ଅଧିବେଶନ ୨.୩ ଛେଳି ଘର I ଉଦ୍ଦେଶ୍ୟ ଛେଳିମାନଙ୍କୁ ଏକ ସ୍ୱାସ୍ଥ୍ୟକର ପରିବେଶରେ ପାଳନ କରିବା ପାଇଁ ଶିକ୍ଷା ଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ତା ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ଛେଳି ଘରକୁ ପ୍ରଦର୍ଶନ କରିବା ପାଇଁ ନିଅନ୍ତୁ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ଏକ ଛେଳି ଘର ପ୍ରଦର୍ଶନରେ ଯାଆନ୍ତୁ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ I ପୃଷ୍ଠ ଭୁମୀ ଛେଳିମାନଙ୍କୁ ସୁସ୍ଥ ତଥା ସ୍ୱାସ୍ଥ୍ୟକର ପରିବେଶରେ ରଖିବା ପାଇଁ ଉତ୍ତମ ଛେଳି ଘର ପ୍ରସ୍ତୁତ କରିବା ଦରକାର I ଯଦି ଛେଳି ଘରରେ ପର୍ଯ୍ୟାପ୍ତ ଜାଗା ନ ମିଳେ, ଛେଳିମାନେ ଅଣ ନିଃଶ୍ୱାସୀ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି I ଛେଳିଙ୍କୁ ଚଉଡା ଓ ଉତ୍ତମ ଘର ଭିତରେ ରଖିବା ବିଷୟରେ ଶିକ୍ଷାଦେବା ପାଇଁ ଏହି ପ୍ରଶିକ୍ଷଣ ଉପକରଣ ଚାଷୀମାନଙ୍କୁ ସାହାଯ୍ୟ କରିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କୁ ସେମାନେ ଛେଳିପାଳନ କରୁଥିବା ସ୍ଥାନ ବିଷୟରେ ଅଲୋଚନା କରନ୍ତୁ I ଅସ୍ୱାସ୍ଥ୍ୟକର ପରିବେଶରେ ପାଳନ ଯୋଗୁଁ ଛେଳିମାନଙ୍କୁ କୌଣସି ପ୍ରକାର ରୋଗ ହୋଇଥିଲା କି ? ଏହାମଧ୍ୟ ପଚାରନ୍ତୁ କି ସେମାନେ ଛେଳିମାନଙ୍କୁ ନିଜର ରହିବା କୋଠରୀ ଭିତରେ ରଖନ୍ତି କି, ଯଦି ହଁ, ଏପରି ପରିସ୍ଥିତିରେ ସେମାନେ କିଛି ଅସୁବିଧାର ସମ୍ମୁଖିନ ହୁଅନ୍ତି କି ? ସୋପାନ -୨: ଚାଷୀମାନଙ୍କୁ ବୁଝାନ୍ତୁ କି, ଛେଳିମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ଉତ୍ତମ ଗୁହାଳ ଓ ପରିବେଶ ପ୍ରଦାନ କରିବା ଉଚିତ I ଛେଳିମାନେ ବଡ ଗୁହାଳରେ ଭଲକରି ବଢନ୍ତି, ତେଣୁ ସିମେଣ୍ଟ ଚଟାଣଯୁକ୍ତ ଏକ ମୁକ୍ତ ଗୁହାଳ ଛେଳି ପାଳନ ପାଇଁ ଦରକାର I ଛେଳିମାନଙ୍କୁ ବନ୍ୟଜନ୍ତୁଙ୍କଠାରୁ ରକ୍ଷା କରିବା ପାଇଁ ଗୁହାଳ ଚାରିପାଖରେ ଶକ୍ତ ବାଡ ଘେରାଇବା ପାଇଁ ଚାଷୀଙ୍କୁ ପରାମର୍ଶ କରନ୍ତୁ I ଚାଳ ଛପର ଗୁହାଳ ନିର୍ମାଣ କରିବା ପାଇଁ କମ ଖର୍ଚ୍ଚ ହୋଇଥାଏ I ଗୋଟିଏ ଗୁହାଳରେ ଅତିବେଶୀରେ ୩୦ ରୁ ୩୫ ଟି ଛେଳି ରଖିବା ଉଚିତ I ଗୋଟିଏ କୋଣରେ ପିଇବା ପାଣି ଓ ଅନ୍ୟ କୋଣରେ ଖଣିଜ ଲବଣ ରଖିବାର ବ୍ୟବସ୍ଥା କରନ୍ତୁ I ସୋପାନ -୩: ବିଭିନ୍ନ ପ୍ରକାର ଗୁହାଳ: ଛେଳିମାନଙ୍କପାଇଁ ବିଭିନ୍ନ ପ୍ରକାର ଗୁହାଳର ନିର୍ମାଣ ବିଷୟରେ ବୁଝାନ୍ତୁ I ଗୁହାଳ ବାଲିରେ ପ୍ରସ୍ତୁତ କରାଯାଇପାରେ କିମ୍ବା ଭାଡି ଗୁହାଳ ମଧ୍ୟ ନିର୍ମାଣ କରାଯାଇପାରେ I ବାଲି ଗୁହାଳରେ, ସିମେଣ୍ଟ ଚଟାଣ ଉପରେ ୪ ରୁ ୬ ଇଞ୍ଚ୍ ପର୍ଯ୍ୟନ୍ତ ବାଲି ବିଛା ଯାଇଥାଏ I ଛେଳିଙ୍କର ମୁତ୍ର ବାଲିରେ ଶୋଷିତ ହୋଇଯିବାରୁ ସେମାନେ ଆରାମରେ ଶୋଇଥାଆନ୍ତି I ପ୍ରତି ୧୫ ରୁ ୨୦ ଦିନ ଅନ୍ତରାଳରେ ବାଲିକୁ ଓଲଟ ପାଲଟ କରିବା ଦରକାର, ଯେପରିକି ତଳ ବାଲି ଉପରକୁ ଆସିଯିବ I ଭାଡି ଗୁହାଳରେ, ଚଟାଣର ଦେଢରୁ ଦୁଇ ଫୁଟ ଉପରେ ବାଉଁଶ କିମ୍ବା କାଠ ପାତରେ ଏକ ଭାଡି ପ୍ରସ୍ତୁତ କରାଯାଇଥାଏ I ମୁତ୍ର ଓ ମେଣ୍ଢା ଭାଡିରୁ ତଳକୁ ପଡିଯାଇ ଗୁହାଳକୁ ପରିଷ୍କାର ରଖିଥାଏ I ଛେଳିମାନଙ୍କୁ ବର୍ଷା, ସୁର୍ଯ୍ୟାଲୋକ ଓ ଅଧିକ ଥଣ୍ଡାରୁ ରକ୍ଷା କରିବା ପାଇଁ ବିଶେଷ ଯତ୍ନ ନେବା ନିଶ୍ଚିତ କରନ୍ତୁ I ଅତ୍ୟଧିକ ଥଣ୍ଡାରୁ ଛେଳିଙ୍କୁ ରକ୍ଷାକରିବା ପାଇଁ କାନ୍ଥରେ ଅଖା ଝୁଲାଯାଇପାରେ I ସୋପାନ -୪: ଚାଷୀମାନଙ୍କୁ ନିମ୍ନ ଉଲ୍ଲିଖିତ ଚାର୍ଟ୍ ଦେଖାନ୍ତୁ, ଯାହା ବିଭିନ୍ନ ବୟସର ଛେଳିଙ୍କ ପାଇଁ ଆବଶ୍ୟକ ହେଉଥିବା ଜାଗା ବିଷୟରେ ଏକ ସଠିକ ଧାରଣ ଦେବ I ଛେଳି ପ୍ରକାର ଯାଗା (ମିଟର୨/ପ୍ରତ୍ୟେକ ଛେଳିପାଇଁ) ଛୋଟ ଛେଳି ଛୁଆ ୦.୪ ମା କ୍ଷୀର ଉପରେ ନିର୍ଭର କରୁ ନ ଥିବା ଛୁଆ ୦.୮ ଏକ ବର୍ଷ ବୟସ (ଗୋଠରେ) ୧.୦ ବୟସ୍କ ଛେଳି (ଗୋଠରେ) ୧.୨ ବୟସ୍କ ଛେଳି (ଏକା) ୧.୫ ଗର୍ଭବତୀ ଛେଳି ୧.୮-୨.୦ ବୁଦା (ଏକା) ୩.୦ ବୁଦା (ଗୋଠରେ) ୧.୮-୨.୦ ସୋପାନ -୫: ଚାଷୀମାନଙ୍କୁ ଗ୍ରାମରେ ଥିବା ଏକ ଆଦର୍ଶ ଛେଳି ଗୁହାଳକୁ ନିଅନ୍ତୁ I ସେମାନଙ୍କୁ ବୁଝାନ୍ତୁ ଏକ ଛେଳି ଗୁହାଳର ଉଚ୍ଚତା ଛ (୬) ଫୁଟ ହେବା ଉଚିତ I ୧୨ ଫୁଟ ଲମ୍ବା ଓ ୧୨ ଫୁଟ ଚଉଡା ଗୁହାଳରେ ଏଗାରଟି ଛେଳି ରହିପାରିବେ I ଚଟାଣ ସିମେଣ୍ଟରେ ପ୍ରସ୍ତୁତ ହେବା ସହ ସାମାନ୍ୟ ଢାଲୁ ହେବା ଉଚିତ ଯାହା ଚଟାଣକୁ ଶୁଖିଲା ରଖିବାରେ ସାହାଯ୍ୟ କରିବ I ଲଢେଇରୁ ନିବୃତ୍ତ କରିବା ପାଇଁ ବୁଦା ଓ ଛେଳିମାନଙ୍କୁ ଅଲଗା ରଖନ୍ତୁ I ଉପସଂହାର ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ଏକ ଆଦର୍ଶ ଛେଳି ଗୁହାଳ କିପରି ହେବା ଉଚିତ I ବିଭିନ୍ନ ବୟସର ଛେଳିଙ୍କ ପାଇଁ ଆବଶ୍ୟକ ହେଉଥିବା ଜାଗା ବିଷୟରେ ସେମାନଙ୍କୁ ପଚାରନ୍ତୁ I ଆଧାର – ପୋର୍ଟାଲ ଟିମ