ଉପକେନ୍ଦ୍ର ସ୍ୱାସ୍ଥ୍ୟକର୍ମୀ(ପୁରୁଷ),ସ୍ୱାସ୍ଥ୍ୟକର୍ମୀ(ମହିଳା) ଗ୍ରାମ୍ୟ ସ୍ତରରେ ହେଉଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟର ଦେଖାଶୁଣା କରନ୍ତି । ଏମାନଙ୍କ କାମ ମ୍ୟାଲେରିଆ ରୋଗୀ ଚିହ୍ନଟ କରିବା,ଚିକିସ୍ଛା କରିବା ଏବଂ ଲୋକଙ୍କୁ ପରାମର୍ଶ ଦେବା ଘର ଘର ବୁଲି ଡିଆଁ ରୋଗ ଚିହ୍ନଟ କରିବା ଓ ଏହି ସୂଚନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେବା ପାଣିରେ କ୍ଳୋରିନ ପକାଇବା, ଲୋକେ ପାଇଖାନା ବ୍ୟବହାର କରିବା ଓ ରୋଷେଇ ବଗିଚା କରିବାରେ ସାହାଯ୍ୟ କରନ୍ତି । ପତି ପତ୍ନିକୁ ଗର୍ବନିରୋଧକ ବଟିକା ଦେବା ମା ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ଗର୍ଭ ନଷ୍ଟ କରିବା ପାଇଁ ଲୋକଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ(ମହିଳା)ପାଖକୁ ପଠାଇବା ସ୍କୁଲ ପିଲାଙ୍କର କୁପୋଷଣ ଯାଞ୍ଚ କରିବା ଓ ଏହାର ପରାବର୍ତ୍ତି ପଦକ୍ଷେପ ନେବା ଗର୍ଭବତୀ ମହିଳାଙ୍କୁ ଲୌହ ଓ ଫଲିକ ଏସିଡ ଏବଂ ପିଲାମାନଙ୍କୁ ଭିଟାମିନ “ଏ” ଦବା ଜନ୍ମ ମୃତ୍ୟୁର ପଞ୍ଜୀକରଣ କରିବା ସମସ୍ତ ଦରକାରୀ କାଗଜ ପାତ୍ର ରଖିବା ଲୋକମାନଙ୍କୁ ପରାମର୍ଶ ଦେବା ଇତ୍ୟାଦି ମା’ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦାୟିତ୍ଵ ଗର୍ଭବତୀ ମହିଳାଙ୍କୁ ଚିହ୍ନଟକରି ପଞ୍ଜୀକରଣ କରିବା ପିଲା ଜନ୍ମ ସମୟରେ ଧାଈଙ୍କୁ ସାହାଯ୍ୟ କରିବା ବିପଦପୂର୍ଣ୍ଣ ସଭାବ୍ୟ ବିପଦ ସଙ୍କୁଳ ପ୍ରସବକୁ ଡାକ୍ତରଖାନା ପଠାଇବା ପିଲାଜନ୍ମ ପରେ ଉଭୟ ମା’ ଓ ଶିଶୁଙ୍କ ଯତ୍ନ ନେବା ପରିବାର କଲ୍ୟାଣ ସମ୍ବନ୍ଧୀୟ ଦାୟିତ୍ଵ ଏ ବାବଦରେ ଏମାନଙ୍କର କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ କାମ ସହିତ ସମାନ । ଏଥି ସହିତ ନେତା ସ୍ତରୀୟ ମହିଳାମାନଙ୍କୁ ଚିହ୍ନଟ କରି ଏମାନଙ୍କୁ ପ୍ରଶିକ୍ଷଣ ଦେବା ଏମାନଙ୍କ କାର୍ଯ୍ୟ ଅଟେ । ଗର୍ଭ ନଷ୍ଟ କରୁଥିବା ମହିଳାଙ୍କୁ ଏମ.ଟି.ପି. ଡାକ୍ତରଖାନା ପଠାଇବା । ଟିକାକାରଣ ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟାକର ଟିକା ଦେବା ପିଲାମାନଙ୍କୁ ଟିକା ଦେବା ଧାଈ ମାନଙ୍କୁ ପ୍ରଶିକ୍ଷଣ ଧାଈମାନଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦେବା ଅନ୍ୟାନ୍ୟ କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ସମାନ ସ୍ୱାସ୍ଥ୍ୟ ଉପଦେଷ୍ଟା ସ୍ୱାସ୍ଥ୍ୟ ଉପଦେଷ୍ଟା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମିଶି କାମ କରନ୍ତି ।ଏମାନଙ୍କ କାର୍ଯ୍ୟ : ଡିଆଁ ରୋଗ ଚିହ୍ନଟ କରିବା ପରିବେଶ ନିର୍ମଳ ରଖିବା ଟିକା କରଣ ପରିବାର କଲ୍ୟାଣ ମା ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ସ୍ୱାସ୍ଥ୍ୟ ଉପଦେଷ୍ଟା ଙ୍କ ଦାୟିତ୍ଵ ଜରୁରୀ ପରିସ୍ଥିତିରେ ପ୍ରାଥମିକ ଚିକସ୍ଛା ସ୍ୱାସ୍ଥ୍ୟ ଉପଦେଷ୍ଟା ମାନସିକ ରୋଗୀ ଙ୍କୁ ଚିହ୍ନଟ କରି ରୋଗୀକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ପଠାଇ ଦିଅନ୍ତୁ । ଧାଈ ଧାଈର ଦାୟିତ୍ଵ ଗର୍ଭବତୀ ମହିଳାଙ୍କ ଚିହ୍ନଟକରଣ ଗର୍ଭ ସମୟରେ ଯତ୍ନ ନିରାପଦ ପିଲା ଜନ୍ମରେ ସାହାଯ୍ୟ (ପ୍ରତ୍ୟେକ ଧାଈଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ) ଅଙ୍ଗନବାଡି କର୍ମୀ ଏମାନେ ଆଇ.ସି.ଡି.ଏସ ଯୋଜନାର ଏକ ଅଙ୍ଗ ।ଏମାନେ ମୁଖ୍ୟତଃ ୬ ବର୍ଷ ସଯସରୁ କମ ବୟସ ପିଲାମାନଙ୍କ ପାଇଁ କାମ କରିଥାନ୍ତି ।ଏଥି ସହିତ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ଙ୍କର ମଧ୍ୟ ଯତ୍ନ ନେଇଥାନ୍ତି । ଦାୟିତ୍ଵ ପରିପୂରକ ଖାଦ୍ୟ ଟିକକରଣ ସ୍ୱାସ୍ଥ୍ୟ ପରାମର୍ଶ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରାକ-ବିଦ୍ୟାଳୟ ଶିକ୍ଷା ପାରମ୍ପରିକ ଚିକିସ୍ସ। ଗାଁରେ ଚିକିସ୍ଛା କରିବା ପାଇଁ ଏବେ ବି ପୁରୁଣା ଚିକିସ୍ଛା ପଦ୍ଧତିରେ ଓ ବୈଦ୍ୟମାନେ ସାହାଯ୍ୟ ନେଇଥାନ୍ତି । ଆମ ଦଶରେ ଆୟୁର୍ବେଦ,ସିଦ୍ଧ ,ଉନାନି,ହୋମିଓପାଥି,ଯୋଗ ପ୍ରକୃତିକ ଚିକିସ୍ଛା ଆଦି ବହୁଳ ଭାବରେ ବ୍ୟବହାର ହେଉଅଛି । ଗତ କିଛି ବର୍ଷ ଧରି ଭାରତ ସରକାର ,ଏହି ପଦ୍ଧତି ଯେତିକି ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ ସେଥିପାଇଁ ଚେଷ୍ଟା ଚଳାଇ ଆସୁଛନ୍ତି । ପଞ୍ଚାଯତ ପଦକ୍ଷେପ କ’ଣ ହେବା ଉଚିତ ଆପଣଙ୍କ ଅଞ୍ଚଳରେ ସମସ୍ତ ଧାଈ ପ୍ରଶିକ୍ଷଣ ପାଇବା ଉଚିତ । ଯଦି କିଏ ପ୍ରଶିକ୍ଷଣ ପାଇ ନଥାନ୍ତି ତେବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇପରିବ । ଦେଖନ୍ତୁ ,ସ୍ୱାସ୍ଥ୍ୟ ଉପଦେଷ୍ଟା ଠିକ ଭାବରେ କାମ କରୁଛନ୍ତି କି ନାହିଁ । ଗ୍ରାମର କର୍ଜୟକର୍ତ୍ତା ମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ଆୟୋଜନ । ସ୍ୱାସ୍ଥ୍ୟ ସହାୟିକା ମନେରଖନ୍ତୁ ଉପରୋକ୍ତ ସମସ୍ତ ସ୍ୱାସ୍ଥ୍ୟସେବା ବ୍ୟତୀତ ବ୍ଲକ ସବଡିଭିଜନ ଏବଂ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାମାନ ରହିଛି । ଜଣେ ସ୍ବେଛାସେବୀ ଭାବେ ନିକଟରେ ଉପଲବ୍ଧ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଜାଣି ଆବଶ୍ୟକମତେ ପଦକ୍ଷେପ ନେବା ଦରକାର । ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖି ନିଜ ଅଞ୍ଚଳର ଲୋକମାନଙ୍କୁ ଉପଲବ୍ଧ ସ୍ବାସ୍ଥ୍ୟସେବାର ଉପଯୋଗ କରିବାକୁ ପ୍ରସ୍ଚୋହନ ଦିଅନ୍ତୁ । ଆଧାର : ପୋର୍ଟାଲ ଟିମ