ବାଳୁତ ଏବଂ ବୟସ୍କ ଅବସ୍ଥା ର ମଧ୍ୟବର୍ତ୍ତୀ କୈଶୋର ଯେଉଁ ବୟସରେ କି ଦ୍ରୁତ ଶାରୀରିକ ,ମାନସିକ ଏବଂ ବ୍ୟବହରିକ ପରିବର୍ତ୍ତନ ଘଟିଥାଏ । ଭବିଷ୍ୟତ ଜୀବନରେ ଅନେକ ଦାୟିତ୍ଵ ନେଇପାରିବା ଅଭ୍ୟାସ କୈଶୋର ସମୟରୁ ହୋଇଥାଏ। ସେମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସାମର୍ଥ୍ୟ ଓ ସୃଜନଶୀଳତା କୁ ଉତ୍ତମ ମାର୍ଗରେ ପରିଚାଳିତ କରିପାରିଲେ ସେମାନେ ଦେଶ ପ୍ରଗତିରେ ଅନେକ ସହାୟକ ହୋଇପାରିବେ । ସୂଚନା ଯୋଗ୍ୟଯେ,ଆମ ଲୋକମାନେ କିଶୋର କିଶୋରୀ ସମସ୍ୟାକୁ ଉତ୍ତମ ଭାବରେ ସମାଧାନ ନ କରିବା ହେତୁ ଏବଂ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ନ ଦେଇ ପଡ଼ିବାରୁ ଅନେକ ଜଟିଳ ପରିସ୍ଥିତି ଦେଖାଦିଏ । କୈଶୋର ବୟସରେ ଦ୍ରୁତ ଶାରୀରିକ,ମାନସିକ ଏବଂ ଭଗବତ ପରିବର୍ତ୍ତନ ସେମାନଙ୍କର ପରିପାର୍ଶ୍ଵକ ସାମାଜିକ ପରିବେଶ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ଶାରୀରିକ ବିକାଶ ଶରୀର ମଧ୍ୟରେ ଯୌନ ଯିବାରସର ପ୍ରଭାବ ହେତୁ ଯୌବନପରପତି,ପ୍ରଜନନ ଅଙ୍ଗର ବିକାଶ ଏବଂ ଆନୁଷଙ୍ଗିକ ଯୌନ ଲକ୍ଷଣମାନ ପ୍ରକାଶ ପାଇଥାଏ । ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ ୧୦ ରୁ ୧୯ ବର୍ଷ ବୟସ ସୀମାକୁ କୈଶୋର କୁହାଯାଏ ।ମୁଖ୍ୟତଃ ଏହି ବୟସରେ ଯୌବନପ୍ରାପ୍ତି ହୋଇଥାଏ । 1. କୈଶୋର ଅବସ୍ଥାରେ ଯୌନତ୍ଵ ସମ୍ବନ୍ଧୀୟ ଗୌଣ ଲକ୍ଷଣ ସମୂହର ବିକାଶ ପୁଅମାନଙ୍କ କ୍ଷେତ୍ରରେ ୧୦-୧୫ ବର୍ଷ ମଧ୍ୟରେ ଯୌବନ ପ୍ରାପ୍ତିର ମୁଖ୍ୟ ଲକ୍ଷଣ ହେଉଛି ଯୌନାଙ୍ଗରେ କେଶ ଉଠିବା ।କୈଶୋର ସମୟରେ ମଧ୍ୟରେ ଦାଢି ଉଠିଥାଏ । ୧୧-୧୩ ବର୍ଷ ମଧ୍ୟରେ ପୁଅମାନଙ୍କର ଉଚ୍ଚତା ବୃଦ୍ଧି ଝିଅମାନଙ୍କ ତୁଳନାରେ ଡେରିରେ ହୋଇଥାଏ । ମାଂସପେଶୀ ଦୃଢ ହୁଏ ।ସ୍ଵର ପେଟିକାର ବୃଦ୍ଧି ହେତୁ ସ୍ଵର ମୋଟ ଶୁଭେ । କେତେକ ଲସିକା ଗ୍ରନ୍ଥିର କ୍ରିୟାଶୀଳତା ହେତୁ ମୁହଁରେ ବ୍ରଣ ଦେଖାଯାଏ। ଝିଅମାନଙ୍କ ସହିତ ସାଙ୍ଗ ହେବାକୁ ପସନ୍ଦ ଲାଗେ । ହସ୍ତମେୟିଥୁନ କରିବା । ଝିଅମାନଙ୍କ କ୍ଷେତ୍ରରେ ପ୍ରାୟ ଦଶ ବର୍ଷ ବେଳକୁ ଉଚ୍ଚତା ଏବଂ ଓଜନ ବୃଦ୍ଧି ହୋଇଥାଏ । ପ୍ରାୟ ୧୦-୧୨ ବର୍ଷ ବେଳକୁ ଯୌନାଙ୍ଗରେ କେଶ ଉଠିବା ଆରମ୍ଭ ହୁଏ ଏବଂ ୧୪ ବର୍ଷ ପରଠାରୁ ଉଚ୍ଚତା ବୃଦ୍ଧି ହେବା ଲକ୍ଷଣ ପ୍ରାୟ ନଥାଏ । କାଖତଳେ ଏବଂ ଦେହର ଅନ୍ୟାନ୍ୟ ସ୍ଥାନରେ କେଶ ଉଠେ । ସ୍ତନର ବିକାଶ ଘଟେ। ପୁଅମାନଙ୍କ ସହିତ ସାଙ୍ଗ ହେବାକୁ ଭଲ ଲାଗେ। ହସ୍ତମେୟି ଥୁନ କରିବା ,ରତୁସ୍ରାବର ଆରମ୍ଭ ଏବଂ ନିୟମିତ ଭାବେ ମାସିକ ଋତୁସ୍ରାବ ହେବ । ୨। ମାନସିକ ବିକାଶ କୈଶୋର ସମୟରେ ବୁଦ୍ଧି,ଭାବନା ଏବଂ ଚିନ୍ତା ଶକ୍ତିର ବିକାଶ ହୋଇଥାଏ । ଏହି ହେତୁରୁ କିଶୋରୀ କିଶୋରମାନେ ନିଜ ପରିଚୟ ଏବଂ ସ୍ଵାଭିମାନ ପାଇଁ ମନ ବଳାଇବା ,ନିଜର ସମ୍ପର୍କ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବେ ଭିନ୍ନ ;ଏହା ମାନେ କରିବା,ନୂଆ ପ୍ରକାରର ସମ୍ପର୍କ ସୃଷ୍ଟି କରିବା ଯଥା –ସାଙ୍ଗ ଏବଂ ବିପରୀତ ଲିଙ୍ଗିମାନଙ୍କ ସହିତ ସମ୍ପର୍କ ଏବଂ ପରିବାର ଓ ଗୋଷ୍ଠୀରେ ଭିନ୍ନ ବ୍ୟବହାର ଦେଖାଇବା ଲକ୍ଷ୍ୟ କରାଯାଏ । ୩। ଜୀବରସ ବା ହରମୋନ ଜନିତ ପରିବର୍ତ୍ତନ : ଶରୀରରେ କେତେକ ଯିବାରସର କ୍ରିୟାଶୀଳତା ହେତୁ କିଶୋର କିଶୋରୀଙ୍କର ଭଗବତ ପରିବର୍ତ୍ତନ ଘଟିଥାଏ।ଏଥିପାଇଁ ଚିଡିଚିଡା ଭାବ,କ୍ଳାନ୍ତି ଭାବ,ଯୌନତୃଷ୍ଣା ଏବଂ ବ୍ୟସ୍ତତା ଦେଖାଯାଏ। ଉକ୍ତ ପରିବର୍ତ୍ତନ ହେତୁ ସେମାନଙ୍କ ସାମାଜିକ ସମ୍ପର୍କ ଏକ ଭିନ୍ନମୋଡ ନେଇଥାଏ। ଶରୀରର ବୃଦ୍ଧି କହିଲେ କ’ଣ ବୁଝାଏ । ଏହା ବୁଝାଇବା ପାଇଁ ସ୍ୱାସ୍ଥ୍ୟ ସହାୟିକା କେବଳ କିଶୋରମାନଙ୍କୁ ନେଇ ଆଲୋଚନା କରିପାରନ୍ତି ।କିଶୋରୀମାନେ କିପରି ଖୋଲାଖୋଲି ଆଲୋଚନା କରିପାରିବେ ସେଥିପାଇଁ ସ୍ୱାସ୍ଥ୍ୟ ସହାୟିକା ଅନୁକୂଳ ପରିବେଶ ସୃଷ୍ଟି କରିବା ଦରକାର ଆପଣଙ୍କର ଆଲୋଚନା କ୍ରମରେ ନିମ୍ନ ବିଷୟଗୁଡିକ ନିଶ୍ଚିତ ସ୍ଥାନ ପାଇବା ଦରକାର ମାସିକ ଧର୍ମ ଏବଂ ଏଠି ସଂଲଗ୍ନ ଶାରୀରିକ ପରିବର୍ତ୍ତନ ;ଏଥିପାଇଁ ବ୍ୟକ୍ତିଗତ ପରିଚ୍ଛନତା,ଆବଶ୍ୟକୀୟ ପରିମାଣର ଖାଦ୍ୟ ଏବଂ ପୋଷଣ ,ଉଚିତ ବିବାହ ବୟସ ,ବିଳମ୍ବିତ ଗର୍ଭଧାନ ଏବଂ ଜନ୍ମ ବ୍ଯବଧାନ,ଉପଲବ୍ଧ ସ୍ବାସ୍ଥ୍ୟସେବା ଏବଂ ଏହାର ଉପଯୁକ୍ତ ବିନିଯୋଗ । ପୋଷଣଯୁକ୍ତ ଆହାର କୈଶୋର ଯତ୍ନ ଉଭୟ କିଶୋରୀ ଏବଂ କିଶୋରମାନଙ୍କର ଶରୀର ପାଇଁ ଯଥେଷ୍ଟ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଥାଏ। ଦ୍ରୁତ ଶାରୀରିକ ବୃଦ୍ଧି ଯୋଗୁଁ ଏହା ହୋଇଥାଏ । ତେବେ ମାସିକ ଧର୍ମର ଆରମ୍ଭ ହେତୁ କିଶୋରୀମାନଙ୍କ ତୁଳନାରେ କିଶୋରୀମାନଙ୍କର କ୍ୟାଲସିୟାମ ଏବଂ ଲୋହସାର ଜନିତ ଆବଶ୍ୟକତା ଅପେକ୍ଷାକୃତ ବେଶି ରହିଥାଏ । କୈଶୋର ସମୟରେ ଦେଖାଯାଉଥିବା ପୋଷଣ ଜନିତ ସମସ୍ୟା -ପୋଷଣର ଅଭାବ ଜନିତ ସମସ୍ୟା ଯଥା – ବୌଦ୍ଧିକ ଏବଂ ଶାରୀରିକ ବିକାଶରେ ବାଧା,ଦୁର୍ବଳ/ପତଳା ହୋଇଯିବା ,ଶାରୀରିକ ବୃଦ୍ଧି ବନ୍ଦ ହୋଇଯିବା ଏବଂ ଗର୍ଭାଶୟ ବିକାଶରେ ବାଧା ସୃଷ୍ଟି ହେବା । -ଲୌହସାର ଅଭାବ,-ମୋଟରୋଗ,-ଭିଟାମିନ-ଏ ର ଅଭାବ,କ୍ୟାଲସିୟମ ଅଭାବ ଜନିତ ଲକ୍ଷଣ ଦେଖାଯିବା । କୈଶୋର ସମୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସମସ୍ୟା ଯଦି ୧୯ ବର୍ଷ ବୟସ ମଧ୍ୟରେ କିଶୋର କିଶୋରୀମାନଙ୍କର ସେତେଟା ଶାରୀରିକ ଅସୁସ୍ଥତା ଦେଖାଯାଏନି,ତେବେ ଏହି ସମୟରେ ସ୍ଵତନ୍ତ୍ର ପରିବର୍ତ୍ତନ ହେତୁ କେତେକ ରୋଗ/ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ । ସେଗୁଡିକ ହେଲା- 1 .ଉପଯୁକ୍ତ ତଥ୍ୟ ଏବଂ ପରାମର୍ଶ ଅଭାବରୁ ଅନୁସଙ୍ଗିକ ଯୌନ ଲକ୍ଷଣରେ ତ୍ରୁଟି ଦେଖାଦିଏ। ସାମାଜିକ ଏବଂ ମାନସିକ ବିକାଶରେ ବାଧା କୈଶୋର ବଯସର ବୃଦ୍ଧି ଓ ବିକାଶ ସମ୍ପୂଇର୍ଣ ନ ହେବା । ଖାଦ୍ୟାଭାଷାରେ ତ୍ରୁଟି ହେତୁ ପୋଷଣଗତ ସମସ୍ୟା ଉପୁଜିବା ମାନସିକ ଚଞ୍ଚଳତା ନିସ୍ପତି ନେବାର ଅକ୍ଷମତା ପିତାମତା ଓ ସର୍ବଶେଷରେ ଗୋଷ୍ଠୀ କିଶୋର କିଶୋରୀମାନଙ୍କୁ ଉଚିତ ଶିକ୍ଷା ଦେଇପାରିଲେ ସେମାନେ ଉତ୍ତମ ତଥା ସୁସ୍ଥ ଜୀବନ ବିତାଇ ପାରିବେ। ଆଧାର : ପୋର୍ଟାଲ ଟିମ