କୃଷି ହେଉଛି ପୃଥିବୀର ସବୁଠାରୁ ପୁରାତନ ଓ ବୃହତ୍ତମ ଶିଳ୍ପ । ଜୀବନଧାରଣ ପାଇଁ ଦରକାର ମୌଳିକ ଆବଶ୍ୟକତା – ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଉପାଦାନ ଗୁଡ଼ିକ କୃଷି କ୍ଷେତ୍ରରେ ହିଁ ମିଳିଥାଏ । ବର୍ତ୍ତମାନ ସଭ୍ୟତାର ବିକାଶମାନକୁ ଭିରି କରି ବିଶ୍ଵର ରାଷ୍ଟ୍ରଗୁଡ଼ିକୁ ୩ ଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି । ଏଗୁଡ଼ିକ ହେଉଛି ଅତି ଉନ୍ନତ ଓ ବିକଶିତ ରାଷ୍ଟ୍ର ବିକାଶଶୀଳ ରାଷ୍ଟ୍ର ଓ ଅନୁନ୍ନତ ରାଷ୍ଟ୍ର । ଆମେରିକା, ଜାପାନ୍, ଫ୍ରାନ୍ସ ଓ କାନାଡ଼ା ଭଳି ଅତି ଉନ୍ନତ ଓ ଶକ୍ତିଶାଳୀ ଦେଶ ମାନଙ୍କରେ ଅନ୍ୟାନ୍ୟ ଶିଳ୍ପ ଭଳି କୃଷି କ୍ଷେତ୍ରରେ ମଧ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇଥାଏ । କୃଷି ଓ ଶିଳ୍ପ ପରସ୍ପର ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଉଭୟ କ୍ଷେତ୍ରରେ ଅଗ୍ରଗତିର ସମନ୍ଵୟତାର ଅଭାବ ହେଲେ ଦେଶର ସାମୁହିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଆମେରିକାର ଚାଷୀମାନେ ଖୁବ୍ ନିର୍ଭରଶୀଳ । ସେମାନଙ୍କର ଜମିର ପରିମାଣ ଶହ ଶହ ଏକର । ତେଣୁ ଏଠାରେ ବ୍ୟବହୃତ ଯନ୍ତ୍ରପାତିର ଆକାର ମଧ୍ୟ ଖୁବ୍ ବଡ଼ । ଜାପାନ୍ ଦେଶର ଚାଷୀମାନଙ୍କର ଜମିର ପରିମାଣ ଆମ ରାଜ୍ୟର ଚାଷୀମାନଙ୍କ ପରି ଖୁବ୍ କମ୍ । ତେଣୁ ଜାପାନରେ ବ୍ୟବହୃତ କୃଷି ଯନ୍ତ୍ରପାତି ଗୁଡ଼ିକର ଆକାର ଛୋଟ । ଉଭୟ ଦେଶରେ ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ଶସ୍ୟ ସାଇତିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୃଷି ଯନ୍ତ୍ରପାତି ସାହାଯ୍ୟରେ କରାଯାଇଥାଏ । ଗବେଷଣାରୁ ଜଣାଯାଇଛି ଯେ, କୃଷି କ୍ଷେତ୍ରରେ ଅଧିକ ପରିମାଣର ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କଲେ, କମ୍ ଖର୍ଚ୍ଚ ରେ ଅଧିକ ଉତ୍ପାଦନ ମିଳିଥାଏ । ଆମେରିକା, କାନାଡ଼ା, ଫ୍ରାନସ ଓ ଜାପାନ୍ ବ୍ୟତୀତ ଆମ ଦେଶର ପଞ୍ଜାବ, ହରିଆନା ଓ ଉଭର ପ୍ରଦେଶର ପଶ୍ଚିମାଞ୍ଚଳ ଏହାର ଜ୍ଵଳନ୍ତ ଉଦାହରଣ । ଏଠାରେ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଠିକ୍ ସମୟରେ କୃଷି କାର୍ଯ୍ୟ ସମ୍ପାଦିତ ହୋଇପାରିଛି ଓ ଚାଷୀମାନେ ଲାଭବାନ୍ ହୋଇପାରିଛନ୍ତି । କୃଷି ଯନ୍ତ୍ରପାତି ବ୍ୟବହାରର ଆବଶ୍ୟକତା କୃଷି ଯନ୍ତ୍ରପାତି ବ୍ୟବହାର କରିବା ଦ୍ଵାରା ମିଳୁଥିବା ଲାଭ ଗୁଡ଼ିକ ହେଉଛି :- କୃଷି ଶ୍ରମିକର ଶ୍ରମ ଲାଘବ ହୁଏ । କୃଷି ଶ୍ରମିକରର କାର୍ଯ୍ୟକ୍ଷମତା ବଢ଼େ । ଠିକ୍ ସମୟରେ ଚାଷ କାର୍ଯ୍ୟ ହୋଇଥାଏ । ଚାଷରୁ ଅଧିକ ଅମଳ ମିଳେ । ଉତ୍ପାଦନ ଖର୍ଚ୍ଚ କମ୍ ହୁଏ । ଚାଷ କାର୍ଯ୍ୟରୁ ଅଧିକ ଲାଭ ମିଳେ । କୃଷି ଯନ୍ତ୍ରପାତିର ଆବଶ୍ୟକତା ଉପଲବ୍ଧ କରିଥିବା ଚାଷୀ ଭାଇ ମାନେ ଏବେ ଉନ୍ନତ କୃଷି ଯନ୍ତ୍ରପାତି ଯଥା, ଟ୍ରାକ୍ଟର, ପାୱାର ଟିଲର, ଶକ୍ତି ଚାଳିତ ଧାନ ରୋଇବା ଯନ୍ତ୍ର, ଧାନ କାଟିବା ଯନ୍ତ୍ର, କମ୍ବାଇନ୍ ହାରଭେଷ୍ଟର, ଧାନ ଅମଳ ଯନ୍ତ୍ର ଇତ୍ୟାଦି ବ୍ୟବହାର ଆରମ୍ଭ କଲେଣି । ଏହି ପାଠରେ ଧାନ ଚାଷ ପାଇଁ ବ୍ୟବହୃତ ହେଉଥିବା କେତେକ ଉନ୍ନତ କୃଷି ଯନ୍ତ୍ରପାତି ବିଷୟରେ ଆଲୋଚନା କରାଯାଇଅଛି । ଜମି ପ୍ରସ୍ତୁତି ଯନ୍ତ୍ରପାତି ଅଧିକ ଅମଳ ପାଇଁ ଜମିକୁ ଭଲଭାବେ ପ୍ରସ୍ତୁତ କରିବା ଉଚିତ୍ । ଯେ କୌଣସି ଫସଲ ପାଇଁ ଜମିକୁ ପ୍ରଥମେ ଲୁହା ଲଙ୍ଗଳରେ ଚାଷ କରିବା ଉଚିତ୍ । ଏହାଦ୍ଵାରା ଅଧିକ ଗଭୀରରେ ଚାଷ ହୁଏ । ମାଟି ମଧ୍ୟ ଭଲଭାବେ ଗୁଣ୍ଡ ହୋଇଥାଏ । ତଳ ମାଟି ଉପରକୁ ଏବଂ ଉପରମାଟି ତଳକୁ ହେବା ଦ୍ଵାରା ଅନାବନା ଘାସ ପତ୍ର ପୋତି ସାର ହୁଏ ଏବଂ ଖରାରେ ରୋଗ ଜୀବାଣୁ ଏବଂ ଅନିଷ୍ଟକାରୀ କୀଟସବୁ ମରି ଯାଆନ୍ତି । ମାଟି ଗୋଟିଏ ପାଖକୁ ଓଲଟୁ ଥିବାରୁ ଦୁଇ ସିଆର ମଧ୍ୟରେ ରେଣ୍ଟ ରହେ ନାହିଁ । କାଠ, ଲଙ୍ଗଳ ଯେତେବେଳେ ହେଲେ ବି ଭାଙ୍ଗିଯିବାର ସମ୍ଭାବନା ଥିବାବୁ ଏବଂ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଲୁହା ଲଙ୍ଗଳ ବ୍ୟବହାର କରିବା ଆବଶ୍ୟକ । ଆଜିକାଲି ଜମି ପ୍ରସ୍ତୁତି ପାଇଁ ବିଭିନ୍ନ ପ୍ରକାରର। ଲଙ୍ଗଳ ମିଳୁଛି । ଏଗୁଡ଼ିକ ମଧ୍ୟରେ ମୋଡ଼ପତ୍ର। ଲଙ୍ଗଳ, ବୋଷ ଲଙ୍ଗଳ, ମଟାଳ ମାଟି ଲଙ୍ଗଳ, ଭୁଲେଇ ଲୁହା ଲଙ୍ଗଳ ଓ ସରକାରୀ କୃଷି ଯନ୍ତ୍ରପାତି କାରଖାନା ଓ କୃଷି ଇଞ୍ଜିନିୟରିଂ କଲେଜ ମୋଡ଼ପତ୍ର, ଲଙ୍ଗଳ ଉଲ୍ଲେଖନୀୟ । ଏଗୁଡ଼ିକର ଦାମ୍ ପ୍ରାୟ ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଜମିକୁ ଭଲଭାବେ ଗୁଣ୍ଡ ଏବଂ ସମାନ କରିବା ପାଇଁ ସାଧାରଣତଃ ଚକ ଲଙ୍ଗଳ ବ୍ୟବହୃତ ହୋଇଥାଏ । ଲୁହା ଲଙ୍ଗଳରେ ପ୍ରଥମ ଓଡ଼ ଚାଷ ପରେ ଚକ ଲଙ୍ଗଳକୁ ବ୍ୟବହାର କରିବା ଉଚିତ୍ । ଏହାଦ୍ଵାରା ଦିନକୁ ପ୍ରାୟ ୧.୫ ଏକର ଜମିରେ ଗୁଣ୍ଡଚାଷ କିମ୍ବା କାଦୁଆ ଚାଷ କରାଯାଇ ପାରିବ । ଟ୍ରାକ୍ଟର : - ଏହା ସବୁ ପ୍ରକାର ମାଟିରେ ଗଭୀର ଚାଷ ପାଇଁ ଉପଯୋଗୀ ହୋଇଥାଏ । ଦିନକୁ ପାଖାପାଖି ୮ ଏକର ଜମି ଚାଷ କରାଯାଇପାରେ । ଶୁଖିଲା ଓ କାଦୁଆ ଚାଷ, ଟ୍ରଲି ଦ୍ଵାରା ଜିନିଷ ପରିବହନ, ମଞ୍ଜି ଓ ସାର ବୁଣିବା, ଧାନ ଓ ଗହମ, ଫସଲ କାଟିବା ଓ ଶସ୍ୟ ଅମଳ କରିବା ଆଦି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଏହାର ଆନୁମାନିକ ଦାମ୍ ଇଞ୍ଜିନ୍ ଅଶ୍ଵଶକ୍ତି ଅନୁଯାୟୀ ୨ ଲକ୍ଷ ୮୦ ହଜାର ଟଙ୍କା ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ହୋଇଥାଏ । ପାୱାର ଟିଲର :- ମଧ୍ୟମ ଚାଷୀଙ୍କ ପାଇଁ (୫ ରୁ ୧୦ ଏକର ଜମି ଥିଲେ) ଏହା ବିଶେଷ ଉପଯୋଗୀ । ଉଭୟ ଶୁଖିଲା ଓ କାଦୁଆ ଚାଷ ପାଇଁ ଏହା ଉପଯୁକ୍ତ । ୧୦ ରୁ ୧୫ ଅଶ୍ଵଶକ୍ତି ବିଶିଷ୍ଟ ଇଞ୍ଜିନ୍ ସହ ଏହା ଉପଲବ୍ଧ । ଏହାଦ୍ଵାରା ଦିନକୁ ପ୍ରାୟ ୩ ଏକର ଜମି ଚାଷ କରାଯାଇପାରେ । ଚାଷ ବ୍ୟତୀତ, ଟ୍ରଲି ଦ୍ଵାରା ଜିନିଷ ପରିବହନ, ମଞ୍ଜି ଓ ସାର ପ୍ରୟୋଗ, କୋଡ଼ାଖୁସା କରିବା, କୀଟନାଶକ ଔଷଧ ସିଞ୍ଚନ କରିବା, ଧାନ କାଟିବା, ଅମଳ କରିବା ଆଦି କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇଥାଏ । ଏହାର ଆନୁମାନିକ ଦାମ୍ ୧, ୧୦,୦୦୦ ଟଙ୍କାରୁ ୧,୩୦,୦୦୦ ପର୍ଯ୍ୟନ୍ତ ହୋଇଥାଏ । ରୋଟାଭେଟର :- ଏହା ଏକ ଟ୍ରାକ୍ଟର ଚାଳିତ ଉତ୍କୃଷ୍ଟ କାଦୁଅ କରିବା ଯନ୍ତ୍ର । ଉଭୟ ଶୁଖିଲା ଓ କାଦୁଆ ଜମିରେ ଚାଷ କାର୍ଯ୍ୟ କରାଯାଇଥାଏ । ଏହା ଏକାଥରକେ ୧.୪୫ ମିଟର ଚଉଡ଼ାର ଜମିକୁ ହଳ କରି ମାଟିଗୁଣ୍ଡ କରିପାରେ । ଏହାର ବ୍ଲେଡ୍ ଗୁଡ଼ିକ ଉନ୍ନତମାନର ଇସ୍କାତରେ ନିର୍ମିତ ହୋଇଥିବାରୁ ଶୀଘ୍ର ଘୋରି ହୋଇଯାଏ ନାହିଁ । ଏହାଦ୍ଵାରା ଘଣ୍ଟାକୁ ୧ ଏକର ଜମି ହଳ ଓ ମାଟିଗୁଣ୍ଡ କରାଯାଇଥାଏ । ଏହାର ଆନୁମାନିକ ମୂଲ୍ୟ ୭୫, ୦୦୦ ଟଙ୍କା । ଏଥିରେ ଚାଷ ଗଭୀରତାକୁ କମ୍ ଓ ବେଶୀ କରିବାର ବ୍ୟବସ୍ଥା ମଧ୍ୟ ଅଛି । ବିହନ ବୁଣା ଯନ୍ତ୍ର ଆମ ରାଜ୍ୟରେ ଚାଷୀ ଭାଇମାନେ ସାଧାରଣତଃ ଛାଟି କରି ଧାନକୁ ବୁଣିଥାନ୍ତି । ଏହାଦ୍ଵାରା ଅଧିକ ପରିମାଣରେ ବିହନ ଖର୍ଚ୍ଚ ହେବା ସଙ୍ଗେ ସଙ୍ଗେ ଠିକ୍ ମୁତାବକ ଧାନବୁଣା ହେବା ପାରି ନ ଥାଏ । ବିହନ ବୁଣା ଯାତ୍ର ବ୍ୟବହାର କଲେ ଅଛି ବିହନ ଖର୍ଚ୍ଚ ହେବା ସହିତ ଧାଡ଼ିକୁ ଧାଡ଼ି ବ୍ୟବଧାନ ଠିକ୍ ରଖିଯାଇ ପାରିଥାଏ । ଏହାଦ୍ଵାରା ପରବର୍ଭା ଘାସ ବଛା ବଛି ଓ ଶସ୍ୟ କାଟିବା କାମ ଯନ୍ତ୍ରପାତି ଦ୍ଵାରା ସହଜରେ ହୋଇପାରିଥାଏ । ଆଜିକାଲି ବିହନକୁ ଧାଡ଼ିରେ ବୁଣିବା ପାଇଁ ଅନେକ ଯନ୍ତ୍ର ବ୍ୟବହାର ହେଲାଣି । ତିନି ଧାଡ଼ି ବିହନ ବୁଣାଯନ୍ତ୍ରରେ ଅବା ବିହନ ବାକ୍ସରେ ବିହନ ରଖି ହାତରେ ଟାଣିଲେ, ତିନି ଧାଡ଼ିରେ ବିହନ ପଡ଼ିଥାଏ । ସେହିପରି ସାର ଓ ବିହନ ମଧ୍ୟ ଏକା ସହିତ ଯନ୍ତ୍ର ସାହାଯ୍ୟରେ ଧାଡ଼ିରେ ପଡ଼ିଥାଏ । ପ୍ରଥମେ ସାର ପଡ଼ି ମାଟିଦ୍ଵାରା ଘୋଡ଼େଇ ହୋଇଯାଏ ଓ ତା ଉପରେ ମଞ୍ଜି ଘୋଡ଼ାଇ ହୋଇଯାଉଥିରୁ ଗଛ ସହଜରେ ସାର ଗ୍ରହଣ କରିଥାଏ । ଧାଡ଼ିବୁଣା ଫସଲ ସମାନ ପରିମାଣରେ ଆଲୋକ, ବାୟୁ ଓ ଖାତସାର ପାଉଥିବା ଯୋଗୁଁ ଉତ୍ପାଦନ ଅଧିକ ହୁଏ । ତିନିଧାଡ଼ିଆ ବିବିଧ ମଞ୍ଜି ବୁଣା ଯନ୍ତ୍ର : - ଏହି ଯନ୍ତ୍ର ସାହାଯ୍ୟରେ ଧାନ, ଗହମ, ବୁଟ, ଚିନାବାଦମ ଇତ୍ୟାଦି ମଞ୍ଜି ଏକ ସମୟରେ ତିନି ଧାଡ଼ିରେ ବିହନ ବୁଣା ଯାଇପାରେ । ବିହନ ବାକ୍ସରେ ମଞ୍ଜି ଭର୍ତ୍ତିକରି ଜଣେ ଲୋକ ପଛୁଆ ଟାଣିବା ଦ୍ଵାରା ମଞ୍ଜିସବୁ ମାଟିତଳେ ପୋତି ହୋଇଯାଏ । ଜଣେ ଲୋକ ଏହାକୁ ସହଜରେ ଟାଣିପାରେ । ୧୫ ସେ.ମି.ରୁ ୨୫ ସେ.ମି. ଧାଡ଼ି ବ୍ୟବଧାନରେ ଏହାଦ୍ଵାରା ଦିନକୁ ୧.୫ ଏକର ଜମିରେ ମଞ୍ଜି ବୁଣା ଯାଇପାରେ । ଏହାଦ୍ଵାରା ଧାନ, ଗହମ, ଚିନାବାଦାମୀ ଆଦି ମଞ୍ଜି ଯନ୍ତ୍ରର ନିର୍ଦ୍ଦିଷ୍ଟ କପ୍ ବଦଳାଇ ବୁଣାଯାଇପାରେ । ଏହାର ମୂଲ୍ୟ ୧୫୭୦ ଟଙ୍କା । ବଳଦଟଣା ଯନ୍ତ୍ର ମଧ୍ୟ ଉପଲବ୍ଧ ଏବଂ ତାହାର ଦାମ୍ ୨୭୫ ୦ ଟଙ୍କା। ଧାନରୁଆ ଯନ୍ତ୍ର ଧାନ ରୋଇବା ପୂର୍ବରୁ ଜମିକୁ ଭଲଭାବେ କାଦୁଅ କରିବା ଉଚିତ୍ । ଆଜିକାଲି ଜମି କାଦୁଅ କରିବା ପାଇଁ ଟ୍ରାକ୍ଟର ବା ପାୱାର ଟିଲର ଯନ୍ତ୍ର ବାହାରିଲାଣି । କାଦୁଅରେ ଠିଆ ହୋଇ, ନଇଁ କରି ଧାନ ରୋଇବା ଏକ କଷ୍ଟସାଧ୍ୟ ତଥା ସମୟସାପେକ୍ଷ ବ୍ୟାପାର । ରୁଆ ସମୟରେ ଯଥେଷ୍ଟ ମୂଲିଆ ମିଳୁ ନ ଥିବାରୁ ନୁଆ କାମ ଠିକ୍ ସମୟରେ ହୋଇପାରୁନାହିଁ । ଏହା ଦ୍ଵାରା ଜମିରୁ କମ୍। ଅମଳ ମିଳୁଅଛି । ତେଣୁ ଆମ ଚାଷୀ ଭାଇମାନେ ଯନ୍ତ୍ର ସାହାଯ୍ୟରେ ଧାନ ରୋଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ହସ୍ତଚାଳିତ ଧାନ ରୂଆ ଯନ୍ତ୍ର : - ଏହା ଏକ ହସ୍ତଚାଳିତ ଚାରିଧାଡ଼ିଆ ଧାନରୁଆ ଯନ୍ତ୍ର । ଟ୍ରେରେ ପକାଯାଇଥିବା। ଡଳିକୁ ବ୍ୟବହାର କରି ଏଥିରେ ଧାନ ରୁଆଯାଇପାରେ । ଭଲଭାବେ କାଦୁଅ କରାଯାଇଥିବା ଜମିରେ ୨ ସେ.ମି. ଠିଆପାଣି ଥାଇ ଏହି ଯନ୍ତ୍ରରେ ଧାନ ଛୁଆ ଯାଇପାରେ । ଏହାର ହ୍ୟାଣ୍ଡେଲ୍କୁ ଥରେ ପଛକୁ ଟାଣି ୮ ଘଣ୍ଟାରେ ପ୍ରାୟ ଅଧା ଏକର ଜମିରେ ଧାନ ରୂଆ ଯାଇପାରେ । ପ୍ରତିବୁଦାରେ ୨ ରୁ ୫ ଟି କରି ତଳି ଏବଂ ପ୍ରତି ବର୍ଗମିଟରରେ ୪୦ ଟି କରି ବୁଦା ରୁଆଯାଇପାରେ । ଏହାର ଓଜନ ପ୍ରାୟ ୨୫ କି.ଗ୍ରା. । ଏହି ଯନ୍ତ୍ରର ଆନୁମାନିକ ମୂଲ୍ୟ ୫୦୦୦ ଟଙ୍କା । ଏଥିରେ ଧାଡ଼ିର ବ୍ୟବଧାନ ଓ ବୁଦାକୁ ବୁଦା ବ୍ୟବଧାନ ଠିକ୍ ରହିଥିବାବୁ ପରବର୍ତ୍ତୀ ବଛା ବଛି ଏବଂ ଫସଲ କାଟିବା କାମ ସହଜରେ, ଶୀଘ୍ର ଏବଂ କମ୍ ଖର୍ଚ୍ଚ ରେ ହୋଇଥାଏ। ସ୍ଵୟଂଚାଳିତ ଧାନରୁଆ ଯନ୍ତ୍ର :- ଧାନରୁଆ ସମୟରେ ଆବଶ୍ୟକ ମୁତାବକ ମୂଲିଆ ମିଳିବାରେ ଅସୁବିଧା ହେଉଥିବାରୁ ଶକ୍ତି ଚାଳିତ ଧାନରୁଆ ଯନ୍ତ୍ରର ବହୁଳ ବ୍ୟବହାର ଅପରିହାର୍ଯ୍ୟ ଅଟେ । କାରଣ ଠିକ୍ ସମୟରେ ଧାନ ରୋଇବା କାମ ଶେଷ ନ କଲେ, ଅମଳ ଆଶାନୁରୂପ ମିଳି ନ ଥାଏ । ଏହି ଯନ୍ତ୍ର ୪ ଅଶ୍ଵଶକ୍ତି ବିଶିଷ୍ଟ ଡିଜେଲ୍ ଇଞ୍ଜିନ୍ ଦ୍ଵାରା ଚାଲେ । ଏକ ସମୟରେ ୮ ଧାଡ଼ିରେ ଛୁଆକାର୍ଯ୍ୟ କରାଯାଇପାରେ । ଧାଡ଼ିକୁ ଧାଡ଼ି ବ୍ୟବଧାନ ୨୪ ସେ.ମି. ଏବଂ ବୁଦାକୁ ବୁଦା ୧୨/୧୪/୧୬ ସେ.ମି. ବ୍ୟବଧାନରେ ରୁଆକାର୍ଯ୍ୟ ହୋଇଥାଏ । ଗୋଟିଏ ବୁଦାରେ ୩ ରୁ ୫ଟି ଗଛ ହିସାବରେ ୧ ବର୍ଗମିଟରରେ ପାଖାପାଖି ୩୫ ଟି ବୁଦା ରୁଆଯାଏ । ଏକ ଏକର ଜମି ରୋଇବା ପାଇଁ ୨.୫ ଘଣ୍ଟା ସମୟ ଲାଗିଥାଏ । ଏହାର ଦାମ୍ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା । ଧାନରୁଆ ଯନ୍ତ୍ରର ବ୍ୟବହାର ପାଇଁ ମ୍ୟାଟରେ ସ୍ଵତନ୍ତ୍ର ଭାବରେ ତଳି ପକାଇବାକୁ ପଡ଼େ । ଏକ ଏକର ଚାଷ ପାଇଁ ପ୍ରାୟ ୨୦ କି.ଗ୍ରା.। ଧାନକୁ ପ୍ରଥମେ ଓଦା କରି ଗଜା କରାଯାଏ । ତାପରେ ୧୨ ବର୍ଗମିଟର ପରିମିତ ମ୍ୟାଟରେ ୨୫ ମି.ମି. ମୋଟେଇରେ ଖତମିଶା ମାଟିକୁ ସମାନ ଭାବରେ ବିଛାଇ ଦେବାକୁ ହୁଏ । ଏହାପରେ ଗଜାଧାନକୁ ସମାନ ଭାବରେ ପକାଇ ଦେଇ ନଡ଼ାଦ୍ଵାରା ଘୋଡ଼ାଇ ଦିଆଯାଏ । ଯନ୍ତ୍ର ସହକାରେ ଘରାରେ ୨-୩ ଦିନ ପାଣି ଦେଇ ୨୧ ଦିନରେ ତଳି ହେଲେ ରୋଇବା ପାଇଁ ଉପଯୋଗୀ ହୁଏ । ଧାନ ରୋଇବା ଧାଡ଼ି ସହାୟକ :- ହାତରେ ରୋଇବା କାର୍ଯ୍ୟ ସହଜରେ ତୁଲାଇବା ପାଇଁ ଧାନ ରୋଇବା ଧାଡ଼ି ସହାୟକର ଆବଶ୍ୟକତା ମଧ୍ୟ ଯଥେଷ୍ଟ । ଏହାଦ୍ଵାରା ଧାଡ଼ିକୁ ଧାଡ଼ି ଓ ବୁଦାକୁ ବୁଦା ବ୍ୟବଧାନ ଠିକ୍ ରଖିଯାଇଥାଏ । ଏହାର ଦାମ୍ କମ୍ ଥିବାରୁ ଧାନରୁଆ ଯନ୍ତ୍ର ବ୍ୟବହାର କରିବାରେ ଆର୍ଥିକ ଅକ୍ଷମତା ପ୍ରକାଶ କରୁଥିବା ଚାଷୀ ଭାଇମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏକା ସମୟରେ ଏହା ଦ୍ଵାରା ୧.୫ ମିଟର ଓସାରରେ ୮ଟି ବୁଦା ରୋଇହେବ । ଏହାର ଦାମ୍ ପ୍ରାୟ ୪୦୦ ଟଙ୍କା । ଏହାକୁ ବ୍ୟବହାର କରି ଜଣେ ଲୋକ ଦିନକୁ ୦.୨୦ ଏକର ଜମିରେ ଧାନ ରୋଇବା କାମ ସମ୍ପାଦନ କରିପାରିଥାଏ । ଘାସବଛା ଯନ୍ତ୍ର ଆମ ଚାଷୀ ଭାଈମାନେ ସାଧାରଣତଃ ଜମିରୁ ଘାସ ତଥା ଅନାବନା ବାଳୁଙ୍ଗା ବାଛିବା କାମ ହାତରେ କରିଥାଆନ୍ତି । ଏହା ସମୟ ସାପେକ୍ଷ । କିନ୍ତୁ ଆଜିକାଲି ଧାଡ଼ିରେ ବୁଣା ହୋଇଥିବା ଧାନ ଫସଲରୁ ଘାସ ବାଛିବା ପାଇଁ ଉନ୍ନତ ଧରଣର ଯନ୍ତ୍ର ବାହାରିଲାଣି । ସେଗୁଡ଼ିକ ହେଲା ରେକ୍ ଉଇଡର୍, କୋନ ଉଇଡର, ଜାପାନିଜ୍, ଉଇଡର୍ ଇତ୍ୟାଦି । ଏ ସବୁ ଯନ୍ତ୍ରକୁ ଚାଷୀ ସହଜରେ ବ୍ୟବହାର କରି ପାରିଥାଏ । ରେଡ଼୍ ଉଇଜର :- ଧାଡ଼ିରେ ବୁଣା ଯାଇଥିବା ଧାନ ଫସଲରୁ ଘାସ ବାଛିବା ପାଇଁ ଏହା ଏକ ଉପଯୋଗୀ ଯନ୍ତ୍ର । ଜଣେ ଲୋକ ଏହାଦ୍ଵାରା ଦିନକୁ ୨୫ ଡେସିମିଲ୍ ଜମିରୁ ଘାସ ବାଛିପାରେ । ଏହାର ଓଜନ ପ୍ରାୟ ୧ କି.ଗ୍ରା. । ଏହାର ଦାମ୍ କାଠ ବେଣ୍ଟ ସହିତ ୭୫ ଟଙ୍କା । ଲମ୍ବା ବେଣ୍ଟ ଲାଗିଥିବାରୁ ଏହାକୁ ସହଜରେ ବ୍ୟବହାର କରାଯାଇପାରେ । କୋନୋ ଉଇଜର – ଧାନ ଫସଲରୁ ଘାସ ବାଛିବା ପାଇଁ ଏହା ମଧ୍ୟ ଏକ ଉତ୍କୃଷ୍ଣ ଯନ୍ତ୍ର । ଜଣେ ଲୋକ ଏହାର ହାଣ୍ଡାଲ୍କୁ ଧରି ଆଗପଛ କରି ଖୁବ୍ ସହଜରେ ଚଲାଇପାରେ । ଆଗରେ ଥିବା ଫୋଟଟି ଯନ୍ତ୍ରଟିକୁ ପାଣି ଓ କାଦୁଆ ଉପରେ ଭସାଇ ରଖିବାର ସାହାଯ୍ୟ କରେ । ଫ୍ଲୋଟ୍ ପଛରେ ଥିବା ଷ୍ଟାର୍ ହୁଇଲ୍ଟି ଯନ୍ତ୍ରଟିକୁ ସନ୍ତୁଳିତ ରଖିଥାଏ ଏବଂ ସିଧା ଚାଲିବାରେ ସାହାଯ୍ୟ କରେ । ଆଗପଛ ହୋଇ ରହିଅବା ଦୁଇଟି କୋନ୍ ଘାସଗୁଡ଼ିକୁ କାଟି କାଦୁଅରେ ପୋତି ଦେଇଥାଏ । ଦିନକୁ ପ୍ରାୟ ୦.୩ ଏକର ଜମିରୁ ଘାସ ବଛାଯାଇପାରେ । ଶ୍ରୀ ପଦ୍ଧତିରେ କରାଯାଉଥିବା ଧାନଚାଷ ପାଇଁ ଏହା ବିଶେଷ ଉପଯୋଗୀ। ଜାପାନିଜ୍ ଉଇଜର - ଧାନ ଫସଲ ହୋଇଥିବା କାଦୁଆ ଜମିରେ ଘାସ ନଷ୍ଟ କରିବା ପାଇଁ ଏହା ଏକ ଦରକାରୀ ଯନ୍ତ୍ର । ଏହି ଯନ୍ତ୍ର ସମ୍ମୁଖରେ ମଧ୍ୟ ଗୋଟିଏ ଫ୍ଲୋଟ୍ ଥାଏ ଯାହା ଯନ୍ତ୍ରକୁ ପାଣି ଓ କାଦୁଅରେ ଭସାଇ ରଖିଥାଏ । ଏଥିରେ ଅବା ଘୂର୍ଣ୍ଣାୟମାନ ଚକର ଦାନ୍ତି ଘାସକୁ କାଟିଥାଏ ଓ ପରେ କାଦୁଆ ମଧ୍ୟରେ ପୋତିଥାଏ ।ଘାସ କାଦୁଆ ଭିତରେ ପୋତି ହୋଇ ଜମିର ଉର୍ବରତା ଶକ୍ତି ବଢ଼ାଇଥାଏ ।ଦିନକୁ ଜଣେ ଲୋକ ପ୍ରାୟ ୦.୨୫ ଏକର ଜମିରୁ ଘାସ ବାଛିଥାଏ । ଏହାର ଦାମ୍ ପ୍ରାୟ ୪୦୦ ଟଙ୍କା I ହସ୍ତଚାଳିତ ଔଷଧ ସିଞ୍ଚନ ଯନ୍ତ୍ର (ନାପ୍ସାଜ୍ ସ୍ରୋସ୍କାର୍) ରୋଗ ଜୀବାଣୁ ତଥା ଅନିଷ୍ଟକାରୀ ପୋକମାନଙ୍କ ଦାଉରୁ ଧାନ ଫସଲକୁ ରକ୍ଷା କରିବା ପାଇଁ କିଆରୀରେ ଆବଶ୍ୟକ ମୁତାବକ ଔଷଧ ପ୍ରୟୋଗ କରିବା ନିହାତି ଦରକାର । ବିଭିନ୍ନ ପ୍ରକାରର ସ୍ରୋୟାର ଏଥିପାଇଁ ବ୍ୟବହୃତ ହୋଇଥାଏ । ହସ୍ତଚାଳିତ ନାପସାକ୍ ସ୍ପ୍ରେୟାର ଧାନଚାଷ ପାଇଁ ଏକ ଉପଯୋଗୀ ଔଷଧ ସିଞ୍ଚନ ଯନ୍ତ୍ର । ଏହି ଯନ୍ତ୍ରର ଟାଙ୍କିର କ୍ଷମତା ୧୦- ୧୫ ଲିଟର ପର୍ଯ୍ୟନ୍ତ ହୋଇଥାଏ । ଔଷଧ ପକାଇବା ପାଇଁ ଟାଙ୍କିର ଅଧା ପର୍ଯ୍ୟନ୍ତ ଔଷଧ ଓ ଜଳର ମିଶ୍ରଣ। ଭର୍ତ୍ତି କରିବା ଉଚିତ୍ । ପବନର ଅନୁକୂଳ ଦିଗରେ ସର୍ବଦା ସ୍ପ୍ରେ କରିବା ଉଚିତ୍ । ଜଣେ ଲୋକ ଦୁଇଘଣ୍ଟାରେ ଏକ ଏକର ଜମିରେ ଔଷଧ ସିଞ୍ଚନ କରିପାରିଥାଏ । ଏହାର ଦାମ୍ ପ୍ରାୟ ୧୫୦୦ ଟଙ୍କା । ସ୍ଵୟଂଚାଳିତ ଧାନକଟା ଯନ୍ତ୍ର ସବୁ କିସମର ଠିଆ ହୋଇଥିବା ଢୁଆ ଧାନ କାଟିବା ପାଇଁ ଏହା ଏକ ଉତ୍କୃଷ୍ଣ ସ୍ଵୟଂଚାଳିତ ଯନ୍ତ୍ର । ଏହା ୩.୫ ଅଶ୍ଵଶକ୍ତି ବିଶିଷ୍ଟ ପେଟ୍ରୋଲ୍ ଷ୍ଟାର୍ଚ କିରୋସିନ୍ ଇଞ୍ଜିନ୍ ଦ୍ଵାରା ଚାଲେ । ଏକ ସମୟରେ ୧ ମି., ୨୦ ସେ.ମି. ଚଉଡ଼ାର ଧାନ କାଟିକାଟି ଟାଏ ଏବଂ କଟା ଧାନ ଗଛ ଗୁଡ଼ିକୁ ଧାଡ଼ି କରି ଡାହାଣ ପାଖରେ ମଶିଣା ପରି ପକାଯାଏ । ସାଧାରଣତଃ ଭୂମି ଉପରୁ ୯ ସେ.ମି. ଧାନ ମୂଳି ରଖି କାଟିପାରେ । ଧାନ ମୂଳିର ଉଚ୍ଚତା ଇଚ୍ଛା ଅନୁସାରେ କମ୍ ବେଶୀ କରିହୁଏ । ଦରକାର ଅନୁଯାୟୀ ୯.୫ ସେ.ମି.ରୁ ୩୦ ସେ.ମି. ମୂଳି ରଖି ଧାନ କାଟିହୁଏ । ଏହା ଘଣ୍ଟାକୁ ୦.୫ ଏକର ଜମିରୁ ଧାନ କାଟିପାରେ । ଏହି ଯନ୍ତ୍ର ମୂଲ୍ୟ ହାରାହାରି ୭୫ ହଜାର ଟଙ୍କା । ପଦ ଚାଳିତ ଧାନ ଅମଳ ଯନ୍ତ୍ର ଧାନ ହଳାରୁ ଧାନ ଅମଳ କରିବା ପାଇଁ ଏହା ଏକ ଉପଯୋଗୀ ଯନ୍ତ୍ର ଅଟେ । ଜଣେ ଲୋକ ଏହାର ପେଡାଲ୍ କୁ ପାଦରେ ଚଳାଇଥାଏ ଓ ଧାନ ବିଡ଼ା ଆଗକୁ ଘୁରୁଥିବା ଭ୍ରମରେ ଦେଖାଇଥାଏ ଏବଂ ଅନ୍ୟ ଜଣେ ଲୋକ ଧାନ ବିଡ଼ା ବଢ଼ାଇବାରେ ସାହାଯ୍ୟ କରେ । ଧାନ ଅମଳ ପରେ ନଡ଼ାକୁ ଚାଷୀ ସହଜରେ ବ୍ୟବହାର କରିଥାଏ । ଏହି ଯନ୍ତ୍ର ସାହାଯ୍ୟରେ ଦିନକୁ ୨.୫ କ୍ଵିଣ୍ଟାଲ ଧାନ ଅମଳ କରି ହୁଏ । ଏହାର ଆନୁମାନିକ ମୁଲ୍ୟ ୩୩୦୦ ଟଙ୍କା । ହସ୍ତଚାଳିତ ଧାନ ଉଡ଼ାଇବା ଯନ୍ତ୍ର ଏହି ଯନ୍ତ୍ର ସାହାଯ୍ୟରେ ଖୁବ୍ ସହଜରେ ଓ ସୁବିଧାରେ ଧାନ ଉଡ଼ାଇବା କାର୍ଯ୍ୟ ସମ୍ପାଦନ ହୋଇପାର। ଜଣେ ଲୋକ ଏହାର ହ୍ୟାଣ୍ଡେଲ୍ ଦ୍ଵାରା ପଙ୍ଖାକୁ ଘୁରାଇଥାଏ ଏବଂ ଅନ୍ୟ ଜଣେ ଲୋକ ପଙ୍ଖା ସାମନାରେ କୁଲାରୁ ଧାନ ଆସ୍ତେ ଆସ୍ତେ ପକାଇଥାଏ । ପଙ୍ଖାର ପବନରେ ଧାନରୁ ଅଗାଡ଼ି ଅଲଗା ହୋଇଥାଏ । ଏହା ସାହାଯ୍ୟରେ ଦିନକୁ ହାରାହାରି ୨୦ କ୍ଵିଣ୍ଟାଲ ଧାନ ଉଡ଼ାଇ ସଫା କରାଯାଇ ପାରେ । ପବନ ବହୁ ନ ଥିବା ସମୟରେ ଏହା ଉପଯୋଗୀ ଅଟେ । ଏହାର ଆନୁମାନିକ ମୁଲ୍ୟ ୨୧୦୦ ଟଙ୍କା ଅଟେ। ପାୱାରଟିଲଡ୍ ଚାଳିତ ଏକ୍ସିଆଲ୍ ଫ୍ଲୋ ଶସ୍ୟ ଅମଳ ଯନ୍ତ୍ର ଏହା ପାୱାର ଟିଲତ୍ ପୁଲିରୁ ବେଲ୍ଟ ସାହାଯ୍ୟରେ ଚଳାଯାଇପାରେ । ଏହା ଏକ ଘଣ୍ଟାରେ ପ୍ରାୟ ୩.୫ କ୍ଵିଣ୍ଟାଲ ମୁଳ ବାଡ଼ିଆ ଧାନ ଏବଂ ୬ କ୍ଵିଣ୍ଟାଲ ଅଗକଟା ଧାନ ଅମଳ କରିପାରେ । ଏହାର ଆନୁମାନିକ ମୂଲ୍ୟ ୬୩୦୦୦ ଟଙ୍କା ଅଟେ । ଏହାକୁ ଚଳାଇବା ପୂର୍ବରୁ ସମସ୍ତ ନଟ୍ ବୋଲ୍ ଓ ପୁଲି ଆଦିକୁ ଟାଇଟ୍ କରିନେବା ଆବଶ୍ୟକ । ଏହାକୁ ଚଳାଇବା ବେଳେ ଡ଼ିଲା ବସ୍ତ୍ର ପିନ୍ଧିବା ଅନୁଚିତ୍ । ପ୍ରେସର ମଧ୍ୟକୁ ଧାନ ହଳା ପୁରାଇବା ବେଳେ ହ୍ରପର୍ ଭିତରକୁ ହାତ ପୁରାଇବା ଅନୁଚିତ୍ । ଧୂଳି ଓ ନଡ଼ା ଗୁଣ୍ଡରୁ ରକ୍ଷା ପାଇବା ପାଇଁ ମୁଖା ବ୍ୟବହାର କରିବା ଉଚିତ୍ । ଟ୍ରାକ୍ଟରଚାଳିତ ଏକ୍ରିଆଲ୍ ଫ୍ଲୋ ଶସ୍ୟ ଅମଳ ଯନ୍ତ୍ର ଏହି ଯନ୍ତ୍ର ୨୫ ବା ତଦୁର୍ଦ୍ଧ୍ଵ ଅଶ୍ଵଶକ୍ତି ବିଶିଷ୍ଟ ଟ୍ରାକ୍ଟର ପିଟିଓ ଦ୍ଵାରା ଚାଲେ । ଧାନ ହଳା ଗୁଡ଼ିକୁ ଯନ୍ତ୍ରଟିର ହୋପର୍ରେ ଭର୍ତ୍ତିକଲେ ସମ୍ପୁର୍ଣ୍ଣ ପରିଷ୍କାର ହୋଇ ଗୋଟିଏ ପଟେ ବାହାରେ ଓ ଅଳିଆ, ନଡ଼ା ଅନ୍ୟପଟେ ବାହାରି ଆସେ । ଏହାଦ୍ଵାରା ଦିନକୁ ୯୫ ରୁ ୧୨୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଶସ୍ୟ ଅମଳ କରିହୁଏ। ଏହାର ଆନୁମାନିକ ମୂଲ୍ୟ ୮୫,୦୦୦ ରୁ ୯୩୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏହି ଯନ୍ତ୍ର ଚଳାଇବା ସମୟରେ ମୁହଁରେ ମୁଖା ଲଗାଇବା ଉଚିତ୍ । ଏତଦ୍ ବ୍ୟତୀତ ଡ଼ିଲା ଲୁଗା କିମ୍ବା ଶାଢ଼ୀ ପିନ୍ଧି କାର୍ଯ୍ୟ କରିବା ଅନୁଚିତ୍ । ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ଉପାଦେୟ ସୂଚନା ଯନ୍ତ୍ରପାତିଗୁଡ଼ିକ ଓଡ଼ିଶା ସରକାର କୃଷି ବିଭାଗର କୃଷି ଯନ୍ତ୍ରପାତି ଉତ୍ପାଦନ କାରଖାନାରେ ମିଳିପାରିବ । ଏହି ଯନ୍ତ୍ରପାତି ଗୁଡ଼ିକ ମଧ୍ୟ ରାଜ୍ୟର ସମସ୍ତ ବ୍ଲକ୍ ହେଡ୍ କ୍ଵାଟରରେ ଅବା କୃଷି ବିଭାଗ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ । ସମସ୍ତ କୃଷି ଯନ୍ତ୍ରପାତି ଗୁଡ଼ିକ ଉପରେ ବର୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ଶତକଡ଼ା ୫୦ ଭାଗ ପର୍ଯ୍ୟନ୍ତ ଏବଂ ବଳଦଚାଳିତ ଓ ମନୁଷ୍ୟଚାଳିତ ଯନ୍ତ୍ରପାତି ଉପରେ ସର୍ବୋଚ୍ଚ ୪୦୦୦ ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଚିହାତି ବ୍ୟବସ୍ଥା ଅଛି । ଜିଲ୍ଲା କୃଷି ସହାୟକ କେନ୍ଦ୍ର ଜରିଆରେ ଟ୍ରାକ୍ଟର, ପାୱାର ଟିଲବ୍ଧ ଓ ସ୍ଵୟଂଚାଳିତ ଧାନକଟା ଯନ୍ତ୍ର କିଣିଲେ ଯଥାକ୍ରମେ ୯୦ହଜାର, ୬୦ ହଜାର ଓ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଚିହାତି ମିଳିବାର ବ୍ୟବସ୍ଥା ଅଛି । କୃଷି ଯନ୍ତ୍ରପାତି ଗୁଡ଼ିକ ଉପରେ ଅଧିକ ତଥ୍ୟ ଜାଣିବାକୁ ହେଲେ ବିଭାଗୀୟ ମୁଖ୍ୟ, କୃଷି ଯନ୍ତ୍ରପାତି ବିଭାଗ, ଓ.ୟୁ.ଏ.ଟି. ଭୁବନେଶ୍ଵର-୩, ଉନ୍ନୟନ ଯନ୍ତ୍ରୀ, କୃଷି ଯନ୍ତ୍ରପାତି କାରଖାନା, ସତ୍ୟନଗର, ଭୁବନେଶ୍ଵର କିମ୍ବା ନିକଟସ୍ଥ ଜିଲ୍ଲା ସହକାରୀ କୃଷି ଯନ୍ତ୍ରି ସହିତ ଯୋଗାଯୋଗ କରନ୍ତୁ । ସଂଗୃହିତ – ମୂଳ ବିଷୟବସ୍ତୁ ଡଃ. ସତ୍ୟାନନ୍ଦ ସ୍ଵାଇଁ, ଅଧ୍ୟାକ୍ଷ (ଅବସର ପ୍ରାପ୍ତ), କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ ସଂଶୋଧିତ ବିଷୟ ବସ୍ତୁ ଡଃ. ଶରତ ଚନ୍ଦ୍ର ପ୍ରଧାନ, ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୃଷି ଯନ୍ତ୍ରପାତି ଓ ଶକ୍ତି ବିଭାଗ, କୃଷି ଯାନ୍ତ୍ରିକ, ମହାବିଦ୍ୟାଳୟ