ଅଧିବେଶନ ୫.୨ ଜଳ ପରିଚାଳନା I ଉଦ୍ଦେଶ୍ୟ ଚାଷୀମାନଙ୍କୁ ଫସଲର ବୃଦ୍ଧି ଏବଂ ଅଧିକ ଅମଳ ପାଇଁ ଉଚିତ ଜଳ ପରିଚାଳନାର ମହତ୍ୱ ବିଷୟରେ ଶିକ୍ଷା ଦେବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଉଚିତ ଜଳ ପରିଚାଳନାର ଉପାଦେୟତା ବିଷୟରେ ବୁଝାଇବା ସହ ଜଳ ନିଷ୍କାସନର ମହତ୍ୱ ବିଷୟରେ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପୃଷ୍ଠଭୁମୀ ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଅପରିହାର୍ଯ୍ୟ I ଉଭୟ ଜଳ ସେଚନ ଏବଂ ଜଳ ନିଷ୍କାସନ ପ୍ରକ୍ରିୟାର ସମାହାରକୁ ଜଳ ପରିଚାଳନା କହନ୍ତି I ଖରିଫ ଋତୁରେ ଅଧିକ ବର୍ଷା ହେଉଥିବାରୁ ଜଳ ନିଷ୍କାସନ ଉପରେ ଅଧିକ ଜୋର ଦିଆ ଯିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I ଜମିରେ ଜଳ ନିଷ୍କାସନ ପାଇଁ ଏକ ଅଲଗା ନାଳୀ ରହିଥିବା ଉଚିତ I ଫସଲର ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ I ତେଣୁ ଜଳ ପରିଚାଳନା ଏକ ମହତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଟୁଲ୍ ଯାହା ଚାଷୀମାନଙ୍କୁ ସେମାନଙ୍କର ଜଳ ପରିଚାଳନା କୌଶଳରେ ଉନ୍ନତି ଆଣିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳ ବିଷୟରେ ସେମାନେ ସଚେତନ ଅଛନ୍ତି କି ? ସେମାନଙ୍କ ସହ ଜଳ ସେଚନ ଏବଂ ଜଳ ନିଷ୍କାସନ ପାଇଁ ବ୍ୟବହୃତ ସ୍ଥାନୀୟ ପଦ୍ଧତି ବିଷୟରେ ଆଲୋଚନା କରନ୍ତୁ I ଖରିଫ ଋତୁରେ ଜଳ ନିଷ୍କାସନ ବିଷୟରେ ଆଲୋଚନା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ I ସୋପାନ -୨: ଜଳ ପରିଚାଳନାର ମୁଖ୍ୟ ବିଶେଷତା: ଉଭୟ ଜଳ ସେଚନ ଏବଂ ଅତିରିକ୍ତ ଜଳର ନିଷ୍କାସନ ପ୍ରଣାଳୀର ସମାହାରକୁ ଜଳ ପରିଚାଳନା କହନ୍ତି I ଫସଲର ବୃଦ୍ଧୀୟ ଅବସ୍ଥାର ପ୍ରତିଟି ଚରଣରେ ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଉଚିତ I ଜମିରୁ, ବିଶେଷତଃ ବର୍ଷା ଋତୁରେ ଅତିରିକ୍ତ ଜଳ ନିଷ୍କାସନ କରିବା ପାଇଁ ଉଚିତ ସୁବିଧା ଥିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I ସୋପାନ -୩: ଫସଲର କେଉଁ ଅବସ୍ଥାରେ ଜଳ ଅପରିହାର୍ଯ୍ୟ ହୋଇଥାଏ: ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ବେଳେ ବେଳେ ସାମାନ୍ୟ ବର୍ଷାପାତ ନ ହେଲେ ମରୁଡି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ I ଫସଲର ଫୁଲ ଧରିବା ଏବଂ ଫଳ ଧରିବା ଅବସ୍ଥାରେ ଯେପରି ଜଳ ନିଅଣ୍ଟିଆ ନ ହୁଏ ଧ୍ୟାନ ରଖିବା ଉଚିତ I କିଛି ନିର୍ଦ୍ଦିଷ୍ଟ ଫସଲର କେଉଁସବୁ ଅବସ୍ଥାରେ ଜଳ ଉପଲବ୍ଧତା କମ ହେବା ଉଚିତ ନୁହେଁ, ନିମ୍ନ ଚାର୍ଟରେ ପ୍ରଦତ୍ତ ଅଛି I ଏହି ଚାର୍ଟ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ଉଚିତ ଯାହା ସେମାନଙ୍କୁ ଫସଲର ଯେଉଁ ସବୁ ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ ସେହି ବିଷୟରେ ଏକ ଧାରଣା ଦେବ : କ୍ର. ନଂ. ଫସଲର ନାମ ଫସଲର କେଉଁ ଅବସ୍ଥାରେ ଜଳ ନିତାନ୍ତ ଆବଶ୍ୟକ ୧ ଧାନ ହଳ କରିବା ସମୟରେ, ପିଲ ଧରିବା ଅବସ୍ଥା , ଫୁଲ ଉଡେଇବା ଅବସ୍ଥା, କ୍ଷୀର ଢୋକିବା ଅବସ୍ଥା, ଦାନା ବାନ୍ଧିବା ଅବସ୍ଥା I ୨ ମକା ଚଅଁର ଆସିବା ଅବସ୍ଥା, ମକା ଆସିବା ଅବସ୍ଥା, ମଞ୍ଜି ପୂରଣ ଅବସ୍ଥା I ୩ ଚିନାବାଦାମ ଫୁଲ ଧରିବା ଅବସ୍ଥା, ଓହଳ ସୃଷ୍ଟି ଅବସ୍ଥା, ଛୁଇଁର ବିକାଶ ଅବସ୍ଥା I ୪ ହରଡ ଫୁଲ ଧରିବା ଅବସ୍ଥା, ଛୁଇଁ ଧରିବା ଅବସ୍ଥା I ୫ ସୂର୍ଯ୍ୟମୁଖୀ ଫୁଲ ଧରିବା ଅବସ୍ଥାର ଦୁଇ ସପ୍ତାହ ପୂର୍ବରୁ ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ I ୬ ମାଣ୍ଡିଆ ହଳ କରିବା ସମୟରେ, ଅବସ୍ଥା, ମଞ୍ଜି ପୂରଣ ଅବସ୍ଥା I ୭ କପା ଫୁଲ ଧରିବା ଅବସ୍ଥା, ବକରା ସୃଷ୍ଟି ଅବସ୍ଥା I ସୋପାନ -୪: କିଛି ବିଶେଷ ଫସଲ ପାଇଁ ଜଳ ଆବଶ୍ୟକତା: ଖରିଫ ଋତୁରେ ଅଧିକ ବର୍ଷାହେବା କାରଣରୁ ପାଣି ଜମିବା ଏକ ମୁଖ୍ୟ ସମସ୍ୟା ହୋଇଥାଏ, ତେଣୁ ଜମିରେ ପର୍ଯ୍ୟାପ୍ତ ଜଳ ନିଷ୍କାସନ ବ୍ୟବସ୍ଥା ରହିବା ଉଚିତ I ଏହା ବିପରୀତ, ମରୁଡି ପରିସ୍ଥିତିରେ ଯେ କୌଣସି ଉତ୍ସରୁ ପାଣି ଆଣି ଯୁଦ୍ଧକାଳୀନ ଭିତ୍ତିରେ ଫସଲକୁ ଜଳ ସେଚିତ କରିବା ଆବଶ୍ୟକ I କିଛି ବିଶେଷ ଫସଲର ଜଳ ଆବଶ୍ୟକତାକୁ ଚାଷୀମାନଙ୍କର ଜାଣିବା ପାଇଁ ନିମ୍ନ ଚାର୍ଟରେ ଦିଆ ଯାଇଅଛି I କ୍ର. ନଂ. ଫସଲର ନାମ ଆବଶ୍ୟକ ପାଣି ( ସେ.ମି.ରେ ) ୧ ଧାନ (ସହଳ) ୬୫ ୨ ଧାନ (ମଝିଆଳି) ୧୦୫ ୩ ଧାନ (ବିଳମ୍ବ) ୧୨୦ ୪ ମଣ୍ଡିଆ ୫୦ ୫ କପା ୭୫ ୬ ଆଖୁ ୨୦୦ ୭ ସୂର୍ଯ୍ୟମୁଖୀ ୪୫ ୮ ବାଇଗଣ ୬୫ ଉପସଂହାର ଅଧିବେଶନକୁ ସମାପ୍ତି କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ମରୁଡି ସମୟରେ ସେମାନେ ଫସଲର ଜଳ ଆବଶ୍ୟକତାକୁ ପୂରଣ କରିବା ପାଇଁ କ’ଣ ସବୁ ଉପାୟ କରିବେ I ସେହିପରି ଭାବେ ସେମାନଙ୍କୁ ପଚାରନ୍ତୁ ଯେ ଅଧିକ ବୃଷ୍ଟିପାତ ଯୋଗୁଁ ଜମି ଜଳ ପ୍ଳାବିତ ହେଲେ ସେମାନେ କ’ଣ କରିବେ I ଏହି ଅଧିବେଶନର ବିଷୟ ବସ୍ତୁକୁ ଆଧାର କରି ଆଲୋଚନାକୁ ସଞ୍ଚାଳନ କରନ୍ତୁ I ଆଧାର – ପୋର୍ଟାଲ ଟିମ