ସେଓ ପରି ନାସପାତି ମଧ୍ୟ ଶୀତ ପ୍ରଧାନ ଦେଶମାନଙ୍କରେ ଏକ ପ୍ରଧାନ ଫଳ । ସେଓ ପରେ ଏହାର ସ୍ଥାନ । ସ୍ଵାଦ ଓ ସୁବାସରେ ସେଓର ସମକକ୍ଷ ନହେଲେ ମଧ୍ୟ ଏହା ଖାଇବାକୁ ଭଲ ଲାଗେ । ଉତ୍ପତ୍ତି : ୟୁରୋପ ଜଳବାୟୁ ଏହା ଶୀତମଣ୍ଡଳୀୟଫଳ । କିନ୍ତୁ ନାସପାତି ସେଓ ଠାରୁ କମ ଥଣ୍ଡା ଦର୍କାର କରେ । କୋରାଫୁଟ, ଫୁଲବାଣୀ ଜିଲ୍ଲା ଓ ଶିମିଳିପାଳର ପାର୍ବତ୍ୟ ଅଞ୍ଚଳରେ ଯେଉଁଠାରେ ବିଶେଷ ଶୀତ ହୁଏ ସେଠାରେ ଏହାର ଚାଷ କରାଯାଇ ପାରିବ । ଯେଉଁଠାରେ ୪ ଡିଗ୍ରୀ ରୁ ୭ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ୯୦୦ ରୁ ୧୦୦୦ ଘଣ୍ଟା ପର୍ଯ୍ୟନ୍ତ କ୍ରମାନ୍ଵୟରେ ରହେ, ସେଠାରେ ଏହାର ଚାଷ ଭଲଭାବରେ ହୋଇ ପାରିବ । ଖରାଦିନେ ଝାଞ୍ଜି ପବନ ବଡ କ୍ଷତିକାରକ । ମୃତ୍ତିକା ପାଣି ଜମି ରହୁନଥିବା ଅଧିକାଂଶ ଜମିରେ ନାସପାତି ଚାଷ ହୋଇପାରିବ । କିନ୍ତୁ ନିଗିଡା ଦୋରସା ମାଟିରେ ଏହାର ଚାଷ ଭଲ ହୁଏ । ମାଟିର ଅମ୍ଳତା ୫.୫ ରୁ ୬.୫ ଭିତରେ ରହିଲେ ଭଲ । କିସମ ବାଘୁଗୋସା, କନଫରନେସ, କ୍ଲାପସଫେବରିଟ , ର୍ବାଟଲେଟ, ନାସ୍ତିପାଥି, କିଫର, ଥମ୍ପସନ, ଭିକ୍ଟୋରିଆ, ଫର୍ଟିଲିଟ, କାଶ୍ମିରୀନାଖ । ବଂଶବିସ୍ତାର ସିଲଡ ବିଡିଙ୍ଗ ଦ୍ଵାରା କଲମୀ ଚାରା ଉତ୍ତରାଯାଏ । ରୋପଣ ସାଧାରଣତଃ ନାସପାତିଗଛ ସେଓଗଛ ଭଳି ୫ ରୁ ୭ମିଟର ବ୍ୟବଧାନରେ ଲଗାଯାଏ । ଗଛ ଲଗାଇବା ପାଇଁ ଏକମିଟର ଗୋଲେଇ ଓ ଏକମିଟର ଗଭୀର ଗାତ କରି ୨/୩ ଟୋକେଇ ଖତ ଓ ୨/୩ କେଜି ଜୈବିକ ସାର ଦେଇ ଗଛ ଲଗାଯାଏ । ବର୍ଷିକିଆ କଲମୀ ଚାରା ଲଗାଇବା କଥା । ଗଛ ଶୀତଦିନେ ଲଗାଯାଏ । ଖତସାର ବଡଗଛରେ ବର୍ଷକୁ ୬୦୦ଗ୍ରାମ ଯବକ୍ଷାରଜାନ, ୧୫୦ଗ୍ରାମ ଫସଫରସ ଓ ୩୦୦ ଗ୍ରାମ ପଟାସ ମୂଳସାର ହିସାବରେ ଦେଲେ ଭଲ ଅମଳ ହୁଏ । ଜଳସେଚନ ଦରକାର ଅନୁଯାୟୀ ଖରାଦିନେ ଜଳସେଚନ କରିବ । ସେଓ ଗଛ ଅପେକ୍ଷା ନାସପାତି ଗଛ ଅଧିକ ଜଳସେଚନ ଦର୍କାର କରେ । କାଟଛାଣ୍ଟ ସେଓଗଛ ଭଳି ନାସପାତି ଗଛକୁ କାଟଛାଣ୍ଟ କରାଯାଏ । କିନ୍ତୁ ନାସପାତି ଗଛ ସେଓ ଗଛ ଭଳି ଏତେ କାଟଛାଣ୍ଟ ଦର୍କାର କରେନି । ରୋଗ,ପୋକ ଓ ତାର ପ୍ରତିକାର ସେଓ ଗଛରେ ଯେତେ ରୋଗପୋକ ଲାଗେ ତାହା ନାସପାତି ଗଛରେ ମଧ୍ୟ ଲାଗେ, ଓ ତାର ପ୍ରତିକାର ସେଓ ଗଛର ପ୍ରତିକାର ପରି । ଅମଳ ଗଛ ଲଗାଇବାର ୫/୬ ବର୍ଷ ପରେ ଫଳ ଆସେ । ନାସପାତି ଗଛ ୫୦/୬୦ ବର୍ଷ ବଞ୍ଚେ । ନାସପାତି ଫଳ ଶୀଘ୍ର ନଷ୍ଟ ହୋଇ ଯାଇଥିବାରୁ ଫଳ ବେଶ ନିଦା ଓ ସବୁଜ ଅବସ୍ଥାରେ ତୋଳା ଯାଏ । ଫଳ ତୋଳା ହେବାର ୫/୭ ଦିନ ପରେ ଖିଆଯାଏ । ହେକ୍ଟର ପିଛା ହାରାହାରି ଆୟ ଟ ୧୫,୦୦୦ । ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା