ସାମୁହିକ ପୋକ ଓ ରୋଗ ପରିଚାଳନା ଏକ ଏଭଳି ପଦ୍ଧତି, ଯେଉଁଥିରେ ମିଳିତ ଭାବେ ବିଭିନ୍ନ କୌଶଳ ଓ ପଦ୍ଧତି ଦ୍ୱାରା ଶସ୍ୟର ରୋଗକାରୀ ଜୀବାଣୁ ଓ ପୋକମାନଙ୍କର ବଂଶବୃଦ୍ଧିକୁ ବହୁମାତ୍ରାରେ କମାଯାଏ ଏବଂ ଶସ୍ୟର ଆର୍ଥିକ କ୍ଷତିକୁ ହ୍ରାସ କରାଯାଏ। ମୁଖ୍ୟ ଅଂଶଗୁଡ଼ିକ ପାରମ୍ପରିକ ପଦ୍ଧତି ରସାୟନିକ ପଦ୍ଧତି ଜୈବିକ ପଦ୍ଧତି ପ୍ରତିବନ୍ଧକ ପଦ୍ଧତି ଜେନେଟିକ ଇଞ୍ଜିନିୟରିଂ ରୋଗ ପରିଚାଳନା ପଦ୍ଧତି (ଆଇ.ଡି.ଏମ) ଫଙ୍ଗିସାଇଡର ବିଷାକ୍ତତା (ରଙ୍ଗ ଅନୁସାରେ) ଲାଲ: ଅତ୍ୟଧିକ ବିଷାକ୍ତ ହଳଦିଆ: ଅଧିକ ବିଷାକ୍ତ ନୀଳ: ମଧ୍ୟମ ବିଷାକ୍ତ ସବୁଜ: କମ ବିଷାକ୍ତ ମଞ୍ଜି ବିଶୋଧନ ଫଙ୍ଗିସାଇଡ ଗୁଣ୍ଡକୁ ଧାନ ମଞ୍ଜି ସହିତ ଭଲଭାବେ ମିଶାଇ ୩୦–୪୫ ମିନିଟ ପର୍ଯ୍ୟନ୍ତ ପାତ୍ରରେ ରଖି, ପରେ କ୍ଷେତରେ ବୁଣିବା। ତଳି ଚେର ବୁଡାଇବା ବାଲ୍ଟି କିମ୍ବା ଗାତୁଆ ପାତ୍ରରେ ଫଙ୍ଗିସାଇଡ ଓ ପାଣି ମିଶାଇ ଘୋଳ ତିଆରି କରି, ସେଥିରେ ତଳିର ଚେରକୁ କିଛି ସମୟ ପର୍ଯ୍ୟନ୍ତ ବୁଡାଇ ରଖି ପରେ ଧାନବିଲରେ ରୋପଣ କରିବା। ଲୁଣିଆ ପାଣିରେ ପରୀକ୍ଷା ବାଲ୍ଟିରେ ପାଣି ସହିତ ଲୁଣ ମିଶାଇ ତାହାରେ ଧାନ ମଞ୍ଜିକୁ ୩୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖିବା। ଯେଉଁ ମଞ୍ଜିଗୁଡ଼ିକ ଉପରେ ଭାସେ, ସେଗୁଡ଼ିକ ବୁଣିବା ପାଇଁ ଅନୁପଯୁକ୍ତ। ଜୈବିକ ପଦ୍ଧତି ଟ୍ରାଇକୋଡର୍ମା, ସୁଡୋମୋନାସ ଓ ବି.ଟି. ଭଳି ଉପକାରୀ ଜୀବାଣୁମାନେ ମଞ୍ଜି ବିଶୋଧନ ଓ ସିଞ୍ଚନ ମାଧ୍ୟମରେ ବ୍ୟବହାର କରାଯାଇପାରେ। ପୋକ ପରିଚାଳନା ପଦ୍ଧତି ମିଶ୍ରିତ ଚାଷ ଜନ୍ତା ଫସଲ (ଟମାଟୋ, କାକୁଡି) ହଳ କରିବା ଅନାବନା ଘାସ ଉପଡ଼ିବା ଯନ୍ତା ବ୍ୟବହାର – ହଳଦିଆ ଅଠାଳିଆ ଯନ୍ତା, ସୁଗନ୍ଧ ଆକର୍ଷକ ଯନ୍ତା, ଆଲୋକ ଯନ୍ତା, ବାଉଁଶ ଯନ୍ତା ଗରମ ପାଣି ଚିକିତ୍ସା (୧୫ ମିନିଟ) କାଦୁଅ କରିବା ପ୍ରତିବନ୍ଧକ ଓ ଜାଲି ବ୍ୟବହାର କେରୋସିନ ମିଶ୍ରିତ ପାଣି ସିଞ୍ଚନ ଉପରୋକ୍ତ କୌଶଳ ଓ ପଦ୍ଧତିଗୁଡ଼ିକ ଅନୁସରଣ କରି ଧାନ ଫସଲରେ ରୋଗ ଓ ପୋକ ନିୟନ୍ତ୍ରଣ ବହୁମାତ୍ରାରେ ସମ୍ଭବ ହୋଇଥାଏ ଏବଂ ଆର୍ଥିକ ସ୍ତରରେ ଚାଷୀ ଭାଇମାନଙ୍କ ପାଇଁ ଏହା ଲାଭଦାୟକ।