ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପ କଣ ? ଯେତେବେଳେ ଜଳାଶୟ, ବନ୍ଧ ବା ଆଡିବନ୍ଧ ପ୍ରକଳ୍ପକୁପରିଚାଳନା ପ୍ରକଳ୍ପ କହିବା । ଲୋକମାନେ ନିଜର ଭାବି ବ୍ୟବହାରକାରୀଙ୍କ ହିତରେ ସହଭାଗିତା ଓ ଭାଗିଦାରୀର ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବେ, ସେତେବେଳେ ଆମେ ତାକୁ ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପ କୁହାଯାଏ । ଏହି ପ୍ରକଳ୍ପର ଆବଶ୍ୟକତା କଣ? ଜଳର ଆବଶ୍ୟକତା ବିଭିନ୍ନ କାମ ପାଇଁ ରହିଛି ଯଥା :ପିଇବା, ଗାଧୋଇବା, ରୋଷେଇ କରିବା, ଜଳସେଚନ। ଲୁଗା ସଫା କରିବା, ମାଟିକୁ ନେଇ ଇଟା ବା ମାଟିପତ୍ର ତିଆରି କରିବା ଇତ୍ୟାଦି । ସେହିପରି ଏହା ପଶୁପକ୍ଷୀଙ୍କ ଗାଧୋଇବା ଓ ପିଇବା ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ବିଭିନ୍ନ ସାମାଜିକ ଏବଂ ପ୍ରାକୃତିକ କାରଣରୁ ଆମେ ଠିକ ସମୟରେ ଠିକ ପରିମାଣରେ ଏବଂ ଠିକ ସ୍ଥାନରେ ତାହା ପାଇ ପାରୁ ନାହୁଁ । ଅନ୍ୟ ବ୍ୟବହାରକାରୀଙ୍କୁ ବାରଣ କରିବା, ଅଯଥା ଅପଚୟ ବା ନଷ୍ଟ କରିବା,ଅବବାହିକା ବା ପାଣି ଆସୁଥିବା ଉପର ଅଂଚଳ ଓ ନାଳଗୁଡିକର ରକ୍ଷଣାବେକ୍ଷଣା ଏବଂ ମରାମତି ନ କରିବା ପ୍ରଭୃତି କାରଣରୁ ପାଣିର ବ୍ୟବହାରକୁ ନେଇ ଆମେ ନିଜ ଭିତରେ ଭୟ ଏବଂ ନିରାଶାର ବାତାବରଣ ସୃଷ୍ଟି କରିଥାଉ, ଯାହାକି ଆମର ଜୀବନ ଏବଂ ଜୀବିକା ଉପରେ କୁପ୍ରଭାବ ପକାଇଥାଏ ଏବଂ ସାମାଜିକ ଓ ଆର୍ଥିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ବ୍ୟବହାରକାରୀମାନେ ପାଣି ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରୁଥିବା ସମସ୍ତ ଗ୍ରାମବାସୀ ମିଳିମିଶି ଏକ ସୁନ୍ଦର ଯୋଜନା ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଆମେ ପାଣି ପଂଚାୟତ ସଂଗଠନକୁ ମଜବୁତ କରି ଗଢି ତୋଳିବା । ପ୍ରକଳ୍ପର ପ୍ରମୁଖ ନୀତି ଏକ ବିକେନ୍ଦ୍ରୀକରଣ ପୃଷ୍ଠଭୂମି ପ୍ରସ୍ତୁତ କରାଯାଇ ଅଛି ଯେଉଁଥିରେ ମୁଖ୍ୟ ଜଳାଶୟ ହିତାଧିକାରୀମାନେ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରିବା, ତାକୁ କାର୍ଯ୍ୟକାରୀ କରିବା ଏବଂ ପ୍ରକଳ୍ପର ସ୍ଥାୟିତ୍ଵ ଜାରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଜଳାଶୟର ପୁନରୁଦ୍ଧାର, ଉନ୍ନତିକରଣ କାର୍ଯ୍ୟ ପ୍ରଣାଳୀରେ ଯାନ୍ତ୍ରିକ, ବୈଷିୟିକ ଗୁଣବର୍ତ୍ତା ବଜାୟ ରଖିବା, ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା ଏବଂ ସାମାଜିକ ପରିବେଶ ସନ୍ତୁଳନ ଓ ଜନସାଧାରଣଙ୍କ ବିଶ୍ଵାସକୁ ସଂପୂର୍ଣ୍ଣ ଧ୍ୟାନ ଦିଆଯିବ । ଜଳ ଯୋଗାଣ ପାଇଁ ଉନ୍ନତ ଧରଣର ସୁବିଧା ହାସଲ କରାଇବା ସହିତ କୃଷି ସମ୍ବନ୍ଧୀୟ ଉତ୍ପାଦନ ବଢାଇବା ଓ ଚାଷୀମାନଙ୍କ ଆୟ ବୃଦ୍ଧି କରାଇବା, ଚାଷୀଙ୍କୁ ଉନ୍ନତଧରଣର କୃଷି ଉପକରଣ ଉପଲବ୍ଧ କରାଇବା, କୃଷି ଉତ୍ପାଦିତ ଦ୍ରବ୍ୟ ପାଇଁ ବଜାର ଯୋଗାଯୋଗ ବ୍ୟବସ୍ଥା ଉପଲବ୍ଧ କରାଇବା ଇତ୍ୟାଦି ପ୍ରକଳ୍ପ ନୀତିର ଅଂଶ ବିଶେଷ। ପ୍ରକଳ୍ପର ଉଦ୍ଦେଶ୍ୟ ପ୍ରକଳ୍ପ ମାଧ୍ୟମରେ ନିମ୍ନଲିଖିତ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବସ୍ଥା କରାଯାଇଛି । ଗୋଷ୍ଠୀ ସହଯୋଗିତା ମାଧ୍ୟମରେ ପୁନଃରୁଦ୍ଧାର ହୋଇଥିବା ଜଳାଶୟ ବ୍ୟବସ୍ଥାର ସ୍ଥାୟିତ୍ଵ ବଜାୟ ରଖିବା । ସହାୟକ ସଂସ୍ଥାର ସହଯୋଗରେ ପାଣି କ୍ଷମତା ସମ୍ପର୍ଣ୍ଣ ଏବଂ ଦକ୍ଷତା ବୃଦ୍ଧି କରିବା । ସେବାଞ୍ଚଳର ଉତ୍ପାଦନ ବୃଦ୍ଧି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ନିର୍ଦ୍ଧିଷ୍ଟ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଏବଂ ଉତ୍ପାଦିକତା ବଢାଇବା ଓ ଲୋକଙ୍କ ଅତିରିକ୍ତ ଜୀବିକା ନିର୍ବାହ ପନ୍ଥା ପାଇଁ ସୁଯୋଗ ସୃଷ୍ଟି କରିବା । ଗୋଷ୍ଠୀ ସହାୟକ ଏବଂ ପ୍ରକଳ୍ପରେ ହିତାଧିକାରୀ ଅଂଶଧନକୁ ମରାମତି ଏବଂ ପୁନରୁଦ୍ଧାର ଖର୍ଚ୍ଚର ଶତକଡା ୧୦ଭାଗ ମଧ୍ୟରୁ ପ୍ରଥମ କିସ୍ତି ୫ ଭାଗ ଅର୍ଥ ଆକାରରେ ଏବଂ ଅବଶିଷ୍ଟ ୫ ଭାଗ ଟଙ୍କା ଅଥବା ଜିନିଷ ପ୍ରଦାନ ହେବ । ଯଦିଓ ପ୍ରକଳ୍ପ ଅଧିକତର ଭାବେ ଜମିର ମାଲିକାନାସତ୍ତ୍ଵ ଥିବା କୃଷକମାନଙ୍କ ପାଇଁ ଲାଭ ଦାୟକ ହୋଇଥାଏ ତଥାପି ପଶୁପାଳନ ଏବଂ ମାଛଚାଷ କରୁଥିବା ଗୋଷ୍ଠୀ ଇତ୍ୟାଦି ମଧ୍ୟ ଏହାର ଲାଭ ପାଇବେ । ପ୍ରକଳ୍ପର ଅଂଶ ବିଶେଷ ଏବଂ ପନ୍ଥା ପ୍ରକଳ୍ପର ଉଦେଶ୍ୟ ସାଧନ ପାଇଁ ନିମ୍ନଲିଖିତ ୪ଟି ଅଂଶ ବିଶେଷ ରହିଛି । ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି । ଜଳାଶୟ ଏବଂ ସେଚାଞ୍ଚଳ ବ୍ୟବସ୍ଥାରେ ଉନ୍ନତି। କୃଷି ଏବଂ କୃଷିଭିତିକ ଆନୁଷଙ୍ଗକ ସହାୟକ ସେବା । ପ୍ରକଳ୍ପ ପରିଚାଳନା। ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପନ୍ଥା ପାଣି ପଞ୍ଚାୟତ ମାଧ୍ୟମରେ ଗୋଷ୍ଠୀ ସହଯୋଗ ଦ୍ଵାରା କାର୍ଯ୍ୟ କରିବା ପ୍ରକଳ୍ପର ପନ୍ଥା ଅଟେ । ସାଧାରଣ ଭାବରେ ପାଣି ପଞ୍ଚାୟତରେ ସେଚାଞ୍ଚଳ କୃଷକ ଓ ମତ୍ସ୍ୟଜୀବି ପ୍ରତୀକ୍ଷ ଏବଂ ଧୋବା, ପଶୁପାଳନ କରୁଥିବା ବ୍ୟକ୍ତି ପରୋକ୍ଷ ହିତାଧିକାରୀ ଅଟନ୍ତି । ଏହା ଛଡା ଜଳାଶୟ ଜଳ ବ୍ୟବହାରକାରୀ, ସହାୟକ ସଂସ୍ଥା ଓ ଅନ୍ୟ ଗ୍ରାମବାସୀ ଏହି ପ୍ରକଳ୍ପ ଦ୍ଵାରା ଲାଭବାନ ହେବେ । ପାରସ୍ପରିକ ସଂମାନ, ସକ୍ରିୟ ଭାବେ ସଂଶ୍ଳିଷ୍ଟ ହେବା ଏବଂ କାର୍ଯ୍ୟପାଇଁ ପ୍ରତିଶ୍ରୁତିବଦ୍ଧତା ହିଁ ସହଯୋଗ ସମ୍ବନ୍ଧୀୟ କୌଶଳର ମୌଳିକ ନୀତି । କେଉଁ ବିଭାଗକୁ ଦାୟିତ୍ଵ ଏବଂ ପ୍ରକଳ୍ପ ପରିଚାଳନା ପାଇଁ ଆନୁଷ୍ଠାନିକ ରୂପରେଖ ସହଭାଗୀ ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ କେଉଁ ବିଭାଗକୁ ଦାୟିତ୍ଵ ଦିଆଯାଇଛି ? ଏହି ଯୋଜନା ଭାରତ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ବିଶ୍ଵବ୍ୟାଙ୍କ ସହାୟତାରେ ‘ଓଡିଶା ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପ ‘ କୁ ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ ଦ୍ଵାରା କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ପରିଚାଳନା ପାଇଁ ଆନୁଷ୍ଠାନିକ ରୂପରେଖ କିପରି ଅଛି ? ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜଳସମ୍ପଦ ବିଭାଗ ଅଧୀନରେ ‘ଓଡିଶା ଗୋଷ୍ଠୀ ଜଳାଶୟ ବିକାଶ ଏବଂ ପରିଚାଳନା ସମିତି ‘ ନାମରେ ଏକ ସ୍ଵତନ୍ତ୍ର ସଂସ୍ଥା ଗଠନ କରାଯାଇଛି । ପ୍ରକଳ୍ପର ସଫଳ ପରିଚାଳନା ଏବଂ ନୀତି ନିର୍ଦ୍ଧାରଣ ପାଇଁ ଦୁଇଟି ଜଳ କ୍ଷମତା ସମ୍ପନ୍ନ କମିଟି ରହିଛି । ସେ ଦୁଇଟି ଦେଲା : ରାଜ୍ୟସ୍ତ୍ରରୀୟ ଷ୍ଟିଅରିଂ କମିଟି । ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସହିତ କିଛି ନିର୍ଦ୍ଧିଷ୍ଟ ବିଭାଗର ସଚିବଙ୍କୁ ନେଇ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ସେହିପରି କୃଷି ଉତ୍ପାଦନ କମିଶନରଙ୍କ ଅଧ୍ୟକ୍ଷତାରେ ଓଡିଶା ଗୋଷ୍ଠୀ ଜଳାଶୟ ବିକାଶ ଏବଂ ପରିଚାଳନା ସମିତି ପାଇଁ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଆନୁଷ୍ଠାନିକ ବ୍ୟବସ୍ଥା ଓଡିଶା ଗୋଷ୍ଠୀ ଜଳାଶୟ ବିକାଶ ଏବଂ ପରିଚାଳନ ସମିତିର ମୁଖ୍ୟ ଭାବେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ସେବା ଅଧିକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ବିଷୟଗତ ଅଧିକାରୀମାନେ ରହିବେ । ଯାହାକି ରାଜ୍ୟ ପ୍ରକଳ୍ପ ସଂସ୍ଥା ଭାବେ କାର୍ଯ୍ୟ କରିବ । ସେହିପରି ଜିଲ୍ଲାସ୍ତରରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନିର୍ବାହ କରିବେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ବିଷୟଗତ ଅଧିକାରୀମାନେ ରହିବେ, ଯାହାକି ଜିଲ୍ଲା ପ୍ରକଳ୍ପ ସଂସ୍ଥା ଭାବେ କାର୍ଯ୍ୟ କରିବେ । କେଉଁ ବିଭାଗ ବା ଅଧିକାରୀମାନେ ପଞ୍ଚାୟତରୁ ସାହାଯ୍ୟ ନେବେ ଏବଂ ପଞ୍ଚାୟତ କି ପ୍ରକାର ସହଯୋଗ କରିବେ ଅନ୍ୟ କେଉଁ ବିଭାଗ ବା ଅଧିକାରୀମାନେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପାଣି ପଞ୍ଚାୟତକୁ ସାହାଯ୍ୟ କରିପାରିବେ ? ଏଥିରେ ଆପଣଙ୍କୁ ସରକାରୀ ବିଭାଗ ଯଥା : କ୍ଷୁଦ୍ର ଜଳସେଚନ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ମୃତ୍ତିକା ସଂରକ୍ଷଣ ଇତ୍ୟାଦି ଅଧିକାରୀମାନେ, ଅର୍ଦ୍ଧ ସରକାରୀ ଅନୁଷ୍ଠାନ, ସ୍ଵେଚ୍ଚାସେବୀ ଅନୁଷ୍ଠାନ ପ୍ରଭୁତି ସାହାଯ୍ୟ ଓ ସହଯୋଗ କରିବେ । ଏଥିପାଇଁ ପାଣି ପଞ୍ଚାୟତକୁ କି ପ୍ରକାର କାର୍ଯ୍ୟ ବା ସହଯୋଗ କରିବାକୁ ପଡିବ ? ଏଥିପାଇଁ କିଛି ମୌଳିକ ଏବଂ ନୀତିଗତ ନିଷ୍ପତି ପାଣି ପଞ୍ଚାୟତକୁ ନେବାକୁ ପଡିବ ଯଥା : ପାଣି ପଞ୍ଚାୟତ ଅନୁଷ୍ଠାନଟି ପାଣି ପଞ୍ଚାୟତ ନୀତି, ନିୟମ ଅନୁସାରେ ଗଠିତ ହୋଇ କାର୍ଯ୍ୟକ୍ଷମ ଥିବ ବା ଏହି ପ୍ରକଳ୍ପ ପାଇଁ ଉର୍ଦ୍ଧିଷ୍ଟ ପାଣି ପଞ୍ଚାୟତ ସଂଶୋଧିତ ନୀତି ନିୟମ ଏବଂ ନିର୍ଦ୍ଦେଶାବଳୀ ଅନୁସାରେ ଗଠିତ ହେବ । ଏଥିପାଇଁ ପ୍ରକଳ୍ପ ତରଫରୁ ପାଣି ପଞ୍ଚାୟତକୁ ସମସ୍ତ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦିଆଯିବ । ପ୍ରଥମେ ପ୍ରକଳ୍ପ ଉଦ୍ଦେଶ୍ୟ, ପନ୍ଥା ଏବଂ ସିଦ୍ଧାନ୍ତ ବିଷୟରେ ସାଧାରଣ ସଭା ମାଧ୍ୟମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ଵାରା ଉପକୃତ ହେଉଥିବା ଗ୍ରାମ ହିତାଧିକାରୀମାନଙ୍କ ସହ ଆଲୋଚନା କରାଯିବ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ହେବାକୁ ଥିବା ଆନୁଷ୍ଠାନଗୁଡିକୁ ଚିହ୍ନଟ କରିବାର ପାଣି ପଞ୍ଚାୟତ ସାହାଯ୍ୟ କରିବେ । ପାଣି ପଞ୍ଚାୟତ ଅନୁଷ୍ଠାନ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏକ ଚୁକ୍ତିନାମା ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସହିତ ସମ୍ପାଦନ କରିବେ ଯଦ୍ଵାରା ପାଣି ପଞ୍ଚାୟତ ନିମ୍ନ ଲିଖିତ କାର୍ଯ୍ୟ ପାଇଁ ସମ୍ମତି ଜଣାଉଛନ୍ତି ବୋଲି ଧରାଯିବା । ବିଶ୍ଵବ୍ୟାଙ୍କ ସହାୟତାରେ ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଅଧିନସ୍ଥ ଓଡିଶା ଗୋଷ୍ଠୀ ଜଳାଶୟ ବିକାଶ ଏବଂ ପରିଚାଳନା ସମିତି ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା ଓଡିଶା ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପରେ ସହଯୋଗ କରିବେ । ଯୋଜନା ପ୍ରସ୍ତୁତି କରିବା ପାଇଁ ମିଳିତ ପଦଯାତ୍ରା ଏବଂ ସହଭାଗୀ ଗ୍ରାମାଞ୍ଚଳସ୍ଥିତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଭାବ ନେବେ । ଲୋକମାନଙ୍କୁ ଏହି ଯୋଜନାରେ ଭାଗ ନେବା ପାଇଁ ସଚେତନ କରାଇ ଆଗ୍ରହ ସୃଷ୍ଟି କରିବେ । ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ ପ୍ରକ୍ରିୟାରେ ସହାୟକ ଅନୁଷ୍ଠାନଗୁଡିକର ସାହାଯ୍ୟ ଓ ସହଯୋଗ ନେବେ । ଜମି ଅଧିଗ୍ରହଣ ଏବଂ ଅନାଧିକୃତ ପ୍ରକଳ୍ପ ଅଧିନସ୍ଥ ଜମି ଚିହ୍ନଟ କରିବେ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପରେ ଏହାର ପରିଚାଳନା, ରକ୍ଷଣବେକ୍ଷଣା ଏବଂ ସାଧାରଣ ମରାମତି ଦାୟିତ୍ଵ ନେବେ । ପରିଚାଳନା ଏବଂ ସୁରକ୍ଷା ଜନିତ ଆବଶ୍ୟକତାକୁ ଚିହ୍ନଟ କରିବେ । ଏହି ଇଚ୍ଛାପତ୍ର /ଚୁକ୍ତି ନାମା ଆଧାରରେ ଜଳାଶୟ ବନ୍ଧ ବା ଆଡିବନ୍ଧ ପୁନରୁଦ୍ଧାର ଏବଂ ପରିଚାଳନା ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବା ପାଇଁ ପାଣି ପଂଚାୟତ ବୁଝାମଣା ସ୍ମାରକ /ପତ୍ରଲିପି ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସହ ସମ୍ପାଦନ କରିବେ । ଯୋଜନା ପ୍ରସ୍ତୁତ ଅବିଧି ସମୟରେ ମୂଳଗ୍ରାମ ଏବଂ କ୍ଷୁଦ୍ରଗ୍ରାମ ପାଇଁ ଅଲଗା ଅଲଗା ଭାବରେ ଅନୁ ଯୋଜନା ପ୍ରସ୍ତୁତ କରିବେ ଯାହାକି ପରବର୍ତ୍ତୀ ଅବସ୍ଥାରେ ଏକତ୍ରୀକରଣ କରୀ ଜଳାଶୟ ବନ୍ଧ/ଆଡିବନ୍ଧ ଉନ୍ନତିକରଣ ପରିଚାଳନା ଯୋଜନା ତିଆରି ହେବ । ଯାହାକୁ ଆମେ ସଂକ୍ଷେପରେ ଟ୍ରିମ୍ପ ବୋଲି କୁହାଯାଏ । ସହଭାଗୀ ଯୋଜନା ଦଲିଲରେ କେଉଁ ବିଷୟଗତ ଉପଯୋଜନା ଟିମ୍ଫ ପାଣି ପଂଚାୟତ ଦ୍ଵାରା ପ୍ରସ୍ତୁତ ସହଭାଗୀ ଯୋଜନା ଦଲିଲରେ କେଉଁ ବିଷୟଗତ ଉପଯୋଜନାମାନ ରହିବ ? ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି ଉପଯୋଜନା । ଜଳାଶୟ ବନ୍ଧ/ ଆଡିବନ୍ଧ, କେନାଲ ପ୍ରଭୁତି ପୁନରୁଦ୍ଧାର ଏବଂ ଉନ୍ଣତି କରଣ ଉପଯୋଜନା । ଆଦିବାସୀ ବିକାଶ ଉପଯୋଜନା । ସାମାଜିକ ସୁରକ୍ଷା ଏବଂ ପର୍ଯ୍ୟାବରଣ /ପରିବେଶ ପରିଚାଳନା ଉପଯୋଜନା । ପୁନର୍ବାସ, ଥଇଥାନ ଉପଯୋଜନା । ତଦାରଖ ଏବଂ ମୂଲ୍ୟାୟନ ଉପଯୋଜନା । ସ୍ଵଚ୍ଛତା , ପ୍ରଶାସନ , ଉତରଦାୟିତ୍ଵ ଉପଯୋଜନା । ପାଣି ପଂଚାୟତ ଯୋଜନା ବା ଟ୍ରିମ୍ପ କିପରି କାର୍ଯ୍ୟକାରୀ କରାଯିବ ? ଏସବୁ ଉପଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରକଳ୍ପ ସଂସ୍ଥା ମିଳିତ ଭାବେ ସହାୟକ ସଂସ୍ଥା, ପାଣି ପଞ୍ଚୟାତ ଏବଂ ଅନ୍ୟାନ୍ୟ ଅଂଶୀଦାର/ସହଯୋଗ ଅନୁଷ୍ଠାନ ଇତ୍ୟାଦିର ଦକ୍ଷତା ବୃଦ୍ଧି କରାଯିବା ପାଇଁ ସୁବିଧା ସୁଯୋଗ ଓ ଅନୁକୂଳ ବାତାବରଣ ସୃଷ୍ଠୀ କରିବେ। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ସଂସ୍ଥା, ସହାୟକ, ସଂସ୍ଥା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବେ । କିନ୍ତୁ ସହାୟକ ସଂସ୍ଥା ମୁଖ୍ୟତଃ ପାଣି ପଞ୍ଚାୟତ କିପରି ସଫଳ ରୂପେ ଯୋଜନାକୁ କାର୍ଯ୍ୟକାରୀ କରିବ ସେଥିପାଇଁ ସର୍ବଦା ତତ୍ପର ରହିବ । ଯୋଜନା କାର୍ଯ୍ୟକାରୀ ସମୟରେ ପାଣି ପଞ୍ଚାୟତ କେଉଁ ସବୁ ବ୍ୟବସ୍ଥା ପ୍ରତି ଦ୍ରୁଷ୍ଟି ଦେବେ ପାଣି ପଞ୍ଚାୟତ ଏବଂ ଜିଲ୍ଲା ପ୍ରକଳ୍ପ ସଂସ୍ଥା ନିଜ ନିଜର ଭୂମିକା, ଦାୟିତ୍ଵ ଓ କର୍ତ୍ତବ୍ୟ ନିର୍ବାହ ପ୍ରତି ସଚେତନ ରହିବେ। ଅର୍ଥ ବିନିଯୋଗ ଏବଂ ଆର୍ଥିକ ପରିଚାଳନା ସଫଳ ଭାବେ ସମ୍ପାଦନା କରିବେ । ଜମାଖାତା ଗୁଡିକର ଉତ୍ତମ ପରିଚାଳନା କରିବେ । ଭାଗୀଦାରୀ ରାଶି ସଂଗ୍ରହ ଏବଂ ଦେୟ ଆଦାୟ ଓ ପ୍ରଦାନ କରିବେ । ନିର୍ମାଣ କାର୍ଯ୍ୟ ସମ୍ପାଦନ ଏବଂ ଦେୟ ଆଦାୟ ଓ ପ୍ରଦାନ କରିବେ । ବିବାଦ ଏବଂ ଝଗଡା ଇତ୍ୟାଦିର ଆପୋକ୍ଷ ସମାଧାନ ପାଇଁ ଉଦ୍ୟମ କରିବେ । ଯୋଜନା କାର୍ଯ୍ୟକାରୀ ସମୟରେ ପାଣି ପଞ୍ଚାୟତ ଓ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀମାନେ କିପରି କାର୍ଯ୍ୟ କରିବେ ? ଯୋଜନା କାର୍ଯ୍ୟକାରୀ ସମୟରେ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ଅଧିକାରୀମାନେ ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟ ସମ୍ପାଦନ କରିବେ। ଯୋଜନା ମୁତାବକ ସମସ୍ତ କାର୍ଯ୍ୟ କୌଣସି ଠିକ ଭାବେ , ଠିକ ହିସାବରେ ସମୟସୀମା ମଧ୍ୟରେ ହୋଇ ନପାରିବା ପ୍ରଭୁତିର ଆକଳନ ଏବଂ ସମାଧାନ ପନ୍ଥା ବାହାର କାରୀ ଏଥି ସହିତ ଜଡିତ ଅଧିକାରୀମାନଙ୍କୁ ପାଣି ପଞ୍ଚାୟତ ନିୟମିତ ଭାବରେ ଲିଖିତ ଭାବେ ଅବଗତ କରାଇବେ। ନିୟମିତ ଭାବରେ ପାଣି ପଞ୍ଚାୟତ ଏବଂ ଜିଲ୍ଲା ପ୍ରକଳ୍ପ ସଂସ୍ଥା ସାଧାରଣ ବୈଠକ, ସାମାଜିକ ସମୀକ୍ଷା ଇତ୍ୟାଦି କରିବେ । କାର୍ଯ୍ୟ ବାବଦରେ ପ୍ରାପ୍ତ ହୋଇଥିବା ଆପତ୍ତି, ଅଭିଯୋଗ, ଠିକ ଭାବରେ ନିର୍ଦ୍ଧାରଣ କାରୀ ଠିକ ସମୟରେ ପାଣି ପଞ୍ଚାୟତ ଏବଂ ପ୍ରକଳ୍ପ ଅଧିକାରୀ ଫଇସଲା କରିବେ । ଜୀବନ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଏବଂ ପ୍ରକୃତ ହିତାଧିକାରୀ କିପରି ଏହାର ସୁବିଧା ସୁଯୋଗ ହାସଲ କରିବେ ତାହା ସୁନିଶ୍ଚିତ କରବେ । ପାଣି ପଞ୍ଚାୟତସ୍ତରରେ ପ୍ରକଳ୍ପ ଅଧିକାରୀ ଏବଂ ସହାୟକ ସଂସ୍ଥା ଗୁଡିକ କିପରି କାର୍ଯ୍ୟ କରିବେ ? ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନଗୁଡିକ ଚିହ୍ନଟ କରିବା ପାଇଁ ପାଣି ପଞ୍ଚାୟତ ସାହାଯ୍ୟ ନେବେ। ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି । ଜଳାଶୟ ଏବଂ କେନାଲର ଉନ୍ଣତିକରଣ । ଆଦିବାସୀ ବିକାଶ । ସାମାଜିକ ଏବଂ ପର୍ଯ୍ୟାବରଣ ପରିଚାଳନା । ତଦାରଖ ଏବଂ ମୂଲ୍ୟାୟନ । ସାମାଜିକ ସମୀକ୍ଷା, ସ୍ଵଚ୍ଚତା, ଉତ୍ତରଦାୟିତ୍ଵ , ଆପତି ଅଭିଯୋଗ ଶୁଣାଣି । ଠିକାଦାର ଦ୍ଵାରା ହେବାକୁ ଥିବା କାର୍ଯ୍ୟର ଟେଣ୍ଡର କମିତିରେ ପାଣି ପଞ୍ଚାୟତ ସଭାପତି ସଭ୍ୟ ରହିବେ । କିନ୍ତୁ ସଭାପତିଙ୍କ ଅନୁପସ୍ଥିତି ପାଇଁ ଟେଣ୍ଡର ପ୍ରକ୍ରିୟା ବନ୍ଦ ରହିବ ନାହିଁ । ଉପର ଅଧିକାରୀଙ୍କ ଠାରୁ ଅନୁମୋଦନ ପାଇବା ପରେ ବାର୍ଷିକ ଯୋଜନା ଖସଡା ପ୍ରସ୍ତୁତ କରାଯିବ । ପାଣି ପଞ୍ଚାୟତ ତାର ଉପ- କମିଟି ୩ଟି ଗଠନ କରି ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇବା । ଆପତି ଅଭିଯୋଗ ଲିଖିତ ଆକାରରେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ପ୍ରତିକାର ପାଇଁ ଜଣାଇବେ । ତାଲିମ, ପରିଦର୍ଶନ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରିବେ । ଓଡିଶା ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପ ପଦ୍ଧତି ମରାମତି କାର୍ଯ୍ୟ ପଦ୍ଧତି ଓଡିଶା ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପ ଭାରତ ସରକାରଙ୍କ ମାଧ୍ୟମରେ ଏବଂ ବିଶ୍ଵବ୍ୟାଙ୍କ ସହାୟତାରେ ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ୪୦ରୁ ୨୦୦ ହେକ୍ଟର ପରିମିତ ପ୍ରାୟ ୩୨୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ବସବାସ କରୁଥିବା କୃଷିଜୀବି ଏବଂ ଅନ୍ୟାନ୍ୟ ପରିବାର ଗୁଡିକ ଜୀବିକା ନିର୍ବାହ ପନ୍ଥା ସୃଦୃଢ ହେବା ସହ ସେମାନଙ୍କର ଆର୍ଥିକ ଓ ସାମାଜିକ ଉର୍ଣ୍ଣତି ହୋଇପାରିବ । ଏଥିରେ ପ୍ରଥମେ କାର୍ଯ୍ୟ ଆକଳନର ୫% ଅର୍ଥ ପାଣି ପଞ୍ଚାୟତ ହିତାଧିକାରୀମାନେ ସଂଗ୍ରହ କାରୀ ଜମା ଖାତାରେ ଜମା ରଖିବେ, ବାକି ୫% କାର୍ଯ୍ୟ ସମୟରେ ନଗଦ/ଶ୍ରମ କିମ୍ବା ଦ୍ରବ୍ୟ ଆକାରରେ ଦେଇ ଉକ୍ତ ଜଳସେଚନ ବ୍ୟବସ୍ଥାକୁ ନିଜସ୍ଵ କରିବେ । ସିଭିଲ କାର୍ଯ୍ୟର ପଦ୍ଧତି : ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପାଣି ପଞ୍ଚାୟତ, ହିତାଧିକାରୀ ସହିତ ମିଳିତ ପଦଯାତ୍ରା କାରୀ ପ୍ରକଳ୍ପ ସିଭିଲ କାର୍ଯ୍ୟର ନିର୍ମାଣ ବିଷୟ ମାନ ଚୁଡାନ୍ତ ଏହାର ମୁଖ୍ୟ ବିଭାଗ ହେଉଛି । ଜଳଧାରା କ୍ଷେତ୍ରର ଉପଚାର । ବନ୍ଦର ଦୃଢିକରଣ କେନାଲ ବ୍ୟବସ୍ଥାର ଉନ୍ନତି ଜଳଧାରା କ୍ଷେତ୍ରର ଉପଚାର : ପଟୁ ଇତ୍ୟାଦି ଦ୍ଵାରା ବନ୍ଧ ପୋତିବାକୁ ରୋକିବା ପାଇଁ ଦେଢଫୁଟ/ଦୁଇଫୁଟ ପଥର ଚଟାଣ ନିର୍ମାଣ ଦ୍ଵାରା ପ୍ରବେଶ ଜଳକୁ ଧୀରଗତି କରିବା । ବନ୍ଧର ଦୃଢି କରଣ : ଦୁର୍ବଳ ମାଟି ବନ୍ଧକୁ ବିଧିବଧ ସେକ୍ସନ କୁ ଆଣିବା, ରେନକଟ ବା ଗଭୀର କଟ ମାନ ପୂରଣ ଉଚ୍ଚତା ବୃଦ୍ଧି ଇତ୍ୟାଦି ଦ୍ଵାରା ମାଟିବନ୍ଧର ଦୃଢିକରଣ ଉକ୍ତ ସ୍ଥାପନ ମାଟିକୁ ପୁରୁଣା ବନ୍ଧ ସହ ଥାକକାଟି ଯୋଡିବା ଏବଂ ଶତକତା ୯୮ଭାଗ ଓ.ଏମ .ସି କୁ ସଂକୁଚନ । ବନ୍ଧ ଉପରେ ମୋରମ ସ୍ତର ଦ୍ଵାରା ସର୍ଭିସ ରାସ୍ତା ପାଇଁ ଉପଯୋଗ । ବନ୍ଧର ଉଭୟ ପାର୍ଶ୍ଵତଳୁ ଆର.ଏସ ପଥର ପେକିଙ୍ଗ ବା ଘାସଚେକା ଆଚ୍ଛାଦନ ଦ୍ଵାରା ସ୍ଥାୟୀକରଣ । କୌଣସି ସ୍ଥାନରେ ମୂଷାଗାତ/ଲିକେଜ ଥିଲେ ଏହାର ପ୍ରତିକାର । ଉଚ୍ଚବନ୍ଧ ଥିଲେ ଏହାର ତଳମୁଣ୍ଡରେ ଲିକେଜ ପାଣିକୁଆ ଡ୍ରେନେଜ ଦ୍ଵାରା ନିଷ୍କାସନ । କେନାଲ ବ୍ୟବସ୍ଥାର ଉର୍ଣ୍ଣତି : କେନାଲ ସେକ୍ସନ କମ ବା ବେଶୀ ଗଭୀର ଥିଲେ ଡିଜାଇନ ସେକ୍ସନକୁ ଆଣିବା ଏବଂ ଦୃଢିକରଣ ବା ଆବଶ୍ୟକ ସ୍ଥଳେ ଲାଇଲଙ୍ଗ ସ୍ଥାପନ । ମାଟି ଧସୁଥିବା ଅଂଶରେ ଘାସ ଚେକା ସ୍ଥାପନ ଓ ଜଳସ୍ତର ବୃଦ୍ଧି ପାଇଁ ଗ୍ରେଡଉଆଲ ନିର୍ମାଣ । କେନାଲ ଲମ୍ବର ଡିଜାଇନ ଏବଂ ପାର୍ଶ୍ଵ ଗଡାନ ସୁରକ୍ଷା ପାଇଁ ଫିଲର ଆବଶ୍ୟକତା । ଶେଷମୁଣ୍ଡ ପର୍ଯ୍ୟନ୍ତ ଜଳ ପ୍ରବାହକୁ କାଟ କରୁଥିଲେ ସାଇଫନ ବା ସୁପର ପ୍ୟାସେଜ ଆଦିର ପ୍ରସ୍ତାବ । ଏହି ସବୁ ପ୍ରବନ୍ଧ କଲେ ସଂପୂର୍ଣ୍ଣ କମାଣ୍ଡ ଅଞ୍ଚଳକୁ ଶସ୍ୟବ୍ୟାପୀ/ ପ୍ରକାର ଭେଦନରେ ରୋଟେସନ ଭିଟଟିରେ ନିଶ୍ଚିତ ଜଳ ଯୋଗାଣ ସମ୍ଭବ । ଆକଳନ ହୋଇଥିବା ସିଭିଲ କାମର ୧୦ ପ୍ରତିଶତ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇ ପାରିବ । ଏହି କାମ ଗୁଡିକ ପଥର ପ୍ୟାକିଙ୍ଗ/ଘାସଚେକା / ଜଳଗ୍ରହଣ କ୍ଷେତ୍ରର ଆସୁଥିବା ସ୍ରୋତ ପାଇଁ ପଥର ଚଟାଣ ବା କେନାଲ ଲାଇନିଙ୍ଗ ନିର୍ମାଣ ଇତ୍ୟାଦି, ଯାହାକି ବିଶେଷ ଭାବେ ଟେକ୍ନିକାଲ ଜ୍ଞାନକୌଶଳ ଆବଶ୍ୟକ କରୁ ନଥିବା ବାର୍ଷିକ ମରାମତି ଏବଂ ଆଣ୍ଡ ଏମ ଇତ୍ୟାଦି ପାଣି ପଞ୍ଚାୟତ ସଦସ୍ୟମାନେ ନିଜ ଦାୟିତ୍ଵରେ ସମ୍ପାଦନ କରିବେ । ସାମ୍ବାଦିକ ସିଭିଲ କାର୍ଯ୍ୟର ଗୁଣମାନ ପରୀକ୍ଷଣ ହେବା ସହିତ ସଭାପତି/ ସମ୍ପାଦକ ଦ୍ଵାରା କାର୍ଡ ପୂରଣ ହେବା ପରେ କାର୍ଯ୍ୟ ଦେୟ ଠିକାଦାରଙ୍କୁ ଦିଆଯାଇ ପାରିବ । ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓଡିଶା ଗୋଷ୍ଠୀ ଜଳାଶୟ ପରିଚାଳନା ପ୍ରକଳ୍ପ ଭାରତ ସରକାର ଙ୍କ ମାଧ୍ୟମରେ ଏବଂ ବିଶ୍ଵବ୍ୟାଙ୍କ ସହାୟତାରେ ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ୪୦ ରୁ ୨୦୦୦ ହେକ୍ଟର ପରିମିତ ପ୍ରାୟ ୩୨୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମରାମତି ଓ ପୁନରୁଦ୍ଧାର କରାଯିବାର ଲକ୍ଷ ରଖାଯାଇଛି । ଯାହା ଦ୍ଵାରା ଏହି ସେଚାଞ୍ଚଳରେ ବସବାସ କରୁଥିବା କୃଷିଜୀବି ଏବଂ ଅନ୍ୟାନ୍ୟ ପରିବାରଗୁଡିକର ଜୀବିକା ନିର୍ବାହ ପନ୍ଥା ସୁଦୃଢ ହେବା ସହ ସେମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ହୋଇପାରିବ । ପ୍ରକଳ୍ପ ର ଉଦ୍ଦେଶ୍ୟ ଜଳାଶୟ ଉନ୍ନୟନ ଓ ପରିଚାଳନା ଦାୟିତ୍ଵ ନେବା ପାଇଁ ଗୋଷ୍ଠୀ ଆଧାରିତ ଆନୁଷ୍ଠାନକୁ ସୁଦୃଢ କରିବା । ମନୋନୀତ କାର୍ଯ୍ୟକର୍ତ୍ତାକୁ କ୍ଷମତା- ସମ୍ପର୍ଣ୍ଣ କରିବା । ନୌପୁଣ୍ୟତା ବିକାଶ କରିବା, କୁଶଳତାବୃଦ୍ଧି ଓ ପ୍ରଚଳିତ ଜ୍ଞାନ ବୃଦ୍ଧି କରିବା । ସହଯୋଗିତା ଏବଂ ସାହାଯ୍ୟ ପ୍ରଣାଳୀରେ ଭାଗୀଦାରମାନଙ୍କୁ ଜୀବିକା ମାଧ୍ୟମରେ ଉନ୍ନତି ଆଣିବା । ଆନୁଷ୍ଠାନିକ ଢାଞ୍ଚା ଅନୁଷ୍ଠାନ ହେଉଛନ୍ତି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଥିବା କିଛି ବ୍ୟକ୍ତି ବିଶେଷଙ୍କର ସମାହାର ଯାହା ନିର୍ଦ୍ଧିଷ୍ଟ ନୀତି ଓ ନିୟମ ଅନୁସରଣ କରିଥାଏ । ଏହି ପ୍ରକଳ୍ପ ପରିଚାଳନା ପାଇଁ ନିମ୍ନଲିଖିତ ଅନୁଷ୍ଠାନଗୁଡିକୁ କାର୍ଯ୍ୟ କରିବେ । ଜିଲା ସ୍ତରୀୟ: ପାଣି ପଞ୍ଚାୟତ (pp) କୃଷି ଆଗ୍ରହୀ ଦଳ (FIG) ସ୍ଵୟଂ ସହାୟକ ଗୋଷ୍ଠୀ (SHG) ଆଦିବାସୀ ଉନ୍ନୟନ ସଂଗଠନ ଜଳ ବ୍ୟବହାରକାରୀ ସମୂହ ଜିଲ୍ଲା ସ୍ତରୀୟ : ସହଯୋଗ ସରକାରୀ ବିଭାଗ ଜିଲ୍ଲା ପ୍ରକଳ୍ପ ସଂସ୍ଥା ରାଜ୍ୟ ସ୍ତରୀୟ : ରାଜ୍ୟ ନିୟନ୍ତ୍ରକ କମିଟି ପରିଚାଳନା କର୍ତ୍ତୁପକ୍ଷ ରାଜ୍ୟ ପ୍ରକଳ୍ପ ସଂସ୍ଥା ହିତାଧିକାରୀ କୃଷକ ଏବଂ ପାଣି ପଞ୍ଚାୟତ ସଦସ୍ୟ ଗୋମିତ୍ର ପଶୁପାଳକ ମତ୍ସ୍ୟଜୀବି ସାଧାରଣ ଗ୍ରାମବାସୀ ସ୍ଵୟଂ ସହାୟକ ଗୋଷ୍ଠୀ ଆଦିବାସୀ ଉନ୍ନୟନ ସଂଘ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗୀ ସରକାରୀ/ ଅର୍ଦ୍ଧ ସରକାରୀ ସଂସ୍ଥା ପାଣି ପଞ୍ଚାୟତ ଭୂମିକା ଜଳସେଚନ ବ୍ୟବସ୍ଥାକୁ ସୃଦୃଢ ଏବଂ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା। ଜଳ ବ୍ୟବହାରକୁ ନିୟନ୍ତ୍ରଣ କରିବା । ଜଳକର ଆଦାୟ କରିବା। ଶସ୍ୟ ଉତ୍ପାଦନ କୁ ସୁହାଇବା ଭଳି ଜଳ ବ୍ୟବହାର କିପରି ହେବ ତାର ପୂର୍ବ ଯୋଜନା ପ୍ରସ୍ତୁତ କରିବା । ଜମିହୀନ, ଗରିବ, ଆଦିବାସୀ, ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମଜୀବୀଙ୍କୁ, ଏହି ଯୋଜନାର ସୁବିଧା ସୁଯୋଗରେ ସାମିଲ କରାଇବା । ଶସ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା । ଜଳସେଚନ ବ୍ୟବସ୍ଥାର ମରାମତି, ରକ୍ଷଣାବେକ୍ଷଣା ପାଇଁ ଯୋଜନା । ଜଳର ବ୍ୟବହାରକୁ ନିୟନ୍ତ୍ରଣ କରିବା । ସାମାଜିକ ସମୀକ୍ଷା । ଜଳ କର ସଂଗ୍ରହ କରିବା । ଅନୁଷ୍ଠାନର ଦକ୍ଷତା ବୃଦ୍ଧି ଏହି ପ୍ରକଳ୍ପ ମାଧ୍ୟମରେ ଆନୁଷ୍ଠାନଗୁଡିକର ଦକ୍ଷତା ବୃଦ୍ଧି ପାଇଁ ନିମ୍ନଲିଖିତ ପ୍ରକାର ବ୍ୟବସ୍ଥା ରହିଛି । ପ୍ରଶିକ୍ଷଣ ପରିଦର୍ଶ କର୍ମଶାଳା ପ୍ରଦର୍ଶନୀ ପୁନଃ ପ୍ରଶିକ୍ଷଣ ସଭା ସମିତି ସେମିନୀର ଜଳ ବ୍ୟବହାରକାରୀ ସମୂହ ଗଠନ ଏବଂ ଦକ୍ଷତା ବୃଦ୍ଧି । ସୂଚନା ଅଧିକାର ଆଇନ ଏବଂ ଅଭିଯୋଗ ପରିଚାଳନା ସୂଚନା ଅଧିକାର ନିୟମାବଳୀରେ ବର୍ଣ୍ଣିତ ଆବଶ୍ୟକତାକୁ ପରିପୂର୍ଣ୍ଣ କରିବା ପ୍ରକଳ୍ପର ଲକ୍ଷ । ସମସ୍ତ ତଥ୍ୟ ବିଷୟରେ ସାନ୍ନିଧ୍ୟତାର ମୁକ୍ତ ଉପାୟ ରହିଅଛି । ପ୍ରକଳ୍ପ ସମସ୍ତ କାର୍ଯ୍ୟ ପାଇଁ ସର୍ବସାଧାରଣ ଯୋଗାଯୋଗ ମାଧ୍ୟମକୁ ବ୍ୟବହାର କରିବ ଯଥା : ପ୍ରାଚୀର ଚିତ୍ର ସମ୍ବାଦ ପତ୍ରିକା ଏବଂ ସାମାଜିକ ସମୀକ୍ଷା ଇତ୍ୟାଦି। ଆଧାର - ଓଡିଶା ଗୋଷ୍ଠୀ ଜଳାଶୟ ଉନ୍ନୟନ ଏବଂ ପରିଚାଳନା ସମିତି ଓ ଜଳ ସମ୍ପଦ ବିଭାଗ, ଓଡିଶା ସରକାର