ରୋଷେଇ ଘର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗ ପାଇଁ ବ୍ୟବହାର ହୋଇଥାଏ ହଳଦୀ । ଓଡ଼ିଶାର ଫୁଲବାଣୀରେ ଏହା ବହୁଳ ଭାବରେ ଚାଷ କରଯାଇଥାଏ । ଚାଷୀ ଉନ୍ନତ ପ୍ରଣାଳୀରେ ହଳଦୀ ଚାଷ କରି କିପରି ଅଧିକ ଲାଭ ପାଇବେ । ମାଟି ଓ ବିହନ ନିଗିଡ଼ା, ବାଲିଆ, ଦୋରସା, ମଟାଳ, ନାଲିମାଟି, କଳା ମଟାଳ ଓ ମଟାଳ ଦୋରସା ମାଟି ଏଥିପାଇଁ ଉପଯୁକ୍ତ। ବିହନ ବିହନ କିସମ: ରୋମା, ସୁରମା, ରଙ୍ଗ, ରଶ୍ମି, ରାଜେନ୍ଦ୍ର ସୋନିଆ, ଲାକ୍ ଡେଙ୍ଗ। ବିହନ ପରିମାଣ: ହେକ୍ଟର ପ୍ରତି ୨୫ କ୍ଵିଣ୍ଟାଲ । ବିହନ ବିଶାଧନ ୨୫-୩୦ କ୍ଵିଣ୍ଟାଲ ଓଜନର ମୁଣ୍ଡା ଓ ପୁଆ ହଳଦୀ ବିହନ ପାଇଁ ଉପଯୁକ୍ତ । ଲଗାଇବା ପୂର୍ବରୁ ଲିଟର ପ୍ରତି ୫ ଗ୍ରାମ୍ ମାନକୋଜେବ ଓ ୧ମି.ଲି କ୍ଲୋରୋଫାଇରିଫସ୍ ମିଶ୍ରଣରେ ୩୦ ମିନିଟ୍ ବୁଡ଼ାଇ ଛାଣି, ଛାଇରେ ଶୁଖାଇଲା ପରେ ଲଗାଇବାକୁ ହୁଏ । ଲଗାଇବା ସମୟ : ଏପ୍ରିଲ ଦ୍ଵିତୀୟ ପକ୍ଷରୁ ମଇ ପ୍ରଥମ ପକ୍ଷ ହେଉଛି ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ । ଜମି ପ୍ରସ୍ତୁତ ପ୍ରଣାଳୀ ୪, ୫ ଓଡ଼ ଚାଷ କରି ମାଟିକୁ ଭଲ ରୂପେ ଗୁଣ୍ଡ କରିବାକୁ ହୁଏ । ମଇ ଦେଲାପରେ ୧ ମିଟର ଚଉଡ଼ା, ୧୫-୨୦ ସେ.ମି ଉଚ୍ଚର ଲମ୍ବା ପଟି ପ୍ରସ୍ତୁତ କରନ୍ତୁ । ପଟି ଉପରେ ସମତଳ କରି ହେକ୍ଟର ପ୍ରତି ୧୦ ଟନ୍ ସଢା ଗୋବର ଖତ, ୩୦ କି.ଗ୍ରା ଫସଫରସ ଓ ୪୫ କି.ଗ୍ରା ପଟସ୍ ସାର ସମାନ ଭାବରେ ପକାଇ ମାଟି ସହିତ ମିଶାଇ ଦିଅନ୍ତୁ । ତା' ପରେ ୩୦ ସେ.ମି ବ୍ୟବଧାନରେ ଧାଡ଼ି କାଟି ୨୦ ସେ.ମି ଦୂରତାରେ ଗଛକୁ ଗଛ ୫ ସେ.ମି.) ଗଭୀରରେ ମୁଣ୍ଡା ଲଗାଇ ମାଟିଘୋଡ଼ାଇ ଦିଅନ୍ତୁ । ଏହା ପରେ ହେକ୍ଟର ପ୍ରତି ୨୫ ଟନ୍ ଆଛାଦନ (ଶାଳ ବା ଅନ୍ୟାନ୍ୟ ଶୁଖିଲା ପତ୍ର, ନଡ଼ା ଗୁଣ୍ଡ) ଘୋଡ଼ାଇ ଦିଅନ୍ତୁ । ଖତସାର ଏକ ହେକ୍ଟର ହଳଦୀ ଚାଷ ପାଇଁ ୧୦ ଟନ୍ ସଢ଼ା ଗୋବର ଖଡ, ୬୦ କି.ଗ୍ରା ଯବକ୍ଷାରଜାନ, ୩୦ କି.ଗ୍ରା, ଫସଫରସ ଓ ୯୦ କି.ଗ୍ରା ପଟାସ ସାର ଦରକାର । ମୂଳସାର ହିସାବରେ ୧୦ ଟନ୍ ଗୋବରଖାତ ୩୦ କି.ଗ୍ରା, ଫସଫରସ୍ ଓ ୪୫ କି.ଗ୍ରା ପଟାସ ସାର ଲଗାଇବା । ପୂର୍ବରୁ ଦେବାକୁ ହୁଏ । ଲଗାଇବାର ୪୫ ଦିନ ପରେ ଅଧା ବା ୩୦ କି.ଗ୍ର । ଯବକ୍ଷାରଜାନ ଦେବାକୁ ପଡ଼ିବ । ଲଗାଇବାର ୯୦ ଦିନ ପରେ ବଳକା ୩୦ କି.ଗ୍ରା ଯବକ୍ଷାରଜାନ ଓ ୪୫ କି.ଗ୍ରା ପଟାସ ଦିଆଯାଏ । ପରବର୍ତ୍ତୀ ଯତ୍ନ ୪୫ ଦିନ ଓ ୯୦ ଦିନରେ ଥରେ କୋଡ଼ା ଖୁସା କରି ଘାସବାଛି ଦେବାକୁ ପଡ଼ିବ ଓ ସାର ଦେବାକୁ ହେବ । ଅଧିକ ଘାସ ହେଲେ ପୁଣି ଥରେ ବାଛିବାକୁ ପଡ଼ିବ । ୪୫ ଓ ୯୦ ଦିନରେ ସାର ଦେଲା ପରେ ପୁଣି ୨ ଥର ପତ୍ର ଘୋଡ଼ାଇବାକୁ ହେବ ଓ ପ୍ରତିଥର ୫ ଟନ୍ ପତ୍ର ଦରକାର ପଡ଼ିବା । ଜଳସେଚନ ବର୍ଷା ଉପରେ ନିର୍ଭର କରି ହଳଦୀ ଲଗାଯାଉଥିବାରୁ ପ୍ରଥମେ ପାଣି ସେତେ ଦରକାର ହୁଏ ନାହିଁ । ବର୍ଷା ଗଡ଼ିଗଲା ପରେ ଅକ୍ଟୋବର ମାସଠାରୁ ପ୍ରତି ୧୫ ଦିନରେ ଥରେ ପାଣି ମଡ଼ାଇବା ଦରକାର । ଆଦାୟ ସମୟ: ଜାନୁଆରୀ ମାସ । ହେକ୍ଟର ପ୍ରତି ୨୦୦-୨୫୦ କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ । ଆଧାର - କୃଷି ବିଭାଗ