ସଜନା ସାଧାରଣତଃ ଆମ ରାଜ୍ୟର ପ୍ରାୟ ଘରେ ଘରେ ଦେଖୁବାକୁ ମିଳେ । ଏହାର ଛୁଇଁ ଏବଂ ଶାଗକୁ ତରକାରିରେ ବ୍ୟବହାର କରାଯାଏ । ସଜନାର ପତ୍ର ଓ ଫଳରେ ପ୍ରଚୁର ପରିମାଣର ଫସଫରସ୍ ଏବଂ ଆଇରନ ରହିଛି । ବର୍ଷିକିଆ କିସମର ଗଛଗୁଡିକ ବୁଦା ହୋଇ ବଢେ । ପ୍ରଥମ ମୂଳ ଫସଲ ପରେ, ୩-୪ ବର୍ଷ ପର୍ଯ୍ୟନ୍ତ ମୂଳ ଫସଲରୁ ଭଲ ଅମଳ ମିଳିଥାଏ । ଏହାର ମଞ୍ଜିରୁ ବେନ ଅଏଲ ନାମକ କାରଖାନା ଉପଯୋଗୀ ମୂଲ୍ୟବାନ ତେଲ ବାହାର କରାଯାଏ ।

ମୃତ୍ତିକା ଓ ଜଳବାୟୁ

ନିଗିଡା, ଦୋରସାରୁ ବାଲି ଦୋରସା ଏବଂ ମାଟି ଯାହାର ଅମ୍ଳତା ୬.୦ ରୁ ୭.୫ ହୋଇଥବ ସେ ମାଟି ଚାଷ ପାଇଁ ଉତ୍କୃଷ୍ଟ। ଏହା ଏକ ଗ୍ରୀଷ୍ଟ ମଣ୍ଡଳୀୟ ଫସଲ ହୋଇଥବାରୁ ଆମ ରାଜ୍ୟରେ ଏହାର ଚାଷ ଭଲ ଭାବରେ କରାଯାଇପାରେ ।

କିସମ

ବ୍ୟବସାୟିକ ଭିତ୍ତିରେ ବର୍ଷିକିଆ (ବୁଦା କିସମ) ସଜନା ଚାଷ କରାଯାଉଅଛି । ବୁଦା କିସମଗୁଡିକ ହେଲାଲମ୍ବା ଫଳ (୬୦-୯୦ ସେ.ମି.)-ପି.କେ.ଏମ-୧ ଓ ୨ । ଛୋଟ ଫଳ (୨୦-୩୦ ସେ.ମି.)-କୋଡିକାଲ ମୁରିଙ୍ଗା, କାଟୁ ମୁରିଙ୍ଗା ।

ବିହନ

ବୁଦା କିସମଗୁଡିକୁ ମଞ୍ଜିରୁ ପଲିଥୁନରେ ଚାରା କରି ୪୦-୪୫ ଦିନରେ ଚାରା ଲଗାଯାଏ । ଲଗାଇବା ପୂର୍ବରୁ ମଞ୍ଜି ଗୁଡିକୁ କାର୍ବେଣ୍ଡାଜିମ (ବାଭିଷ୍ଠିନ)। ରେ ବିଶୋଧନ କରିବା ନିହାତି ଦରକାର । ଏକର ପ୍ରତି ୨୫୦ ଗ୍ରାମ ମଞ୍ଜି ଓ ହେକ୍ଟର ପ୍ରତି ୬୨୫ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।

ଲଗାଇବା ପ୍ରଣାଳୀ

ଆମ ରାଜ୍ୟରେ ଜୁନ-ଜୁଲାଇ (ବର୍ଷା ଦିନେ) ଏବଂ ସେପ୍ଟେମ୍ବର-ଅକ୍ଟୋବର ମାସରେ ଚାରା ଲଗାଯାଏ । ଜମିକୁ ୨-୩ ଥର ଚାଷକରି ୮ ଫୁଟ ବ୍ୟବଧାନରେ ବର୍ଗାକାରରେ ଦେଢଫୁଟ ଲମ୍ବ, ପ୍ରସ୍ଥ ଓ ଗଭୀରର ଗାତ ଖୋଳନ୍ତୁ । ପ୍ରତି ଗାତରେ ୧୫ କି.ଗ୍ରା. ଖତ ଓ ୧୦୦ ଗ୍ରାମ ନିମ୍ନପିଡିଆ ଦେଇ ମଞ୍ଜି ପୋତନ୍ତୁ । ଚାରା ଗଛ ଲଗାଉଥଲେ, ୧୦x୫ ସେ.ମି. ଜରିମୁଣାରେ ଚାରା ତିଆରି କରି ୪୦ ଦିନିଆ ଚାରାଗଛଗୁଡିକୁ ୨.୫ମି x ୨.୫ମି ଦୂରତାରେ (୪୫x୪୫x୪୫) ସେ.ମି. ଆକାରର ଗାତରେ ଲଗାନ୍ତୁ । ଅତ୍ୟଧକ ବର୍ଷା ସମୟରେ ଚାରା ଗଛଗୁଡିକ ଲଗାଇବା ଅନୁଚିତ । କାରଣ ଅତ୍ୟଧକ। ପାଣି ଜମି ରହିଲେ ଚାରାଗଛଗୁଡିକ ପଚିବା ସଙ୍ଗେ ସଙ୍ଗେ ଗଛ ଆସ୍ତେ ଆସ୍ତେ ହଳଦିଆ ରଙ୍ଗ ହୋଇ ମରିଯାଏ । ସେଥଯାଇଁ ସେପ୍ଟେମ୍ବର-ଅକ୍ଟୋବର ମାସ ଚାରା ଗଛ ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ଅଟେ |

ଖତ ଓ ସାର

ସାର ୯୦ ଦିନରେ(କି.ଗ୍ରା.) ୧ ୮ ୦

ଦିନରେ(କି.ଗ୍ରା.... ହେକ୍ଟର) ଯବକ୍ଷାରଜାନ ୪୫ କି.ଗ୍ରା. ୪୫ କି.ଗ୍ରା. ଫସଫରସ ୧୬ କି.ଗ୍ରା. --

ପଟାସ ୩୦ କି.ଗ୍ରା. ୩୦ କି.ଗ୍ରା.

ଅଧା ଯବକ୍ଷାରଜାନ, ପଟାସ ଓ ପୁରା ଫସଫରସ ୯୦ ଦିନରେ ଏବଂ ଆଉ ଅଧା ଯବକ୍ଷାରଜାନ ଓ ପଟାସ ୧୮୦ ଦିନରେ ବ୍ୟବହାର କରନ୍ତୁ । ଲଗାଇବା ସମୟରେ ଗାତ ପ୍ରତି ୧୫ କି.ଗ୍ରା.। ଖତ ସହ ୧୦୦ ଗ୍ରାମ ନିମ୍ନପିଡିଆ ପ୍ରୟୋଗ କରନ୍ତୁ ।

ଫୁଲ ହେବା ସମୟରେ ଗଛ ପ୍ରତି ୧୦୦ ଗ୍ରାମ ଡି.ଏ.ପି. ଏବଂ ଫଳ ହେବା ସମୟରେ ୧୦୦ ଗ୍ରାମ ନିମ୍ନପିଡିଆ ସହ ଉପରୋକ୍ତ ସାରକୁ ହିସାବ ମୁତାବକ ପ୍ରୟୋଗ କରନ୍ତୁ ।

ପରବର୍ତ୍ତୀ ଯତ୍ନ

ଲଗାଇବାର ଏକମାସ ମଧ୍ୟରେ ମରିଯାଇଥବା ସ୍ଥାନରେ ନୂଆ ଚାରା ଗଛ ଲଗାନ୍ତୁ । ଗଛର ଉଚ୍ଚତା ୭୫-୧୦୦ସେ.ମି. ହେବା ପରେ ଅଗଟିକୁ ଛିଣ୍ଡାଇବା ସଙ୍ଗେ ସଙ୍ଗେ ପରେ ଚାରି ଦିଗକୁ ୪ଟି ଡାଳ ବଢାଇ ସେଗୁଡିକୁ ୧୫ ସେ.ମି. ହୋଇଗଲେ ସେମାନଙ୍କର ଅଗଗୁଡିକୁ ମଧ ଛିଣ୍ଡାଇ ଦିଅନ୍ତୁ । ଫଳରେ ଗଛଗୁଡିକ ଝଙ୍କାଳିଆ ହେବା ସଙ୍ଗେ ସଙ୍ଗେ ବାଙ୍ଗରା ହୋଇ ବଢିବ ନଚେତ୍ ଗଛ ଚେଡଙ୍ଗାରେ ବଢି ଅମଳ ଖୁବ୍ କମ ଦେଇଥାଏ ।

ଅନାବନା ଘାସ ନିୟନ୍ତ୍ରଣ

ଗଛ ଲଗାଇବାର ., ଏକମାସ ପରେ ପ୍ରତି ୧୫ ଦିନ ଅନ୍ତରରେ ଦୁଇଥର । ଘାସ ବଛା ଓ କୋଡାଖୁସା କରନ୍ତୁ ।

ଅନ୍ତଃ ଫସଲ: ବଗିଚାରେ ଅନ୍ତଃ ଫସଲ ହିସାବରେ ପନିପରିବା ଓ ଡାଲି ଜାତୀୟ ଫସଲ ନିଆଯାଇପାରେ । ଝୁଡଙ୍ଗ, ଟମାଟୋ, ଚିନାବାଦାମ, ମୁଗ ଆଦି ଫସଲକୁ ଅନ୍ତଃ ଫସଲ ହିସାବରେ ଚାଷ କରାଯାଇପାରିବ ।

ଜଳସେଚନ

କୋଡା ଖୋସା କରି ମନ୍ଦା ପ୍ରଣାଳୀରେ ପାଗ ଦେଖା ୫-୧୦ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ। ଗଛ ବଢିବା ସମୟରେ ସପ୍ତାହେ (୭ଦିନ)। ଅନ୍ତରରେ ଜଳସେଚନ କରିବା ସଙ୍ଗେ ସଙ୍ଗେ ଫୁଲ ଓ ଫଳ ହେବା ସମୟରେ ୫ ଦିନ ଅନ୍ତରରେ ଜଳସେଚନ କରନ୍ତୁ ।

ମୂଳି ଫସଲ

ପ୍ରତିବର୍ଷ ବର୍ଷା ଆରମ୍ଭରେ ମାଟିଠାରୁ ୭୫-୧୦୦ ସେ.ମି. ଉଚ୍ଚତାରୁ ଗଛକୁ କାଟି ପୁନଃ ଖତସାର ପ୍ରୟୋଗ କରି ନୂତନ ଫସଲ ପରି ପରିଚାଳନା କଲେ ୪-୫ ମାସରେ ପୁନଶ୍ଚ ଫଳ ଧାରଣ କରି ତିନିବର୍ଷ ଯାଏ। ଫଳିଥାଏ । କାଟିବା ପରେ କଟା ଅଂଶରେ ସଙ୍ଗେ ସଙ୍ଗେ ବୋରଡେକ୍ଳ ଦ୍ରବଣ ଲଗାନ୍ତୁ ।

ଅମଳ

ଲଗାଇବାର ୬ ମାସ ପରେ ଛୁଇଁ ତୋଳିବା ଆରମ୍ଭ ହୁଏ । ମଞ୍ଜି ଟାଣ ହେବା ପୂର୍ବରୁ ତୋଳନ୍ତୁ । । ବର୍ଷକୁ ଗଛ ପ୍ରତି କିସମ ଅନୁସାରେ ୨୦୦-୫୦୦ ଫଳ, ଫଳିଥାଏ । ୨ୟ ଓ ୩ ବର୍ଷରେ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ । ଗଛ ପ୍ରତି ୩୦-୩୫ କି.ଗ୍ରା. ଏବଂ ଏକର ପ୍ରତି ୨୦୦ କୁଇଣ୍ଟାଲ ଯାଏ ଫଳ ଅମଳ ହୋଇଥାଏ ।

ରୋଗ ପୋକ ପରିଚାଳନା

ଫଳ ମାଛି- ଏହି ପୋକ ସାଧାରଣତଃ ସଜନା ଗଛର ପ୍ରଧାନ ଶତ୍ର । ନିରାକରଣ ପାଇଁ ଆକ୍ରାନ୍ତ ହୋଇଥବା ଫଳରେ ମିଥାଇଲ ଡିମେଟନ୍ ( ଡାଇମିଥେଏଟ୍ | ଟ୍ରାଇଆ ତୋଫସ| ବ୍ରୋର ପାଇରିଫସକୁ ୨ ମି.ଲି.ଲିଟର ପାଣିରେ ମିଶାଇ ଫଳ ଉପରକୁ ସ୍ପ୍ରେ କରନ୍ତୁ ।

ଆଧାର: ଫାର୍ମ ମ୍ୟାନେଜର, କୃଷିବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡା