୬ ଟି ମାରାତ୍ତ୍ମକ ରୋଗ ପୋଲିଓ ଏହି ରୋଗ ସାଧାରଣତଃ ୨ ବର୍ଷ ରୁ କମ ବଯସର ପିଲାଙ୍କୁ ହୋଇଥାଏ । ଏହା ଏକ ଭୂତାଣୁ ଦ୍ଵାରା ହୋଇଥାଏ। ଶରୀରରେ ଅଧିକ ତାପମାତ୍ରା,ଗଳା ସଂକ୍ରମଣ ,ତରଳ ଝାଡା ଆଦି ଏହି ରୋଗର ଲକ୍ଷଣ ।ଆକ୍ରାନ୍ତ ଶିଶୁ ଅଳ୍ପ କେତେଦିନରେ ଠିକ ହୋଇଯାଇଥାଏ । ଶରୀରର କିଛି ଅଂଶ ସାଧାରଣତଃ ଗୋଦା ଦୁର୍ବଳ ହୋଇଯାଇପାରେ କିମ୍ବା ପକ୍ଷାଘାତ ହୋଇଯାଇପାରେ ।ଆଉ କେତେକ କ୍ଷେତ୍ରରେ ଏପରିକି ଶ୍ବାସକ୍ରିୟା ଉପରେ କୁପ୍ରଭାବ ପଡିପାରେ। ସଂକ୍ରମଣ ୩-୨୧ ଦିନ ମଧ୍ୟରେ ରୋଗର ଲକ୍ଷଣ ଦେଖାଦିଏ। ମିଳିମିଳା ଏହା ଏକ ଭୂତାଣୁ ଜନୀତ ରୋଗ । ଏହି ରୋଗ ପ୍ରାୟ ଗଳା ସଂକ୍ରମଣ,ନାକରୁ ପଣି ବୋହିବା,ଆଖି ଲଳ ପଡିବା ଓ ଜ୍ଵରରୁ ଆରମ୍ଭ ହୋଇଥାଏ ।୨-୩ ଦିନ ପରେ ମୁହଁ କିମ୍ବା ବେକରେ ଲଳ ଘିମିରି ଭଳି (ଦାଗ)ଦେଖାଦିଏ। ଏହା ପରେ ଛାତି,ପେଟ ଏବଂ ଗୋଡକୁ ବ୍ୟାପି ଯାଇଥାଏ। ମିଳିମିଳା ସଂକ୍ରମଣ ସାଂଘାତିକ ହେଲେ ଏହା ମସ୍ତିକକୁ ସଂକ୍ରମିତ ହେବାର ସମ୍ଭାବନା ଥାଏ,ଯାହାକି ପିକଳକୁ ଅନେକ ସମୟରେ ମୃତ୍ୟୁ ମୁଖରେ ପକାଇଥାଏ।କିମ୍ବା ବିକଳାଙ୍ଗ କରିଦେଇଥାଏ।ମିଳିମିଳା ଶୀଘ୍ର ସଂକ୍ରମିତ ହୋଇଥାଏ ଏବଂ ମହାମାରୀର ରୂପ ନେଇଥାଏ । ପୁଷ୍ଟିହୀନ ପିଲାମାନଙ୍କ ପକ୍ଷରେ ଏହା ବିପଦପୂର୍ଣ୍ଣ ଅଟେ। ଲହରା କାଶ ସାଧାରଣତଃ ପିଲାମାନଙ୍କୁ ଏହି ରୋଗ ହୋଇଥାଏ।ବେଳେବେଳେ ଏହା ଥଣ୍ଡାଜ୍ଵର ନାକରୁ ସିଙ୍ଘାଣି ବୋହିବା,କାଶରୁ ଆରମ୍ଭ ହୁଏ।ଏଥିରେ ବହୁତ ଦିନ ଧରି ଗୁରୁତର ଭାବେ କାଶ ହେବା ସହିତ କାଶରେ ଏକ “ହୁ” ଶବ୍ଦ ଆସିବା ଇତ୍ୟାଦି ପୂର୍ବ ଲକ୍ଷଣ ସବୁ ରହିଥାଏ ।ପିଲାଟି ଲଗାତାର କଷି ଚାଲେ। ଏପରିକି ଟିକେ ନିଶ୍ଵାସ ପ୍ରଶ୍ଵାସ ପାଇଁ ସମୟ ପାୟେ ନାହିଁ। କାଶିଲା ବେଳେ ସେଠ ପଡିଯାଏ।କାଶରେ ଅଧିକ କଫ ପଡିଥାଏ। କଷିବା ପରେ ପରେ ସେ ବାନ୍ତି କରିପାରେ । ବିଶେଷ କରି ୧ ବର୍ଷ ମଧ୍ୟରେ ଶିଶୁ ପାଇଁ ଏହି ରୋଗ ଅତ୍ୟନ୍ତ ବିପଦପୂର୍ଣ୍ଣ । କଣ୍ଠଅଳତି ଏହା ସାଧାରଣ ଥଣ୍ଡାଜ୍ଵର,ମୁଣ୍ଡବ୍ୟଥା,ଗଳା ସଂକ୍ରମଣର ୧-୪ ଦିନ ମଧ୍ୟରେ ରୋଗ ଆରମ୍ଭ ହୋଇପାରେ । ତଣ୍ଟିର ଭିତରପଟେ ଗୋଟିଏ ହଳଦିଆ ପାଉଁସିଆ ରଙ୍ଗର ଆସ୍ତରଣ ଦେଖାଦିଏ।ପିଲାର ଗଳା ‘ଲିଯାଏ, ନିଶ୍ଵାସ ଦୁର୍ଗନ୍ଧଯୁକ୍ତ ହୋଇପାରେ । କଣ୍ଠଅଳତି ଏପରି ଏକ ବିପଦପୂର୍ଣ୍ଣ ରୋଗ ଜଦ୍ଦ୍ବାରା ଶ୍ଵାସପ୍ରଶ୍ଵାସ ରୋକିଯିବାର ସମ୍ଭାବନା ଅଧିକ । ଧନୁଷ୍ଟଙ୍କାର ଜନ୍ମର ଦୁଇ ସପ୍ତାହ ମଧ୍ୟରେ ନବଜାତ ଶିଶୁଠାରେ ଏହି ରୋଗ ଦେଖାଦେଇଥାଏ।ଶିଶୁର ନାଭି ପରିଷ୍କାର ଅଭାବ ହେତୁ ସଂକ୍ରମିତ ହୋଇ ଧନୁଷ୍ଟଙ୍କାର କରାଏ। ଗର୍ଭ ସମୟରେ ମା’ ଧନୁଷ୍ଟଙ୍କାର ଟିକା ନେଇ ନ ଥିଲେ ଏହି ରୋଗର ସମ୍ଭାବନା ଅଧିକ। କୌଣସି ଖାଦ୍ୟ ଢୋକିବାରେ ଅସୁବିଧା,ମାଂସପେଶୀ ଟାଣ ହୋଇ ଧନୁ ଭଳି ହୋଇଯାଏ ଏବଂ ଅତି ଗୁରୁତର ପରିସ୍ଥିତିରେ ଶିଶୁ ମୂର୍ଚ୍ଛା ଯାଇଥାଏ। ଯକ୍ଷ୍ମା ଏହା ଏକ ପୁରାତନ ସଂକ୍ରାମକରୋଗ,ସାଧାରଣତଃ ଫୁସଫୁସକୁ ଆକ୍ରମଣ କରେ ,କିନ୍ତୁ ଶରୀରର ଅନ୍ୟ ଅଙ୍ଗ ଯଥା ଚର୍ମ,ମସ୍ତିସ୍କ,ଯକୃତ ,ଗର୍ଭାଶୟ ,ଏପରିକି ସମସ୍ତ ଅଙ୍ଗକୁ ମଧ୍ୟ ଆକ୍ରାନ୍ତ କରିପାରେ। ବୟସ୍କମାନଙ୍କ ଠାରେ ଏହା ସାଧାରଣତଃ ‘କ” ସହିତ ରକ୍ତମିଶି ପଡିବା ଏବଂ ଜ୍ଵର ଦେଖାଯାଉଥିବାବେଳେ ପିଲାମାନଙ୍କ କ୍ଷେତ୍ରରେ ବେଳେବେଳେ ଓଜନ କମିଯିବା ,ଜ୍ଵର ,ଦୁର୍ବଳତା ଏବଂ ଗଲା ଓ ପେଟ ଫୁଲିବା ଇତ୍ୟାଦି ରୂପେ ପ୍ରକାଶ ପାଏ। ଉପଯୁକ୍ତ ଭାବେ ଚିକିସ୍ଛା କରାଗଲେ ଏହି ରୋଗରୁ ମୁକ୍ତି ମିଳିଥାଏ। ଯକ୍ଷ୍ମା ଏହାର ଚିକିସ୍ଛା ଓ ପ୍ରତିଷେଧକ ବ୍ୟବସ୍ଥା କ’ଣ ? ଯକ୍ଷ୍ମା ଏକ ଜୀବାଣୁ ଜନିତ ସଂକ୍ରାମକ ରୋଗ । ମାଇକୋ ବେକଟେରିୟମ ଟ୍ୟୁବରକୁଲୋସିସ ନାମକ ଏକ କ୍ଷୁଦ୍ର ଜୀବାଣୁ ଦ୍ଵାରା ଏହି ରୋଗ ହୋଇଥାଏ। ଶିଶୁ ଠାରୁ ବୟସ୍କ ପରଜ୍ଯନତ ଯେକୌଣସି ବୟସର ବ୍ୟକ୍ତି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଚିକିସ୍ଛା ହେଉନଥିବା ଫୁସଫୁସ ଜନିତ ଯକ୍ଷ୍ମା ରୋଗୀର କାଶ,କଫ ଓ ଛିଙ୍କରୁ ଯକ୍ଷ୍ମା ଜୀବାଣୁ ବାୟୁ ମାଧ୍ୟମରେ ସୁସ୍ଥଲୋକର ଶରୀରରେ ପ୍ରବେଶ କରିଥାନ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଥିଲେ ରୋଗ ହୋଇଥାଏ। ଯକ୍ଷ୍ମା ଜୀବାଣୁ ମୁଖ୍ୟତଃ ଫୁସଫୁସକୁ ଆକ୍ରମଣ କରେ। ଏହାକୁ ଫୁସଫୁସ ଜନିତ ଯକ୍ଷ୍ମା କୁହାଯାଏ।ଏହା ବ୍ୟତୀତ ଶରୀରର ଲସିକା ଲସିକାଗ୍ରନ୍ଥି,ମେରୁଦଣ୍ଡ,ମସ୍ତିସ୍କ,ହାଡ ଓ ଗଣ୍ଠି,ବୃକକ,ମୂତ୍ରନଳୀ ଓ ଯୌନାଙ୍ଗ,ସ୍ନାୟୁ ,ଅନ୍ତନାଳୀରେ ମଧ୍ୟ ଯକ୍ଷ୍ମାରୋଗ ହୋଇଥାଏ।ଏହାକୁ ଫୁସଫୁସ ବ୍ୟତୀତ ଅନ୍ୟଅଙ୍ଗରେ ଯକ୍ଷ୍ମା କୁହାଯାଏ। ରୋଗ ଆରମ୍ଭରୁ ଉପଯୁକ୍ତ ଚିକିସ୍ଛା ନକଲେ ରୋଗୀ ଅନେକ ସୁସ୍ଥ ଲୋକଙ୍କୁ ରୋଗ ସଂକ୍ରମଣ କରିଥାଏ ଏବଂ ଅତ୍ୟନ୍ତ ଦୁର୍ବଳ ହୋଇ ମୃତ୍ୟୁ ମୁଖରେ ପଡିଥାଏ । ଜଣେ ସଂକ୍ରମିତ ଯକ୍ଷ୍ମାରୋଗୀ ବର୍ଷକୁ ୧୦ ବା ଟା’ଠାରୁ ଅଧିକ ସୁସ୍ଥଲୋକଙ୍କୁ ରୋଗ ସଂକ୍ରମଣ କରିଥାଏ। ଭାରତରେ ପ୍ରତି ତିନି ମିନିଟ୍ରେ ଦୁଇଜଣ ବ୍ୟକ୍ତି ଫୁସଫୁସଜନିତ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ଯକ୍ଷ୍ମା ଏକ ସଂକ୍ରାମକ ରୋଗ କି ? ଏହା କିପରି ବ୍ୟାପେ? ହାଁ, ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଜଣେ ଯକ୍ଷ୍ମା ରୋଗୀର କଫରେ ଏହି ଜୀବାଣୁ ରହିଥାନ୍ତି ଏବଂ ରୋଗୀ କଷିବା ଦ୍ଵାରା ଏହି ଜୀବାଣୁ ଗୁଡିକ ବାହାରକୁ ଚାଲିଆସନ୍ତି ।ଜଣେ ସୁସ୍ଥ ଲୋକର ପ୍ରଶ୍ଵାସ ମାଧ୍ୟମରେ ଏହି ଜୀବାଣୁ ତା’ର ଶରୀର ଭିତରକୁ ପ୍ରବେଶ କରିଥାନ୍ତି ।ସୁସ୍ଥ ଲୋକର ଶରୀର ମଧ୍ୟରେ ଏହି ଜୀବାଣୁଗୁଡିକ ନିର୍ଜୀବ ଅବସ୍ଥାରେ ରୁହନ୍ତି, ଲୋକ ଜଣଙ୍କ ଅତି ଦୁର୍ବଳ ହୋଇଗଲେ ତାଠାରେ ଜଖମରୋଗ ଦେଖାଦେଇଥାଏ । ଏହା କେବଳ ଛାତିକୁ ଆକ୍ରାନ୍ତ କରେ କି ? ଯଦିଓ ଏହା ସାଧାରଣତଃ ଛାତି ଏବଂ ଫୁସଫୁସକୁ ଆକ୍ରାନ୍ତ କରିଥାଏ ତଥାପି ଯକ୍ଷ୍ମା ଆକ୍ରମଣ କରୁଥିବା ଅନ୍ୟ ଅଂଶଗୁଡିକ ମଧ୍ୟରେ ରସପ୍ରବାହ ନଳି,ହାଡ ଓ ଗଣ୍ଠି,ଅନ୍ତନାଳୀ,ପରିସ୍ରା ନଳି,ମସ୍ତିକ ଆବରଣ,ଚର୍ମ,ଯକୃତ,ହୃଦଯନ୍ତର ଆଦି ପ୍ରଧାନ । କେଉଁମାନଙ୍କୁ ଯକ୍ଷ୍ମା ରୋଗ ହୋଇପାରେ? ଏହି ଜୀବାଣୁ ଶରୀରରେ ପ୍ରାୟ ବର୍ଷ ବର୍ଷ ଧରି ସୁପ୍ତ ଅବସ୍ଥାରେ ରହିପାରେ।ତେବେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକେ,ଉପଯୁକ୍ତ ଯତନରୁ ବଞ୍ଚିତ ହେଉଥିବା ବ୍ୟକ୍ତି,ଚୋଟୋପିଲ,ଗର୍ଭବତୀ ମହିଳା ଏବଂ ଏଚ.ଆଇ.ଭି.ସଂକ୍ରମଣ ଥିବା ବ୍ୟକ୍ତିମାନେ ଜଖମରୋଗରେ ପୀଡିତ ହେବାର ଅଧିକ ସମ୍ଭାବନା ରହିଛି।ଜଖମରୋଗୀର ପରିବାର ସଦସ୍ୟ ଏବଂ ସାଙ୍ଗମାନେ ମଧ୍ୟ ରୋଗର ଶିକାର ହେବା ସମ୍ଭାବନା ରହିଛି। ଶରୀରରରେ କିଛି ପରିମାଣରେ ରୋଗପ୍ରତିରୋଧକ ଶକ୍ତିଜତ ନ ହେବା ପରଜ୍ଯନତ ନୂଆକରି ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ପ୍ରଥମ ଦୁଇବର୍ଷ ମଧ୍ୟରେ ଜଖମରୋଗରେ ପୀଡିତ ହେବାର ସମ୍ଭାବନା ରହିଛି । ଅତ୍ୟଧିକ ଗହଳି ,ସନ୍ତସନ୍ତିଆ ସ୍ଥାନରେ ଅଧିକ ଜନବସତି,ଭଲଭାବରେ ପବନ ଚଳଚଳ କରୁନଥିବା ଅନ୍ଧାରୁଆ ଘର ଇତ୍ୟାଦି ସ୍ଥାନରେ ଲୋକମାନେ ନିଶ୍ଚିତଭାବେ ଜଖମରୋଗର ଆଦିକ ସମ୍ମୁଖୀନ ହୁଅନ୍ତି। ଯକ୍ଷ୍ମାରୋଗ କିପରି ସନ୍ଦେହ କରାଯାଏ। ଫୁସଫୁସ ଯକ୍ଷ୍ମା କାଶ,କଫ 3 ସପ୍ତାହ ବା ତ’ଠାରୁ ଅଧିକ ଦିନ ଲାଗି ରହିଲେ। ସନ୍ଧ୍ୟା ସମୟରେ ଜ୍ଵର ହେଲେ,ରାତିରେ ଅଧିକ ଝାଳ ହେଲେ। ଛାତିରେ ଯନ୍ତ୍ରଣା ହେଲେ। ଓଜନ କମିଗଲେ(ଠିକ ସପ୍ତାହ ମଧ୍ୟରେ ଶରୀରର ଓଜନ 10% କମିଗଲେ) ଭୋକ ନ ଲାଗିଲେ। କାଶରେ ରକ୍ତ ପଡିଲେ। ଲସିକା ଗ୍ରନ୍ଥିରେ ଯକ୍ଷ୍ମା ନାଲି ଘା’ ଥାଇ ବା ନଥାଇ ବେକମୂଳ ଫୁଲିଗଲେ। ମସ୍ତିସ୍କ ପ୍ରବାହ ଯକ୍ଷ୍ମା ମୁଣ୍ଡବିନ୍ଧା,ଜ୍ଵର,ନିଦ ନ ଲାଗିବା,ମାନସିକ ଦ୍ଵନ୍ଦ ,ବେକରେ ମାଂସପେଶୀ ଟନ ଲାଗିଲେ। ମେରୁଦଣ୍ଡ ଯକ୍ଷ୍ମା ପିଠିରେ ଯନ୍ତ୍ରଣା,ଜ୍ଵର ବେଳେ ବେଳେ ମେରୁଦଣ୍ଡ ଫୁଲିବା । ସମସ୍ତ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ଫୁସଫୁସ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଶତକଡା ପ୍ରାୟ ୮୫ ଭାଗ ।ଫୁସଫୁସ ଯକ୍ଷ୍ମା ଅଧିକ ସଂକ୍ରାମକ ଏବଂ ବିପଦପୂର୍ଣ୍ଣ । ରୋଗ ନିୟନ୍ତ୍ରଣ ଏବଂ ପରୀକ୍ଷା ଫୁସଫୁସରେ ଯକ୍ଷ୍ମା ନିର୍ଣ୍ଣୟ କରିବା ପାଇଁ ରୋଗୀ ୩ ଟି କାଫର ନମୁନା ପରୀକ୍ଷା କରିବା ନିହାତି ଆବଶ୍ୟକ । ଯେକୌଣସି ଦୁଇଟି କଫ ନମୁନା ପରୀକ୍ଷାରେ ଯକ୍ଷ୍ମା ଜୀବାଣୁ ଦେଖାଗଲେ ତାହା ନିଶ୍ଚିତ ଫୁସଫୁସ ଜନିତ ଯକ୍ଷ୍ମା ଅଟେ। ଫୁସଫୁସ ବ୍ୟତୀତ ଶରୀରର ଅନ୍ୟାନ୍ୟ ଅଙ୍ଗରେ ହୋଇଥିବା ଯକ୍ଷ୍ମା ରୋଗର ନିର୍ଣ୍ଣୟ ସାଧାରଣତଃ ଡାକ୍ତର ସ୍ଥିର କରନ୍ତି । ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଯାୟୀ, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ଯକ୍ଷ୍ମାରୋଗୀମାନଙ୍କର କଫ ପରୀକ୍ଷା,ରୋଗ ଚିହ୍ନଟ ଏବଂ ଚିକିସ୍ଛା ମାଗଣାରେ ଯୋଗାଇ ଦିଆଯାଉଛି ।ଯକ୍ଷ୍ମା ରୋଗ ଚିହ୍ନଟ ହେଲାପରେ (ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ୱଳ୍ପ ମିଆଦ ଚିକିସ୍ଛା କରାଯାଏ।) ଯକ୍ଷ୍ମାରୋଗ ଚିକିସ୍ଛା ପାଇଁ ରୋଗୀକୁ ବାରମ୍ବାର ଡାକ୍ତରଖାନା ଆସିବାକୁ ପଆଡେ ନାହିଁ। ଡଟସ ପଦ୍ଧତିରେ ରୋଗୀପାଇଁ ଆବଶ୍ୟକ ହେଉଥିବା ସମସ୍ତ ଔଷଧ ରୋଗୀଙ୍କ ଗ୍ରାମରେ ଥିବା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ କିମ୍ବା ସ୍ଵେଚ୍ଛାସେବୀଙ୍କୁ ଏକାଥରେ ଯୋଗାଇ ଦିଆଯାଏ। ସେମାନଙ୍କ ଉପସ୍ଥିତିରେ ରୋଗୀକୁ ନିର୍ଦ୍ଧିଷ୍ଟ ଦିନମାନଙ୍କରେ ଔଷଧ ଖାଇବାକୁ ଦିଆଯାଏ। ଔଷଧ ଖାଇବା ପରେ ରୋଗ ଭଲ ହେଉଛି କି ନାହିଁ ଜାଣିବା ପାଇଁ ସ୍ଵାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ରୋଗୀକୁ ମଝିରେ ମଝିରେ କଫ ପରୀକ୍ଷା କରିବାକୁ ପଡେ। ନିୟମିତ ଔଷଧ ସେବନ କଲେ ରୋଗୀ ୬ ମାସରୁ ୮ ମାସ ମଧ୍ୟରେ ସଂପୂର୍ଣ୍ଣ ଆରୋଗ୍ଯ ଲାଭ କରେ। ଚିକିସ୍ଛା ସମୟରେ କୌଣସି ସ୍ଵତନ୍ତ୍ର ଖାଦ୍ୟର ଆବଶ୍ୟକତା ନାହିଁ। ଡଟସ ପଦ୍ଧତିରେ ଚିକିସ୍ଛା କଲେ ଜଖମରୋଗ ଶୀଘ୍ର ଆରୋଗ୍ୟ ହୁଏ ଏବଂ ରୋଗ ସଂକ୍ରମଣ ପ୍ରତିରୋଧ କରାଯାଇପାରିବ । ଆପଣଙ୍କ ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କର ଯକ୍ଷ୍ମା ରୋଗର ଲକ୍ଷଣ ସନ୍ଦେହ ହେଲେ ଯଥାଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ କଫ ପରୀକ୍ଷା କରନ୍ତୁ । ଡଟସ ପଦ୍ଧତିରେ ଚିକିସ୍ଛା କରନ୍ତୁ । ପ୍ରତିଷେଧକ : ପ୍ରତ୍ୟେକ ଶିଶୁଙ୍କୁ ଯକ୍ଷ୍ମା ପ୍ରତିଷେଧକ ଟିକା ଦେବା (ଏଥିପାଇଁ ଟିକାକରଣ ଅଧ୍ୟାୟ ପଢନ୍ତୁ) ଅଧିକ ଜନ ଗହଳି,ଦୂଷିତ ପରିବେଶ ଏବଂ କମ ପବନ ଚଳଚଳ କରୁଥିବା ସ୍ଥାନରୁ ଦୂରେଇ ରହିବା ପାଇଁ ଯଥା ସାଧ୍ୟ ଚେଷ୍ଟା କରିବା । ତୁତନ୍ତ ରୋଗୀ ଚିହ୍ନଟ କରି ଏମାନଙ୍କୁ ସଂପୂର୍ଣ୍ଣ ଚିକିସ୍ଛା ଦେବାରେ ସାହାଯ୍ୟ କରିବା । ମ୍ୟାଲେରିଆ ମ୍ୟାଲେରିଆ କ’ଣ ମ୍ୟାଲେରିଆ ଏକ ରୋଗ, ଯାହା ମ୍ୟାଲେରିଆ ପରଜୀବୀ ଦ୍ଵାରା ହୋଇଥାଏ।ଏହି ପରଜୀବୀ ସଂକ୍ରମିତ ରୋଗୀର ରକ୍ତରେ ଥାଏ।ମାଈ ଏନୋଫିଲିସ ମାସ କାମୁଡିବା ଦ୍ଵାରା ଏହା ଅନ୍ୟମାନଙ୍କୁ ସନରମିତ ହୋଇଥାଏ। ମ୍ୟାଲେରିଆ ର ଚିହ୍ନ ଓ ଲକ୍ଷଣ କ’ଣ? ପ୍ରଥମେ ରୋଗୀ ଠାରିବା ସହିତ କମ୍ପ ଅନୁଭବ କରେ ଏବଂ ପ୍ରତିଦିନ ବା ଦିନେ ଛାଡି ଦିନେ ଜ୍ଵର ହୁଏ। ରୋଗୀର ମଧ୍ୟ ମୁଣ୍ଡ ବିନ୍ଧା,ଦେହ ହାତ ବିନ୍ଧା ଓ ବାନ୍ତି ପରେ ଝାଳ ବାହାରି ଜ୍ଵର କମିଯାଏ।ଏହା ସବୁ ବିଭିନ୍ନ ପର୍ଯ୍ୟାୟରେ ହୋଇଥାଏ। ସେଗୁଡିକ ହେଲା- ପ୍ରାଥମିକ ପର୍ଯ୍ୟାୟ(ଶୀତ ଓ କମ୍ପ ପର୍ଯ୍ୟାୟ) ରୋଗୀ ଅସୁସ୍ଥତା ଅନୁଭବ କରେ, ଏହା କିଛି ଘଣ୍ଟା ଧରି ଲାଗିରୁହେ । ଶୀତ ଲାଗେ।ଦେହରେ ଭୀଷଣ କମ୍ପ ଅନୁଭୂତ ହୁଏ।ଏହି ଅବସ୍ଥା ଅଧଘଣ୍ଟାରୁ ଦେଢ ଘଣ୍ଟା ଲାଗି ରହେ। ମୁଣ୍ଡ ବିନ୍ଧା,ଧୀରେ ଧୀରେ ମୁଣ୍ଡ ବିନ୍ଧା ବଢିବାକୁ ଲାଗେ । ଅରୁଚି ଥଣ୍ଡା ଅନୁଭୁତ ହୋଇ ରୋଗୀ ଥରିବାକୁ ଲାଗେ ଚରମ ଥଣ୍ଡା ଜଣାପଡେ । ଗରମ ପର୍ଯ୍ୟାୟ ଗରମ ଅନୁଭୂତ ହୁଏ। ଶରୀରରୁ ଝାଳ ବାହାରେ ଭୀଷଣ ମୁଣ୍ଡ ବିନ୍ଧା ହୁଏ। ବାନ୍ତି ହୋଇପାରେ ନିଶ୍ଵାସ ପ୍ରଶ୍ଵାସ ଦ୍ରୁତ ହୁଏ। ଜ୍ଵର ୧୦୨ ଡିଗ୍ରୀ ଫାରେନହିଟ ଯାଏଁ ହୋଇଥାଏ।(୩୮ ଡିଗ୍ରୀ ସେ.-୪୧ ଡିଗ୍ରୀ ସେ) ଝାଳ ବାହାରିବ ପର୍ଯ୍ୟାୟ ଶରୀରରୁ ଅତ୍ୟଧିକ ଝାଳ ବାହାରେ ଜ୍ଵର କମିଯାଇ ଉତ୍ତାପ ସାଧାରଣ ହୋଇଯାଏ। ଖୁବ ହାଲିଆ ଲାଗେ,ମୁଣ୍ଡ ବିନ୍ଧା ରହିପାରେ ରୋଗୀ ଗାଢ ନିଦରେ ଶୋଇଯାଏ ଲକ୍ଷଣମୁକ୍ତ ପର୍ଯ୍ୟାୟ ମ୍ୟାଲେରିଆ ପରଜୀବୀର ପ୍ରକାର ଭେଦ ଚିହ୍ନ ଓ ଲକ୍ଷଣକୁ ଆଧାର କରି ଜ୍ଵର ପ୍ରତିଦିନ ହୋଇପାରେ ବା ଦିନେ ଛାଡି ଦିନେ ବା ପ୍ରତି ୩ ଦିନରେ ହୁଏ।ବ୍ୟକ୍ତି କ୍ଳାନ୍ତି ଅନୁଭବ କରେ ଓ ଦୁର୍ବଳ ହୋଇଯାଏ।ଜ୍ଵର କିଛି ଦିନ ରହିବା ପରେ ପ୍ଳିହା ବଢିଯାଏ।ଏହି ରୋଗ ସମୟରେ ମଧ୍ୟ ଅନ୍ୟ ଜ୍ଵର ହୋଇପାରେ।ଯଥା- ଇନଫ୍ଲଏନଜା,ଠେଙ୍ଗଜ୍ଵର ବା ଭୂତାଣୁଜନିତ ସଂକ୍ରମଣ । ମ୍ୟାଲେରିଆରେ ମସ୍ତିଷ୍କ ପ୍ରଭାବିତ ହେବାର ଲକ୍ଷଣ : କେତେକ ମ୍ୟାଲେରିଆ ପରଜୀବୀ ସଂକ୍ରମଣ ରେ ଯଥା – ଫି।ଫଳସୀପରମ କ୍ଷେତ୍ରରେ ମସ୍ତିଷ୍କ ଆକ୍ରାନ୍ତ ହୋଇଥାଏ।ଏହା ସର୍ବାଧିକ ବିପଦପୂର୍ଣ୍ଣ ମ୍ୟାଲେରିଆ।ମସ୍ତିଷ୍କ ମ୍ୟାଲେରିଆ ଆକ୍ରାନ୍ତ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଥାଏ।ମ୍ୟାଲେରିଆ ମସ୍ତିଷ୍କ କୁ ଆକ୍ରାନ୍ତ କରିବାର ପ୍ରାଥମିକ ଲକ୍ଷଣ ମାନଙ୍କ ମଧ୍ୟରେ ରୋଗୀ ବଉଳି ହେବା,ନିଡୁଆ ଲାଗିବା ଆଶଙ୍କା ଥାଏ। ମ୍ୟାଲେରିଆ ମସ୍ତିଷ୍କ କୁ ଆକ୍ରାନ୍ତ କରିବାର ପ୍ରାଥମିକ ଲକ୍ଷଣ ମାନଙ୍କ ମଧ୍ୟରେ ରୋଗୀ ବଉଳି ଛାଉଲି ହେବା ,ନିଦୁଆ ଲାଗିବା,କଥାବାର୍ତ୍ତା ଅସ୍ପଷ୍ଟ ହେବା,ମଦୁଆଙ୍କ ପରି ଚାଲିବା ଆଦି ଅନ୍ୟତମ। ପରେ ପରେ ରୋଗୀ ସଂପୂର୍ଣ୍ଣ ଅଚେତ ହୋଇଯାଏ। ମୃତ୍ୟୁ ବି ହୋଇପାରେ। ଏପରି ରୋଗୀକୁ ତୁରନ୍ତ ବଡ ଡାକ୍ତରଖାନା ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ବିଶେଷଜ୍ଞଙ୍କ ଦ୍ଵାରା ଚିକିଶ୍ଚ କରାଇବା ନିତାନ୍ତ ଜରୁରୀ। ମଣିଷ ଶରୀରର କେଉଁ ସ୍ଥାନ ରେ ମ୍ୟାଲେରିଆ ପରଜୀବୀ ଦେଖିବାକୁ ମିଳନ୍ତି? ସାଧାରଣତଃ ବ୍ୟକ୍ତିର ଲୋହିତ ରକ୍ତ କୋଷରେ ପରାଜିବିଗୁଡିକ ଦେଖିବାକୁ ମିଳନ୍ତି। ଏହା ଆମକୁ ଖାଲି ଆଖିରେ ଦେଖାଯାଏ ନାହିଁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ପରଜୀବୀ ଦେଖାଯାନ୍ତି । ମ୍ୟାଲେରିଆ ବ୍ୟାପି ନଥାଏ ଦୂଷିତ ବାୟୁ ଦୂଷିତ ପାଣି ଦୂଷିତ ଖାଦ୍ୟ ବର୍ଷାରେ ଓଦା ହେବା ଭୁତ ବା ପ୍ରେତ ମ୍ୟାଲେରିଆ ପରଜୀବୀ କେତେ ପ୍ରକାରର ଅଛନ୍ତି? ମ୍ୟାଲେରିଆ ପରଜୀବୀ କେତେ ପ୍ରକାରର ଅଛନ୍ତି? ପ୍ଲାଜମୋଡିୟମ ଭାଇଭାସ୍କ ପ୍ଲାଜମୋଡିୟମ ଫାଲସୀପରମ ପ୍ଲାଜମୋଡିୟମ ମଲେରି ପ୍ଲାଜମୋଡିୟମ ଓଭେଲ ଆମ ଦେଶରେ ସାଧାରଣତଃ ପି.ଭାଇଭାସ୍କ ଓ ପି। ଫାଲସିପାରମ ଦେଖାଯାନ୍ତି ।ପି.ମାଲେରି ଖୁବ କମ ଜାଗାରେ ଦେଖିବାକୁ ମିଳେ। ଜଣଙ୍କ ଠାରୁ ଅନ୍ୟଜଣକୁ କିପରି ମ୍ୟାଲେରିଆ ବ୍ୟାପେ ? ମ୍ୟାଲେରିଆ ସାଧାରଣତଃ ମାଈଏନୋଫିଲିସ ମଶାଦ୍ଵାରା ବ୍ୟାପୀଥାଏ ।ପୁରୁଷ ଏନୋଫିଲିସ ମଶା ରୋଗ ବ୍ୟାପିବାର ସାହାଯ୍ୟ କରି ନ ଥାଏ। ଏହା ଗଛ ଲତରୁ ରସ ଶୋଷି ବଞ୍ଚିଥାଏ ।ମାଈ ଏନୋଫିଲିସ ମଶା ଜଣେ ମ୍ୟାଲେରିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କାମୁଡିଲେ,ସେହି ବ୍ୟକ୍ତିଠାରୁ ମ୍ୟାଲେରିଆ ପରଜୀବୀ ମଶା ଦେହକୁ ଯାଇଥାଏ।ଏହି ପରଜୀବୀ ମଶା ଦେହରେ ବିକାଶ ଲାଭ କରିବାପାଇଁ ୧୦/୧୫ ଦିନ ଲାଗିଥାଏ। ଯଦି ସେହି ସଂକ୍ରମିତ ମଶା ୧୦/୧୫ ଦିନ ପରେ ଜଣେ ସୁସ୍ଥ ବ୍ୟକ୍ତିକୁ କାମୁଡେ ପରଜୀବୀ(ସ୍ଲୋରୋଜାଏଟସ)ସୁସ୍ଥ ବ୍ୟକ୍ତି ଦେହକୁ ଯାଇ ରୋଗ ସଂକ୍ରମଣ କରିଥାଏ।ସଂକ୍ରମିତ ମଶାର ଲାଳଦ୍ଵାରା ଏହା ସୁସ୍ଥ ଲୋକ ଦେଖାକୁ ଯାଇଥାଏ। ମଶାଦ୍ଵାରା ସୁସ୍ଥ ଲୋକକୁ ସଂକ୍ରମିତ ହେଉଥିବା ପରଜୀବୀ ସୁସ୍ଥ ଲୋକର ଯକୃତ ରେ ପ୍ରବେଶ କରି ବହୁଗୁଣିତ ହୋଇଥାଏ।ଏହି ପରଜୀବୀ ରକ୍ତରେ ପ୍ରବାହିତ ହୋଇ ଲୋହିତ ରକ୍ତ କୋଷକୁ ଆକ୍ରମଣ କରେ। ଫଳରେ ବ୍ୟକ୍ତି ଅସୁସ୍ଥତା ବୋଧ କରିଥାଏ।ବ୍ୟକ୍ତିକୁ ସାଧାରଣତଃ ମଶା କାମୁଡିବାର ୧୦ ରୁ ୧୪ ଦିନ ପରେ ଜ୍ଵର ହୋଇଥାଏ। ଯେତେବେଳେ ଆଉ ଗୋଟିଏ ମାଈ ମଶା ଏହି ବ୍ୟକ୍ତିକୁ କାମୁଡେ ସେତେବେଳେ ମ୍ୟାଲେରିଆରେ ଆକ୍ରାନ୍ତ ବ୍ୟକ୍ତିଠାରୁ ପରଜୀବୀ(ଗ୍ୟାମେଟୋସାଇଟିସ)ମଶା ଦେହକୁ ଯାଇଥାଏ ।ଏହିଭଳି ଭାବରେ ମ୍ୟାଲେରିଆ ପରଜୀବୀର ଜୀବନଚକ୍ର ସଂପୂର୍ଣ୍ଣ ହୋଇଥାଏ ଓ ରୋଗ ଜନଙ୍କଠାରୁ ଅନ୍ୟଜଣକୁ ବ୍ୟାପିଥାଏ। ମଶା କାମୁଡିବାର ୧୦ ଦିନ ପରେ ବ୍ୟକ୍ତିକୁ ଜ୍ଵର ହୋଇଥାଏ।ମଶା କାମୁଡିବା ପରଠାରୁ ମ୍ୟାଲେରିଆର ଲକ୍ଷଣ ପ୍ରକାଶ ପାଇବା ସମୟସୀମାକୁ ଇନକ୍ୟୁବେସନ ପିରିଅଡ କୁହାଯାଏ। ମନେରଖନ୍ତୁ: ହଁ,ରୋଗର ଚିକିସ୍ଛା ତୁରନ୍ତ ଣ କଲେ ଦିନେ ଛାଡି ଦିନେ ବା ପ୍ରତି ତୃତୀୟ ଦିନରେ ମ୍ୟାଲେରିଆ ପରଜୀବୀର ବିକାଶ ଅନୁସାରେ ଜ୍ଵର ହୋଇଥାଏ।କେତେକ ମ୍ୟାଲେରିଆ ପରଜୀବୀ କ୍ଷେତ୍ରରେ ଯଥା –ପି.ଭାଇଭାକ୍ସ ଓ ପି. ମାଲେରି ଉପଯୁକ୍ତ ଚିକିସ୍ଛା ଅଭାବରୁ ବାରମ୍ବାର ହୋଇଥାଏ। ସଂକ୍ରମିତ ରକ୍ତ ସଂଚାଳନ ଦ୍ଵାରା ମ୍ୟାଲେରିଆ ହୋଇପାରେ ।ଯଦି ସଂକ୍ରମିତ ରକ୍ତ ସୁସ୍ଥ ବ୍ୟକ୍ତିକୁ ଦିଆଯାଏ, ତେବେ ମ୍ୟାଲେରିଆ ରୋଗ ହୋଇଥାଏ। ମ୍ୟାଲେରିଆ ରୋଗର କୁ-ପ୍ରଭାବ କ’ଣ? ରକ୍ତହୀନତା ଦୁର୍ବଳତା ଯକୃତ ନଷ୍ଟ ଓ ପ୍ଳିହା ବଢିଯିବା ମସ୍ତିଷ୍କ ମ୍ୟାଲେରିଆ ଆକ୍ଷେପନ ବା କନଭଲସନ ବି ହୋଇପାରେ। ମ୍ୟାଲେରିଆ ରୋଗ ବିପଦପୂର୍ଣ୍ଣ କି? ହଁ, ଏହା ଅଧିକ ବିପଦପୂର୍ଣ୍ଣ । ମ୍ୟାଲେରିଆ ପରଜୀବୀ,ମସ୍ତିଷ୍କ,ମୂତ୍ରାଶୟ ଓ ଯକୃତ କୁ ସଂକ୍ରମଣ କଲେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଥାଏ। ମସ୍ତିଷ୍କ ମ୍ୟାଲେରିଆ ଫାଲସିପରମ ମ୍ୟାଲେରିଆ ନାମକ ଏକ ପ୍ରକାର ମ୍ୟାଲେରିଆ ମସ୍ତିଷ୍କ ସଂକ୍ରମିତ କରିଥାଏ,ଯାହାଫଳରେ ମସ୍ତିଷ୍କ ମ୍ୟାଲେରିଆ ହୁଏ।ରୋଗୀ ମ୍ୟାଲେରିଆର ଉପଯୁକ୍ତ ଚିକିସ୍ଛା ନ ପାଇଲେ ଏପରି ହୋଇଥାଏ। ରୋଗୀର ଅବସ୍ଥା – ମୁଣ୍ଡବିନ୍ଧା,ନିଶ୍ଵାସ,ପ୍ରଶ୍ଵାସ ବ୍ୟାଘାତ,ବାଉଳି ହେବା ଓ ଅଚେତ ଇତ୍ୟାଦି ସାଂଘାତିକ ଲକ୍ଷଣ ଦେଖାଯାଏ।ଅଧିକ ଜ୍ଵର ହେଲେ, ରୋଗୀକୁ ଡାକ୍ତରଖାନା ନେଇଯିବା ଉଚିତ।।ନଚେତ ରୋଗୀ ମରିଯାଇପାରେ ।ମ୍ୟାଲେରିଆରେ ଅଧିକାଂଶ ମୃତ୍ୟୁ ମସ୍ତିଷ୍କ ମ୍ୟାଲେରିଆ ଯୋଗୁଁ ହୋଇଥାଏ। ପିଲାମାନଙ୍କ କ୍ଷେତ୍ରରେ ମସ୍ତିଷ୍କ ମ୍ୟାଲେରିଆ ଅଧିକ ବିପଦପୂର୍ଣ୍ଣ ଅଟେ। ଯେଉଁ ପିଲାମାନେ ମ୍ୟାଲେରିଆରେ ପୀଡିତ ହୁଅନ୍ତି,ସେମାନେ ରକ୍ତହୀନତା,ଦୁର୍ବଳତା, ପ୍ଳିହା ବଢିଯିବା ଇତ୍ୟାଦିର ସମ୍ମୁଖୀନ ହୋଇଯାନ୍ତି ।୫ ବର୍ଷରୁ କମ ବୟସର ପିଲାମାନଙ୍କଠାରେ ମୂତ୍ରାଶୟର ଜଟିଳତା ଦେଖାଦିଏ। ପିହୁଳା ମାରେ। ମହିଳାମାନଙ୍କ କ୍ଷେତ୍ରରେ ମ୍ୟାଲେରିଆର ବିପଦପୂର୍ଣ୍ଣ ପ୍ରଭାବ କ’ଣ? ମ୍ୟାଲେରିଆ ପରଜୀବୀ ଲୋହିତ ରକ୍ତକନିକାକୁ ନଷ୍ଟକରି ରକ୍ତହୀନତା ଓ ଦୁର୍ବଳତାର କାରଣ ହୋଇଥାଏ। ଅଧିକାଂଶ ମହିଳା ସ୍ୱଳ୍ପଖାଦ୍ୟ ଓ ବାରମ୍ବାର ଗର୍ଭଧ।ରଣଦ୍ଵାରା ସାଧାରଣରେ ରକ୍ତହୀନ ହୋଇଥାନ୍ତି। ଏଠି ସହିତ ମ୍ୟାଲେରିଆ ସେମାନଙ୍କୁ ଅଧିକ ରକ୍ତହୀନ କରିଦିଏ। ମ୍ୟାଲେରିଆଦ୍ଵାରା ଉଗ୍ର ରକ୍ତହୀନତା ଯୋଗୁଁ ଗର୍ଭପାତ ଏପରିକି ଗର୍ଭଧାରଣ ଜଟିଳ ହୋଇପାରେ। ଗର୍ଭାଧାରଣ ମଧ୍ୟ ମ୍ୟାଲେରିଆ ରୋଗ ପ୍ରତିରୋଧ ଶକ୍ତିକୁ ନଷ୍ଟ କରିଦିଏ।ତେଣୁ ଯେଉଁ ମହିଳାମାନଙ୍କୁ ମ୍ୟାଲେରିଆ ବାରମ୍ବାର ହୁଏ। ଗର୍ଭଧାରଣ କ୍ଷେତ୍ରରେ ଅଧିକ ହୋଇଥାଏ। ଗର୍ଭଧାରଣ ସମୟରେ ମ୍ୟାଲେରିଆ ହେଲେ ଗର୍ଭସ୍ଥ ଭ୍ରୁଣ ମରିଯାଇପାରେ। ଗର୍ଭସ୍ଥ ଶିଶୁର ମ୍ୟାଲେରିଆ ଖ୍ଯାତି କରିଥାଏ କି? ହଁ, ଯଦି ଗର୍ଭବତୀ ମହିଳାଙ୍କ ର ମ୍ୟାଲେରିଆ ହେଲା,ଏହା ଗର୍ଭ ଉପରେ କୁ-ପ୍ରଭାବ ପକାଇଥାଏ। ଏହା ଦ୍ଵାରା ଗର୍ଭପାତ, ମୃତ ପିଲା ଜନ୍ମ ଓ ସମୟପୂର୍ବ ପ୍ରସାବ ଯନ୍ତ୍ରଣା ହୋଇପାରେ।ମ୍ୟାଲେରିଆ ଯୋଗୁଁ ପିଲା ସ୍ୱଳ୍ପ ଓଜନର ହୋଇଥାଏ, ଫଳରେ ପିଲା ଅଧିକ ଦିନ ବଞ୍ଚିବା କଷ୍ଟକର ହୋଇଥାଏ।ସମୟ ସମୟରେ ଶରୀରରେ ମ୍ୟାଲେରିଆ ପରଜୀବୀ ଥାଇ ଶିଶୁ ଜନ୍ମ ହୋଇଥାଏ।ପରବର୍ତ୍ତୀ ସମୟରେ ସେ ମ୍ୟାଲେରିଆ ଓ ରକ୍ତହୀନତାରେ ଆକ୍ରାନ୍ତ ହୋଇଥାଏ। ଜଣେ ବ୍ୟକ୍ତିକୁ ଏକାଧିକ ଥର ମ୍ୟାଲେରିଆ ହୁଏକି ? ହଁ,ବ୍ୟକ୍ତିଙ୍କୁ ଅଧିକ ଥର ମ୍ୟାଲେରିଆ ଯଦି: ସେ ମ୍ୟାଲେରିଆ ସମୟରେ ସଂପୂର୍ଣ୍ଣ ଚିକିସ୍ଚିତ ହୋଇ ନଥାନ୍ତି । ସେ ନିଜକୁ ମଶା କାମୁଡାଠାରୁ ଦୂରରେ ରାଖୀ ଣ ପାରନ୍ତି । ମ୍ୟାଲେରିଆ ମଶା କେଉଁଠାରେ ବଂଶ ବିସ୍ତାର କରିଥାଏ। ଜମିଥିବା ପରିଷ୍କାର ପାଣିରେ ମ୍ୟାଲେରିଆ ମଶା ଦେଇଥାଏ।ଧୀରେ ପ୍ରବାହିତ ହେଉଥିବା ଝରଣାର ଧାରାରେ ସ୍ଥିରଥିବା ପାଣିରେ ବି ମଶା ଡିମ୍ବ ଦିଏ। ଘର ଭିତରେ ବା ଘର ଚାରିପାଖରେ ଯେଉଁଠାରେ ପଣି ଜମି ରୁହେ,ଯଥା- ମାଠିଆ ,ଭାଗ ଟିନା ଓ ପାତ୍ର ପ।ଣି ଥଣ୍ଡା କରିବା ଯନ୍ତ୍ର ,ଛାତରେ ପାଣି ଜମା ହୋଇ ରହିବା ,ପାଣି ଟାଙ୍କି ,ରୋଷେଇ ବଗିଚା ଇତ୍ୟାଦି ଅବ୍ୟବହୃତ କୂଅ ,ନଳକୂଅ କିମ୍ବା ଟ୍ୟାପ ନିକଟରେ ପାଣି ଜମୁଥିଲେ, ଗାଁ ମାନଙ୍କରେ ନାଳ ବା ଖାଲ,ବରସପାଣି ଜମିଥିବା ଜାଗା, ଶଙ୍ଖ,ରାସ୍ତା ପାଖ ଖାଲ ପୋଖରୀ ଧାର,ଧାନ ଜମି , ଛିଣ୍ଡା ଟାୟାର,ଗଛ ଖୋଲା , ଖାଲ ଜାଗା ଜଳାଶୟ ମଶା ବଂଶ ବୃଦ୍ଧି ଆମେ କିପରି ରୋକିବା ମାଟିପାତ୍ର,ଟିଣ,କୁଳର ଇତ୍ୟାଦି ରେ ପାଣି ଜମିବାକୁ ନଦେବା । ଏହାଦ୍ବାରା ମଶା ଲାର୍ଭା ଅବସ୍ଥାରେ ନଷ୍ଟ ହୋଇଯାଏ। ବର୍ଷ ପଣି ଜମିବାକୁ ନଦେବା ନଳ କୂଅ ପାଖରେ ପାଣି ଜମିବାକୁ ଣ ଦେବା ରୋଷେଇ ବଗିଚା,ବାଡି ଓ ଛାତ ପ୍ରବୃତିରେ ପାଣି ଜମିବାକୁ ଣ ଦେବା ପାଣି ପାତ୍ର କୁ ଘୋଡାଇ ରଖିବା ମଶା ଅଣ୍ଡା ଦେଉନଥିବା ମାଛ (ଲାର୍ଭାଭୋରସ)ବ୍ୟବହାର ହେଉନଥିବା କୂଅ,ଜମିଥିବା ପାଣି ,ପୋଖରୀ ବା ଗଡିଆ ରେ ଛାଡିବା । ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରିବା ଯେଉଁ ଜାଗରୁ ପାଣି ନିଷ୍କାସନ କରାଯାଇ ପାରିବ ନାହିଁ ସେହି ସ୍ଥାନରେ କିରୋସିନୀ/ମ୍ୟାଲେରିଓଲ ପକାଇବା ଦ୍ଵାରା ଲାର୍ଭା ନିଶ୍ଵାସ ନେଇନପାରି ମରିଯିବା । ମ୍ୟାଲେରିଆ ବହନକାରୀ ମଶ।ଙ୍କୁ କିପରି ଦମନ କରିପାରିବା । ଘରେ ଡି ଡି ଟି ସିଞ୍ଚନଦ୍ଵାରା ମଶା ମାନଙ୍କୁ ନିପାତ କରାଯାଇପାରିବ ।ଥରେ ଏହାକୁ ସିଞ୍ଚନ କଲେ ଏହା ୨ ରୁ ଅଢେଇ ମାସ ପର୍ଯ୍ୟନ୍ତ ପ୍ରଭାବଶ।ଳୀ ହୋଇଥାଏ। ମନେ ରଖିବାକୁ ହେବ ଯେ,ମଣିଷ ରହୁଥିବା ପ୍ରତ୍ୟେକ କୋଠରୀର ଭିତର ପାଖ କାନ୍ଥ ଓ ଡି ଡି ଟି ବା ଅନ୍ୟ କୀଟନାଶକ ସିଞ୍ଚନ କରାଇବା ଜରୁରୀ।ଗୁହାଳ ଇତ୍ୟାଦିରେ କୀଟନାଶକ ସିଞ୍ଚନ କରିବା ଅନୁଚିତ । କୀଟ ନାଶକ ଔଷଧ ସିଞ୍ଚନ କରିବା ପୂର୍ବରୁ ଓ ପରେ କି ପ୍ରକାର ପ୍ରତିଷେଧକ ଅବସ୍ଥା ଅବଲମ୍ବନ କରିବା ଉଚିତ । ବେଳେ ବେଳେ ଲୋକମାନେ କୀଟ ନାଶକ ଔଷଧ ସିଞ୍ଚନକାରୀମାନଙ୍କୁ ଘରେ ପୁରେଇ ଦେଇ ନଥାନ୍ତି,କିନ୍ତୁ ଏପରି କରିବା ଉଚିତ ନୁହେଁ । ସେମାନଙ୍କୁ ସହଯୋଗ କରି ଆମେ ଆମର ଗୋଷ୍ଠୀ ମ୍ୟାଲେରିଆରୋଗରୁ ଦୂରେଇ ରଖି ପାରିବା ।ସିଞ୍ଚନ ସମୟରେ ମଧ୍ୟ ପିଲାମାନଙ୍କୁ ଦୂରେଇ ରଖିବା ଉଚିତ। ସିଞ୍ଚନ ହୋଇସାରିବା ପରେ କାନ୍ଥକୁ ଧୋଇବା ବା ଲିପା ପୋଛା କରିବା ଉଚିତ ନୁହେଁ। ଆମେ ନିଜକୁ କିପରି ମଶା କାମୁଡା ଦାଉରୁ ରକ୍ଷା କରିପାରିବା ? ନିମ୍ନଲିଖିତ ଉପାୟଦ୍ଵାରା ମସମାନଙ୍କଠାରୁ ରକ୍ଷପାଇ ହେବ। ନିମ୍ନଲିଖିତ ଉପାୟଦ୍ଵାରା ମଶାମାନଙ୍କ ଠାରୁ ରକ୍ଷ।ପାଇ ହେବ। ରାତିରେ ମଶାରୀ ଟାଣି ଶୁଅନ୍ତୁ ମଶା ଧୂପ ଦେଇ ଶୁଆନ୍ତୁ ଆନ୍ତ୍ରିକ ଜ୍ଵର (ଟାଇଫଏଡ ଏବଂ ପାରାଟାଇଫଏଡ ) ଏହା କ’ଣ? ଏହି ରୋଗରେ ଆସ୍ତେ ଆସ୍ତେ ଜ୍ଵର ବଢି ୩-୪ ଦିନ ରୁହେ।ଏହା ଏପରି ଏକ ରୋଗ ଯାହା କେବଳ ମଣିଷମାନଙ୍କୁ ହୋଇଥାଏ। ପାଣି ସମସ୍ୟା ଥିବା ଏବଂ ଉତ୍ତମ ପରିମଳ ବ୍ୟବସ୍ଥା ଣ ଥିବା କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଏ। ଏଣୁ ଆମେରିକା ଭଳି ବିକାଶଶୀଳ ଦେଶରେ ଏହି ରୋଗ ଦେଖାଯାଏ ନାହିଁ। ଆମ ଦେଶରେ ଏହାର ପ୍ରାଦୁର୍ଭାବ ଅଧିକ । ଏହି ରୋଗରେ ପୀଡିତ ଅଧିକାଂଶ ବ୍ୟକ୍ତି ମରିଯାନ୍ତି । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ମହାମାରୀ ରୂପ ଧାରଣ କରିଥାଏ। ଏହି ରୋଗ ବିଶେଷ କରି ପିଲା ଓ କମ ବୟସ୍କମାନଙ୍କୁ ହୋଇଥାଏ। ରୋଗର କାରଣ /କିପରି ବ୍ୟାପେ ଦୂଷିତ ପାଣି ,ମାଛି ,ସଂକ୍ରମିତ ବ୍ୟକ୍ତିର ମାଳ ଓ ମୂତ୍ରରେ ବସି ଖାଦ୍ଯ ପଦାର୍ଥରେ ବସିଲେ। ବିଶେଷ କରି ଫଳ ଓ ମିଠା ଜାତୀୟ ଖାଦ୍ୟ ଖୋଲାରେ ବିକ୍ରୟ କରାଯାଏ। ପଡିଆରେ ଝାଡାଯିବା ଦ୍ଵାରା ଖାଦ୍ୟ ବିକାଳି ଯେଉଁମାନେ ସେମାନଙ୍କର ହାତ ଭଲ ଭାବରେ ନ ଧୋଇ ଖାଦ୍ୟପଦାର୍ଥ ପ୍ରସ୍ତୁତ କରନ୍ତି ,ବିକ୍ରିକରନ୍ତି। କଞ୍ଚା ପାରିବା ,ଫଳ ,ସ୍ଯାଲାଡ ଯଦି ଭଲ ଭାବରେ ଧୁଆ ଣ ହୋଇ ଖିଆଯାଏ।ଏହି ରୋଗ ବର୍ଷସାରା ଆମ ଦେଶରେ ଦେଖାଯାଏ। ସଂକ୍ରାମକ କାଳ ଭୂତାଣୁ ଶରୀରରେ ପ୍ରବେଶ କରିବାର ୧୦-୧୪ ଦିନ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଏହି ଖାଦ୍ୟ ଖାଇବା ଦ୍ଵାରା ପଟି ବାଟେ ଅନ୍ତନାଳୀକୁ ଯାଇ ଅନ୍ତନାଳୀରେ ବହୁ ଗୁଣିତ ହୋଇଥାନ୍ତି । ଲକ୍ଷଣ ଏବଂ ଚିହ୍ନ ଏକ ସପ୍ତାହରୁ ଅଧିକ ଜ୍ଵର ହେବା । ହଠାତ ଜ୍ଵର ହୁଏ ଓ ଧୀରେ ଧୀରେ ବଢେ ଓ ଉତ୍ତାପ ୧୦୪ ଡିଗ୍ରୀ -୧୦୫ ଡିଗ୍ରୀ ପର୍ଯ୍ୟନ୍ତ ବଢେ। ଔଷଧ ଖାଇଲେ ମଧ୍ୟ ଜ୍ଵର ସଂପୂର୍ଣ୍ଣ ଛଡେ ନାହିଁ ।ଜ୍ଵର ୨-୩ ସପ୍ତାହ ଲାଗି ରୁହେ (ଯଦି ଠିକ ଭାବରେ ଚିକିସ୍ଛା କରାଯାଏ ନାହିଁ)। ଜ୍ଵର ସହିତ ଦୁର୍ବଳତା,ଅରୁଚି ,ଭୋକ ନହେବା ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖିବାକୁ ମିଳେ ।କୋଷ୍ଠ କାଠିନ୍ୟ ମଧ୍ୟ ଦେଖାଯାଏ । କେତେକ ରୋଗୀଙ୍କର ରୋଗର ପ୍ରଥମ ଦିନ ଛାତିରେ ଓ ପିଠିରେ ଧଳା ଧୂସର ରଙ୍ଗ ରା ଛୋଟ ମୋତି ଭଳି ଦେଖାଯାଏ।କଳା ରଙ୍ଗର ବ୍ୟକ୍ତି ଙ୍କ ଥରେ ଏହା ଦେଖିବା କଷ୍ଟକର ଅଟେ । ଏହି ରୋଗକୁ ମଧ୍ୟ ମୋତି ଝିଅର କୁହାଯାଏ। ରୋଗର ଚିକିସ୍ଛା କରାନଗଲେ ରୋଗୀ ଅଧିକ ଦୁର୍ବଳ ହୋଇଯାଏ। ଏହି ରୋଗରେ କେତେକ ଅଧିକ ଲକ୍ଷଣ ଦେଖିବାକୁ ମିଳେ।(ଅଙ୍ଗ ସଙ୍କରମାନକୁ ନେଇ ତାଳି ପେଟରେ ହଠାତ ଯନ୍ତ୍ରଣା ,ଝଡାଯିବା ଓ ପଡିବାରେ କଷ୍ଟ ହୁଏ। ନିଦାନ ଏହି ସବୁ ଲକ୍ଷଣ ଦେଖାଗଲେ ଏହାକୁ ଆନ୍ତ୍ରିକ ଜ୍ଵର ଭାବରେ ଡାକ୍ତରଙ୍କ ଦ୍ଵାରା ଅଭିହିତ କରାଯାଏ।କେତେକ ନିର୍ଦ୍ଧିଷ୍ଟ ପରୀକ୍ଷା ଦ୍ଵାରା ଏହି ରୋଗ ସଂପୂର୍ଣ୍ଣ ଜଣାପଡେ ଯଥା (ୱିଡାଲ ପରୀକ୍ଷା,ରକ୍ତ ପରୀକ୍ଷା,ଝାଡା ପରୀକ୍ଷା ଇତ୍ୟାଦି) ଚିକିସ୍ଛା ଏହି ରୋଗ ଆରୋଗ୍ୟସାଧ୍ୟ। ଏଥିପାଇଁ ଫଳପ୍ରଦ ଔଷଧ ମଧ୍ୟ ଅଛି । ରୋଗୀ ଜଣେ ଅଭିଜ୍ଞଡାକ୍ତର ଙ୍କ ପାଖରେ ଚିକିଶ୍ଚିତ ହେଲେ ଏହି ରୋଗ ଭଲ ହୋଇଯାଏ ।ନିଜେ ନିଜେ ଏହି ରୋଗ ପାଇଁ ଔଷଧ ଣ ଖାଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।ତାନ୍ତ୍ରିକ ବା ଝଡଫୁଙ୍କ। ଏହାଦ୍ବାରା ରୋଗ ଭଲ ହୋଇନଥାଏ।ଘରେ ଜ୍ଵର କମାଇବା ପାଇଁ ପାରାସିଟାମଲ ବ୍ୟବହାର କରାଯାଇ ପାରିବ । ୧୦୨ ଡିଗ୍ରୀ ରୁ ଅଧିକ ଉତ୍ତାପ ରହିଲେ ମୁଣ୍ଡରେ ଥଣ୍ଡା ପଟି ମଧ୍ୟ ପକାଯାଇ ପାରିବ । ରୋଗୀ ଅଧିକ ପାନୀଯ ପିଇବା ଉଚିତ ।ରୋଗର ଖାଦ୍ୟ ବନ୍ଦ କରିଦେବା ଉଚିତ ନୁହେଁ। ରାଗ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ ।ଗୁରୁପାକ ଖାଦ୍ୟ ଯଥା ରୁଟି ,ମାଂସ ,କୁକୁଡା ମାଂସ ଇତ୍ୟାଦି ଖାଇବା ଉଚିତ ନୁହଁ କାରଣ ଏହି ସବୁ ହଜମ ହୁଏ ନାହିଁ। ଠିକ ଭାବରେ ଚିକିସ୍ଛା କରାଗଲେ ଏହି ରୋଗ ଭଲ ହୋଇଯାଏ।ଔଷଧ ସମ୍ପୂର୍ଣ ମାତ୍ରା ବ୍ୟବହାର କରାଯିବା ଉଚିତ,ନଚେତ ରୋଗ ପୁନର୍ବାର ହୋଇପାରେ। ରୋଗୀ ଝାଡା ଓ ପରିସ୍ରା ପରେ ଭଲ ଭାବରେ ହାତ ଢୋଇବା ଆବଶ୍ୟକ।ରୋଗୀର ଝାଡା ଓ ପରିସ୍ରା ଭଲ ଭାବରେ ନଷ୍ଟ କରିଦେବା ଉଚିତ ।ଏଥିରେ ଯେପରି ମାଛି ଣ ବସନ୍ତି। ଏହି ରୋଗକୁ ସହଜରେ ପ୍ରତିଷେଧ କରାଯାଇ ପାରିବ। ଖାଦ୍ୟ ପେୟରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଉଚିତ। ନିମୋନିଆ ଶ୍ଵାସନାଳିର ଶାଖା ବା କ୍ଳୋମ ନଳୀ ଏବଂ ଶ୍ବାସନଳୀର ଶେଷଭାଗ ବା କ୍ଳୋମ ଜାଲ ସହିତ ଫୁସଫୁସ ସଂକ୍ରମଣ ନିମୋନିଆ ବୋଲି କୁହାଯାଏ।“ପ୍ରାରମ୍ଭିକ ଅବସ୍ଥାରେ ପିଲକୁ ହଠାତ ଜ୍ଵର ହେବା ସହିତ ଶୁଖିଲା କାଶ ହୋଇଥାଏ।ପିଲକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୁଏ। ଏପରି ହେଲେ ସ୍ୱାସ୍ଥ୍ୟକର୍ମୀ ବିଳମ୍ବ ନକରି ପିଲାକୁ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ପଠାଇବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।ସାଧାରଣତଃ ମିଳିମିଳା କିମ୍ବା କୁପୋଷଣ ର ଶିକାର ହୋଇଥିବା ଶିଶୁକୁ ଅଧିକାଂଶ ସମୟରେ ଖୁବ ଶୀଘ୍ର ଚିକିସ୍ଛା ନିମତେ ସ୍ୱାସ୍ଥ୍ୟକର୍ମୀ ପଦକ୍ଷେପ ନେବା ଆବଶ୍ୟକ । ରୋଗର ଲକ୍ଷଣ ପିଲାର ନିଶ୍ଵାସ ପ୍ରଶ୍ଵାସ ଆଣିବାରେ ନେବା ଛାତି ଟାଣିହୋଇ ଅତ୍ୟଧିକ ଯନ୍ତ୍ରଣା ହୁଏ। ପିଲାର ନିଶ୍ଵାସ ପ୍ରଶ୍ଵାସ ଗତି ପ୍ରଖର ହେବା ,ପିଲା ନିଶ୍ଵାସ ନେବାବେଳେ ପିଲାର ଛାତି ଦେଖି ଏହା ମପା କରାଯାଇଥାଏ । କଫ ସହିତ କାଶ (ଅଧିକାଂଶ ସମୟରେ ହଳଦିଆ,ସବୁଜ ଧୂସର ବା ତମ୍ବାଳିଆ ରଙ୍ଗର କଫରେ ସାମାନ୍ୟ ରକ୍ତ ପଡିବା ) କାଶିବା ବେଳେ କିମ୍ବା ଜୋରରେ ପ୍ରଶ୍ଵାସ ନେଲେ ଛାତି ଯନ୍ତ୍ରଣା ବୃଦ୍ଧି ପାଇଥାଏ ।ଯେଉଁ ପାଟ ସଂକ୍ରମିତ ହୋଇଥାଏ ସେ ପାଟ ମାଡି ସୋଇଲେ ଯନ୍ତ୍ରଣା ବୃଦ୍ଧି ପାଇଥାଏ। ନିମ୍ନଲିଖିତ ଅବସ୍ଥାରେ ପିଲାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ଏକାନ୍ତ ଜରୁରୀ। ନିଶ୍ଵାସ ପ୍ରଶ୍ଵାସ ନେବା ଆଣିବାରେ କଷ୍ଟ ହେଉଥିଲେ । ନିଶ୍ଵାସ ପ୍ରଶ୍ଵାସର ଗତି ଜୋର ହେବା ପିଲାକୁ ଖୁଆଇବାରେ ଅସୁବିଧା ହେବା । ପିଲା କ୍ରମଶ ଦୁର୍ବଳ ହୋଇଯିବା । ନିମୋନିଆର ଲକ୍ଷଣ ଜାଣିବା ନିମନ୍ତେ ସ୍ୱାସ୍ଥ୍ୟକର୍ମୀ ପିଲାମାନଙ୍କର ନିଶ୍ଵାସ ପ୍ରଶ୍ଵାସ ଗତିର ଦ୍ରୁତତ ଜାଣିବା ଆବଶ୍ୟକ । ୨ ମାସରୁ କମ ପ୍ରତି ମିନିଟ୍ରେ ୬୦ ଥରରୁ ଅଧିକ ୨-୧୨ମାସ ପ୍ରତି ମିନିଟ୍ରେ ୫୦ଥରରୁ ଅଧିକ ୧-୫ ବର୍ଷ ପ୍ରତି ମିନିଟ୍ରେ ୪୦ ଥରରୁ ଅଧିକ । ଚିକିସ୍ଛା ଶିଶୁକୁ ଉଷୁମ ପରିବେଶ ମାଧ୍ୟରେ ରଖନ୍ତୁ। ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରନ୍ତୁ। ଯଦି ଶିଶୁଟି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଭୋଗୁଥାଏ,ତେବେ ତାର ନାକ ସଫା କରିବାକୁ ଚେଷ୍ଟା କରନ୍ତୁ। ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କରେ ସବୁବେଳେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହିତ ସମ୍ପର୍କ ରକ୍ଷା କରନ୍ତୁ। ପ୍ରତିଷେଧକ ବ୍ୟବସ୍ଥା ଥଣ୍ଡା ବୁଲିବା ଏବଂ ଓଦା ହେବା ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ ।ପାହାଡିଆ ଅଞ୍ଚଳର ତାପମାତ୍ରା ଅତିଶୟ ଭାବେ ପରିବର୍ତ୍ତନ ହେଉଥିବାରୁ ଥଣ୍ଡା ନ ହେବା ପାଇଁ ପିଲାର ପାଗ ଅନୁଯାୟୀ ପୋଷାକ ପିନ୍ଧାନ୍ତୁ। ଅତ୍ୟଧିକ ଲୋକ ଗହଳି ଥିବା ଘରେ ପିଲାକୁ ରଖନ୍ତୁ ନାହିଁ।କାରଣ ଏଭଳି ପରିସ୍ଥିତିରେ ପିଲାକୁ ରଖିଲେ ତ’ର ଶ୍ଵାସନଳୀରେ ସଂକ୍ରମଣ ମାତ୍ରା ଅପେକ୍ଷା କୃତ ବୃଦ୍ଧି ପାଇଥାଏ। ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢିବା ପାଇଁ ତାକୁ ପୋଷଣଯୁକ୍ତ ଖାଦ୍ୟ ଦିଅନ୍ତୁ। ମିଳିମିଳା,ହୁଫି କଫ ବା ଲହରା କାଶ ,ଡିପଥେରିଆ,ଯକ୍ଷ୍ମା ପ୍ରଭୃତିରୁ ଦୂରେଇ ରଖିବା ପାଇଁ ପିଲାର ଟିକକରଣ କରନ୍ତୁ।ସେଠାକାର ସ୍ୱାସ୍ଥ୍ୟକର୍ମୀ ସାଧାରଣତଃ ଊର୍ଦ୍ଧ୍ଵ ଶ୍ଵାସନଳୀ ସଂକ୍ରମଣ ଏବଂ ନିମ୍ନ ଶ୍ବାସନାଲିର ଅତ୍ୟଧିକ ସଂକ୍ରମଣ ଯଥା ନିମୋନିଆ ଇତ୍ୟାଦି ଚିହ୍ନଟ କରିପାରୁଥିବା ଆବଶ୍ୟକ ଏବଂ,ଏ ଦୁଇଟିର ପାର୍ଥକ୍ୟ ଜାଣିଥିବା ଦରକାର ।ଯଥା – ନାକରୁ ପାଣି ବାହାରିବା,ତନ୍ତିରେ ପ୍ରଦାହ ଓ କାଶ । ତନ୍ତିରେ ପ୍ରଦାହ,କାଶ ପ୍ରଭୃତି କ୍ଷେତ୍ରରେ ମୃଦୁ ସଂକ୍ରମଣ ଓ ନିମୋନିଆ କ୍ଷେତ୍ରରେ ଅତ୍ୟଧିକ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟକର୍ମୀ ଜାଣିପାରୁଥିବା ଆବଶ୍ୟକ । ନିମୋନିଆରେ ପିଲା ଯେପରି ମୃତ୍ୟୁବରଣ ନାକରେ ସେଥିପାଇଁ ସ୍ୱାସ୍ଥ୍ୟକର୍ମୀ ତୁରନ୍ତ ନିମ୍ନଲିଖିତ ପଦକ୍ଷେପ ଗୁଡିକ ନେବା ଆବଶ୍ୟକ । ନିମୋନିଆରା ଚିହ୍ନଟିକାରଣ । ଆଣ୍ଟିବାୟୋଟିକ୍ସ ଦ୍ଵାରା ତୁରନ୍ତ ଚିକିସ୍ଛା ଆରମ୍ଭ । ନିମୋନିଆରେ ଯଦି ପିଲାର ଅବସ୍ଥା ଉଦ୍ବେଗଜନକ ହୋଇଥାଏ,ତେବେ ଖୁବ ଶୀଘ୍ର ଚିକିସ୍ଚକଙ୍କ ପାଖକୁ ନେଇଯିବା । ଘରୋଇ ପ୍ରଣାଳୀରେ ଚିକିସ୍ଛା । ଟିକାକରଣ ଦ୍ଵାରା ପ୍ରତିଷେଧକ ଅବସ୍ଥା ଓ ବାୟୁ ପ୍ରଦୂଷଣରୁ ପିଲାକୁ ମୁକ୍ତ ରଖିବା ସହ, ପୋଷଣଯୁକ୍ତ ଆହାର ତଥା ମା’ କ୍ଷୀର ଦେବା ଆବଶ୍ୟକ । କୃମି କୃମି ବିଭିନ୍ନ ପ୍ରକାରର । ଯଥା – ଗୋଲ କୃମି ,ହ୍ଵିପ କୃମି ,ପିନ କୃମି ,ଫିତା କୃମି ,ସୂତା କୃମି ,ଅଙ୍କୁଶ କୃମି ତେବେ ଝାଡାରେ ଦେଖାଯାଉଥିବା କୃମି ଗୁଡିକ ହେଲା - ଗୋଲ କୃମି, ପିନ କୃମି,ଓ ଫିତା କୃମି।ଅଙ୍କୁଶ କୃମି ଓ ହ୍ଵିପ କୃମି ଗୋଲ କୃମି(କେଞ୍ଚୁଆ) ଏହା ସାଧାରଣତଃ ୨୩-୩୦ ସେ.ମି ଲାମ୍ବା ଓ ଈଷତ ଗୋଲାପି ବା ଧଳା ରଙ୍ଗର ହୋଇଥାଏ । କିପରି ବ୍ୟାପେ ପରିଷ୍କାର ପରିଚ୍ଛନ୍ନତା ଅଭାବରୁ ଗୋଲ କୃମିର ଡିମ୍ବ ଜଣେ ବ୍ୟକ୍ତିକୁ ସଂକ୍ରମିତ ହୋଇଥାଏ।ଏହି କୃମି ର ଡିମ୍ବ ଗିଳିଦେଲେ ତାହା ଫାଟିଯାଇ ରକ୍ତ ସହ ମିଶିଯାଏ ଫଳରେ ଦେହ କୁଣ୍ଡାଇ ହୋଇଥାଏ।ଏହି ଚୋଟୋ କୃମି ଦ୍ଵାରା ଫୁସଫୁସ ରେ ନିମୋନିଆ କିମ୍ବା ଶୁଖିଲା କାଶ ହୋଇ କାଶରେ ରକ୍ତ ପଡେ।ଗୋଲ କୃମି,ଶିଶୁର ପେଟ ଫୁଲିବାର କାରଣ ଅଟେ,ମୂର୍ଚ୍ଛା ରୋଗ ମଧ୍ୟ ଦେଖାଦେଇଥାଏ। ଚିକିସ୍ଛା କେତେକ ଘରୋଇ ଚିକିସ୍ଛା ଗୋଲ କୃମି ସଙ୍କରମାନକୁ ରୋକିଥାଏ।ଘରୋଇ ଚିକିସ୍ଛା ପାଇଁ ଅମୃତଭଣ୍ଡା ମଞ୍ଜି ବ୍ୟବହାର କରାଯାଇପାରିବ । ପ୍ରତିଷେଧକ ପାଇଖାନା ବ୍ୟବହାର କରନ୍ତୁ। ଖାଇବା ପୂର୍ବରୁ ହାତ ଧୋଇ ଖାନ୍ତୁ। ଖାଦ୍ୟରେ ମାଛି ବସାଇ ଦିଅନ୍ତୁ ନାହିଁ। ସୂତା କୃମି ବା ଦଶିପୋକ ଏହା ସାଧାରଣତଃ ଏକ ସେ.ମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ।ଏଗୁଡିକ ଧଳା ରଙ୍ଗର ପତଳା ସୂତା ପରି ଦେଖାଯାଆନ୍ତି ।ଏହି କୃମିଗୁଡିକ ମଳଦ୍ଵାର ବାହାରେ ହଜାର ହଜାର ସଂଖ୍ୟାରେ ଡିମ୍ବ ଦିଅନ୍ତି।ଏହି କାରଣରୁ ରାତିରେ ମଳଦ୍ଵାର କୁଣ୍ଡାଇ ହୋଇଥାଏ।ଯେତେବେଳେ ଶିଶୁ ମଳଦ୍ଵାରକୁ ନଖରେ କୁଣ୍ଡାଏ ,ଡିମ୍ବଗୁଡିକ ସେତେବେଳେ ନଖ ସନ୍ଧିରେ ଲାଗିଯାଆନ୍ତି ଓ ତାହା ଖାଦ୍ୟରେ ପାଟି ଭିତରକୁ ସଂକ୍ରମଣ କରିଥାନ୍ତି । ଚିକିସ୍ଛା ଓ ପ୍ରତିଷେଧକ ସୂତାକୃମି ହୋଇଥିବା ଶିଶୁ ଚିପା ପ୍ୟାଣ୍ଟ ପିନ୍ଧିବା ଉଚିତ । ଝାଡା ଯିବା ପରେ ଓ ଶୋଇସାରି ଉଠିବା ପରେ ପିଲାର ପିଚା ତଥା ହାତ ଧୋଇ ଦିଅନ୍ତୁ।ଖାଇବା ପୂର୍ବରୁ ସବୁବେଳେ ହାତ ଧୋଇ ଦିଅନ୍ତୁ । ଆଙ୍ଗୁଠିର ନଖ ଛୋଟ କରି କାଟିଦିଅନ୍ତୁ । ବାରମ୍ବାର ପୋଷାକ ବଦଳାଇ ଦିଅନ୍ତୁ ଓ ଗଢେଇ ଦିଅନ୍ତୁ ।ବିଶେଷତଃ ପିଚା ଓ ନଖକୁ ଭଲଭାବେ ସଫା କରନ୍ତୁ । କୁଣ୍ଡାଇ ନ ହେବା ପାଇଁ ଶୋଇବା ସମୟରେ ତା’ର ମଳଦ୍ଵାରର ଚାରିପାଖରେ କିଛି ଭେସଲିନ ବା ସୋରିଷ ତେଲ ଲଗାନ୍ତୁ । ପାଇପରାଯାଇନ ଥିବା କୃମି ଔଷଧ ଦିଅନ୍ତୁ ଓ ଧ୍ୟାନ ମଧ୍ୟ ଦିଅନ୍ତୁ ।ଯେତେବେଳେ କୃମି ପାଇଁ ଗୋଟିଏ ପିଲା ଚିକିସ୍ଚିତ ହେଉଛି,ଏହି ସମୟରେ ପରିବାରର ସମସ୍ତଙ୍କର ଚିକିସ୍ଛା କରାଇନେବା ବୁଦ୍ଧିମାନ ର କାର୍ଯ୍ୟ । ପରିଚ୍ଛନତା ସଂକ୍ରମଣର ସବୁଠାରୁ ଭଲ ପ୍ରତିଷେଧକ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ନ ଦେଲେ ଔଷଧ ବ୍ୟବହାର ଦ୍ଵାରା କୃମି ଭଲ ହୋଇଯାଇଥିଲେ ମଧ୍ୟ ପୁଣି ଆଉଥରେ ହୋଇଥାଏ।ସୂତାକୃମି ପ୍ରାୟ ୬ ସପ୍ତାହ ପର୍ଯ୍ୟନ୍ତ ବଞ୍ଚେ ।ପରିଚ୍ଛନତାଃ ପାଇଁ ଥିବା ପରମର୍ଶକୁ ଭଲ ଭାବରେ ଅନୁସରଣ କାଲେ ଅଧିକାଂଶ କୃମି ବିନା ଔଷଧରେ ମଧ୍ୟ କେତେ ସପ୍ତାହ ମଧ୍ୟରେ ଭଲ ହୋଇଯାଏ। ହ୍ଵିପକୃମି (ଟ୍ରାଇଚୁରିସ,ଟ୍ରାଇକୋସେଫାଲସ) ଏହି କୃମି ସାଧାରଣତଃ ୩ ରୁ ୫ ସେ.ମି. ପର୍ଯ୍ୟନ୍ତଲମ୍ବ ହୋଇଥାଏ।ଏହି କୃମିର ରଙ୍ଗ ସାଧାରଣତଃ ଧୂସର ବା ଈଷତ ଗୋଲାପି ରଙ୍ଗର ହୋଇଥାଏ। ଏହି କୃମି ସାଧାରଣତଃ କେଞ୍ଚୁଆ ସଦୃଶ ହୋଇଥାଏ।ଏହା ଗୋଟିଏ ବ୍ୟକ୍ତିର ଝାଡା ରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ କରି ଆମାଶୟର କାରଣ ହୋଇପାରେ ।ପିଲାମାନଙ୍କ କ୍ଷେତ୍ରରେ ଏହି କୃମି ଯୋଗୁଁ ଅନ୍ତରା ଶେଷ ଅଂଶଟି ମଳଦ୍ଵାର ବାଟେ ବାହାରକୁ ଚାଲିଆସେ । ଚିକିସ୍ଛା ଓ ପ୍ରତିଷେଧକ ଯଦି କୃମି ଯୋଗୁଁ ଅନ୍ତରା ଶେଷ ଅଂଶଟି ମଳଦ୍ଵାର ବାଟ ଦେଇ ଚାଲିଆସେ ତେବେ ପିଲାକୁ ଉଷୁମ ପାଣି ଉପରେ ବସାନ୍ତୁ। ଏପରି କରିବା ଦ୍ଵାରା କୃମି ଅନ୍ତନାଳୀ ଭିତରକୁ ଚାଲିଯାଇଥାଏ ଯଦି ଏହା କମ ନ କଲା ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ। ଅଙ୍କୁଶ କୃମି ଏହାକୁ ସାଧାରଣତଃ ଆମେ ହୁକ ୱର୍ମ କହିଥାଉ ।ଏଗୁଡିକ ପ୍ରାୟ ୧ ସେ ମି ପର୍ଯ୍ୟନ୍ତ ଲମ୍ବ ହୋଇଥାନ୍ତି ଓ ଏହାର ରଙ୍ଗ ନାଲି ହୋଇଥାଏ।ଏହି କୃମିଗୁଡିକ ପ୍ରାୟ ଝାଡାରେ ଦେଖାଯାଆନ୍ତି ନାହିଁ। ଲୋକର ଖାଲି ପଦ ମଧ୍ୟଦେଇ ଅଙ୍କୁଶ କୃମି ଶରୀର ଭିତରକୁ ପ୍ରବେଶ କରିଥାଏ।ଫଳ ସ୍ୱରୂପ ପାଦ ଅଧିକାଂଶ ସମୟରେ କୁଣ୍ଡାଇ ହୁଏ।ଏହି କୃମି ଅଳ୍ପଦିନ ଭିତରେ ରକ୍ତ ପ୍ରବାହ ଦ୍ଵାରା ଫୁସଫୁସରେ ପହଞ୍ଚେ।ଏହାର ପ୍ରଭାବରେ କ୍ଵଚିତ ରକ୍ତ ସହିତ ଶୁଖିଲା କାଶ ମଧ୍ୟ ହୋଇପାରେ ।କାଶିବା ଦ୍ଵାରା ଛୋଟ ଛୋଟ କୃମି ଉପରକୁ ଆସେ ଓ ଲୋକଟି ପୁଣି ସେଗୁଡିକୁ ଗିଳିପକାଏ ।କିଛି ଦିନ ପରେ ଲୋକର ପେଟ ବ୍ୟଥା ବା ଆମାଶୟ ହୋଇପାରେ ।ଅଙ୍କୁଶ କୃମି ଗୁଡିକ ଅନ୍ତରେ ଆଙ୍କୁଡି ପରି ଲାଗି ରହନ୍ତି।ଫଳରେ ଲୋକଟି ଦୁର୍ବଳ ହୋଇଯାଏ ଓ ରକ୍ତହୀନତା ଦେଖାଦେଇପାରେ ।ଏହି କୃମିର ଡିମ୍ବ ଲୋକଟିର ଝାଡାରେ ଶରୀରରୁ ବାହାରି ଆସେ ।ଶାନ୍ତ ସନ୍ତିଆ ମାଟିରେ ଅଣ୍ଡାରୁ ଛୁଆ ଜନ୍ମ ହୁଏ। ପିଲାଙ୍କ ଠାରେ ଅଙ୍କୁଶ କୃମି ସଂକ୍ରମଣ ଅତ୍ୟଧିକ କ୍ଷତିକାରକ ,ପିଲାର ରକ୍ତ କମିଯିବା ,ଅତ୍ୟନ୍ତ ବିବର୍ଣ୍ଣ ଦେଖାଯିବା ବା ମାଟି ଖାଇବା ଦ୍ଵାରା ପିଲା ଶରୀରରେ ଅଙ୍କୁଶ କୃମି ଥିବାର ସନ୍ଦେହ କରାଯାଇପାରେ।ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଫିତାକୃମି(ଟେପୱର୍ମ) ଫିତାକୃମି ବା ଟେପ ୱର୍ମ ଅନ୍ତନାଳୀ ମଧ୍ୟରେ ସାଧାରଣତଃ ବହୁତ ଲମ୍ବ ହୋଇପାରନ୍ତି ।ମାତ୍ର ଝାଡାରେ ଦେଖାଯାଉଥିବା ଧଳା ଛୋଟ ଛୋଟ ଖଣ୍ଡ ପ୍ରାୟ ୧ ସେ ମି ଲମ୍ବର ହୋଇଥାନ୍ତି ।କେବେ କେବେ ଏହି ଖଣ୍ଡ ଆପେ ବାହାରି ଆସିପାରେ ଓ ଘୁଷୁରି ମାଂସ ,ଗାଈ ମାଂସ ବା ଅନ୍ୟମାଂସ ଭଲ ଭାବରେ ନ ସିଝାଇ ଖାଇଲେ ଫିତାକୃମି ହୁଏ। ପ୍ରତିଷେଧକ ସବୁ ମାଂସ ଭଲ ଭାବରେ ସିଝାଇ ଖାଆନ୍ତୁ ବିଶେଷ କରି ଘୁଷୁରି ମାଂସର ମଝି ଅଂଶ ଯେପରି କଞ୍ଚା ରହି ନ ଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହି ଲାର୍ଭାଗୁଡିକ ଯୋଗୁଁ ମୁଣ୍ଡବ୍ୟଥା ,ମୂର୍ଚ୍ଛା ରୋଗ ବା ମୃତ୍ୟୁ ହୋଇପାରେ। କେବଳ ସମୟ ସମୟରେ ସ୍ୱଳ୍ପ ପେଟ ବ୍ୟଥା ବ୍ୟତୀତ ଅନ୍ୟ କୌଣସି ସମସ୍ୟା ଦେଖାଯାଏ ନାହିଁ। ଲାର୍ଭା ଯେତେବେଳେ ବ୍ଯକ୍ତିର ମସ୍ତିସ୍କ ମଧ୍ୟକୁ ଚାଲିଯାଏ ସେତେବେଳେ ହିଁ ସବୁଠାରୁ ବେଶୀ ବିପଦ। ତେଣୁ ପରିଷ୍କାର ପରିଚ୍ଛନ ରହିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ଗିନି କୃମି ଏହା ସାଧାରଣତଃ ଲମ୍ବା ଓ ପତଳା ହୋଇଥାଏ।ଏଗୁଡିକ ସାଧାରଣତଃ ଚର୍ମ ତଳେ ବାସ କରନ୍ତି ଓ ଆଣ୍ଠୁରେ ଯନ୍ତ୍ରଣା ଦାୟକ ଘା ସୃଷ୍ଟି କରନ୍ତି ।ଏଗୁଡିକ ସାଧାରଣତଃ ଧଳା ସୂତା ପରି ପ୍ରାୟ ଏକ ମିଟର ଲମ୍ବର ହୋଇଥାନ୍ତି। ଖୋଲା ଘା’ଥିବା ବ୍ୟକ୍ତି ପାଣିରେ ଗାଧୋଇବାଦ୍ଵାରା ଏହି କୃମି ପାଣିରେ ହଜାର ହଜାର ସଂଖ୍ୟାରେ ଅଣ୍ଡା ଦେଇଥାଏ। ପାଣିରେ ଥିବା କେତେକ ଜୀବ ଏହି ଅଣ୍ଡାକୁ ଖାଇ ଦିଅନ୍ତି ।ଏହି ପାଣିକୁ ଅନ୍ୟ କେହି ସୁସ୍ଥ ବ୍ୟକ୍ତି ପିଇଲେ ପାଣି ସହିତ ଏହି ଅଣ୍ଡାଗୁଡିକ ସୁସ୍ଥ ବ୍ୟକ୍ତିର ପେଟ ଭିତରକୁ ଯାଏ ।ଏହି ଅଣ୍ଡାଗୁଡିକ ଚର୍ମ ତଳେ କୃମିରେ ରପନ୍ତରିତ ହୋଇ ଶରୀରରେ କ୍ଷତି ଘଟାଇଥାନ୍ତି । ଲକ୍ଷଣ ଶରୀରର ବିଭିନ୍ନ ସ୍ଥାନ ଯଥା ଗଣ୍ଠି ,ଗୋଡ,ଅଣ୍ଡକୋଷ ବା ଯେକୌଣସି ସ୍ଥାନରେ ଫୁଲା ହୋଇ ଯନ୍ତ୍ରଣା ହୁଏ। ସପ୍ତାହ ପରେ ଫୋଟକା ବାହାରେ ଓ ଏହାର ଉପରେ ଅଂଶ ଫାଟି ଯାଇ ଘା’ ଭଳି ହୋଇଥାଏ। ବ୍ୟକ୍ତି ଗାଧୋଇଥିବା ସମୟରେ ଏହି ଫୋଟୋକା ଫାଟିଯାଇ ପାଣିରେ ମିଶେ। ଯଦି ଘା’ମଇଳା ହୁଏ ତେବେ ସଙ୍କ୍ରମଣର ମାତ୍ରା ଅଧିକ ହୁଏ।ସେହି ସ୍ଥାନରେ ଅଧିକ ଫୁଲା ହୋଇ ଯନ୍ତ୍ରଣା ଦେଇଥାଏ ଓ ଚାଲି ହୁଏ ନ।ହିଁ। ଏହାର ପ୍ରଭାବରେ ବେଳେବେଳେ ଧନୁଷ୍ଟଙ୍କାର ମଧ୍ୟ ହୋଇଥାଏ। ଚିକିସ୍ଛା ଘା’ କୁ ସଫା ରଖନ୍ତୁ ।କୃମିର ମୁଣ୍ଡ ପଦାକୁ ବାହାରିଯିବା ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଘା’କୁ ବୁଡାଇ ରଖନ୍ତୁ। ସଂକ୍ରମଣ ମାତ୍ରା ହ୍ରାସ କରିବା ନିମନ୍ତେ ଅଣ୍ଟିବାୟୋଟିକ ବ୍ୟବହାର କରିପାରନ୍ତି। ପ୍ରତିଷେଧକ ପିଇବା ପାଣିକୁ ବିଶୋଧିତ କରି (ଅର୍ଥାତ ଫୁଟାଇ ଓ ଛ।ଣି ) ବ୍ୟବହାର କରନ୍ତୁ। ସବୁବେଳେ ଝର ପାଣି ପିଅନ୍ତୁ । କୂଅ ମଧ୍ୟରେ ଗୋଡି ,ବାଉଁଶ ତାଟ ଦେଇପାରିବେ। ପିଇବା ପାଇଁ ବ୍ଯବହ୍ରୁତ ହେଉଥିବା ପାଣିରେ ଗାଧାନ୍ତୁ ନାହିଁ କିମ୍ବା ଶୌଚ ହୁଅନ୍ତୁ ନାହିଁ। ଏପରି ହେଲେ ସଙ୍କ୍ରମଣର ସମ୍ଭାବନା ଅଧିକ । ଆଧାର : ପୋର୍ଟାଲ ଟିମ