ପ୍ରାକୃତିକ ଉପାୟରେ କୁଡୁକି କୁକୁଡ଼ା ତାର ପେଟ ଓ ଡେଣା ତଳେ ୧୦-୧୫ଟି ଅଣ୍ଡା ୨୧ ଦିନ ପର୍ଯ୍ୟନ୍ତ ରଖିଛୁଆ ଫୁଟାଇବାର ନେଇଥାଏ । ଛୁଆ ଫୁଟାଇ ସାରିବା ପରେ ମଧ୍ୟ ସେ ଚିଆଁ ଲାଳନ ପାଳନ କରିଥାଏ । କୁକୁଡ଼ା ହୁଆ ଅଣ୍ଡାରୁ ଫୁଟି ବାହାରି ସାରିଲା ପରେ ଉଷ୍ମତା ଆବଶ୍ୟକ କରେ । ମା କୁକୁଡ଼ାର ଡେଣା ଓ ପେଟ ତଳେ ରହି ଚିଆଁମାନେ ଉଷୁମ ପାଇଥାଆନ୍ତି, ପ୍ରଥମ ୪ ରୁ ୬ ସପ୍ତାହ ବୟସ ମା କୁକୁଡ଼ା ଚିଆଁ ମାନଙ୍କର ଦାୟିତ୍ଵ ବହନ କରି ସେମାନଙ୍କ ଲାଳନ ପାଳନ କରିଥାଏ । ଚିଆଁମାନଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ବୈଜ୍ଞାନିକମାନେ ବର୍ତ୍ତମାନ ହଜାର ହଜାର ସଂଖ୍ୟାର କୁକୁଡ଼ା କୃତ୍ରିମ ଉପାୟରେ ମା କୁକୁଡ଼ାଙ୍କ ବିନା ସହାୟତାରେ ବଢ଼ାଇ ପାରୁଛନ୍ତି । ଯାହାଫଳରେ କୁକୁଡ଼ା ପାଳନ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ପ୍ରଚୁର ପରିମାଣ ପୁଷ୍ଟିସାର ଓ ସୁସ୍ଵାଦୁ ଖାଦ୍ୟ ଯୋଗାଇ ଦେଇ ପାରିବା ସମ୍ଭବ ହୋଇପାରିଛି । ଚିଆଁ ପାଳନ ପାଇଁ ପରିବେଶ କ – ଉତ୍ତାପ କୁକୁଡ଼ା ଛୁଆ ଅଣ୍ଡାରୁ ଫୁଟି ବାହାରିବା ପରେ ପ୍ରଥମ ସପ୍ତାହରେ ୯୫ ଫାରେନହାଇଟ୍ ଉତ୍ତାପ ଦରକାର କରେ । ତା ପରେ ପ୍ରତି ସପ୍ତାହରେ ୫ ଫାରେନହାଇଟ୍ ହାରରେ କମାଇ ୬ ସପ୍ତାହ ବୟସ ବେଳକୁ ୭୦° ଫାରେନହାଇଟ୍ ଦରକାର କରେ । ଆମ ରାଜ୍ୟରେ ଅଧିକାଂଶ ସ୍ଥାନରେ ବେଶୀ ଥଣ୍ଡା ହୁଏ ନାହିଁ, ତେଣୁ ସେହି ସ୍ଥାନ ମାନଙ୍କରେ ଶୀତ ଦିନର ଦୁଇ ମାସ ବାଦ ଦେଲେ, ବର୍ଷର ଅନ୍ୟ ସମୟରେ ୧୫-୨୧ ଦିନ ପର୍ଯ୍ୟନ୍ତ ବ୍ରୁଡିଂ ଯଥେଷ୍ଟ । କୁକୁଡ଼ାମାନଙ୍କ କୃତ୍ରିମ ଉପାୟରେ ପାଳନ କଲେ ଛତାକୃତି ବ୍ରତର ବା ଇନ୍ଫ୍ରାରେଡ଼୍ ବଲ୍ବ ଦରକାର ଯାହା କୁକୁଡ଼ା ଛୁଆମାନଙ୍କୁ ଉତ୍ତାପ ଯୋଗାଇ ଥାଏ । କୁକୁଡ଼ା ଛୁଆମାନଙ୍କୁ ବ୍ରୁଡିଂ ବେଳେ ଭଲ ଭାବରେ ନିରୀକ୍ଷଣ କଲେ, ସେମାନଙ୍କର ଉତ୍ତାପ ପାଇବା ଠିକ୍ ଅଛିକି ନା ଜାଣିହେବ । ଯଦି ଚିଆଁମାନେ ଉଭାପର ଭସ୍ଥ ତଳେ ରୁଣ୍ଡ ହୋଇ ଯାକି ଯୁକି ହୋଇ କିମ୍ବା ମେଞ୍ଚା ହୋଇ ବସୁଥାଆନ୍ତି, ତାହାହେଲେ ଜାଣିବ ଚୁଡ଼ର ଉତ୍ତାପ କମ୍ ଅଛି ଓ ଚିଆଁ ମାନେ ଅଧିକ ଉତ୍ତାପ ଦରକାର କରୁଛନ୍ତି । ତେଣୁ ଉତ୍ତାପ ବଢ଼ାଇବା ପାଇଁ ଅଧିକ ଇଲେକ୍ଟ୍ରିକ୍ ବଲ୍ବ କିମ୍ବା ଅଧିକ ପାୱାରର ହିଟର କଏଲ ତାର ଲଗାଇବ । ଯଦି ଚିଆଁମାନେ ଉତ୍ତାପ ଉତ୍ସ ତଳକୁ ଆଦୌ ଆସୁନାହାନ୍ତି ଓ ବ୍ରୁଡର ବାହାରେ ରୁହନ୍ତି, ତାହାହେଲେ ଜଣାଯିବ ଉତ୍ତାପ ଅଧିକ ହୋଇଯାଇଛି ତେଣୁ ଉତ୍ତାପ କମାଇବା ପାଇଁ ବଲ୍ବ ସଂଖ୍ୟା କିମ୍ବା ବଲ୍ବର ଦ୍ୱାଟ୍ କମାଇବାକୁ ପଡ଼ିବ କିମ୍ବା ବ୍ରୁଡର କବାଟ ଖୋଲିବାକୁ ପଡ଼ିବ । ବ୍ରୁଡର ତଳେ ଓ ଉତ୍ତାପ ଉସ୍ଥ ତଳେ ସବୁଆଡ଼େ ଖେଳାଇ ହୋଇ ଠିକ୍ ଭାବରେ ଖାଇବା ଓ ପାଣି ପିଇବାରେ ବ୍ୟସ୍ତ ଥିବା ଉତ୍ତମ ବ୍ରୁଡିଂର ଲକ୍ଷଣ । ଅଧିକ ଉତ୍ତାପରେ ଚିଆଁଙ୍କର ଶାରୀରିକ ବୁଦ୍ଧି ବାଧାପ୍ରାପ୍ତ ହୁଏ ଓ କମ୍ ଉତ୍ତାପରେ ଚିଆଁମାନେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ମରିଯାଆନ୍ତି । ସାଧାରଣତଃ ଚିଆଁ ପ୍ରତି ଦୁଇ ୱାଟ୍ ହିସାବରେ ୧୦୦ ଟି ଚିଆଁଙ୍କ ପାଇଁ ଦୁଇ ଗୋଟି ୧୦୦ ଗ୍ଲାଟ୍ ଇଲେକଟ୍ରିକ୍ ବଲ୍ବ ଦରକାର । ବାୟୁ ସଞ୍ଚାଳନ ଚିଆଁମାନଙ୍କ ପାଇଁ ବିଶୁଦ୍ଧ ବାୟୁ ଅତ୍ୟନ୍ତ ଦରକାର । ଏହା ଚିଆଁକୁ ଅମ୍ଳଜାନ ଯୋଗାଏ, ଲିଟରକୁ ଓ ଘରକୁ ଶୁଖିଲା ରଖେ । ନଚେତ ଗୃହ ମଧ୍ୟରେ ଆମୋନିଆ ଗ୍ୟାସର ପରିମାଣ ବଢ଼ିଯାଇ କୁକୁଡ଼ାଙ୍କର ବହୁତ କ୍ଷତି ଘଟାଏ ଓ ଲିଟର ଓଦାଳିଆ ରହିବା ଦ୍ଵାରା ବିଭିନ୍ନ ପ୍ରକାରର କୃମି ଜନିତ ରୋଗ, କକ୍ସିଡ଼ିଆ ରୋଗ ଓ କବକ (ଫିମ୍ପି) ଜନିତ ରୋଗମାନ ଦେଖାଯାଏ । ଆର୍ଦ୍ରତା କୁକୁଡ଼ାଙ୍କ ଘରେ ୫୦-୬୦ ପ୍ରତିଶତ ଆର୍ଦ୍ରତା ଦରକାର । ଏହା ଠାରୁ କମ୍ କିମ୍ବା ବେଶି ହେଲେ, ଚିଆଁଙ୍କର ଶରୀର ବୃଦ୍ଧି ବାଧାପ୍ରାପ୍ତ ହୁଏ ଓ ବହୁତ କ୍ଷତି ହୁଏ । ଆର୍ଦ୍ରତା ଅଧିକ ହେଲେ, ଲିଟର ଶୁଖିପାରେ ନାହିଁ ଓ ଆର୍ଦ୍ରତା କମ୍ ହେଲେ ଲିଟର ଧୂଳିଆ ହୋଇଯାଏ ଏବଂ କୁକୁଡ଼ାଙ୍କର ଶ୍ଵାସ ଜନିତ ରୋଗ ଦେଖାଯାଏ । ତଳଜାଗା ଚିଆଁଙ୍କର ବୟସ ଅନୁସାରେ ଘରର ତଳଜାଗା ବୁଦ୍ଧିର ଆବଶ୍ୟକତା ପଡ଼େ । କେଉଁ ବୟସର ଚିଆଁଙ୍କ ପାଇଁ କେଉଁ ମେଜିଆ ଜାଗା ଦରକାର ଗୃହ ନିର୍ମାଣ ଓ ଉପକରଣ ବିଭାଗରେ ଦର୍ଶାଯାଇଅଛି । ଆବଶ୍ୟକ ପରିମାଣଠାରୁ କମ୍ ମେଜିଆ ଜାଗା ହେଲେ ଚିଆଁମାନେ ଭଲ ବଢ଼ିପାରନ୍ତି ନାହିଁ । ସୁଜାତି ଭକ୍ଷଣ ଦୁର୍ଗୁଣମାନ ଦେଖାଦିଏ ଏବଂ ଚିଆଁମାନଙ୍କ ମଧ୍ୟରେ ଖୁମ୍ପାଖୁମ୍ପି ଓ ହଣାହଣି ହୋଇ ମୃତ୍ୟୁ ଘଟେ । ଆଲୋକ ଦିନବେଳେ ଚିଆଁ ଘରକୁ ମୁକ୍ତ ଆଲୋକ ଯିବା ଦରକାର । ସିଧାସଳଖ ସୂର୍ଯ୍ୟାଲୋକ ପଡ଼ିବା ଉଚିତ୍ ନୁହେଁ । ଚିଆଁ ଘର ଅନ୍ଧାରୁଆ ରହିଲେ, ଚିଆଁମାନେ ଭଲ ବଢ଼ି ପାରନ୍ତି ନାହିଁ । ଖାଦ୍ୟ ଆହରଣ କମିଯାଏ । ଚିଆଁ ଘରେ ବ୍ରୁଡିଂ ଶେଷ ପର୍ଯ୍ୟନ୍ତ ଯେପରି ଘର ମଧ୍ୟରେ ଦୈନିକ ୨୩ ଘଣ୍ଟା ଆଲୋକ ଯାଉଥିବ, ସେଥିପାଇଁ ବ୍ୟବସ୍ଥା ରହିବା ଉଚିତ୍ଵ । ହଠାତ୍ ଇଲେକ୍ଟ୍ରିକ୍ ବନ୍ଦ କିମ୍ବା ଅନ୍ଧାର ହୋଇଯିବା ଫଳରେ ଚିଆଁମାନଙ୍କର ଯେପରି କ୍ଷତି ନହୁଏ, ସେଥିପାଇଁ ଦୈନିକ ଏକ ଘଣ୍ଟା ଖଣୋ ଇଲେକ୍ଟ୍ରିକ୍ ବନ୍ଦ କରି କିମ୍ବା ଅନ୍ଧାର କରି ଚିଆଁମାନଙ୍କୁ ହଠାତ୍ ଅନ୍ଧାର ହେବା ବିପଦରୁ ରକ୍ଷା ପାଇବା ପାଇଁ ଅଭ୍ୟସ୍ତ କରାଇବା ଦରକାର । ଚିଆଁ ପାଳନ ପାଇଁ ଆବଶ୍ୟକ ଉପକରଣ ଚିଆଁ ପାଳନ ପାଇଁ ନିମ୍ନଲିଖିତ ଉପକରଣ ମାନ ଦରକାର । ବ୍ରୁଡର ଚିଆଁଘର ଦାନା ପାତ୍ର ଜଳ ପାତ୍ର ଲିଟର ଉପରୋକ୍ତ ଉପକରଣମାନଙ୍କର ଆବଶ୍ୟକତା ଓ ପରିମାଣ ଗୃହ ନିର୍ମାଣ ଓ ଉପକରଣ ବିଭାଗରେ ବିଷଦ୍ ଭାବରେ ବର୍ଣ୍ଣନା କରାଯାଇଛି । କୁକୁଡ଼ା ଛୁଆ ଆଣିବା ପୂର୍ବରୁ ବ୍ୟବସ୍ଥା କୁକୁଡ଼ା ଛୁଆ (ଚିଆଁ) ଆଣିବା ପୂର୍ବରୁ ଚିଆଁ ପାଳନ ପାଇଁ ଆବଶ୍ୟକ ଉପକରଣ ଗୁଡ଼ିକ ଭଲଭାବରେ ସଫା କରି ଫିନାଇଲ୍ କିମ୍ବା ପଟାସିୟମ୍ ପରମାଙ୍ଗାନେଟ ଆଦି ବିଶୋଧକ ସାହାଯ୍ୟରେ ବିଶୋଧନ କରାଯାଏ । ଖରାରେ ରଖାଯାଏ । ଘରର କାନ୍ଥ ଓ ମେଜିଆ ଖରାପ ହୋଇ ଯାଇଥିଲେ, ମରାମତି କରିବା ଉଚିତ୍ । ଘର କାନ୍ଥ ଓ ମେଜିଆ ସଫା ଓ ବିଶୋଧନ କରିସାରିବା ପରେ ଯଦି ସୁବିଧା ଥାଏ, ତାହାହେଲେ ଫ୍ଲେମଗନ କିମ୍ବା ବ୍ଲୋ, ଲ୍ୟାମ୍ପ ସାହାଯ୍ୟରେ ପୋଡ଼ି ଦିଆଯାଏ, ତା ପରେ ଚୂନ ଲଗାଇ ପରିଷ୍କାର କରାଯାଏ । ଯଦି ସୁବିଧା ହୁଏ ତେବେ କୌଣସି କୀଟନାଶକ ଯଥା ମାଲାଥିଅନ୍ କିମ୍ବା ସୁମିଥିଆନ୍ (୦.୫ ପ୍ରତିଶତ ହିସାବରେ) ସ୍ପ୍ରେ କରାଯାଏ । ଚିଆଁ ଆଣିବାର ୨୪ ଘଣ୍ଟା ପୂର୍ବରୁ ଚିଆଁଘର ମଝିରେ ଶୁଖିଲା ଓ ବିଶୋଧିତ ଲିଟରକୁ ୨ ଇଞ୍ଚ ବହଳରେ ଖେଳାଯାଏ । ଚିଆଁଙ୍କ ସଂଖ୍ୟା ଅନୁଯାୟୀ ଚିଆଁ ଘରକୁ ଗୋଲାକାର ଭାବରେ ସଜାଯାଏ । ଲିଟର ଉପରେ ପୁରୁଣା ଖବରକାଗଜ, ବିଛାଯାଏ । ତା ପରେ ପରିଷ୍କାର ବ୍ରୁଡରଟିକୁ ଚିଆଁ ପାଳନ ପାଇଁ ପ୍ରସ୍ତୁତି ଜାଗାର ମଝିରେ ରଖାଯାଏ । ଯେପରି ଚିଆଁ ଘୋର ଚୁଡର ଠାରୁ ୨-୩ ଫୁଟ ଦୂରତାରେ ବ୍ରୁଡରକୁ ଘେରି ରହିଥିବ । ଚିଆଁ ରଖିବା ପୂର୍ବରୁ ଲିଟର ଉପରେ ପୁରୁଣା ଖବରକାଗଜ ନ ପକାଇଲେ, ଚିଆଁମାନେ ଦାନା ଖାଇବା ପରିବର୍ତ୍ତେ ଲିଟର ଖାଇଦିଅନ୍ତି, ଯାହା ଫଳରେ କେତେକ ଚିଆଁଙ୍କର ମୃତ୍ୟୁ ହୁଏ ଏବଂ ଲିଟର ଉପରେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ । ବ୍ରୁଡର ର ଉତ୍ତାପ ଉତ୍ପକୁ କ୍ରିୟାଶୀଳ କରାଯାଏ । ଯେପରି ବ୍ରୁଡର ତଳ ଓ ଗୃହର ଉତ୍ତାପ ସମ ପରିମାଣରେ ଖେଳାଇ ହୋଇ ରହିବ । ଚିଆଁ ଆଣିବାର ୪ ଘଣ୍ଟା ପୂର୍ବରୁ କିମ୍ବା ଅଳ୍ପ ସମୟ ପୂର୍ବରୁ ଜଳପାତ୍ରରେ ଜଳ ଓ ଆବଶ୍ୟକୀୟ ଔଷଧ ମିଶାଇ ରଖାଯାଏ ଓ ଚୁତର ତଳେ ଦାନା ଗୁଣ୍ଡ ଛିଞ୍ଚାଯାଏ । ଯଦି ଶୀତଦିନ ହୋଇଥାଏ, ତା ହେଲେ ପାଣି ଯାଗାକୁ ବ୍ରୁଡର ତଳେ ରଖିଲେ ତାହା ଉଷୁମ ହୋଇଥାଏ । ଚିଆଁ ଆଣିବା ପରେ ଯତ୍ନ ପ୍ରଥମ ସପ୍ତାହ ଲାଳନ ପାଳନ ଚିଆଁ ଆଣିବା ମାତ୍ରେ ଚିଆଁ ଆସ୍ତେ ଆସ୍ତେ ଗୋଟି ଗୋଟି କରି ପାଣି ପିଆଇ ବ୍ରୁଡର ତଳେ ଛାଡ଼ି ଦିଆଯାଏ । ଆବଶ୍ୟକ ସଂଖ୍ୟକ ଜଳପାତ୍ର ଓ ଦାନାପାତ୍ର ବ୍ରୁଡରକୁ କେନ୍ଦ୍ର କରି ଚକର ଅକ୍ଷପରି ସଜାଇ ରଖାଯାଏ । ଯେପରି ଚିଆଁମାନେ ଦାନାପାତ୍ର ଓ ଜଳପାତ୍ରକୁ ଭଲଭାବେର ଚିହ୍ନିପାରିବେ ଓ ସହଜରେ ପାଣି ପାଇପାରିବେ ଓ ଦାନା ଖାଇପାରିବେ । ପ୍ରଥମ ଦିନ ଦାନା ନ ଦେଇ ଖାଲିପାଣି ଦେଲେ ଚଳିବ ଓ କିଛି ସୁଜି ଦାନା ବା ମକାଗୁଣ୍ଡ କାଗଜ ଉପରେ ପକାଇଲେ ଭଲ । ପ୍ରଥମ ୫ ଦିନ ଦାନା ପାତ୍ରରେ ପୁରା ଦାନା ଭରି କରି ଢାଙ୍କୁଣୀ ଦିଆଯାଏ ନାହିଁ । ପଞ୍ଚମ ଦିନ ବୟସରେ ଚିଆଁମାନଙ୍କୁ ରାଣୀ ଖେତ ଏଫ୍ ଅନୁଜାତି ଟାକା ଚିଆଁଙ୍କର ନାକପୁଡ଼ା କିମ୍ବା ଆଖିରେ ଗୋଟିଏ ଠୋପା ପକାଯାଏ । ବ୍ରୁଡର ତଳର ଉତ୍ତାପ ୯୫° ଫାରେନହାଇଟ୍ ରଖାଯାଏ । ପ୍ରଥମ ୭ ଦିନ ମଧ୍ୟରେ ଚିଆଁଙ୍କର ମୃତ୍ୟୁହାର ଅଧିକ ଥିବାରୁ ଚିଆଁଙ୍କ ପିଇବା ପାଣିରେ କିଛି ଭିଟାମିନ୍ ଔଷଧ ମିଶାଯାଏ । ଦରକାର ପଡ଼ିଲେ, ଆଣ୍ଟିବାୟୋଟିକ୍ ମଧ ପିଇବା ପାଣିରେ ମିଶାଇ ଦିଆଯାଏ । ଶୀତଦିନେ ଚିଆଁଘରର ଝରକାକୁ ପରିଷ୍କାର କନାରେ ବନ୍ଦ କରାଯାଏ, ଯେପରି ବାୟୁ ଚଳାଚଳ ବାଧାପ୍ରାପ୍ତ ନ ହୁଏ । ଷଷ୍ଠୀ ଦିନରେ ବିଛାଯାଇଥିବା ଖବର କାଗଜକୁ କାଢ଼ି ବାହାରେ ପୋଡ଼ିଦିଆଯାଏ । ପ୍ରତ୍ୟେକ ୨-୩ ଦିନ ବ୍ୟବଧାନରେ ଚିଆଁ ଘୋରକୁ ବ୍ରୁଡର ଠାରୁ ଅଧିକ ଦୂରକୁ ଘୁଞ୍ଚାଯାଏ (ଦୈନିକ ୨ ଇଞ୍ଚ ହିସାବରେ)। ଚିଆଁମାନେ ବ୍ରୁଡର ତଳେ କିପରି ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି ଅନୁଧାନ କରି ବ୍ରୁଡର ଉତ୍ତାପ ଠିକ୍ ଅଛି କି ନା ସ୍ଥିର କରାଯାଏ । ଦ୍ଵିତୀୟ ସପ୍ତାହର କାର୍ଯ୍ୟାବଳୀ ବ୍ରୁଡର ତଳର ଉତ୍ତାପ ପାଇଁ ୫° ଫାରେନହାଇଟ୍ କମ୍ ରହିବା ପାଇଁ ବ୍ୟବସ୍ଥା କରାଯାଏ । ଦ୍ଵିତୀୟ ସପ୍ତାହରେ ବ୍ରୁଡର ତଳ ଉତ୍ତାପ ୯୦° ଫାରେନହାଇଟ୍ ରହିବା ଦରକାର । ଚିଆଁଙ୍କର ୧୦ ଦିନ ବୟସ ପର୍ଯ୍ୟନ୍ତ ଦାନାପାତ୍ରରେ ପୁରା ଭାବରେ ଦାନା ଦେଇ ଢାଙ୍କୁଣୀ ଘୋଡ଼ାଯାଏ । ତା ପରେ ଦାନା ପାତ୍ରରେ ଦୁଇ ତୃତୀୟା°ଶ ଦାନା ଭରି କରାଯାଏ । ଦଶମ ଦିନ ଚିଆଁ ଘୋର କାଢ଼ି ଦିଆଯାଏ । ଦାନାପାତ୍ର ଓ ଜଳପାତ୍ରର ଉଚ୍ଚତା ବଢ଼ାଯାଏ, ଯେପରି ଉଭୟ ପାତ୍ରର ଧାର ଚିଆଁଙ୍କର ପିଠି ଉଚ୍ଚରେ ରହିବ । ଲିଟରକୁ ଦୁଇ ଦିନ ବ୍ୟବଧାନରେ କଣ୍ଟା ଫାଉଡ଼ାରେ ତଳ ଉପର କରି ଓଲଟପାଲଟ କରାଯାଏ ଯେପରି ଲିଟର ମୁଣ୍ଡା ଧରିବ ନାହିଁ । ଦଶମ ଦିନରୁ ପଞ୍ଚଦଶ ଦିନ ମଧ୍ୟରେ ଚିଆଁଙ୍କର ଥଣ୍ଟ କାଟିଦେଲେ ପରଷ୍ପର ମଧ୍ୟରେ ଖୁମ୍ପା ଖୁମ୍ପି ହେବା ଏବଂ ଅଣ୍ଟାରେ ଦାନା ଖେଳାଇ ନଷ୍ଟ ହୋଇଯିବା କେତେକାଂଶରେ ବନ୍ଦ ହୋଇଯାଏ । ୨-୩ ଦିନ ବ୍ୟବଧାନରେ ଦାନାପାତ୍ର ଓ ଜଳପାତ୍ରର ସ୍ଥାନ ପରିବର୍ତ୍ତନ କରିବା ଉଚିତ୍ । ଜଳପାତ୍ର ରହୁଥିବା ସ୍ଥାନରେ ଓଦା ଲିଟରକୁ କାଢ଼ି, ଖୋଲି ଶୁଖିଲା ଲିଟର ଦେବା ଉଚିତ୍ । ତୃତୀୟ ସପ୍ତାହର କାର୍ଯ୍ୟାବଳୀ ବ୍ରୁଡର ତଳ ଉତ୍ତାପ ୮୫° ଫାରେନହାଇଟକୁ ଅଣାଯାଏ । ଆଉ ଅଧିକ ଲିଟର ପକାଇ ଲିଟର ଉଚ୍ଚ (୨ ଇଞ୍ଚ) ପର୍ଯ୍ୟନ୍ତ କରାଯାଏ । ଛୋଟ ଦାନା ପାତ୍ର ଓ ଜଳପାତ୍ର ବଦଳାଇ ମଧ୍ୟମ ଧରଣର ଦାନାପାତ୍ର ଓ ଜଳପାତ୍ର ବ୍ୟବହାର କରାଯାଏ । ପୂର୍ବପରି ୨-୩ ଦିନ ବ୍ୟବଧାନରେ ଲିଟର ଓଲଟପାଲଟ କରାଯାଏ । ୧୫-୧୬ ଦିନ ମଧ୍ୟରେ ଗୁମ୍ବୋ ଟୀକା ଆଖି ବା ନାକ ପୁଡ଼ାରେ ଦେବା ଉଚିତ୍ । ଚତୁର୍ଥ ସପ୍ତାହର କାର୍ଯ୍ୟାବଳୀ ବ୍ରୁଡର ତଳ ଉତ୍ତାପ ୮୦ ଫାରେନହାଇଟକୁ ଅଣାଯାଏ । ଜଳପାତ୍ର ଓ ଦାନାପାତ୍ରର ସଂଖ୍ୟା ବୃଦ୍ଧି କରିବାକୁ ପଡ଼େ । ଚିଆଁଙ୍କର ୨୫ ରୁ ୨୭ ଦିନ ବୟସ ମଧ୍ୟରେ ଦୈନିକ କକ୍ସିଡ଼ିଆ ବିରୋଧ ଔଷଧ ପାଣିରେ ୫ ଦିନ ପକାଇବାକୁ ଦିଆଯାଏ । ୩୦ ଦିନ ବୟସରେ ଆଉଥରେ ରାଣୀକ୍ଷେତ ଏବଂ ଅନୁଜାତି ଟୀକା ପୂର୍ବପରି ନାକପୁଡ଼ା କିମ୍ବା ଆଖିରେ ପକାଯାଏ । ପଞ୍ଚମ ସପ୍ତାହର କାର୍ଯ୍ୟାବଳୀ ଗ୍ରୀଷ୍ମଦିନେ ବ୍ରୁଡରକୁ ସମ୍ପୂର୍ଣ୍ଣ କାଢ଼ି ଦିଆଯାଏ ଓ ଶୀତଦିନେ ବ୍ରୁଡର ତଳ ଉତ୍ତାପ ୭୫° ଫାରେନହାଇଟକୁ ଅଣାଯାଏ । ଅଧିକ ଲିଟର ପକାଯାଏ ଯେପରି ଲିଟରର ଉଚ୍ଚ ଅଢ଼େଇରୁ ତିନି ଇଞ୍ଚ ପର୍ଯ୍ୟନ୍ତ ହେବ । ଲିଟରରେ ପାଣି ପଡ଼ି କିମ୍ବା ବହୁତ କୁକୁଡ଼ା ମଳ ପଡ଼ି ମୁଣ୍ଡା ହେବାର ସମ୍ଭାବନା ଥାଏ । ତେଣୁ ଲିଟରରେ ଚୂନ ଗୁଣ୍ଡ ପ୍ରତି ୧୦୦ ବର୍ଗ ଫୁଟ ମେଜିଆ ଜାଗାରେ ୧ କିଲୋଗ୍ରାମ୍ ହିସାବରେ ମିଶାଯାଏ । ଯଦି ଚିଆଁମାନଙ୍କ ମଧ୍ୟରେ ଶରୀର ବୁଦ୍ଧିର ବହୁତ ତାରତମ୍ୟ ଥାଏ, ତେବେ ଛୋଟ ଚିଆଁ ଓ ବଡ଼ ଚିଆଁକୁ ଅଲଗା ଅଲଗା କରି ଦିଆଯିବା ଉଚିତ୍ । ଷଷ୍ଠ ଓ ସପ୍ତମ ସପ୍ତାହର କାର୍ଯ୍ୟାବଳୀ ଏହି ସପ୍ତାହ ମଝିରେ ଚିଆଁମାନଙ୍କୁ କୁକୁଡ଼ା ବସନ୍ତ ଟୀକା ଦିଆଯାଏ । ପୂର୍ବପରି ଆବଶ୍ୟକ ପରିମାଣ ଦାନାପାତ୍ର ଓ ଜଳପାତ୍ରର ସଂଖ୍ୟା ଦରକାର ପଡ଼ିଲେ ବଢ଼ାଯାଏ । ଲିଟରର ଅତ୍ୟଧିକ ଯତ୍ନ ଦରକାର, ଯେପରି ଲିଟର ଶୁଖିଲା ଦେଖାଯାଉଥିବ । କୁକୁଡ଼ା ମାନଙ୍କ ବଡ଼ ଦାନାପାତ୍ର ଓ ଜଳପାତ୍ର ବ୍ୟବହାର କରିବାକୁ ଦିଆଯାଏ । ଏହି ବୟସରେ ବ୍ରଏଲର କୁକୁଡ଼ାକୁ ବିକ୍ରୟ କରିବାର ବ୍ୟବସ୍ଥା କରାଯାଏ । ଅଷ୍ଟମ ସପ୍ତାହର କାର୍ଯ୍ୟାବଳୀ ଅଣ୍ଡା ଦିଆ କୁକୁଡ଼ାମାନଙ୍କୁ ଅଷ୍ଟମ ସପ୍ତାହରେ ରାଣୀକ୍ଷେତ ଆର୍.ଟୁ ବି. ଟୀକା ଇଞ୍ଜେକ୍ସନ୍ ଡେଣା ତଳ ଚର୍ମରେ ଦିଆଯାଏ । ଯଥେଷ୍ଟ ସଫା ପାଣି ପିଇବାକୁ ଦିଆଯାଏ । ଅଣ୍ଡା ଦିଆ କୁକୁଡ଼ା ହୋଇଥିଲେ ଖାଦ୍ୟ କମାଇବାକୁ ପଡ଼ିଥାଏ । ଚିଆଁ ପାଳନରେ ଲିଟରର ସ୍ଵତନ୍ତ୍ର ଯତ୍ନ ଡିପଲିଟର ପ୍ରଣାଳୀରେ କୁକୁଡ଼ା ପାଳନ କଲେ, ଲିଟରର ଯତ୍ନ ଆବଶ୍ୟକ । କରତ ଗୁଣ୍ଡ, ଧାନ ଚକ୍ଷୁ, ଆଖିକତା ଗୁଣ୍ଡ, ନଡ଼ା ଖଣ୍ଡ ପ୍ରଭୃତିକୁ ଲିଟର ଭାବେ ବ୍ୟବହାର କରାଯାଏ । ଯେହେତୁ କୁକୁଡ଼ାମାନେ ଲିଟର ଉପରେ ରୁହନ୍ତି, ସେଠାରେ ମଳତ୍ୟାଗ କରନ୍ତି, ତେଣୁ ଲିଟରର ଯତ୍ନ ନିତାନ୍ତ ଆବଶ୍ୟକ । ଲିଟର ଓଦାଳିଆ ହୋଇଗଲେ, କୁକୁଡ଼ାଙ୍କର ବହୁତ କ୍ଷତି ହୁଏ । ଡିପ୍ଲିଟର ପ୍ରଣାଳୀ କୁକୁଡ଼ା ପାଳନରେ ଲିଟରର ଅବସ୍ଥା ଦେଖି, କୁକୁଡ଼ା ଗୃହ ପରିଚାଳନା ଠିକ୍ ଅଛି କି ନାହିଁ କହିହେବ । କୁକୁଡ଼ା ଘରେ ଶୁଖିଲା ଲିଟର ଓ ପରିଷ୍କାର ଲିଟର ଉପଯୁକ୍ତ ଗୃହ ପରିଚାଳନାର ମାନଦଣ୍ଡ । ନିମ୍ନଲିଖିତ ଉପାୟରେ ଲିଟରର ଯତ୍ନ ନେବା ଦରକାର । ଚିଆଁ ଘରେ ଲିଟରକୁ ସର୍ବଦା ଶୁଷ୍କ ରଖିବା ଉଚିତ୍ । ପ୍ରତି ୨-୩ ଦିନ ବ୍ୟବଧାନରେ ଲିଟରକୁ ତଳ ଉପର କରି ଘାଣ୍ଟ । ଲିଟରକୁ ଓଦା କରିବାକୁ ଓ ମୁଣ୍ଡା ବାନ୍ଧିବାକୁ ଦିଅନାହିଁ । ଯଦି କୁକୁଡ଼ାଙ୍କର ଆଙ୍ଗୁଠିରେ ଲିଟର ଗୋଟାଳିଆ ହୋଇ ଲାଗିରହେ, ତାହା ହେଲେ ଲିଟର ଖରାପ ଅର୍ଥାତ୍ ଓଦାଳିଆ ଅଛି ବୋଲି ଜଣାଯାଏ । ଲିଟରକୁ ହାତ ପାପୁଲିରେ ଧରି ମୁଠା କରି ତଳକୁ ଛାଡ଼ିଦେଲେ ଯଦି ତାହା ଝୁରୁ ଝୁରିଆ ହୋଇ ଖସିପଡ଼େ, ତାହା ଭଲ ଲିଟର ବୋଲି ଜଣାଯାଏ । ଯଦି ମୁଣ୍ଡା ହୋଇ ଖସିପଡ଼େ, ତାହାହେଲେ ଲିଟର ଖରାପ ହୋଇଗଲାଣି ବୋଲି ଜଣାପଡ଼େ। ଜଳପାତ୍ର ଓ ଦାନାପାତ୍ରର ସ୍ଥାନ ପରିବର୍ତ୍ତନ କରିବା ଦରକାର । ନଚେତ୍ ଏହାର କଡ଼ ଲିଟର ଆଗ ଖରାପ ହୋଇଯାଏ । ଯେଉଁ ଜାଗାରେ ଲିଟର ଓଦାଳିଆ ହୋଇଯାଇଛି, ସେଠାରୁ ତୁରନ୍ତ ତାହାକୁ କାଢ଼ିଦେଇ ନୂଆ ଲିଟର ପକାଯାଏ I ବର୍ଷାଦିନେ ଲିଟର ଶୁଖିବାକୁ ଡେରି ହୁଏ କିମ୍ବା, ଓଦାଳିଆ ରୁହେ । ତେଣୁ ଲିଟର ଅବସ୍ଥା ଦେଖି ଲିଟର ପରିବର୍ତନ କରାଯାଏ କିମ୍ବା ଅଳ୍ପ ଓଦାଳିଆ, ଥିଲେ, ପ୍ରତି ୧୦୦ ବର୍ଗଫୁଟ ମେଜିଆ ଜାଗାରେ ଏକ କିଲୋଗ୍ରାମ ଶୁଖିଲା। ଚୂନ ଗୁଣ୍ଡ ମିଶାଇଲେ, ଲିଟର ଶୁଖିଲା ରହିବା ସଙ୍ଗେ ସଙ୍ଗେ ଲିଟରରେ ଅବା କେତେକ ଜୀବାଣୁ ଓ କୃମି ଅଣ୍ଡାମାନ ନଷ୍ଟ ହୋଇଯାଆନ୍ତି । ବଜାରରେ ମିଳୁଥିବା ଲିଟର ଗାର୍ଡ଼, ଲିଟର ମାଷ୍ଟର ଔଷଧ ଲିଟରକୁ ଶୁଖିଲା ରଖିବା ପାଇଁ ବ୍ୟବହାର କରାଯାଇଥାଏ । ଅଧିକ ଜାଣିବା ପାଇଁ -"ଓୟୁଏଟି" ସଂଗୃହିତ - ମୂଳ ବିଷୟ ବସ୍ତୁ ଡଃ ଶରତ ଚନ୍ଦ୍ର ମିଶ୍ର, ଡଃ ପ୍ରସନ୍ନ କୁମାର ମିଶ୍ର, ଡଃ ପ୍ରବୀଣ କୁମାର ଦେହୁରୀ, ସଂଶୋଧିତ ବିଷୟବସ୍ତୁ ଡଃ ନିରଞ୍ଜନ ପଣ୍ଡା, ପ୍ରାଧ୍ୟାପକ, ପ୍ରାଣୀ ପୁଷ୍ଟି ବିଭାଗ , ଓୟୁଏଟି, ଭୁବନେଶ୍ଵର