ଅଜୋଲା(କୁଜିଦଳ): ଏହାର ପ୍ରସ୍ତୁତି ଓ ପ୍ରୟୋଗ ଅଜୋଲା ଆର୍ଦ୍ରଭୂମି ଧାନ ପାଇଁ ଜୈବ ସାର ଭାବରେ ବ୍ୟବହୃତ ହୁଏ ଏବଂ ଧାନ ଫସଲ ରେ ଏହା ହେକ୍ଟର ପିଛା ୪୦-୬୦ କିଲୋଗ୍ରାମ ଯବକ୍ଷାରଯାନ ଯୋଗଦାନ କରେ । ଆଜୋଲା ରେ ପ୍ରୋଟିନ୍, ଅତ୍ୟାବଶ୍ୟକ ଆମିନୋ ଏସିଡ୍, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଥାଏା । ପାରମ୍ପାରିକ ଖାଦ୍ୟ ତୁଳନାରେ ଆଜୋଲା ଖାଦ୍ୟ ଭାବେ ବ୍ୟବହାର କଲେ କୁକୁଡ଼ାମାନଙ୍କର ଓଜନ ଏବଂ ଅଣ୍ଡା ଉତ୍ପାଦନରେ ବୃଦ୍ଧି ସହିତ ଗୋରୁ କ୍ଷୀର ଉତ୍ପାଦନରେ ବୃଦ୍ଧି, ଘୁଷୁରି ଏବଂ ଛେଳି ର ଶାରୀରିକ ବୃଦ୍ଧି ହୋଇଥାଏା । ଆଜୋଲା ର ପ୍ରସ୍ତୁତି: ଅଜୋଲା କୁଣ୍ଡ ପାଇଁ ଆବଶ୍ୟକ ସାମଗ୍ରୀ: ପ୍ଲାଷ୍ଟିକ୍ ସିଟ୍ (୩ x ୨ମି²),ମୃତ୍ତିକା (୪-୫ କେ.ଜି.), ଗାଈ ଗୋବର (୫୦୦ଗ୍ରାମ୍) ,ତାଜା ଅଜୋଲା (୪୦୦ଗ୍ରାମ୍) , ସିଙ୍ଗଲ ସୁପର ଫସଫେଟ୍ (SSP) (୧୦ଗ୍ରାମ୍) ପ୍ରସ୍ତୁତି ପ୍ରକ୍ରିୟା: ୨ ମିଟର ଲମ୍ବ, ୧ ମିଟର ଚଉଡ଼ା ଏବଂ ୨୦ ସେ. ମି. ଗଭୀରତାର ଏକ ଗାତ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ପ୍ଲାଷ୍ଟିକ୍ ଚାଦରରେ ଢାଙ୍କି ମାଟି ର ଧାରକୁ ଦବାନ୍ତୁ ଗାତ ଭିତରେ ଥିବା ପ୍ଲାଷ୍ଟିକ ସିଟ୍ ଉପରେ ସମାନ ଭାବେ ୪-୫କି. ଗ୍ରା. ମାଟି ପକାନ୍ତୁ ୧ ଲିଟର ପାଣିରେ ୫୦୦ ଗ୍ରାମ ଗୋବର ମିଶାଇ ଗାତରେ ଛିଞ୍ଚନ୍ତୁ ପ୍ଲଟକୁ ୧୦ସେ. ମି.ଯାଏଁ ପାଣିରେ ଭର୍ତ୍ତି କରନ୍ତୁ ୪୦୦ ଗ୍ରାମ ତାଜା ଅଜୋଲl କୁ ଗାତ ରେ ପକାନ୍ତୁ ୧-୨ ଲିଟର ପାଣି ସହିତ ସିଞ୍ଚନ କରନ୍ତୁ ଯାହା ଦ୍ୱାରା ଅଜୋଲା ର ମୂଳ ବସିଯିବ ପ୍ରତ୍ୟେକ ପ୍ଲଟରେ ୪ ଦିନର ବ୍ଯବଧାନରେ ୨-୩ ଭାଗ ମାତ୍ରା ରେ ଏସ୍. ଏସ୍. ପି. ୧୦ ଗ୍ରାମ୍ ମିଶାନ୍ତୁ ଆଜୋଲା ର ପ୍ରୟୋଗ: ରୋଇବା ପୂର୍ବରୁ- ହେକ୍ଟର ପିଛା ୧୦ ଟନ୍। ରୋଇବା ପରେ- ହେକ୍ଟର ପିଛା ୧୦ କେଜି। ଆଜୋଲାର ରକ୍ଷଣାବେକ୍ଷଣ: ଗାତ ୫-୧୦ସେ. ମି. ଜଳ ସ୍ତର ବଜାୟ ରଖନ୍ତୁ ଉର୍ବର ମୃତ୍ତିକାକୁ ୩୦ ଦିନ ବ୍ଯବଧାନରେ ରଖନ୍ତୁ ଗୋବର ମିଶା ପାଣି କୁ ୧୫ ଦିନର ବ୍ଯବଧାନରେ ଗାତ ରେ ପକାନ୍ତୁ ଯେତେବେଳେ କୀଟପତଙ୍ଗ ସମସ୍ୟା ଦେଖାଯିବ, ୭-୮ ଦିନ ପରେ ପ୍ରତି ଗର୍ତ୍ତରେ ୫ ଗ୍ରାମ କାର୍ବୋଫ୍ୟୁରନ ଅଥବା ନିର୍ଗୁଣ୍ଡି ଗଛ ପତ୍ରର ର ରସ କୁ ପକାନ୍ତୁ ଗାତରେ ଦେଖାଯାଉଥିବା କୌଣସି ଅଳିଆ କିମ୍ବା ଜଳଜ ତୃଣ ନିୟମିତ ଭାବେ ହଟାନ୍ତୁ ଛଅ ମାସରେ ଥରେ ଏହି ଗାତ ଖାଲି କରି, ତାଜା ଅଜୋଲା ଏବଂ ମାଟି ସହିତ ଚାଷ ପୁଣି ଆରମ୍ଭ କରନ୍ତୁ