ଅଧିବେଶନ ୩.୩ ବିରିର ବଜାର ଅଭ୍ୟାସ I ଉଦ୍ଦେଶ୍ୟ କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତିକରଣ କରି ଶସ୍ୟ ଗୁଣବତ୍ତାରେ ଉନ୍ନତି ଆଣିବା ଓ ଲାଭଦାୟକ ବଜାରରେ ବିକ୍ରିକରି ସେମାନଙ୍କର ଆୟକୁ ବଢାଇବାପାଇଁ ସାହାଯ୍ୟ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବଜାରରେ ଜଡିତ ହେବା ଅଭ୍ୟାସ ବିଷୟରେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ବିରି ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ବିରି ଚାଷ କରିବାକୁ ଇଛୁକ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I ଦରକାରୀ ସାମଗ୍ରୀ ପୋଷ୍ଟର ଓ କେୟାର ଇଣ୍ଡିଆ ଦ୍ୱାରା ଉତ୍ପାଦ ଗୁଣବତ୍ତା ବିଷୟରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଫିଲ୍ମ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ସରଞ୍ଜାମ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୫୦ ମିନିଟ୍ | ପୃଷ୍ଠଭୁମୀ ଅଧିକାଂଶ ଚାଷୀ ସେମାନଙ୍କ ବଳକା ଉତ୍ପାଦକୁ ବିକ୍ରୟ କରିଥାଆନ୍ତି I ବଜାରରେ ଉତ୍ପାଦକୁ ବିକ୍ରିକରିବା ପୁର୍ବରୁ କିଛି ଗୁରୁତର ବିଷୟ ଚାଷୀମାନେ ବିଚାରକୁ ନେବା ଉଚିତ I ଦଳଗତ ମୁଲଚାଲ ମାଧ୍ୟମରେ ବୃଦ୍ଧୀୟ ଦର ପାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷା ଦାନକରିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧ : ପ୍ରାରମ୍ଭିକ ଅଭ୍ୟାସ : ଅଲୋଚନା ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବଳକା ବିରିକୁ କେଉଁଠାରେ ବିକ୍ରୟ କରନ୍ତି ଏବଂ ଏହିପାଇଁ ସେମାନେ ବଜାରରୁ ଉଚିତ ମୂଲ୍ୟ ପାଇଥାଆନ୍ତି କି I ଆଲୋଚନା କରିବା ମାଧ୍ୟମରେ ସେମାନଙ୍କୁ ଅଶାନୁରୁପ ମୂଲ୍ୟ ନ ପାଇବାର କାରଣ ପଚାରନ୍ତୁ I ସୋପାନ - ୨: ବିପଣନ ପ୍ରକ୍ରିୟାକୁ ସରଳ କରିବାକୁ ମନେରଖିବା ବିନ୍ଦୁ : ଉପଯୁକ୍ତ ଚିତ୍ରକୁ ପୋଷ୍ଟରରୁ ଦେଖାଇ ଚାଷୀମାନଙ୍କୁ ବୁଝାନ୍ତୁ ଯେ ସେମାନେ ବିପଣନ ପ୍ରକ୍ରିୟାକୁ ସରଳୀକୃତ କରିବା ପାଇଁ ଧ୍ୟାନ ଦେବା ଉଚିତ I ବିରିର ସ୍ଥାନୀୟ ବ୍ୟବହାରଅଧିକ ଥିବାରୁ, ଏହାର ମୁଲ୍ୟଯୁକ୍ତ ଓ ପ୍ରକ୍ରିୟାକରଣ ଯଥା ଡାଲି ଉତ୍ପାଦନ, ଚାହିଦା ଅନୁସାରେ ପ୍ୟାକିଙ୍ଗ୍ ପାଇଁ ଅଧିକ ସୁଯୋଗ ରହିଛି I ଚାଷୀମାନେ ବଜାର ଚାହିଦା ଅନୁଯାୟୀ ଏହିସବୁ କାର୍ଯ୍ୟ ଆଦୃତ କରିବା ଉଚିତ I ସ୍ଥାନୀୟ ବଜାରରେ ଅଧିକ ଦର ପାଇବା ପାଇଁ ବିରିର ଉତ୍ତମ ମାନକୁ ବଜାୟ ରଖି ମହଜୁଦ କରି ରଖିପାରିଲେ ଅଣଋତୁରେ ଅଧିକ ଲାଭ ମିଳିଥାଏ I ଯଦି ଚାଷୀମାନଙ୍କ ଭଲ ମହଜୁଦ ରଖିବା ସୁବିଧା ଅଛି ତାହାହେଲେ, ସେମାନେ ଉତ୍ପାଦକୁ ଅଣଋତୁପାଇଁ ସଂରକ୍ଷଣ କରି ରଖି ପାରନ୍ତି I ଉତ୍ପାଦକୁ ବିକ୍ରୟ କରିବା ପୁର୍ବରୁ ବିଭିନ୍ନ ବଜାର/ବ୍ୟାପାରୀଙ୍କ ଠାରୁ ବଜାର ସୂଚନା ସଂଗ୍ରହ କରନ୍ତୁ I ଉତ୍ପାଦକୁ ବିକ୍ରୀ କରିବା ପାଇଁ ବଜାର ସୂଚନା ସର୍ବୋକୃଷ୍ଟ ବିକଳ୍ପସବୁକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ I ପରିମାଣ ସମ୍ବନ୍ଧରେ ଚାଷୀମାନେ ବ୍ୟବସାୟୀ ସହ ସାମୂହିକ ମୁଲଚାଲ କରିବା ଉଚିତ I ପରିମାଣ ଯେତେ ଅଧିକ ହେବ, ଉତ୍ପାଦର ମୂଲ୍ୟ ସେତେ ଅଧିକ ହୋଇଥାଏ I ବଜାରକୁ ଉତ୍ପାଦର ସାମୁହିକ ପରିବହନ ଦ୍ୱାରା ବିପଣନ ଖର୍ଚ୍ଚ କମ୍ ହୋଇଥାଏ I ଚାଷୀମାନେ ପରିବହନ ଖର୍ଚ୍ଚକୁ ନିଜ ମଧ୍ୟରେ ବାଣ୍ଟିବା ଫଳରେ ବ୍ୟକ୍ତିଗତ ଭାବେ କମ ଖର୍ଚ୍ଚାନ୍ତ ହୋଇଥାଆନ୍ତି I ଥରେ ଉତ୍ପାଦସବୁ ଗ୍ରାମରେ ଓଜନ କରିଦେଲେ, ବ୍ୟବସାୟୀସହ ମୁଲଚାଲ କରିବା ପାଇଁ ସବୁ ଚାଷୀଙ୍କୁ ବଜାର ଯିବା ଦାରକାର ନାହିଁ I ଥୋକ ଭାବରେ ବିରି କ୍ରୟ କରିବା ପାଇଁ ଚାଷୀମାନେ ଜିଲ୍ଲା ସ୍ତରୀୟ ପାଇକାରୀ ତଥା ବୃହତ୍ ଖୁଚୁରା ବିକ୍ରେତାଙ୍କୁ ଯୋଗାଯୋଗ କରିବା ଉଚିତ I ବ୍ୟବସାୟୀଦ୍ୱାରା ଠକାମିର ଶୀକାର ନ ହେବା ପାଇଁ, ବଜାର ସଲଗ୍ନତା ପୁର୍ବରୁ ଉତ୍ପାଦକୁ ପ୍ରାମାଣିକ ନିକିତିରେ ଓଜନ କରନ୍ତୁ I ସହଜରେ ହିସାବ କରିବା ପାଇଁ ଉତ୍ପାଦକୁ ସମାନ ପରିମାଣ (୫୦ କେ.ଜି.) ବସ୍ତାରେ ପ୍ୟାକିଙ୍ଗ କରନ୍ତୁ I ବଜାର ସଲଗ୍ନତା ସମୟରେ ସବୁବେଳେ ଉତ୍ପାଦର ପରିମାଣ ଓ ଦର ଲିପିବଦ୍ଧ କରି ରଖନ୍ତୁ I ବଜାର ସଲଗ୍ନତା ସମୟରେ ଉଧାର ସୁତ୍ରରେ ବିକ୍ରୟ କରନ୍ତୁ ନାହିଁ I ପରିବହନ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ସବୁବେଳେ ବ୍ୟାପାରୀମାନଙ୍କୁ ଗ୍ରାମକୁ ଆସି ଉତ୍ପାଦକୁ କ୍ରୟ କରିବାକୁ ଜୋର୍ ଦିଅନ୍ତୁ I ଉପସଂହାର ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ I ଏହାସହ ଅଂଶଗ୍ରହଣକାରୀ କୌଣସି ସନ୍ଦେହ ଥିଲେ ତାହାକୁ ଆଉଥରେ ଦୂର କରନ୍ତୁ I ଆଧାର – ପୋର୍ଟାଲ ଟିମ