ଅମୃତଭଣ୍ଡା ଚାଷ ଆମ ରାଜ୍ୟର ସମସ୍ତ ଅଞ୍ଚଳରେ ଅମୃତଭଣ୍ଡା ଚାଷ କରାଯାଇପାରିବ । ଘର ସଂଲଗ୍ନ ବିଗିଚାରେ ୨/୩ ଟି ଅମୃତଭଣ୍ଡା ଗଛ ଲଗାଇଥିଲେ ନିଜ ଘରର ଚାହିଦା ଖୁସିରେ ଚଳାଇପାରିବେ । ଏଥିରୁ ଜାମ୍ ଜେଲି ପ୍ରଭୃତି ସଂରକ୍ଷିତ ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ । କୋଷ୍ଠକାଠିନ୍ୟ ହେବା ସମୟରେ କଞ୍ଚା ଓ ପାଚିଲା ଅମୃତଭଣ୍ଡା ଖାଇଲେ ଆରାମ ମିଳେ । ଏଥିରେ ଭିଟାମିନ୍ ‘ସି’ ଓ ‘ଏ’ ଭରପୁର ରହିଛି । ଜଳବାୟୁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅମୃତଭଣ୍ଡା ଚାଷ ପାଇଁ ଅନୁକୂଳ । ଅମୃତଭଣ୍ଡା ଗଛ ମୂଳରେ ୨/୩ ଇଞ୍ଚ ପାଣି କିଛି ସମୟ ପାଇଁ ଜମି ରହିଲେ ଗଛଗୁଡିକ କାଣ୍ଡ ସଜା ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥାଏ । ଗଛ ଲଗାଇବା ସ୍ଥାନ ଉଚ୍ଚ, ୧୮ ନିଗିଡା ହେବ ଉଚିତ୍ । ଦୋରସା ପଟୁମାଟି ଓ ଦୋରସା ବାଲିମାଟି ଏହାର ଚାଷ ପାଇଁ ଉପଯୁକ୍ତ ଅଟେ । କିସମ ହାନିଡ୍ୟୁ, କ୍ୱୁରଗ ହାନିଡ୍ୟୁ, କୋଇମ୍ବାଟୁର, ପୁଷା ଡେଲିସିଅସ୍, ପୁଷା ମାଜିଷ୍ଟିକ୍, ସୂର୍ଯ୍ୟ, ପୁଷା ଦ୍ଵାର୍ଯ୍ୟ, ପୁଷା ଜାଏଣ୍ଟ, ସନରାଇଜ୍ ସୋଲୋ ଓ ରାଞ୍ଚୁ ଇତ୍ୟାଦି । ଏତଦ୍ ବ୍ୟତୀତ ଲାଲ ପୁରୀ ଓ ରେଡ୍ ଲେଡି ପ୍ରଭୃତି ଶଙ୍କର ଜାତୀୟ କିସମ ଲଗାଯାଇପାରେ । ଚାରା ପ୍ରସ୍ତୁତି ଏକ ଏକର ଜମି ପାଇଁ ୨୫୦ ଗ୍ରାମ୍ ମଞ୍ଜି ଆବଶ୍ୟକ । ୧୦ ଫୁଟ୍ ଲମ୍ବ ୩ ଫୁଟ ପ୍ରସ୍ଥ ଓ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ତଳିପେଘରା ପ୍ରସ୍ତୁତ କରି ୨ ଇଞ୍ଚ ବ୍ୟବଧାନରେ ଧାଡିରେ ୦.୫ ଇଞ୍ଚୁ ଗଭୀରତାରେ ମଞ୍ଜିକୁ ସେରେସାନ୍ କିମ୍ବା ଥିରାମରେ ବିଶୋଧନ କରି ପକାଯାଏ । ମଞ୍ଜି ଗଜା ହେବାକୁ ପ୍ରାୟ ୩ ସପ୍ତାହ ସମୟ ଲାଗେ । ଚାରାଗଛ ୨/ ୩ ପତ୍ର ହେଲା ପରେ ୧୫୦ ଗେଜର ୪ ରୁ ୬ ଇଞ୍ଚ ଆକାରର ପଲିଥିନ୍ ମୁଣାରେ ଉଠାଇ ଦିଆଯାଏ । ଚାରା ୬ ଇଞ୍ଚରୁ ୮ଇଞ୍ଚ ହୋଇ ୭/୮ଟି ପ୍ରତ୍ର ଧରିଲେ ଲଗାଇବା ପାଇଁ ଉପଯୁକ୍ତ ହୁଏ । ଲଗାଇବା ସମୟ ଜୁନ୍, ସେପ୍ଟେମ୍ବର ଓ ଫ୍ରେବୃୟାରୀ-ମାର୍ଚ୍ଚ ଚାରା ଲଗାଇବା ପାଇଁ ଉପଯୁକ୍ତ ସମୟ ଅଟେ । ଖରାଟିଆ ମୁଗ ଓ ବିରି ଜଳସେଚିତ ଜମିରେ ଚଳିତ ମାସ ତୃତୀୟ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଖରାଟିଆ ମୁଗ ଓ ବିରି ବୁଣନ୍ତୁ । ଜମି ପ୍ରସ୍ତୁତ ପୂର୍ବରୁ ଏକର ପିଛା ୨ଟନ୍ ଶଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ । ବିହନ ବୁଣିବା ପୂର୍ବରୁ ଶେଷଓଡ଼ ଚାଷ ସମୟରେ ସିଆରରେ ଏକର ପିଛା ୮କି.ଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ଫସଫରସ୍ ଓ ୮କେଜି ପଟାସ ସାର ପ୍ରୟୋଗ କରନ୍ତୁ । ପ୍ରତି କିଗ୍ରା ବିହନ କୁ ୩ ଗ୍ରାମ୍ କାପ୍ଟାନ୍ ବା ଥିରାମ୍ କିମ୍ବା ୧.୫ ଗ୍ରାମ୍ କାର୍ବେଣ୍ଡାଜିମ୍ ସହିତ ଗୋଳାଇ ବିଶୋଧନ କରନ୍ତୁ । ବିହନ ବିଶୋଧନ କରିବାର ୭ଦିନ ପରେ ବୀଜାଣୁ କଲଚରରେ ଉପଚାର କରନ୍ତୁ । ଏକର ପ୍ରତି ୧୦ କିଗ୍ରା ବିହନକୁ ଧାଡିକୁ ଧାଡି ୨୫ ସେମି ଓ ଗଛକୁ ଗଛ ୧୦ ସେମି ବ୍ୟବଧାନ ରଖା ଲଗାନ୍ତୁ । ଆଧାର – କୃଷି ବିଭାଗ