ଜମିହୀନ କୃଷି ଶ୍ରମିକମାନଙ୍କ ପାଇଁ ଭାରତ ସରକାର ବର୍ଗୀକୃତ ବୀମା ଅଗଷ୍ଟ ୧୫ ତାରିଖ ୧୯୮୭ ମସିହାରୁ ପ୍ରଚାଳନ କରିଛନ୍ତି । ଏହି ବୀମା ଯୋଜନା ବା ପରିକଳ୍ପନାନୁସାରେ ଭାରତୀୟ ଜୀବନ ବୀମା ନିଗମ ଓ ରାଜ୍ୟ ସରକାରମାନଙ୍କର ମିଳିତ ଉଦ୍ୟମରେ ରାଜ୍ୟର ସମସ୍ତ ଜମିହୀନ କୃଷି ଶ୍ରମିକମାନଙ୍କ ପାଇଁ ବର୍ଗୀକୃତ ବୀମା ପରିକଳ୍ପନା ଚାଲୁହେବ । ପ୍ରଥମ ତିନିବର୍ଷ ପାଇଁ ଭାରତ ସରକାର ଭାରତୀୟ ଜୀବନ ବୀମା ନିଗମରେ ପ୍ରିମିୟମ ବାବଦ ଅର୍ଥ ଦାଖଲ କରିବେ । ଯଦି ଏହି ସମୟରେ କୌଣସି ଜମିହୀନ କୃଷକର ମୃତ୍ୟୁ ହୋଇଯାଏ ତେବେ ସେହି ବ୍ୟକ୍ତିଙ୍କ ମନୋନୀତ ବ୍ୟକ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ ଟ. ୨୦୦୦/- ଦେବେ । ଏହି ପରିକଳ୍ପନା ଅନୁସାରେ ଗୋଟିଏ ଭୂମିହୀନ କୃଷି ଶ୍ରମିକ ପରିବାରର କେବଳ ଜଣେ ମାତ୍ର ବ୍ୟକ୍ତିଙ୍କର ବୀମା ଯୋଜନା ଅନ୍ତର୍ଭୁକ୍ତ କରାଯିବ । ଯାହାଙ୍କର ବୟସ ୧୮- ୬୦ ବର୍ଷ ହୋଇଥିବ । ୬୦ ବର୍ଷ ପରେ ସେ ଏହି ବୀମା ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । ଓଡିଶାରେ ନିମ୍ନ ବିଧିମତେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯୋଜନା / ପରିକଳ୍ପନା ଲାଗୁ କରାଯିବା ସମୟ – ୧୯୮୭ ୧୫ ଅଗଷ୍ଟରୁ ଆରମ୍ଭ ହୋଇ ଅଗଷ୍ଟ ୧୪,୧୯୯୦ ପର୍ଯ୍ୟନ୍ତ ତିନିବର୍ଷ ପାଇଁ ଚାଲୁ ରହିଲା । ପ୍ରଥମ ବର୍ଷ – ଫୁଲବାଣୀ – କୋରାପୁଟ ଓ କଳାହାଣ୍ଡିରେ ଏହି ପରିକଳ୍ପନା ଚାଲୁ କରାଗଲା । ଦ୍ଵିତୀୟ ବର୍ଷ – ଗଞ୍ଜାମ, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ବଲାଙ୍ଗୀର ଜିଲ୍ଲାମାନଙ୍କରେ ଲାଗୁ କରାଗଲା । ତୃତୀୟ ବର୍ଷ – ଅବଶିଷ୍ଟ ଜିଲ୍ଲାରେ ଲାଗୁ କରାଗଲା । ଏହି ବୀମା ଯୋଜନାର ଅନ୍ତର୍ଭୁକ୍ତ ହେବା ନିମିତ୍ତ ଯୋଗ୍ୟତା ଗୋଟିଏ ଜମିହୀନ କୃଷି ଶ୍ରମିକ ପରିବାରର ଜଣେ ୧୮ – ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଦରକାର । ତାହାର ମୋଟ ଆୟର ଶତକଡା ୫୦ ଭାଗରୁ ଅଧିକ କୃଷି ଶ୍ରମରୁ ହେଉଥିବ । ହିତାଧିକାରୀଙ୍କର ଘରବାଡି, ଜମି ମିଶି ୮ ଡେସିମିଲ ହେଉଥିବ ତା’ଠାରୁ ଅଧିକ ନଥିବ । ସେ ଚାଷୀ ଶ୍ରମିକ ହୋଇଥିବ । ଯୋଜନା ଅନ୍ତର୍ଭୁକ୍ତ କୃଷି ଶ୍ରମିକ ପରିବାର ଅର୍ଥାତ୍ – ସ୍ଵାମୀ ବା ସ୍ତ୍ରୀ ସେମାନଙ୍କର ପିଲାଛୁଆ ବଡ ହୋଇଥାନ୍ତୁ ବା ଛୋଟ । ବୟସ – ପ୍ରମାଣ ଜନ୍ମ ରେଜିଷ୍ଟାରର ନକଲ । ସ୍କୁଲ ସାର୍ଟିଫିକେଟ । ଭୋଟର ଲିଷ୍ଟରେ ଥିବା ବୟସ । ସ୍ଥାନୀୟ ସ୍ୱାସ୍ଥ୍ୟ ଅଫିସରଙ୍କର ସାର୍ଟିଫିକେଟ । ହିତାଧିକାରୀ ଚିହ୍ନଟ ଓ ତାଲିକାଭୁକ୍ତ କରିବା ପ୍ରଣାଳୀ ସ୍ଥାନୀୟ ଗ୍ରାମସେବକ କୃଷି ଶ୍ରମିକମାନଙ୍କର ତାଲିକା କରିବେ । ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଏହି ତାଲିକା ପ୍ରସ୍ତୁତ ହେବ । ତାପରେ ଗ୍ରାମସେବକ ସେମାନଙ୍କର ଜମି ଅଛି କି ନାହିଁ ବା ଜମିଜମା ବିଷୟରେ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କ ସହାୟତାରେ ଜମିଜମା ଥାଏ କି ନାହିଁ ପ୍ରମାଣପତ୍ର ସଂଗ୍ରହ କରିବେ । ରାଜସ୍ୱ ନିରିକ୍ଷକ ୭ ଦିନ ଭିତରେ ତାଙ୍କର ରିପୋର୍ଟ ଦେବେ ଏବଂ ଗ୍ରାମସେବକ ଯଥାଶୀଘ୍ର ଆବେଦନପତ୍ର ସଂଗ୍ରହ କରି ଏହାର ଏକ ତାଲିକା ପ୍ରସ୍ତୁତ କରି ରେଜିଷ୍ଟାରଭୁକ୍ତ କରି, ରେଜିଷ୍ଟାରର କ୍ରମିକ ନମ୍ବର ସହ ଯୋଜନାରେ ଅନ୍ତର୍ଭୁକ୍ତ ହେବା ସମସ୍ତ କୃଷି ଶ୍ରମିକମାନଙ୍କର ନାମ ତାଲିକା ବ୍ଲକ ଉନ୍ନୟନ ଅଧିକାରଙ୍କ ପାଖକୁ ପଠାଇବେ । ଗ୍ରାମସେବକ ଗୋଟିଏ ଚିହ୍ନଟ ପତ୍ର ଫର୍ମ ନମ୍ବରରେ ପ୍ରସ୍ତୁତ କରି ତାହା ପୂରଣ କରି – ଦରଖାସ୍ତ ଫର୍ମସହ ଗୁନ୍ଥି – ସେ ନିଜେ ସେଥିରେ ଦସ୍ତଖସ୍ତ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପଠାଇବେ । ଚିହ୍ନଟ ପତ୍ରରେ ଯେଉଁ ନମ୍ବର ଥିବ ତାହାର ଦରଖାସ୍ତ ଫର୍ମରେ ମଧ୍ୟ ସେହି ନମ୍ବର ଥିବା ଦରକାର । ବ୍ଲକ ଉନ୍ନୟନ ଅଧିକାରୀ ଏହି ଚିହ୍ନଟ ପତ୍ର ଓ ଦରଖାସ୍ତ ଫର୍ମ ପାଇବା ପରେ ତାହାକୁ ବ୍ଲକ ସରରେ ଥିବା ରେଜିଷ୍ଟାରରେ ରେଜିଷ୍ଟ୍ରିଭୁକ୍ତ କରିବେ । ପ୍ରତି ୧୫ ଦିନରେ ଥରେ ଏହିପରି ଦରଖାସ୍ତ ଫର୍ମ – ରେଜିଷ୍ଟ୍ରୀଭୁକ୍ତ କରି ଏହାର ଏକ ତାଲିକା ମ୍ୟାନେଜର ବର୍ଗୀକୃତ ଜୀବନବୀମା ଯୋଜନା ଜାତୀୟ ବୀମା ନିଗମ କାର୍ଯ୍ୟାଳୟକୁ ପଠାଇ ଦେବେ, ଏବଂ ପରିଚୟ ପତ୍ରରେ ସ୍ଵାକ୍ଷର କରି ଗ୍ରାମ ସେବକଙ୍କ ଜରିଆରେ ବୀମା କରିଥିବା କୃଷି ଶ୍ରମିକଙ୍କ ନିକଟକୁ ପଠାଇ ଦିଅନ୍ତି । ଏହି ବିଷୟରେ ବ୍ଲକ ଉନ୍ନୟନ ଅଧିକାରୀ ଜିଲ୍ଲାପାଲ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଇଥାନ୍ତି । ଭାରତୀୟ ଜୀବନ ବୀମା ନିଗମ, ଡିଭିଜନାଲ ଅଫିସ – ଭି.ଏସ୍.ଏସ୍. ମାର୍ଗ ସମ୍ବଲପୁର ବିଭାଗ ନିମ୍ନଲିଖିତ ଜିଲ୍ଲାଗୁଡିକର ଦାୟିତ୍ଵ ଗ୍ରହଣ କରିଛନ୍ତି - (୧) ଗଞ୍ଜାମ, (୨) ସମ୍ବଲପୁର, (୩) ବଲାଙ୍ଗୀର, (୪) କୋରାପୁଟ (୫) କଳାହାଣ୍ଡି ଅନ୍ୟ ୫ଟି ଜିଲ୍ଲା ବର୍ଗୀକୃତ ଜୀବନ ବୀମା ବିଭାଗ – ଡିଭିଜନାଲ ଅଫିସ୍ – ଭୁବନେଶ୍ଵର ଦାୟିତ୍ଵରେ ରଖାଯାଇଛି । ଯଥା – ଗଞ୍ଜାମ, ଫୁଲବାଣୀ, ପୁରୀ, କଟକ, ଢେଙ୍କାନାଳ, କେଉଁଝର, ବାଲେଶ୍ଵର, ମୟୁରଭଞ୍ଜ । (ବର୍ତ୍ତମାନ ଏହି ୧୩ଟି ଜିଲ୍ଲା ୩୦ଟି ଜିଲ୍ଲାରେ ପରିଣତ ହୋଇଛି ) ପରିକଳ୍ପନା ଚାଲୁହେବା ପରେ ଯଦି କେହି ଜମିହୀନା କୃଷି ଶ୍ରମିକ ତାଲିକାଭୁକ୍ତ ନ ହୋଇପାରି ସରକାର ଛାଡି ଦେଇଥାଏ – ଏବଂ ତାହାର ଉତ୍ତରାଧିକାରୀ ଯଦି ତାହାର ଦାବି ଜଣାଏ – ତେବେ ସେ ଏହି ବୀମା ବାବଦ ଟଙ୍କା ପାଇବା ପାଇଁ ହକଦାର ହୋଇପାରିବ ଯଦି ସେହି ଦାବି ସହ ସେ ନିମ୍ନଲିଖିତ ସହାୟକ କାଗଜପତ୍ର ଦାଖଲ କରିପାରିବେ ଯଥା – ମୃତ୍ୟୁ ସାର୍ଟିଫିକେଟ (ସରପଞ୍ଚଙ୍କଠାରୁ / ମେଡିକାଲ ଅଫିସର / ତହସିଲଦାର ଫର୍ମ ନଂ ୫ ରେ ଦେବେ ) ବିଧିସମ୍ମତି ଦାୟାଦ ସାର୍ଟିଫିକେଟ (ତହସିଲଦାରଙ୍କଠାରୁ ଆଣିବେ) ଏହି ଦାବି ସେ ନିଜ ନିଜ ଇଲାକାର ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପଠାଇବେ । ବ୍ଲକ ଉନ୍ନୟନ ଅଧିକାରୀଙ୍କର ଯଦି ହୃଦବୋଧ ହୁଏ ତେବେ ସେ ତାହାର ନାମ ରେଜିଷ୍ଟ୍ରୀଭୁକ୍ତ କରି ଏହି ମୃତ୍ୟୁ ଦାବିଟିକୁ ଭାରତୀୟ ଜୀବନ ବୀମା ନିଗମ ଅଫିସକୁ ପଠାଇ ଦେବେ । ଦାବୀ ଭାରତୀୟ ଜୀବନ ବୀମା ନିଗମକୁ ପଠାଇବା ପୂର୍ବରୁ ଏକାଧିକ ଦାୟାଦ ଥିବା ଜଣାପଡିଲେ ଉକ୍ତ ଦାବୀ ଜଣକୁ ଦିଆଯିବ କି ସମସ୍ତ ଦାୟାଦଙ୍କୁ ସମାନଭାବେ ବାନ୍ତି ଦିଆଯିବ । ନିଷ୍ପତ୍ତି ଏବଂ ଅଙ୍ଗୀକାର ସାର୍ଟିଫିକେଟ ସହ ବୀମା ନିଗମକୁ ପଠାଇ ଦେବେ । ଦାୟାଦ ବୀମା ଅନ୍ତର୍ଭୁକ୍ତ ହେବା ସମୟରେ ହିଁ ଜଣେ କୃଷି ଶ୍ରମିକ ପରିବାରର ଜମିକୁ ଦାୟାଦ ରୂପେ ବାଛିବେ, ଏବଂ ଦରଖାସ୍ତ ଫର୍ମ ସେ ଏହି ବ୍ୟକ୍ତିଙ୍କର ନାମ ଉଲ୍ଲେଖ ହେବ । ପରିଚୟ ପାତ୍ର ସହ ଶପଥ ପାତ୍ର ଦେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖକୁ ଦାୟାଦ ପରିବର୍ତ୍ତନ ପାଇଁ ଆବେଦନ କରାଯାଏ । ନଚେତ୍ ଥରେ ଦାୟାଦ ବାଛିବାର ଦରଖାସ୍ତ ଫର୍ମରେ ଲେଖା ସରିବା ପରେ ଆଉ ପରିବର୍ତ୍ତନ ହୁଏ ନାହିଁ । ପ୍ରିମିୟମ ପ୍ରଥମ ତିନିବର୍ଷ ଅର୍ଥାତ୍ ୧୯୮୭ ଠାରୁ ୧୯୯୦ ପର୍ଯ୍ୟନ୍ତ ସମସ୍ତ କୃଷି ଶ୍ରମିକଙ୍କ ବୀମା ତାଲିକାଭୁକ୍ତ ହେବା ପାଇଁ ପ୍ରିମିୟମ ଭାରତ ସରକାର ଦେବେ । ତା’ପରେ ବୀମା ଅନ୍ତର୍ଭୁକ୍ତ ହେବାକୁ ଚାହିଁଥିବା କୃଷି ଶ୍ରମିକ ବର୍ଷକୁ Rs 10/- ପ୍ରିମିୟମ ଦେବାକୁ ହୋଇଥାଏ । ଦାବୀ ବନ୍ଦୋବସ୍ତ ବ୍ୟବସ୍ଥା ଜମିହୀନା କୃଷି ଶ୍ରମିକଟି ଯଦି ଶରୀର ଛାଡିଦିଏ ତେବେ ଏହି ପରିକଳ୍ପନାନୁସାରେ ତାର ଦାୟାଦ ଫର୍ମ ୪ରେ ଦେୟ ପ୍ରାପ୍ତି ପାଇଁ ନିମ୍ନଲିଖିତ ଡକୁମେଣ୍ଟ ସହ ଆବେଦନ କରିବେ । ମୃତ ବ୍ୟକ୍ତିଙ୍କର ପରିଚୟ ପତ୍ର ମୃତ ଜମିହୀନ କୃଷି ଶ୍ରମିକଙ୍କ ପ୍ରମାଣ ପତ୍ର ଗ୍ରାମସେବକ ଏହି ଦାବୀ ଭଲ ଭାବେ ବ୍ୟାପକ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖକୁ ପଠାଇଦେବେ । ବି.ଡି.ଓ. ଏହାକୁ ଯାଞ୍ଚ କରି ଦାବୀକୁ ରେଜିଷ୍ଟ୍ରୀଭୁକ୍ତ କରି ଫର୍ମ ନଂ.୪ (ଦାବୀ ଓ ଖଲାସ ଫର୍ମ) କୁ ମ୍ୟାନେଜର ଜି.ଆଇ.ଏସ୍ ଭାରତୀୟ ଜୀବନ ବୀମା ନିଗମ ଅଫିସକୁ ପଠାଇ ଦେବେ । ଏବଂ ମ୍ୟାନେଜର ଭାରତୀୟ ଜୀବନ ବୀମା ନିଗମ ଅଫିସକୁ ପଠାଇ ଦେବେ । ଏବଂ ମ୍ୟାନେଜର ଭାରତୀୟ ଜୀବନ ବୀମା ଦାୟାଦକୁ Rs. ୨୦୦୦/- ଦେବା ବ୍ୟବସ୍ଥା କରିବେ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ