ଆଦିମ ଯୁଗରୁ ଆଜି ପର୍ଯ୍ୟନ୍ତ କୃଷିକ୍ଷେତ୍ରରେ ହୋଇଥିବା ସମସ୍ତ ଉନ୍ନତି ଅନୁଧ୍ୟାନ କଲେ ଜଣାଯାଏ ଯେ ଉନ୍ନତ ବିହନ ଉତ୍ପାଦନ, ଯୋଗାଣ ଓ ବ୍ୟବହାର ହିଁ, କୃଷି ଉତ୍ପାଦନ ବୃଦ୍ଧିଲାଗି ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଆସିଛି । ଉନ୍ନତ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ, ବଣ୍ଟନ ଓ ବ୍ୟବହାର । ଜଳସେଚନ, ଫସଲ ପର୍ଯ୍ୟାୟ, ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ଖତ ଓ ସାର ପ୍ରୟୋଗ, ଶସ୍ୟ ସଂରକ୍ଷଣ, ଉତ୍ତମ ପରିଚାଳନା ଇତ୍ୟାଦି । ବୈଜ୍ଞାନିକ କୃଷିପଦ୍ଧତି, ଅବଲମ୍ବନର ସୁଫଳ ମଧ୍ୟ ଅଧିକ ଉତ୍ପାଦନକ୍ଷମ ବିହନ ବ୍ୟବହାର ଉପରେ ହିଁ ନିର୍ଭର କରେ ? ବିହନ କ’ଣ ? ବୀଜ ବା ମଞ୍ଜିରେ ଗୋଟିଏ ଭ୍ରୁଣ ଥାଏ । ଭ୍ରୁଣର ପ୍ରସୁପିଟିଏ ଅବସ୍ଥା ରହିଛି । ଉପଯୁକ୍ତ ପାରିପାର୍ଶ୍ଵିକ ପରିସ୍ଥିତିରେ ବୀଜରୁ ଗଯା ବାହାରେ । ଭ୍ରୁଣ ନଷ୍ଟ ହୋଇଯାଇଥିଲେ ମଞ୍ଜିରୁ ଗଜା ବାହାରେ ନାହିଁ । ଭ୍ରୁଣ ନଷ୍ଟ ହୋଇଯାଇଥିଲେ ଉପଯୁକ୍ତ ଅବସ୍ଥା ଥିଲେ ମଧ୍ୟ ଗଜ ବାହାରି ନଥାଏ । ଉପରୋକ୍ତ କାରଣକୁ ଆଖି ଆଗରେ ରଖି ଅଧିକ ଫସଲ ଉତ୍ପାଦନ ନିମିତ୍ତ ବ୍ୟବହାର କରାଯାଉଥିବା ବିହନର ପ୍ରଥମେ ଗଜା ପରୀକ୍ଷା କରାଯାଏ । ବିହନ ବୈଷୟିକ ଜ୍ଞାନ ବୀଜ ମଧ୍ୟରେ ଥିବା ଭ୍ରୁଣଟିର ସୁରକ୍ଷା, ଉନ୍ନତ ଓ ଅଧିକ ଉତ୍ପାଦନକ୍ଷମ ବିଭିନ୍ନ ପ୍ରକାର ବିହନ ଉତ୍ପାଦନ, ମୂଲ୍ୟ ନିରୂପଣ, ବିହନର ନାମ ଜାଣିବା, ବ୍ୟବହାର ନିମିତ୍ତ ଯୁକ୍ତି , ସଂସାଧନ ସାଇତି ରଖିବା, ବିହନ ପରୀକ୍ଷା, ପ୍ରମାଣ ପତ୍ରଦାନ ଗୁଣାତ୍ମକମାନର ସୁରକ୍ଷା, ବିକ୍ରୟ, ତଥା ନୂତନ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ ଓ ବିକାଶ ସମ୍ପର୍କୀୟ ଗବେଷଣା ଇତ୍ୟାଦି ବିହନ ବୈଷୟିକ ଜ୍ଞାନର ଅନ୍ତର୍ଭୁକ୍ତ । ଅଧିକ ଉତ୍ପାଦନକ୍ଷମ ଓ ଶଙ୍କର ଜାତୀୟ ବିହନ ଉଦ୍ଭିଦର ଗୁଣ ଏହାର ଗୁଣସୂତ୍ରରେ ଥିବା ଜିନ୍ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ପରପରାଗ ସଂଗମ ସମାୟନ ଘଟାଇ ଦୁଇଟି ଭିନ୍ନ ଭିନ୍ନ ଉଦ୍ଭିଦର ଯୁଗ୍ମକ ଏକତ୍ର ମିଳିତ କରାଇଲେ ଯେଉଁ ଯୁଗ୍ମଜ ସୃଷ୍ଟି ହୁଏ, ସେଥିରେ ଉଭୟ ଉଦ୍ଭିଦର ଗୁଣ ଗୋଟିକରେ ପ୍ରକଟିତ ହୋଇ ତାହା ଏକ ନୂତନ ଉନ୍ନତ ଦାୟାଦ ରୂପେ ପ୍ରତିଭାତ ହୁଏ । ଏହିପରି ଦୟାଦଙ୍କୁ ଶଙ୍କର କୁହାଯାଏ । ଶଙ୍କରୀକରଣ ପ୍ରକ୍ରିୟା ଦ୍ଵାରା ଅଧିକ ଉତ୍ପାଦନ ହେଉଥିବା ରୋଗ ପୋକ ନିରୋଧକ ଶକ୍ତି ଥିବା, ମରୁଡି ସହିପାରୁଥିବା ଓ ଅଧିକ ପରିମାଣର ସାର ଗ୍ରହଣ କରି ଅଧିକ ଅମଳ ଦେଇପାରୁଥିବା ଶଙ୍କର ଓ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ କରାଯାଇଥାଏ । ଭାରତର ଲୋକ ମାନଙ୍କର ମୁଖ୍ୟ ଖାଦ୍ୟଶସ୍ୟ ହେଉଛି ଧାନ ଓ ଗହମ । 1966-67 ବର୍ଷରେ ଅଧିକ ଅମଳକ୍ଷମ ଧାନ ଓ ଗହମ ଯଥାକ୍ରମେ 9 ଓ 19 ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଥିଲା । ବର୍ତ୍ତମାନ ଆମ ଦେଶରେ ଅଧିକ ଅମଳକ୍ଷମ ଧାନ ଓ ଗହମ ଅଧିକ ଜମିରେ ହେଉଥିବା ଏକ ସମୀକ୍ଷାରୁ ଜଣାପଡିଛି । ଫଳରେ ଖାଦ୍ୟ ପଦାର୍ଥ ଉତ୍ପାଦନ ଆଶାତୀଭାବେ ବୃଦ୍ଧିପାଇଛି । ଭବିଷ୍ୟତରେ ଯଦି ଉତ୍ତମ ଅଧିକ ଉତ୍ପାଦନକ୍ଷମ , ଶଙ୍କର ବିହନ ଉତ୍ପାଦନ, ବଣ୍ଟନ ଓ ବ୍ୟବହାର ବୃଦ୍ଧିପାଏ ତେବେ ଦେଶରେ ଫସଲ ଉତ୍ପାଦନ ମଧ୍ୟ ତଦନୁରୂପ ବୃଦ୍ଧି ପାଇବ, ଏଥିରେ ସନ୍ଦେହର ଅବକାଶ ନାହିଁ । ଉତ୍ତମବିହନର କେତୋଟି ମୁଖ୍ୟ ଲକ୍ଷଣ ବିହନର ବଂଶଗତ ଯଥାର୍ଥ ଗୁଣ ବା ଲକ୍ଷଣ ଅକ୍ଷୁର୍ଣ୍ଣ ରହିଥିବା ଉଚିତ । ବିହନ ବିଦା, ବିଶୁଦ୍ଧ, ହୃଷ୍ଟପୁଷ୍ଟ ହୋଇଥିବା ଆବଶ୍ୟକ ଓ ସେଥିରେ କୌଣସି ତୃଣକ ବା ଅନାବନା ମଞ୍ଜି ମିଶିନଥିବା ଦରକାର । ବିହନର ଗଜା ହେବା ଶକ୍ତି ଶତକଡା 80 ଭାଗରୁ ଅଧିକ ରହିବା ଉଚିତ । ମଞ୍ଜି ଦାନାଗୁଡିକର ଆକାର ଓ ପ୍ରକାର ଏକା ସମାନ ହେବା ଉଚିତ । ବିହନ ଉତ୍ପାଦନ ସାବଧାନ ସହକାରେ ହୋଇ ସେଥିରେ ଚିହ୍ନଟ ପତ୍ର ଲଗାଯାଇଥିବା ଆବଶ୍ୟକ । ବିହନ କୌଣସି ପ୍ରକାରର ରୋଗ ଓ ପୋକ ଦ୍ଵାରା ଆକ୍ରାନ୍ତ ହୋଇନଥିବା ଆବଶ୍ୟକ । ବିହନଟି ଉନ୍ନତ କିସମର ହୋଇଥିବା ଦରକାର । ବିହନ ଅଧିକ ଉତ୍ପାଦନକ୍ଷମ, ନିରୋଗା ଗଛରୁ ନିରୋଗା ବିହନ ସଂଗୃହିତ ହୋଇଥିବା ଉଚିତ । ବିହନର ପ୍ରକାର ଭେଦ ବିହନ ଅମଳ ପରେ ପରୀକ୍ଷା କରାଯାଏ । ଯଦି ବିହନ ଉତ୍କୃଷ୍ଟ ପ୍ରମାଣିତ ହୁଏ ତେବେ ତାହା ଅଧିକ ଉତ୍ପାଦନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଏ । ଚାଷୀମାନେ ଏହି ଉନ୍ନତମାନର ବିହନ ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିପାରନ୍ତି । ବିହନ ଉତ୍ପାଦନ ପ୍ରଣାଳୀ ଅନୁସାରେ ବିହନକୁ ନିମ୍ନଲିଖିତ ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା - ନ୍ୟୂକ୍ଲିୟସ ବା ପ୍ରଜକଙ୍କ ବିହନ ସଙ୍କରଣ, ଉଦ୍ ବରଣ ଏବଂ ନବୋଭୋବନ ବା ମିଉଟେସନ ପ୍ରଣାଳୀ ଅବଲମ୍ବନ କରି ପ୍ରଜନନକାରୀ ଯେଉଁ ବିହନ ଉତ୍ପାଦନ କରି ନିଜ ପାଖରେ ରଖିଥାନ୍ତି ତାହାକୁ ନ୍ୟୂକ୍ଲିୟସ ବିହନ କୁହାଯାଏ । ଏହି କିସମ ବିହନର ସମସ୍ତ ଆନୁବଂଶିକ ଗୁଣ ଥିବାଯାଏ ବିହନକୁ ପ୍ରଜକଙ୍କ ବିହନ ରୂପେ ବିବେଚନା କରାଯାଏ । ନ୍ୟୂକ୍ଲିୟସ ବିହନର ଆନୁବଂଶିକ ବିଶୁଦ୍ଧତା କ୍ଷମତା, ରୋଗ ନିରୋଧକ ଶକ୍ତି ଏବଂ ବିଭିନ୍ନ ଜଳବାୟୁରେ ପ୍ରତିଯୋଜ୍ୟ ଦକ୍ଷତା ପରୀକ୍ଷା କରିବା ପାଇଁ କୃଷି ବୈଜ୍ଞାନିକମାନେ ଏହି ବିହନ ଦେଶର ବିଭିନ୍ନ କ୍ଷେତ୍ରୀୟ ଜଳବାୟୁ ଅଞ୍ଚଳରେ ଚାଷୀର ଜମିରେ ହେଉଥିବା ସରକାରୀ ବିହନ ଉତ୍ପାଦନ ଫାର୍ମରେ ଚାଷ କରନ୍ତି । ପ୍ରଜନନକାରୀଙ୍କ ବିହନ ଶତକଡା ଶହେ ଗୁଣ ବିଶୁଦ୍ଧ ରହେ । ପ୍ରତ୍ୟକ ନ୍ୟୂକ୍ଲିୟସ ବିହନ ପ୍ରାଥମିକ ମୂଲ୍ୟାଙ୍କନ ପରୀକ୍ଷା ରାଷ୍ଟ୍ରୀୟ ମୂଲ୍ୟାଙ୍କନ ପରୀକ୍ଷା , ଏକ ସମାନତା ଆଞ୍ଚଳିକ ପରୀକ୍ଷଣ , ଜିଲ୍ଲା ପରୀକ୍ଷଣ, ପରିଶେଷରେ ମିନିକିଟ୍ ଯୋଜନା ଦ୍ଵାରା ପରୀକ୍ଷିତ ହେବା ପରେ ଯେଉଁ ବିହନ କିସମଗୁଡିକ ଉତ୍ତୀର୍ଣ୍ଣ ହୁଅନ୍ତି, ସେହି ବିହନଗୁଡିକୁ ଆହୁରି ଅଧିକ ଉତ୍ପାଦନ କରିବା ପାଇଁ କାର୍ଯ୍ୟକ୍ରମ ରଖାଯାଏ । ଏହି ବିହନ ଗୁଡିକର ଆନୁବଂଶିକ ଗୁଣାତ୍ମକ ମୂଲ୍ୟ ଉଚ୍ଚତର ଏବଂ ଉତ୍ପାଦନ ବ୍ୟୟସାପେକ୍ଷ ହୋଇଥିବାରୁ ଏହାର ମୂଲ୍ୟ ବେଶି ହୋଇଥାଏ । ବ୍ରିଡରଙ୍କ ବିହନକୁ ଚିହ୍ନିବା ପାଇଁ ବିହନ ବସ୍ତାରେ ସୁନେଲି ହଳଦିଆ ଟ୍ୟାଗ ଲଗାଯାଇଥାଏ । ପ୍ରତିଷ୍ଠିତ ବିହନ ଆନୁବଂଶିକ ବିଶୁଦ୍ଧତା ଦ୍ଦୃଷ୍ଟିରୁ ଏହା ଦ୍ଵିତୀୟ ଶ୍ରେଣୀର ବିହନ । କାରଣ ନ୍ୟୂକ୍ଲିୟସ ବିହନର ବହୁଳ ଭାବନା ସମୟରେ ଏହାର ଗୁଣାତ୍ମକ ମୂଲ୍ୟ ସାମାନ୍ଯ ହ୍ରାସ ପାଇଥାଏ, ଏହି ବିହନ ଉତ୍ପାଦନ କେତେକ ନିର୍ଦ୍ଧିଷ୍ଟ ସଂସ୍ଥାମାନଙ୍କ ଦ୍ଵାରା କରାଯାଏ ଯଥା (୧) ଜାତୀୟ ବିହନ ନିଗମ ,(୨) ତରାଇ ଉନ୍ନୟନ ନିଗମ , (୩) ରାଜ୍ୟ ବିହନ ନିଗମ ନିୟମନିଷ୍ଠ ବପନୀୟ କ୍ଷେତ କୌଶଳ ଠିକ୍ ସମୟରେ ତୃଣକ ଦମନ , ବାଳୁଙ୍ଗା ବଚ୍ଛା, ବାରମ୍ବାର କ୍ଷେତ୍ର ପ୍ରଦର୍ଶନ ଏବଂ ପୃଥକୀକରଣ ପ୍ରଣାଳୀ ଅବଲମ୍ବନ କରି ଏହି ବିହନ ଉତ୍ପାଦନ କରାଯାଏ । ନ୍ୟୂକ୍ଲିୟସ ବିହନ ତୁଳନାରେ ପ୍ରତିଷ୍ଠିତ ବିହନ କମ୍ ବିଶୁଦ୍ଧ । ଏହାର ବିଶୁଦ୍ଧତା ଶତକଡା ୯୯.୫ ଭାଗ ରହିବା ଉଚିତ । ଏହି ବିହନକୁ ଚିହ୍ନଟ କରିବା ପାଇଁ ବିହନ ବସ୍ତା ଉପରେ ଧଳା ଟ୍ୟାଗ ଲାଗିଥାଏ । ପ୍ରାମାଣିକ ବିହନ ପ୍ରତିଷ୍ଠିତ ବିହନରୁ ପ୍ରାମାଣିକ ବିହନ ଉତ୍ପାଦିତ ହୁଏ । ପ୍ରାମାଣିକ ବିହନ ଦୁଇଟି ଉପାୟରେ ଉତ୍ପାଦନ କରାଯାଏ । ପ୍ରଥମଟି – ରାଜ୍ୟ ବିହନ ନିଗମ ଫାର୍ମ ବା ଜାତୀୟ ବିହନ ନିଗମ ଅଧିକୃତ ଫାର୍ମରେ ଏହା ଉତ୍ପାଦନ କରାଯାଏ । ଦ୍ଵିତୀୟ ଉପାୟଟି – କେତେକ ନିର୍ଦ୍ଧିଷ୍ଟ ପଞ୍ଜୀକୃତ ଚାଷୀମାନଙ୍କ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସିଧାସଳଖ ତତ୍ତ୍ଵାବଧାନରେ ବିହନ ଉତ୍ପାଦନ ହୁଏ ପ୍ରାମାଣିକ ବିହନ ଶତକଡା ୯୯ ଭାଗ ବିଶୁଦ୍ଧ ରହିବା ଉଚିତ । ଏହି ବିହନ ବସ୍ତାକୁ ଚିହ୍ନଟ କରିବା ପାଇଁ ବସ୍ତା ଉପରେ ନୀଳ ବର୍ଣ୍ଣର ଟ୍ୟାଗ ଲାଗିଥାଏ । ନାମପତ୍ର ଥିବା ବିହନ ପ୍ରାମାଣିକ ବିହନଠାରୁ ଏହାର ବିଶୁଦ୍ଧତା ଆହୁରି କମ୍ । ଉତ୍ତମ ପ୍ରାମାଣିକ ବିହନ ଚାଷୀମାନଙ୍କଠାରୁ ବିହନ ସଂଗ୍ରହକରି – ପରୀକ୍ଷାକରି – ବିହନ ବସ୍ତାରେ ନାମପତ୍ର ଲଗାଇ ଶସ୍ତାରେ ଯଥେଷ୍ଟ ପରିମାଣରେ ଚାଷୀଙ୍କୁ ଯୋଗାଇ ଦିଆଯାଏ । ଉପରୋକ୍ତ ତିନି କିସମ ବିହନ ଅଭାବରେ ଏହି ନାମ ପତ୍ର ଥିବା ବିହନ ଚାଷୀମାନଙ୍କୁ ଯୋଗାଇ ଦେଇ ସେମାନଙ୍କର ବିହନ ଅଭାବ ମେଣ୍ଟାଇବାକୁ ପ୍ରୟାସ କରାଯାଏ । ବିହନ ପାଇଁ ଯୋଗ୍ୟ ପ୍ରମାଣପତ୍ର ଥିବା ବିହନଟି ଉପରୋକ୍ତ ତିନିଗୋଟି ବିହନ ତୁଳନାରେ କମ୍ ମାନର ହେଲେ ମଧ୍ୟ ଏହା ଚାଷୀର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହୋଇଥାଏ । ବୀଜର ପ୍ରମାଣପତ୍ର ପ୍ରଦାନ ପାଇଁ ଯେଉଁ ଗୁଣ ଓ ଦକ୍ଷତା ସ୍ଥିରୀକୃତ କରାଯାଇଛି ତାହାର ବିବରଣୀ ନିମ୍ନ ପ୍ରଦତ୍ତ କରାଗଲା । ଫସଲର ନାମ ବିହନର ବିଶୁଦ୍ଧତା ଶତକଡା ଭାଗ ବୀଜ ଅଙ୍କୁରଣ ଦକ୍ଷତା (%) ଜଳୀୟ ବାଷ୍ପ ଅତ୍ୟଧିକ (ଶତକଡା ଭାଗ) ଧାନ ୯୮ ୯୮ ୯୮ ୮୦ ୮୦ ୮୦ ୧୩ ୧୩ ଗହମ ୯୮ ୯୮ ୯୮ ୮୫ ୮୫ ୮୫ ୧୨ ୧୨ ମକା ୯୮ ୯୮ ୯୮ - ୯୦ ୮୦ ୧୨ ୧୨ ମାଣ୍ଡିଆ ୯୭ ୯୭ ୯୭ ୭୫ ୭୫ ୭୫ ୧୨ ୧୨ ଜହ୍ନା ୯୮ ୯୮ ୯୮ ୮୦ ୮୦ ୭୫ ୧୨ ୧୨ ବାଜରା ୯୮ ୯୮ ୯୮ ୭୫ ୭୫ ୭୫ ୧୨ ୧୨ ହରଡ ୯୮ ୯୮ ୯୮ ୭୫ ୭୫ ୭୫ ୧୦ ୧୦ ଗ୍ରାମ୍ ୯୮ ୯୮ ୯୮ ୮୫ ୮୫ ୮୫ ୯ ୯ ବରଗୁଡି ୯୮ ୯୮ ୯୮ ୭୫ ୭୫ ୭୫ ୯ ୯ ମସୁର ୯୮ ୯୮ ୯୮ ୭୫ ୭୫ ୭୫ ୯ ୯ ମୁଗ ୯୮ ୯୮ ୯୮ ୭୫ ୭୫ ୭୫ ୯ ୯ ବିରି ୯୮ ୯୮ ୯୮ ୭୫ ୭୫ ୭୫ ୯ ୯ କୋଳଥ ୯୮ ୯୮ ୯୮ ୭୫ ୭୫ ୭୫ ୯ ୯ ମଟର ୯୮ ୯୮ ୯୮ ୭୫ ୭୫ ୭୫ ୯ ୯ ସୋରିଷ ୯୭ ୯୭ ୯୭ ୮୫ ୮୫ ୮୫ ୮ ୮ ରାଶି ୯୭ ୯୭ ୯୭ ୮୦ ୮୦ ୮୦ ୯ ୯ ଚିନାବାଦାମ ୯୬ ୯୬ ୯୬ ୭୦ ୭୦ ୭୦ ୯ ୯ ଜଡା ୯୮ ୯୮ ୯୮ ୭୦ ୭୦ ୭୦ ୮ ୮ ସୂର୍ଯ୍ୟମୁଖୀ ୯୮ ୯୮ ୯୮ ୭୦ ୭୦ ୭୦ ୯ ୯ ନାଇଜର ୯୮ ୯୮ ୯୮ ୮୦ ୮୦ ୮୦ ୯ ୯ ଲିନ୍ ସିଡ ୯୮ ୯୮ ୯୮ ୮୦ ୮୦ ୮୦ ୭ ୭ କପା ୯୮ ୯୮ ୯୮ ୬୦ ୬୦ ୬୦ ୧୦ ୧୦ ଝୋଟ ୯୭ ୯୭ ୯୭ ୮୦ ୮୦ ୮୦ ୯ ୯ ମେସ୍ତା ୯୮ ୯୮ ୯୮ ୮୦ ୮୦ ୮୦ ୮ ୮ କାଉଁରିଆ ୯୭ ୯୭ ୯୭ ୮୦ ୮୦ ୮୦ ୧୦ ୧୦ ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ