର ରାଜନୈତିକ ଚେତନା ଓ ସାମାଜିକ ପରିବର୍ତ୍ତନ ଆସିଲା  ।

୧୮୭୦ ମସିହା ପରେ ସ୍ୱାୟତ୍ତ ବ୍ୟବସ୍ଥା କ୍ରମବିକାଶ ଭାରତୀୟ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ସହ ସମ୍ପୃକ୍ତ   ।  ଶିକ୍ଷାର ବିକାଶ ଓ ପାଶ୍ଚାତ୍ୟ ସଭ୍ୟତାର ପ୍ରତିଫଳନ ଭାରତୀୟମାନଙ୍କର ଧର୍ମଗତ ଓ ରାଜନୈତିକ ଅଧିକାରରେ ପରିଣତ ହେଲା  ।  ନବ୍ୟଧରଣର ପୌରଗୋଷ୍ଠୀ ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ରମାନଙ୍କରେ ସୃଷ୍ଟି ହେଲେ   ।

ବ୍ରିଟିଶ ସରକାର ଭାରତୀୟମାନଙ୍କ ମଧ୍ୟରେ ନୂତନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦର୍ଶନର କ୍ରମବିକାଶ ଦ୍ଵାରା ବେଶିଦିନ ସ୍ଥିର ହୋଇ ରହିପାରିଲା ନାହିଁ  ।  ବାଧ୍ୟ ହୋଇ ଏହାର ମୁକାବିଲା ନିମିତ୍ତ ବିଭିନ୍ନ ଉପଯୋଗୀ ପନ୍ଥା ନିର୍ଦ୍ଧାରଣ କାଲେ   ।

ଭାରତୀୟମାନଙ୍କର ପୂର୍ବୋକ୍ତ ସମସ୍ତ କ୍ରମବର୍ଦ୍ଧିଷ୍ଣୁ ଆଶାଆକାଂକ୍ଷା ୧୮୮୨ ମସିହାରେ ଲର୍ଡ ରିପନ ଙ୍କର ସଂସ୍କାରଦ୍ଵାରା ପୂର୍ଣ୍ଣ ହୋଇଗଲା  ।

ଲର୍ଡ ରିପନଙ୍କୁ ଆଧୁନିକ ଭାରତର ସ୍ୱାୟତ୍ତ ବ୍ୟବସ୍ଥାର ପିତା ବୋଲି କହିବା ଯଥାଯଥ   । ଯେତେବେଳେ ସେ ବଡଲାଟ ହୋଇ ଆସିଲେ ଶିକ୍ଷିତ ଭାରତୀୟମାନଙ୍କର ପ୍ରଥମ ପୁରୁଷମାନେ ଗଣତନ୍ତ୍ର ଏବଂ ସ୍ଵତନ୍ତ୍ର ତତ୍ତ୍ଵରେ ଅନୁପ୍ରାଣିତ ହୋଇଥିଲେ   ।  ସେମାନେ କେନ୍ଦ୍ର ଏବଂ ରାଜ୍ୟ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ସ୍ଵାୟତ୍ତ ଶାସନ ସଂସ୍ଥାରେ ପ୍ରଶିକ୍ଷା ପାଇବାକୁ ପ୍ରଥମେ ଦାବି କଲେ   ।  ଲର୍ଡ ରିପନ ଅନୁଭବ କଲେ ଯେ , ନିର୍ବାଚନ ମାଧ୍ୟମରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ ଗଠିତ ରାଜ୍ୟ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ଏବଂ ରାଜ୍ୟ ସରକାରନାକର ତତ୍ଵ ସମ୍ବନ୍ଧୀୟ କ୍ଷମତା ହ୍ରାସ କଲେ   ।  ଭାରତୀୟମାନଙ୍କର ଦାବି ସଫଳ ହୋଇପାରିବ   ।

୧୮୮୨ ମସିହାରେ ଲର୍ଡ ରିପନଙ୍କ ସରକାର ଯେଉଁ ପ୍ରସ୍ତାବ ଘୋଷଣା କଲେ ତାହା ଭାରତୀୟମାନଙ୍କର ଆଶାତତ୍ଵ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କୁ ଅଧିକ କ୍ଷମତା ନ ଦେବା ପାଇଁ ତଥା ସେଗୁଡିକୁ ଗଣତାନ୍ତ୍ରିକ  ନ କରିବା ପାଇଁ ତଦାନୀନ୍ତନ ଅମଲାତନ୍ତ୍ରର ଅଭିଯୋଗ ଉତ୍ତର ସହ ସମ୍ପୃକ୍ତ ଥିଲା  ।  ଏହା ଏକ ବିସ୍ତୁତ ପ୍ରସ୍ତାବ ।  ବିଭିନ୍ନ ସୂତ୍ର; ଯଥା, ପ୍ରଶାସନିକ ଆୟତନ , ସ୍ୱାୟତ୍ତ ଶାସନସଂସ୍ଥାର ସମ୍ବିଧାନ , ସେମାନଙ୍କର କାର୍ଯ୍ୟ।ବଳୀ , ଅର୍ଥ ଏବଂ କ୍ଷମତା ନେଇ ଗଠିତ ଥିଲା  ।  ପରବର୍ତ୍ତୀ ସମୟର ଯେଉଁ ପ୍ରସ୍ତାବନା ଅନୁମୋଦନ କଳା ତାହା ଲର୍ଡ ରିପନଙ୍କର ପ୍ରସ୍ତାବର ପୁନରାବୃତ୍ତି , ଅର୍ଥାତ ପରେ କୌଣସି ନୂତନତା ପ୍ରକାଶ ପାଇ ନ ଥିଲା   । କେବଳ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା   । ତେଣୁ ଲର୍ଡ ରିପନଙ୍କର ଘୋଷଣା ଆଧୁନିକ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମିତ୍ତ ଏକ ଆବେଦନ   ।

“ ଲର୍ଡ ରିପନଙ୍କର ଉଦ୍ଦେଶ୍ୟ ଥିଲା ସମତା ରକ୍ଷା, ଗୋଟିଏ ସଭ୍ୟ ଶାସନ ପ୍ରକ୍ରିୟାରେ ଜନସାଧାରଣଙ୍କର ସହାନୁଭୂତି ଏବଂ ସହଯୋଗ ଏବଂ ସର୍ବଶେଷରେ ଲୌକିକ ଓ ରାଜନୈତିକ ଶିକ୍ଷାର ଉନ୍ନତି  ।

ଲର୍ଡ ରିପନଙ୍କ ମତରେ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ଏକ ପ୍ରାଜ୍ଞ , ଜନସେବୀ ଶ୍ରେଣୀୟ ବ୍ୟକ୍ତିଙ୍କର ଉତ୍ଧାନ ହୋଇଥିବା ସମୟରେ ଏହି ସମସ୍ତ ପ୍ରସ୍ତାବ ନ କରିବା କାପୁରୁଷତାର ଏକ ସିଂହାବଲୋକନ  ।

ଲର୍ଡ ରିପନଙ୍କ ପ୍ରସିଦ୍ଧ ଘୋଷଣାନାମାଗୁଡିକ ହେଲା

  1. “ ପୌରସଂସ୍ଥାର ଦୁଇ-ତୃରୀୟାଂଶରୁ କମ ସଂଖ୍ୟକ ସଦସ୍ୟ ନିଶ୍ଚୟ ଅଣଶାସନିକ ହେବେ   ।
  2. ନିର୍ବାଚନ ମାଧ୍ୟମ ଗ୍ରହଣ କରିବା ପାଇଁ ସରକାରୀ କର୍ମଚାରୀ ଯଥାସାଧ୍ୟ ଏହାର ସଫଳତା ନିମିତ୍ତ କାର୍ଯ୍ୟ କରିବେ ଏବଂ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ  ।
  3. ସରକାରୀ ନିୟନ୍ତ୍ରଣ ଦୁଇପ୍ରକାରର କାର୍ଯ୍ୟକାରୀ ହେବ  ।
  4. ସଭାପତି ଅଣଶାସନିକ ହେବେ   ।  ଏତଦ୍ଵାରା ଅନ୍ୟାନ୍ୟ ଆଶାଜଣକ କର୍ମକର୍ତ୍ତାଗଣ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟପ୍ରତି ସଚେତନ ଓ କର୍ତ୍ତବ୍ୟନିଷ୍ଠ ହେବେ   ।  ତେଣୁ , ପରିଷଦ ଜନଜାଗରଣ ଓ ରାଜନୈତିକ ଶିକ୍ଷାର ଶିକ୍ଷାକେନ୍ଦ୍ର ହୋଇପାରିବ   ।
  5. ପୌରସଂସ୍ଥାର କର୍ମଚାରୀ ହିସାବରେ ଡାକ୍ତର, ଇଞ୍ଜିନିୟରମାନେ ପୌର ଜନସାଧାରଣଙ୍କର ପ୍ରୟୋଜନୀୟ ସେବା,ସଦୁପଯୋଗ ନିମିତ୍ତ ସାହାଯ୍ୟ କରିବେ   । ଜିଲ୍ଲାସ୍ତରୀୟ ବାହ୍ୟ କର୍ମଚାରୀଙ୍କ ଠାରେ ନ୍ୟସ୍ତଥିବା ଦାୟିତ୍ଵ ସେମାନେ ସୁଚାରରୂପେ ତୁଲାଇବେ   ।
  6. ଉକ୍ତ ସ୍ୱାୟତ୍ତ ସଂସ୍ଥାମାନଙ୍କ  ନିମିତ୍ତ ମିଳୁଥିବା ପଦାର୍ଥମାନ ଶାସନର ଉନ୍ନତି ଏବଂ ଆୟ ବୃଦ୍ଧିପାଇଁ କାର୍ଯ୍ୟକାରୀ ହେବା ପ୍ରୟୋଜନ କିମ୍ବା ଅଧିକ ବ୍ୟୟସାପେକ୍ଷ କୌଣସି କର ଆଦାୟ ଭାର ସ୍ୱାୟତ୍ତ ସଂସ୍ଥାମାନଙ୍କୁ ହସ୍ତାନ୍ତରିତ କରିବା ଉଚିତ ନୁହେଁ  ।

୧୮୮୫ ମସିହା ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କଦ୍ଵାରା ଗ୍ରହଣ କରାଯାଇଥିବା ପ୍ରସ୍ତାବମାନ କେବଳ ସ୍ୱାୟତ୍ତ ସଂସ୍ଥାମାନଙ୍କର ଗଠନ ବିଷୟ ସହ ସମ୍ପୃକ୍ତ ଥିଲା, କିନ୍ତୁ ପ୍ରସ୍ତାବମାନ କାର୍ଯ୍ୟକାରୀ କରିବା ଦାୟିତ୍ଵ ପ୍ରାଦେଶିକ ସରକାରଙ୍କୁ ଦିଆଯାଇଥିଲା   । କେତେକ ପ୍ରାଦେଶିକ ସରକାର ଏହି ନୀତି ବୟାନ କରିବାର ଅନ୍ୟ ପ୍ରାଦେଶିକ ସରକାରଙ୍କ ଠାରୁ ସରଳ ଥିଲେ  । ଭାରତ ସରକାର ଆଉ ଅଧିକ ସାହାଯ୍ୟ ହେବା ପୂର୍ବରୁ ପୌର ଏବଂ ଗ୍ରାମ୍ୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ କିଭଳି ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି  ଏବଂ ସେମାନନାକ ନିକଟରେ କେତେ ଜମା ରହିଛି ତାହା ତଦାରଖ କରିବା ପ୍ରୟୋଜନ ଥିଲା   ।  ଏହା ଭାରତ ସରକାର ୧୮୮୬ ମସିହାରେ ପୌର ସଂସ୍ଥାମାନଙ୍କରେ ଏବଂ ୧୮୯୭ ମସିହରେ ସ୍ଥାନୀୟ ପରିଷଦ ମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରିଥିଲେ  ।  ଏହି ଦୁଇଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାର ବାସ୍ତବତା ଏବଂ କେବଳ ଯୋଜନା କରି ରଖିବା ମଧ୍ୟରେ ପ୍ରଭେଦ ଏବଂ କ୍ରମବିକାଶ ବିଷୟରେ ସୂକ୍ଷ୍ମ ଚିତ୍ର ପ୍ରଦାନ କରେ  ।

୧୮୮୨ ମସିହା ସୁଦ୍ଧା ଅନ୍ୟାନ୍ୟ ପ୍ରଦେଶରେ କାର୍ଯ୍ୟକାରୀ ହୋଇଥିବା ଆଇନ

ପ୍ରେସିଡେନ୍ସି ସହରମାନଙ୍କ ବ୍ୟତୀତ ୧୮୮୨ ମସିହା ସୁଦ୍ଧା ଅନ୍ୟାନ୍ୟ ପ୍ରଦେଶରେ କାର୍ଯ୍ୟକାରୀ ହୋଇଥିବା ଆଇନମାନ ହେଲା-

ମାନ୍ଦ୍ରାଜ ଆଇନIII -୧୮୭୧ ମସିହା

ବମ୍ବେ ସହର ଉନ୍ନତି ମୂଳକ ଆଇନ ୬ଷ୍ଠ -୧୮୭୩

ବେଙ୍ଗଲ ଆଇନ ୫ମ -୧୮୭୬

ଉତ୍ତର-ପଶ୍ଚିମ ପ୍ରଦେଶ ଏବଂ ସୌଧ ଆଇନ- ପଞ୍ଚଦଶ-୧୮୭୩

ପଞ୍ଜାବ –ପ୍ରଦେଶ ଆଇନ ୪ର୍ଥ -୧୮୭୩

ବର୍ମା ଆଇନ ୭ ମ -୧୮୭୪

ଆସାମ ଓ ବେଙ୍ଗଲ ପ୍ରଦେଶର ସଂଶୋଧିତ ଆଇନ -୫ ମ- ୧୮୭୬ ମସିହା କାର୍ଯ୍ୟକାରୀ ହୋଇ ୧୪ ଟି ପୌରସଂସ୍ଥା ମଧ୍ୟରୁ ୧ଟି ପୌରସଂସ୍ଥାରେ ବଳବତ୍ତର ରହିଲା   ।  ୧୮୮୪ ମସିହାରେ କେବଳ ୩ ଟି ପୌରସଂସ୍ଥାରେ ୩ ୟ ଆଇନ କାର୍ଯ୍ୟକାରୀ ହେବା ପ୍ରୟୋଜନ ହେଲା  । ଉତ୍ତର- ପଶ୍ଚିମ ପ୍ରଦେଶ ଆଇନ ଓ ସୌଧ ଆଇନ -୧୮୭୩ ମସିହା   ।  ୧୮୭୪ ମସିହାରେ ଆଜମିରର ଏକ କୁରଗରେ  ୧୮୮୨ ମସିହାରେ ଲାଗୁ  ହେଲା  । ସର୍ବଶେଷରେ ବେରାରରେ ପୌରସଂସ୍ଥାମାନ ଆଇନ ୧୮୭୩ ମସିହା ଦ୍ଵାରା ପୁନର୍ଗଠିତ ହେଲା  ।

ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତିହାସରେ ଅନ୍ୟ ଏକ ତତ୍ପର୍ଯ୍ୟପୂର୍ଣ୍ଣ ଘଟନା ହେଉଛି  ୧୯୦୭ ମସିହାରେ ବିକେନ୍ଦ୍ରୀକରଣ ବିଷୟକ ରୟାଲ କମିଶନର ପ୍ରସ୍ତାବ,୧୯୦୯ ମସିହାରେ ତାହାର ଘୋଷଣାନାମା  ।

ପ୍ରାଚୀନ ଓ ମଧ୍ୟବର୍ତ୍ତୀ ଯୁଗରେ ଯଦିଓ ଗ୍ରାମ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଏକ ଅଙ୍ଗରୂପେ ପ୍ରତିଷ୍ଠିତ ଥିଲା , ବ୍ରିଟିଶ ଶାସନ କାଳରେ ଏହାର ଗୁରୁତ୍ଵପୂର୍ଣ୍ଣ ସଂପୂର୍ଣ୍ଣଭାବରେ କ୍ଷୁର୍ଣ୍ଣ କରାଯାଇଥିଲା  । ରୟାଲ କମିଶନରଙ୍କ ବିକେନ୍ଦ୍ରୀକରଣ ନୀତି ଧାର୍ଯ୍ୟ ହେବା ପରେ କେବଳ ଗ୍ରାମମାନଙ୍କୁ ସ୍ୱାୟତ୍ତ ଶାସନ ନିମିତ୍ତ ଉପଯୁକ୍ତ କ୍ଷମତା ପ୍ରଦାନ କରାଗଲା   । ଯଦିଓ ତତକ୍ଷଣାତ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ନଥିଲା   , ତଥାପି ସମଗ୍ର ଗ୍ରାମ୍ୟ ବିକାଶ ନିମିତ୍ତ ପଦକ୍ଷେପ ଗ୍ରହଣ କରାଗଲା   ।  ରୟାଲ କମିଶନ ମଧ୍ୟ ତାଲୁକା ଓ ସବଡିଭିଜନମାନଙ୍କର କ୍ଷମତା ହ୍ରାସ ନିମିତ୍ତ ପ୍ରସ୍ତାବ ଦେଲେ   । ତତ୍ପରେ ଗୋଟିଏ ଦ୍ଵନ୍ଦ୍ଵତ୍ମକ ପ୍ରଶ୍ନ ହେଲା ଗ୍ରାମ ବିକାଶ ନିମିତ୍ତ ଜିଲ୍ଲା ବୋର୍ଡର ପ୍ରଯୋଜନାୟତା ବିଷୟ   ।  ଏହା ମଧ୍ୟ ପ୍ରସ୍ତାବ ଦେଲେ ଯେ , ପୌର ସଂସ୍ଥାମାନଙ୍କୁ ଅଧିକ କ୍ଷମତା ପ୍ରଦାନ ନିମିତ୍ତ କେତେକ ପ୍ରଶାସନିକ ପରିବର୍ତ୍ତନ ପ୍ରୟୋଜନ  । ଭାରତ ସରକାର ଏହି ଦ୍ରୁଷ୍ଟିରୁ ଅଧିକ ସମୟ ଅତିବାହିତ କରିବାରୁ ଏବଂ ବିଳମ୍ବ ହେତୁ ଏହା ରକ୍ଷଣଶୀଳ ହେଲେ ମଧ୍ୟ ଯଥାସମୟରେ କାର୍ଯ୍ୟକରି ହୋଇପାରିଲା ନାହିଁ   ।  ଏହି ସମୟ ମଧ୍ୟରେ ପ୍ରଥମ ବିଶ୍ଵଯୁଦ୍ଧ ଲାଗିଲା ଏବଂ ଭାରତର ରାଜନୈତିକ ପରିସ୍ଥିତି ପରିବର୍ତ୍ତନ ହେଲା  ।

୧୯୦୯ ମସିହା ରୟାଲ କମିଶନ ପ୍ରସ୍ତାବ

୧୯୦୯ ମସିହା ରୟାଲ କମିଶନ ନିମ୍ନୋକ୍ତ ପ୍ରସ୍ତାବମାନ ପ୍ରଦାନ କରିଥିଲେ   ।

  1. ସ୍ୱାୟତ୍ତ୍ଵ ଶାସନ ବ୍ୟବସ୍ଥାରେରେ ଗ୍ରାମ ମୌଳିକ ଅଂଶରୂପେ ପ୍ରତିଷ୍ଠିତ ହେବ ଏବଂ ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତ ରହିବ  । ସହରରେ ପୌରସଂସ୍ଥା ଗଠନ କରାଯିବ   ।
  2. ସ୍ୱାୟତ୍ତ ଶାସିତ ସଂସ୍ଥାରେ ସଂଖ୍ୟାଧିକ ସଭ୍ୟ ରହିବା ଉଚିତ  ।
  3. ପୌରସଂଖ୍ୟା ନିଜର ସଭାପତି ନିର୍ବାଚିତ କରିବା ଉଚିତ , କିନ୍ତୁ ଜିଲ୍ଲାପାଳ ଜିଲ୍ଲା ବୋର୍ଡର ସଭାପତି ହିସାବରେ କାର୍ଯ୍ୟ ତୁଲାଇବେ  ।
  4. ସର୍ବନିମ୍ନ ସଂରକ୍ଷିତ ପାଣ୍ଠି ରଖିସାରିବା ପରେ ପୌରସଂସ୍ଥାମାନ କର ଟିକସ ଧାର୍ଯ୍ୟ କରିବା ଏବଂ ବଜେଟ ପ୍ରସ୍ତୁତ କ୍ଷମତା ପାଇବା ଉଚିତ  ।  ଜଳଯୋଗାଣ ଜନସ୍ୱାସ୍ଥ୍ୟ ,  ନର୍ଦ୍ଦମା , ପରିଷ୍କାର ଇତ୍ୟାଦି କାର୍ଯ୍ୟ ନିମିତ୍ତ ସରକାର ଯଥୋଚିତ ସାହାଯ୍ୟ ପ୍ରଦାନ କରିବା ବିଧେୟ   ।
  5. ବୃହତ ସହର ନିମିତ୍ତ ଜଣେ ସ୍ଥାୟୀ ମନୋନୀତ କାର୍ଯ୍ୟନିର୍ବାହୀ ରହିବା ବିଧେୟ  । ସ୍ୱାୟତ୍ତ ସଂସ୍ଥାମାନଙ୍କର ସେମାନଙ୍କର କର୍ମଚାରୀମାନଙ୍କ ପ୍ରତି ନିୟନ୍ତ୍ରଣ ରହିବ   । ହେଲେହେଁ କର୍ମଚାରୀମାନଙ୍କର ଚାକିରି ନିରାପତ୍ତା ଏବଂ ଭବିଷ୍ୟତ ସୁରକ୍ଷିତ ହେବା ବାଞ୍ଛନୀୟ   ।
  6. ଉପଦେ, ପ୍ରସ୍ତାବିତ ଏବଂ ହିସାବ ଶାସନ ସଂସ୍ଥାମାନଙ୍କ ପ୍ରତି  ବାହ୍ୟ ନିୟନ୍ତ୍ରଣ ରହିବା ଅନୁଚିତ  ।
  7. ସ୍ଥାନୀୟ ଋଣ ବୃଦ୍ଧି ନିମିତ୍ତ ପୌରସଂସ୍ଥାର କ୍ଷମତାରେ ସହକାରୀ ନିୟନ୍ତ୍ରଣ ଚାଲୁ ରହିବା ଉଚିତ ଏବଂ ପୌର ସମ୍ପତ୍ତି,ବିକ୍ରି , ଖର୍ଦ୍ଦି ନିମିତ୍ତ ସହକାରୀ ଅନୁମତି ପାଇବା ଉଚିତ  ।

୧୯୦୯ ବିକେନ୍ଦ୍ରୀୟ ପ୍ରସ୍ତାବନା ଉପଯୁକ୍ତ ଦ୍ରୁଷ୍ଟି ଆକର୍ଷଣ କରିପାରିଲା ନାହିଁ ଏବଂ ସେହି ପ୍ରସ୍ତାବନା ୧୯୧୯ ମସିହା ମେଣ୍ଟଗୁ-ଚେମସ୍ର ଫୋର୍ଡ ଙ୍କ ସଂସ୍କାର ଦ୍ଵାରା ପ୍ରାଦେଶିକା ବିଧାନମଣ୍ଡଲକୁ ଅଧିକ ସ୍ଵତନ୍ତ୍ର ପ୍ରଦାନ କରାଯିବାପରେ କାର୍ଯ୍ୟକାରୀ ହେଲା  । ଜିଲ୍ଲା କର୍ମଚାରୀମାନଙ୍କୁ ହସ୍ତରୁ ସ୍ୱାୟତ୍ତ ଶାସନର କ୍ଷମତା କାଢି ନିଆଗଲା  ଏବଂ ନିର୍ବାଚିତ ମନ୍ତ୍ରୀଙ୍କଦ୍ଵାରା କାର୍ଯ୍ୟକାରୀ କରାଗଲା   ।  ପରିଦର୍ଶନଗତ କ୍ଷମତା ବହନ କରି ମଧ୍ୟ ଜିଲ୍ଲା କର୍ମଚାରୀମାନେ ସ୍ୱାୟତ୍ତ ଅନୁଷ୍ଠାନର ସଭାପତି ହେଲେ   ।  ଠିକ ସେହିପରି ସ୍ଵାୟତ୍ତ ଅନୁଷ୍ଠାନର ନିର୍ବାଚନରେ ନାଗରିକମାନଙ୍କର ଭୋଟ ଅଧିକାରକୁ ପ୍ରସାରିତ କରାଗଲା   । କେତେକ ପୌରସଂସ୍ଥା ବିଧିମୁତବକ କର-ଟିକସ ଧାର୍ଯ୍ୟ ଓ ହ୍ରାସ କରିବାର କ୍ଷମତା ପାଇଲେ  ।

ପ୍ରଥମ ମହାଯୁଦ୍ଧ ଭାରତର ରାଜନୈତିକ ପରିସ୍ଥିତିରେ ବହୁତ ପରିବର୍ତ୍ତନ ଆଣିଲା  । ଭାରତୀୟ ଜନସାଧାରଣଙ୍କୁ ଯୁଦ୍ଧରେ ଅଂଶଗ୍ରହଣ କରିବା ନିମିତ୍ତ ଆସା ପ୍ରଦର୍ଶନ କରାଯାଇ କୁହାଗଲା ଯେ , ପୃଥିବୀରେ ଗଣତନ୍ତ୍ରର ସୁରକ୍ଷା ନିମିତ୍ତ ସେମାନେ ସହଯୋଗ କରିବା ଉଚିତ  । ତେଣୁ ଭାରତୀୟ ରାଜନୈତିକ ନେତୃବୃନ୍ଦ ଆଶାୟୀ ହେଲେ ଯେ ଭାରତରେ ଗଣତନ୍ତ୍ରର ବିକାଶ ନିମିତ୍ତ ଉପଯୁକ୍ତ ପଦକ୍ଷେପ ନିଆଯିବ  ।  ଏହାକୁ ପ୍ରତ୍ତୁତ୍ତରରେ ଅଗସ୍ଥ  ୨୦ ତାରିଖ ୧୯୧୭ ରେ ଏଡୱିନ ମଣ୍ଟେଗୁ ଇଂଲଣ୍ଡର ସାଧାରଣ ସଭାରେ ଭାରତୀୟମାନଙ୍କର ଅବସ୍ଥା ହୃଦୟଙ୍ଗମ କରି ଲର୍ଡ ଚେମସଫୋର୍ଡଙ୍କ ସହ ଭାରତ ପରିଦର୍ଶନରେ ଆସିଲେ   ।  ସେ ଦୁହେଁ ସମ୍ମିଳିତ ହିସାବରେ ଭାରତରେ ସମ୍ବିଧାନିକ ସଂସ୍କାର ନିମିତ୍ତ  ୧୯୨୮ ମସିହାରେ ପ୍ରସ୍ତାବ ପ୍ରଦାନ କଲେ  ।  ଏହି ପ୍ରସ୍ତାବନାର କେତେକ ଧାରା ସ୍ଵାୟତ୍ତ ଶାସନ ସଂସ୍ଥା ସାଧାରଣ ନୀତି- ନିୟମରେ ସରଳିକାରଣ ନିମିତ୍ତ ପ୍ରଯୁଜ୍ୟ ଥିଲା   ।

୧୯୧୯-୨୦ ମସିହାରେ ପ୍ରଣୀତ ଆଇନ ଓ ନିୟମ ସମ୍ପର୍କୀୟ ପ୍ରସ୍ତାବ କାର୍ଯ୍ୟକାରୀ ହେଲା  ।  ୧୯୧୯ ମସିହା ଭାରତ ଶାସନ ଆଇନ ବଳରେ ପ୍ରାଦେଶିକ ସରକାରଙ୍କର ନିର୍ବାଚିତ ମନ୍ତ୍ରୀମାନେ ନିର୍ବାଚିତ ପୌର ପରିଷଦ ଗଠନ ନିମିତ୍ତ ଆଇନ ପ୍ରଣୟନ କଲେ ଏବଂ ନିର୍ବାଚିତ ସଭାପତିଙ୍କୁ ପ୍ରଶାସନିକ କ୍ଷମତା ପ୍ରଦାନ କଲେ  ।

ତେଣୁ ୧୯୧୯ ମସିହା ଭରା ଶାସନ ଆଇନ ସ୍ଵାୟତ୍ତ ଶାସନ ଦିଗରେ ନୂତନ ଯୁଗ ସୃଷ୍ଟି କଲା  ।  ଏହି ସମୟରେ ବିଭିନ୍ନ ପ୍ରାଦେଶିକ ସରକାର ସ୍ଵାୟତ୍ତ ଶାସନ ନିମିତ୍ତ ଆଇଆନ ପ୍ରଣୟନ କଲେ  ।

୧୯୨୧-୨୬ ମସିହା ମଧ୍ୟରେ ପ୍ରଦେଶ ବିଧାନ ପରିଷଦମାନଙ୍କ ଦ୍ଵାରା ସ୍ଵାୟତ୍ତ ଶାସନ ନିମିତ୍ତ ଆଇନମାନ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲା  ।  ନଗର ପୌରସଂସ୍ଥା ସମ୍ପର୍କୀୟ ୧୯୧୫ ମସିହାରେ ବମ୍ବେ  ପ୍ରଦେଶ ଆଇନ ନଂ ୧୭ ନିର୍ବାଚିତ ସଦସ୍ୟ ସଂଖ୍ୟା ସମୁଦାୟ ସଭ୍ୟ ସଂଖ୍ୟା  ୪/୫ ଅଂଶକୁ ବୃଦ୍ଧିକଲା, ନାରୀମାନଙ୍କୁ ଭୋଟ ଅଧିକାର ତଥା ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବାର ଅଧିକାର ଏବଂ ଅବହେଳିତ ଜାତିର ଲୋକମାନଙ୍କର ପ୍ରତିନିଧିତ୍ଵ କରିବାର ଅଧିକାର ଏବଂ ସୁବିଧା ପ୍ରଦାନ କଲା  ।

ବେଙ୍ଗଲରେ ୧୯୨୩ ମସିହାରେ କଲିକତା ପୌରସଂସ୍ଥା ଆଇନ ପ୍ରଣୟନ ହେଲା  ।  ଏହା ପ୍ରତ୍ୟେକଙ୍କର ଏକ ଭୋଟ ଅଧିକାର  ।  ମୁସଲମାନଙ୍କ ନିମିତ୍ତ ପୃଥକ ନିର୍ବାଚନମଣ୍ଡଳୀ ଏବଂ ଭୋଟ ଅଧିକାରରେ ଲୀଙ୍ଗଗତ ପ୍ରଭେଦ ଦୂରକଲା   ।  କଲିକତା ନଗର ନିଗମ ସମ୍ବିଧାନ ଗଣତାନ୍ତ୍ରିକ ହେଲା ଏବଂ ମେୟର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତି ନିର୍ବାଚିତ କରାଗଲା  ।  ଉତ୍ତରପ୍ରଦେଶରେ  ୧୯୨୨ ମସିହାରେ ପୌରସଂସ୍ଥା ଆଇନ ପ୍ରଣୀତ ହୋଇ ଭୋଟ ଅଧିକାରରେ ସମ୍ପତ୍ତିଗତ ଅଧିକାର ଲାଘବ କଳା  ।  ୧୯୨୧ ମସିହାରେ ମାନ୍ଦ୍ରାଜ ପୌରସଂସ୍ଥା ଆଇନ ପୌରସଂସ୍ଥାମାନଙ୍କର କାର୍ଯ୍ୟ ପରିସର , କ୍ଷମତା ଓ ସ୍ଵାଧୀନତା ବୃଦ୍ଧିକଲା   ।  ବିହାର- ଓଡିଶାରେ  ୧୮୮୪ ମସିହା ବେଙ୍ଗଲ ପୌରସଭା ଆଇନ ପରିବର୍ତ୍ତନ କରିବା ନିମିତ୍ତ ପ୍ରସ୍ତୁତ ବିଧେୟକ ଆଲୋଚନା ନିମିତ୍ତ ମନ୍ତ୍ରୀମାନଙ୍କର ପ୍ରଥମ ବୈଠକ ଡକାଯାଇଥିଲା  ।

କିନ୍ତୁ ୧୯୧୭ ମସିହାଠାରୁ ୧୯୩୭ ମସିହା ମଧ୍ୟରେ ସ୍ଵାୟତ୍ତ ଶାସନ ନିମିତ୍ତ ପ୍ରଣୀତ ଆଇନମାନ ପୌର ସମସ୍ୟା , ସମାଧାନ ଦିଗରେ ସହାୟକ ହୋଇପାରିଲା ନାହିଁ   ।  ପୌରସଂସ୍ଥାମାନଙ୍କର ଦାୟିତ୍ଵପୂର୍ଣ୍ଣ ଓ ଦକ୍ଷ ପ୍ରଶାସନିକ କାର୍ଯ୍ୟ ତତ୍ପରତାପ୍ରତି କ୍ଵଚିତ ଦ୍ରୁଷ୍ଟି ଦିଆଯାଇଥିଲା  । ପୌର ସ୍ଵାୟତ୍ତ ଶାସନର ଉନ୍ନତି କ୍ଷେତ୍ରରେ ଅନ୍ୟ ଏକ ପ୍ରଭାବ ଥିଲା ସହରାଞ୍ଚଳ ଅଧିବାସୀମାନଙ୍କ ମଧ୍ୟରେ ପୌର ରାଜନୀତି ଏବଂ ପୌର ଜୀବନଯାପନ ପ୍ରଣାଳୀର ଅଭାବ ଅସମାନତା   ।  ଭାରତୀୟ ସହରମାନ ଛୋଟବଡ ଗ୍ରାମମାନଙ୍କର ଆୟ ବୃଦ୍ଧି ନିମିତ୍ତ ଗ୍ରାମାଞ୍ଚଳକୁ ପଳାଇଆସି ସହରରେ ବସବାସଦ୍ଵାରା ବିକାଶ ଏବଂ ବୃଦ୍ଧି ହୋଇଅଛି  ।  ଏହା କେବଳ ସ୍ଥାନାନ୍ତରଗାମୀମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ଚଳଣିର ଅଭାବଦ୍ଵାରା ନୁହେଁ , ବରଂ ସେମାନଙ୍କ ମଧ୍ୟରେ ପୌର କାର୍ଯ୍ୟ ବିଷୟରେ ଅଜ୍ଞତାବଶତଃ ହୋଇଥିଲା  ।

ମଣ୍ଟଫୋର୍ଡ ଶାସନ ସଂସ୍କାରର ପରବର୍ତ୍ତୀ ସମୟରେ ସ୍ଵାୟତ୍ତ ପୌରସଂସ୍ଥାମାନ ବେସରକାରୀ ସଂସ୍ଥାମାନଙ୍କ ଦ୍ଵାରା ଗଠିତ ହେଲା ଏବଂ ସରକାରୀ କର୍ତ୍ତିତ୍ଵ ଗୌଣ ରହିଲା   ।  ୧୯୩୮ ମସିହାରେ ଡକ୍ଟର ଡି.ପି ମିଶ୍ରଙ୍କ ପ୍ରସ୍ତାବ ଓ ଯୋଜନାନୁଯାୟୀ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପୁନର୍ଗଠନ ନିମିତ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା  ।  ଡଃ. ମିଶ୍ର ତଦାନୀନ୍ତନ ଭାରତ ସରକାରଙ୍କର ସ୍ଵାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଥିଲେ  ।  ପୁନର୍ଗଠନ ନିମିତ୍ତ ବିଭିନ୍ନ କାର୍ଯ୍ୟପନ୍ଥା ମଧ୍ୟରୁ ଗୋଟିଏ ହେଉଛି  “ ପ୍ରଥମରେ ସ୍ଥାନୀୟ ଏବଂ ଅଣସ୍ଥାନୀୟ କାର୍ଯ୍ୟ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ  ।  ତେଣୁ ଦୁଇପ୍ରକାର କର୍ତ୍ତୃତ୍ଵ ରହିବ ନାହିଁ  ।  ସରକାର ହେଉଛି ଏକ ସମ୍ମିଶ୍ରଣ ଏବଂ ସମସ୍ତ କାର୍ଯ୍ୟ ସ୍ଵାଧୀନ  ।  ପ୍ରତ୍ୟେକ ସ୍ଥାନରେ ସମସ୍ତ କାର୍ଯ୍ୟ ସରକାରଙ୍କର ଗୋଟିଏ ସଂସ୍ଥାଦ୍ଵାରା କାର୍ଯ୍ୟକାରୀ ହେବ  ।    “ ଦ୍ଵିତୀୟ ନୀତିଟି ଥିଲା ସ୍ଵାୟତ୍ତ ଶାସନର ପ୍ରତ୍ୟେକ କାର୍ଯ୍ୟ ପରିଚାଳନା ନିମନ୍ତେ ସରକାରୀ ଏବଂ ବେସରକାରୀ ଉଭୟ ସହଯୋଗ  ।  ଆଇନ ପ୍ରଣୟନ କ୍ଷମତା ଗୋଟିଏ ନିର୍ବାଚିତ ସଂସ୍ଥା ଓ ପ୍ରଶାସନିକ କାର୍ଯ୍ୟ ପ୍ରଶାସନିକ କର୍ମଚାରୀଙ୍କ ଠାରେ ନ୍ୟସ୍ତ ରହିବ   ।  ଏହି ଦୁଇଟି ନୀତି ମଧ୍ୟରେ ସାଦୁଶ୍ୟ  ଥିଲା   ।  ଏହି ନୀତି ମହରାଷ୍ଟ୍ର ସରକାରଙ୍କର  ୧୯୬୧ ମସିହାରେ ନିଯୁକ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକାରଣ ସମିତିର ପ୍ରସ୍ତାବରେ ପରିଦୃଷ୍ଟ ହୁଏ   ।  ତଦନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ଅବସ୍ଥିତ ପୌରସଂସ୍ଥାମାନ ଜିଲ୍ଲା ବୋର୍ଡର ଅଧିନସ୍ଥ ହିସାବରେ କାର୍ଯ୍ୟ କଲେ  ।

ସ୍ଵାଧୀନତା ପ୍ରାପ୍ତି ଏବଂ ଗଣତାନ୍ତ୍ରିକ ସମ୍ବିଧାନ ପ୍ରତିଷ୍ଠା ପରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାରେ ଲୌକିକ ନିର୍ବାଚନ ସରକାର ପ୍ରତିଷ୍ଠା ନିମିତ୍ତ ଭରତାୟୟ ନେତୃବୃନ୍ଦ ଚିନ୍ତାକଲେ   ।  ନୂତନ ସମ୍ବିଧାନର ବ୍ୟବସ୍ଥାନୁଯାୟୀ ସ୍ଵାୟତ୍ତ ଶାସନ ରାଜ୍ୟ ସରକାରଙ୍କର ଅନ୍ତର୍ଭୁକ୍ତ ହେଲା  । ବାସ୍ତବତଃ ସ୍ଵାୟତ୍ତ ଶାସନ ସଂସ୍ଥାମାନ ଗଣତାନ୍ତ୍ରିକ କାର୍ଯ୍ୟକଳାପର ପ୍ରଶିକ୍ଷଣ କେନ୍ଦ୍ର କେବଳ ନୁହେଁ,  ବରଂ ପଞ୍ଚବାର୍ଷିକ ଯୋଜନାରେ ଦାୟିତ୍ଵ ବହନ କରିବା ନିମିତ୍ତ ଏକ ବିଭାଗସଦୃଶ   ।  ସମୟାନୁଯାୟୀ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତି ,  ବିକାଶ ଏବଂ  ପୁନର୍ଗଠନ ନିମିତ୍ତ ବିଭିନ୍ନ ଆୟୋଗ ଓ ସମିତି ଗଠନ କରାଯାଇଥିଲା      ।

ସମ୍ପ୍ରତି ଭାରତରେ “ଛ” ପ୍ରକାର ପୌର ସ୍ଵାୟତ୍ତ ଶାସନ ସଂସ୍ଥା ପରିଦୃଷ୍ଟ

ସମ୍ପ୍ରତି ଭାରତରେ “ଛ” ପ୍ରକାର ପୌର ସ୍ଵାୟତ୍ତ ଶାସନ ସଂସ୍ଥା ପରିଦୃଷ୍ଟ ହୁଏ  ।

ସେଗୁଡିକ ହେଲା-

  1. ପୌର ନିଗମ
  2. ପୌର ପରିଷଦ
  3. ସହରାଞ୍ଚଳ ସମିତି
  4. ବିଜ୍ଞାପିତ ଅଞ୍ଚଳ ପରିଷଦ
  5. ଉନ୍ନୟନ ପରିଷଦ ଓ ବନ୍ଦର ପରିଷଦ
  6. କ୍ୟାଣ୍ଟନମେଣ୍ଟ ମଣ୍ଡଳୀ

ଭାରତରେ ସାମ୍ପ୍ରତିକ ଆଇନ

  1. ଆନ୍ଧ୍ରପ୍ରଦେଶ- ଆନ୍ଧ୍ରପ୍ରଦେଶ ପୌର ଆଇନ ୧୯୫୫  ।
  2. ଆସାମ- ଆସାମ ପୌର ଆଇନ ୧୯୫୬
  3. ବିହାର- ବିହାର ଓଡିଶା ପୌର ଆଇନ ୧୯୨୨ ।
  4. ଗୁଜୁରାଟ- ଗୁଜୁରାଟ ପ୍ରଦେଶ ପୌର ପାଳିକା ୧୯୬୩  ।
  5. ଜାମ୍ମୁ ଓ କାଶ୍ମୀର – ଜାମ୍ମୁ ଓ କାଶ୍ମୀର ପୌର ଆଇନ ୧୯୫୧ ।
  6. କେରଲ- କେରଲ ପ୍ରଦେଶ ପୌର ଆଇନ ୧୯୬୦
  7. ମଧ୍ୟପ୍ରଦେଶ-ମଧ୍ୟପ୍ରଦେଶ ପୌର ଆଇନ ୧୯୨୦
  8. ମାନ୍ଦ୍ରାଜ – ମାନ୍ଦ୍ରାଜ ପ୍ରଦେଶ ଜିଲ୍ଲା ପୌର ଆଇନ ୧୯୨୦
  9. ମହାରାଷ୍ଟ୍ର –ମହାରାଷ୍ଟ୍ର ପୌର ଆଇନ ୧୯୬୫   ।
  10. ମହିଶୂର – ମହିଶୂର ପୌର ଆଇନ ୧୯୬୪
  11. ଓଡିଶା – ଓଡିଶା ପୌର ଆଇନ ୧୯୬୪
  12. ପଞ୍ଜାବ – ପଞ୍ଜାବ ପୌର ଆଇନ -୧୯୧୧
  13. ରାଜସ୍ଥାନ-ରାଜସ୍ଥାନ ପୌର ଆଇନ ୧୯୫୯
  14. ଉତ୍ତରପ୍ରଦେଶ- ଉତ୍ତରପ୍ରଦେଶ ପୌର ଆଇନ-୧୯୧୬
  15. ପଶ୍ଚିମବଙ୍ଗ- ପଶ୍ଚିମବଙ୍ଗ ଆଇନ-୧୯୩୧  , କୋଚିବିହାର ଆଇନ-୧୯୯୪  ।
  16. ହିମାଚଳପ୍ରଦେଶ – ପଞ୍ଜାବ ପୌର ଆଇନ -୧୯୧୧
  17. ପଣ୍ଡିଚେରୀ- ଫ୍ରାନ୍ସ ଡିକ୍ରି-୧୮୮୦ ।

ସମ୍ପ୍ରତି ଭାରତରେ ସ୍ଵାୟତ୍ତ ଶାସନ ସଂସ୍ଥା ଦୁଇପ୍ରକାରର ପ୍ରତିଷ୍ଠିତ  ।  ତନ୍ମଧ୍ୟରୁ ପୌରସଂସ୍ଥାମାନ ସାଧାରଣତଃ ଜନସଂଖ୍ୟା ଏବଂ ଅଧିବାସୀମାନଙ୍କର ଆୟଦ୍ରୁଷ୍ଟିରୁ ଗଠିତ ହୋଇଥାଆନ୍ତି  । ପୌରିକାରଣ ଏବଂ ଆଧୁନିକିକାରଣ ଓତପ୍ରୋତ ଭାବେ ଜଡିତ   ।

ଆଦର୍ଶ ପ୍ରଶ୍ନାବଳୀ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ

  1. ଭାରତରେ ସ୍ଵାୟତ୍ତ ଶାସନର କ୍ରମବିକାଶ ଆଲୋଚନା କର   ।
  2. ଆଧୁନିକ ଭାରତରେ ସ୍ଵାୟତ୍ତ ଶାସନର କ୍ରମବିକାଶ ବିଷୟ ବର୍ଣ୍ଣନା କର  ।
  3. “ ଭାରତରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଅତି ପ୍ରାଚୀନ”- ଆଲୋଚନା କର  ।
  4. ଭାରତରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର କ୍ରମବିକାଶ ନିମିତ୍ତ ଉପାଦାନ ବିଷୟ ଆଲୋଚନା କର  ।
  5. ମେହେଟ୍ଟା କମିଟି ବିବରଣୀ କଣ ? ଏହାର ତତ୍ପର୍ଯ୍ୟ ଆଲୋଚନା କର  ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ

  1. ଭାରତରେ ବ୍ରିଟିଶ ଶାସନ କାଳରେ ସ୍ଵାୟତ୍ତ ଶାସନର ବିକାଶ ବିଷୟରେ ତୁମେ କଣ ଜାଣ
  2. ଭାରତରେ ପୌର  ସ୍ଵାୟତ୍ତ ଶାସନର ବିକାଶ ନିମିତ୍ତ କେଉଁ ଉପାଦାନମାନ ଦାୟୀ   ।
  3. ସ୍ଵାୟତ୍ତ ଶାସନ ବ୍ୟବସ୍ଥା ପ୍ରାଚୀନ କି
  4. ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଆଧୁନିକ କି  ।
  5. ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଜନପ୍ରିୟ କି  ।
  6. ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗଣତାନ୍ତ୍ରିକ କି  ।
  7. ସ୍ଵାୟତ୍ତ ଶାସନ ବ୍ୟବସ୍ଥା କହିଲେ କଣ ବୁଝ
  8. ସ୍ଵାୟତ୍ତ ଶାସନ ସଂସ୍ଥାର ପ୍ରକାର ଭେଦ ଦର୍ଶାଅ ।
  9. ସହର ସ୍ଵାୟତ୍ତ ଶାସନ ସଂସ୍ଥାମାନ କଣ ?
  10. ଗ୍ରାମାଞ୍ଚଳ ସ୍ଵାୟତ୍ତ ସଂସ୍ଥାର ଗଠନ କିପରି
  11. ଗ୍ରାମପଞ୍ଚାୟତ କିପରି ଗଠନ କରାଯାଏ   ।
  12. ପଞ୍ଚାୟତ ସମିତି କିପରି ଗଠନ କରାଯାଏ   ।
  13. ଜିଲ୍ଲା ପରିଷଦର ଗଠନ ବର୍ଣ୍ଣନା କର
  14. ଗ୍ରାମାଞ୍ଚଳ ସ୍ଵାୟତ୍ତ ଶାସନ ସଂସ୍ଥାକୁ କଣ କୁହାଯାଏ   ।
  15. ପୌର ସ୍ଵାୟତ୍ତ ଶାସନ ସଂସ୍ଥା କେତେ ପ୍ରକାର   ?

ସଂଗୃହିତ :- ଡକ୍ତର  ବାସୁଦେବ ଦାସ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate