ଅଧିବେଶନ – ୩.୬ ମୂଳ ସାର ପ୍ରୟୋଗ I ଉଦ୍ଦେଶ୍ୟ ଫସଲର ବୃଦ୍ଧି ଏବଂ ଅମଳ ବଢାଇବା ପାଇଁ ଚାଷୀମାନଙ୍କୁ ମୂଳ ସାର ପ୍ରୟୋଗର ଗୁରୁତ୍ତ୍ୱ ବିଷୟରେ ସଚେତନ କରିବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ମୂଳ ସାର ପ୍ରୟୋଗର ଉପାଦେୟତା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର ଏବଂ ଚାଷୀର କ୍ଷେତ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପ୍ରଦର୍ଶନ – ୬୦ ମିନିଟ୍ I ପୃଷ୍ଠଭୁମୀ ବୁଣିବା ଏବଂ ରୋଇବା ସମୟରେ ମୂଳ ସାର ପ୍ରୟୋଗ କରାଯାଏ I ଯେକୌଣସି ଫସଲର ବୃଦ୍ଧି ପାଇଁ ମୂଳ ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଚାଷ କରିବାର ସହଳ ଚରଣରେ ପର୍ଯ୍ୟାପ୍ତ ପୋଷକ ମିଳିଲେ ଫସଲର ବୃଦ୍ଧି ବହୁତ ଭଲ ହୋଇଥାଏ I ଏହାସହ ଚାଷୀ ପ୍ରୟୋଗ କରୁଥିବା ସାରର ସର୍ବୋତ୍ତମ ବ୍ୟବହାର ହୋଇଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଭଲ ଅମଳ ପାଇବା ପାଇଁ ମୂଳ ସାରର ପ୍ରୟୋଗ ବିଷୟରେ ମାର୍ଗ ଦର୍ଶନ କରାଇବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କ ସହ ବିଚାର ବିମର୍ଶ କରନ୍ତୁ ଏବଂ ଆକଳନ କରନ୍ତୁ ଯେ ସେମାନେ ମୂଳ ସାର ପ୍ରୟୋଗ ବିଷୟରେ ଜାଣି ଅଛନ୍ତି ନା ନାହିଁ ଏବଂ ସେମାନେ ସନ୍ତୁଳିତ ସାର ପ୍ରୟୋଗର ଉପକାରିତା ବିଷୟରେ ସଚେତନ ଅଛନ୍ତି ନା ନାହିଁ I ଏହା ସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଭୁଲ ଭାବେ ସାର ପ୍ରୟୋଗ କରି ଏହାର କୁପ୍ରଭାବ ବିଷୟରେ କାହାର ଅଭିଜ୍ଞତା ଅଛି କି I ସୋପାନ -୨: ସାରରେ ଥିବା ପୋଷକର ମାତ୍ରା: ଚାଷୀମାନଙ୍କୁ ସଂକ୍ଷେପରେ ବୁଝାନ୍ତୁ ଯେ ଫସଲର ବୃଦ୍ଧି ପାଇଁ ବିଭିନ୍ନ ପୋଷକ ଯଥା ଅଙ୍ଗାରକାମ୍ଳ,, ଉଦଜାନ, ଅମ୍ଳଜାନ, ଯବାକ୍ଷାରଯାନ, ଫସଫରସ୍, ସଲଫର, ପୋଟାସ୍, ବୋରୋନ, କପର, ଜିଙ୍କ୍, ଲୌହ, ମଲିବଡିନମ, ମାଙ୍ଗାନିଜ ଏବଂ କ୍ଲୋରିନ ଇତ୍ୟାଦି ଆବଶ୍ୟକ I ସେମାନଙ୍କୁ କୁହନ୍ତୁଯେ ଅଙ୍ଗାରକାମ୍ଳ,, ଉଦଜାନ ଏବଂ ଅମ୍ଳଜାନ ବାୟୁ ମଣ୍ଡଳରୁ ମିଳିଥିବା ବେଳେ ଅନ୍ୟାନ୍ୟ ପୋଷକ ପାଇଁ ମାଟିରେ ସାର ତଥା ଖାତା ପ୍ରୟୋଗ କରିବାକୁ ପଡିଥାଏ I ନିମ୍ନ ଉଲ୍ଲିଖିତ ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯେଉଁଥିରୁ ବିଭିନ୍ନ ସାରରେ ଥିବା ପୋଷକର ମାତ୍ର ବିଷୟରେ ସେମାନେ ଜାଣି ପାରିବେ: କ୍ର. ନଂ. ସାରର ନାମ ଯବାକ୍ଷାରଯାନ ମାତ୍ରା ଫସଫରସ ମାତ୍ରା ପଟାସ ମାତ୍ରା ୧ ୟୁରିଆ ୪୬.୦ % ୦.୦ ୦.୦ ୨ ସିଙ୍ଗେଲ ସୁପର ଫସଫେଟ ୦.୦ ୧୬.୦ % ୦.୦ ୩ ମ୍ୟୁରିଏଟ ଅଫ ପଟାସ୍ ୦.୦ ୦.୦ ୬୦.୦% ୪ ଡିଏପି ୧୮.୦ % ୪୬.୦ % ୦.୦ ୫ ଏନ୍.ପି.କେ. (୨୮-୨୮-୦) ୨୮.୦ % ୨୮.୦ % ୦.୦ ୬ ଏନ୍.ପି.କେ. (୧୪-୩୫-୧୪) ୧୪.୦ % ୩୫.୦ % ୧୪.୦ % ୭ ଏନ୍.ପି.କେ. (୧୦-୨୬-୨୬) ୧୦.୦ % ୨୬.୦ % ୨୬.୦ % ବଜାରରୁ ସିଧା ସଳଖ ସାର କିଣିଲା ସମୟରେ କୌଣସି ଏକ ନିର୍ଦ୍ଦିଷ୍ଟ ସାରକୁ ବାଛିବା ପୂର୍ବରୁ ଆବଶ୍ୟକତାକୁ ହିସାବ କରିବା ଦରକାର I ଏକ କେ.ଜି. ଯବାକ୍ଷାରଯାନ ପାଇବା ପାଇଁ ୨.୨୦ କେ.ଜି. ୟୁରିଆ ଦରକାର ପଡିବ I ସେହିପରି ଭାବେ ଏକ କେ.ଜି. ଫସଫରସ୍ ଏବଂ ଏକ କେ.ଜି. ପଟାସ୍ ପାଇଁ ଯଥାକ୍ରମେ ୬.୨୫ କେ.ଜି. ସିଙ୍ଗେଲ ସୁପର ଫସଫେଟ ଏବଂ ୧.୬୭ କେ.ଜି. ମ୍ୟୁରିଏଟ ଅଫ ପଟାସ୍ କିଣିବା ଆବଶ୍ୟକ ହୋଇଥାଏ I ସୋପାନ -୩: ଆବଶ୍ୟକ ହେଉଥିବା ମୁଳ ସାରର ପରିମାଣ: କିଛି ମୁଖ୍ୟ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ନିମ୍ନ ପ୍ରଦତ୍ତ ଚାର୍ଟରେ ଦିଅ ଯାଇଅଛି I ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯହିଁରୁ ସେମାନ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ବିଷୟରେ ଏକ ଧାରଣା ପାଇବେ : କ୍ର. ନଂ. ଫସଲର ନାମ ଯବାକ୍ଷାରଯାନ (କେ.ଜି./ଏକର ) ଫସଫରସ୍ (କେ.ଜି./ଏକର ) ପଟାସ୍ (କେ.ଜି./ଏକର ) ୧ ଧାନ (ସହଳ କିସମ) ୬ କେ.ଜି. ୧୨ କେ.ଜି. ୧୨ କେ.ଜି. ୨ ଧାନ (ମଝିଆଳି ଏବଂ ବିଳମ୍ବ ଅବଧି) ମକା, ଚିନାବାଦାମ ଏବଂ କପା (ହାଇବ୍ରିଡ) ୮ କେ.ଜି. ୧୬ କେ.ଜି. ୧୬ କେ.ଜି. ୩ କାକୁଡି ଏବଂ ଜହ୍ନି ୧୦ କେ.ଜି. ୧୨ କେ.ଜି. ୧୨ କେ.ଜି. ୪ କଲରା ୧୨ କେ.ଜି. ୧୨ କେ.ଜି. ୧୨ କେ.ଜି. ୫ ଝୁଡଙ୍ଗ ୧୦ କେ.ଜି. ୨୦ କେ.ଜି. ୨୦ କେ.ଜି. ୬ ପୋଟଳ ୧୬ କେ.ଜି. ୩୨ କେ.ଜି. ୧୬ kg ୭ ବାଇଗଣ ୧୦ କେ.ଜି. ୩୦ କେ.ଜି. ୧୦ କେ.ଜି. ୮ ମୁଗ, ବିରି, ଏବଂ ହରଡ ୮ କେ.ଜି. ୧୬ କେ.ଜି. ୮ କେ.ଜି. ସୋପାନ -୪: ମୂଳ ସାରକୁ କିପରି ପ୍ରୟୋଗ କରିବେ: ମୂଳ ସାରକୁ ପ୍ରୟୋଗ କରିବା ପୂର୍ବରୁ ଅନେକ ଦିଗକୁ ବିଚାରକୁ ନେବା ଆବଶ୍ୟକ I ଏହିସବୁ ଦିଗ ବିଷୟରେ ଚାଷୀମାନଙ୍କୁ ସଚେତନ କରନ୍ତୁ: ଜମିର ଆୟତନ ଅନୁଯାୟୀ ଆବଶ୍ୟକ ହେଉଥିବା ସାରର ପରିମାଣକୁ ହିସାବ କରନ୍ତୁ I ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା ସାର ଯଥା ୟୁରିଆ, ସିଙ୍ଗେଲ ସୁପର ଫସଫେଟ, ମ୍ୟୁରିଏଟ ଅଫ ପଟାସ୍, ଡିଏପି ଇତ୍ୟାଦି ସାରର ଅନୁମୋଦିତ ପରିମାଣକୁ ଗଣନା କରନ୍ତୁ I ଯଦି ଏକରୁ ଅଧିକ ସାର ବ୍ୟବହାର କରାଯାଉଥାଏ, ତେବେ ଏହାକୁ ପ୍ରୟୋଗ କରିବା ପୂର୍ବରୁ ଭଲ ଭାବରେ ମିଶାନ୍ତୁ I ଯଦି ଫସଫରସ୍ ଏବଂ ପଟାସ୍ ସାର ବ୍ୟବହାର କରାଯାଉଥାଏ, ତେବେ ଏହାକୁ ମାଟିରେ ଭଲକରି ମିଶାନ୍ତୁ I ହଳ କରିବାର ଅନ୍ତିମ ଚରଣରେ କିମ୍ବା ଜମିକୁ କାଦୁଅ କରିବା ସୟରେ ଏହାକୁ ପ୍ରୟୋଗ କରନ୍ତୁ I ଯଦି ଫସଲକୁ ଗଭୀର ଶିଆର କିମ୍ବା ଗର୍ତ୍ତରେ ଚାଷ କରା ଯାଉଥାଏ ଯାଉଥାଏ, ତେବେ ଗଛ ଲଗାଇବା କିମ୍ବା ରୋଇବା ପୂର୍ବରୁ ସାରକୁ ମାଟି ସହ ଭଲ ଭାବରେ ମିଶ୍ରଣ କରନ୍ତୁ I ଯଦି ଧାଡି ବୁଣା କରାଯାଉଥାଏ ପ୍ରଥମେ ସାରକୁ ବ୍ୟବହାର କରି ତା'ପରେ ଖତ ବ୍ୟବହାର କରନ୍ତୁ ଏବଂ ଏହା ଉପରେ ବିହନ ବୁଣନ୍ତୁ I ସୁନିଶ୍ଚିତ କରନ୍ତୁ ଯେପରିକି ବିହନ ମଞ୍ଜି କିମ୍ବା ଚାରା ସହିତ ସାର ସିଧା ସଳଖ ସଂସ୍ପର୍ଶରେ ଆସିବ ନାହିଁ I ରାସାୟନିକ ସାର ସହିତ ପର୍ଯ୍ୟାପ୍ତ ପରିମାଣରେ ଜୈବିକ ଖତ ପ୍ରୟୋଗ କରନ୍ତୁ I କିଛି ମାଟିରେ ଜିଙ୍କ୍ କିମ୍ବା ବୋରୋନର ମାତ୍ର କମ ଥାଇପାରେ I ଏପରି କ୍ଷେତ୍ରରେ ଏକର ପିଛା ୬ ରୁ ୮ କେ.ଜି. ଜିଙ୍କ୍ ସଲଫେଟ୍ କିମ୍ବା ଏକର ପିଛା 5 ରୁ 6 କେ.ଜି. ବୋରୋକ୍ସ ବୁଣିବା ସମୟରେ ପ୍ରୟୋଗ କରନ୍ତୁ I ଫସଲକୁ ସବୁ ପ୍ରକାର ଖାଦ୍ୟସାର ଉପଲବ୍ଧ କରିବା ସୁନିଶ୍ଚିତ କରାନ୍ତୁ କାରଣ ଯଦି ଗୋଟିଏ ବି ଖାଦ୍ୟସାର ଉପଲବ୍ଧ ନ ହୁଏ ଫସଲ ଅନ୍ୟ ପୋଷକ ସବୁ ଶୋଷଣ କରିପାରେ ନାହିଁ I ଉପସଂହାର ଅଧିବେଶନକୁ ସମାପ୍ତ କରି ଏକ ପ୍ରଗତିଶୀଳ ଚାଷୀଙ୍କୁ ପଚାରନ୍ତୁ ତାଙ୍କ ଅଞ୍ଚଳରେ ସାଧାରଣ ଭାବେ ଚାଷ କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ କେଉଁ ସାରକୁ ବ୍ୟବହାର କରାଯାଇପାରିବ I ଚାଷୀମାନଙ୍କୁ ମଧ୍ୟ ପଚାରାଯାଇପାରିବ ଯେ ସେମାନେ କେଉଁଠାରୁ ମୂଳ ସାର କିଣନ୍ତି ଏବଂ ଏହାର ଦରସବୁ କେତେ I ସିଆରପିମାନେ ମୂଳ ସାର ବିକ୍ରୟ କରୁଥିବା କିଛି ବ୍ୟାପାରୀଙ୍କ ଯୋଗାଯୋଗ ଠିକଣା ରଖି ଆବଶ୍ୟକ ବେଳେ ଚାଷୀମାନଙ୍କୁ ମାର୍ଗଦର୍ଶନ କରନ୍ତୁ I ଆଧାର – ପୋର୍ଟାଲ ଟିମ