ରୋଗ ପ୍ରତିକାର,ଉପଶମ ଏବଂ ସ୍ୱାସ୍ଥ୍ୟର ଉନ୍ନତି ଛଡା ଅନ୍ୟ କାରଣ ପାଇଁ ମଣିଷ ନିଶା ଔଷଧ ଖାଇଥାଏ।ଆମେ ଖୋଲା ବଜାରରେ ମିଳୁଥିବା କେତେକ ନିଶ ଦ୍ରବ୍ୟକୁ ବେଆଇନ ଭାବେ ବ୍ଯବହ୍ରୁତ କରିଥାଉ । ପ୍ରତ୍ୟେକ ଔଷଧ ମଧ୍ୟ ନିଶାରେ ପରିଣତ ହୋଇ ପାରିବ ।
ନିମ୍ନଲିଖିତ ନିଶାଦ୍ରବ୍ୟ ଗୁଡିକ ସାମୁହିକ ଭାବେ ଅପବ୍ୟବହାର କରାଯାଇଥାଏ ଫଳରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ ।
ଏହିପରି ତମାଖୁ ,ପାନ ,ସୁପାରି ଧୂଆଁପାତ୍ର ଆଦି ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ବ୍ୟବହାର କରାଯାଇଥାଏ।ନିଆଁ ଲଗାଇ ଟାଣିବା (ଶୋଷିବା)ନାଶ ନେବା, ଖାଇବା ଏବଂ ଶରୀର ଭିତରକୁ ଅନ୍ତଃକ୍ଷେପଣ (ଇଞ୍ଜେକସନ) ଦ୍ଵାରା ନିଶା ସେବନ )
କରିବା ଇତ୍ୟାଦି ଦ୍ଵାରା ଏହିସବୁ ନିଶାର ବ୍ୟବହାର କରାଯାଇଥାଏ।
ସାଧାରଣତଃ ନିଶା ସେବନକାରୀ ଥରେ ନିଶା ସେବନକଲେ ତାକୁ ଛାଡିବା କଷ୍ଟକର ହୋଇଥାଏ ।
ମାନସିକ ସ୍ତରରେ କ୍ଷତି:
ଏକାଗ୍ରତା ହରାଇବା ,ଦୈନନ୍ଦିନ ଜୀବନର ଚଳନିରେ ଅସୁବିଧା ଏବଂ ହତାଶ ଭାବ ।
ସ୍ୱାସ୍ଥ୍ୟର ଅତ୍ୟନ୍ତ କ୍ଷତି:
ଶ୍ଵାସକ୍ରିୟା ସମସ୍ୟା,ପୁଷ୍ଟିହୀନତା,ଯକ୍ଷ୍ମା ଏପରିକି ଦୃଘଟଣ। କିମ୍ବା ଜାଣିଶୁଣି ଅଧିକ ନିଶସେବନରୁ ମୃତ୍ୟୁ ମଧ୍ୟ ହୋଇଥାଏ। ବିଶୋଧିତ ହୋଇନଥିବା ବିଭିନ୍ନ ଛୁଞ୍ଚି ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ନିଶାନେବା ଦ୍ଵାରା ଏଚ.ଆଇ.ଭି. ଏବଂ ହେପାଟାଇଟିସ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ। ନିଶା ଔଷଧ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ଅଧିକ ଦେହ ଖରାପ ହୋଇଥାଏ। ନିଜର ଯତ୍ନ ଅଭାବରୁ ଶାରୀରିକ ଅସୁସ୍ଥତାର ଶିକାର ହେବା ସହଜ ।ସାଧାରଣ ଭାବେ ସଂକ୍ରମଣ ,ଶ୍ଵାସନଳୀ ,ଚର୍ମ ଏବଂ ମୂତ୍ରାଶୟରେ ଦେଖାଯାଇଥାଏ। ନିଶାର ବିଷଗୁଣ ହେତୁ ଅନେକ ଦୁର୍ଘଟଣା ହୋଇଥାଏ। ସେଗୁଡିକହେଲା –ଟ୍ରାଫିକ ଦୁର୍ଘଟଣା, ପଡିଯିବା ,ପୋଡିଯିବା ,ବୁଡିଯିବା ,କମ କରୁଥିବାବେଳେ ଦୁର୍ଘଟଣା ,ଯକୃତ ଏବଂ ପେଟ ବେମାରି (ବିଶେଷକରି ମଦ୍ୟପାନ ଜନିତ),ମସ୍ତିସ୍କ ଏବଂ ସ୍ନାୟବିକ କ୍ଷତି ,ନିଶା ହୋଇଥିବାବେଳେ ଗଣ୍ଡଗୋଳ କରିବା ,ସ୍ମରଣ ଶକ୍ତି କମିଯିବା ଏବଂ ହଟଗୋଡା ଧରିବା ।ଅଧିକ ମଦ ପିଉଥିବା ବ୍ୟକ୍ତି ପିଇବା ଛାଡିଦେଲେ ତାର କେତେକ ଅସୁବିଧା ଦେଖାଦିଏ। ବାଚଳାମି,ହିଂସାଭାବ,ଭୟ ଏବଂ ବେଳେବେଳେ ମୃର୍ଚ୍ଛା ରୋଗ ଦେଖାଯାଏ।
ସାମାଜିକ କ୍ଷତି:
ଗୋଷ୍ଠିରେ ନିଜର ସମ୍ମାନ ତଳେ ପଡିଥାଏ। ସାମାଜିକ ବ୍ୟାଧି ଯଥା – ଏକ ଘରିଆ ଭଳି ଚଳିବାକୁ ହୁଏ। ପ୍ରକୃତପକ୍ଷେ ସାରା ଗୋଷ୍ଠୀର ଲୋକଙ୍କ ଉପରେ ନିଶାର ପ୍ରଭାବ ପଡିଥାଏ ।ପିଲାମାନଙ୍କ ଯତ୍ନରେ ଅବହେଳା,ବନ୍ଧୁଙ୍କ ସହିତ କଳି,ଦାରିଦ୍ର୍ଯ,ହିଂସାକାଣ୍ଡ ଏବଂ ବିଭିନ୍ନ ଖରାପକାର୍ଯ୍ୟ କରିବା ଫଳରେ ସମାଜିକ ଏବଂ ଆର୍ଥିକ କ୍ଷତି ସ୍ୱରୂପ ପରିବାର ଉଜୁଡିଥାଏ।
ଆର୍ଥିକ କ୍ଷତି:
ଯେଉଁସବୁ ଉଚିତ ଉପାୟରେ ଗୁଜୁରାଣ ମେଣ୍ଟୁଥିଲା ତାହା ହରାଇ ବସିବା ସାଙ୍ଗକୁ ଦାରିଦ୍ର୍ୟ,ବେଶ୍ୟାବୃତ୍ତି,ନିଶାକିଣିବା ପାଇଁ ଲୁଣ୍ଠନ ପ୍ରବୃତ୍ତ ଇତ୍ୟାଦି ଦେଖାଯାଏ।ଫଳରେ ଜେଲଦଣ୍ଡ ଭୋଗିବାକୁ ହୁଏ।
ଗର୍ଭବତ୍ତୀ ମହିଳାମାନେ ନିଶା ଖାଇବା ଫଳରେ ସେମାନଙ୍କଠାରୁ ଜନ୍ମନେଇଥିବା ପିଲାମାନଙ୍କର ନିଶାଖାଇବା ପ୍ରବୃତି ଦେଖାଦେବାର ସମ୍ଭାବନା ରହିଥାଏ।ଏହି ପିଲାମାନେ ମଧ୍ୟ ନିଶା ଯୋଗୁଁ ହେଉଥିବା କ୍ଷତି,ବିଶେଷ କରି ମାନସିକ ଓ ଶାରୀରିକ ବିକଳାଙ୍ଗ ହୋଇ ପାରନ୍ତି।
ଉଭୟ ପିତାମାତା ଯଦି ନିଶା ସେବନ କରନ୍ତି ତେବେ ସେମାନଙ୍କର ପିଲାମାନେ ଦାରିଦ୍ର୍ୟତା ଭୋଗିବା ସହିତ ସାମାଜିକ ଏବଂ ମାନସିକ ଶାନ୍ତି ପାଇପାରନ୍ତି ନାହିଁ ।
ସ୍ତନ୍ୟପାନ କରାଉଥିବା ମା ନିଶା ଖାଇଲେ ପରବର୍ତ୍ତୀ ଅବସ୍ଥାରେ ସନ୍ତାନମାନେ ମଧ୍ୟ ନିସପ୍ରତି ମନ ବଳାଇଥାନ୍ତି ।
ଗୋଷ୍ଠୀ ଶିକ୍ଷା –ସ୍ୱାସ୍ଥ୍ୟକର୍ମୀଭାବେ ନିଶାର ପ୍ରଭୁତ କ୍ଷତି ସମ୍ବନ୍ଧରେ ଲୋକମାନଙ୍କୁ କହିପାରିବେ ।ବିଭିନ୍ନ ବୟସର ଲୋକମାନଙ୍କୁ କିମ୍ବା ମା’ମାନଙ୍କୁ ନେଇ ସ୍କୁଲରେ ଏବଂ ଗାଁରେ ସ୍ଵତନ୍ତ୍ର ଦଳସଭାମନ କରି ଏ ବିଷୟରେ ବୁଝାଇ ପାରିବେ ।ନିଶାସେବନ କରୁଥିବା ବ୍ଯକ୍ତିର ମା’ ଏବଂ ପରିବାର ସଦସ୍ୟଙ୍କୁ ଭେଟି ନିଶା ର ଅପକାରିତା ବିଷୟରେ କହିବା ଦରକାର।
ନିଶା ଛାଡିବାର ଚିକିସ୍ଛା ସମ୍ବନ୍ଧରେ ଶିକ୍ଷା-ନିଶା ଆଭ୍ୟାସର ଚିକିସ୍ଛା କିପରି କରାଯାଏ ସେ ବିଷୟରେ ଗୋଷ୍ଠୀ କହିପାରିବେ ।ଲୋକମାନଙ୍କୁ ଜଣାଇ ଦିଅନ୍ତୁ ଯେ ଏହା ସଂପୂର୍ଣ୍ଣ ଜୀବନ ପାଇଁ ଏକ ସମସ୍ଯା ନୁହେଁ।ଏହାର ଚିକିସ୍ଛା କରାଯାଇପାରିବ । ଅନେକ ନିଶାଖୋର ବ୍ୟକ୍ତି ଏହାଦ୍ବାରା ଭଲ ହୋଇପାରିବେ ।
ଚିଡିଚିଡି ଭାବ ,ଧୈର୍ଯ୍ୟ ହରାଇବା,ଶତୃଭାବ ଦେଖାଇବା,ଆଶ୍ଚର୍ଯ୍ୟଭାବ ,ମନସ୍ତାପ ,ଏକାଗ୍ରତା ହରାଇବା ,କ୍ଳାନ୍ତି ,କ୍ଷୁଧା,ଲାଗିବା,ଓଜନ ବଢିବା ଇତ୍ୟାଦି ବିଷୟରେ ବୁଝାଇବା।
ଯେଉଁସବୁ ଦେଶରେ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରଚାର ଭଲଭାବରେ ହୋଇପଡ଼ିଛି ,ସେଠାରେ ତମାଖୁ ସେବନ ଜନିତ ମୃତ୍ୟୁହାର କମିପାରିଛି ।ଆଧାର : ପୋର୍ଟାଲ ଟିମ
Last Modified : 1/28/2020