ଅଧିବେଶନ ୯.୩ ଫଳ ଏବଂ ପନିପରିବା ସଂରକ୍ଷଣ I ଉଦ୍ଦେଶ୍ୟ ଫଳ ଏବଂ ପନିପରିବା ନଷ୍ଟହେବାରୁ ରକ୍ଷାକରିବା ପାଇଁ ସଂରକ୍ଷଣର ସଠିକ ଉପାୟସବୁକୁ ଚାଷୀମାନଙ୍କୁ ବୁଝାଇବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଫଳ ଏବଂ ପନିପରିବା ସଂରକ୍ଷଣ ଉପାୟକୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର, ଚାର୍ଟ କାଗଜ୍/କଲମ ଏବଂ କିଛି ବିଶେଷ ଉତ୍ପାଦ ପାଇଁ ବ୍ୟବହୃତ ଫଳ ଓ ପରିବା I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୩୦ମିନିଟ୍ | ପୃଷ୍ଠଭୁମୀ ବଜାରରେ ଚାହିଦା ନ ଥିବା ବେଳେ ଅଭାବୀ ବିକ୍ରୀରୁ ଚାଷୀମାନଙ୍କୁ ସୁରକ୍ଷା ଦେବାପାଇଁ ଫଳ ଓ ପନିପରିବାକୁ ପ୍ରକ୍ରିୟାକରଣ କରି ଅଧିକ ସମୟ ରଖିଲେ ଏହାଦ୍ୱାରା ହେଉଥିବା ଲାଭ ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା ଆବଶ୍ୟକ I ତେଣୁ ସେମାନଙ୍କୁ କହିବା ଆବଶ୍ୟକ ଯେ କେଉଁ ଫଳ କିମ୍ବା ପରିବାରୁ କେଉଁ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ଏବଂ ବଜାରରେ ଚାହିଦା ନ ଥିବା ବେଳେ ଏହାକୁ କିପରି ଭାବେ ସଂରକ୍ଷଣ କରି ରଖିହେବ I ସଂରକ୍ଷିତ ଖାଦ୍ୟ ପଦାର୍ଥର ସବୁବେଳେ ଭଲ ମୂଲ୍ୟ ମିଳିଥାଏ, ତେଣୁ କୌଣସି ସମୟରେ ଯଦି ଯଥେଷ୍ଟ ବଜାର ଚାହିଦା ନ ଥିବ, ତେବେ ଚାଷୀମାନେ ବ୍ୟସ୍ତ ହେବା ଅନୁଚିତ I ଏହାସହ ଖାଦ୍ୟ ସଂରକ୍ଷଣ ଉଦ୍ୟୋଗ ସେହି ଅଞ୍ଚଳରେ ଯୁବ ବର୍ଗପାଇଁ ନୂତନ ରୋଜଗାର ସୃଷ୍ଟି କରିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫଳ ଏବଂ ପନିପରିବାରୁ କିଛି ଉତ୍ପାଦ ପ୍ରସ୍ତୁତ କରିଥାନ୍ତି ନା ଅମଳ କରିବା ସାଙ୍ଗେ ସାଙ୍ଗେ ବଜାରରେ ବିକ୍ରୟ କରି ଥାଆନ୍ତି I ସେମାନଙ୍କୁ ପଚାରନ୍ତୁ ଯେ ସେହି ଅଞ୍ଚଳରେ ଚାଷ କରାଯାଉଥିବା ଫଳ ଏବଂ ପନିପରିବାରୁ କେଉଁ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ I ଯଦି ସେହି ଅଞ୍ଚଳରେ କିଛି ଉତ୍ପାଦର ଯଥେଷ୍ଟ ଚାହିଦା ଅଛି କିନ୍ତୁ ଏହାକୁ ବର୍ତ୍ତମାନ ପୂରଣ କରାଯାଇପାରୁନାହିଁ ତେବେ ଚାଷୀମାନଙ୍କୁ ଏହା ଉତ୍ପାଦନ କରିବା ପାଇଁ ପରାମର୍ଶ ଦିଅନ୍ତୁ I ପୋଷ୍ଟରକୁ ପ୍ରଦର୍ଶିତ କରି ସେମାନଙ୍କୁ ଫଳ ଏବଂ ପନିପରିବାରୁ ବିଭିନ୍ନ ଉତ୍ପାଦ ଯଥା ଆଳୁରୁ ଚିପସ୍, ଲଙ୍କାରୁ ଆଚାର ଏବଂ ବିଲାତି ବାଇଗଣରୁ ସସ୍ ଇତ୍ୟାଦି ପ୍ରସ୍ତୁତ କରିବାର ପଦ୍ଧତିକୁ ବୁଝାନ୍ତୁ I ସୋପାନ -୨: ଫଳ ଏବଂ ପନିପରିବାରୁ ପ୍ରସ୍ତୁତ ହେଉଥବା ଉତ୍ପାଦ: ଫଳ ଏବଂ ପନିପରିବାରୁ ଅନେକ ପ୍ରକାର ଉତ୍ପାଦ ପ୍ରସ୍ତୁତ କରିହେବ I ପ୍ରଥମେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ କେଉଁ ଫଳ କିମ୍ବା ପରିବାରୁ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ କରିବାର ପ୍ରକ୍ରିୟା ବିଷୟରେ ଜାଣିବାକୁ ଚାହୁଁଛନ୍ତି ଏବଂ ତାଙ୍କର ମତାମତ ଅନୁସାରେ ସେହି ନିର୍ଦ୍ଦିଷ୍ଟ ଉତ୍ପାଦରୁ ଆଲୋଚନାକୁ ଆରମ୍ବ କରନ୍ତୁ I ଚାଷୀମାନଙ୍କ ଅବଗତି ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଫଳ ଏବଂ ପନିପରିବାରୁ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାର ଉତ୍ପାଦର ସୂଚୀ ନିମ୍ନରେ ପ୍ରଦତ୍ତ ଅଛି: କ୍ର.ନଂ. ଫଳ ଏବଂ ପରିବାର ନାମ ପ୍ରକ୍ରିୟାକୃତ ଉତ୍ପାଦର ନାମ ୧ ଆଳୁ, ସାରୁ, କଦଳୀ, କଲରା ଚିପସ୍ ୨ ବିଲାତି ବାଇଗଣ ଶସ୍ , କେଚ୍ ଅପ୍ , ଆଚାର, ଚଟଣି ୩ ବାଇଗଣ, ଶିମଳା ମିର୍ଚ, ଗାଜର ଆଚାର ୪ ଲଙ୍କା ଆଚାର, ଶସ୍ ୫ ବନ୍ଧାକୋବି, ଫୁଲକୋବି ଆଚାର, ଡବା ପ୍ୟାକିଙ୍ଗ୍ ୬ ମଟର ଶୁଖାଇବା, ଡବା ପ୍ୟାକିଙ୍ଗ୍ ୭ ପାଣି କଖାରୁ ପେଠା ୮ ଆମ୍ବ,, ପଣସ ଆଚାର, ଜାମ୍ ୯ ପିଜୁଳି ଜାମ୍, ଜେଲି ୧୦ ସପୁରୀ ସ୍କୁଆଶ୍, ଆଚାର ୧୧ ଲେମ୍ବୁ ସ୍କୁଆଶ୍, ଆଚାର ୧୨ ଲିଚୁ ସ୍କୁଆଶ୍ ଉପସଂହାର ଅଧିବେଶନକୁ ସମାପ୍ତ କରି ଆକଳନ କରନ୍ତୁ ଯେ ଅଂଶଗ୍ରହଣକାରୀମାନେ କେତେଦୂର ଦିଆଯାଇଥିବା ପ୍ରଶିକ୍ଷଣ ବିଷୟ ବସ୍ତୁକୁ ବୁଝିଛନ୍ତି I ଚାର୍ଟ କାଗଜରେ ଉଲ୍ଲେଖ ହୋଇଥିବା କିଛି ଉତ୍ପାଦକୁ ତଳକୁ ତଳ ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହା କେଉଁ ପ୍ରକାର ଫଳ କିମ୍ବା ପନିପରିବାରୁ ପ୍ରସ୍ତୁତ କରାଯାଇଅଛି I ପ୍ରତ୍ୟେକ ଅଂଶଗ୍ରହଣକାରୀ ଦେଉଥିବା ଉତ୍ତରକୁ ଚାର୍ଟ କାଗଜରେ ସମ୍ବନ୍ଧୀତ ସ୍ଥାନରେ ଲିପିବଦ୍ଧ କରନ୍ତୁ ଯାହାଦ୍ୱାରା ଅନ୍ୟ ମାନେ ମଧ୍ୟ ଏଥିରୁ ଶିଖି ପାରିବେ I ଆଧାର – ପୋର୍ଟାଲ ଟିମ