ଉପକ୍ରମ କୃଷି ଓ ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ‘କ୍ଷୁଦ୍ର ଚାଷୀମାନଙ୍କ କୃଷି ବ୍ୟବସାୟ ସଂଘ ‘ ଏକ ପଞ୍ଜୀକୃତ ସମିତି ଯାହାର ଲକ୍ଷ ହେଉଛି କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ଘରୋଇ ପୁଞ୍ଜିନିବେଶ କୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଆୟ ଓ ନିଯୁକ୍ତିର ବିକାଶ କରିବା । କୃଷି ବ୍ୟବସାୟର ଉନ୍ନତି ପାଇଁ ଉଦ୍ଦିଷ୍ଟ ‘କ୍ଷୁଦ୍ର ଚାଷୀ ମାନଙ୍କ କୃଷି ବ୍ୟବସାୟ ସଂଘ ଯୋଜନା’ ବ୍ୟକ୍ତି ବିଶେଷ, ଉତ୍ପାଦକ ଗୋଷ୍ଠୀ ତଥା ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରୁଥିବା ସଂଗଠନ ମାନଙ୍କୁ କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବା ଓ ପ୍ରକଳ୍ପ ଉନ୍ନୟନ ସୁଯୋଗ ସୃଷ୍ଟି କରିବା ପାଇଁ ‘ଉଦ୍ୟୋଗ ପୁଞ୍ଜୀ ଋଣ ସହାୟତା ପ୍ରଦାନ କରିଥାଏ । ଏହି ଯୋଜନାର ମୂଳ ଲକ୍ଷ ହେଲା ଯେପରି ହିତାଧିକାରୀ ମାନେ ଗୋଟିଏ ସ୍ଥାନରୁ ବ୍ୟବସାୟିକ ପୁଞ୍ଜୀ, ବ୍ୟାଙ୍କର ମିଆଦି ଋଣ ଓ କାର୍ଯ୍ୟକାରୀ ମୂଳଧନ ପାଇପାରିବେ । ଜାତୀୟକରଣ ବ୍ୟାଙ୍କ/ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏହାର ସହକାରୀ ବ୍ୟାଙ୍କ / ଆଇ․ଡି ․ବି․ଆଇ/ ଏସ․ଆଇ․ଡି ․ବି․ଆଇ/ ନାବାର୍ଡ/ ଏନ ସି ଡି ସି/ ଏନ ଇ ଡି ଏଫ ଆଇ/ଏକ୍ସିସ ବ୍ୟାଙ୍କ/ଆର ଆର ବି ଓ ରାଜ୍ୟ ଅର୍ଥ ନିଗମ ମାନଙ୍କର ଘନିଷ୍ଠ ସହଯୋଗରେ ‘କ୍ଷୁଦ୍ର ଚାଷୀ ମାନଙ୍କ କୃଷି ବ୍ୟବସାୟ ସଂଘ’ ଏହି ଯୋଜନାକୁ କାର୍ଜ୍ୟକାରୀ କରିବାର ଦୁରଦୃଷ୍ଟି ପୋଷଣ କରେ । ଉଦ୍ଦେଶ୍ୟ (ଲକ୍ଷ୍ୟ) ଉପରୋକ୍ତ ବ୍ୟାଙ୍କ ମାନଙ୍କର ଘନିଷ୍ଠ ସହଯୋଗରେ କୃଷି ଭିତିକ ଉଦ୍ୟୋଗ ବ୍ୟବସାୟ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି କରିବା । କୃଷି ବ୍ୟବସାୟ ପ୍ରତିଷ୍ଠା କରଣରେ ଘରୋଇ ପୁଞ୍ଜୀ ବିନିଯୋଗକୁ ତ୍ଵରାନିତ କରି ଉତ୍ପାଦନ ମାନଙ୍କୁ ନିଶ୍ଚିତ ବିକ୍ରି-ବଟାର ସୁଯୋଗ ଯୋଗାଇ ଦେବା ଓ ତଦ୍ୱାରା ଗ୍ରାମାଞ୍ଚଳରେ ରୋଜଗାର ଓ ନିଯୁକ୍ତି ବୃଦ୍ଧି କରିବା । କୃଷି ଭିତିକ ବ୍ୟବସାୟ ସହିତ ସମ୍ପର୍କ ରଖିବା ଓ ପ୍ରକଳ୍ପ ସହିତ ଉତ୍ପାଦନକାରୀ ମାନଙ୍କ ସଂପର୍କକୁ ଦୃଢ କରିବା । ପ୍ରକଳ୍ପ ଉନ୍ନୟନ ସୁଯୋଗ ଦ୍ଵାରା କୃଷକ/ ଉତ୍ପାଦଙ୍କାରି ଗୋଷ୍ଠୀ, କମ୍ପାନୀ ଏବଂ କୃଷି ସ୍ନାତକ ମାନଙ୍କୁ ଏହି ମୂଲ୍ୟ ଶୃଙ୍ଖଳରେ ଅଧିକ ରୁ ଅଧିକ ଯୋଗଦାନ କରାଇ ସହାୟତା ପ୍ରଦାନ କରାଯିବ । ଯୋଜନାର ପ୍ରମୁଖ ରୂପରେଖ ଯୋଗ୍ୟ ବ୍ୟକ୍ତି : ଏହି ଯୋଜନା ମାଧ୍ୟମରେ ବ୍ୟକ୍ତି ବିଶେଷ, କୃଷକ, କୃଷକ ଉତ୍ପାଦକ କମ୍ପାନୀ/ କୃଷକ ଉତ୍ପାଦକ ସଂଗଠନ, ସତ୍ତ୍ଵାଧିକାରୀ ଫାର୍ମ, ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ପାନୀ, କୃଷି ଉଦ୍ୟୋଗୀ, କୃଷି ରପ୍ତାନି ଇଲାକାରେ ଥିବା ଉଦ୍ୟୋଗ ଏବଂ କୃଷି ସ୍ନାତକ ମାନଙ୍କୁ, ବ୍ୟକ୍ତି ବିଶେଷ କିମ୍ବା ଗୋଷ୍ଠୀଗତ ଭାବେ ଏହି ସୁବିଧା/ ସହାୟତା ଉପଲବ୍ଧ ହୋଇପାରିବ । ବୃତିଗତ ପରିଚାଳନା ଓ ଦାୟିତ୍ଵବୋଧ ନିମନ୍ତେ ଏଇ ଗୋଷ୍ଠୀ ଗୁଡିକ ଆଇନ ସମ୍ମତ କମ୍ପାନୀ କିମ୍ବା ଉତ୍ପାଦକ କମ୍ପାନୀ ଗଠନ କରିପାରିବେ । ଯୋଗ୍ୟ ବିବେଚିତ ପ୍ରକଳ୍ପ ପ୍ରକଳ୍ପଟି କୃଷି କିମ୍ବା ଏହାର ଆନୁଷଙ୍ଗିକ କୃଷି ସମ୍ବନ୍ଧୀୟ ଅଥବା କୃଷି ସେବା ସମ୍ପର୍କିତ ହେବା ଉଚିତ । କୁକୁଡା ଓ ଗୋ-ପାଳନ ପ୍ରକଳ୍ପ ଗୁଡିକ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ। କୃଷକ/ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ଏହି ପ୍ରକଳ୍ପ ନିଶ୍ଚିତ ବିକ୍ରିବଟାର ସୁଯୋଗ ପ୍ରଦାନ କରିବା ଆବଶ୍ୟକ । ଉଚ୍ଚମାନର ଅଧିକ ଅର୍ଥ ପ୍ରଦାନକାରୀ ଫସଲ ଉତ୍ପାଦନ କରି ଆୟ ବଢାଇବା ପାଇଁ ପ୍ରକଳ୍ପଟି କୃଷକମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ପ୍ରକଳ୍ପଟି ବ୍ୟାଙ୍କ / ଅର୍ଥ ଯୋଗାଣକାରୀ ଅନୁଷ୍ଠାନମାନଙ୍କ ଦ୍ଵାରା ଅନୁମୋଦିତ ହୋଇ ମିଆଦି ଋଣ ମଞ୍ଜୁରୀ ପାଇଁ ଗୃହିତ ହେବା ଆବଶ୍ୟକ । ଉଦ୍ୟୋଗ ପୁଞ୍ଜୀ ସହାୟତା କୃଷି ବ୍ୟବସାୟିକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଋଣ ପ୍ରଦାନକାରୀ ସଂସ୍ଥା ଦ୍ଵାରା ପ୍ରଦତ୍ତ ମିଆଦି ଋଣ ପ୍ରଦାନକାରୀ ସଂସ୍ଥା ଦ୍ଵାରା ପ୍ରଦତ୍ତ ମିଆଦି ଋଣ ପ୍ରଦାନ ପୂର୍ବର ଶୂନ୍ୟସ୍ଥାନ ପୂରଣପାଇଁ ପ୍ରକଳ୍ପ ମୂଲ୍ୟକୁ ବିଚାରକୁ ନେଇ ‘କ୍ଷୁଦ୍ରଚାଷୀ କୃଷି ବ୍ୟବସାୟ ସଂଘ’ ସ୍ୱଳ୍ପ ଅନ୍ତରୀଣ ଋଣ ଆକାରରେ ଉଦ୍ୟୋଗ ପୁଞ୍ଜୀ ସହାୟତା ପ୍ରଦାନ କରିଥାଏ । ଉଦ୍ୟୋଗ ପୁଞ୍ଜୀ ସହାୟତା ରାଶିର ପରିମାଣ ନିମ୍ନରେ ସୁଚିତ ରାଶିର ସର୍ବନିମ୍ନ ହେବା ଆବଶ୍ୟକ :- ଉଦ୍ୟୋଗୀଙ୍କ ଅନଶଧନର ୨୬% ଟ ․୫୦.୦୦ ଲକ୍ଷ ଅବଶ୍ୟ ଉତ୍ତର -ପୂର୍ବାଞ୍ଚଳ, ପାର୍ବତ୍ୟ ପ୍ରଦେଶ ମାନଙ୍କରେ (ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜାମ୍ମୁ ଓ କାଶ୍ମୀର)ତଥା ଦେଶର ସର୍ବତ୍ର ଅନ୍ୟ ଭାଗମାନଙ୍କରେ, ଯେଉଁ ଠାରେ କୃଷି-ବ୍ୟବସାୟ ପ୍ରକଳ୍ପମାନ (ଗୋଟିଏ ପଞ୍ଜୀକୃତ କୃଷକ ଉତ୍ପାଦକ ସଂସ୍ଥାର ସାହାଯ୍ୟ ଦ୍ଵାରା ପ୍ରୋଶ୍ଚାହିତ ହୋଇଥିବେ) ସେଠାରେ ବ୍ୟବସାୟୀକ ପୁଞ୍ଜୀ ଋଣ ପରିମାଣ ତଳେ ସୂଚିତ ହୋଇଥିବା ରାଶିର ସର୍ବନିମ୍ନ ହେବ :- ଉଦ୍ୟୋଗୀଙ୍କ ଅନଶଧନର ୪୦% ଟ ․୫୦.୦୦ ଲକ୍ଷ ପ୍ରସ୍ତାବିତ କୃଷି : ବ୍ୟବସାୟ ପ୍ରକଳ୍ପର ମୂଲ୍ୟ ସର୍ବନିମ୍ନ ଟ․ ୧୫.୦୦ ଲକ୍ଷରୁ ସର୍ବାଧିକ ଟ․ ୫୦୦୦.୦୦ ଲକ୍ଷ୍ୟ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଯୋଜନା ଆୟୁକ୍ତଙ୍କ ଦ୍ଵାରା ବିଜ୍ଞାପିତ ଉତ୍ତର ପୂର୍ବାଞ୍ଚଳ ଓ ପାର୍ବତ୍ୟ ପ୍ରଦେଶମାନଙ୍କର ପଛୁଆ ଅଞ୍ଚଳ (ଜିଲ୍ଲା) ମାନଙ୍କରେ ଟ․୧୦.୦୦ ଲକ୍ଷ୍ୟ ବା ତଦୁର୍ଦ୍ଧ ମୂଲ୍ୟର ପ୍ରକଳ୍ପ ମାନଙ୍କ ପାଇଁ ପ୍ରକଳ୍ପ ଉନ୍ନୟନ ସୁଯୋଗ ଓ ଉଦ୍ୟୋଗ ପୁଞ୍ଜୀ ସହାୟତା ପ୍ରଦାନ ବିଷୟ ବିଚାରକୁ ନିଆୟଇପାରିବା । ଉଚ୍ଚତର ମୂଲ୍ୟର ଉଦ୍ୟୋଗ ପୁଞ୍ଜୀ ସହାୟତା ପ୍ରଦାନ ନିମନ୍ତେ ଯୋଗ୍ୟ ଆଶାୟୀ ପ୍ରକଳ୍ପ ମାନଙ୍କପାଇଁ କ୍ଷୁଦ୍ର ଚାଷୀ କୃଷି-ବ୍ୟବସାୟ-ସଂଘ ନିମ୍ନ ଯୋଗ୍ୟତା ଭିତରେ ବିଚାରକୁ ନେଇପାରେ । ଉଚ୍ଚତର ମୂଲ୍ୟର ‘ ଉଦ୍ୟୋଗ ପୁଞ୍ଜୀ ସହାୟତା ‘ ବ୍ୟବସ୍ଥା ଟ․୩.୦୦ କୋଟି ପର୍ଯ୍ୟନ୍ତ ସର୍ବାଧିକ ମିଆଦି ଋଣମଞ୍ଜୁର କରୁଥିବା ସଂସ୍ଥା ଦ୍ଵାରା ବିଚାର କରାଯାଇ ଅନୁମୋଦିତ ହୋଇଥିବ । ପ୍ରକଳ୍ପର ମୂଲ୍ୟ ଟ ୧୦.୦୦ କୋଟିରୁ ଅଧିକ ହୋଇଥିବ । ପ୍ରକଳ୍ପଗୁଡ଼ିକ ଉତ୍ତର-ପୂର୍ବାଞ୍ଚଳ ଓ ଅନ୍ୟ ପ୍ରାକ୍ ଚୟନ ଦୁର୍ଗମ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବ; ଯେଉଁ ଅଞ୍ଚଳ ଗୁଡିକୁ ଯୋଜନା ଆୟୁକ୍ତଙ୍କ ‘ଅନୁନ୍ନତ ଅଞ୍ଚଳ ଅନୁଦାନ ପାଣ୍ଠି ଯୋଜନା‘ ଦ୍ଵାରା ଘୋଷିତ କରାଯାଇଥିବ । ହିତାଧିକାରୀ ବ୍ୟାଙ୍କର ମିଆଦି ଋଣ ମୂଳ ଅନୁ-ସୂଚୀ ଅନୁସାରେ ସୁଝି ସାରିବା ପରେ ଅଥବା ତା’ ପୂର୍ବର-ପୁଞ୍ଜୀ ସହାୟତା ରାଶି କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଘକୁ ଏକକାଳୀନ ପରିଶୋଧ କରିବ । ପ୍ରକଳ୍ପ ଉନ୍ନୟନ ସୁବିଧା କୃଷକ, କୃଷକ ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂଗଠନ, କୃଷି ଉଦ୍ୟୋଗୀ, କୃଷି ରପ୍ତାନି ଇଲାକାରେ ଥିବା ଉଦ୍ୟୋଗ, ସଂଗଠନ ତଥା କୃଷିସ୍ନାତକ ମାନଙ୍କୁ ବ୍ୟାଙ୍କ ଋଣ ପାଇଁ ଯୋଗ୍ୟ ବିବେଚିତ ସମ୍ପୂର୍ଣ୍ଣପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନିମନ୍ତେ ‘କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଘ’ ‘ପ୍ରକଳ୍ପ ଉନ୍ନୟନ ସୁବିଧା ମାଧ୍ୟମରେ‘, ଆର୍ଥିକ ସହାୟତା ଯୋଗାଇ ଦେଇଥାଏ । ଆଞ୍ଚଳିକ ଋଣ ପ୍ରଦାନକାରୀ ବ୍ୟାଙ୍କ ଠାରୁ ବ୍ୟାଙ୍କର ଏଭଳି ପ୍ରକଳ୍ପକୁ ଋଣ ଦେବାରେ ଆଗ୍ରହ ଅଛି ବୋଲି, ହିତାଧିକାରୀ ନିୟମ ଅନୁସାରେ ଏକ ମନୋନୟନ ପାତ୍ର ହାସଲ କରିବା ଦରକାର । ‘କ୍ଷୁଦ୍ର-ଚାଷୀ କୃଷି-ବ୍ୟବସାୟ ସଂଘ’ ଦ୍ଵାରା ତାଲିକା ଭୁକ୍ତ ହୋଇଥିବା ସଂସ୍ଥା/ଅନୁଷ୍ଠାନ/ ସମ୍ବଳିତ ଅନୁଷ୍ଠାନ (ଯେଉଁମାନଙ୍କ ଟିକିନିଖି ବିବରଣୀ ୱେବସାଇଟରେ ଉପଲବ୍ଧ)ମାନଙ୍କ ପରାମର୍ଶରେ ସମ୍ପୂର୍ଣ୍ଣପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯିବ । ପରାମର୍ଶଦାତା ତାଲିକାଭୁକ୍ତ ହେବା ପାଇଁ ଯୋଗ୍ୟତା ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ ବ୍ୟାଙ୍କମାନଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା/ପରାମର୍ଶଦାତା। ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା/ପରାମର୍ଶଦାତା । ବୈଷୟିକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ଵାରା ସ୍ଥାପିତ ପଞ୍ଜୀକୃତ ପରାମର୍ଶକାରୀ ସଂସ୍ଥା ଆବେଦଙ୍କାରି ସଂସ୍ଥା/ବ୍ୟକ୍ତି ବିଶେଷ ନିଶ୍ଚିତ ପକ୍ଷେ ଈଊ․ଜି․ସି․/ ଏ․ଆଇ․ସି ․ଟି․ଇ/ ଭାରତୀୟ ଚାଟାର୍ଡ ଆକାଉଣ୍ଟସ୍ ସଂସ୍ଥା ଦ୍ଵାରା ଅନୁମୋଦିତ ସ୍ନାତକୋତ୍ତର ଡିଗ୍ରୀଧାରୀ ବିଶେଷଜ୍ଞ ହୋଇଥିବେ ଓ ତାଙ୍କର ନିମ୍ନ ବିଷୟ ଗୁଡିକରୁ ଗୋଟିକରେ ପାରଦର୍ଶିତା ଥିବା । କୃଷି, ଉଦ୍ୟାଙ୍କୃଶୀ, କୃଷି-ବିପଣନ, କୃଷି-ପ୍ରକ୍ରିୟାକରଣ, ଖାଦ୍ୟ - ପ୍ରକ୍ରିୟାକରଣ , ଇଞ୍ଜିନୀୟରିଙ୍ଗ, ମଶ୍ଚ୍ୟ ଚାଷ , କୁକୁଡା ପାଳନ ଓ ଦୁଗ୍ଧ ଉତ୍ପାଦନ, ପରିଚାଳନା, ଅର୍ଥ ଲଗାଣ ଏବଂ ଗ୍ରାମାଞ୍ଚଳ ପରିଚାଳନା । ଚାଟାର୍ଡ଼ ଆକାଉଣ୍ଟ । ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ମ୍ୟାନେଜିଂ ଡାଇରେକ୍ଟର, ସ୍ମଲ୍ ଫାର୍ମର’ସ ଏଗ୍ରୀ-ବିଜିନେସ କନସୋରଟିୟମ, ନୂଆ ଦିଲ୍ଲୀ ରାଜ୍ୟ କାର୍ଯ୍ୟାଳୟ : ପରିଚାଳନା ନିର୍ଦ୍ଦେଶକ, ଓଡିଶା କୃଷି ପ୍ରୋଶ୍ଚାହନ ଓ ପୁଞ୍ଜୀ ଲଗାଣ ନିଗମ ଲିଃ (ଆପିକଲ), ଭୁବନେଶ୍ଵର ଆଧାର - ଓଡିଶା କୃଷି ପ୍ରୋଶ୍ଚାହନ ଓ ପୁଞ୍ଜୀ ଲଗାଣ ନିଗମ ଲିଃ (ଆପିକଲ), ଭୁବନେଶ୍ଵର