ଉପକ୍ରମ ତଥ୍ୟାନୁସନ୍ଧାନ କାର୍ଯ୍ୟ କରୁଥିବାବେଳେ ଗୋଟିଏ ବିଷୟ ପ୍ରତି ଦୃଷ୍ଟି ଦେବା ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ – ମାନବ ଅଧିକାରର ଉଲ୍ଲଘଂନ ହୋଇଛି କି ନାହିଂ , ତାହା ପ୍ରଥମେ ସାବ୍ୟସ୍ତ କରିବାକୁ ହେବ । କିଏ , କାହିଁକି , କେତେବେଳେ , କେଉଁଠାରେ ଏବଂ କିପରି ଭଳି ପ୍ରଶ୍ନଗୁଡିକର ଉତ୍ତର ସ୍ପଷ୍ଟ କରିଦେବା ଉଦ୍ଦେଶ୍ୟରେ ସଂଗୃହୀତ ତଥ୍ୟ ହିଁ ହେଉଛି ସାକ୍ଷ୍ୟପ୍ରମାଣ । ଦୁଇ ପ୍ରକାର ସାକ୍ଷ୍ୟପ୍ରମାଣ ରହିଛି ମୌଖିକ ସାକ୍ଷ୍ୟ ବା ବୟାନ ଏହା ପୀଡିତ ବା ପୀଡ଼ିତାଙ୍କ ଠାରୁ , ସାକ୍ଷୀମାନଙ୍କ ପାଖରୁ ଏବଂ ଅଭିଯୁକ୍ତ ନିର୍ଯ୍ୟାତକଙ୍କଠାରୁ ସଂଗୃହୀତ ହୁଏ । ଏହି ସୂତ୍ରଗୁଡ଼ିକରୁ ପ୍ରାପ୍ତ ସାକ୍ଷ୍ୟ ପ୍ରମାଣକୁ ଆହୁରି ଅଧିକ ଯାଞ୍ଚ କରିବା ଆବଶ୍ୟକ ହୁଏ । ଆଉ ଏହାକୁ ପ୍ରଥମ ଦେଖା ତଥ୍ୟ ବା ପ୍ରାଥମିକ ତଥ୍ୟ ବୋଲି କୁହାଯାଏ । କାଗଜପତ୍ର / ଦସ୍ତାବିଜ ସାକ୍ଷ୍ୟ ଶାରୀରିକ ସାକ୍ଷ୍ୟ , ଡାକ୍ତରୀ ରିପୋର୍ଟ , ଅଦାଲତର ଦଲିଲପତ୍ର , ପୁଲିସ୍ ରେକର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଏହି ସାକ୍ଷ୍ୟର ଅନ୍ତର୍ଭୁକ୍ତ ହୋଇଥାଏ । ଏହାକୁ ସମର୍ଥନକ୍ଷମ ବା ଦ୍ଵିତୀୟ ଶ୍ରେଣୀର ସାକ୍ଷ୍ୟ ବୋଲି ଅଭିହିତ କରାଯାଏ । ଏଭଳି ଘଟଣାଗୁଡିକରେ ପ୍ରଥମ ଦେଖା ତଥ୍ୟ ପାଇବା ସବୁବେଳେ ସମ୍ଭବ ହୋଇ ନଥାଏ । ଏଣୁ ଏ କ୍ଷେତ୍ରରେ ସମର୍ଥନକ୍ଷମ ବା ଦ୍ଵିତୀୟ ଶ୍ରେଣୀର ସାକ୍ଷ୍ୟ ପାଇବା ଉପରେ ଦୃଷ୍ଟି ଦେବାକୁ ହେବ । ତଥ୍ୟାନୁସନ୍ଧାନ କରି ରିପୋର୍ଟ ପ୍ରସ୍ତୁତ କରୁଥିବାବେଳେ ଗୋଟିଏ କଥା ମନ ମଧ୍ୟରେ ରଖିବା ଉଚିତ – ତାହା ହେଲା ଯେ ଯେଉଁ ସାକ୍ଷ୍ୟପ୍ରମାଣ ସଂଗ୍ରହ କରାଯାଇଛି ତାହାର ସବିଶେଷ ମୂଲ୍ୟାୟନ କରାଯିବା ଉଚିତ ଏବଂ ଏହା ପ୍ରତ୍ୟକ୍ଷ ଓ ବିଶ୍ଵସନୀୟ ସାକ୍ଷ୍ୟ ଉପରେ ଆଧାରିତ ନା ଦ୍ଵିତୀୟ ଶ୍ରେଣୀର ସାକ୍ଷ୍ୟ ଉପରେ ଆଧାରିତ , ସେକଥା ସ୍ପଷ୍ଟ ଭାବରେ କହିଦେବା ଉଚିତ । ଯଦି ନିଜର ସଂଗୃହୀତ ତଥ୍ୟ ଉପରେ ତୁମେ ନିଶ୍ଚିତ ନୁହଁ , ତେବେ ଏକଥା ସ୍ଵୀକାର କର ଯେ ମାନବ ଅଧିକାରର ଉଲ୍ଲଘଂନ ହୋଇଛି ବୋଲି ନିଧାର୍ଯ୍ୟ ଭାବରେ କହିବା ନିମନ୍ତେ ତୁମ ପାଖରେ ଆବଶ୍ୟକ ସମସ୍ତ ସାକ୍ଷ୍ୟପ୍ରମାଣ ନାହିଂ । ସାକ୍ଷାତକାର ଗ୍ରହଣ ତଥ୍ୟ ସଂଗ୍ରହ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସାକ୍ଷାତକାର ନେବା ଏବଂ ଏଥିରୁ ସଂଗୃହୀତ ତଥ୍ୟକୁ ପୂର୍ବରୁ ଅନ୍ୟାନ୍ୟ ସୂତ୍ରରୁ ସଂଗୃହୀତ ତଥ୍ୟ ସହିତ ମିଳାଇ ସତ୍ୟ ପ୍ରତିପାଦନ କରିବା । ସାଧାରଣତଃ ମାନବ ଅଧିକାରର ଉଲ୍ଲଘଂନ ବ୍ୟାପାରରେ ତଥ୍ୟ ପାଇବା ଉଦ୍ଦେଶ୍ୟରେ ସାକ୍ଷାତକାର ନିଆଯାଏ ପୀଡିତ ବା ପୀଡ଼ିତାଙ୍କଠାରୁ , ସାକ୍ଷୀମାନଙ୍କଠାରୁ ଓ ଅନ୍ୟମାନଙ୍କ ଠାରୁ । ସାକ୍ଷାତକାର ନେବା ନିମନ୍ତେ ଯଥେଷ୍ଟ ପ୍ରସ୍ତୁତି ଆବଶ୍ୟକ ହୁଏ । ମାନବ ଅଧିକାରର ସୁରକ୍ଷା ପାଇଁ ଲଢେଇ କରୁଥିବା କର୍ମୀ କାହାରି ସାକ୍ଷାତକାର ନେବା ବେଳେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ନିହାତି ଦୃଷ୍ଟି ଦେବା ଉଚିତ : ଆସିଥିବା ଅଭିଯୋଗ ସଂପର୍କରେ ତଦାରଖ କରିବା ପାଇଁ ଆବଶ୍ୟକ ସମସ୍ତ ତଥ୍ୟକୁ ନେଇ ଏକ ଯାଞ୍ଚ – ତାଲିକା ପ୍ରସ୍ତୁତ କରିବାକୁ ହେବ ଯେପରିକି ‘ କିଏ ’ , ‘ କାହିଁକି ’ , ‘ କେତେବେଳେ ’ , ‘ କେଉଁଠାରେ ’ ଓ ‘ କିପରି ’ ପ୍ରଶ୍ନଗୁଡିକର ଉତ୍ତର ମିଳିଯିବ । ଯଦି ସମ୍ଭବ ହୁଏ , ନିଜର ସ୍ଥାନୀୟ ପରିଚିତ ବ୍ୟକ୍ତି ବା ସହଯୋଗୀଙ୍କଠାରୁ ଖବର ନେଇ ଯାଞ୍ଚ – ତାଲିକା ତାଙ୍କ ସାଙ୍ଗରେ ମିଶି ତିଆରି କରିପାରିବ । ସ୍ଥାନୀୟ ପରିସ୍ଥିତି ଓ ପରିପ୍ରେକ୍ଷୀ ସଂପର୍କରେ ନିଜର ଯଥେଷ୍ଟ ଧାରଣା ରହିଥିବା ଆବଶ୍ୟକ କିମ୍ବା ଅନ୍ୟମାନଙ୍କଠାରୁ ଏ ସଂପର୍କରେ ଜାଣିବା ଲାଗି ଚେଷ୍ଟା କରିବା ଉଚିତ । ଯଦି ତୁମର ଜଣେ ଭାଷାନ୍ତରକାରୀ ଦରକାର ହୁଅନ୍ତି , ତେବେ ସିଏ ବିଶ୍ୱାସଯୋଗ୍ୟ ହୋଇଥିବା ଆବଶ୍ୟକ । ସମସ୍ତ ବିଷୟକୁ ବିଶଦ ଭାବରେ ଭାଷାନ୍ତର କରିବାର ଗୁରୁତ୍ଵକୁ ତୁମର ସେହି ଭାଷାନ୍ତରକାରୀ ବୁଝିଥିବା ଉଚିତ । ସେହି ଭାଷାନ୍ତରକାରୀ ଜଣେ ଉତ୍ତମ ଶ୍ରୋତା ହୋଇଥିବା ମଧ୍ୟ ଆବଶ୍ୟକ , ସିଏ ବିଚାରକ ଭଳି କିଛି କରିବା ଉଚିତ ନୁହେଁ ଏବଂ ପୀଡିତ ବା ପୀଡ଼ିତା ଅଥବା ସାକ୍ଷୀମାନଙ୍କ ପାଖରେ ଜଣେ ଗ୍ରହଣଯୋଗ୍ୟ ବ୍ୟକ୍ତି ହୋଇଥିବା ଉଚିତ । ତୁମର କଲମ ଅବିରାମ ଚାଲୁଛି ବୋଲି ନିଶ୍ଚିତ ହୁଅ ଏବଂ ଯଦି ଟେପ୍ ରେକର୍ଡର , କ୍ୟାମେରା , ଭିଡିଓ ରେକର୍ଡର ଇତ୍ୟାଦି ବ୍ୟବହାର କରୁଥାଅ , ତେବେ ପୂର୍ବରୁ ସମ୍ମତି ନିଆ ଓ ତାହା କାମ କରୁଛି ବୋଲି ନିଶ୍ଚିତ ହୁଅ । କ’ଣ କରିବ ଓ କ’ଣ କରିବ ନାହିଂ କରିବ କରିବ ନାହିଂ ଜଣକର ସାକ୍ଷାତକାର ନେଲା ବେଳେ ଆଉ କାହାରିକୁ ରହିବା ପାଇଁ ଦେବ ନାହିଂ । ଏକା ଏକା ରହି ସାକ୍ଷାତକାର ନେବ । ନିଶ୍ଚିତ ଭାବରେ ବ୍ୟକ୍ତିଗତ ବ୍ୟାପାରରେ ଗୋପନୀୟତା ରକ୍ଷା କରିବ । ପରସ୍ପର ମଧ୍ୟରେ ଆସ୍ଥାବିଶ୍ଵାସ ସୃଷ୍ଟି କରିବ । ଗୋପନୀୟତା ପ୍ରତି ସମ୍ମାନ ଦେବ । ତଥ୍ୟ କିପରି ବ୍ୟବହାର କରାଯିବ , ତାହା ବୁଝାଇଦେବ । ଯାହାଙ୍କର ସାକ୍ଷାତକାର ନେଉଛ , ସିଏ ତଥ୍ୟ ତୁମକୁ ଜଣାଇବାର ଉପକାର ଓ ପରିଣାମ ସଂପର୍କରେ ନିଶ୍ଚିତ ଭାବରେ ଅବହିତ ହେବା ଦରକାର । ଆରମ୍ଭରୁ କୌଣସି କଟକଣା ବା ଆଧାବନ୍ଧନ ନ ରଖି ଖୋଲାଖୋଲି ପ୍ରଶ୍ନ ପଚାର ଏବଂ ପୀଡିତ ବା ପୀଡ଼ିତାଙ୍କୁ , ସାକ୍ଷୀଙ୍କୁ ନିଜ କଥା ନିଜସ୍ଵ ରୀତିରେ ଯେତେ ସମୟ ନିଅନ୍ତୁ ପଛେ ବର୍ଣ୍ଣନା କରିବାକୁ ଦିଅ । ସାକ୍ଷାତକାର ନେବାର ସମୟକାଳ ପରିସ୍ଥିତିକୁ ଅଶାନ୍ତ କଳା ଭଳି ହେବ ନାହିଂ କି ଉଲ୍ଲଘଂନର ନକଲ ବା ସଦୃଶ ହେବାକୁ ଦେବ ନାହିଂ କୌଣସି ମିଥ୍ୟା ପ୍ରତିଶ୍ରୁତି ଦେବନାହିଂ । ସେ ନିଜର କଥା ବର୍ଣ୍ଣନା କରୁଥିବା ବେଳେ ମଝିରେ କିଛି ପଚାରି ବ୍ୟାଘାତ ସୃଷ୍ଟି କରିବ ନାହିଂ । ତୁମେ ଅଧୈର୍ଯ୍ୟ ହୋଇ ପଡିଛ ବୋଲି ଧାରଣା ତାଙ୍କ ମନରେ ସୃଷ୍ଟି ହେବାକୁ ଦେବ ନାହିଂ । ଏ ବିଷୟରେ ସଚେତନ ରହିବ ତୁମେ ଏକ ଅସ୍ତିବାଚକ ଭୂମିକା ପାଳନ କରୁଛ ଓ ତଦନୁଯାୟୀ କାର୍ଯ୍ୟ କରିବ । ତୁମର କଥା ଓ ହାବଭାବରେ ଅସ୍ତିବାଚକ ଶକ୍ତି ରହିଛି ବୋଲି ଜଣାଇଦେବ । ଯେଉଁମାନେ ବଞ୍ଚିଯାଇଛନ୍ତି , ସେମାନେ ସଙ୍ଗେ ସଙ୍ଗେ ଯେ ତୁମକୁ ବିଶ୍ଵାସ କରିଯିବେ , ତାହା ନୁହେଁ । ସେମାନେ ମାନବ ଅଧିକାରର ଉଲ୍ଲଘଂନ ଜନିତ ଯେଉଁ ଦୁଃଖଯନ୍ତ୍ରଣା ଭୋଗିଛନ୍ତି , ତାହା ସବୁ ତୁମ ଆଗରେ ପ୍ରକାଶ କରି ନ ପାରନ୍ତି । ସେମାନେ ଯେଉଁ ଯନ୍ତ୍ରଣା , ଗ୍ଲାନି ଓ ଲଜ୍ଜା ଅଙ୍ଗେ ଲିଭେଇଛନ୍ତି , ସେସବୁ କଥା ତୁମକୁ ଜଣାଇବା ଲାଗି ସେମାନେ ପ୍ରସ୍ତୁତ ନ ଥାଇ ପାରନ୍ତି । ସେମାନଙ୍କ ମନରେ ଭ୍ରମ ଆସିଯାଇଥାଇପାରେ ଏବଂ ସେମାନେ ସବୁକଥା ମନେ ପକାଇ ସ୍ଥାନ , ସମୟ ଇତ୍ୟାଦି ବିଷୟରେ ବିଶଦ ଭାବରେ କହିବା ଅବସ୍ଥାରେ ନଥାଇ ପାରନ୍ତି । ସେମାନେ ବିଶ୍ଵାସଯୋଗ୍ୟ ନୁହଁନ୍ତି ବୋଲି ଧାରଣା ମଧ୍ୟ ତୁମ ମନରେ ସୃଷ୍ଟି କରିଦେଇ ପାରନ୍ତି । ଯେଉଁମାନେ ବଞ୍ଚି ଯାଇଛନ୍ତି ଓ ଯେଉଁମାନେ ସାକ୍ଷୀ ଅଟନ୍ତି ,ସେମାନେ ସେମାନଙ୍କ କଥାରେ ତୁମେ ଯେମିତି ଭଳି ଯିବ ସେଥି ନିମନ୍ତେ କଠୋର ଚେଷ୍ଟା ବି କରିପାରନ୍ତି । ସେମାନେ ବିପଦ ସଂପର୍କରେ ସଚେତନ ଥାଇ ସେମାନଙ୍କ ମାମଲା ତୁମକୁ ନିଶ୍ଚିତ ଭାବରେ ପ୍ରଭାବିତ କରୁ ବୋଲି ସେମାନେ ଚାହୁଁଥାଇ ପାରନ୍ତି । ସୁତରାଂ ସେମାନଙ୍କ କଥାର କିଛି ଅଂଶ ଅତିରଞ୍ଜିତ ହୋଇଥାଇପାରେ । ଏହାର ଅର୍ଥ ନୁହେଁ ଯେ କଥାଟା ପୂରା ମିଛ । ସଂଘଟିତ ଅପରାଧ ଅତ୍ୟନ୍ତ ସଙ୍ଗୀନ ଓ ବହୁତ ଗୁରୁତର ବୋଲି ଦର୍ଶାଇବାରେ କିଛି ଲୋକଙ୍କର କୌଣସି ସ୍ଵାର୍ଥ ଥାଇପାରେ ଏବଂ ସେମାନଙ୍କର ବିରୋଧୀମାନଙ୍କୁ ବଦ୍ ନାମ କରିବା ଉଦ୍ଦେଶ୍ୟରେ ସେମାନେ ଏପରି କରୁଥାଇ ପାରନ୍ତି । ତେଣୁ କୌଣସି ରାଜନୈତିକ ଅଭିସନ୍ଧି ଥାଇପାରେ ବୋଲି ଚିନ୍ତାକରି ତୁମକୁ ସତର୍କ ରହିବାକୁ ପଡିବ । ଯେଉଁମାନେ ବଞ୍ଚି ଯାଇଛନ୍ତି ବା ସାକ୍ଷୀ ଅଛନ୍ତି , ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ମନୋଭାବ ପ୍ରତି ସମ୍ବେଦନଶୀଳ ହୁଅ । ଏକଥା ମନରେ ରଖିବ ସାଂସ୍କୃତିକ ପାର୍ଥକ୍ୟ ପ୍ରତି ସମ୍ବେଦନଶୀଳ ହୋଇ ତୁମକୁ ରହିବାକୁ ହେବ । ଯେଉଁମାନେ ବଞ୍ଚି ଯାଇଛନ୍ତି ବା ସାକ୍ଷୀ ଅଟନ୍ତି , ସେମାନଙ୍କୁ ତୁମର ପ୍ରଶ୍ନଗୁଡିକ ବୁଝିଲା ଭଳି ପଚାରିବା ଦରକାର ଏବଂ ସେମାନଙ୍କଠାରୁ ପାଉଥିବା ଉତ୍ତରଗୁଡିକୁ ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମାନବ ଅଧିକାରର ଭାଷା ଓ ସଜ୍ଞା ସହିତ ପ୍ରତ୍ୟୋକେ ପରିଚିତ ବୋଲି କଦାପି ମନେ ମନେ ଧରିନେବ ନାହିଂ । ସହଜ ଭାଷାରେ ଏବଂ ଯେଉଁ ଗୋଷ୍ଠୀ ସାଙ୍ଗରେ କାମ କରୁଛ , ସେମାନଙ୍କ ପାଇଁ ପ୍ରାସଙ୍ଗିକ ଓ ଗ୍ରହଣଯୋଗ୍ୟ ଦୃଷ୍ଟାନ୍ତ ଦେଇ ଏ ବିଷୟ ଜଣାଇ ଦେବ । ଯେଉଁଠି ଜଣେ ପୀଡ଼ିତା ବଳାତ୍କାର ବା ଯୌନ ନିର୍ଯ୍ୟାତନା ବିଷୟରେ ତଥ୍ୟ ଦେଉଛନ୍ତି , ସେ ପ୍ରକାର ପରିସ୍ଥିତିରେ ଜଡିତ ମନୋବେଦନା , ଶଙ୍କା ସଙ୍କୋଚ ଓ ଅସୁବିଧା ଅସ୍ଵସ୍ତିକୁ ହୃଦୟଙ୍ଗମ କରିବାକୁ ହେବ ଏବଂ ମୂଲ୍ୟ /ସମ୍ମାନ ଦେବାକୁ ହେବ । ବଳାତ୍କାର ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ସବୁ ସମାଜରେ ଅପବାଦ ମୁଣ୍ଡେଇବାକୁ ପଡିଥାଏ କିମ୍ବା ପ୍ରାୟତଃ ବାସନ୍ଦ ହୋଇ ରହିବାର ସମ୍ଭାବନା ଥାଏ । ଏକ ନିର୍ଦ୍ଧିଷ୍ଟ ସମାଜରେ ବଳାତ୍କାର ଘଟଣା ସହିତ ସଂଲଗ୍ନ ସାମାଜିକ ଓ ସାଂସ୍କୃତିକ ଭାବପ୍ରବଣତା ସମ୍ବନ୍ଧରେ ତୁମକୁ ସଚେତନ ରହିବାକୁ ହେବ । ତୁମେ ମଧ୍ୟ ସମାନ ଧରଣର ମନୋଭାବ ଗ୍ରହଣ କରିପାର ଏବଂ ଏହା ବଳାତ୍କାର ଯୋଗୁଁ ପୀଡ଼ିତାଙ୍କ ସଙ୍ଗେ ତୁମର ଭାବ ବିନିମୟ ତଥା କଥାବାର୍ତ୍ତାକୁ ପ୍ରଭାବିତ କରିପାରେ ଆଧାର : ମାନବ ଅଧିକାରୀ