ଲକ୍ଷ୍ୟ ଖରିଫ ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I ଶିକ୍ଷଣୀୟ ଉଦ୍ଦେଶ୍ୟ ଖରିଫ ଫସଲର ବୁଣିବା ପୂର୍ବରୁ କରାଯାଉଥିବା ପ୍ରସ୍ତୁତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I ବିହନ ବାଛିବା ଏବଂ ମୃତ୍ତିକା ପରୀକ୍ଷା ପଦ୍ଧତି ସମ୍ବନ୍ଧରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା I ବୁଣିବା କିମ୍ବା ରୋଇବା ପୂର୍ବରୁ ଆବଶ୍ୟକ କୃଷି ବିନିବେଶ/ଇନପୁଟ କିଣିବା ପାଇଁ ଚାଷୀମାନଙ୍କୁ ପ୍ରସ୍ତୁତ କରି ରଖିବା I ପ୍ରୟୋଜନ ଅନେକ ବର୍ଷ ହେଲା କୃଷକ ଏବଂ ମହିଳା ଚାଷୀମାନେ କୃଷିକାର୍ଯ୍ୟ କରିଆସୁଅଛନ୍ତି I କିନ୍ତୁ ସେମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପ୍ରଣାଳୀ ବିଷୟରେ ସଚେତନ ନାହାନ୍ତି I ଅନେକ ସମୟରେ ପ୍ରାକ-ବୁଣା ପ୍ରସ୍ତୁତି ଅଭାବରେ ସେମାନେ କ୍ଷତି ସହି ଥାଆନ୍ତି I ବିହନ, ସାର ଏବଂ କୀଟନାଶକ ଠିକ ସମୟରେ ଉପଲବ୍ଧ ନ ହେଲେ କୃଷିକାର୍ଯ୍ୟରେ ବିଳମ୍ବ ହୋଇଥାଏ I ଅଗ୍ରୀମ ଫସଲ ଖସଡା ଅଭାବରେ ସେମାନେ ସଠିକ ସମୟରେ ସଠିକ ନିର୍ଣୟ ନେଇ ପାରନ୍ତି ନାହିଁ I ଫସଲର ବୁଣା କାର୍ଯ୍ୟ ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନେଇ ପାରିଲେ ଏହା କେବଳ ଅମଳ ବୃଦ୍ଧିରେ ସାହାଯ୍ୟ କରିବ ତାହାନୁହେଁ, ଏହା କୃଷି କାର୍ଯ୍ୟରୁ ସେମାନଙ୍କର ଆୟକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିବ I ଯଦି ସିଆରପିମାନେ ଭଲ ଭାବରେ ପ୍ରଶିକ୍ଷିତ ହୋଇଥିବେ ତେବେ ସେମାନେ ଆଧୁନିକ ଜ୍ଞାନ କୌଶଳକୁ ଚାଷୀମାନଙ୍କୁ ପ୍ରଦାନ କରିପାରିବେ I ଖରିଫଋତୁ ପ୍ରାକ-ବୁଣା ଅବସ୍ଥାର ପ୍ରଶିକ୍ଷଣ ମଡ୍ୟୂଲ୍ ସାତଗୋଟି ଗୋଟି ଅଧିବେଶନକୁ ନେଇ ଗଠିତ ଅଧିବେଶନ ୧.୧: ଖରାଟିଆ ହଳ କରିବା ଅଧିବେଶନ ୧.୨: ମୃତ୍ତିକା ନମୂନା ସଂଗ୍ରହ ଅଧିବେଶନ ୧.୩: ଫସଲ ଖସଡା ଅଧିବେଶନ ୧.୪ : ଜୈବିକ ଖତର ବ୍ୟବହାର ଅଧିବେଶନ ୧.୫: କିସମ ବଛିବା ଅଧିବେଶନ ୧.୬: ଗଜା ପରୀକ୍ଷା ଅଧିବେଶନ ୧.୭: ସବୁଜ ସାର ବ୍ୟବହାର ଆଧାର – ପୋର୍ଟାଲ ଟିମ