ଅଣସୋରିଷିଆ, ଅଣସୋରିଷମ ବା ଅଜଗନ୍ଧା (କ୍ଳିଓମ ଗାଇନାଣ୍ଡ୍ରା) (ଇଂରାଜୀ: Cleome gyanandra) ଏକ ବରୁଣ (cappridaceae) କୁଳ(family)ର ଫୁଲ । ବିବିଧ ଭାରତୀୟ ପ୍ରାଦେଶିକ ନାମ ପ୍ରାଦେଶିକ ଭାଷା ନାମ ଓଡ଼ିଆ ଅଣସୋରିଷିଆ, ଅଣସୋରିଷମ ସଂସ୍କୃତ ତିଳପର୍ଣ୍ଣୀ, ପୂତିଗନ୍ଧା, ଉଗ୍ରଗନ୍ଧା, ବର୍ବରକ, ଅଜଗନ୍ଧା, ପଶୁଗନ୍ଧା ହିନ୍ଦୀ ହୁଳହୁଳ୍, ହୂର୍ହୂର, କବାଲିଆ ଅସିମୀୟା ଭୂତମୁଲ୍ଲା କନ୍ନଡ଼ ନରମ୍ବେଳେ, ସପ୍ପୁ, ନାଇତୁଲ୍ସୀ କଶ୍ମିରୀ ଗଣ୍ଡି ବୁଟୀ ଗୁଜରାଟୀ ତଲ୍ଵାନୀ, ଢେଳିତାଳବାନ ତାମିଲ ନାଳବଲ୍ଲାଇ, ନାଳ ବେଲାଇ, ସ୍ୱରୂପ, ଶ୍ଵେତପୁଷ୍ପା ପଞ୍ଜାବୀ ବୁଗ୍ରା ବଙ୍ଗଳା ହୁର୍ହୁରିଆ, ଶୁଲତେ ମାଲୟାଲମ ଅତୁନାରୀ ବେଲ, ମରାଠୀ-ତିଲ୍ଵଣ, ଭାତବାନ, ମାବ୍ଲି, ତିଲ୍ଵନ୍ତ ବିଶେଷତ୍ତ୍ଵ ଏହା ଦୁଇପ୍ରକାର 'ଶ୍ଵେତ'ପୁଷ୍ପା ଓ 'ପୀତ'ପୁଷ୍ପା | ଶ୍ଵେତପୁଷ୍ପା ଏହା କିଞ୍ଚିତ ଦୁର୍ଗନ୍ଧି ଯୁକ୍ତ କ୍ଷୁପ/ଗୁଳ୍ମ ଉଚ୍ଚତା: ୧-୩ ଫୁଟ ପତ୍ର: ପଞ୍ଚାଙ୍ଗୁଳି ସ୍ୱରୂପ,ଦୀର୍ଘବୃନ୍ତ ଯୁକ୍ତ ପତ୍ର ଯେଉଁଥିରେ ପାଞ୍ଚ, ଅବୃନ୍ତ, ବିସମାକାର, ଅଭିନଟୁଆକାର, ରୋମସ ପତ୍ରକ ଥାଏ l ପୁଷ୍ପ: ଶ୍ଵେତ ବର୍ଣ୍ଣର ମଞ୍ଜରି ସହିତ ବାଇଗଣି ରଙ୍ଗର ପରାଗ ଥାଏ l ବର୍ଷା ରୂତୁରେ ପୁଷ୍ପ ଦେଖାଯାଏ l କୋଣପୁଷ୍ପକ-ତ୍ରିପତ୍ରକ ଅଟେ l ଫଳ: ଲମ୍ବ ଗୋଳାକୃତି ,ଦୀର୍ଘବୃନ୍ତ l ବୀଜ: ରାଶି ସଦୃଶ l ପୀତପୁଷ୍ପl ଉଚ୍ଚତା: ୧-୩ ଫୁଟ ରୋମସ, ଗ୍ରନ୍ଥିଯୁକ୍ତ, ତ୍ରିପତ୍ରୀୟ l ପତ୍ର: ୩-୫ ପତ୍ରକ l ପତ୍ରକ: ନଟୁଆକାର, ଅଣନଟୁଆକାର ପୁଷ୍ପ: ଲମ୍ବ ମଞ୍ଜରି ରେ ପିତ, ହଳଦିଆ ବର୍ଣ୍ଣଯୁକ୍ତ ପୁଷ୍ପ ଥାଏl ଫଳ: ୨-୩ ଇଞ୍ଚ ଲମ୍ବା, ଧାରଯୁକ୍ତ, ଗ୍ରନ୍ଥିଯୁକ୍ତ ରୋମସ ଅଗ୍ରଭାଗରେ ପତଳା ହୋଇଥାଏ l ବୀଜ: ରାଶି ସମାନ, ପାଉଁସିଆ କିମ୍ବା କଳା ବର୍ଣ୍ଣ l ଉତ୍ପତ୍ତିସ୍ଥାନ ଅଣସୋରିଷିଆ ଏହା ସମସ୍ତ ଭାରତବର୍ଷର ଉଷ୍ଣ ପ୍ରଦେଶ ଗୁଡିକରେ ବହୁତାୟାତ ପରିମାଣରେ ଅନାବନା ଭାବରେ ହୋଇଥାଏ l ସମଗ୍ର ପୃଥିବୀର ପ୍ରାୟତଃ ସମସ୍ତ ଦେଶ ମହାଦେଶରେ ଦେଖିବାକୁ ମିଳେ ଯଥା-ଆମେରିକା, ଆଫ୍ରିକା, ଇଉରୋପ ଆଦି ପ୍ରମୁଖ ମହାଦେଶ ଗୁଡିକରେ ବହୁଳ ଭାବେ ଦେଖା ଯାଏ l ରାସାୟନିକ ତତ୍ତ୍ଵ ଶ୍ଵେତ ପୁଷ୍ପାର ବୀଜରେ ୨୨% ହାଲୁକା ରଙ୍ଗର ଏକ ସ୍ଥିର ତୈଳ ଥାଏ, ଏଥିରେ କ୍ଳେଓମିନ(Cleomine) ନାମକ ତତ୍ତ୍ଵ ଥାଏ l ପିତପୁଷ୍ପା ପ୍ରଜାତିରେ ୩୬.୬% ସ୍ଥିର ତୈଳ ତଥା ଭିସ୍କୋସୀନ (Viscosin) ତତ୍ତ୍ଵ ଥାଏ l ଏହାଛଡା କlରୋଟିନୋଇଡ, କାର୍ଡିଆକ ଗ୍ଲାୟକୋସାଇଡ଼, ସିଆନୋଜେନିକ ଗ୍ଲାୟକୋସାଇଡ଼, ଫ୍ଲାଭୋନୋଇଡ, ଟ୍ରାଇଟେର୍ପିନ, ଟାନୀନ ଇତ୍ୟାଦି ଉଦ୍ଭିଦୀୟ ରାସାୟନିକ ତତ୍ତ୍ଵ ଥାଏ l ଖଣିଜ ଲବଣ ତତ୍ତ୍ଵ: ପୋଟାସିୟମ, ମାଗ୍ନେସିଅମ, କାଲ୍ସିଅମ, ସୋଡିଅମ, ଫସଫରସ, ଆଇରନ, ଜିଙ୍କ, କପର l ସ୍ନେହାମ୍ଳ (Fatty acids): ପାଳ୍ମିଟିକ, ପଲ୍ମିଟୋଲେଇକ ଏସିଡ଼, ଷ୍ଟିଆରିକ ଏସିଡ଼, ଓଲେଇକ ଏସିଡ଼, ଆରାଚିଡେଇକ ଏସିଡ଼, ଏଇକୋଷାନୋଇକ ଏସିଡ଼| ଆମିନୋଅମ୍ଳ (Amino acids): ଆର୍ଗିନାଇନ, ଗ୍ଳୁଟାମାଇନ, ଆସ୍ପାର୍ଟିକ, ଗ୍ଳାଇସିନ, ଲିଉସିନ, ଭାଲାଇନ, ପ୍ରୋଲାଇନ, ଫିନାଇଲାଲାଇନ, ଆଇସୋଲିଉସିନ, ଥ୍ରେଓନାଇନ, ଆଲାନାଇନ, ସେରାଇନ, ଲାଇସିନ, ଟ୍ରାୟୋସାଇନ, ହିସ୍ତିଦlଇନ। ବ୍ୟବହାର ପୃଥିବୀ ସାରା ଏହାର ବ୍ୟବହାର ବିଭିନ୍ନ ଉଦ୍ଦେଶ୍ୟରେ ହୋଇ ଥାଏ l ଆଫ୍ରିକୀୟ ଦେଶଗୁଡିକରେ ଏହାର ବ୍ୟବହାର ଏକ ଶାକ ବ୍ୟଞ୍ଜନ ରୂପେ ହୋଇଥାଏ। ଭାରତରେ ଏହାର ବ୍ୟବହାର ଏକ ଶାଗ ହିସାବରେ ଏବଂ ଔଷଧ ରୂପେ ହୋଇଥାଏ l ଓଡ଼ିଶାରେ ଏହାକୁ ଶାଗ ଭାବରେ ଏବଂ ପେଟ ରୋଗରେ ବ୍ୟବହାର କରାଯାଇଥାଏ l ଥାଇଲାଣ୍ଡରେ ଏହାକୁ ସୁରାସାର କିଣ୍ବନ(fermentation) କରି ପାକ-ସିୟାଙ୍ଗ-ଡଙ୍ଗ ନାମକ ଏକ ସ୍ୱାସ୍ଥ୍ୟକାରି ପାନୀୟରେ ବ୍ୟବହାର କରାଯାଇଥାଏ (FAO 1990) । କେନିୟା ର ଅଧିବାସୀ ମାନେ ଏହି ଗୁଳ୍ମ ପ୍ରସ୍ତୁତ ଖାଦ୍ୟ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ସ୍ତ୍ରୀ ଲୋକଙ୍କୁ ସେବନ କରାଇଥାନ୍ତି |ପତ୍ରର କ୍ଵାଥ ସ୍କର୍ଭି ଓ ପାଟିଚିରା, ତୁଣ୍ଡ ଘା ଆଦି ରୋଗରେ ବ୍ୟବହାର କରିଥାନ୍ତି l ଅନେକ ପ୍ରାନ୍ତରେ ଏଥିରେ ପ୍ରଚୁର ପୋଷକ ତତ୍ତ୍ଵ ରହିଥିବାରୁ ଏହାକୁ ମାରାସ୍ମସ(marasmus) ବ୍ୟାଧିରେ ପ୍ରୟୋଗ କରାଯାଇ ଥାଏ l ଫିଲିପିନ୍ସ ଦେଶରେ ଏହି ଗୁଳ୍ମର ଆଦର ପ୍ରଚୁର l ଏହାକୁ ପୃଷ୍ଟିସାର ଓ ଖଣିଜ ତତ୍ତ୍ଵର ରେ ଭରା ଏକ ଖାଦ୍ୟ ହିସାବରେ ବ୍ୟବହାର କରାଯାଇଥାଏ । ତାଇୱାନରେ ଏହାକୁ ଫିରଙ୍ଗ(syphilis), ଉପଦଂଶ(Gonorrhoea), ବିଷମଜ୍ଵର(Malaria) ଆଦି ରୋଗରେ ବ୍ୟବହାର କରାଯାଏ । ଭାରତରେ ଏହାକୁ ଅପସ୍ମାର, ମସ୍ତିଷ୍କ ରୋଗର ସଫଳ ଚିକିତ୍ସା ପାଈଁ ବ୍ୟବହାର କରାଯାଏ l ଚିକିତ୍ସା ବିଜ୍ଞାନରେ ବ୍ୟବହାର ବୈଜ୍ଞାନିକ ଶୋଧ ଅନୁସାରେ ଏହି ଗୁଳ୍ମରେ ରହିଛି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପାଦାନ | ନୂତନ ଗବେଷଣା ଅନୁସାରେ ଏହାର କର୍କଟ ରୋଗ ଆରୋଗ୍ୟକାରୀ ତତ୍ତ୍ଵ ରହିଛି । ଅଣସୋରିଷିଆ ଗୁଳ୍ମରେ ରହିଛି ଶୋଥ ଓ ବେଦନା ନାଶକ ତତ୍ତ୍ଵ ଯାହାକି ଆଣ୍ଠୁଗଣ୍ଠି ବାତରୋଗକୁ ଉପଶମ କରିପାରେ | ତା'ଛଡା ଏହାର ଯଥେଷ୍ଟ ଜାରଣବିରୋଧୀ (Antioxidant) ସାମର୍ଥ୍ୟ ରହିଛି l ଆୟୁର୍ବେଦୀୟ ଶାସ୍ତ୍ର ମତାନୁସାରେ ଔଷଧୀୟ ବ୍ୟବହାର ଗୁଣ ରସ କଟୁ ଗୁଣ ତିକ୍ଷ୍ଣ ବୀର୍ଯ୍ୟ ତିକ୍ଷ୍ଣ ବୀର୍ଯ୍ୟ ଉଷ୍ଣ ବିପାକ ଟୁ ଏହାକୁ ଆୟୁର୍ବେଦ ଚିକତ୍ସା ବିଜ୍ଞାନରେ ଏକ ବହୁ ଉପଯୋଗୀ ଔଷଧୀୟ ଗୁଳ୍ମ ହିସାବରେ ବ୍ୟବହାର କରାଯାଏ । କର୍ମ: ଦୀପନ, ପାଚନ, ଉଦରଶୂଳ, ଅଗ୍ନିମାନ୍ଦ୍ୟ, କୃମିହର, ବେଦନାହର, କର୍ଣ୍ଣପୀଡ଼ାହର, ହୃଦ୍ୟ, ବାତହର, ଗୁଳ୍ମହର । ଆଧାର : THE AYURVEDIC PHARMACOPOEIA OF INDIA