ଜୀବାଣୁ କଲଚର ଗୋଟିଏ ଜମିରେ ବାରମ୍ବାର ଫସଲ ଚାଷ କରିବା ଦ୍ଵାରା କ୍ରମଶଃ ମାଟିର ଉର୍ବର ଶକ୍ତି ହ୍ରାସ ହେବା ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ଦିନକୁ ଦିନ ରାସାୟନିକ ସାର ମୂଲ୍ୟ ବୃଦ୍ଧି ଘଟୁଛି । ମୁଖ୍ୟତଃ ଏହାକୁ ଦୃଷ୍ଟିରେ ରଖି କେତେକ ଜୀବାଣୁ କଲଚର ପ୍ରୟୋଗ ଦ୍ଵାରା ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ କୃଷିକ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି । ଏହି ଜୀବାଣୁସାର ପ୍ରଦୂଷଣ ମୁକ୍ତ, ସ୍ୱଳ୍ପ ମୂଲ୍ୟ ତଥା ସମନ୍ଵିତ ଖାଦ୍ୟସାର ଯୋଗାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଜୀବାଣୁ ସାର ମୁଖ୍ୟତଃ ତିନି ଶ୍ରେଣୀରେ । ଯବକ୍ଷାରଜାନ ସାର ବାନ୍ଧି ରଖିପାରୁଥିବା ଜୀବାଣୁ ସାର ଯଥା- ରାଇଜୋବିୟମ, ଆଜୋଟୋବ୍ୟାକ୍ଟର, ଆଜୋସ୍ପିରିଲିୟମ, ଆଜୋଲା, ନୀଳ ହରିତ ଶୈବାଳ ଓ ଏସିଟୋବ୍ୟାକ୍ଟର । ଫସଫରସ ସାର ଦ୍ରବିଭୂତ କରୁଥିବା ଜୀବାଣୁ ସାର । ମାଟିରେ ଜୈବିକ ପଦାର୍ଥକୁ ସଢାଇ ମୁଖ୍ୟ ଖାଦ୍ୟସାର ଗଛକୁ ଯୋଗାଇ ପାରୁଥିବା ଜୀବାଣୁ । ଉଦ୍ୟାନ ଫସଲରେ ଜୀବାଣୁ ସାରର ବ୍ୟବହାର ଉଦ୍ୟାନ ଫସଲରେ ଆଜୋଟୋବ୍ୟାକ୍ଟର ଓ ଆଜୋସ୍ପିରିଲିୟମର ବ୍ୟବହାର ବହୁତ ରହିଛି । ଅଜୋଟୋବ୍ୟାକ୍ଟର ବ୍ୟବହାର କଲେ ଫସଲକୁ ହେକ୍ଟର ପ୍ରତି ୨୦ ରୁ ୩୦ କିଗ୍ରା ଯବକ୍ଷାରଜାନ ମିଳିଥାଏ । ଫଳରେ ଯବକ୍ଷାରଜାନ ସାର ପ୍ରୟୋଗ ସେ ଅନୁପାତରେ କମାଇ ଦିଆଯାଏ । ଏହା ବ୍ୟତୀତ ଜୀବର୍ଲିନ, ସାଇଟୋକିନିନ, ଇଣ୍ଡୋଲ, ଏସିଟିକ ଏସିଡ ନାମକ ଅଭିବୃଦ୍ଧିକାରୀ ହରମୋନ ତଥା କେତେକ ରୋଗ ସୃଷ୍ଟିକାରୀ ଜୀବାଣୁକୁ ଦମନ କରିବା ପାଇଁ ଆଣ୍ଟିବାଇଓଟିକ ଆଜୋଟୋବ୍ୟାକ୍ଟର ଜୀବକୋଷରୁ ନିର୍ଗତ ହୁଏ । ଯାହାକି ନିରୋଗ ଫସଲ ବଢିବାରେ ସହାୟକ ହୁଏ । ଆଜୋସ୍ପିରିଲିୟମ ପ୍ରୟୋଗରେ ଫସଲକୁ ହେକ୍ଟର ପ୍ରତି ୩୦କିଗ୍ରା ଯବକ୍ଷାରଜାନ ମିଳିଥାଏ । ଏହି ଜୀବାଣୁସାର ମାଟିରେ ପ୍ରୟୋଗ କରିବା ସହ ବିହନ ଶୋଧନ କରାଯାଇଥାଏ । ୩-୫ କିଗ୍ରା ଜୀବାଣୁ ସାରକୁ ପ୍ରାୟ ଏକ କ୍ଵିଣ୍ଟାଲ ଖତ ବା ମାଟିରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଏକ ହେକ୍ଟର ଜମିରେ ଶେଷ ଓଡ ଚାଷରେ ବୁଣିଦେଇ ମାଟିରେ ମିଶାନ୍ତୁ କିମ୍ବା ଫସଲକୁ ଠିକ ଜଳସେଚନ କରିବା ପୂର୍ବରୁ ମାଟିରେ ବୁଣିଦେଇ ଜଳସେଚନ କରନ୍ତୁ । ମଞ୍ଜି ବା ଚାରା ବା ବିହନ ଖଣ୍ଡ ଗୁଡିକୁ ଶୋଧନ କରିବା ପାଇଁ ୧୦୦ଗ୍ରାମ ଜୀବାଣୁ ସାରକୁ ୫ଲିଟର ପାଣିରେ ଗୋଳାନ୍ତୁ । ଏହି ମିଶ୍ରଣରେ ମଞ୍ଜି ବା ଚାରାର ଚେର ବା ବିହନ ଖଣ୍ଡ ଗୁଡିକୁ ୧୦ମିନିଟ ବୁଡାଇ ରଖି ମଞ୍ଜି ବୁଣନ୍ତୁ ଏବଂ ଚାରା ବା ବିହନ କାଣ୍ଡ ଜମିରେ ପୋତନ୍ତୁ । ପ୍ରତ୍ୟେକ ଫସଲ ପାଇଁ ନିର୍ଦ୍ଧାରିତ କିସମର ଆଜୋଟୋବ୍ୟାକ୍ଟର ବା ଆଜୋସ୍ପିରିଲିୟମ ବ୍ୟବହାର କରିବା ଆବଶ୍ୟକ ଅଟେ । କେତେକ ଉଦ୍ୟାନ ଫସଲ ପାଇଁ ଜୀବାଣୁ ସାର ପ୍ରୟୋଗ ବିଧି ନିମ୍ନରେ ପ୍ରଦାନ କରାଗଲା । ଫସଲର ନାମ ଜୀବାଣୁସାର ନାମ ପ୍ରୟୋଗ ବିଧି ହେକ୍ଟର ପ୍ରତି ଜୀବାଣୁ ସାର ପରିମାଣ କେତେବେଳେ ବ୍ୟବହାର କରାଯିବ ଆଳୁ ଆଜୋଟୋବ୍ୟାକ୍ଟର ମାଟିରେ ବିହନ ବିଶୋଧନ ୪-୫ କିଗ୍ରା ଲଗାଇବା ବେଳେ ମୂଳା, ଭେଣ୍ଡି, ସ୍ପିନାଚ ଆଜୋଟୋବ୍ୟାକ୍ଟର/ ଆଜୋସ୍ପିରିଲିୟମ ବିହନ ଶୋଧନ ୪୦୦-୬୦୦ଗ୍ରାମ ବିହନ ବୁଣା ଗାଜର, ପୋଟଳ, କଖାରୁ ଜାତୀୟ ଟରନିପ ଆଜୋଟୋବ୍ୟାକ୍ଟର ବିହନ ଶୋଧନ ୨୦୦ଗ୍ରାମ ବିହନ ବୁଣା ପିଆଜ, ବାଇଗଣ, କୋବି ଜାତୀୟ ଟମାଟୋ, ଲଙ୍କା ଆଜୋଟୋବ୍ୟାକ୍ଟର/ ଆଜୋସ୍ପିରିଲିୟମ ତଳି ଶୋଧନ ୧.୫-୨ କିଗ୍ରା ତଳି ରୋପଣ ଅଦା, ହଳଦୀ, କନ୍ଦ ଜାତୀୟ ରସୁଣ କଦଳୀ, ସପୁରୀ, ଗ୍ଲାଡିଓଲି, ଗୋଲାପ ଡାଳ ଆଜୋଟୋବ୍ୟାକ୍ଟର କନ୍ଦ ଶୋଧନ ଡାଳ ଶୋଧନ ୩-୪ କିଗ୍ରା ଲଗାଇବା ବେଳେ ଗେଣ୍ଡୁ, ସେବତୀ ଆଦି ସମସ୍ତ ଫୁଲ ଓ ଆଳଙ୍କାରିକ ଉଦ୍ଭିଦ ଆଜୋଟୋବ୍ୟାକ୍ଟର ଚାରା ଶୋଧନ ୧.୫-୨ କିଗ୍ରା ଲଗାଇବା ବେଳେ ଚା, କଫି ଆଜୋଟୋବ୍ୟାକ୍ଟର ମାଟିରେ ପ୍ରୟୋଗ ୩-୪ କିଗ୍ରା ଲଗାଇବା ବେଳେ ନଡିଆ, ରବର ଆଜୋଟୋବ୍ୟାକ୍ଟର ମାଟିରେ ପ୍ରୟୋଗ ଚାରା ପ୍ରତି ୨୦-୩୦ ଗ୍ରାମ ଲଗାଇବା ବେଳେ ସମସ୍ତ ଫଳ, ମସଲା ଔଷଧ ଇତ୍ୟାଦି ଆଜୋଟୋବ୍ୟାକ୍ଟର ମାଟିରେ ପ୍ରୟୋଗ ଗାତ ପ୍ରତି ୧୫-୨୦ ଗ୍ରାମ ଲଗାଇବା ବେଳେ ଛୁଇଁ ଜାତୀୟ ରାଇବୋଜିୟମ ମାଟିରେ ୩-୪ କିଗ୍ରା ଲଗାଇବା ବେଳେ ଏତଦ୍ ବ୍ୟତୀତ ସମସ୍ତ ଫସଲ ପାଇଁ ହେକ୍ଟର ପ୍ରତି ୨.୫ କିଗ୍ରା ପଟାସ ମୋବିଲାଇଜିଙ୍ଗ ଜୀବାଣୁ ସାର ବିହନ ବୁଣିବା ବେଳେ ମାଟିରେ ପ୍ରୟୋଗ କରାଯାଏ । ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା