ଗର୍ଭାବସ୍ଥାରେ ପ୍ରସବ ସମୟରେ ଓ ପ୍ରସବ ପରେ ମା’ର ଯତ୍ନ ଆବଶ୍ୟକ ।ଏ ବିଷୟରେ କିଛି ତଥ୍ୟ ଜାଣି ରଖନ୍ତୁ । ମା’ ହେବାଠାରୁ ବଳି ସୁଖର କଥା ଆଉ କଣ ଥାଇପାରେ । ଆମ ସମାଜରେ ଯଦି ଜଣେ ମହିଳା ମାତୃତ୍ଵ ଲାଭକରେ ତେବେ ସେ ସଂସାରର ସବୁକିଛି ଫାଇଲ ଭଳି ମାନେକରେ । ତେବେ ଏହି ମହିଳାମାନଙ୍କର ପ୍ରକୃତ ଯତ୍ନ କିପରି ନେବା ଯାହାକି ଗର୍ଭାଧନ,ପ୍ରସବ ପରବର୍ତ୍ତୀ ସମୟର ବିପଦଗୁଡିକୁ ଏଡାଇ ଦେଇ ପାରିବ । ଏବେ ଆସନ୍ତୁ ମା’ ଓ ଶିଶୁଙ୍କ ମଙ୍ଗଳ ନିମନ୍ତେ କେତୋଟି ପ୍ରଧାନ ବିଷୟ ଉପରେ ଆଲୋଚନା କରିବା ।
ଗର୍ଭଧାରଣ କିପରି ହୁଏ
ମନେରଖନ୍ତୁ –
ଘରେ କିମ୍ବା ସାହିପଡିଶାରେ କେହି କେହି ଭୂଲବଶତଃ ଗର୍ଭବତୀକୁ ମନ କରିପାରନ୍ତି,ଏହା କରନ୍ତୁ ନାହିଁ । ଗର୍ଭବତୀ ସବୁପ୍ରକାର ଖାଦ୍ୟ ଖାଇ ପାରିବେ ।
କିଶୋରୀଅବସ୍ଥାରେ ଗର୍ଭଧାରାଣ
୧୦ ରୁ ୧୯ ବର୍ଷ ବଯସକୁ କୈଶୋର ଅବସ୍ଥା କୁହାଯାଏ। ପ୍ରାୟ ୧୨-୧୩ ବର୍ଷରେ ଆମର ଝିଅମାନଙ୍କର ଋତୁସ୍ରାବା ଆରମ୍ଭ ହୋଇଥାଏ । ବିଭିନ୍ନ ପ୍ରଜନନ ଅଙ୍ଗ ଯଥା ଗର୍ଭାଶୟ ଗ୍ରୀବା ଇତ୍ୟାଦି ଏହି ସମୟରେ ପରିପକ୍ଵ ହୋଇଥାଏ । ଫଳରେ ୧୯ ବର୍ଷରୁ କମ ବୟସରେ ଗର୍ଭଧାରଣ କଲେ ବିଭିନ୍ନ ଗର୍ଭ ସମ୍ପର୍କିତ ଜଟିଳତା ଯଥା ଶିଶୁ ଜନ୍ମ ହୋଇ ଣ ପାରିବ, ଶିଶୁ ଠିକ ଭାବେ ଣ ବଢିବା,ମା’ର ରକ୍ତ ହୀନତା ଇତ୍ୟାଦି ଦେଖାଦେଇଥାଏ । ତେଣୁ କିଶୋରୀ ଅବସ୍ଥାରେ ଗର୍ଭଧାରଣ ମାତୃମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ ।
ବାରମ୍ବାର ଗର୍ଭଧାରଣ:
ଜଣେ ମା’ ବାରମ୍ବାର ଏବଂ କମ ବ୍ୟବଧାନରେ ଗର୍ଭଧାରଣ କରିବା ହେତୁ,ତାଙ୍କ ଶରୀରରୁ ଶକ୍ତି କ୍ଷୟ ହୋଇଥାଏ,ଫଳରେ ସେ ରକ୍ତହୀନତା ଭୋଗିବା ସହିତ ଅନେକ ରୋଗର ଶିକାର ହୁଅନ୍ତି । ନିଜେ ଅସୁସ୍ଥ ରହିବା ହେତୁ,ତାଙ୍କ ଶରୀରରୁ ଶକ୍ତି କ୍ଷୟ ହୋଇଥାଏ, ଫଳରେ ସେ ରକ୍ତହୀନତା ଭୋଗିବା ସହିତ ଅନେକ ରୋଗର ଶିକାର ହୁଅନ୍ତି । ନିଜେ ଅସୁସ୍ଥ ରହିବା ହେତୁ ଶିଶୁର ମଧ୍ୟ ସ୍ୱାସ୍ଥ୍ୟହାନୀ ଘଟି ଥାଏ ।
ପୁଷ୍ଟି ହୀନତା ଓ ଗର୍ଭଧାରଣ:
ମା’ ପୁଷ୍ଟିହୀନ ଥିଲେ ଗର୍ଭସ୍ଥ ଭ୍ରୁଣ ଭଲଭାବେ ବଢିପାରେ ନାହିଁ,ଫଳରେ ଶିଶୁଟି କମ ଓଜନ ହୋଇ ଜନ୍ମ ହୁଏ । ଏହି ପ୍ରକାର ଶିଶୁମାନେ ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ଏବଂ ମା’ ମଧ୍ୟ ଶିଶୁକୁ ଲାଳନପାଳନ କରିବା ଓ ସ୍ତନ୍ୟପାନ କରାଇବାରେ ବିଫଳ ହୋଇଥାଏ ।
ଅସୁରକ୍ଷିତ ଗର୍ଭପାତ :
ଅନେକ କ୍ଷେତ୍ରରେ ମହିଳାମାନେ ଉପଯୁକ୍ତ ତଥା କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଗର୍ଭପାତ କରାଇଥାନ୍ତି । ଫଳରେ ଗର୍ଭାଶୟରେ କ୍ଷତ ଏବଂ ଅନ୍ୟ ଜଟିଳତା ସୃଷ୍ଟି ହୋଇ ମା’ର ମୃତ୍ୟୁ ହୋଇଥାଏ ।
ଜରୁରୀକାଳିନ ସ୍ୱାସ୍ଥ୍ୟସେବା ନ ମିଳିବା: ଅନେକ କ୍ଷେତ୍ରରେ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ନିହାତି ଗୁରୁତ୍ବପୂର୍ଣ । ଏହା ଉପଯୁକ୍ତ ସମୟରେ ଉପଯୋଗ ହୋଇପାରିଲେ ଏହି ମାତୃମୃତ୍ୟୁ କୁ ଅନେକାଂଶରେ ରୋକାଯାଇପାରିବ ।
ପ୍ରାକ ଏକ୍ଲାମ୍ପସିଆ ଓ ଏକ୍ଲାମ୍ପସିଆ:
ଏଥିରେ ରକ୍ତଚାପ ବୃଦ୍ଧି,ପାଦ,ହାତ ଏବଂ ମୁହଁ ଫୁଲିବା, ପରିଶ୍ରାରେ ଆଲବୁମିନ ଯିବା,ବାତ ମାରିବା ଇତ୍ୟାଦି ଦେଖାଯାଇଥାଏ । ଏପରି ଲକ୍ଷଣ ଦେଖିବାକୁ ପାଇଲେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇଯିବା ଆବଶ୍ୟକ ।
ପ୍ରସବର ଜ୍ଵର: ଯୌନାଙ୍ଗ ସଂକ୍ରମଣ ହେତୁ ଏହି ଜ୍ଵର ହୋଇଥାଏ । ଏହା ଦ୍ଵାରା ବସ୍ତିକୋଟରେ (ପେଲଭିକ) ଯନ୍ତ୍ରଣା ହୁଏ । ଦେହର ଉତ୍ତାପ ୩୮.୫ ଡିଗ୍ରୀ ସେଣ୍ଟିଗ୍ରେଡ ରୁହେ । ଯୋନିସ୍ରାବ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ଏହାର କାରଣ ମୁଖ୍ୟତଃ ଦୁର୍ବଳ ସ୍ୱାସ୍ଥ୍ୟରକ୍ଷା,ଜନ୍ମ ନଳୀରେ ସଂକ୍ରମଣ,ରକ୍ତହୀନତା,ଅଧିକ ସମୟ ଗର୍ଭକଷ୍ଟ,ବାରମ୍ବାର ଯୋନିପରୀକ୍ଷା,ଯୌନ ସଂଚାରିତ ରୋଗ,ଇତ୍ୟାଦି ଅଟେ ।
ଦୀର୍ଘସମୟ ପ୍ରସବ ବେଦନା ଲାଗି ରହିବା :
ଜରାୟୁ ର ସଂକୋଚନ ସତ୍ତ୍ୱେ ଶିଶୁ ବାହାରକୁ ନ ଆସି ଏହାର ଉଚିତ ମୁକାବିଲା କରାଯାଇପାରିବ । ଏହାର ପ୍ରମୁଖ କାରଣ ହେଲା ମା ଗର୍ଭରେ ପିଲାର ଅସ୍ଵାଭାବିକ ସ୍ଥିତି ବା ମା’ର ଉଚ୍ଚତା କମ ହେବା ।
ଜରାୟୁ ବାହାରେ ଗର୍ଭଧାରଣ :
କେତେକ କ୍ଷେତ୍ରରେ ଗର୍ଭ ସଂଚାର ଜରାୟୁରେ ନ ହୋଇ ଏହା ଡିମ୍ବବାହିନଳୀରେ ହୋଇଥାଏ, ଫଳରେ ଭ୍ରୁଣଟି ଠିକରେ ବିକାଶଲାଭ କରିବା କଷ୍ଟକର ହୋଇଥାଏ । ଯାହା ଆଗରୁ ଚିହ୍ନଟ ନହେଲେ ଡିମ୍ବବାହୀ ନଳୀ ଫାଟିଯାଇ ମା’ ଜୀବନ ବିପଦପୂର୍ଣ ହୋଇଥାଏ ।
ମଧୁମେହ :
ଗର୍ଭସମୟରେ ମଧୁମେହ ଦେଖାଦେଇପାରେ । ଏହାର ଲକ୍ଷଣ ସ୍ଵରୂପ ଅଧିକ ଭୋକ ଓ ଶୋଷ ଲାଗିବା, ହାଲିଆ ଲାଗିବା ଏବଂ ଅଧିକଥର ପରିସ୍ରା ଇତ୍ୟାଦି ଅଟେ । ଆଗରୁ ଏହା ଥିଲେ ରକ୍ତରେ ଶର୍କରା ପରିମାଣରେ ସମତା ଆଣିବା ପାଇଁ ଚିକିସ୍ଛା କରାଇବା ଦରକାର ।
ଯୌନସଂଚାରିତ ରୋଗ : କୌଣସି ମହିଳା ଯୌନସଂଚାରିତ ରୋଗରେ ଆକ୍ରାନ୍ତ ହୋଇଥିଲେ ଏଥିରୁ ଆରୋଗ୍ୟ ନ ହେବାଯାଏଁ,ସେ ଗର୍ଭଧାରଣ କରିବା ଅନୁଚିତ,କାରଣ ଏହା ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ଓ ଶିଶୁର ଜୀବନକୁ ବିପଦପୂର୍ଣ୍ଣ କରିଦେଇଥାଏ ।
ଉଚ୍ଚ ରକ୍ତଚାପ : ଏ ପରିସ୍ଥିତି ଉଭୟ ମା’ ଓ ପିଲା ପାଇଁ ବିପଦଜନକ ହୋଇଥାଏ ।ଶିଶୁ ଦେହରୁ ଅଧିକ ମାତ୍ରାରେ ରକ୍ତ କମିଯିବା ଦ୍ଵାରା ସେ ବିପଦର ସମ୍ମୁଖୀନ ହେବା ବା ମରିଯିବାର ସମ୍ଭାବନା ଥାଏ ।
କାମଳ ରୋଗ :
ଗର୍ଭାବସ୍ଥାରେ ଜଣ୍ଡିସ ବା କାମଳ ହେଲେ ମା’ ଦେହରୁ ରକ୍ତ କମିଯାଏ ଫଳରେ ଶିଶୁ ମା’ ପେଟରେ ବଞ୍ଚିବା କଷ୍ଟକର ହୋଇପଡେ । ଏଥି ସହିତ ମୁଣ୍ଡ ବିନ୍ଧିବା,ବାତ ମାରିବା ଦ୍ଵାରା ମା’ର ମୃତ୍ୟୁ ମଧ୍ୟ ହୋଇଥାଏ । ତେଣୁ ଜଣ୍ଡିସର ଲକ୍ଷଣ ଦେଖିବାମାତ୍ରେ ସଙ୍ଗେ ସଙ୍ଗେ ମା’କୁ ଡାକ୍ତରଖାନା ନେଇ ଚିକିସ୍ଛା କରାଇବା ଦରକାର ।
ରକ୍ତହୀନତା :
ଗର୍ଭବତୀ ମହିଳା ରକ୍ତହୀନତାରେ ଆକ୍ରାନ୍ତ ହୋଇଥିଲେ ମୁଣ୍ଡବୁଲେଇବା,ଅଧିକ ହାଲିଆ ଲାଗିବା, ଅଳ୍ପ କାମରେ ଧଇଁସଇଁ ହୋଇଯିବା ଇତ୍ୟାଦି ଦେଖା ଦେଇଥାଏ । ଏହାଦ୍ଵାରା ଗର୍ଭସ୍ଥ ଶିଶୁ ଠିକ ଭାବରେ ବଢିପାରେ ନାହିଁ । ତେଣୁ ଗର୍ଭବତୀ ମହିଳା ରକ୍ତହୀନତାରୁ ରକ୍ଷା ପାଇବା ପାଇଁ ନିୟମିତ ଲୌହଫଲିଫର ବଟିକା ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଆବଶ୍ୟକ ।
ମନେରଖନ୍ତୁ:
ପ୍ରସବ ଦିବସର ଯଥେଷ୍ଟ ଆଗରୁ ପ୍ରସବ କାର୍ଯ୍ୟ ଜନିତ ପୂର୍ବ ପ୍ରସ୍ତୁତି ହେବ ଦରକାର । ପ୍ରସାବ ଦିବସ ଗଣନା କରିବା
ଉପାୟ :
ଯଦି ମାନେ ଥାଏ ଗତ ଋତୁସ୍ରାବର ପ୍ରଥମ ଦିବସର ତାରିଖ ସହିତ 9 ମାସ ମିଶାନ୍ତୁ ଓ ତ’ପରେ 7 ଦିନ ମିଶାନ୍ତୁ ।
ଏଗୁଡିକ ମିଶିଯାଇ ଯାହାହେଲା ସେହି ତାରିଖ (ଦିନ) ହେଉଛି ସମ୍ଭାବ୍ୟ ପ୍ରସବ ଦିବସର ତାରିଖ ।
ଉଦାହରଣ :
ଗତ ଋତୁସ୍ର।ବର ପ୍ରଥମ ଦିବସ ଯଦି 7 ଜାନୁୟାରୀ 2006 ହୁଏ,ସମ୍ଭାବ୍ୟ ପ୍ରସବ ଦିବସ(ତାରିଖ)ହେବ,
ପ୍ରସାବ ପୂର୍ବରୁ ପ୍ରସ୍ତୁତି
ନିମ୍ନଲିଖିତ ଦଶଟି ଉପଦେଶର ବ୍ୟବସ୍ଥା ନିଶ୍ଚିତ ଭାବରେ କରାନ୍ତୁ ।
ପ୍ରସବ ନିମିତ୍ତ ଡାକ୍ତରଖାନା କୁ ଯିବାକୁ ପଡିଲେ ଘରେ ଥିବା ଛୁଆ ଏବଂ ଅନ୍ୟାନ୍ୟଙ୍କ ଦେଖାଶୁଣା ପାଇଁ ବିଶ୍ଵସ୍ତ ବନ୍ଧୁ ବର୍ଗଙ୍କ ଦାୟିତ୍ଵ ରେ ରଖିଆସନ୍ତୁ ।ଅନ୍ୟତଃ ଘରେ ପ୍ରସବ କରାଇବା ପାଇଁ ଏପରି ଜଣେ ସହଜୟକାରୀ ଆବଶ୍ୟକ ।
ପ୍ରସବ ସମୟର ଯତ୍ନ
ପ୍ରସବ ପ୍ରକ୍ରିୟା କାହାକୁ କୁହାଯାଏ?
ପ୍ରସବ ବେଦନାର ଆରମ୍ଭରୁ ସନ୍ତାନଜନ୍ମ ଓ ଗର୍ଭଫୁଲ ପ୍ରସବ ପର୍ଯ୍ୟନ୍ତ ଘଟୁଥିବା ଘଟନବଳୀକୁ ପ୍ରସବ ପ୍ରକ୍ରିୟା କୁହାଯାଏ। ଗର୍ଭାଶୟ ମାଂସପେଶୀର ଯନ୍ତ୍ରଣାଦାୟକ ସଂକୋଚନ ସାଧାରଣରେ ପ୍ରସବ ବେଦନା ଭାବରେ ପରିଚିତ । ପ୍ରସବ ବେଦନା ,ପ୍ରସବ ପ୍ରକ୍ରିୟା ଆରମ୍ଭ ହେବାର ନିଶ୍ଚିତ ଲକ୍ଷଣ ଅଟେ । ଗର୍ଭାବସ୍ଥାରେ ଗର୍ଭାଶୟ ମାଂସପେଶୀର ସଂକୋଚନ ହେଉଥିଲେ ମଧ୍ୟ ଏହା ନିୟମିତ ଭାବରେ ହୁଏ ନାହିଁ,କିମ୍ବା ଯନ୍ତ୍ରଣଦାୟକ ନ ଥାଏ।
ସ୍ଵାଭାବିକ ପ୍ରସବ କ’ଣ?
ସୁସ୍ଥ ସନ୍ତାନ ମା’ର ଜନ୍ମଦ୍ଵାର ଦେଇ ବିନା ଅସ୍ତ୍ର ସାହାଯ୍ୟରେ ପ୍ରସବ ହେବାକୁ ସ୍ଵାଭାବିକ ପ୍ରସବ କୁହାଯାଏ ।
ସ୍ଵାଭାବିକ ପ୍ରସବର ମୁଖ୍ୟ ଘଟଣାବଳୀ
ଉକ୍ତ ଘଟଣାଗୁଡିକ କେବଳ ସ୍ଵାଭାବିକ ପ୍ରସବରେ ସୀମିତ ନୁହେଁ ,ଏହା ଅସ୍ଵାଭାବିକ ପ୍ରସବରେ ମଧ୍ୟ ଦେଖାଯାଇଥାଏ ।
କେଉଁ ଗର୍ଭବତୀମାନେ ଘରେ ପ୍ରସବ କରିକରିବେ ?
କେଉଁମାନଙ୍କ ପାଇଁ ଘରୋଇ ପ୍ରସବ ମନା
ପ୍ରକୃତ ପ୍ରସବ ଆରମ୍ଭ ହୋଇଛି ବୋଲି ଜାଣିବ କିପରି ?
ରୀତି ଅନୁଯାୟୀ ପ୍ରସବ ପ୍ରକ୍ରିୟାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟ – ପ୍ରସବ ବେଦନା ଆରମ୍ଭରୁ ଗର୍ଭଶୟ ମୁଖର ସଂପୂର୍ଣ୍ଣ ପ୍ରସାରଣ । ଏଥିପାଇଁ ୧୦-୧୨ ଘଣ୍ଟା (ପ୍ରଥମ ପ୍ରସବିନୀଙ୍କ ପାଇଁ ) ସମୟ ଲାଗିଥାଏ ଏବଂ ପରବର୍ତ୍ତୀ ପ୍ରସବ ଗୁଡିକରେ ପ୍ରାୟ ୫-୬ ଘଣ୍ଟା ସମୟ ଲାଗିଥାଏ ।
ପ୍ରଥମ ପର୍ଯ୍ୟାୟ ର ପ୍ରସବ ବେଦନାରେ ଘଟୁଥିବା ପରିବର୍ତ୍ତନ
ପାଣିଥଳି ଫାଟିବାରେ ଦେଖାଯାଉଥିବା ବ୍ୟତିକ୍ରମ
ଦ୍ଵିତୀୟ ପର୍ଯ୍ୟାୟ –
ଗର୍ଭାଶୟ ମୁଖ ଖୋଲିବାଠାରୁ ଶିଶୁ ଜନ୍ମ ହେବାର ଶେଷ ପର୍ଯ୍ୟନ୍ତ । ପ୍ରଥମ ପ୍ରସବିନୀ କ୍ଷେତ୍ରରେ ଏହା ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥାଏ ।
ଦ୍ଵିତୀୟ ପର୍ଯ୍ୟାୟରେ କ’ଣ ହୁଏ ?
ଶିଶୁ ର ଅଗ୍ରଣୀ ଅଂଶ ବସ୍ତି କୋଟରୀ ଭିତରେ ଧୀରେ ଧୀରେ ଅବତରଣ କରି ପ୍ରସବ ଦ୍ଵାରରେ ଦେଖାଦିଏ । ପ୍ରଥମେ
ମୁଣ୍ଡବାଳର କିଛି ଅଂଶ ଗର୍ଭାଶୟ ସଂକୋଚନ ବେଳେ ଦେଖାଦିଏ । ପୁନଃ ପ୍ରସାରଣ ବେଳେ ଏହା ଅଦୃଶ୍ୟ ହୋଇଥାଏ ଆସ୍ତେ ଆସ୍ତେ ମସ୍ତକ ମଥାନର ବେଶୀ ଅଂଶ ଦେଖାଦିଏ ।
ତୃତୀୟ ପର୍ଯ୍ୟାୟ –
ଶିଶୁ ଜନ୍ମଠାରୁ ଫୁଲ ପଡିବା ପର୍ଯ୍ୟନ୍ତ ଏଥିପାଇଁ ପ୍ରାୟତଃ ୧୫ ରୁ ୩୦ ମିନିଟ ସମୟ ଲାଗିଥାଏ।
ପ୍ରକୃତ ପ୍ରସବ ପ୍ରକ୍ରିୟା ର ଆରମ୍ଭ
ତିନୋଟି ଲକ୍ଷଣ ପ୍ରସବ ଆରମ୍ଭ ହେବାର ସୂଚନା ଦିଏ ।ସେମାନଙ୍କ ମଧ୍ୟରୁ ସବୁ ଲକ୍ଷଣ ବି ଆରମ୍ଭ ହୋଇପାରେ ।
ପ୍ରସବ ସମୟରେ ପାଞ୍ଚ ପରିଷ୍କାର ପ୍ରତି ଗୁରୁତ୍ଵ ଦିଅନ୍ତୁ:
ପାଞ୍ଚ ପରିଷ୍କାର :
ତାଲିମ ପାଇଥିବା ଧାଈ ବା ନର୍ସଙ୍କା ଦ୍ଵାରା
ପ୍ରସବ କରାନ୍ତୁ ।
ଧାଈ ଡି.ଡି.କେ(ଡିସ୍ପୋଜେବ୍ଲୁ ଦେଲିଭରି କିଟ) ବ୍ୟବହାର କରିବେ ।
ପ୍ରସବ ସମୟରେ ବିପଦ ଲକ୍ଷଣ ଦେଖିବା କ୍ଷଣି ଗର୍ଭବତୀଙ୍କୁ ଡାକ୍ତରଙ୍କ ପାଖକୁ ପଠାନ୍ତୁ ।
ପ୍ରସବ ପରେ ମା’ ର ଯତ୍ନ
ପ୍ରସବ ପରେ ମା’କୁ ସଂପୂର୍ଣ୍ଣ ବିଶ୍ରାମର ଆବଶ୍ୟକତା ରହିଛି । ଏଥି ସହିତ ପ୍ରଜନନ ଅଙ୍ଗଗୁଡିକୁ ମଧ୍ୟ ସଠିକ ସ୍ଥାନକୁ ଫେରିଯିବାକୁ ସଂପୂର୍ଣ୍ଣ ବିଶ୍ରାମର ଆବଶ୍ୟକତା ହୋଇଥାଏ ତଥା ପ୍ରସୂତି ମହିଳା ଙ୍କ ଶରୀରରେ ପୂର୍ବ ଶକ୍ତି ସଂଚାରିତ ହେବାର ମଧ୍ୟ ବିଶ୍ରାମ ସହାୟକ ହୋଇଥାଏ ।
ଏହି ସମୟରେ ଖାଦ୍ୟ ଉପରେ ବିଶେଷ ଭାବରେ ଗୁରୁତ୍ଵ ଦେବା ଆବଶ୍ୟକ । କାରଣ ପ୍ରସୂତିର ବିଶେଷ ଭାବରେ ପୋଷଣଯୁକ୍ତ ଖାଦ୍ୟ ଆବଶ୍ୟକ ହୋଇଥାଏ । ଗର୍ଭାବସ୍ଥା ରେ ସନ୍ତୁଳିତ ଖାଦ୍ୟ ଯେତିକି ମାତ୍ରା ରେ ଆବଶ୍ୟକ ପ୍ରସବ ପରବର୍ତ୍ତୀ ଅବସ୍ଥା ରେ ସନ୍ତୁଳିତ ଖାଦ୍ୟ ଯେତିକି ମାତ୍ରାରେ ଆବଶ୍ୟକ ପ୍ରସବ ପରବର୍ତ୍ତୀ ଅବସ୍ଥାରେ ସନ୍ତୁଳିତ ଖାଦ୍ୟ ଅପେକ୍ଷାକୃତ ଅଧିକ ଆବଶ୍ୟକ ।
ରକ୍ତହୀନତା ରୋଗରେ ଆକ୍ରାନ୍ତ ହେବାର ବିଶେଷ ସମ୍ଭାବନା ଥିବାରୁ ସେମାନଙ୍କ ନିମନ୍ତେ ପୋଷଣ ଜନିତ ଆହାର ବିଶେଷ ଭାବରେ ସବୁଜ ପନିପରିବା ,ଲୌହସାରଯୁକ୍ତ ଖାଦ୍ୟ ଏକାନ୍ତ ଆବଶ୍ୟକ ।ଏତଦବ୍ୟତିତ ପ୍ରସାବକାରିଣୀକୁ ସନ୍ତାନ ପ୍ରସବ ୯୦ ଦିନ ପର୍ଯ୍ୟନ୍ତ ଲୌହସାର ଏବଂ ଫଲିକ ଏସିଡ ଖାଇବାକୁ ଦେବା ଏକାନ୍ତ ବିଧେୟ ।
ପ୍ରସୂତି ମହିଳା ନିଜେ ଯଥାସମ୍ଭବ ପରିଷ୍କାର ପରିଛନ୍ନ ରହିବା ସହିତ ନିଜର ଯୌନାଙ୍ଗ ଗୁଡିକୁ ଭଲଭାବରେ ପରିଷ୍କାର ରଖିବା ଆବଶ୍ୟକ । ସଂକ୍ରମଣକୁ ଏଡାଇବା ପାଇଁ ପ୍ରସୂତି ରହୁଥିବା କଠୋରୀ,ପରିବେଶ ଏବଂ ତା’ର ଲୁଗାପଟା ଭଲଭାବରେ ପରିଷ୍କାର ରହିବା ଆବଶ୍ୟକ ।
ଗର୍ଭଧାରଣ ବ୍ୟବଧାନ:
ଦୁଇଟି ସନ୍ତାନ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବା ଅତ୍ୟନ୍ତ ଜରୁରୀ । କାରଣ ଏହା ଉପରେ ମା’ ଓ ଶିଶୁର ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ତେବେ ସନ୍ତାନ ମଧ୍ୟରେ ବ୍ୟବଧାନ ରଖିବା ନିମନ୍ତେ କି ପ୍ରକାର ଗର୍ଭ ନିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉପଯୁକ୍ତ ସେ ସମ୍ପର୍କରେ ଦମ୍ପତି ପରସ୍ପର ମଧ୍ୟରେ ନିଷ୍ପତ୍ତି ନେବା ବାଞ୍ଛନୀୟ ।
ମନେରଖନ୍ତୁ :
ବାରମ୍ବାର ଗର୍ଭଧାରଣ ବିପଦକୁ ହ୍ରାସ କରିହେବ
ଗର୍ଭ ନିରୋଧକ ବିଭିନ୍ନ ପଦ୍ଧତି
ପ୍ରକୃତିକ ପଦ୍ଧତି
ଅସ୍ଥାୟୀ ପଦ୍ଧତି
ସ୍ଥାୟୀ ପଦ୍ଧତି
ଗର୍ଭ ନିରୋଧକ ଉପାୟ ଗ୍ରହଣରେ ମିଳୁଥିବା ଉପକାର ।
ଆଧାର : ପୋର୍ଟାଲ ଟିମ
Last Modified : 12/7/2019