অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵୟଂ ସହାୟକ ଗୋଷ୍ଠୀ ସଜ୍ଞା

ସ୍ଵୟଂ ସହାୟକ ଗୋଷ୍ଠୀ

ସମଭାବାପନ୍ନ ମହିଳାଙ୍କୁ ନେଇ ଗଠନ କରାଯାଇଥିବା ଏକ ଅଣଆନୁଷ୍ଠାନିକ ଗୋଷ୍ଠୀ  । ସ୍ଵତଃପ୍ରବୃତ ଭାବରେ ମହିଳାମାନେ ଏକତ୍ରିତ ହୋଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଥାନ୍ତି, ଯାହା ସଦସ୍ୟାମାନେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସମସ୍ତଙ୍କ ସହମତି କ୍ରମେ ନିଜ ରୋଜଗାର ଅର୍ଥରୁ କିଛି ସଞ୍ଚୟ କରିଥାନ୍ତି ଏବଂ ଏହା ଗୋଷ୍ଠୀର ନିଜସ୍ଵ ପାଣ୍ଠି ବୃଦ୍ଧିରେ ସହାୟକ ହୋଇଥାଏ  । ସ୍ଵୟଂ ସହାୟକ ଗୋଷ୍ଠୀର ନିଷ୍ପତ୍ତିକ୍ରମେ ଗୋଷ୍ଠୀର ସଞ୍ଚୟ ରାଶିକୁ ସଦସ୍ୟାମାନଙ୍କ ଜରୁରୀ ଆବଶ୍ୟକତା ଅନୁଯାୟୀ ଏବଂ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ନିମନ୍ତେ ଋଣ ଆକାରରେ ପ୍ରଦାନ କରାଯାଇଥାଏ  । ଏହି ସଞ୍ଚୟ କେବଳ ସଞ୍ଚୟରେ ସୀମିତ ନ ରହି ସଦସ୍ୟାମାନଙ୍କର ଭବିଷ୍ୟତ ଆବଶ୍ୟକତା ସମୟରେ କାର୍ଯ୍ୟରେ ଆସିଥାଏ  । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କଠାରୁ ଜମାରାଶି ଆଦାୟ  କରିବାପରେ ଉକ୍ତ ରାଶିକୁ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଭିତରେ ଆବଶ୍ୟକତା ଅନୁଯାୟୀ ପ୍ରଦାନ କରାଯାଏ  । ଏହିପରି ଭାବରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଆନୁଷ୍ଠାନିକ ଭାବରେ ବ୍ୟାଙ୍କର ସେବା ସହାୟତା ଋଣ ଆକାରରେ ପ୍ରଦାନ କରିଥାଏ, ଏହା ସରଳ, ସହଜ ଏବଂ ସ୍ୱଳ୍ପ ସୁଧହାର ବିଶିଷ୍ଟ ହୋଇଥିବାରୁ ଗୋଷ୍ଠୀର ସଦସ୍ୟା ସେମାନଙ୍କର ଋଣ ପରିଶୋଧରେ ଖିଲାପ କରିନଥାନ୍ତି  ।

ଗୋଷ୍ଠୀର ଶକ୍ତି / ସାମର୍ଥ୍ୟ

  • ସମାନ ଏବଂ ଦୀର୍ଘକାଳୀନ ଲକ୍ଷ୍ୟ
  • ମିଳିତ ଭାବରେ ସମସ୍ୟା ସମାଧାନ କରିବା
  • ପାରସ୍ପରିକ ବିଶ୍ଵାସ ଏବଂ ସହଯୋଗ
  • ଗୋଷ୍ଠୀଗତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟାଙ୍କ ଅଂଶଗ୍ରହଣ
  • ମିଳିତ ଭାବରେ ଗୋଷ୍ଠୀର ନୀତି ନିୟମ ମାନିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧତା

ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା କାହିଁକି ?

  • ସାମାଜିକ ନିରାପତ୍ତା
  • ସମ୍ପର୍କ ସ୍ଥାପନ କରିବା ଏବଂ ସୁଦୃଢ କରିବା
  • ସ୍ଵୟଂ ଶୃଙ୍ଖଳିତ
  • ସ୍ଵୟଂ ପରିଚାଳିତ
  • ନୈତିକ ସହଯୋଗ ଓ ସାନ୍ତ୍ଵନା
  • ପାରସ୍ପରିକ ଭାବରେ ଯତ୍ନ ନେବା
  • ଦାୟିତ୍ଵବାନ
  • ଦଳୀୟ କାର୍ଯ୍ୟକ୍ରମ
  • ଆର୍ଥିକ ସଶକ୍ତିକରଣ
  • ଦକ୍ଷତା ବୃଦ୍ଧି
  • ମିଳିତଭାବରେ ସମ୍ବଳ ଯୋଗାଡ

ଗୋଷ୍ଠୀର ଗୁରୁତ୍ଵ

ଗୋଷ୍ଠୀର ସମସ୍ତ ସଦସ୍ୟାମାନେ ଦାୟିତ୍ଵଭାର ଗ୍ରହଣ କରିବାରେ ସକ୍ଷମ ହେବେ  । ସଦସ୍ୟାଙ୍କର ଦକ୍ଷତା ବୃଦ୍ଧିରେ ସ୍ଵୟଂ ସହାୟକ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ଗୋଷ୍ଠୀର ମିଳିତ ଉଦ୍ୟମରେ ସଦସ୍ୟାମାନେ ସେମାନଙ୍କର ବାଧାବିଘ୍ନକୁ ଅତିକ୍ରମ କରି ସେମାନଙ୍କର ଲକ୍ଷ୍ୟ ସାଧନ କରିପାରିବେ, ଯାହାକି ଏକୁଟିଆ ଭାବରେ କରିବା କଷ୍ଟସାଧ୍ୟ ଅଟେ  ।

ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାସଙ୍ଗିକତା / ପ୍ରଯୁଜ୍ୟତା

  • ଆତ୍ମବିଶ୍ଵାସ ଏବଂ କୌଶଳ ବୃଦ୍ଧି
  • ବିଭିନ୍ନ ଆଞ୍ଚଳିକ ଅନୁଷ୍ଠାନ ଏବଂ ସରକାରୀ ଯୋଜନା ସମ୍ବନ୍ଧରେ ସଚେତନତା ବୃଦ୍ଧି
  • ଗ୍ରାମର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ କାର୍ଯ୍ୟକାରୀ କରିବା
  • ସଦସ୍ୟାଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଗୋଷ୍ଠୀରୁ ତୁରନ୍ତ ଋଣ ପ୍ରାପ୍ତ କରିବା
  • ସମ୍ବଳ ଯୋଗାଡ ଏବଂ ଏହାର ସଦୁପଯୋଗ ନିମନ୍ତେ ସଚେତନତା ବୃଦ୍ଧି
  • ଗୋଷ୍ଠୀରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା
  • ଗ୍ରାମରେ ଦାରିଦ୍ର୍ୟ ଦୂରୀକରଣ କରିବା
  • କୃଷି, ପଶୁପାଳନ ସମ୍ବନ୍ଧରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଜ୍ଞାନ ବୃଦ୍ଧି
  • ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜ୍ଞାନ ଆହରଣ
  • ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟରେ ସମନ୍ଵୟ ବୃଦ୍ଧି

ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା

ସାମାଜିକ ସଶକ୍ତିକରଣ

  • ସମାଜରେ ସମାନ ସ୍ଥିତି, ଘରେ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ (ସମସ୍ୟା ସମ୍ପର୍କରେ ନିଜର ମତ ପରିପ୍ରକାଶ ନିମନ୍ତେ ସ୍ଵାଧୀନତା, ନିଜର ପସନ୍ଦ ବାଛିବାର ଅଧିକାର ଏବଂ ଲକ୍ଷ୍ୟଭିତ୍ତିକ ଅନୁଭୂତି, ଭାବନା ଏବଂ କାର୍ଯ୍ୟପନ୍ଥା ଗ୍ରହଣ କରିବା)
  • ସମସ୍ତ ସୂଚନା ସମ୍ପର୍କରେ ଅବଗତ ହୋଇପାରିବେ  ।
  • ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ଉତ୍ସାହ । ସତ୍ ସାହସ  ।
  • କହିବାର ସାହସ, ସ୍ଵାଧୀନ ଭାବରେ ଭାବିବା, ସମସ୍ୟାକୁ ବିଶ୍ଲେଷଣ କରି ନିଷ୍ପତ୍ତି ଗ୍ରହଣ କରିବାର ଦକ୍ଷତା   ।
  • ଘରୋଇ ହିଂସା ଦୂରୀକରଣ କରିବା  ।
  • ପରିବାରରେ ଓ ସମାଜରେ ନିଜର ସମ୍ମାନ ବୃଦ୍ଧି  ।
  • ପରିବାର ଭିତରେ ଓ ସମାଜରେ ସାମାଜିକ ସମ୍ମାନ ବୃଦ୍ଧି  ।

ଅର୍ଥନୈତିକ ଶଶକ୍ତିକରଣ

  • ଆର୍ଥିକ ସମ୍ବଳର ଅଧିକ ସୁବିଧା ପାଇବା
  • ଦୁର୍ଭିକ୍ଷ, ବନ୍ୟା, ଦଙ୍ଗା, ପରିବାରରେ ଆକସ୍ମିକ ଦୁର୍ଘଟଣା / ମୃତ୍ୟୁ ଭଳି ଜରୁରୀ ପରିସ୍ଥିତିର ମୁକାବିଲା କରିପାରିବା  ।
  • ଜୀବିକା କୌଶଳ ବୃଦ୍ଧି
  • ରୋଜଗାର କ୍ଷମତା ବୃଦ୍ଧି
  • ବାହାର ବଜାର ଏବଂ ବ୍ୟବସାୟଭିତ୍ତିକ ସଂସ୍ଥା ସହିତ ସମ୍ପର୍କ ବୃଦ୍ଧି  ।
  • ସ୍ଵାଧୀନ ଭାବରେ ଉପାର୍ଜନ କରିବା
  • ବ୍ୟକ୍ତିଗତ ଆୟ ବୃଦ୍ଧି ଏବଂ ନିଜର ଶକ୍ତି ବୃଦ୍ଧି / ନିଜର ଆୟକୁ ସଞ୍ଚୟ କରିବା ଏବଂ ଏହାକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା  ।
  • ପରିବାରର  ଆର୍ଥିକ ଖର୍ଚ୍ଚ ନିଷ୍ପତ୍ତିରେ ଅଂଶଗ୍ରହଣ କରିବା
  • ପରିବାରର ସମ୍ବଳ ବିନିଯୋଗରେ ଅଂଶଗ୍ରହଣ କରିବା
  • ସମ୍ପତ୍ତି ସହ ମାଲିକାନା ଏବଂ ସହ ପରିଚାଳନା
  • ଉଭୟ ଘରେ ଏବଂ ବାହାର ପରିବେଶରେ ଆର୍ଥିକ ଭାବରେ ଆତ୍ମନିର୍ଭରତା ବୃଦ୍ଧି

ସ୍ଵୟଂ ସହାୟକ ଗୋଷ୍ଠୀର ଲକ୍ଷ୍ୟ

  • ସାଧାରଣ ପାଣ୍ଠି ବୃଦ୍ଧି
  • ବିଭିନ୍ନ ଅନୁଷ୍ଠାନ ସହିତ ସଂଯୋଗୀକରଣ
  • ଗୋଷ୍ଠୀରୁ ଋଣ ନେଇ ବ୍ୟବସାୟିକ ବୃଦ୍ଧି ନିମନ୍ତେ ସଦସ୍ୟାମାନଙ୍କର ଦକ୍ଷତା ବୃଦ୍ଧି
  • ବିଭିନ୍ନ ବାହାର ସହଯୋଗୀ ଅନୁଷ୍ଠାନର ସୁପରିଚାଳନା ସମ୍ପର୍କରେ ସଚେତନ ହେବା ଓ ଜ୍ଞାନ ଆହରଣ କରିବା
  • ନିଜର ଅଧିକାର ସମ୍ପର୍କରେ ଅବଗତ ହେବା
  • ବ୍ୟକ୍ତିଗତ ଅସୁବିଧା / ସମୟରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବା
  • ସଦସ୍ୟାମାନଙ୍କର ସାମଗ୍ରିକ ବିକାଶ

ସ୍ଵୟଂ ସହାୟକ ଗୋଷ୍ଠୀର ବିଭିନ୍ନ ଦିଗ

  • ସମସ୍ତ ସଦସ୍ୟାଙ୍କୁ ଏକତ୍ରୀକରଣ କରି ରଖିବା ନିମନ୍ତେ ଗୋଷ୍ଠୀର ନିର୍ଦ୍ଧିଷ୍ଟ ପରିଚାଳନା ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ
  • ସମସ୍ତ ସଦସ୍ୟା ନିୟମିତ ଭାବରେ ସଞ୍ଚୟ କରିବା ଏବଂ ବୈଠକରେ ଅଂଶଗ୍ରହଣ କରିବା
  • ସଦସ୍ୟାମାନେ ନିୟମିତ ଭାବରେ ସଞ୍ଚୟ କରି ଗୋଷ୍ଠୀର ସାଧାରଣ ପାଣ୍ଠି ସୃଷ୍ଟି କରିବା
  • ସଞ୍ଚୟ ରାଶିର ପରିମାଣ, ସମୟ ଏବଂ ସଦସ୍ୟାମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଋଣ ପ୍ରଦାନ କରାଯିବ, ତାହା ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ସ୍ଥିର କରାଯିବ  ।
  • ସମସ୍ତ ସଦସ୍ୟାଙ୍କ ସହମତିରେ କାହାକୁ ଋଣ ପ୍ରଦାନ କରାଯିବ, ତାହା ସ୍ଥିର କରିବା  ।
  • ପାରମ୍ପରିକ ବୃତ୍ତି ସହିତ ବିଭିନ୍ନ ଉଦ୍ଦେଶ୍ୟରେ ଋଣ ପ୍ରଦାନ କରିବା
  • ଋଣର ପ୍ରଦାନ ପ୍ରକ୍ରିୟା ଖିଲାପ ମାତ୍ରା ବହୁତ କମ୍
  • ସୁଧର ପରିମାଣ / ଋଣର ପରିମାଣ ଏବଂ ପରିଶୋଧର ସମୟ ସୀମା ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ସ୍ଥିର କରିବା
  • ଗୋଷ୍ଠୀର ସଞ୍ଚାଳନ ଗଣତାନ୍ତ୍ରିକ ଭିତ୍ତିରେ ପ୍ରତିଷ୍ଠିତ, ଯେଉଁଠି ସମସ୍ତ ସଦସ୍ୟା ନିଜର ମତ ପରିପ୍ରକାଶ କରିପାରିବେ ଏବଂ ସମସ୍ତ ସଦସ୍ୟା ଅଂଶଗ୍ରହଣ କରିପାରିବେ
  • ଗୋଷ୍ଠୀର ଆର୍ଥିକ କାରବାର ବିବରଣୀ ଓ ଆବଶ୍ୟକୀୟ ଖାତାପତ୍ର (ରେକର୍ଡ ଓ ରେଜିଷ୍ଟର) ରେ ନିୟମିତ ଓ ସରଳଭାବେ ଲେଖାଯିବ  ।
  • ବ୍ୟାଙ୍କରେ ଗୋଷ୍ଠୀ ନାମରେ ଏକ ଜମାଖାତା ଖୋଲାଯିବ, ଯାହାକି ଗୋଷ୍ଠୀର ୨/୩ ଜଣ ସ୍ଥିରୀକୃତ ପ୍ରତିନିଧିଙ୍କ ଦ୍ଵାରା ପରିଚାଳିତ ହେବ

ଆଧାର – ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate