ତୈଳବୀଜ ଫସଲ ଚିନାବାଦାମ ଆମ ରାଜ୍ୟର ଏକ ମୁଖ୍ୟ ତୈଳବୀଜ ଫସଲ । ବର୍ଷାଦିନରେ ଜୁନମାସ ଶେଷରୁ ଜୁଲାଇ ମାସର ପ୍ରଥମ ସପ୍ତାହ ମଧ୍ୟରେ , ରବି , ଋତୁରେ ଅକ୍ଟୋବର – ନଭେମ୍ବର ମଧ୍ୟରେ ଏବଂ ଖରାଦିନିଆ ଫସଲ ଭାବରେ ଜାନୁଆରୀ ମାସ ଦ୍ଵିତୀୟ ସପ୍ତାହ ମଧ୍ୟରେ ସମୁଦାୟ ୨,୫୬,୦୦୦ ହେକ୍ଟର ଜମିରେ ଚୀନାବାଦାମ ଚାଷ କରାଯାଇଥାଏ । ଖରିଫ ଋତୁରେ ହେକ୍ଟର ପ୍ରତି ହାରାହାରି ୧୫୨୧ କିଗ୍ରା ଏବଂ ରବି ଓ ଖରାଟିଆ ଚାଷରୁ ହେକ୍ଟର ପ୍ରତି ହାରାହାରି ୧୯୩୯ କିଗ୍ରା ଅମଳ ମିଳିଥାଏ । ଯାହାକି ସର୍ବଭାରତୀୟ ସ୍ତରର ଅମଳଠାରୁ ବହୁତ କମ । ତେଣୁ ଏଠାରେ ବୈଜ୍ଞାନିକ ପ୍ରଣାଳୀରେ କିପରି ଚୀନାବାଦାମ ଚାଷ କରି ଅଧିକ ଅମଳ ପାଇ ପାଇବା ସେ ବିଷୟରେ ଆଲୋଚନା କରିବା । ଲଗାଇବାର ସମୟ ଚୀନାବାଦାମ ଏକକ ଫସଲ ଭାବରେ ବର୍ଷାଦିନରେ ଚାଷ କରିହେବ । ରାଶି,ହରଡ, ଓ ଧାନ ସହିତ ମିଶ୍ରିତ ଫସଲ ଭାବେ ଚାଷ କରିହେବ । ରବି ଋତୁରେ ମାଟିର ଆର୍ଦ୍ରତାକୁ ଉପଯୋଗ କରି ନଦୀ ପଠାଜମି ମାନଙ୍କରେ ଏବଂ ଖରାଦିନେ ଜଳସେଚିତ ଜମିରେ ଜାନୁଆରୀ ମାସରେ ସଫଳତାର ସହିତ ଚାଷ କରାଯାଇପାରିବ । ଜମି ପ୍ରସ୍ତୁତି : ନିଗିଡା, ବାଲିଆ , ଓ ବାଲିଆ ଦୋରସା ମାଟି ଏହି ଚାଷ ପାଇଁ ଉପଯୁକ୍ତ । ଜମିକୁ ୨/୩ ଓଡ ଭଲ ଭାବେ ଚାଷକରି ମାଟିକୁ ଗୁଣ୍ଡକରି ଜମି ପ୍ରସ୍ତୁତ କରାଯିବା ଦରକାର । ଏହାଦ୍ଵାରା ଚୀନାବାଦାମର ଚେର ଏବଂ ଫୁଲ ଶୀଘ୍ର ମାତ୍ରେ ପ୍ରବେଶ କରିପାରିଥାଏ । ମାଟିର ଅମ୍ଳତା ଅଧିକ ଥିଲେ କାଗଜକାଳ ମଇଳା ହେକ୍ଟରକୁ ୨୫୦ କିଗ୍ରା , ଉଇ ପ୍ରବଣ ଅଞ୍ଚଳମାନଙ୍କରେ କ୍ଳୋରପାଇରିଫସ ଗୁଣ୍ଡ ହେକ୍ଟରକୁ ୨୫ କିଗ୍ରା ହିସାବରେ ଶେଷ ଓଡ ହଲ ସମୟରେ ମାଟିରେ ମିଶାଇ ଦିଆଯାଇଥାଏ । ବିହନ କିସମ , ପରିମାଣ ଓ ବିଶୋଧନ :- ଏକେ ୧୨-୨୪ ଜୱାନ,ସ୍ମୃତି , ଆସି ଜି ଏସ -୪୪ ଆଦି କିସମ ଖରିଫ , ରବି ଏବଂ ଖରାଦିନେ ଚାଷ କରିହେବ । ଏହି ସବୁ କିସମ ବର୍ଷାଦିନରେ ୯୫-୧୦୦ ଦିନ ମଧ୍ୟରେ ଅମଳ ହୋଇଥିବାବେଳେ ଖରାଟିଆ ଫସଲ ଭାବେ ୧୦୫-୧୧୫ ଦିନ ମଧ୍ୟରେ ଅମଳ ହୋଇଥାଏ । ହେକ୍ଟରକୁ ୧୨୫ କିଗ୍ରା ବିହନ ଦରକାର ହୋଇଥାଏ । ବିହନକୁ ବିଶୋଧନ କରିବା ପାଇଁ ୧ କିଗ୍ରା ମଞ୍ଜି ପ୍ରତି ୧ ଗ୍ରାମ କାର୍ବୋଣ୍ଡିଜିମ ସହିତ ୧.୫ ଗ୍ରାମ ଥିରାମକୁ ମିଶାଇ ବିଶୋଧନ କରାଗଲେ ଟୀକାରୋଗ ହୋଇନଥାଏ । ଚୀନାବାଦାମ ଚାଷ କରାଯାଉଥିବା ଜମିରେ ରାଇଜୋବିୟମ ଜୀବାଣୁ କଲଚର ବ୍ୟବହାର କରାଯିବା ଆବଶ୍ୟକ । ବୁଣା ପଦ୍ଧତି :- ଧାଡିକୁ ଧାଡି ୩୦ ସେମି ଓ ଗଛକୁ ଗଛ ୧୦ ସେମି ବ୍ୟବଧାନରେ ୫ ସେମି ଗଭୀରତାରେ ବୁଣା କାମ କରାଯିବା ଆବଶ୍ୟକ । ଲଙ୍ଗଳ ସିଆରରେ ବୁଣାକାର କରୁଥିଲେ ବର୍ଗମିଟର ପ୍ରତି ୩୩-୩୫ ଗୋଟି ଗଛ ରଖିବା ଦରକାର ଫଳରେ ଫସଲରୁ ଭଲ ଅମଳ ମିଳିଥାଏ । ଖତ ଓ ସାରର ବ୍ୟବହାର : ହେକ୍ଟର ପ୍ରତି ୧୦ ଗାଡି ସଢା ଗୋବର ଖତ ସହିତ ୨୦;୪୦;୪୦ କିଗ୍ରା ଯବକ୍ଷାରଜାନ, ଫସଫରସ ଓ ପୋଟାସ ସାର ଆବଶ୍ୟକ ହୋଇଥାଏ । ସବୁତକ ସାରକୁ ବୁଣା ପୂର୍ବରୁ ମାଟିରେ ମିଶାଇ ଦିଆଯାଏ । ଯେପରିକି ସାର ମଞ୍ଜି ସଂସ୍ପର୍ଶରେ ଆସିବ ନାହିଁ । ବୁଣାର ୨୦-୨୫ ଦିନ ମଧ୍ୟରେ ହେକ୍ଟରକୁ ୨୫୦ କିଗ୍ରା ଜିପସମ ଗଛ ମୂଳରେ ଦେଲେ କ୍ୟାଲିସିୟମର ଆବଶ୍ୟକତା ପୂରଣ କରିଥାଏ । ଚୀନାବାଦାମ ବାଲିଆ ଭାବେ କରାଯାଇପାରୁଥିବାରୁ ମାଟିରେ ବୋରନ ଅନୁସାରର ଅଭାବ ଦେଖାଯାଇଥାଏ । ତେଣୁ ହେକ୍ଟର କୁ ୧୦ କିଗ୍ରା ବୋରାକ୍ସ,ସାର ବୁଣା ପୂର୍ବରୁ ପ୍ରୟୋଗ କରାଗଲେ ଚୀନାବାଦାମ ଫମ୍ଫା ହୋଇନଥାଏ ଓ ମଞ୍ଜିର ଓଜନ ବଢିଥାଏ । ପରବର୍ତ୍ତୀ ଯତ୍ନ :- ବୁଣିବାର ୩-୪ ସପ୍ତାହ ମଧ୍ୟରେ ଘାସବଛା ଓ କୋଡା ଖୋସା କରି ଜମିକୁ ଘାସ ମୁକ୍ତ କରାଯାଇପାରିଲେ ବର୍ଷାଦିନିଆ ଚିନାବାଦାମ ଫସଲ ଅଧିକ ଅମଳ ହୋଇଥାଏ । ଖରାଟିଆ ଚୀନାବାଦାମକୁ ଏହି ସମୟ ମଧ୍ୟରେ ଘାସବଛା ଓ କୋଡା ଖୁସା କରାଯାଇ ଜଳସେଚନ କରାଯାଇଥାଏ । ବୁଣାର ୪ ସପ୍ତାହ ପରେ ଫୁଲ ଅବସ୍ଥା ଆସିଥାଏ । ତେଣୁ ୪ ସପ୍ତାହ ଆଗରୁ ଏହି କାମ କରିବା ଜରୁରୀ । ବୁଣାର ୪ ସପ୍ତାହ ପରେ ଆଉ କୋଡାଖୁସା କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଫୁଲ ଓ ଓହଳର କ୍ଷତି ଘଟିଥାଏ ଏବଂ ଅମଳ କମିଠାଏ । ହେକ୍ଟରପ୍ରତି ୧ ଲିଟର ଅକ୍ପିଫ୍ଲୁରୋଫେନ କିମ୍ବା ୩.୩ ଲିଟର ପେଣ୍ଡିମେଥାଲିନ କିମ୍ବା ୧ ଲିଟର କ୍ଵାଜାଲୋପଫଇଥାଇଲି ଘାସମରାକୁ ବୁଣାର ଦିନେ କିମ୍ବା ଦୁଇଦିନ ପରେ ମାଟିରେ ବତର ଥିବା ଅବସ୍ଥାରେ ପ୍ରୟୋଗ କରି ଘାସ ନିୟନ୍ତ୍ରଣ କରାଯାଇପାରେ । ଜଳସେଚନ ଖରିଫ ରିତୁରେ ବିଭିନ୍ନ କିସମ ଜମିରେ ଚାଷ କରାଯାଉଥିବାରୁ ମାଟିରେ ଜଳୀୟ ଅଂଶରେ ତାରତମୟତା ଦେଖାଯାଇଥାଏ . ଖରିଫ ଫସଲରେ ଅଧିକ ପାଣି ଜମି ରହିଲେ ଚେର ସଢା ଏବଂ ଝାଉଁଳା ରୋଗ ମଧ୍ୟ ହୋଇଥାଏ । ତେଣୁ ଜଳୀୟ ଅଂଶର ପରିମାଣ ଠିକ ଭାବେ ରହିବା ଦରକାର । ଫସଲ ଫୁଲ ଉଡାଇବା ଅବସ୍ଥା (୪୫-୬୦) ଏବଂ ମନି ପରିପୃଷ୍ଠ ହେବା (୬୦-୯୦) ଦିନ ସମୟରେ ମାଟିର ଆର୍ଦ୍ରତା କମ ରହିଗଲେ ଜଳସେଚନ ନିହାତି ଜରୁରୀ । ରବି ଏବଂ ଖରାଟିଆ ଫସଲ ପାଇଁ ବୁଣାର ୨୫-୩୦ ଦିନରେ କୋଡାଖୁସା ସମୟରେ , ବୁଣାର ୪୫-୬୦ ଦିନ ମଧ୍ୟରେ ଫୁଲଉଡାଇବା ଅବସ୍ଥାରେ ଏବଂ ବୁଣାର ୬୦-୯୦ ଦିନରେ ମଞ୍ଜି ପାକଳ ହେବ ସମୟରେ ଜଳସେଚନ କରାଗଲେ ଅଧିକ ଅମଳ ହୋଇଥାଏ । ଫସଲ ସଂରକ୍ଷଣ ଟୀକା,କାଣ୍ଡସଢା ଓ ଚେର ସଢା ରୋଗପାଇଁ ଏକର ପ୍ରତି ୮୦୦ ଗ୍ରାମ ସାତ ସୁମା କିମ୍ବା ଅ ୩୦୦ ଗ୍ରାମ କାଗୁୟା ୨୦୦ ଲିଟର ପାଣି ସହିତ ପ୍ରୟୋଗ କରନ୍ତୁ । ଜଉପୋକ , ଧଳାମାଛି ଓ ଲାଲ ସାଂବାଳୁଆର ନିୟନ୍ତ୍ରଣ ପାଇଁ ଆଇସୋଗାସୀ ୧୨୦ ମିଲି ସହିତ ତୋମଦାଚୀ ୩୫୦ ଗ୍ରାମ ପ୍ରତି ଏକରରେ ୨୦୦ ଲିଟର ପାଣି ସହିତ ପ୍ରୟୋଗ କରନ୍ତୁ । ଊଇ ପ୍ରବଣ ଅଞ୍ଚଳ ମାନଙ୍କରେ ହେକ୍ଟର ପ୍ରତି ୨୫ କିଗ୍ରା କ୍ଳୋରଫାଇରିଫସ ଗୁଣ୍ଡ ଶେଷ ଓଡ ହଲ ସମୟରେ ପ୍ରୟୋଗ କରାଯିବା ଦରକାର । ଅମଳ:- ଗଛର ପତ୍ର ଶୁଖିଆସିବା ସହ ଗଛ ହଳଦିଆ ଦେଖାଗଲେ ଏହା ଅମଳ ଯୋଗ୍ୟ ହୋଇଥାଏ । ଏହି ସମୟ ରେ ମହି ଚୀନାବାଦାମ ଚୋପାର ଭିତରପଟେ କଳାସିରା ଦାଗ ଦେଖାଯାଏ । ଭଲଭାବରେ ୫/୬ ଖରାରେ ଶୁଖାଇ ରଖିବା ଦ୍ଵାରା ମଞ୍ଜିର ଜଳୀୟ ଅଂଶ ଶତକଡା ୮-୯ ଭାଗ ପର୍ଯ୍ୟନ୍ତ କମିଆସିଥାଏ । ଚିନାବାଦାମ ଅମଳ କରିବା ପାଇଁ ଅମଳ ଯନ୍ତ୍ର ବ୍ୟବହାର କରାଯିବା ଆବଶ୍ୟକ । ସାଇତି ରଖିବା ପ୍ରଣାଳୀ ବିଶେଷକରି ଖରାଟିଆ ଚୀନାବାଦାମ ଅମଳପରେ ବିହନ ବ୍ୟବହାର ପାଇଁ ଚୀନାବାଦାମକୁ ୫-୬ ଦିନ ଛାଇରେ ଭଲଭାବେ ଶୁଖାଇ ରଖିବା ଦରକାର । ଏହି ସମୟରେ ଚିନାବାଦାମକୁ ହାତରେ ହଲାଇଲେ ଠଣ ଠଣ ଶବ୍ଦ ଶୁଭିଥାଏ । ପଲିଥିନ ଲାଇନିଙ୍ଗ ଥିବା ଅଖା ମାନଙ୍କରେ ୩୦ କିଗ୍ରା ବିହନ ରହୁଥିବା ବ୍ୟାଗ ପ୍ରତି ୩୦ ଗ୍ରାମ କି.ଗ୍ରା ବିହନ ରହୁଥିବା ବ୍ୟାଗ ପ୍ରତି ୩୦ ଗ୍ରାମ କାଲସିୟମ କ୍ଳୋରାଇଡ ଦିଆଗଲେ ଆର୍ଦ୍ରତା ନିୟନ୍ତ୍ରଣରେ ରହେ । ଗୋଟିଏ ଥାକରେ ୧୦ ଟି ବ୍ୟାଗରୁ ଅଧିକା ନରଖିଲେ ଭଲ । ଲାଭଜନକ ଚାଷ ପାଇଁ କେଉଁ ଫସଲରେ କେତେ ପରିମାଣରେ ସାର ଦିଆଯିବ ତାର ତାଲିକା ନିମ୍ନରେ ଦିଆଗଲା । କ୍ର.ସଂଖ୍ୟା ଫସଲ ଆବଶ୍ୟକ ଉପାଦାନ ପରିମାଣ ଏନ ପି କେ ସାରର ପରିମାଣ ପ୍ରତି ଏକର ପ୍ରତି କିଲୋଗ୍ରାମ ହିସାବରେ ଇଫକୋ ଏନ.ପି. କେ ୧୦:୨୬:୨୬ ପଟାସ ୟୁରିଆ ଇଫକୋ ଡି ଏପି ୧୮:୪୬ ପଟାସ ୟୁରିଆ ଇଫକୋ ୨୦:୨୦:୧୩ ପଟାସ ୟୁରିଆ ୧ ଅଧିକ ଅମଳକ୍ଷମ ଧାନ ସହଳ ଓ ମଧ୍ୟମ କିସମ ବିଳମ୍ବ କିସମ ୨୪:୧୨:୧୨ ୩୨:୧୬:୧୬ ୪୬ ୬୨ _ -- ୪୨ ୫୬ ୨୬ ୩୫ ୨୦ ୨୭ ୪୨ ୫୬ ୬୦ ୮୦ ୨୦ ୨୭ ୨୬ ୩୫ ୨. ଦେଶୀ ଉନ୍ନତ ଧାନ ସହଳ କିସମ ବିଳମ୍ବରେ ହେବା ଧାନ ୧୬:୮:୮ ୨୦:୧୦:୧୦ ୩୦ ୩୮ - - ୨୮ ୩୫ ୧୭ ୨୨ ୧୩ ୧୭ ୨୮ ୩୫ ୪୦ ୫୦ ୧୩ ୧୭ ୧୭ ୨୨ ୩. ଅଧିକ ଅମଳ କ୍ଷମ ୩୨:୨୦:୨୦ ୭୭ - ୫୩ ୪୪ ୩୩ ୫୨ ୧୦୦ ୩୩ ୨୬ ୪. ମକା ୩୨:୧୬:୧୬ ୬୨ - ୬୫ ୩୫ ୨୭ ୫୭ ୮୦ ୨୭ ୩୫ ୫ କପା ୪୮:୨୮:୨୪ ୯୨ - ୬୫ ୫୦ ୪୦ ୮୪ ୧୨୦ ୪୦ ୫୨ ୬ ମଣ୍ଡିଆ ୧୬:୮:୮ ୩୦ - ୨୮ ୧୭ ୧୩ ୨୮ ୪୦ ୧୩ ୧୭ ୭ ଝୋଟ ୨୪:୧୨:୧୨ ୪୬ - ୪୨ ୨୬ ୨୦ ୪୨ ୬୦ ୨୦ ୨୬ ୮ ଆଖୁ ୮୦:୪୦:୪୦ ୧୫୪ - ୧୪୦ ୮୭ ୬୭ ୧୪୦ ୨୦୦ ୬୭ ୮୭ ୯ ଆଳୁ ୪୮:୨୪:୪୮ ୯୨ ୪୦ ୮୬ ୫୨ ୮୦ ୮୪ ୧୨୦ ୮୦ ୫୨ ୧୦ ଚୀନାବାଦାମ ୮:୧୬:୧୬ ୬୨ - ୪ ୩୫ ୨୭ ୪ ୮୦ ୨୭ - ୧୧ ସୋରିଷ ୨୪:୧୨:୧୨ ୪୬ - ୪୨ ୨୬ ୨୦ ୪୨ ୬୦ ୨୦ ୨୬ ୧୨ ଫୁଲ କୋବି ୪୮:୨୪:୨୪ ୯୨ - ୮୪ ୫୨ ୪୦ ୮୪ ୧୨୦ ୪୦ ୫୨ ୧୩ ପିଆଜ ୪୮:୨୪:୨୪ ୯୨ ୨୭ ୮୪ ୫୨ ୬୭ ୮୪ ୧୨୦ ୬୭ ୫୨ ୧୪ ଲଙ୍କାମରୀଚ ୪୪:୨୮:୩୦ ୧୦୮ ୩ ୭୨ ୬୧ ୫୦ ୭୨ ୧୪୦ ୫୦ ୩୫ ୧୫ ବିଲାତି ବାଇଗଣ ୪୮:୩୦:୪୦ ୧୧୬ ୧୭ ୭୯ ୬୫ ୫୦ ୭୨ ୧୪୦ ୫୦ ୩୫ ୧୬ ବନ୍ଧାକୋବି ୬୦:୨୦:୩୦ ୭୭ ୨୭ ୧୧୩ ୪୪ ୫୦ ୧୧୩ ୧୦୦ ୫୦ ୮୭ ୧୭ ବାଇଗଣ ୪୮:୨୦:୩୦ ୭୭ - ୮୭ ୪୪ ୩୩ ୮୭ ୧୦୦ ୩୩ ୬୧ ୧୮ ମୁଗ/ବିରି ୮:୧୬:୮ ୬୨ - ୪ ୩୫ ୧୩ ୪ - - - ବିଶେଷ ଦ୍ରଷ୍ଟବ୍ୟ ଜମିରେ ଶେଷ ଓଡ ଚାଷ କରିବା ସମୟରେ ଉପରୋକ୍ତ ତାଲିକାର ସମସ୍ତ ଇଫକୋ ଏନ.ପି.କେ ୧୦:୨୬:୨୬ ଡି ଏ ପି ବା ୨୦:୨୦:୦:୧୩ ଏବଂ ସମସ୍ତ ପଟାସ ସାର ପ୍ରୟୋଗ କରନ୍ତୁ । ଯଦି ଫସଲଟି ଆଳୁ, ମକା, ଆଖୁ, ଗହମ ପରି ଧାଡିରେ ଲଗାଇବାକୁ ହୁଏ , ତେବେ ସିଆର କାଟି ଗଛ ଲଗାଇବା ବା ମଞ୍ଜି ବୁଣିବା ସମୟରେ ସାର ଦିଅନ୍ତୁ । ଆବଶ୍ୟକୀୟ ୟୁରିଆ ସାର ଦୁଇ ଥରରେ ପ୍ରଥମ ଥର ୨/୩ ଭାଗ ଓ ଶେଷ ଥରକୁ ୧/୩ ଭାଗ ଦିଅନ୍ତୁ । ପ୍ରଥମ ଜମି ଚାଷ ସମୟରେ ଏକର ପ୍ରତି ୫ ଟନ ଖତ ନିଅନ୍ତୁ । ଆଧାର- ଇଣ୍ଡିଆନ ଫାରମାର୍ସ ଫର୍ଟିଲାଇଜର କୋଅପରେଟିଭ ଲିଃ