ଅଧିବେଶନ ୩.୨ ବିରିର ଏଫ୍ଏକ୍ୟୁ (FAQ) ମାନ I ଉଦ୍ଦେଶ୍ୟ ଚାଷୀମାନଙ୍କୁ ବିରିର ଉତ୍ପାଦକ ମାନ ବିଷୟରେ ସଚେତନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବିରି ଶସ୍ୟର ଉତ୍ତମ ଦର ପାଇବା ପାଇଁ ଏହାର କିଛି ଗୁଣବତ୍ତାର ମାନକୁ ବଜାୟ ରଖିବାର ଆବଶ୍ୟକତା ଉପରେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବI ଅଂଶଗ୍ରହଣକାରୀ ବିରି ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ବିରି ଚାଷ କରିବାକୁ ଇଛୁକ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ପୋଷ୍ଟର ଓ କେୟାର ଇଣ୍ଡିଆ ଦ୍ୱାରା ଉତ୍ପାଦ ଗୁଣବତ୍ତା ବିଷୟରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଫିଲ୍ମ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ସରଞ୍ଜାମ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୫୦ ମିନିଟ୍ | ପୃଷ୍ଠଭୁମୀ ଅଧିକାଂଶ ଚାଷୀ ସେମାନଙ୍କ ବଳକା ଉତ୍ପାଦକୁ ବଜାରରେ ବିକ୍ରୟ କରିଥାଆନ୍ତି I କିନ୍ତୁ ସେମାନେ ପାଉଥିବା ଦର ଅପେକ୍ଷାକୃତ କମ ହୋଇଥାଏ I ବଜାରରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ କମ୍ ଦାମ ପାଇବାର ଅନେକ କାରଣ ରହିଥିଲେ ମଧ୍ୟ ମୁଖ୍ୟ କାରଣ ହେଉଛି ଉତ୍ପାଦର ଖରାପ ମାନ I ଚାଷୀମାନେ ବିରିର ଗୁଣବତ୍ତାର ମାନକୁ ବଜାୟ ରଖିବା ଦ୍ୱାରା ବଜାରରେ କିପରି ଏକ ଉତ୍ତମ ଦାମ ମିଳିଥାଏ ସେହି ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷାଦାନ କରିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ - ୧:ବଜାରରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ କମ୍ ଦାମ ପାଇବାର ଅନେକ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଉତ୍ପାଦର ଖରାପ ମାନ I ଚାଷୀମାନେ ବିରିର ଗୁଣବତ୍ତାର ମାନକୁ ବଜାୟ ରଖିବା ଦ୍ୱାରା ବଜାରରେ କିପରି ଏକ ଉତ୍ତମ ଦାମ ମିଳିଥାଏ ସେହି ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷାଦାନ କରିବ I ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବଳକା ଉତ୍ପାଦକୁ ବଜାରରେ ବିକ୍ରୟ କରନ୍ତିକି, ଯଦି କରୁଥାନ୍ତି ତେବେ ସେମାନେ ଏଥିପାଇଁ ଉଚିତ ଦର ପାଇଥାଆନ୍ତି କି ? ଯଦି ସେମାନେ ପାଉଥିବା ମୂଲ୍ୟ ଉପରେ ସନ୍ତୁଷ୍ଟ ନାହାନ୍ତି, ତେବେ ଉପଯୁକ୍ତ ମୂଲ୍ୟ ନ ପାଇବାର କାରଣ ବିଷୟରେ ସଚେତନ ଅଛନ୍ତି କି ? ଏହା ମଧ୍ୟ ପଚାରନ୍ତୁ କି ବଜାରରୁ ଉଚିତ ଦର ପାଇବା ପାଇଁ ସେମାନେ ଉତ୍ପାଦର କିଛି ଗୁଣବତ୍ତାର ମାନକୁ ବଜାୟ ରଖିବାର ଆବଶ୍ୟକତା ବିଷୟରେ ସଚେତନ ଅଛନ୍ତି କି ? ସୋପାନ - ୨ :ଉତ୍ତମମାନ ଥିବା ଶସ୍ୟର ଗୁଣ : ପୋଷ୍ଟରକୁ ଦେଖାଇ ଚାଷୀମାନଙ୍କୁ ବୁଝାନ୍ତୁ ଯେ ବଜାରରେ କମ ଦର ପାଇବାର ମୁଖ୍ୟ କାରଣ ହେଇଛି ଉତ୍ପାଦର ଖରାପ ମାନ I ବିରି ମୁଲ୍ୟ ନିର୍ଦ୍ଧାରଣ ପାଇଁ ଅନେକ ଦିଗ ଅଛି ଏବଂ ଏହି ସବୁ ଦିଗକୁ ବିଚାରକୁ ନେଇ ଦର ଦିଆଯାଇଥାଏ I ଏହାସବୁ ହେଲା ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦି I ବିରିର ଗୁଣବତ୍ତାର ମାନ ବିଭିନ୍ନ ଉଦ୍ୟୋଗର ଆବଶ୍ୟକତା ଉପରେ ନିର୍ଭର କରିଥାଏ ଯେଉଁମାନେ ବିରିକୁ ବିଭିନ୍ନ ପ୍ରକାର ଉତ୍ପାଦ ପାଇଁ ପ୍ରକ୍ରିୟାକରଣ କରିଥାନ୍ତି, ଯେପରିକି ଡାଲି ପ୍ରକ୍ରିୟାକରଣ ଉଦ୍ୟୋଗ I କ୍ର.ନଂ. ଅପବର୍ତ୍ତନ (Refractions) ମାନଦଣ୍ଡ ସାରଣୀ ୧ ଅପରିପକ୍ୱ, ବଙ୍କା ଓ ସୁକୁଟି ଯାଇଥିବା ଶସ୍ୟ ନିଦା ଦାନା ଯାହାର ଆକାର ଏକ ଗୋଟା ଦାନାର ଆକାରରୁ ତିନି ଚତୁର୍ଥାଂଶରୁ ବି କମ ହୋଇଥାଏ I ମଞ୍ଜିସବୁ ସମ୍ପୁର୍ଣରୂପେ ବିକଶିତ ହୋଇ ନ ଥାଏ, ସମ୍ପୁର୍ଣ ପାକଳ ହୋଇ ନ ଥାଏ I ୨ ଅନ୍ୟାନ୍ୟ ଶସ୍ୟ ବିରିରେ ଅନ୍ୟ ଶସ୍ୟର ଅପମିଶ୍ରଣ I ୩ ବାହ୍ୟ ପଦାର୍ଥ (ଜୈବିକ ଏବଂ ଅଣଜୈବିକ) ଜୈବିକ ପଦାର୍ଥ ମଧ୍ୟରେ ଚଷୁ, କୁଟା, ପାଳ, ଘାସ ମଞ୍ଜି ଏବଂ ଅନ୍ୟାନ୍ୟ ଖାଇବା ଯୋଗ୍ୟ ଶସ୍ୟ ଅନର୍ଭୁକ୍ତ I ଅଣଜୈବିକ ପଦାର୍ଥ ମଧ୍ୟରେ ବାଲି, ଗୋଡି, ମଇଳା, କ୍ଷୁଦ୍ର ପଥର ଗୋଲି, ପଥର, କାଚ ଓ ଧାତୁ ଖଣ୍ଡ, ମାଟି ଢେଲା ଓ କାଦୁଅ ଅନ୍ତର୍ଭୁକ୍ତ I ୪ ଜୀବନ୍ତ କୀଟପତଙ୍ଗ ଓ ଫିମ୍ପି ଲାଗିଥିବା ଦାନା ବିରିରେ ଜୀବନ୍ତ କୀଟପତଙ୍ଗର ଅବସ୍ଥିତି I ଫିମ୍ପି ଲାଗି ବେରଙ୍ଗୀ ହୋଇଥିବା ଦାନା I ୫ ଜଳୀୟ ଅଂଶ ମାତ୍ରା ଶସ୍ୟରେ ଥିବା ଜଳୀୟ ଅଂଶ ମାତ୍ରା I ସୋପାନ - ୩ :ବିରିର ଫେଆର ଆଭରେଜ କ୍ୱାଲିଟି (ଏଫ୍.ଏ.କ୍ୟୁ.) ମାନଦଣ୍ଡ : ଗୁଣବତ୍ତାର ମାନଦଣ୍ଡ ଦିଆ ଯାଇଥିବା ଏହି ପୋଷ୍ଟରକୁ ଦେଖାନ୍ତୁ I ବିରିର ଘରୋଇ ଉପଯୋଗିତା ଅଧିକ ଥିବାରୁ ଜିଲ୍ଲା ସ୍ତରରରେ ଥିବା ପାଇକାରୀ ବଜାରରେ ଏହାର ବହୁତ ଚାହିଦା ରହିଛି I ସର୍ବଶେଷ ବ୍ୟବହାରକାରୀଙ୍କ ସୁନିର୍ଦ୍ଧିଷ୍ଟକରଣକୁ ପୁରାକରିବାପରି ଉତ୍ତମମାନ ଥିବା ଶସ୍ୟର ନିଶ୍ଚିତ ଗୁଣବତ୍ତା ମାପଦଣ୍ଡ ତଳେ ଉଲ୍ଲେଖ କରାଯାଇଛି I ଚାଷୀମାନଙ୍କୁ ନିମ୍ନ ପ୍ରଦତ୍ତ ଏଫ୍.ଏ.କ୍ୟୁ. ମାନଦଣ୍ଡ ବିଷୟରେ ବୁଝାନ୍ତୁ : ସୋପାନ- ୪: ଉତ୍ପାଦର ମାନ ନିର୍ଦ୍ଧାରଣ କିପରି କରାଯାଏ : ବିରିର ମାନ ନିର୍ଦ୍ଧାରଣ କରିବା ପାଇଁ ବ୍ୟାପାରୀମାନେ ଅନୁସରଣ କରୁଥିବା ପ୍ରକ୍ରିୟାସବୁକୁ ବୁଝାନ୍ତୁ I ଯେତେବେଳେ ଚାଷୀମାନେ ତାଙ୍କର ସବୁତକ ଉତ୍ପାଦ ବ୍ୟାପାରୀ ପାଖକୁ ନେଇଯିବେ, ବ୍ୟାପାରୀ ବିଭିନ୍ନ ବସ୍ତାରୁ ୧୦୦ ରୁ ୩୦୦ ଗ୍ରାମ ଶସ୍ୟ ନମୁନା ଭାବରେ ସଂଗ୍ରହ କରି ଦାନାର ମାନକୁ ପରୀକ୍ଷା କରିବେ I ଏହି ନମୁନାରୁ ଉପରେ ଉଲ୍ଲେଖ କରାଯାଇଥିବା ଗୁଣବତ୍ତାର ମାନ ପ୍ରତିଶତ ନିର୍ଦ୍ଧାରଣ କରିବାପାଇଁ ସେମାନେ ବିଭିନ୍ନ ଉପକରଣ ଓ ପଦ୍ଧତ୍ତି ବ୍ୟବହାର କରିଥାଆନ୍ତି, ଯଥା ମଏଶ୍ଚର ମିଟର, ଶସ୍ୟ ଗଣତି ପଦ୍ଧତ୍ତି, ବିଭିନ୍ନ ବର୍ଗର ଦାନାକୁ ଅଲଗା କରିବା ପାଇଁ ଚାଲୁଣୀରେ ଚଲାଇବା ଇତ୍ୟାଦି I ସୋପାନ - ୫ : ଏଫ୍.ଏ.କ୍ୟୁ.ମାନକୁ କିପରି ହାସଲ କରିହେବ : ଚାଷୀମାନଙ୍କୁ ବୁଝାନ୍ତୁ କି ଏଫ୍.ଏ.କ୍ୟୁ. ମାନକୁ ହାସଲ କରିବାକୁ ହେଲେ, ପ୍ରଥମ ଅଧିବେଶନରେ ଆଲୋଚନା କରାଯାଇଥିବା ଅମଳ-ପରବର୍ତ୍ତୀ ସମସ୍ତ ଅଭ୍ୟାସକୁ ପାଳନ କରିବା ଦରକାର I ବଜାରରେ ଜଡିତ ହେବା ସମୟରେ ଚାଷୀମାନେ ଦୁଇଟି ମୁଖ୍ୟ ମାନଦଣ୍ଡକୁ ବିଚାରକୁ ନେବା ଉଚିତ ଅର୍ଥାତ୍ ଗୁଣବତ୍ତାର ମାନଦଣ୍ଡ ଅନୁଯାୟୀ ଶସ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଶୁଖାଇବା ତଥା ବାହ୍ୟ ବସ୍ତୁର ଅନୁମୋଦିତ ଶତାଂସ ସୀମାକୁ ବଜାୟ ରଖିବା I ବିରିରେ ଶସ୍ୟର ରଙ୍ଗ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ I ମାନକୁ ବଜାୟ ରଖିବାପାଇଁ ଚାଷକରାଯାଇଥିବା ଶସ୍ୟକୁ ସଠିକ ବର୍ଗୀକରଣ କରିବା ନିତାନ୍ତ ଜରୁରୀ ଉପସଂହାର ଅଧିବେଶନର ସମାପ୍ତ କରି କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ I ଏହା ମଧ୍ୟ ପଚାରନ୍ତୁ କି ଏକ ଗୁଣବତ୍ତାଯୁକ୍ତ ଦାନାର ବିଶିଷ୍ଟ ଲକ୍ଷଣ ସବୁ କ'ଣ I ଏହାସହ ଅଂଶଗ୍ରହଣକାରୀ କୌଣସି ସନ୍ଦେହ ଥିଲେ ତାହାକୁ ଦୂର କରନ୍ତୁ I ଆଧାର – ପୋର୍ଟାଲ ଟିମ