ପଶୁପାଳନ ବିଭାଗ ସମ୍ବନ୍ଧରେ ପ୍ରାଣୀ ସମ୍ପଦ, ଓଡିଶା ଗ୍ରାମାଞ୍ଚଳ ର ଜୀବିକା ନିର୍ବାହର ମୁଖ୍ୟ ଉତ୍ସ । ଗ୍ରାମାଞ୍ଚଳର ୮୦ % ପରିବାର କୌଣସି ନା କୌଣସି ଗୃହପାଳିତ ପ୍ରାଣୀ ପାଳନ କରି ଜୀବିକା ନିର୍ବାହ କରନ୍ତି ଏବଂ ପ୍ରାଣୀପାଳନ ରୁ ଅତିରିକ୍ତ ଆୟ କରିଥାନ୍ତି । ପ୍ରାଣୀପାଳନ ଓ କୁକୁଡା ଚାଷ ଅତିରିକ୍ତ ଆୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରେ । କୃଷି ପରେ ପ୍ରାଣୀପାଳନ ଓ ପକ୍ଷୀପାଳନ ହେଉଛି ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ଦିଗ ,ଯାହାର ଶତକଡା ୪ ଭାଗ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ର ଅବଦାନ ରହିଅଛି । ଏହି ବିଭାଗ ପ୍ରାଣୀ ମାନଙ୍କର ପ୍ରଜନନ ,ପରିପାଳନ ,ରୋଗନିରାକରଣ ଏବଂ ଶୁଦ୍ଧ କ୍ଷୀର ,ମାଂସ ଓ ଅଣ୍ଡା ଉତ୍ପାଦନ ପାଇଁ ସର୍ବଦା ଚେଷ୍ଟିତ । ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅତିରିକ୍ତ ରୋଜଗାରର ପନ୍ଥା ଯୋଗାଇଥାଏ । ଏହି ବିଭାଗ ମଧ୍ୟ ପ୍ରାଣୀ ଓ ପକ୍ଷୀ ମାନଙ୍କଠାରୁ ମଣିଷ ମାନଙ୍କୁ ସଂକ୍ରମିତ ହେଉଥିବା ରୋଗ ନିରାକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ବିଭାଗରେ ଆମ ଜିଲ୍ଲାରେ ୧ ଟି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ , ୬ ଟି ପ୍ରାଣୀ ଚିକିତ୍ସାଳୟ ,ଓ ୧ ଟି ତୃଣ ଓ ମଞ୍ଜି ଉତ୍ପାଦନ ଫାର୍ମ ରହିଅଛି । ଲକ୍ଷ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ,ଓଡିଶାର ଗ୍ରାମ୍ୟ ଅର୍ଥନୀତି ଓ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଗୋପାଳନ ମାଧ୍ୟମରେ ଜୀବନ ଧାରଣର ପନ୍ଥା ନିର୍ଦ୍ଧାରଣ କରିବା। ଛେଳି, ମେଣ୍ଢା ଓ ଘୁଷୁରୀ ଚାଷ ମାଧ୍ୟମରେ ଗରିବ ପରିବାର ର ଉନ୍ନତି କରିବା । ବାଡିଅଗଣାରେ କୁକୁଡା ପାଳନ ଦ୍ଵାରା ଗ୍ରାମ୍ୟ ମହିଳା ଓ ଭୂମିହୀନ ଚାଷୀ ମାନଙ୍କର ରୋଜଗାର ପନ୍ଥା ସୃଷ୍ଟି ଓ ଉନ୍ନତୀକରଣ। ଦୁଗ୍ଧ ,ମାଂସ ଓ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ ହେବା । ମୁଣ୍ଡ ପିଛା କ୍ଷୀର ,ଅଣ୍ଡା ଓ ମାଂସ ର ଆବଶ୍ୟକତା /ଚାହିଦା ବୃଦ୍ଧି କରିବା । ଗୋଖାଦ୍ୟ ଓ ଘାସଚାଷ ମାଧ୍ୟମରେ ଗୋପାଳନର ଖର୍ଚ କମ କରିବା । ମାନଙ୍କ ଦ୍ଵାରଦେଶ ରେ ପ୍ରାଣୀ ପାଳନ ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇଦେବା । ସମ୍ପୂର୍ଣ କାର୍ଯ୍ୟ ପନ୍ଥା ପ୍ରାଣୀ ଚିକିତ୍ସା ସେବା – ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଦ୍ଵାରା ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା । କୃତ୍ରିମ ପ୍ରଜନନ ସେବା (କୃତ୍ରିମ ପ୍ରଜନନ କେନ୍ଦ୍ର ଦ୍ଵାରା ଓ ଦ୍ଵାରଦେଶ ସେବା ମାଧ୍ୟମରେ ) | ପ୍ରତିଷେଧକ ଟୀକାକରଣ (ରୋଗ ପ୍ରତିଷେଧକ ତଥା ପ୍ରାଣୀ ମାନଙ୍କଠାରୁ ମଣିଷକୁ ସଂକ୍ରମିତ କରୁଥିବା ରୋଗର ନିରାକରଣ ଓ ପ୍ରତିଷେଧକ ) | ଗୋବତ୍ସା ଧରାଣ । ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି । ଋତୁକାଳୀନ ଓ ସବୁଦିନିଆ ଘାସଚାଷ । ଗୋବନ୍ଧ୍ୟା ନିରାକରଣ ଶିବିର । ବାଡିଅଗଣାରେ କୁକୁଡା ପାଳନ । ସୁଲଭ ମୂଲ୍ୟରେ ପ୍ରାଣୀ ସମ୍ପଦର ବୀମାକରଣ । ବ୍ୟାଙ୍କଋଣ ମାଧ୍ୟମରେ ଗୋପାଳନ ,ଛେଳିପାଳନ ଓ ପକ୍ଷୀପାଳନ ନିମନ୍ତେ ପ୍ରୋତ୍ସାହନ । ସ୍ଥାନୀୟ ଉନ୍ନତ ନସଲର ଗୋରୁଗାଈ ତଥା ପ୍ରାଣୀସମ୍ପଦର ରକ୍ଷଣା ବେକ୍ଷଣ । କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ ପାଇଁ ପ୍ରୋତ୍ସାହନ । ବୃହତ ଚାଷୀଙ୍କ ନିମନ୍ତେ କୃଷି ଉଦ୍ୟୋଗ ବିକାଶ ଜରିଆରେ ଅଣ୍ଡାଦିଆ କୁକୁଡା ଓ ଛେଳିମେଣ୍ଢା ପାଳନ । ସେବାର ବିବରଣୀ ସେବା ନାମ ବିବରଣୀ କୃତ୍ରିମ ପ୍ରଜନନ ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । ଚିକିତ୍ସାସେବା ପ୍ରଦାନ ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । ଧରାଣ(ଗୋବତ୍ସା ଓ ବୋଦା ) ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । ଟୀକାକରଣ ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । ଚାଷୀ ପ୍ରଶିକ୍ଷଣ ପ୍ରାଣୀଚିକିତ୍ସାଳୟ ମାନଙ୍କରେ ଦକ୍ଷତା ବୃଦ୍ଧି ନିମନ୍ତେ (N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ । ତୃଣ ଉନ୍ନୟନ (N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ । କୁକୁଡା ପାଳନ ଓ ଉନ୍ନୟନ N.L.M ଜରିଆରେ କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ ରାଜ୍ୟ ଯୋଜନା(ପ୍ରଜନନ ଉନ୍ନତିକରଣ ) ନିମନ୍ତେ । କୃଷି ଉଦ୍ୟୋଗ ବିକାଶ ମାଧ୍ୟମରେ ଗୋପାଳନ, ଛେଳିମେଣ୍ଢା ଓ କୁକୁଡାପାଳନ D.E.D.S (NABARD) ଜରିଆରେ ଓ ପ୍ରତ୍ୟେକ ଚିକିତ୍ସାଳଯରେ । ପ୍ରାଣୀମାନଙ୍କର ବୀମାକରଣ N.L.M ମାଧ୍ୟମରେ ଓ ପ୍ରତ୍ୟେକ ଚିକିତ୍ସାଳଯରେ ଭ୍ରାମ୍ୟମାଣ ଚିକିତ୍ସା ସେବା ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା (ପ୍ରତ୍ୟେକ ବ୍ଲକ ) ରୋଗ ନିଦାନ ପରୀକ୍ଷା ପ୍ରତ୍ୟେକ ବ୍ଲକ ଚିକିତ୍ସାଳୟ ଓ ଜିଲ୍ଲା ରୋଗ ନିଦାନ ପରୀକ୍ଷାଗାର ,ନୂଆପଡା । କାର୍ଯ୍ୟକ୍ରମ ଓ ପରିକଳ୍ପନାର ନାମ ଏହି କାର୍ଯ୍ୟାଳୟରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକର ନାମ ଯଥା କୃଷି ଉଦ୍ୟୋଗ ବିକାଶ,ସବୁଦିନିଆ ସବୁଜ ଘାସ ଚାଷ,ପ୍ରାଣୀସମ୍ପଦ ର ବୀମାକାରଣ,ବାଡିଅଗଣା ରେ କୁକୁଡା ପାଳନ ଏବଂ କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ । ଆଧାର - "ବୌଦ୍ଧ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"