ମଡ୍ୟୂଲ୍ – ୨: ଦୈନଦିନ ଘଡି ଅଧିବେଶନ ୨.୧ ଘରୋଇ କାର୍ଯ୍ୟର ଶ୍ରମ ବିଭାଜନ I ଉଦ୍ଦେଶ୍ୟ ପୁରୁଷ ଓ ମହିଳାମାନେ କରୁଥିବା ବିଭିନ୍ନ କାମ ଏବଂ ପାରିବାରିକ ଦାୟୀତ୍ୱକୁ ସମାନ ଭାବରେ ତୁଲାଇବା ପାଇଁ ଉଦାହରଣ ଦେଇ ବୁଝାଇବା I ପଦ୍ଧତି ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଆଲୋଚନା ଏବଂ ପାରସ୍ପରିକ ବିମର୍ଶ I ଅଂଶଗ୍ରହଣକାରୀ ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I ସଭା ସ୍ଥାନ ଗୋଷ୍ଠୀ କେନ୍ଦ୍ର/ ଅଂଶଗ୍ରହଣକାରୀମାନଙ୍କ ବସିବା ପାଇଁ ତଥା ପୋଷ୍ଟର ଓ କାର୍ଡ୍ ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସ୍ଥାନ I ଦରକାରୀ ସାମଗ୍ରୀ ଦୈନଦିନ ଘଡି ପୋଷ୍ଟର (ଗୋଟିଏ ପୁରୁଷ ଏବଂ ଗୋଟିଏ ମହିଳାଙ୍କ ପାଇଁ) କାର୍ଯ୍ୟକ୍ରମ କାର୍ଡ୍, ରଙ୍ଗୀନ୍ ମାର୍କର, ସାଦା କାର୍ଡ୍) I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ – ଦୁଇ ଘଣ୍ଟା I ପୃଷ୍ଠଭୁମୀ ଦିନସାରା ପୁରୁଷ ଓ ମହିଳାମାନେ ବିଭିନ୍ନ ପ୍ରକାର କାମ କରିଥାଆନ୍ତି I ସେମାନେ ଗୃହକାର୍ଯ୍ୟ ଓ ଚାଷ କାମ ଏକା ସାଙ୍ଗରେ କରିଥାନ୍ତି I ଅନେକ ସମୟରେ ସେମାନେ ଅଧିକ ସମୟ ଧରି କାମ କରନ୍ତି କାରଣ ସେମାନେ ଘର ଭିତରେ କାମ କରିବା ସହ ଘର ବାହାରେ କୃଷିକାର୍ଯ୍ୟ କରିଥାଆନ୍ତି I ତୁଳନାତ୍ମକଭାବେ ପୁରୁଷମାନେ ଅବସର ଏବଂ ବିଶ୍ରାମ କରିବାପାଇଁ ଅଧିକ ସମୟ ପାଇଥାଆନ୍ତି I ଯଦି ମହିଳାମାନେ ଗୃହକାର୍ଯ୍ୟ ପାଇଁ ସମ୍ପୂର୍ଣଭାବେ ନିୟୋଜିତ ହେବେ, ସେମାନେ କୌଣସି ସଭାରେ ସମ୍ମିଳିତ ହୋଇ ପାରିବେ ନାହିଁ, ସୁଚନା ପାଇ ପାରିବେ ନାହିଁ ଏବଂ ସେମାନଙ୍କର କୃଷି ଉତ୍ପାଦ ଏବଂ ବ୍ୟବସାୟ କରିବା ପାଇଁ କୌଶଳ ପ୍ରାପ୍ତି କରିପାରିବେ ନାହିଁ I ଗୃହକାର୍ଯ୍ୟ ଭାରକୁ ସମାନଭାବେ ବିଭକ୍ତ କରି କାମ କଲେ ପରିବାରର ଉନ୍ନତି ହେବା ସହ ସମ୍ପର୍କରେ ଉନ୍ନତି ଘଟିଥାଏ I ମହିଳାମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ଆହ୍ୱାନ ଏବଂ ସେ ସବୁର ସମାଧାନ ବିଷୟରେ ଏହି ଟୁଲରେ ଆଲୋଚନା କରାଯାଇଅଛି I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ଏକତ୍ର କରି ଏହି ଅଭ୍ୟାସକୁ ବୁଝାନ୍ତୁ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାପାଇଁ ମହିଳା ଓ ପୁରୁଷମାନେ ସମ୍ପାଦନ କରୁଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ବାର୍ତ୍ତାଳାପ କରିବା ପାଇଁ ଏକ ଛୋଟିଆ ଅଭ୍ୟାସ କରାଯିବ I ଅଂଶଗ୍ରହଣକାରୀମାନଙ୍କୁ ଲୈଙ୍ଗିକ ଭେଦରେ ଦୁଇଗୋଟି ଦଳରେ ବିଭକ୍ତ କରନ୍ତୁ (ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଦଳ) ସୋପାନ ୨ : ଦୈନଦିନ ଘଡି ପୋଷ୍ଟର ବିଷୟରେ ଆଲୋଚନା ବୁଣିବା ସମୟରେ ସେମାନେ ସକାଳେ ନିଦରୁ ଉଠିବା ପରଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଗୋଟିଏ ଦିନରେ ହେଉଥିବା ବିଭିନ୍ନ କାର୍ଯ୍ୟାବଳୀକୁ ପୁନଃ ନିର୍ମିତ କରିବାକୁ ଉଭୟ ଦଳକୁ କୁହନ୍ତୁ I କାର୍ଯ୍ୟାବଳୀ କାର୍ଡ଼ସବୁକୁ ବ୍ୟବହାର କରି ପୁରୁଷ ଓ ମହିଳାମାନେ କରୁଥିବା ବିଭିନ୍ନ ପ୍ରକାର କାର୍ଯ୍ୟସବୁକୁ ନିଜ ମଧ୍ୟରେ ଆଲୋଚନା କରିବାକୁ କୁହନ୍ତୁ ଏବଂ କାର୍ଡକୁ ପ୍ରାସଙ୍ଗିକ ଘଡି ପୋଷ୍ଟରରେ ଦର୍ଶାଯାଇଥିବା ଉପଯୁକ୍ତ ସମୟ ପାଖରେ ରଖିବାକୁ କୁହନ୍ତୁ (ମହିଳାଦଳଙ୍କ ଦଳଗତ କାମକୁ ମହିଳା ଘଡି ଉପରେ ଏବଂ ପୁରୁଷଦଳଙ୍କ ଦଳଗତ କାମକୁ ପୁରୁଷ ଘଡି ପୋଷ୍ଟର ଉପରେ) I ଯେଉଁ କାର୍ଯ୍ୟସବୁ କାର୍ଯ୍ୟାବଳୀ କାର୍ଡରେ ଦର୍ଶାଯାଇ ନାହିଁ, ଖାଲି କାର୍ଡ଼କୁ ବ୍ୟବହାର କରି ତାହାର ଚିତ୍ର ଆଙ୍କନ୍ତୁ ଅଥବା ଯେଉଁ ଉଲ୍ଲିଖିତ ହୋଇ ନ ଥିବା କାମସବୁକୁ ଲେଖନ୍ତୁ I ଦଳମାନଙ୍କୁ ନିଜ ନିଜର ଘଡି ପୋଷ୍ଟର ବିଷୟରେ ୧୫-୨୦ ମିନିଟ ପର୍ୟ୍ୟନ୍ତ ଆଲୋଚାନା କରିବାକୁ ଉତ୍ସାହିତ କରନ୍ତୁ I ସୋପାନ ୩ : ବଡ ଦଳରେ ଆଲୋଚନା କରନ୍ତୁ ଉଭୟ ଦଳକୁ ଏକାଠି କରନ୍ତୁ ଏବଂ ପ୍ରତ୍ୟେକ ଦଳରୁ ଜଣେ ଲେଖାଏଁ ପ୍ରତିନିଧିକୁ ସେମାନଙ୍କର ଘଡି ପୋଷ୍ଟର ବିଷୟରେ ଅନ୍ୟ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବାକୁ ଉତ୍ସାହିତ କରନ୍ତୁ I ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ଲିଖିତ ଦିଗ ବିଷୟରେ ଆଲୋଚନା କରିବାକୁ କୁହନ୍ତୁ: ଉଭୟ ଘଡି କିପରି ଭାବେ ସଦୃଶ? କିପରି ଭାବେ ସେମାନେ ପୃଥକ୍? ବୁଣିବା ଋତୁରେ କ’ଣ ସବୁ ଘଟେ ? ଏହି ସମୟରେ ଉଭୟ ଘଡି କିପରି ଦେଖାଯିବ? ଅଂଶଗ୍ରହଣକାରୀମାନଙ୍କୁ କାର୍ଡ ଘୁଞ୍ଚାଇବା ପାଇଁ ଅନୁମତି ଦିଅନ୍ତୁ I ସୋପାନ ୪ : ସଙ୍କେତକ ପ୍ରଶ୍ନ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଏହି ସବୁ ଦିଗ ବିଷୟରେ ଆଲୋଚନା କରିବାକୁ ଉତ୍ସାହିତ କରନ୍ତୁ : ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ କିଏ ଅଧିକ କାମ କରେ? ଅବସର/ବିଶ୍ରାମ ପାଇଁ କିଏ ଅଧିକ ସମୟ ପାଇଥାଏ? ପିଲାମାନଙ୍କ ଯତ୍ନ ଏବଂ ଗୃହକାର୍ଯ୍ୟସବୁ କିଏ କରିଥାଏ? କାହିଁକି? ମହିଳାମାନଙ୍କ ଦ୍ୱାରା କେଉଁ ପ୍ରକାର କୃଷିକାର୍ଯ୍ୟସବୁ କରାଯାଇଥାଏ? କାହିଁକି? ପୁରୁଷମାନଙ୍କ ଦ୍ୱାରା କେଉଁ ପ୍ରକାର କୃଷିକାର୍ଯ୍ୟସବୁ କରାଯାଇଥାଏ? କାହିଁକି? ସୋପାନ ୫ : ପ୍ରତିଫଳନ ଏବଂ କାର୍ଯ୍ୟବାହୀ : ମହିଳାମାନଙ୍କୁ ପଚାରନ୍ତୁ ଯେ ପୁରୁଷ ମାନେ କେଉଁ ସବୁ କାମ ଆଦୌ କରନ୍ତି ନାହିଁ ? ଏହାସହ ମହିଳାମାନେ ଆଦୌ କରୁ ନ ଥିବା କାମ ସବୁକୁ ଚିହ୍ନଟ କରନ୍ତୁ I କାହିଁକି ? ପୁରୁଷମାନଙ୍କୁ ପଚାରନ୍ତୁ ଯେ ତାଙ୍କର ସ୍ତ୍ରୀମାନେ କେଉଁ ସବୁ କାମ ଆଦୌ କରି ପାରିବେ ନାହିଁ ? ଏହାସହ ପୁରୁଷମାନେ ଆଦୌ କରି ପାରୁ ନ ଥିବା କାମ ସବୁକୁ ଚିହ୍ନଟ କରନ୍ତୁ I କାହିଁକି? ସେମାନଙ୍କୁ ପଚାରନ୍ତୁ ଯେ ସମୁଦାୟରେ ଏପରି କିଛି ପୁରୁଷ ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ତ୍ରୀଙ୍କ ସହ ମିଳିମିଶି ଘରକାମ କରିଥାଆନ୍ତି? ଏପରି ପୁରୁଷମାନଙ୍କ ବିଷୟରେ ଅନ୍ୟ ଲୋକେ କ'ଣ ଭାବି ଥାଆନ୍ତି ? ମହିଳାମାନେ ସହଯୋଗକୁ ଅଧିକତମ ଭାବେ କିପରି ବ୍ୟବହାର କରିପାରିବେ? ବର୍ଷର କେଉଁ ସମୟରେ ମହିଳା ମାନେ ଗୃହକାର୍ଯ୍ୟ ପାଇଁ ଅଧିକ ସାହାଯ୍ୟ ଦରକାର କରିଥାଆନ୍ତି ? ଉଭୟ ପୁରୁଷ ଓ ମହିଳାମାନଙ୍କୁ ପଚାରନ୍ତୁ ଯେ ସେମାନେ ଏହି ଦୃଷ୍ଟାନ୍ତକୁ କିପରି ଭାବେ ବିଚାର କରୁଛନ୍ତି ? କେଉଁ ସବୁ କାମ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ମିଳିତ ଭାବେ କରାଯାଇ ପାରିବ କିମ୍ବା ସେମାନଙ୍କ ମଧ୍ୟରେ ଅଦଳ ବଦଳ କରାଯାଇ ପାରିବ I ସୋପାନ ୬ : ଆଲୋଚନାକୁ ପରିସମାପ୍ତି କରିବା: ଅଂଶଗ୍ରହଣକାରୀମାନଙ୍କୁ ମୁଖ୍ୟ ବିନ୍ଦୁ ସବୁକୁ ସଂକ୍ଷିପ୍ତରେ ପର୍ଯ୍ୟାଲୋଚନା କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ ଯେ ସେମାନେ ଏହି ଅଭ୍ୟାସରୁ କ'ଣ ସବୁ ଶିକ୍ଷାଲାଭ କଲେ I ଉଭୟ ପୁରୁଷ ଓ ମହିଳା ଭଲ ଯତ୍ନକାରୀ, ରୋଷେଇଆ, ଉପାର୍ଜନକାରୀ ଏବଂ ବ୍ୟବସାୟୀ ହେବାରେ ସକ୍ଷମ ଅଟନ୍ତି I ପୁରା ପରିବାରକୁ ଚଳାଇବା ପାଇଁ ପାରିବାରିକ ଦାୟୀତ୍ୱ ତୁଲାଇବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ଯଦି ଘର କାମକୁ ମିଳିମିଶି କରାଯାଏ, ତେବେ ଉଭୟ ପୁରୁଷ ଓ ମହିଳା ଅବସର ଓ ବିଶ୍ରାମ ପାଇଁ ଅଧିକ ସମୟ ପାଇବେI ଯେତେବେଳେ ଘରକାମକୁ ପୁରୁଷ ଓ ମହିଳାଙ୍କ ସମାନ ଭାବେ ମିଳିମିଶି କରାଯାଏ ମହିଳାମାନେ ସେମାନଙ୍କର କୃଷି ଓ ବ୍ୟବସାୟରେ ଅଧିକ ଉତ୍ପାଦନ କ୍ଷମ ହୋଇ ପାରିବା ସହ ସେମାନେ ଦଳର ଗୁରୁତ୍ୱପୂର୍ଣ ସଭାରେ ଭାଗ ନେଇପାରିବେ I ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବାସହ ଏହା ତାଙ୍କର ଜୀବିକାରେ ଉନ୍ନତି ଆଣିବ I ଉପସଂହାର ଅଧିବେଶନକୁ ପରିସମାପ୍ତ କଲାବେଳେ ପୁରୁଷମାନଙ୍କୁ ପଚାରନ୍ତୁ ଯେ ସେମାନେ ଅନୁଭବ କରୁଛନ୍ତି କି ମହିଳାମାନଙ୍କର ଅଧିକ ଦାୟୀତ୍ୱ ରହିଛି ଏବଂ ସେମାନେ ଏହି କାର୍ଯ୍ୟଭାରକୁ ଲାଘବ କରିବାପାଇଁ ସାଧାରଣତଃ ମହିଳାଙ୍କ କାମ ଭାବେ ବିବେଚନା କରାଯାଉଥିବା କିଛି କାର୍ଯ୍ୟକୁ ସେମାନେ ମିଳିମିଶି କରିବାକୁ ଚାହିଁବେ କି I ମହିଳାମାନଙ୍କର କ୍ଲାନ୍ତିକର କାର୍ଯ୍ୟକୁ ଲାଘବ କରି ସେମାନଙ୍କ ପାଇଁ ଏକ ସୁସ୍ଥ ବାତାବରଣ ପ୍ରସ୍ତୁତ କରିବା ପାଇଁ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରନ୍ତୁ I ଆଧାର – ପୋର୍ଟାଲ ଟିମ