ଅଧିବେଶନ ୪.୫ ମୂଳ ସାର ପ୍ରୟୋଗ I ଉଦ୍ଦେଶ୍ୟ ଫସଲର ବୃଦ୍ଧି ଏବଂ ଅମଳ ବଢାଇବା ପାଇଁ ଚାଷୀମାନଙ୍କୁ ମୂଳ ସାର ପ୍ରୟୋଗର ଗୁରୁତ୍ତ୍ୱ ବିଷୟରେ ସଚେତନ କରିବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ମୂଳ ସାର ପ୍ରୟୋଗର ଉପାଦେୟତା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର, ମୂଳ ସାରର ନମୂନା ପ୍ୟାକେଟ୍ ଏବଂ ଚାଷୀର କ୍ଷେତ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପ୍ରଦର୍ଶନ – ୬୦ ମିନିଟ୍ I ପୃଷ୍ଠଭୁମୀ ବୁଣିବା ଏବଂ ରୋଇବା ସମୟରେ ମୂଳ ସାର ପ୍ରୟୋଗ କରାଯାଏ I ଯେକୌଣସି ଫସଲର ବୃଦ୍ଧି ପାଇଁ ମୂଳ ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଚାଷ କରିବାର ସହଳ ଚରଣରେ ପର୍ଯ୍ୟାପ୍ତ ପୋଷକ ମିଳିଲେ ଫସଲର ବୃଦ୍ଧି ବହୁତ ଭଲ ହୋଇଥାଏ I ଏହାସହ ଚାଷୀ ପ୍ରୟୋଗ କରୁଥିବା ସାରର ସର୍ବୋତ୍ତମ ବ୍ୟବହାର ହୋଇଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଭଲ ଅମଳ ପାଇବା ପାଇଁ ମୂଳ ସାରର ପ୍ରୟୋଗ ବିଷୟରେ ମାର୍ଗ ଦର୍ଶନ କରାଇବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କ ସହ ବିଚାର ବିମର୍ଶ କରନ୍ତୁ ଏବଂ ଆକଳନ କରନ୍ତୁ ଯେ ସେମାନେ ମୂଳ ସାର ପ୍ରୟୋଗ ବିଷୟରେ ଜାଣି ଅଛନ୍ତି ନା ନାହିଁ ଏବଂ ସେମାନେ ସନ୍ତୁଳିତ ସାର ପ୍ରୟୋଗର ଉପକାରିତା ବିଷୟରେ ସଚେତନ ଅଛନ୍ତି ନା ନାହିଁ I ଏହା ସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଭୁଲ ଭାବେ ସାର ପ୍ରୟୋଗ କରି ଏହାର କୁପ୍ରଭାବ ବିଷୟରେ କାହାର ଅଭିଜ୍ଞତା ଅଛି କି I ସୋପାନ -୨: ସାରରେ ଥିବା ପୋଷକର ମାତ୍ରା: ଚାଷୀମାନଙ୍କୁ ସଂକ୍ଷେପରେ ବୁଝାନ୍ତୁ ଯେ ଫସଲର ବୃଦ୍ଧି ପାଇଁ ବିଭିନ୍ନ ପୋଷକ ଯଥା ଅଙ୍ଗାରକାମ୍ଳ,, ଉଦଜାନ, ଅମ୍ଳଜାନ, ଯବାକ୍ଷାରଯାନ, ଫସଫରସ୍, ସଲଫର, ପୋଟାସ୍, ବୋରୋନ, କପର, ଜିଙ୍କ୍, ଲୌହ, ମଲିବଡିନମ, ମାଙ୍ଗାନିଜ ଏବଂ କ୍ଲୋରିନ ଇତ୍ୟାଦି ଆବଶ୍ୟକ I ସେମାନଙ୍କୁ କୁହନ୍ତୁଯେ ଅଙ୍ଗାରକାମ୍ଳ,, ଉଦଜାନ ଏବଂ ଅମ୍ଳଜାନ ବାୟୁ ମଣ୍ଡଳରୁ ମିଳିଥିବା ବେଳେ ଅନ୍ୟାନ୍ୟ ପୋଷକ ପାଇଁ ମାଟିରେ ସାର ତଥା ଖତ ପ୍ରୟୋଗ କରିବାକୁ ପଡିଥାଏ I ନିମ୍ନ ଉଲ୍ଲିଖିତ ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯେଉଁଥିରୁ ବିଭିନ୍ନ ସାରରେ ଥିବା ପୋଷକର ମାତ୍ରା ବିଷୟରେ ସେମାନେ ଜାଣି ପାରିବେ: କ୍ର. ନଂ. ସାରର ନାମ ଯବାକ୍ଷାରଯାନ ମାତ୍ରା ଫସଫରସ୍ ମାତ୍ରା ପଟାସ୍ ମାତ୍ରା ୧ ୟୁରିଆ ୪୬.୦ % ୦.୦ ୦.୦ ୨ ସିଙ୍ଗେଲ ସୁପର ଫସଫେଟ୍ ୦.୦ ୧୬.୦ % ୦.୦ ୩ ମ୍ୟୁରିଏଟ ଅଫ ପଟାସ୍ ୦.୦ ୦.୦ ୬୦.୦% ୪ ଡିଏପି ୧୮.୦ % ୪୬.୦ % ୦.୦ ୫ ଏନ୍.ପି.କେ. (୨୮-୨୮-୦) ୨୮.୦ % ୨୮.୦ % ୦.୦ ୬ ଏନ୍.ପି.କେ. (୧୪-୩୫-୧୪) ୧୪.୦ % ୩୫.୦ % ୧୪.୦ % ୭ ଏନ୍.ପି.କେ. (୧୦-୨୬-୨୬) ୧୦.୦ % ୨୬.୦ % ୨୬.୦ % ବଜାରରୁ ସିଧା ସଳଖ ସାର କିଣିଲା ସମୟରେ କୌଣସି ଏକ ନିର୍ଦ୍ଦିଷ୍ଟ ସାରକୁ ବାଛିବା ପୂର୍ବରୁ ଆବଶ୍ୟକତାକୁ ହିସାବ କରିବା ଦରକାର I ଏକ କେ.ଜି. ଯବାକ୍ଷାରଯାନ ପାଇବା ପାଇଁ ୨.୨୦ କେ.ଜି. ୟୁରିଆ ଦରକାର ପଡିବ I ସେହିପରି ଭାବେ ଏକ କେ.ଜି. ଫସଫରସ୍ ଏବଂ ଏକ କେ.ଜି. ପଟାସ୍ ପାଇଁ ଯଥାକ୍ରମେ ୬.୨୫ କେ.ଜି. ସିଙ୍ଗେଲ ସୁପର ଫସଫେଟ ଏବଂ ୧.୬୭ କେ.ଜି. ମ୍ୟୁରିଏଟ ଅଫ ପଟାସ୍ କିଣିବା ଆବଶ୍ୟକ ହୋଇଥାଏ I ସୋପାନ -୩: ଆବଶ୍ୟକ ହେଉଥିବା ମୁଳ ସାରର ପରିମାଣ: କିଛି ମୁଖ୍ୟ ଫସଲ ପାଇଁ ହଳ କରିବାର ଅନ୍ତିମ ଚରଣରେ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ନିମ୍ନ ପ୍ରଦତ୍ତ ଚାର୍ଟରେ ଦିଆ ଯାଇଅଛି I ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯହିଁରୁ ସେମାନ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ (କେ.ଜି./ଏକର) ବିଷୟରେ ଏକ ଧାରଣା ପାଇବେ: କ୍ର. ନଂ. ଫସଲର ନାମ ଯବାକ୍ଷାରଯାନ ଫସଫରସ୍ ପଟାସ୍ ୧ ମକା (ମିଶ୍ରିତ) ଏବଂ ଚିନା ବାଦାମ ୮ ୧୬ ୧୬ ୨ ମକା (ହାଇବ୍ରିଡ) ୧୨ ୨୪ ୨୪ ୩ ଆଳୁ ୨୦ ୩୨ ୨୦ ୪ ଗହମ ୧୬ ୧୬ ୧୬ ୫ ଗାଜର ଏବଂ ମୂଳା ୧୦ ୨୦ ୩୦ ୬ ମଟର ୧୦ ୨୦ ୧୦ ୭ ପୋଟଳ ୧୬ ୩୨ ୧୬ ୮ ବିରି, ଚଣା ଏବଂ ମୁଗ ୮ ୧୬ ୮ ୯ ସୋରିଷ ( ବର୍ଷା ନିର୍ଭର ) ୧୬ ୮ ୮ ୧୦ ସୋରିଷ ( ଜଳ ସେଚିତ) ୧୦ ୧୦ ୧୦ ସୋପାନ -୪: ମୁଳ ସାରକୁ କିପରି ପ୍ରୟୋଗ କରିବେ: ମୂଳ ସାରକୁ ପ୍ରୟୋଗ କରିବା ପୂର୍ବରୁ ଅନେକ ଦିଗକୁ ବିଚାରକୁ ନେବା ଆବଶ୍ୟକ I ଏହିସବୁ ଦିଗ ବିଷୟରେ ଚାଷୀମାନଙ୍କୁ ସଚେତନ କରନ୍ତୁ: ଶୀତ ଋତୁରେ ଫସଲ ଖଦ୍ୟସାରକୁ ଦକ୍ଷତାର ସହ ବ୍ୟବହାର କରିଥାଏ I ତେଣୁ କୌଣସି ପ୍ରକାର ଖାଦ୍ୟସାର ନିଅଣ୍ଟିଆ ହେବା ଉଚିତ ନୁହଁ I ଯଦି ଫସଲକୁ ଗଭୀର ଶିଆର କିମ୍ବା ଗର୍ତ୍ତରେ ଚାଷ କରା ଯାଉଥାଏ ଯାଉଥାଏ, ତେବେ ଗଛ ଲଗାଇବା କିମ୍ବା ରୋଇବା ପୂର୍ବରୁ ସାରକୁ ମାଟି ସହ ଭଲ ଭାବରେ ମିଶ୍ରଣ କରନ୍ତୁ ଯେପରିକି ଏହା ବିହନ ମଞ୍ଜି କିମ୍ବା ଚାରା ସହିତ ସାର ସିଧା ସଂସ୍ପର୍ଶରେ ଆସିବ ନାହିଁ I ଯଦି ଏକରୁ ଅଧିକ ସାର ବ୍ୟବହାର କରାଯାଉଥାଏ, ତେବେ ଏହାକୁ ପ୍ରୟୋଗ କରିବା ପୂର୍ବରୁ ଭଲ ଭାବରେ ମିଶାନ୍ତୁ I ରାସାୟନିକ ସାର ସହିତ ପର୍ଯ୍ୟାପ୍ତ ପରିମାଣରେ ଜୈବିକ ଖତ ପ୍ରୟୋଗ କରନ୍ତୁ I ମୂଳ ସାରକୁ ସବୁବେଳେ ମାଟିରେ ମିଶଯାଇଥାଏ I ତେଣୁ ହଳ କରିବାର ଅନ୍ତିମ ପର୍ଯ୍ୟାୟରେ ଏହାକୁ ପ୍ରୟୋଗ କରନ୍ତୁI ଉପସଂହାର ଅଧିବେଶନକୁ ସମାପ୍ତ କରି ଏକ ପ୍ରଗତିଶୀଳ ଚାଷୀଙ୍କୁ ପଚାରନ୍ତୁ ତାଙ୍କ ଅଞ୍ଚଳରେ ସାଧାରଣ ଭାବେ ଚାଷ କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ କେଉଁ ସାରକୁ ବ୍ୟବହାର କରାଯାଇପାରିବ I ଚାଷୀମାନଙ୍କୁ ମଧ୍ୟ ପଚାରାଯାଇପାରିବ ଯେ ସେମାନେ କେଉଁଠାରୁ ମୂଳ ସାର କିଣନ୍ତି ଏବଂ ଏହାର ଦରସବୁ କେତେ I ଆଧାର – ପୋର୍ଟାଲ ଟିମ