ଏଚ .ଆଇ.ଭି/ ଏଡସ ଏଚ .ଆଇ.ଭି. ଭୂତାଣୁ ଯୋଗୁଁ ଏଡସ ରୋଗ ହୋଇଥାଏ । ଏଚ .ଆଇ.ଭି.. ର ପୁରା ନାମ ହେଉଛି (ଏଚ)-ହ୍ୟୁମାନ (ଆଇ)-ଇମ୍ୟୁନୋ ଡେଫିସିଏନସି (ଭି)- ଭାଇରସ ବା ଭୂତାଣୁ ତେଣୁ ସଂକ୍ଷେପରେ ଏହାକୁ “ଏଚ ଆଇ ଭି କୁହାଯାଏ । ଏଡସ ର ପୁରା ନାମ ହେଉଛି – ଏ-ଆକ୍ଵାର୍ଡ ଆଇ- ଇମ୍ୟୁନୋ ଡି –ଡେଫିସିଏନସି ଏସ- ସିଣ୍ଡ୍ରୋମ ସଂକ୍ଷେପରେ ଏହାକୁ “ଏଡସ “ କୁହାଯାଏ । ତେବେ ଏହାର ଅର୍ଥ ହେଲା ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଲକ୍ଷଣ ସମୂହ । ଏଚ ଆଇ ଭି କିପରି ବ୍ୟପେ? ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିର ରକ୍ତ ,ବୀର୍ଯ୍ୟ ବା ଯୋନି ସ୍ରାବରେ ଏଚ ଆଇ ଭି ଅଧିକ ପରିମାଣରେ ରହିଥାଏ।ଯଦିଓ ଲୁହ ଲାଳ ଏବଂ ମା’ କ୍ଷୀରରେ ଏଚ ଆଇ ଭି ରହିଥାଏ,କିନ୍ତୁ ଏହାର ପରିମାଣ ଖୁବ ନଗଣ୍ୟ। ତେବେ ଏଚ.ଆଇ ଭି ବ୍ୟାପିବାର ମାଧ୍ୟମ ଗୁଡିକ ହେଲା – ଅସୁରକ୍ଷିତ ଯୌନ ସମ୍ପର୍କ ସଂକ୍ରମିତ ଇନଜେକସନ ଛୁଞ୍ଚି ଏବଂ ଅନ୍ୟାନ୍ୟ ଇନଜେକସନ ସାମଗ୍ରୀ/ଅପରେସନ ସାମଗ୍ରୀ ରକ୍ତ,ରକ୍ତ ନିସୃତ ପଦାର୍ଥର ଅଦାନପ୍ରଦାନ ବା ଶରୀରରେ ତନ୍ତୁ କିମ୍ବା ଅନ୍ୟ କୌଣସି ପ୍ରତ୍ୟଙ୍ଗର ରୋପଣ ବା ଏହି ସଙ୍କ୍ର।ନ୍ତିୟ ଚିକିସ୍ଛା ଗର୍ଭ ଅବସ୍ଥାରେ କିମ୍ବା ପ୍ରସବ ସମୟରେ ମା’ଠାରୁ ଶିଶୁକୁ ଏଚ. ଆଇ. ଭି ଶରୀରରେ ପ୍ରବେଶ କଲାପରେ କିପରି ପ୍ରଭାବ ପକାଇଥାଏ? ଏଚ. ଆଇ. ଭି ମୁଖ୍ୟତଃ ରୋଗ ଶରୀରର ପ୍ରତିରୋଧକାରୀ ଜୀବକୋଷଗୁଡିକୁ ନଷ୍ଟ କରିଦେଇଥାଏ ବା ମାରିଦେଇଥାଏ । ଏଚ. ଆଇ. ଭି ସଂକ୍ରମଣର ଶେଷଫଳ ହେଉଛି ସଂକ୍ରମିତ ବ୍ୟକ୍ତି ଏଡସରେ ଆକ୍ରାନ୍ତ ହେବା ଏବଂ ଶେଷରେ ପ୍ରାଣ ହରାଇବା । ଏଚ. ଆଇ. ଭି. ସଂକ୍ରମଣର ମୁଖ୍ୟ ଲକ୍ଷଣ ସମୂହ ଶରୀର ଓଜନ ହ୍ରାସ (ଏକ ଦଶମାଂସ କମିଯିବା ) ଲଗାତର ତରଳ ଝାଡା ହେବା ଏକ ମାସରୁ ଅଧିକ ଦିନ ଧରି ଜ୍ଵର ଲାଗିରହିବା ଗୌଣ ଲକ୍ଷଣ ସମୂହ ଏକ ମାସରୁ ଅଧିକ ଦିନ ଧରି କାଶ ଲାଗି ରହିବା । ଚର୍ମ ଉପରେ ସାଧାରଣ କୁଞ୍ଜିଆ ଦେଖାଦେବା ପାଟି ଓ ଚର୍ମରେ ସଂକ୍ରମଣ (ବିଶେଷ କରି ପାଟିରେ ଘା’) ହର୍ପିଷ ଦେଖାଦେବା (ଚର୍ମ ଓ ସ୍ନାୟୁରେ ପ୍ରଭାବ ପକାଉଥିବା ଏକ ରୋଗ ) ବେକ କାଖ ଓ ଯୌନ।ଙ୍ଗ ପାଖ ଲସିକା ଗ୍ରନ୍ଥି ଫୁଲିଯିବା ତେବେ ଏଗୁଡିକ ସହିତ ଯକ୍ଷ୍ମା ,କ୍ୟାନସର,ମେନିନଜାଇଟିସ,ନିମୋନିଆ ଓ ଅନ୍ୟାନ୍ୟ ଭୂତାଣୁ ଜନିତ ସଂକ୍ରମଣ ମଧ୍ୟ ଦେଖା ଦେଇପାରେ । ତେଣୁ,ଲକ୍ଷଣ ଗୁଡିକ ଦେଖିଲେ ଏଡସ ବୋଲି ସନ୍ଦେହ କରନ୍ତୁ ।ବିଶେଷକରି ଦୁଇଟି ଲକ୍ଷଣ ସହିତ ଗୋଟିଏ ଲକ୍ଷଣ ଥିଲେ ସନ୍ଦେହ କରାଯାଇପାରେ । ଏଚ. ଆଇ. ଭି. ସଂକ୍ରମଣର ନିଦାନ ଏଚ. ଆଇ. ଭି ସଂକ୍ରମଣର 3 ରୁ 5 ମାସ ମଧ୍ୟରେ ରୋଗୀକୁ ପରୀକ୍ଷା କଲେ ସଂକ୍ରମଣ ବିଷୟରେ ଜଣା ପଡି ଥାଏ। ଏହି ସମୟକୁ ସନ୍ଦେହ କାଳ ବା ଉଇଣ୍ଡୋ ପିରିଅଡ କୁହାଯାଏ ।୬ ମାସ ପରେ ପରୀକ୍ଷା କଲେ ଏଚ. ଆଇ. ଭି ସଂକ୍ରମଣ ଅଛି କି ନାହିଁ ଜାଣି ହୁଏ। ଏଚ. ଆଇ. ଭି ସଂକ୍ରମଣ ଜାଣିବା ପାଇଁ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟ ଓ ମେଡିକାଲ କଲେଜରେ ବ୍ୟବସ୍ଥା ମାନ ରହିଛି ।ପରୀକ୍ଷା ଗୁଡିକ ନାମ ର ରାପିଡ ଟେଷ୍ଟ ଏବଂ ଏଲିସା ଟେଷ୍ଟ କରିବାର ସୁବିଧା ରହିଛି।କୌଣସି ବ୍ୟକ୍ତି ଏଚ ଆଇ ଭି ସଂକ୍ରମିତ ବୋଲି ଉକ୍ତ ଦୁଇ ପରୀକ୍ଷାରୁ ଜଣାପଡିଲେ ନିଶ୍ଚିତ ଜଣାଇବା ପାଇଁ ୱଷ୍ଟେର୍ଣ ବ୍ଲଡ ଟେଷ୍ଟ କରାଯାଇଥାଏ। ମନେରଖିବା ଦରକାର ଏଚ. ଆଇ. ଭି. ସଂକ୍ରମଣକୁ ଜାଣିବା ପାଇଁ ଏବଂ ଏ ସଙ୍କ୍ରାନ୍ତିୟ ପରାମର୍ଶ ପାଇଁ ପ୍ରାୟ ଅନେକ ସହରରେ ପରାମର୍ଶ ଓ ପରୀକ୍ଷା କେନ୍ଦ୍ରମାନ ରହିଛି। ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟରେ ଏହା ରହିଛି ।ରାଜ୍ୟରେ ତିନୋଟି ମେଡିକାଲ କଲେଜରେ ମଧ୍ୟ ଏହି ସେବା ଉପଲବ୍ଧ । ହଁ,ଆଉ ଗୋଟେ କଥା ହେଲା – ଯୌନ ସଂକ୍ରମିତ ରୋଗ ଥିଲେ ଏଚ. ଆଇ. ଭି.ସଂକ୍ରମଣ ହେବା ସହଜ। ଏଚ. ଆଇ. ଭି./ ଏଡସ ସଂକ୍ରମିତ ହୁଏ ନାହିଁ। ସ୍ପର୍ଶ ମାଧ୍ୟମରେ ମଶା କାମୁଡିବା ଦ୍ଵାରା ଏକା ସାଙ୍ଗରେ କମ କରିବା ଦ୍ଵାରା ସଂକ୍ରମିତ ବ୍ୟକ୍ତି ସାଙ୍ଗରେ ଖାଇବା ପିଇବା ,ସେ ବ୍ୟବହାର କରୁଥିବା ପୋଷାକ ,ଗୋଟିଏ ପୋଖରୀରେ ଏକାଠି ଗାଧୋଇବା ଏବଂ ପାଇଖାନା ବ୍ୟବହାର କରିବା ଦ୍ଵାରା ଏଚ. ଆଇ. ଭି/ ଏଡସରୁ କିପରି ନିଜକୁ ବଞ୍ଚାଇ ରଖିବେ। ବିବାହ ପୂର୍ବରୁ କୌଣସି ଯୌନ ସମ୍ବନ୍ଧ ରଖନ୍ତୁ ନାହିଁ। ନିଜର ଜୀବନ ସାଥି ପ୍ରତି ଅନୁରକ୍ତ ରୁହନ୍ତୁ । ଅନ୍ୟ କାହା ସହିତ ଯୌନ ସମ୍ପର୍କ କେବଳ ପଟି-ପତ୍ନୀ ମଧ୍ୟରେ ସୀମିତ। ଆବଶ୍ୟକ ସ୍ଥଳେ କଣ୍ଡୋମ ବ୍ୟବହାର କରନ୍ତୁ । ଆଧାର : ପୋର୍ଟାଲ ଟିମ