ଉପକ୍ରମ ଆଖୁ ଏକ ଅର୍ଥକାରୀ ଫସଲ । ଓଡିଶାରେ ଆଖୁଚାଷ ପାଇଁ ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ଏକର ପ୍ରତି ଅମଳ ଅନ୍ୟାନ୍ୟ ପଦେଶ ତୁଳନାରେ ଯଥେଷ୍ଟ କମ । ଅଧିକ ଉତ୍ପାଦନ ପାଇଁ ଉନ୍ନତ ବିହନ ବ୍ୟବହାର , ସୁଷମ ସାର ପ୍ରୟୋଗ ଓ ଉପଯୁକ୍ତ ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଏକାନ୍ତ ଆବଶ୍ୟକ । ଜମି ପ୍ରସ୍ତୁତି : ନିଗିଡା ଦୋରସା ବା ମତାଳ ମାଟିରେ ଆଖୁ ଚାଷ ଭଲ ହୁଏ । ସନ୍ତସନ୍ତିଆ ମାଟିରେ ଆଖୁ ଲଗାଇବା ଭଲ ନୁହେଁ । ମାଟିକୁ ଗୁଣ୍ଡ କରି ଦିଅନ୍ତୁ । ପ୍ରାୟ ୮/୧୦ଥର ହଲ ଓ ମାଈ ଦେଇ ଜମିକୁ ସମତୁଲ କରି ଅନାବନା ଘାସ ଓ ପୂର୍ବ ଫସଲ ମୂଳ ବାଛି ଦିଅନ୍ତୁ । ଶେଷ ଓଡ ଚାଷ ପୂର୍ବରୁ ହେକ୍ଟର ପ୍ରତି ୧୦ ଟନ ସଢା ଗୋବର କ୍ଷତ ବା କପୋଷ୍ଟ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଟ୍ରେଞ୍ଚ ପ୍ରଣାଳୀରେ ଆଖୁ ଲଗାଇବା ହେଲେ ଜମି ହଲ ନ କରି ୭୫ରୁ ୯୦ ସେମି (୨-୩ ଫୁଟ) ବ୍ୟବଧାନରେ ୨୫ ସେମି ଚଉଡାରେ ୩୦ ସେମି ପର୍ଯ୍ୟନ୍ତ ଖୋଲି ଆଉ ୧୦ ସେମି ପର୍ଯ୍ୟନ୍ତ ମାଟି ହାଲୁକା କରି ଦିଅନ୍ତୁ । ଟ୍ରେଞ୍ଚ ଖୋଳି କିଛିଦିନ ଖରା ଖାଇବାକୁ ଛାଡି ଦିଅନ୍ତୁ । ଦଶ ମାସ ମଧ୍ୟରେ ଅମଳ ହେଉଥିବା ସଅଳ ଆଖୁ ପାଇଁ ଧାଡିକୁ ଧାଡି ବ୍ୟବଧାନ ୭୫ ସେମି ରଖନ୍ତୁ । ବିହନ ସଅଳ କିସମ - ସି ଓ ୭୫୦୮,୮୭ –ଏ୨୯୮ (ବିଶ୍ଵାମିତ୍ର),୬୮୦୬,୮୫୦୦୪,୮୭୨୬୩ (ସରଜୁ) ଓ ୯୯୭ ଆଦି ଉଚ୍ଚ ଜମିରେ ହୁଏ । ଏହା ୧୦ ରୁ ୧୧ ମାସରେ ଅମଳ ହୁଏ । ଏହା ୧୦ ରୁ ୧୧ ମାସରେ ଅମଳ ହୁଏ । ମଝିଆଳି କିସମ :- ସି.ଓ ୬୩୦୪,୭୧୧୯,୭୮୦୫,୮୦୧୪,୮୩୭୧,୮୬୦୩୨,(ନୟନା)ଏବଂ ସି ଓ –ଏ ୮୯୦୮୫ । ଏହା ୧୧ ରୁ ୧୨ ମାସ ମଧ୍ୟରେ ଅମଳ ହୁଏ । ବିଳମ୍ବ କିସମ :- ସି.ଓ ୪୧୯,୭୪୦ ଓ ୬୨୧୭୫ । ଏହା ୧୨-୧୪ ମାସ ମଧ୍ୟରେ ଅମଳ କରାଯାଏ । ଆଖୁର ଉପର ଏକ ତୃତୀୟାଂଶ ବିହନ ପାଇଁ ଉପଯୁକ୍ତ । ଏକ ହେକ୍ଟର ଆଖୁ ଲଗାଇବା ପାଇଁ ୩ ଗୁଣ୍ଠିଆ ୪୦,୦୦୦ କିମ୍ବା ୨ ଗୁଣ୍ଠିଆ ୬୦,୦୦୦ ଖଣ୍ଡ ଗୁଲା ଦରକାର ହୁଏ । ହେକ୍ଟର ପ୍ରତି ପ୍ରାୟ ୭୫ ରୁ ୧୦୦ କ୍ଵିଣ୍ଟାଲ ଆଖୁ ବିହନ ଦରକାର ପଡିଥାଏ । ରୋଗ ପୋକ ଆକ୍ରାନ୍ତ ଓ ଓ ଆଖି ଖରାପ ଥିବା ଆଖୁ, ବିହନ ପାଇଁ ବ୍ୟବହାର କରନ୍ତୁ ନାହିଁ । ବିହନ ବିଶୋଧନ : ୫୦୦ ଗ୍ରାମ ଚୂନ ୨୦୦ ଲିଟର ପାଣିରେ ମିଶାଇ ୧୨-୧୪ ଘଣ୍ଟା ଆଖୁ ଖଣ୍ଡ ବୁଡାଇ ଋ ଲଗାଇଲେ ଆଖୁ ଶୀଘ୍ର ବଢେ । ଆଖୁର ନାଲି ସଢା ରୋଗ ଓ କଳାଛାଟ ରୋଗ ନିରାକରଣ ପାଇଁ ୧୦୦ ଲିଟର ପାଣି ରେ ୧୫୦ ଗ୍ରାମ ୟାମାଟୋ,୨୦୦ ମିଲି ହିବିକି ଏବଂ ୧ କିଗ୍ରା ୟୁରିଆ ମିଶାଇ ଔଷଧ ପାଣି ତିଆରି କରନ୍ତୁ । ଆଖୁ ଗଲାଗୁଡିକ ଔଷଧ ପାଣିରେ ୧୫ ମିନିଟ ବୁଡାଇବା ପରେ ଲଗାନ୍ତୁ । ଲଗାଇବା ସମୟ : ଅକ୍ଟୋବର ଠାରୁ ମାଛ ମାସ ମଧ୍ୟରେ ଆଖୁ ଲଗାନ୍ତୁ । ଅକ୍ଟୋବର ନଭେମ୍ବର ମାସରୁ ଫେବୃୟାରି ମାସ ମଧ୍ୟରେ ଆଖୁ ଲଗାଇଲେ ଅଧିକ ଅମଳ ହୁଏ । ଲଗାଇବା ପ୍ରଣାଳୀ : ୭୫-୯୦ ସେମି ବ୍ୟବଧାନରେ ଟ୍ରେଞ୍ଚ ବା ନାଳୀ କାଟନ୍ତୁ । ନାଳୀରେ ହେକ୍ଟରକୁ ୨୫ କିଗ୍ରା କ୍ଲୋରପାଇରିଫଶ ଗୁଣ୍ଡ କିମ୍ବା ୫୦୦ ଲିଟର ପାଣିରେ ୨ ଲିଟର ଲିଣ୍ଡେନ ମିଶାଇ ଛିଞ୍ଚନ୍ତୁ ଏବଂ ଆବଶ୍ୟକୀୟ ସମସ୍ତ ଫସଫରସ ଓ ପଟାସ ସାର ମାଟିରେ ମିଶାଇ ଦିଅନ୍ତୁ । ନାଳୀରେ ବିହନ ଗୁଡିକୁ ଏପରି ଲଗାନ୍ତୁ ଯେପରିକି ଖଣ୍ଡେ ଗୁଲାର ଶେଷ ଗଣ୍ଠି ଅନ୍ୟ ଏକ ଗୁଲାର ପ୍ରଥମ ଗଣ୍ଠି ପାଖରେ ରହିବ । ମଇଦେଇ ନାଲିରେ ମାଟି ଘୋଡାଇ ଦିଅନ୍ତୁ । ଆଖୁ ଖଣ୍ଡ ମାଟିରେ ପ୍ରାୟ ୧ ଇଞ୍ଚ ଗଭୀରରେ ରହିବା ଉଚିତ । ଏହାପରେ ହାଲୁକା ଜଳସେଚନ ଦିଅନ୍ତୁ । ଖରାରୁ ବଞ୍ଚାଇବା ପାଇଁ ଶୁଖିଲା ନଡା କିମ୍ବା ଶୁଖିଲା ପତ୍ରର ଛାଦିକାରଣ କରନ୍ତୁ । ସାର ପ୍ରୟୋଗ : ଆଖୁ ଲଗାଇବା ମାସକ ପରେ ଗଜା ଗୁଡିକ ସାର ଗ୍ରହଣ କରିଥାଆନ୍ତି । ତେଣୁ ଲଗାଇବା ସମୟରେ ବେଶି ପରିମାଣରେ ଯବକ୍ଷାରଜାନ ସାର ପ୍ରୟୋଗ କଲେ ଅଧିକାଂଶ ସାର ଫସଲ ଦ୍ଵାରା ଗ୍ରହଣ ନ ହୋଇ ନଷ୍ଟ ହୋଇଯାଏ । ଆଖୁ ଲଗାଇବା ପୂର୍ବରୁ ମାଟି ପରୀକ୍ଷା କରାନ୍ତୁ । ମାଟି ପରୀକ୍ଷା ଅନୁଯାୟୀ କ୍ଷତ ସାର ପ୍ରୟୋଗ କରନ୍ତୁ । ଏହା ହୋଇ ନ ପାରିଲେ ହେକ୍ଟର ପ୍ରତି ୧୦ ଟନ ସଢା ଗୋବର କ୍ଷତ ୧୦୦ କିଗ୍ରା ,ଫସଫରସ ଓ ୬୦ କିଗ୍ରା ପୋଟାସ ଲଗାଇବା ସମୟ ରେ ପ୍ରୟୋଗ କରନ୍ତୁ । ୨୫୦ କିଗ୍ରା , ଯବକ୍ଷାରଜାନକୁ ୩ ଥରରେ ,୩୦ ଦିନ,୬୦ ଦିନ ଓ ୯୦ ଦିନରେ କୋଢାଖୁସା କରି ପ୍ରୟୋଗ କରନ୍ତୁ । ଆଖୁ ଲଗାଇବାର ୩୦ ଦିନରେ ୨ କିଗ୍ରା, ଫସଫୋବ୍ୟାକ୍ଟର,୨ କିଗ୍ରା ଆଜୋଟୋବ୍ୟାକ୍ଟର ୨୦୦ କିଗ୍ରା , ସଢା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ । ୨ ମାସର ଫସଲରେ ପୁଣି ୨ କିଗ୍ରା ଆଜୋଟୋବ୍ୟାକ୍ଟର,୨୦୦ କିଗ୍ରା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ । ଜଳସେଚନ : ପାଣି ଅଭାବରେ ଆଖୁ ଫସଲର ଯେପରି କ୍ଷତି ହୁଏ ଅଧିକ ପାଣି ହେଲେ ମଧ୍ୟ ସେହିପରି କ୍ଷତି ହୁଏ । ବର୍ଷା ନ ହେବାପର୍ଯ୍ୟନ୍ତ ବାଲିଆ ବା ଦୋରସା ମାଟି ଏ ପ୍ରତି ୭-୧୦ ଦିନରେ ଟାରେ ପାଣି ମଡାନ୍ତୁ । ଅମଳର ୬/୮ ସପ୍ତାହ ପୂର୍ବରୁ ଶେଷ ପାଣି ଦିଅନ୍ତୁ । ଲଗାଇବାର ୪୫-୬୦ ଦିନ ମଧ୍ୟରେ ପାଣି ଦେବା ବ୍ୟବସ୍ଥା କରନ୍ତୁ । ଆଖୁ ବନ୍ଧା :- ଆଖୁ ଗଛ ସିଧା ରହିଲେ ସର୍କରା ପରିମାଣ ପ୍ରାୟ ୨୫ ଭାଗ କମିଯାଏ । ବାତ୍ୟାଞ୍ଚଳ ପାଇଁ ଗଛ ବନ୍ଧା ଏକାନ୍ତ ଆବଶ୍ୟକ । ଗଛ ଲଗାଇବାର ୪/୫ ମାସ ପରେ ୨/୩ ଥର ଆଖୁ ବାନ୍ଧନ୍ତୁ । ଫସଲ ସଂରକ୍ଷଣ ନାଲି ସଢା ରୋଗ ନ ହେବା ପାଇଁ ସି.ଓ- ୭୨୧୯,୮୩୭୧,୮୦୧୩,୮୦୧୪,୬୯୦୭,୭୬୦୭,୭୬୦୧ ଓ ୭୬୦୨ କିସମ ବିହନ ଲଗାନ୍ତୁ । ଆଖୁ ବିହନ ଲଗାଇବା ସମୟରେ ବିହନ ଉପରେ ଓ ସିଆର ଭିତରେ ଏକର ପ୍ରତି ୧୦-୧୨ କିଗ୍ରା , ସନିଜେନ କିମ୍ବା ହିବିକି ୩୦୦-୪୦୦ ମିଲିର ପ୍ରୟୋଗ କାଲେ ଉଈ , ଧବଳ ଭୁଙ୍ଗ ଓ ସଅଳ କାଣ୍ଡବିନ୍ଧା ପୋକ ଆକ୍ରମଣରୁ ରକ୍ଷା ମିଳେ । କାଟି ପୋକ ଦମନ ପାଇଁ ଇସୋଗାସି ୧୪୦ ମିଲି କିମ୍ବା ୧ ଲିଟର ମିଲି ମାଲାଥିଅନ ପ୍ରୟୋଗ କରନ୍ତୁ । ଘାସ ଦମନ : ଆଖୁ ଲଗାଇବାର ୩ ଦିନରେ ଅଟାରୀ ୭୦୦-୧୦୦୦ ଗ୍ରାମ ପ୍ରତି ଏକର ୨୦୦-୨୫୦ ଲିଟର ପାଣି ସହିତ ସିଂଚନ କରନ୍ତୁ । ଆଖୁଲଗାଇବାର ୨୫-୩୦ ଦିନ ପରେ (ଘାସର ୩-୪ ପତ୍ର ଅବସ୍ଥାରେ ) ତାନୋସୀ ୬୦୦-୧୦୦୦ ଗ୍ରାମ ପ୍ରତି ଏକର ୩୦୦-୪୦୦ ଲିଟର ପାଣି ସହିତ ସିଂଚନ କରନ୍ତୁ । । ଅମଳ :- ରସରେ ଶର୍କରା ଅଂଶ ଶତକଡା ୧୮ ଭାଗ ଥିବା ଶାସମୟରେ ଆଖୁ ଅମଳ କରନ୍ତୁ । ଅମଳ ହେବାର ୨୪ ଘଣ୍ଟା ମଧ୍ୟରେ ଚିନିକଳ ନିକଟରେ ଆଖୁ ପହଞ୍ଚାଇବା ନିତାନ୍ତ ଆବଶ୍ୟକ । ଆଖୁଚାଷ ପାଇଁ ଉପଯୋଗୀ ତଥ୍ୟ :- ଆଖୁ ପାଇଁ ମୃତ୍ତିକାର ଅମ୍ଳତା ବା ପିଏଚ ୬-୭ ମଧ୍ୟରେ ରହିବା ଦରକାର । ଆଖୁର ବର୍ଦ୍ଧନ ଅବସ୍ଥାରେ ଅଧିକ କାର୍ଯ୍ୟାଲୋକ ମିଳିଲେ ଗଛ ଦିନକୁ ୨-୫ ସେମି ବଢିଥାଏ । ଦିନ ବଡ ହେଲେ ଅଧିଳ ପିଲ ବାହାରେ । ଆଖୁ ବିହନ ଲଗାଇବାର ୫ ସପ୍ତାହରେ ଗଜା ବାହାରେ । ସାଧାରଣତଃ ୩୬ ରୁ ୧୦୦ ଦିନ ମଧ୍ୟରେ ପିଲ ବାହାରିଥାଏ । ସୁସ୍ଥ ନିରୋଗ ୬-୮ ମାସ ବୟସର ଆଖୁକୁ ବିହନ ରୂପେ ବ୍ୟବହାର କରାଯାଏ । ଆଖୁ ଗଛର ଚେର ପ୍ରାୟ ୪୫ ସେମି ଗଭୀରକୁ ବିସ୍ତାରିତ ହୁଏ । ହେକ୍ଟର ପ୍ରତି ୧୦ ଟନ କମ୍ପୋଷ୍ଟ ଖତ ଦରକାର ହୁଏ । ନାଳୀର ଦୈର୍ଘ୍ୟ ୬ ମିଟର ମଧ୍ୟରେ ସୀମିତ ରଖନ୍ତୁ ଏବଂ ପାଣି ନାଳ କରି କ୍ଷେତକୁ ପଟାଳିରେ ବିଭକ୍ତ କରନ୍ତୁ । ଫଳରେ ଜଳସେସଚନ ସୁବିଧା ହୁଏ । ଆଖୁ ଗଛର ଉପର ୧/୩ ଅଂଶ ବିହନ ପାଇଁ ଉପଯୁକ୍ତ । ନାଳିରେ ଆଖୁ ଗଜା ନ ହେଲେ , ସେ ସ୍ଥାନରେ ଖୁଞ୍ଚାଦେଇ ପୂରଣ କରନ୍ତୁ । ବିହନ ବିଶୋଧନ କରିବା ସହିତ ନାଳିର ମାଟିକୁ ବିଶୋଧନ କରନ୍ତୁ । ଦୁବ ଓ ମୁଥା ଇତ୍ୟାଦିକୁ ହାତରେ ବାଛନ୍ତୁ । ଏହା ଘାସମରା ଔଷଧରେ ମରେ ନାହିଁ । ଆଖୁ ଫସଲ ସମୁଦାୟ ୨୦୦ ସେମି ଜଳ ଆବଶ୍ୟକ କରିଥାଏ । ମାଟି ସନ୍ତସନ୍ତିଆ ହେଲେ ଅଗବିନ୍ଧା ଓ ନାଲିସଢା ରୋଗ ଦେଖାଯାଏ । ମରୁଡି ଅବସ୍ଥାରେ କାଣ୍ଡବିନ୍ଧା ପୋକ ଲାଗେ । ଅମଳ ୧୫ ଦିନ ପୂର୍ବରୁ ଜଳ ସେଚନ ବନ୍ଦ କରନ୍ତୁ । କ୍ର.ସଂଖ୍ୟା ଫସଲ ଆବଶ୍ୟକ ଉପାଦାନ ପରିମାଣ ଏନ ପି କେ ସାରର ପରିମାଣ ପ୍ରତି ଏକର ପ୍ରତି କିଲୋଗ୍ରାମ ହିସାବରେ ଇଫକୋ ଏନ.ପି. କେ ୧୦:୨୬:୨୬ ପଟାସ ୟୁରିଆ ଇଫକୋ ଡି ଏପି ୧୮:୪୬ ପଟାସ ୟୁରିଆ ଇଫକୋ ୨୦:୨୦:୧୩ ପଟାସ ୟୁରିଆ ୧ ଅଧିକ ଅମଳକ୍ଷମ ଧାନ ସହଳ ଓ ମଧ୍ୟମ କିସମ ବିଳମ୍ବ କିସମ ୨୪:୧୨:୧୨ ୩୨:୧୬:୧୬ ୪୬ ୬୨ _ -- ୪୨ ୫୬ ୨୬ ୩୫ ୨୦ ୨୭ ୪୨ ୫୬ ୬୦ ୮୦ ୨୦ ୨୭ ୨୬ ୩୫ ୨. ଦେଶୀ ଉନ୍ନତ ଧାନ ସହଳ କିସମ ବିଳମ୍ବରେ ହେବା ଧାନ ୧୬:୮:୮ ୨୦:୧୦:୧୦ ୩୦ ୩୮ - - ୨୮ ୩୫ ୧୭ ୨୨ ୧୩ ୧୭ ୨୮ ୩୫ ୪୦ ୫୦ ୧୩ ୧୭ ୧୭ ୨୨ ୩. ଅଧିକ ଅମଳ କ୍ଷମ ୩୨:୨୦:୨୦ ୭୭ - ୫୩ ୪୪ ୩୩ ୫୨ ୧୦୦ ୩୩ ୨୬ ୪. ମକା ୩୨:୧୬:୧୬ ୬୨ - ୬୫ ୩୫ ୨୭ ୫୭ ୮୦ ୨୭ ୩୫ ୫ କପା ୪୮:୨୮:୨୪ ୯୨ - ୬୫ ୫୦ ୪୦ ୮୪ ୧୨୦ ୪୦ ୫୨ ୬ ମଣ୍ଡିଆ ୧୬:୮:୮ ୩୦ - ୨୮ ୧୭ ୧୩ ୨୮ ୪୦ ୧୩ ୧୭ ୭ ଝୋଟ ୨୪:୧୨:୧୨ ୪୬ - ୪୨ ୨୬ ୨୦ ୪୨ ୬୦ ୨୦ ୨୬ ୮ ଆଖୁ ୮୦:୪୦:୪୦ ୧୫୪ - ୧୪୦ ୮୭ ୬୭ ୧୪୦ ୨୦୦ ୬୭ ୮୭ ୯ ଆଳୁ ୪୮:୨୪:୪୮ ୯୨ ୪୦ ୮୬ ୫୨ ୮୦ ୮୪ ୧୨୦ ୮୦ ୫୨ ୧୦ ଚୀନାବାଦାମ ୮:୧୬:୧୬ ୬୨ - ୪ ୩୫ ୨୭ ୪ ୮୦ ୨୭ - ୧୧ ସୋରିଷ ୨୪:୧୨:୧୨ ୪୬ - ୪୨ ୨୬ ୨୦ ୪୨ ୬୦ ୨୦ ୨୬ ୧୨ ଫୁଲ କୋବି ୪୮:୨୪:୨୪ ୯୨ - ୮୪ ୫୨ ୪୦ ୮୪ ୧୨୦ ୪୦ ୫୨ ୧୩ ପିଆଜ ୪୮:୨୪:୨୪ ୯୨ ୨୭ ୮୪ ୫୨ ୬୭ ୮୪ ୧୨୦ ୬୭ ୫୨ ୧୪ ଲଙ୍କାମରୀଚ ୪୪:୨୮:୩୦ ୧୦୮ ୩ ୭୨ ୬୧ ୫୦ ୭୨ ୧୪୦ ୫୦ ୩୫ ୧୫ ବିଲାତି ବାଇଗଣ ୪୮:୩୦:୪୦ ୧୧୬ ୧୭ ୭୯ ୬୫ ୫୦ ୭୨ ୧୪୦ ୫୦ ୩୫ ୧୬ ବନ୍ଧାକୋବି ୬୦:୨୦:୩୦ ୭୭ ୨୭ ୧୧୩ ୪୪ ୫୦ ୧୧୩ ୧୦୦ ୫୦ ୮୭ ୧୭ ବାଇଗଣ ୪୮:୨୦:୩୦ ୭୭ - ୮୭ ୪୪ ୩୩ ୮୭ ୧୦୦ ୩୩ ୬୧ ୧୮ ମୁଗ/ବିରି ୮:୧୬:୮ ୬୨ - ୪ ୩୫ ୧୩ ୪ - - - ବିଶେଷ ଦ୍ରଷ୍ଟବ୍ୟ :- ଜମିରେ ଶେଷ ଓଡ ଚାଷ କରିବା ସମୟରେ ଉପରୋକ୍ତ ତାଲିକାର ସମସ୍ତ ଇଫକୋ ଏନ.ପି.କେ ୧୦:୨୬:୨୬ ଡି ଏ ପି ବା ୨୦:୨୦:୦:୧୩ ଏବଂ ସମସ୍ତ ପଟାସ ସାର ପ୍ରୟୋଗ କରନ୍ତୁ । ଯଦି ଫସଲଟି ଆଳୁ, ମକା, ଆଖୁ, ଗହମ ପରି ଧାଡିରେ ଲଗାଇବାକୁ ହୁଏ , ତେବେ ସିଆର କାଟି ଗଛ ଲଗାଇବା ବା ମଞ୍ଜି ବୁଣିବା ସମୟରେ ସାର ଦିଅନ୍ତୁ । ଆବଶ୍ୟକୀୟ ୟୁରିଆ ସାର ଦୁଇ ଥରରେ ପ୍ରଥମ ଥର ୨/୩ ଭାଗ ଓ ଶେଷ ଥରକୁ ୧/୩ ଭାଗ ଦିଅନ୍ତୁ । ପ୍ରଥମ ଜମି ଚାଷ ସମୟରେ ଏକର ପ୍ରତି ୫ ଟନ ଖତ ନିଅନ୍ତୁ । ଆଧାର- ଇଣ୍ଡିଆନ ଫାରମାର୍ସ ଫର୍ଟିଲାଇଜର କୋଅପରେଟିଭ ଲିଃ