ସାଧାରଣତଃ ଗୋରୁଙ୍କଠାରେ ଟିଙ୍କ ଦ୍ଵାରା ୬ଟି ଜାତିର ଏକକୋଷୀ ପ୍ରାଣୀ ଜନିତ ରକ୍ତ କୃମି ଥେଇଲେରିଆ ଯୋଗୁ ହୋଇଥାଏ। ତନ୍ମଧ୍ୟରେ ମୁଖ୍ୟତଃ ଦୁଇଟ ଜାତର ଥେଇଲେରିଆ ରକ୍ତ କୃମି ଯଥା – ସେ ଥଇଲେରିଆ ଆନୁଲାଟା ଏବଂ ଥେଇଲେରିଆ ପ୍ରାର୍ଭା ଉତ୍ପାଦନକ୍ଷମ ସଙ୍କର ଗାଈଙ୍କଠାରେ ଦେଖାଦେବା ଯୋଗୁ ଦୁଗ୍ଧ ଉତ୍ପାଦନରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ଗୋପାଳକଙ୍କର ଆର୍ଥକ କ୍ଷତି ଘଟିଥାଏ । ଆମ ରାଜ୍ୟରେ ଗୋସମ୍ପଦର ବିକାଶ ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ବିଭିନ୍ନ ମାରାମ୍ବକ ରୋଗର ଦମନ ନିମନ୍ତେ ଥୋଇଲେରିଆ, ଫାଟୁଆ, ବୁୋସଲା, ଆନ୍ଥାକୁ ଆଦି ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସରକାର କାର୍ଯ୍ୟକାରୀ କରୁଛନ୍ତି । ତନ୍ମଧ୍ୟରେ ଥୋଇଲେରିଓସିସ୍ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ୟତମ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା... ମିଶନ୍ ଢାଞ୍ଚାରେ ଥେଇଲେରିଆରୋଗ ବିରୋଧରେ ପ୍ରତିଷେଧକ ଟିକା ପ୍ରଦାନ। ଥେଇଲେରିଆ ରୋଗର ତୁରନ୍ତ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା। ଟିଙ୍କଙ୍କ ବଂଶବୃଦ୍ଧି ରୋକିବା ସହିତ ଗୁହାଳ ଓ ଖଳାବାଡ଼ିର ପରିଷ୍କାର ପରିଚ୍ଛନ୍ନତା । କୀଟ ନିୟନ୍ତ୍ରଣ ସମ୍ପର୍କିତ ସକ୍ରିୟ ଜନସଚେତନା କାର୍ଯ୍ୟକ୍ରମ ଆୟୋଜନ । ଥେଇଲେରିଆ ରୋଗର ପର୍ଯ୍ୟବେକ୍ଷଣ, ପ୍ରକାର ଭେଦ ଅନୁଶୀଳନ, ଗବେଷଣା ଏବଂ ପରୀକ୍ଷାଗାରରୁ କ୍ଷେତ୍ରସ୍ତରୀୟ ପର୍ଯ୍ୟନ୍ତ ବୈଷୟିକ ଜ୍ଞାନ କୌଶଳ ସ୍ଥାନାନ୍ତର । ସାଧାରଣତଃ ଗୋରୁଙ୍କ ଠାରେ ଟିଙ୍କ ଦ୍ଵାରା ୬ଟି ଜାତିର ଏକକୋଷୀ ପ୍ରାଣୀ ଜନିତ ରକ୍ତ କୃମି ଥେଇଲେରିଆ ଯୋଗୁ ହୋଇଥାଏ । ତନ୍ମଧ୍ୟରେ ମୁଖ୍ୟତଃ ଦୁଇଟି ଜାତିର ଥେଇଲେରିଆ ରକ୍ତ କୃମି ଯଥା – ଥେଇଲେରିଆ ଆନୁଲାଟା ଏବଂ ଥେଇଲେରିଆ ପ୍ରାର୍ଭା ଉତ୍ପାଦନ କ୍ଷମ ସଙ୍କର ଗାଈଙ୍କଠାରେ ଦେଖାଦେବା ଯୋଗୁ ଦୁଗ୍ଧ ଉତ୍ପାଦନରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ଗୋପାଳକଙ୍କର ଆର୍ଥକ କ୍ଷତି ଘଟିଥାଏ । ଦେଶୀ ଗୋରୁଙ୍କର ଏହି ରୋଗ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବା ହେତୁ ସେମାନେ ଏହି ରୋଗରେ କମ୍ପୀଡ଼ିତ ହୁଅନ୍ତି ବା ଉକ୍ତ ରୋଗର ବାହକ ସାଜିଥାନ୍ତି । ପ୍ରତିଷେଧକ ବ୍ୟବସ୍ଥା ସଙ୍କର ଓ ବିଦେଶୀ ଗାଈଙ୍କଠାରେ ଥେଇଲେରିଓସିସ୍ ଟିକା ଥେଇଲେରିଆ ଆନୁଲାଟା ଦ୍ଵାରା ହେଉଥିବା ଥେଇଲେରିଓସିସ୍ ରୋଗର ପ୍ରତିଷେଧକ ଟିକା ଅଦ୍ୟାବଧି ଅନୁମୋଦିତ ହୋଇଅଛି । ଏହି ଟିକାକୁ ରକ୍ଷାଭ୍ୟାକ୍ - ଟି ଭ୍ୟାକ୍ସିନ୍ ମଧ୍ୟ କୁହାଯାଏ । ଏହି ରକ୍ଷା ଭଗ୍ନ୍ୟାକ୍ଟି ଟିକା ଲିଙ୍ଗୋତ୍କୃଷ୍ଟ ସେଲ୍ କଲୁର୍ ମଧ୍ୟରେ ଥେଇଲେରିଆ ରକ୍ତ କୃମିର ଜୀବନ୍ତ ସାଇଜେଣ୍ଟ ବୃଦ୍ଧି କରାଯାଇ ପରୀକ୍ଷାଗାରର କ୍ଷୁଦ୍ରପ୍ରାଣୀଙ୍କଠାରେ ବହୁବାର ପାସେଜ୍ କରାଯିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଶକ୍ତି ହ୍ରାସ କରାଯାଇ ପ୍ରସ୍ତୁତ କରାଯାଇଥାଏ । ଏହି କ୍ରମକ୍ଷୀଣ ସାଇଜେଣ୍ଟ କ୍ଲିନକାଲ୍ ରୋଗ ସୃଷ୍ଟ କରିବାରେ ସକ୍ଷମ ହୋଇ ନ ଥାଏ । ଏହି ରୋଗ ବିରୋଧରେ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହୋଇଥିବା ଗୋରୁଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଉକ୍ତ ରୋଗର ବାହକ ସାଜିଥିବା ଏହି ଚିଙ୍କ ଯେତେ କାମୁଡ଼ିଲେ ମଧ୍ୟ ଏହି ରୋଗ ଆଉ ହୋଇ ନ ଥାଏ । ଯେଉଁ ଅଞ୍ଚଳରେ ଟିକା ଦିଆଯାଇଥିବା ପ୍ରାଣୀଙ୍କୁ ଯଦି ନିୟମିତ ଭାବେ ଟିଙ୍କ କାମୁଡ଼େ କିମ୍ବା ଟିଙ୍କ ସଂସ୍ପର୍ଶରେ ବାରମ୍ବାର ଆସିଥାନ୍ତି, ତେବେ ଉକ୍ତ ପ୍ରାଣୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କ୍ରମାଗତ ଭାବରେ ବୃଦ୍ଧି ପାଇଥାଏ । ଯାହା ଫଳରେ ପ୍ରାଣୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଜୀବନବ୍ୟାପୀ ଅର୍ପଣ କରିଥାଏ । ଯଦି ପ୍ରାଣୀଙ୍କୁ ଟିଙ୍କ ମୁକ୍ତ ଅବସ୍ଥାରେ ରଖାଯାଏ, ତେବେ ପ୍ରାଣୀଙ୍କୁ ପ୍ରତି ତିନିବର୍ଷରେ ଥରେ ଏହିଟିକା ଦେବାକୁ ପଡ଼ିବ । ଟିକାର ମାତ୍ରା ଗାଈ,ବଳଦ ଏବଂ ବାଛୁରି - ୩ ମି.ଲି., ବେକର ମଧ୍ୟବର୍ତ୍ତୀ ଚମଡ଼ା ତଳେ ଦିଆଯିବା ଆବଶ୍ୟକ । ଟିକା ଦେବା ପଦ୍ଧତି ଦୁଇମାସ ବା ତଦୂର୍ବ ବୟସର ଗାଈ, ବଳଦ ଓ ବାଛୁରୀଙ୍କୁ ଥେଇଲେରିଆ ଟିକା ଦେବା ଆବଶ୍ୟକ । ଆଡ଼ଭାନସ୍ ଗର୍ଭ ଥିବା ଗାଈ ବା ଛଡ଼ାଙ୍କୁ ଏହିଟିକା ଦେବା ଅନୁଚିତ । ସାଧାରଣତଃ ଏହି ଟିକା ଦିଆହେବାର ୬ ସପ୍ତାହ ପରେ ପ୍ରାଣୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହୁଏ । ଥେଇଲେରିଆ ଭ୍ୟାକ୍ସିନ୍ ଦିଆଯିବା ଦିନଠାରୁ ୮ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ କୌଣସି ଟିକା ଦେବା ଅନୁଚିତ । ସଂଗୃହିତ - ଡା. ବୀରକିଶୋର ପରିଡା