অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ସହାୟିକା ତାଲିମ(ଟିକାକରଣ)

ସ୍ୱାସ୍ଥ୍ୟ ସହାୟିକା ତାଲିମ(ଟିକାକରଣ)

ଟିକାକରଣ

ସଙ୍କ୍ରାମକ ରୋଗ ଗୁଡିକ ମୁଖ୍ୟତଃ ଶିଶୁମାନଙ୍କର ମୃତ୍ୟୁର କାରଣ ହୋଇଥାଏ ।ଏହି ରୋଗଗୁଡିକୁ ଜୀବାଣୁ,ଭୂତାଣୁ ବା ପରଜୀବୀ (ପାରାସାଇଟ) ମାନଙ୍କର ଆକ୍ରମଣ ହେତୁ ହୋଇଥାଏ ।ଏହି ରୋଗଗୁଡିକ ଜୀବାଣୁ,ଭୂତାଣୁ ବା ପରଜୀବୀ (ପରାସାଇଟ)ମାନଙ୍କର ଆକ୍ରମଣ ହେତୁ ହୋଇଥାଏ ।ଏହା ମଧ୍ୟ ଜଣଙ୍କଠାରୁ ଅନ୍ୟଜନଙ୍କୁ ବ୍ୟାପିଥାଏ ।

ଟିକାଦାନ ଦ୍ଵାରା କେତେକ ଜୀବାଣୁ,ଭୂତାଣୁ,ଓ ପରଜୀବୀମାନଙ୍କର ଆକ୍ରମଣରୁ ରକ୍ଷା ମିଳିଥାଏ । ଟୀକାଦାନର ଅର୍ଥ ହେଲା ଏକ ଔଷଧ ବା ଟୀକା ଯାହାକୁ ଇଞ୍ଜେକସନ ମାଧ୍ୟମରେ ଦେଲେ ବା ଖାଇଲେ ଯେକୌଣସି ରୋଗ ଜୀବାଣୁ ଓ ଭୂତାଣୁ ଆକ୍ରମଣରୁ ରକ୍ଷା ମିଳିଥାଏ । ସାଧାରଣତଃ ଏହାକୁ ପ୍ରତିଷେଧକ ଟୀକା ବୋଲି କୁହାଯାଏ ।

ସରକାରୀ ସ୍ତରରେ ୬ ଟି ମାରାତ୍ମକ ରୋଗ ପାଇଁ ଟୀକାଦାନ ବ୍ୟବସ୍ଥା ରହିଛି । ଏଗୁଡିକ ସରକାରୀ ଡାକ୍ତରଖାନା ,ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ମାଗଣାରେ ଯୋଗାଇଦିଆଯାଏ ।

ସରକାରଙ୍କ ତରଫରୁ ମାଗଣାରେ ମିଳୁଥିବା ୬ ଟି ଟିକାର ନାମ

  1. ବି ସି ଜି(ଯକ୍ଷ୍ମା ପ୍ରତିଷେଧକ)
  2. କଣ୍ଠଅଳତି(ଡିପଥେରିଆ)
  3. ଲହର। କାଶ
  4. ଧନୁଷ୍ଟଙ୍କାର
  5. ପୋଲିଓ
  6. ମିଳିମିଳା

କେଉଁମାନେ ଏହି ୬ ଟି ମାରାତ୍ମକ ରୋଗର ପ୍ରତିଷେଧକ ଟୀକା ନେବା ଦରକାର ?

 

  • ୧ ବର୍ଷ ରୁ କମ ସମସ୍ତ ଶିଶୁ
  • ସଂପୂର୍ଣ୍ଣ ଟୀକା ନେଇ ନ ଥିବା ଅନ୍ୟ ସମସ୍ତ ଶିଶୁ

କେଉଁମାନେ ଧନୁଷ୍ଟଙ୍କାର ଟୀକା ନେବା ଉଚିତ

  • ପ୍ରତ୍ୟେକ ଗର୍ଭବତୀ ମହିଳା
  • ଅନ୍ୟ ସମସ୍ତ ପ୍ରଜନନକ୍ଷମ ମହିଳା ଯେଉଁମାନେ କି ପୂର୍ବରୁ ଟୀକା ନେଇ ନ ଥିବେ

ସଂକ୍ରମଣ ରୋଗ ଓ ଟୀକାଦାନ ସମ୍ବନ୍ଧରେ ଲୋକମାନେ କ’ଣ ଜାଣିବା ଦରକାର ?

  1. ଏହି ମାରାତ୍ମକ ରୋଗଗୁଡିକ ଜଣଙ୍କୁ ବିକଳାଙ୍ଗ କରିବା ଠାରୁ ଆରମ୍ଭ କରି ଜୀବନ ମଧ୍ୟ ନେଇ ପରେ ।
  2. ଟୀକାଦାନ କାର୍ଯ୍ୟକ୍ରମ ଏକ ଜୀବନ ବୀମା ସଦୃଶ;ଏହା ଶିଶୁ ସ୍ଵାସ୍ଥ୍ୟର ରକ୍ଷା କବଚ। ଟୀକା ନେଇଥିବା ଶିଶୁ ସଂକ୍ରମକ ରୋଗ ଗୁଡିକରୁ ରକ୍ଷା ପାଇଲେ ପିତାମାତା ସେମାନଙ୍କ ପରିବାରକୁ ଗୋଟିଏ ଶିଶୁରେ ସୀମିତ ରଖିବାକୁ ମନ ବଳାଇବେ ।
  3. ଇଞ୍ଜେକସନ ଦ୍ଵାରା ପିଲାଙ୍କୁ ଟୀକା ଦେବାରେ ବାପା ମା’ ମାନେ ଭୟଭୀତ ହେବ ଉଚିତ ନୁହେଁ । ଇଞ୍ଜେକସନ ଯୋଗୁଁ ଅଳ୍ପ ସମୟ ପାଇଁ ସାମାନ୍ୟ କଷ୍ଟ ହେଉଥିଲେ ମଧ୍ୟ ସାରା ଜୀବନ ବିଭିନ୍ନ ମାରାତ୍ମକ ରୋଗ କବଳରୁ ରକ୍ଷା ମିଳିଥାଏ ଏବଂ ଶିଶୁ ସୁସ୍ଥ ରହେ ।
  4. ପ୍ରତ୍ୟେକ ବାପା ମା’ ଏବଂ ଅଭିଭାବକ ଉକ୍ତ ୬ ଗୋଟି ସଂକ୍ରାମକ ରୋଗର ଲକ୍ଷଣ,କାରଣ ଓ ପ୍ରତିଷେଧକ ଟୀକା ସମ୍ବନ୍ଧରେ ଜାଣିବା ଦରକାର । ଏହା ସେମାନେ ତାଙ୍କ ନିକଟତମ ସ୍ୱାସ୍ଥ୍ୟକର୍ମୀ କିମ୍ବା ସ୍ଵାସ୍ଥ୍ୟକେନ୍ଦ୍ରରୁ ଜାଣିପାରିବେ ।
  5. ଟୀକା ନ ନେଇଥିବା ଶିଶୁ ସମାଜ ପାଇଁ ଏକ ଗୁପ୍ତ ବୋମା ଭଳି ।ସେହି ଶିଶୁ ଯେ କେବଳ ନିଜର କ୍ଷତି କରିବ ତା ନୁହେଁ ;ସେ ଅନ୍ୟ ବହୁ ଶିଶୁଙ୍କୁ ଆକ୍ରାନ୍ତ କରାଇ ସଂପୂର୍ଣ୍ଣ ରୋଗାକ୍ରାନ୍ତ କରିଦେବ ।ତେଣୁ ନିଜ ଶିଶୁକୁ ଟିକା ଦେବା ପାଇଁ ପ୍ରତ୍ୟେକ ବାପା ମା’ଙ୍କୁ ଉତ୍ସାହିତ କରାଇବା ଦରକାର ।
  6. ଟିକାଦାନ କେବଳ ସ୍ୱାସ୍ଥ୍ୟକର୍ମୀଙ୍କର ଦାୟିତ୍ଵ ନୁହେଁ,ଏହା ମଧ୍ୟ ପରିବାରର ଦାୟିତ୍ଵ ।ତେଣୁ ପରିବାରର ପ୍ରତ୍ୟେକ ମୁରବି ଶ୍ରେଣୀର ବ୍ୟକ୍ତି ଏଥିପାଇଁ ଆଗ୍ରହୀ ହୋଇ ପିଲାମାନଙ୍କୁ ଟୀକା ଦେବା ଉଚିତ।

କେତେବେଳେ ଏବଂ କିପରି ଟିକା ଦେବା ଆବଶ୍ୟକ ?

ଗୋଟିଏ ଶିଶୁକୁ ଏକା ଥରକରେ ବା ଗୋଟିଏ ପରିଦର୍ଶନରେ ୬ ଟି ଟିକା ଦିଆଯାଇପରିବା ନାହିଁ। ଏଥିପାଇଁ ଶିଶୁର ବୟସ ଅନୁସାରେ କିପରି ଟିକାଦାନ କରାଇବେ,ତାହାର ଏକ ତାଲିକା ଦିଆଗଲା । ବିଶେଷ କରି ମା’ଏବଂ ଘରର ଅଭିଭାବକମାନେ ଏହା ମାନେ ରଖିବା ଦରକାର ।

ଶିଶୁ ନେଉଥିବା ଟିକାର ତାଲିକା

ପରିଦର୍ଶନ

ବୟସ

ଟିକା ର ନାମ

କେଉଁରୋଗରୁ ଶିଶୁ ରକ୍ଷା ପାଇବ

ପ୍ରଥମ

ଜନ୍ମବେଳେ

ବି. ସି. ଜି. ଓ ଜନ୍ମ ପୋଲିଓ

ଯକ୍ଷ୍ମା  ଏବଂ ପୋଲିଓ ପକ୍ଷାଘାତ

ଦ୍ଵିତୀୟ

୬ ସପ୍ତାହ

ପୋଲିଓ ଏବଂ ଡି. ପି .ଟି ଓ ବି. ସି. ଜି .(ଜନ୍ମ ସମୟରେ ଦିଆଯାଇନଥିବା )

ପୋଲିଓ ପକ୍ଷାଘାତ ,କଣ୍ଠ ଅଳତି ,ଲହର। କାଶ ଏବଂ ଧନୁଷ୍ଟଙ୍କାର ଏବଂ ଯକ୍ଷ୍ମା

ତୃତୀୟ

୧୦ ସପ୍ତାହ

ପୋଲିଓ ଏବଂ ଡି. ପି .ଟି

ଲହରା କାଶ ,ପୋଲିଓ , ଧନୁଷ୍ଟଙ୍କାର ଓ କଣ୍ଠଆଳତି

ଚତୁର୍ଥ

୧୪ ସପ୍ତାହ

ପୋଲିଓ ଏବଂ ଡି. ପି .ଟି

ଲହରା କାଶ ,ପୋଲିଓ , ଧନୁଷ୍ଟଙ୍କାର  ଓ କଣ୍ଠଆଳତି

ପଞ୍ଚମ

୯ ମାସ

ମିଳିମିଳା

ମିଳିମିଳା

ଷଷ୍ଠ

୧୬ ମାସ-୨୪ ମାସ

ପୋଲିଓ ଏବଂ ଡି. ପି .ଟି

ପୋଲିଓ ପକ୍ଷାଘାତ ,କଣ୍ଠ ଅଳତି ,ଲହର। କାଶ ଏବଂ ଧନୁଷ୍ଟଙ୍କାର

ସପ୍ତମ

୫-୬ ବର୍ଷ

ଡିଟି

କଣ୍ଠଆଳତି ଓ ଧନୁଷ୍ଟଙ୍କାର

ଅଷ୍ଟମ

୧୦ ବର୍ଷ

ଟି.ଟି

ଧନୁଷ୍ଟଙ୍କାର

ନବମ

୧୬ ବର୍ଷ

ଟି.ଟି

ଧନୁଷ୍ଟଙ୍କାର

ଗର୍ଭବତୀ ମହିଳା ନେଉଥିବା ଟିକାର ତାଲିକା

ଗର୍ଭବତୀ ମହିଳା

ସମୟ ଓ ମାତ୍ରା

ଟୀକା ର ନାମ

କେଉଁ ରୋଗରୁ ରକ୍ଷପାଇବେ

ଆଗରୁ ଧନୁଷ୍ଟଙ୍କାର ପ୍ରତିଷେଧକ ଟିକା ନ ନେଇଥିଲେ

୨ ଟି ମାତ୍ରା,ଏକ ମାସ ବ୍ୟବଧାନରେ(ଗର୍ଭର ୪ ରୁ ୬ ମାସ ଭିତରେ)

ଟି .ଟି .

ଧନୁଷ୍ଟଙ୍କାର

ଆଗରୁ ଟିକା ନେଇଥିଲେ

ଗୋଟିଏ ମାତ୍ରା (ଗର୍ଭର ପ୍ରଥମ ତିନିମାସ ପରେ ଓ ପ୍ରଥମ ପରିଦର୍ଶନରେ)

ଟି .ଟି .

ଧନୁଷ୍ଟଙ୍କାର

 

ଶିଶୁ ଓ ମା’ ମାନେ କେଉଁଠାରେ ପ୍ରତିଷେଧକ ଟିକା ନେଇ ପାରିବେ ?

  • ପ୍ରତିଷେଧକ ଟିକାଦାନ ଦିବସରେ କିମ୍ବା ପୁଷ୍ଟି ଓ ସ୍ୱାସ୍ଥ୍ୟ ଦିବସରେ ସ୍ଵାସ୍ଥ୍ୟକର୍ମୀଙ୍କ ଠାରୁ
  • ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ
  • ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ନିର୍ଦ୍ଧିଷ୍ଟ ଦିନ ଏବଂ ସମୟ ସ୍ଥିର କରାଯାଇଥିବା ଟୀକାଦାନ ଶିବିରରେ

ଟିକାଦାନ ସ୍ଥାନ କିପରି ହେବ ଦରକାର ଏବଂ କଣ ସବୁ ରହିବା ଦରକାର ?

  • ପରିଷ୍କାର ଘର,ଯେଉଁଠାରେ ଆଲୋକ ଭଲ ଭାବରେ ପଡୁଥିବ ଏବଂ ପବନ ଚଳଚଳ କରୁଥିବ
  • ସେଠାରେ ମା’ଓ ଛୁଆଙ୍କ ବିଶ୍ରାମ ପାଇଁ ଯଥେଷ୍ଟ ସ୍ଥାନ ରହିଥିବ
  • ସ୍ଥାନଟି ସବୁ ଲୋକଙ୍କୁ ପହଞ୍ଚିବା ପାଇଁ ସୁବିଧାଜନକ ହୋଇଥିବ
  • ସେଠାରେ ଟିକାଦାନର ଖାତା ରହିଥିବ

ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କ ଦାୟିତ୍ଵ

  • ଟିକାଦାନ ଅଧିବେଶନର ସ୍ଥାନ ,ଦିନ ଓ ସମୟ ଲୋକଙ୍କୁ ଜଣ।ନ୍ତୁ।
  • ଆପଣଙ୍କ ଗ୍ରାମରେ ଟୀକା ନେବାକୁ ଥିବା ସମସ୍ତ ମା’ ଓ ଶିଶୁ ସେହି ସ୍ଥାନକୁ ଗଲେ କି ନାହିଁ ପାରଖୀ ନିଅନ୍ତୁ ।
  • ଟିକା ନେଇଥିବା ସବୁ ଶିଶୁ ଏବଂ ମା’ ମାନଙ୍କର ନାମ ପଞ୍ଜୀକରଣ କରନ୍ତୁ ।
  • ଟିକା ଦେବା ପାଇଁ ଆସିଲାବେଳେ ଟୀକା କାର୍ଡ ଆଣିବା ପାଇଁ କୁହନ୍ତୁ ।
  • ଟିକା ଦିଆଯିବା ପରେ ଏହି କାର୍ଡକୁ ଉଚିତ ଭାବେ ପୂରଣ କରନ୍ତୁ।
  • ଟିକା ଗୁଡିକ ଶୀତଳ ଶିକୁଳୀରେ ଠିକ ଭାବେ ଅଛି ବୋଲି ପରଖି ନିଅନ୍ତୁ ।
  • ଟିକକରଣର ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରହିବାର ବ୍ୟବସ୍ଥା କରନ୍ତୁ।

ବାପା ଏବଂ ମା’ ମାନେ କା’ଣ କରିବା ଦରକାର ?

  • ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଟୀକାଦାନ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ପିଲାକୁ ଟିକା ଦିଅନ୍ତୁ ।
  • ଟିକା ଦେବା ପାଇଁ କାର୍ଡ ନେଇ ଯାଆନ୍ତୁ ଓ କରଦ୍କୁ ଦାୟିତ୍ଵ ସହକାରେ ରଖନ୍ତୁ ।
  • ଟିକା ନେବା ଦିନ ଭୁଲନ୍ତୁ ନାହିଁ ।

(ସରକାରୀ କାର୍ଯ୍ୟକ୍ରମରେ ଏବେ ହେପାଟାଇଟିସ-ବି ପ୍ରତିଷେଧକ ଟିକା ଦେବା ବ୍ୟବସ୍ଥା ହୋଇଛି, ଏ ଟୀକା ଆଣି ଆପଣ ଦେଇପାରନ୍ତି ।)

ଆଧାର : ପୋର୍ଟାଲ  ଟିମ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate