ବତକ ପାଳନ ସାଧାରଣତଃ ଦୁଇଟି ଉଦ୍ଦେଶ୍ୟ ନେଇ କରାଯାଇଥାଏ । ଗୋଟିଏ ହେଲା ଅଣ୍ଡା ପାଇଁ ଏବଂ ଅନ୍ୟଟି ହେଲା ମାଂସ ପାଇଁ । ଓଡ଼ିଶାରେ ଏପର୍ଯ୍ୟନ୍ତ ବତକ ପାଳନର ପ୍ରସାର ହୋଇପାରି ନାହିଁ । ତେଣୁ ବତକ ପାଳନ ପ୍ରତି ଲୋକେ ଆଗ୍ରହ ପ୍ରକାଶ କଲେ, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିପାରିବ । କୁକୁଡ଼ା ପାଳନ ଅପେକ୍ଷା ବତକ ପାଳନରେ ଅନେକ ସୁବିଧା ରହିଅଛି, ସେଗୁଡ଼ିକ ହେଲା – ଗୋଟିଏ ବର୍ଷରେ ବତକ, କୁକୁଡ଼ା ଅପେକ୍ଷା ୪୦ ରୁ ୫୦ ଅଧିକ ଅଣ୍ଡା ଦେଇଥାଏ । ବତକ, ଅଣ୍ଡାର ଓଜନ କୁକୁଡ଼ା ଅଣ୍ଡା ଅପେକ୍ଷା ୧୫ ରୁ ୨୦ ଗ୍ରାମ୍ ଅଧିକ । ବତକ ପାଳନରେ କୁକୁଡ଼ା ପାଳନ ଅପେକ୍ଷା କମ୍ ଯତ୍ନ ନେବାକୁ ପଡ଼ିଥାଏ । ବତକମାନେ ଦାନା ଖାଇବା ସଙ୍ଗେ ସଙ୍ଗେ ସବୁଜ ପତ୍ର, ପୋକ, ଗେଣ୍ଡା, ଜିଆ ଏବଂ ଅନେକ ପ୍ରକାରର ଜଳଜ ପଦାର୍ଥ ଖାଇଥାନ୍ତି । କୁକୁଡ଼ା, ଟର୍କୀ ଅବା ଅନ୍ୟ ପକ୍ଷୀମାନଙ୍କ ପାଇଁ ବ୍ୟବହୃତ ହେଉ ନଥିବା ଖାଦ୍ୟ ବତକମାନଙ୍କର ଖାଦ୍ୟ ଉପଯୋଗୀ ହୋଇଥାଏ । ବତକମାନେ ସାଧାରଣ ପରିବେଶରୁ ଅଧିକ ଖାଦ୍ୟ ସଂଗ୍ରହ କରିଥାନ୍ତି । କୁକୁଡ଼ା ଠାରୁ ବତକର ଉତ୍ପାଦନ ଜନିତ କ୍ଷମତାର ସମୟ ଅଧିକ । ବତକ ଦ୍ଵିତୀୟ ଏବଂ ତୃତୀୟ ବର୍ଷରେ ଭଲ ଅଣ୍ଡା ଦେଇଥାଏ । ବତକ ପାଳନ ପାଇଁ ଘର ତିଆରି ଖର୍ଚ୍ଚ କମ୍ ପଡ଼ିଥାଏ । ବତକଠାରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ଖୁବ୍ କମ୍ ରୋଗ ଧରେ । କୁକୁଡ଼ା ପରି ଭୟଙ୍କର ରାଣୀକ୍ଷେତ ଏବଂ ଏଭିଆନ୍ ଇନ୍ଫ୍ଲୁଏନ୍ଜା ବତକଠାରେ ଦେଖାଯାଏ ନାହିଁ । ସନ୍ତସନ୍ତିଆ ବା ପାଣି ଜମି ରହୁଥିବା ଯାଗାରେ ବତକ ପାଳନ କରାଯାଇପାରେ । ବତକମାନେ ଶତକଡ଼ା ୯୫ ରୁ ୯୮ ଭାଗ ଅଣ୍ଡା ସକାଳ ୯ଟା ପୂର୍ବରୁ ଦେଇ ଦିଅନ୍ତି । ଫଳରେ ଅଣ୍ଡା ସଂଗ୍ରହ କରିବାକୁ ସୁବିଧା ହୁଏ । ବତକମାନଙ୍କୁ ସକାଳେ ପୋଖରୀକୁ ଯିବା ଏବଂ ସନ୍ଧ୍ୟାରେ ଘରକୁ ଫେରିବା ଅଭ୍ୟାସ କରାଇବାକୁ ବେଶି କଷ୍ଟ ପଡ଼େ ନାହିଁ । ବତକମାନଙ୍କର ଜାତି ବ୍ୟବହାର ଦୃଷ୍ଟିରୁ ବତକମାନଙ୍କୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ଅଣ୍ଡା ପାଇଁ ଉପଯୁକ୍ତ ବତକ । ମାଂସ ପାଇଁ ଉପଯୁକ୍ତ ବତକ । ଅଣ୍ଡା ପାଇଁ ଉପଯୁକ୍ତ ବତକ ଓ ମାଂସ ପାଇଁ ଉପଯୁକ୍ତ ବତକ ପରସ୍ପର ଠାରୁ ଗୁଣରେ ଭିନ୍ନ । ଅଣ୍ଡା ପାଇଁ ଉପଯୁକ୍ତ ବତକମାନେ ସାଧାରଣତଃ ଆକାରରେ ସାନ ଓ ହାଲୁକା । କିନ୍ତୁ ମାଂସ ପାଇଁ ଉପଯୁକ୍ତ ବତକମାନେ ଆକାରରେ ବଡ଼ ଓ ଓଜନିଆ । ଅଣ୍ଡା ପାଇଁ ଉପଯୋଗୀ ବତକ ଏ ପ୍ରକାର ବତକମାନଙ୍କ ମଧ୍ୟରେ ଖାକି କନ୍ୟାମ୍ପବେଲ୍, ଇଣ୍ଡିଆନ୍ ରନର ଓ ବସ୍ଅରପିଙ୍ଗ୍ଟନ୍ ଆଦି ପ୍ରଜାତିର ବତକମାନେ ମୁଖ୍ୟ । ଖାକି କନ୍ୟାମ୍ପବେଲ୍ – ଏହାର ଶରୀର ଓସାରିଆ, ଗଭୀର ଏବଂ କମ୍ ଲମ୍ବା । ଅଗ୍ରଭାଗ ଚଉଡ଼ା ଓ ସୁଗୋଲ । ପୁଚ୍ଛ ସରୁ, ଛୋଟ ଏବଂ ଟିକିଏ ଉପରକୁ ଉଠିଥାଏ । ଏହି ପ୍ରଜାତିର ବତକ ଗଞ୍ଜାର ମୁଣ୍ଡ, ବେକ ଓ ଡେଣା ସାମାନ୍ୟ କଳା ଓ ଆ°ଶିକ ଗାଢ଼ ରଙ୍ଗର । ଏହି ଜାତିର ପେଣ୍ଠୀମାନେ ହାରାହାରି ବର୍ଷକୁ ପ୍ରାୟ ୩୦୦ ଅଣ୍ଡା ଦିଅନ୍ତି । କେତେକ କ୍ଷେତ୍ରରେ ସେମାନେ ଆହୁରି ବେଶି ଅଣ୍ଡା ମଧ୍ୟ ଦିଅନ୍ତି ଏବଂ ବର୍ଷସାରା ସବୁଦିନ ପ୍ରାୟ ଅଣ୍ଡା ଦିଅନ୍ତି । ତିନି ପ୍ରକାର ଖାକି କ୍ୟାମ୍ପବେଲ୍ ଦେଖାଯାଆନ୍ତି, ଯଥା - ଖାକି, ଧଳା ଓ କଳା ମିଶା ଖାକି । ବୟସ୍କ ଗଞ୍ଜାର ଓଜନ ୨.୨ ରୁ ୨.୪ କେ.ଜି. ଓ ପେଣ୍ଡୀର ଓଜନ ୨ ରୁ ୨.୨ କେ.ଜି.। ଇଣ୍ଡିଆନ୍ ରନର – ଏହି ପ୍ରଜାତିର ବତକମାନଙ୍କର ବାସସ୍ଥଳୀ ପୂର୍ବଭାରତୀୟ ଅଞ୍ଚଳ । ଏହି ଶ୍ରେଣୀର ବତକମାନେ ଖାକ କନ୍ୟାମ୍ପବେଲ୍ ବତକମାନଙ୍କ ଅପେକ୍ଷା ସାମାନ୍ୟ କମ୍ ଅଣ୍ଡା ଦଅନ୍ତି । ଏମାନେ ଖାକି କ୍ୟାମ୍ପବେଲ୍ ବତକମାନଙ୍କ ଅପେକ୍ଷା ଆକାରରେ ଛୋଟ । ହାରାହାରି ପ୍ରାୟ ୨୫୦ ରୁ ୩୦୦ ପର୍ଯ୍ୟନ୍ତ ଅଣ୍ଡା ଦିଅନ୍ତି । ଏମାନଙ୍କର ମୁଖ୍ୟ ଗୁଣ ହେଲା, ଏମାନେ ଉପରକୁ ସିଧା ହୋଇ ବସନ୍ତି । ଏମାନେ ପ୍ରାୟ ତିନି କିସମର, ଯଥାଧଳା, ଚିତ୍ରିତ ଓ ଧଳା ଧୂସର । ଏହି ପ୍ରଜାତିର ବତକ, ଗଞ୍ଜାର ଓଜନ ୧.୪ ରୁ ୧.୬ କଲେ ଓ ପେଣ୍ଡୀ ମାନଙ୍କର ଓଜନ ପ୍ରାୟ ୧.୪-୨.୦ କିଲୋଗ୍ରାମ୍ । ବଫ୍ଅରପିଙ୍ଗ୍ଟନ୍ - ଏହି ପ୍ରକାର ବତକମାନଙ୍କର ପରର ରଙ୍ଗ ବଙ୍ଘ ରଙ୍ଗର । ଏମାନେ ତିନୋଟି ଉଦ୍ଦେଶ୍ୟରେ ପାଳିତ ହୁଅନ୍ତି । ଯଥା – ଅଣ୍ଡା ପାଇଁ, ମାଂସ ପାଇଁ ଓ ସୌଖୁନ୍ ପୋଷା ପକ୍ଷୀ ହିସାବରେ ପୋଷିବା ପାଇଁ । ଏମାନେ ଖାକି କ୍ୟାମ୍ପବେଲ୍ ବତକ ପରି ବସନ୍ତି ଓ ଚାଲନ୍ତି କିନ୍ତୁ ଅଣ୍ଡା ଦେବା ସମୟରେ ଏମାନଙ୍କର ପେଟ ଅଂଶ ଭୂମିକୁ ହୁଏ । ଗଞ୍ଜାଗୁଡ଼କ ୨.୨ ରୁ ୩.୩ କ.ଗ୍ରା. ଓ ପେଣ୍ଡୀ ଗୁଡ଼କ ୨.୨ ରୁ ୩.୧ କ.ଗ୍ରା. ଓଜନ ହୋଇଥାନ୍ତି । ଏମାନେ ବାର୍ଷିକ ପ୍ରାୟ ୨୦୦ ପର୍ଯ୍ୟନ୍ତ ଅଣ୍ଡା ଦିଅନ୍ତି । ମାଂସ ପାଇଁ ବତକ ମାଂସ ପ୍ରଜାତିର ବତକମାନେ ଆକାରରେ ବଡ଼ ଓ ଓଜନିଆ । ଏମାନଙ୍କ ମଧ୍ୟରୁ ଧଳା ପେକିନ୍, ମସ୍କୋଭି, ମିନିକସ୍. ଏଲିସ୍ ବରୀ, ରୋଏନ୍ ଓ ପେନିନ୍ ଆଦି ପ୍ରଧାନ । ଧଳା ପେକିନ୍– ଏହି ପ୍ରଜାତିର ବତକମାନଙ୍କର ପ୍ରଥମ ବାସସ୍ଥଳୀ ଚୀନ୍ ଦେଶ । ଏମାନେ ମାଂସ ଉତ୍ପାଦନ ପାଇଁ ପୃଥ୍ବୀ ପ୍ରସିଦ୍ଧ । ଏମାନଙ୍କର ପର ଧଳା ଏବଂ ଶରୀର ଲମ୍ବା, ଓସାରିଆ, ଗଭୀର ଓ ଛାତି ଓସାରିଆ । ଏମାନଙ୍କର ଚର୍ମ ହଳଦିଆ, ପାଦ ଆଙ୍ଗୁଠି ଲାଲ୍, କମଳା ରଙ୍ଗର, ଚଞ୍ଚୁ ହଳଦିଆ କମଳା ରଙ୍ଗର । ଏମାନେ ଖୁବ୍ ଶୀଘ୍ର ବଢ଼ନ୍ତି । ବାର୍ଷିକ ପ୍ରାୟ ୧୫୦ ଟି ଅଣ୍ଡା ଦିଅନ୍ତି । ଗଞ୍ଜାମାନଙ୍କର ଓଜନ ୪ କି.ଗ୍ରା. ଓ ପେଣ୍ଠିମାନଙ୍କର ଓଜନ ପ୍ରାୟ ୩ କି.ଗ୍ରା. । ମସ୍କୋଭି - ଏହି ପ୍ରଜାତିର ବତକମାନଙ୍କର ପ୍ରଥମ ବାସସ୍ଥଳୀ ଦକ୍ଷିଣ ଆଫ୍ରିକାର ମସ୍କୋଭି ଅଞ୍ଚଳ । ଏହା ଏକ ସ୍ଵତନ୍ତ୍ର ପ୍ରଜାତି ବା ଉପଜାତିର ବତକ । ଏମାନଙ୍କ ସହ ଅନ୍ୟ ବତକମାନଙ୍କର ସଙ୍ଗମ ଫଳରେ ଯେଉଁ ଛୁଆ ଉତ୍ପନ୍ନ ହୁଅନ୍ତି, ସେମାନେ ସମସ୍ତେ ବାଞ୍ଚ ହୁଅନ୍ତି । ତେଣୁ ସେମାନଙ୍କୁ ଖଚର ବତକ କୁହାଯାଏ । ମୁହଁ ପରହୀନ, ଗଞ୍ଜାଙ୍କର ମୁଣ୍ଡରେ ଗୋଟିଏ ଖୁଣ୍ଟା ଥାଏ । ଲିଙ୍ଗ ଅନୁସାରେ କୌଣସି ନିର୍ଦ୍ଦିଷ୍ଟ ସ୍ଵର ନଥାଏ । ଗଞ୍ଜାମାନଙ୍କର ଓଜନ ୫.୫ କିଲୋ ଓ ପେଣ୍ଠୀ ମାନଙ୍କର ଓଜନ ୩ କିଲୋ ଅଟେ । ଗଞ୍ଜାମାନେ ୧୬ ସପ୍ତାହ ବୟସ ମଧ୍ୟରେ ୪ କିଲୋଗ୍ରାମ ଓଜନ ହୁଅନ୍ତି । ଏମାନେ ସାଧାରଣ ବାଡ଼ ମଧ୍ୟ ଉଡ଼ିପାରନ୍ତି । ଏହି ପ୍ରଜାତିର ବତକମାନଙ୍କର ଅଣ୍ଡା ଉଷୁମେଇ ଛୁଆ ଫୁଟିବାକୁ ସାଧାରଣ ବତକଠାରୁ ଅଧିକ ସମୟ ଲାଗେ, ଅର୍ଥାତ୍ ୩୫ ଦିନ ସମୟ ଲାଗେ । ତିନି ପ୍ରକାର ମୟୋଭି ବତକ ଦେଖାଯାଆନ୍ତି, ଯଥା - ଧଳା, କଳା ଓ ନୀଳ । ମନିକସ – ଏହାର ରଙ୍ଗ ଧଳା, ଆକାରରେ ଛୋଟ, ଦେଢ଼ ମାସରେ ପ୍ରାୟ ଦେଢ଼ କିଲୋ ଓଜନ ହୁଅନ୍ତି । ଏହାକୁ ମାଂସ ପାଇଁ ପାଳନ କରାଯାଏ । ମାଂସ ଏହାର ସୁସ୍ଵାଦୁ । ଆମ ଦେଶରେ ଏହି ପ୍ରକାରର ବତକମାନଙ୍କର ଚାହିଦା ଅଛି । ଏଲିସ୍ଵରୀ – ଏହି ପ୍ରଜାତିର ବତକମାନଙ୍କର ବାସସ୍ଥଳୀ ଇଂଲଣ୍ଡ । ଏମାନେ ଦେଖିବାକୁ ଧଳା ଓ ଆକାରରେ ବଡ଼ । ଏମାନଙ୍କର ହାଡ଼ଗୁଡ଼ିକ ହାଲୁକା, ଏମାନେ କମ୍ ରୋଗ ସହିପାରନ୍ତି, କାରଣ ଏମାନେ ଟିକେ ଅଧିକ ସୁକୁମାରିଆ । ବତକ, ଗଞ୍ଜାମାନଙ୍କର ଓଜନ ୪.୫ କିଲୋ ଓ ପେଣ୍ଠୀମାନଙ୍କର ଓଜନ ୪ କିଲୋଗ୍ରାମ୍ । ରୋଏନ — ଏହି ପ୍ରଜାତି ବତକମାନଙ୍କର ବାସସ୍ଥଳୀ ଫ୍ରାନ୍ସ । ଏମାନେ ଇଂଲଣ୍ଡ ଓ ଫ୍ରାନ୍ସରେ ଭାରି ଲୋକପ୍ରିୟ ଓ ଦେଖିବାକୁ ଭାରି ସୁନ୍ଦର । ଏମାନେ ଖୁବ୍ ଡେରିରେ ପ୍ରାପ୍ତ ବୟସ୍କ ହୁଅନ୍ତି, କିନ୍ତୁ ଅଣ୍ଡା କମ୍ ଦିଅନ୍ତି । ଅଣ୍ଡା ଦେଖିବାକୁ ସବୁଜ ରଙ୍ଗର । ଅଣ୍ଡାରେ ନିଷେଚନ ହାର କମ୍ । ଏମାନଙ୍କର ନଳୀ ଗୋତ୍ର ଓ ପାଦ କମଳା ରଙ୍ଗର । ଏମାନଙ୍କର ରଙ୍ଗ ଶାଗୁଆ । ବତକମାନଙ୍କର ଗଞ୍ଜା ଓ ପେଣ୍ଠୀକୁ କିପରି ଚିହ୍ନିବେ ସ୍ଵର - ବତକ ପେଣ୍ଠାମାନେ ସର୍ବଦା କ୍ଵା, କ୍ଵା ଶବ୍ଦ କରନ୍ତି । କିନ୍ତୁ ଗଞ୍ଜାମାନେ ସେମିତି ଶବ୍ଦ କରନ୍ତି ନାହିଁ । ଲାଞ୍ଜପର - ବତକ, ଗଞ୍ଜାମାନଙ୍କର କେତେକ ଲାଞ୍ଜପର ଅଗ୍ର ଆଡ଼କୁ ମୋଡ଼ି ହୋଇଥାଏ । କିନ୍ତୁ ପେଣ୍ଠାମାନଙ୍କର ସେମିତି ନଥାଏ ବରଂ ସିଧା ଥାଏ (ମେକ୍ସୋଭି ଗଞ୍ଜା ଓ ପେଣ୍ଠୀ ଉଭୟଙ୍ଗର ସିଧା ଥାଏ) । ପରର ରଙ୍ଗ – ରଙ୍ଗୀନ୍ ପ୍ରଜାତିର ବତକମାନଙ୍କର ଗଞ୍ଜାଗୁଡ଼ିକ ପେଣ୍ଠୀମାନଙ୍କ ଅପେକ୍ଷା ଗାଢ଼ ରଙ୍ଗର, କିନ୍ତୁ ପ୍ରଜନନ ବେଳେ ଗଞ୍ଜାମାନଙ୍କର ରଙ୍ଗ ମଧ୍ୟ ମଳିନ ପଡ଼ିଆ ସେ । ଖାକି କ୍ୟାମ୍ପବେଲ୍ ଗଞ୍ଜାମାନଙ୍କ ବେକରେ ସ୍ଵତନ୍ତ୍ର ଧରଣର ନୀଳ ଅଂଶିକ ଗାର ଥାଏ । କିନ୍ତୁ ପେଣ୍ଠୀମାନଙ୍କ ବେକରେ ଚକୋଲେଟ୍ କିମ୍ବା ବାଦାମୀ ରଙ୍ଗର ପର ଥାଏ । ଗୁନ୍ଦ ପରୀକ୍ଷା– ଦିନିକିଆ ବତକ ଛୁଆମାନଙ୍କର ଗୁନ୍ଦ ପରୀକ୍ଷା କରି ସେମାନଙ୍କର ଜନନେନ୍ଦ୍ରିୟ ଦେଖି ମାଈ ଓ ଅଣ୍ଡିରା ଚିହ୍ନଟ କରାଯାଏ । ଏଥିପାଇଁ ସ୍ଵତନ୍ତ୍ର ଧରଣର ପ୍ରଶିକ୍ଷଣ ଆବଶ୍ୟକ । ବତକ ଘର ବତକ ଘର ଯେତେ ଅଳ୍ପ ଖର୍ଚ୍ଚରେ ହୋଇପାରିବ ସେତେ ଭଲ । କାଠ, ବାଉଁଶ, ତାରକାଲି ଇତ୍ୟାଦିରେ କାନ୍ଥ ତିଆରି ହୋଇପାରିବ । ଘରର ଛପର ନଡ଼ା, ଟାଇଲ୍ କିମ୍ବା ଆଜବେଷ୍ଟସ୍ ଦ୍ଵାରା କରାଯାଇପାରିବ । କିନ୍ତୁ ଦେଖି କଥା ଯେ, ଘର ଭିତରେ ଯେମିତି ପବନ ଭଲ ଭାବରେ ଚଳପ୍ରଚଳ ହୋଇପାରୁଥିବ । ଏହା ସହିତ ଘର ଶୁଖିଲା ରହୁଥିବ । ମୂଷା ଆସିପାରୁ ନଥିବେ ଏବଂ ଛାତରୁ ପାଣି ଚଳୁନଥିବ । ଅଧା ଖୋଲା ଓ ଅଧା ଆବଦ୍ଧ ପ୍ରଣାଳରେ ବତକ ପାଳନ କଲେ ଘରଟି ଉଚ୍ଚା ଜାଗାରେ ଓ ଖୋଲା ଆବଦ୍ଧ ଜାଗାଟି ଘରଠାରୁ ଆସ୍ତେ ଆସ୍ତେ ଗଡ଼ାଣିଆ ହେବା ଦରକାର । ଏହାଦ୍ଵାରା ଘରଟି ଶୁଖିଲା ରହିବ । ଖୋଲାଥିବା ଜାଗାରେ ଯଦି କିଛି ପୋଖରୀ କିମ୍ବା ଗଡ଼ିଆ ନଥାଏ, ତା ହେଲେ ବତକ ଘରକୁ ସମାନ୍ତରଳ କରି ବତକ ଘରର ଉଭୟ ପାର୍ଶ୍ଵରେ ଦୁଇଟି ପାଣିକୁଣ୍ଡ (୨୦ ଇଞ୍ଚ ଚଉଡ଼ା ଓ ୬-୮ ଇଞ୍ଚ ଗଭୀରତା) ରହିବା ଦରକାର । ଯଦିଓ ବତକ ପହଁରିବା ଜରୁରୀ ନୁହେଁ, ତେବେ ପାଣି ଭିତରେ ତାଙ୍କର ମୁଣ୍ଡ ବୁଡ଼ାଇବା ଦରକାର । ନଚେତ୍ ଆଖିରେ ଏକ ପ୍ରକାର ଅଠାଳିଆ ମଳି ବସି ଅନ୍ଧ ହୋଇଯିବାର ସମ୍ଭାବନା ଥାଏ । ଆହୁରି ମଧ୍ୟ ବତକ ତାର ଅଣ୍ଟକୁ ମଝିରେ ମଝିରେ ସଫା କରିବାକୁ ଚାହେଁ ଏବଂ ଦାନା ଲାଗିଥିଲେ ତାକୁ ମଧ୍ୟ ସଫା କରେ । ବତକ ଖାଦ୍ୟ ବତକ ପାଳନରେ ଯେତିକି ଖର୍ଚ୍ଚ ହୋଇଥାଏ, ତାର ୭୦-୭୫% ଖର୍ଚ୍ଚ ସେମାନଙ୍କର ଖାଦ୍ୟ ଭାବରେ ହିଁ ହୋଇଥାଏ । ତେଣୁ ଖାଦ୍ୟ ଯେପରି ସୁଷମ ଓ ଶସ୍ତା ହୁଏ, ଆମକୁ ତାହା ଚେଷ୍ଟା କରିବାକୁ ହେବ । କୁକୁଡ଼ା ଦାନାପରି ବତକ ଦାନାରେ ମଧ୍ୟ ସାଧାରଣତଃ ମକା, ଜୁଆର, ବାଜରା, ମାଣ୍ଡିଆ, ବାଦାମ ପିଡ଼ିଆ, ସୋୟାବିନ୍ ପିଡ଼ିଆ, ଗହମ ଚୋକଡ଼, କାଣ୍ଡିଆ ଚାଉଳ କୁଣ୍ଡା, ଶୁଖିଆ ଗୁଣ୍ଡ, ଲୁଣ, ଖଣିଜ ଲବଣ ଓ ଭିଟାମିନ୍ ଆଦି ମିଶିଥାଏ । ଅଣ୍ଡା ପାଇଁ ବତକ ଦାନା ଓ ମାଂସ ପାଇଁ ବତକ ଦାନାରେ ବିଭିନ୍ନ ଖାଦ୍ୟସାରର ପରିମାଣ ଭିନ୍ନ ଅଟେ । ବତକମାନଙ୍କର ମଧ୍ୟ ବୟସକୁ ନେଇ ଖାଦ୍ୟସାରର ପରିମାଣ ଭିନ୍ନ ହୋଇଥାଏ । ସାଧାରଣତଃ ଆମେ ଖାଦ୍ୟରେ ପ୍ରୋଟିନ୍ ଏବଂ କ୍ୟାଲୋରୀ ପରିମାଣକୁ ଆଖି ଆଗରେ ରଖା ଦାନା ତିଆରି କରିଥାଉ । ବିଭିନ୍ନ ବୟସର ବତକମାନଙ୍କ ପାଇଁ ଦାନାରେ ଦରକାର ହେଉଥିବା ପ୍ରୋଟିନ୍ ଓ ଶକ୍ତିର ପରିମାଣ ଏବଂ ପ୍ରତ୍ୟେକ କିସମର ଦାନାର ନମୂନା ଦିଆଯାଇଅଛି । ଦାନାରେ ରହୁଥିବା ଖାଦ୍ୟସାର ମାଂସ ପାଇଁ ଅଣ୍ଡା ପାଇଁ ୦ – ୨ ସପ୍ତାହ ୩-୮ ସପ୍ତାହ ୦ – ୮ ସପ୍ତାହ ୮ – ୨୦ ସପ୍ତାହ ୨୦ ସପ୍ତାହ ପ୍ରୋଟିନ ( %) ୨୦ ୨୦ ୨୦ ୧୬ ୧୮ ଉର୍ଜ୍ଜା ( ଶକ୍ତି) ( କିଲୋ କ୍ୟାଲୋରୀ / କେ.ଜି ) ୨୭୦୦ – ୩୦୦୦ ୨୭୦୦ – ୩୦୦୦ ୨୭୦୦ – ୩୦୦୦ ୨୫୦୦ – ୨୮୦୦ ୨୬୦୦ – ୨୯୦୦ ବତକମାନେ ସାଧାରଣତଃ ବହୁତ ଖାଦ୍ୟ ଖାଇଖାଆନ୍ତି । ସେମାନେ ମିଶ୍ରିତ ଦାନା ଖାଇବା ସଙ୍ଗେ ସଙ୍ଗେ ଯଦି ସେମାନଙ୍କୁ ପୋଖରୀକୁ ଛଡ଼ାଯାଏ, ତା ହେଲେ ଗେଣ୍ଡା, ଛୋଟ ମାଛ, କିଆ ଓ ଅନ୍ୟାନ୍ୟ ପୋକ ଏବଂ ସବୁଜ ପତ୍ର ଖାଇଥାଆନ୍ତି । ଦିନବେଳା ବାହାରକୁ ଛାଡ଼ି ଓ ରାତିରେ ଘର ଭିତରେ ରଖି ବତକ ପାଳନ କରିବା ପ୍ରଣାଳୀରେ ପ୍ରଥମେ ବତକ ଛୁଆମାନଙ୍କୁ ୬-୮ ସପ୍ତାହ ପର୍ଯ୍ୟନ୍ତ ଘରେ ରଖିବାକୁ ହୋଇଥାଏ । ସେହି ସମୟରେ ସେମାନଙ୍କୁ ଖୁଦ ଚାଉଳ, ପାଲିସ୍ କୁଣ୍ଡା, ଗହମ, ଚୋକଡ଼ ଏବଂ ରାଶି ପିଡ଼ିଆ ଇତ୍ୟାଦି ଖାଇବାକୁ ଦିଆଯାଏ । ୬-୮ ସପ୍ତାହ ପରେ ସେମାନଙ୍କୁ ଧାନ ବିଲରେ, ପଡ଼ିଆରେ ଓ ପୋଖରୀରେ ବୁଲି ଖାଦ୍ୟ ଖୋଜିବା ପାଇଁ ଛାଡ଼ି ଦିଆଯାଏ । ସନ୍ଧ୍ୟାରେ ସେମାନେ ଘରକୁ ଫେରନ୍ତି । ବତକ ଅଣ୍ଡା ଦେବା ଆରମ୍ଭ କଲେ, ସକାକୁ ଅଣ୍ଡା ସଂଗ୍ରହ କରିସାରି ତାକୁ ବାହାରକୁ ଛାଡ଼ି ଦିଆଯାଏ । ଏବଂ ସନ୍ଧ୍ୟାରେ ପୁଣି ଘରକୁ ଫେରନ୍ତି । ଏହି ପ୍ରଣାଳୀରେ ବତକମାନଙ୍କୁ ଭିନ୍ନ ଭିନ୍ନ ଦିନ ନୂଆ ନୂଆ ସ୍ଥାନକୁ ନେବାର ଆବଶ୍ୟକତା ପଡ଼େ । ବାହାରେ ବୁଲି ସେମାନେ ଧାନ ବିଲରୁ ଧାନ ଅମଳ ସମୟରେ ପଡ଼ିଥିବା ଧାନ, ଗେଣ୍ଡା, ଜିଆ ଓ ଅନ୍ୟାନ୍ୟ ପୋକଜୋକ ଏବଂ ସବୁଜ ପତ୍ର ଆଦି ଖାଇଥାଆନ୍ତି । ଏହି ପ୍ରଣାଳୀରେ ବତକର ଆବଶ୍ୟକତା ଅନୁସାରେ ସମସ୍ତ ଖାଦ୍ୟସାର ପାଉଛି ନା ନାହିଁ ଜାଣିବା କଷ୍ଟକର । ଘର ଭିତରେ ଆବଦ୍ଧ କରି ରଖିବା ପ୍ରଣାଳୀରେ ସେମାନଙ୍କୁ ୩ ପ୍ରକାର ଖାଦ୍ୟ ଦିଆଯାଇପାରିବ । ମିଶ୍ରିତ ଶୁଷ ଗୁଣ୍ଡଦାନା, ମିଶ୍ରିତ ଓଦା ଗୁଣ୍ଡଦାନା, ମିଶ୍ରିତ ଗୋଲ ଆକାରରେ ଦାନା । ମିଶ୍ରିତ ଶୁଷ ଗୁଣ୍ଡଦାନା ଦେବା ଉଚିତ୍ ନୁହେଁ, କାରଣ ଶୁଷ ଦାନା ଗିଳିବାରେ ବତକମାନେ ଅସୁବିଧା ଅନୁଭବ କରିଥାଆନ୍ତି । କିନ୍ତୁ ଯେତେବେଳେ ଶୁଖି ଦାନା ଖାଇବାକୁ ଦିଆଯାଏ, ସେମାନେ ତରତରରେ ପାଟିପୁରା ଦାନା ନିଅନ୍ତି । କିନ୍ତୁ ସବୁଗୁଡ଼ିକ ଗିଳି ନପାରି ଅଧିକାଂଶ ନିକଟସ୍ଥ ପାଣିକୁଣ୍ଡରେ ବାହାର କରି ଦିଅନ୍ତି । ଫଳରେ ବହୁତ ଦାନା ନଷ୍ଟ ହୋଇଥାଏ । ଶୁଖିଲା ଦାନାରେ ଅଳ୍ପ ପାଣି ମିଶାଇ ଖାଇବାକୁ ଦେଲେ ଖାଦ୍ୟ ନଷ୍ଟକୁ ଏଡ଼ାଇ ଦିଆଯାଇପାରେ । ଖାଦ୍ୟକୁ ଓଦା କରିଦେଲେ ପ୍ରଥମ ୨ ସପ୍ତାହ ପର୍ଯ୍ୟନ୍ତ ଦିନକୁ ୪-୫ ଥର ଦାନା ଦେବାକୁ ହୋଇଥାଏ । ତୃତୀୟ ସପ୍ତାହ ଠାରୁ ଦିନକୁ ୩-୪ ଥର ଦାନା ଦିଆଯାଏ । ଫଳରେ ଦାନା ପାତ୍ରରେ ଦାନା ବଳେ ନାହିଁ ଏବଂ ଦାନା ନଷ୍ଟ ହେବାର ଆଶଙ୍କା ନଥାଏ । ଏହି ପ୍ରଣାଳିରେ ଦାନା ଦେଲେ ପ୍ରତ୍ୟେକ ଥର ୧୦-୨୦ ମିନଟ୍ ଖାଇବା ସମୟ ଦିଆଯାଏ । ଦିନର ଶେଷ ଖାଦ୍ୟ ଦେଲାବେଳେ ଏଇ ସମୟକୁ ବଢ଼ାଇ ଦେବା ଦରକାର । ଏହି ପ୍ରଣାଳୀରେ ଦାନା ଦେଲେ ବତକମାନଙ୍କର ଦାନା ଖାଇବା ମଧ୍ୟ ବଢ଼ିଯାଇଥାଏ । କିନ୍ତୁ ଏହି ପ୍ରଣାଳୀରେ ବଡ଼ ଫାର୍ମଗୁଡ଼ିକରେ ଦାନା ଦେବା ସମ୍ଭବ ହୋଇନଥାଏ । ଓଦା ଦାନାପାତ୍ରରେ ବଳିପଡ଼ିଲେ ସେଥିରେ ଛତୁ ଫୁଟି ଆଫ୍ଲାଟସିନ୍ ନାମକ ଏକ ବିଷାକ୍ତ ପଦାର୍ଥ ତିଆରି ହେବାର ସମ୍ଭାବନା ଥାଏ, ଯାହାକି ଅତ୍ୟନ୍ତ ବିଷାକ୍ତ ଅଟେ । ତେଣୁ ଦାନାପାତ୍ର ଭଲ ଭାବରେ ସଫା କରିବା ଦରକାର । ଗୋଲି ଆକାରର ଦାନା ଏବେ ଆମ ଦେଶର ଅଧିକାଂଶ ପ୍ରଦେଶରେ ତିଆରି ହେଉଛି । ତେଣୁ ଏହି ଦାନା ଦେବା ବିଧେୟ । ଗୋଲିର ବ୍ୟାସ ୩-୫ ମି.ମି. ମଧ୍ୟରେ ରହିବା ଆବଶ୍ୟକ । ପ୍ରଥମ ୨ ସପ୍ତାହ ପର୍ଯ୍ୟନ୍ତ ୩ ମି.ମି. ବ୍ୟାସ ବିଶିଷ୍ଟ ଖାଦ୍ୟ ଗୋଲି ଦେବା ଆବଶ୍ୟକ । ଗୋଲି ଆକାରର ଖାଦ୍ୟ ଦେଲେ ଖାଦ୍ୟ ନଷ୍ଟ ହେବାର ସମ୍ଭାବନା ନଥାଏ ଏବଂ ଖାଦ୍ୟ ସୁଷମ ମଧ୍ୟ ହୋଇଥାଏ । ଖାଦ୍ୟର ପୁରା ବିନିଯୋଗ ହୋଇଥାଏ । ଦାନାରେ ଆଫ୍ଲା ଟସିନ୍ ପ୍ରସ୍ତୁତ ହେବାର ସମ୍ଭାବନା ମଧ୍ୟ ନଥାଏ । ଗୋଲି ଆକାରର ଦାନା ଦେଲେ ଦିନକୁ ୨ ଥର ଦାନା ଦେବା ଉଚିତ୍ । ଥରକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଖାଇବାକୁ ହେବ । ବତକମାନଙ୍କ ଖାଦ୍ୟର ପରିମାଣ ତାଙ୍କର ପ୍ରଜାତି, ଓଜନ ଓ ଅଣ୍ଡା ଦେବା କ୍ଷମତା ଏବଂ ସବୁଜ ପତ୍ର ଓ ବାହାରୁ ମିଳୁଥିବା ଖାଦ୍ୟ କେତେ ପରିମାଣରେ ମିଳୁଛି, ସେ ସବୁ ଉପରେ ନିର୍ଭର କରେ । ବର୍ଷକୁ ଗୋଟିଏ ଅଣ୍ଡା ଦେଉଥିବା ବତକ ୫୦-୬୦ କେ.ଜି. ପର୍ଯ୍ୟନ୍ତ ଦାନା ଖାଇଥାଏ ଏବଂ ଦିନକୁ ୧୨୦-୧୭୦ ଗ୍ରାମ ପର୍ଯ୍ୟନ୍ତ ଦାନା ଖାଇଥାଏ । ମାଂସ ପାଇଁ ପାଳନ କରାଯାଉଥିବା ବତକ ୧ କିଲୋଗ୍ରାମ୍ ଓଜନ ହେବା ପାଇଁ ୩.୨୨ କିଲୋଗ୍ରାମ୍ ଦାନା ଖାଇଥାଏ । ଅଣ୍ଡାଦିଆ ବତକ ପାଇଁ ଖାଦ୍ୟ ଦେବା ପ୍ରଣାଳୀ ସାତ ସପ୍ତାହ ପରେ ଅଣ୍ଡା ଦିଆ ବତକ ମାନଙ୍କୁ ସୀମିତ ପରିମାଣର ଦାନା ଦେବା ଦରକାର । ସୀମିତ ପରିମାଣର ଦାନ ଶରୀରକୁ ଆଖି ଆଗରେ ରଖି ଦିଆଯାଏ । ଅଣ୍ଡା ଦେବା ବେଳକୁ ଗୋଟିଏ ବତକ ଓଜନ ହାରାହାରି ୧.୪ ରୁ ୧.୮ କିଲୋଗ୍ରାମ୍ ହେବା ଦରକାର । ଦାନାର ପରିମାଣ ଏକ ଅଣ୍ଡାଦିଆ ଖାକି କ୍ୟାମ୍ପବେଲ ବତକ ପାଇଁ ବୟସ (ସପ୍ତାହ) ପ୍ରତି ବତକ ପାଇଁ ଦିନକୁ ଦାନା (ଗ୍ରାମ୍) ସମୁଦାୟ ଦାନା (କି.ଗ୍ରା.) ପ୍ରଥମ ୨୫ - ୨୮ ୦.୧୭୫ - ୦.୧୯୬ ଦ୍ଵିତୀୟ ୪୦ -୪୨ ୦, ୨୮୦ - ୦.୨୯୪ ତୃତୀୟ ୬୫ - ୬୮ ୦.୪୫୫ - ୦.୪୭୬ ଚତୁର୍ଥ ୮୦ - ୮୫ ୦.୫୬୦ - ୦.୫୯୫ ପଞ୍ଚମ – ଅଷ୍ଟମ ୧୦୦ – ୧୦୫ ୨.୮ – ୨.୯୪ ନବମ – ଦ୍ଵାଦଶ ୧୨୦ – ୧୨୫ ୩.୩୬ – ୩.୫ ତ୍ରୟୋଦଶ – ଷୋଡଶ ୧୩୫ – ୧୪୦ ୩.୭୮ – ୩ .୯୨ ଅଷ୍ଟାଦଶ - ବିଂଶ ୧୪୫ – ୧୫୦ ୪.୦୬ – ୪.୨୦ ବିଂଶରୁ ଊର୍ଦ୍ଧ୍ଵ ୧୫୦ – ୧୬୦ ଅଣ୍ଡାଦିଆ ବତକମାନଙ୍କର ଖାଦ୍ୟର ପରିମାଣ ବିବରଣୀ ଦାନା ( କେ.ଜି. ) ପୁଷ୍ଟିସାର ପରିମାଣ ଊର୍ଜା ( ଶକ୍ତି ) କି. କ୍ୟାଲୋରୀ / କେ.ଜି. ଷ୍ଟାଟର ଦାନା (ପ୍ରାରମ୍ଭିକ ଦାନା) ୦ - ୪ ସପ୍ତାହ ୧.୩୭ – ୧.୫୬ ୨୦% ୨୭୫୦ ୫ - ୮ ସପ୍ତାହ ୨.୮-୨.୯୪ ୨୦% ୨୭୫୦ ପ୍ରବର୍ଦ୍ଧକ ଦାନା (ଗ୍ରୋୟର ଦାନା) ୯-୨୦ ସପ୍ତାହ ୧୪.୦୦-୧୪.୫୬ ୧୬% ୨୫୦୦ ଅଣ୍ଡାଦିଆ ବାବା (ଲେୟାର ଦାନା) ୨୦ - ୭୨ ସପ୍ତାହ ୫୪.୬୦ - ୫୮.୨୪ ୧୮% ୨୬୫୦ ସମୁଦାୟ = ୬୯.୯୭ - ୭୪.o୬ ବା ୭୦-୭୫ କେ.ଜି. / ବତକ ବୟସ ( ସପ୍ତାହ ) ଓଜନ ( ଗ୍ରାମ୍ ) ସାପ୍ତାହିକ ଦାନା ଖର୍ଚ୍ଚ ( କେ.ଜି.) ଅଣ୍ଡିରା ମାଇ ଅଣ୍ଡିରା ମାଇ ୦ ୬୦ ୬୦ ୦.୦୦ ୦.୦୦ ୧ ୨୭୦ ୨୭୦ ୦.୨୨ ୦.୨୨ ୨ ୭୮୦ ୭୪୦ ୦.୭୭ ୦.୭୩ ୩ ୧୩୮୦ ୧୨୮୦ ୧.୧୨ ୧.୧୧ ୪ ୧୯୬୦ ୧୮୨୦ ୧.୨୮ ୧.୨୮ ୫ ୨୪୯୦ ୨୩୨୦ ୧.୪୮ ୧.୪୩ ୬ ୨୯୬୦ ୨୭୩୦ ୧.୬୩ ୧.୫୯ ୭ ୩୩୪୦ ୩୦୬୦ ୧.୬୮ ୧.୬୩ ୮ ୩୬୧୦ ୩୨୯୦ ୧.୬୮ ୧.୬୩ ବିଭିନ୍ନ ବୟସର ବତକ ପାଇଁ ଖାଦ୍ୟ ପରିମାଣ ( ଶତକଡା ହିସାବରେ ) ଉପାଦାନ ମାଂସ ପାଇଁ ଦାନା ଅଣ୍ଡା ପାଇଁ ଦାନା ପ୍ରାରମ୍ଭିକ ୦ – ୨ ସପ୍ତାହ ପ୍ରବର୍ଦ୍ଧକ ୩ ସପ୍ତାହ ପ୍ରବର୍ଦ୍ଧକ ୯ – ୧୮ ସପ୍ତାହ ଅଣ୍ଡଦିଆ ୧୮ ସପ୍ତାହ ଠାରୁ ଚୁରା ମକା ୩୨ ୩୧ ୨୦ ୨୫ ଜୁଆର ୧୧ ୧୬ ୩୦ ୧୭ ଚୁରା ମାଣ୍ଡିଆ ୫ ୬ ୧୦ ୬ ସୋୟାବିନ୍ ପିଡିଆ ଗୁଣ୍ଡ ୧୨ ୧୦ ୭ ୧୦ ରାଶି ପିଡିଆ ଗୁଣ୍ଡ ୧୨ ୧୦ ୭ ୧୦ ଶୁଖୁଆ ଗୁଣ୍ଡ ୧୦ ୮ ୫ ୮ କାଣ୍ଡିଆ ଚାଉଳ କୁଣ୍ଡା ୧୪ ୧୫ ୧୭ ୧୬.୫ ଶାମୁକା ଖୋଳ ଗୁଣ୍ଡ ୧.୫ ୧.୫ ୧.୫ ୫ ବିଶୋଧିତ ହାଡ ଗୁଣ୍ଡ ୧.୫ ୧.୫ ୧.୫ ୧.୫ ଲୁଣ ୦.୫ ୦.୫ ୦.୫ ୦.୫ ଲେଶ ଖଣିଜ ମିଶ୍ରଣ ୦.୨୫ ୦.୨୫ ୦.୨୫ ୦.୨୫ ଭିଟାମିନ୍ କ, ଖ – ୨, ଘ – ୩ ମିଶ୍ରଣ ୦.୨୫ ୦.୨୫ ୦.୨୫ ୦.୨୫ ପ୍ରାକୃତିକ ଉପାୟରେ ବତକ କିମ୍ବା କୁଡୁକି କୁକୁଡ଼ା ତାର ପେଟ ଓ ଡେଣା ତଳେ ୧୦-୧୫ ଗୋଟି ବତକ, ଅଣ୍ଡା, ୨୮ ଦିନ ପର୍ଯ୍ୟନ୍ତ ରଖିଛୁଆ ଫୁଟାଇବାର ଦାୟିତ୍ଵ ନେଇଥାଏ । କିନ୍ତୁ ମସ୍କୋଭି ବତକ, ଅଣ୍ଡା ଫୁଟିବାକୁ ୩୫ ଦିନ ସମୟ ଲାଗେ । କୁକୁଡ଼ା ଅଣ୍ଡା ତୁଳନାରେ ବତକ, ଅଣ୍ଡା ଫୁଟାଇବାକୁ ଅଧିକ ଆର୍ଦ୍ରତା ଦରକାର ହୁଏ । ବତକ, ଅଣ୍ଡା ବଡ଼ ହୋଇଥିବାରୁ ଗୋଟିଏ କୁଡୁକି କୁକୁଡ଼ା ବା ବତକ ଯେତିକି କୁକୁଡ଼ା ଅଣ୍ଡା ଉଷୁମେଇଁ ଥାଏ ତା ଠାରୁ ୨-୩ ଟି କମ୍ ବତକ, ଅଣ୍ଡା ଉଷୁମେଇ ଥାଏ । ବତକ ଛୁଆ ଅଣ୍ଡାରୁ ଫୁଟି ବାହାରି ସାରିଲା ପରେ ଉଷ୍ମତା ଆବଶ୍ୟକ କରେ । ମା ବତକ ବା ବତକ ଛୁଆ ଫୁଟାଇଥିବା କୁକୁଡ଼ାର ଡେଣା ଓ କଡ଼ ତଳେ ରହି ବତକ ଚିଆଁମାନେ ଉଷୁମ ପାଇଥାଆନ୍ତି । ବତକ, ଚିଆଁର ଆବଶ୍ୟକତାକୁ ଉପଲବ୍ଧ କରି ବୈଜ୍ଞାନିକମାନେ ବର୍ତ୍ତମାନ ହଜାର ହଜାର ସଂଖ୍ୟାର ବତକ, କୃତ୍ରିମ ଉପାୟରେ ବଢ଼ାଇ ଲାଳନ ପାଳନ କରି ପାରୁଛନ୍ତି । ଯାହା ଫଳରେ ବତକ ପାଳନ ବର୍ତ୍ତମାନ ଲାଭଜନକ ଧନ୍ଦାରେ ପରିଗଣିତ ହୋଇ ପାରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ପୁଷ୍ଟିକର ଓ ସୁସ୍ଵାଦୁ ଖାଦ୍ୟ ଯୋଗାଇ ଦେବା ସମ୍ଭବ ହୋଇପାରୁଛି । ବତକ, ଚିଆଁ ପାଳନ ପାଇଁ ପାରିବେଶିକ ଅବସ୍ଥା ଉତ୍ତାପ – ବତକ ଛୁଆ ଅଣ୍ଡାରୁ ଫୁଟି ବାହାରିବା ପରେ ପ୍ରଥମ ସପ୍ତାହରେ ୯୦ ଡିଗ୍ରୀ ଫାରେନ୍ହାଇଟ୍ ଉତ୍ତାପ ଦରକାର କରେ । ତା ପରେ ପ୍ରତି ସପ୍ତାହରେ ୫ ଡିଗ୍ରୀ ଫାରେନହାଇଟ୍ କମ୍ ଉତ୍ତାପ ହାରରେ ଚତୁର୍ଥ ସପ୍ତାହ ବେଳକୁ ୭୫ ଡିଗ୍ରୀ ଫାରେନହାଇଟ୍ ଉତ୍ତାପ ଆବଶ୍ୟକ କରେ । ବତକ ଛୁଆକୁ କୃତ୍ରିମ ଉପାୟରେ ପାଳନ କଲେ, ଛତାକୃତି ବ୍ରୁଡର କିମ୍ବା ଇନ୍ଫ୍ରାରେଡ଼୍ ବଲ୍ବ ଦରକାର । ଯାହା ବତକ ଛୁଆକୁ ଉତ୍ତାପ ଯୋଗାଇଥାଏ । ବତକ ଛୁଆଙ୍କୁ ଭଲଭାବରେ ନିରୀକ୍ଷଣ କଲେ ସେମାନଙ୍କର ଉତ୍ତାପ ଠିକ୍ ଅଛି କି ନାହିଁ ଜଣାପଡ଼ିବ । ଯଦି ବତକ ଛୁଆମାନେ ତାପର ଭସ୍ଥ ତଳେ ରୁଣ୍ଡ ହୋଇ ଜାକି ଜୁକି ହୋଇ ବସୁଥାନ୍ତି, ତାହେଲେ ଜାଣିବ ବ୍ରୁଡରର ଉତ୍ତାପ କମ୍ ଅଛି ଓ ବତକ ଚିଆଁମାନେ ଅଧିକ ଉତ୍ତାପ ଦରକାର କରୁଛନ୍ତି । ଯଦି ବତକ ଛୁଆମାନେ ଉଭାପ ଉସ ତଳକୁ ଆଦୌ ଆସୁନାହାନ୍ତି ଓ ବ୍ରତର ବାହାରେ ରହୁଛନ୍ତି, ତେବେ ଜଣାଯାଏ ଯେ, ଉତ୍ତାପ ଅଧ୍ୟକ ହୋଇଯାଇଛି । ତେଣୁ ଉତ୍ତାପ କମାଇବାକୁ ପଡ଼ିଥାଏ । ଯଦି ବତକ ଛୁଆମାନେ ବ୍ରୁଡରର ଉତ୍ପତଳେ ସବୁଆଡ଼େ ଖେଳାଇ ହୋଇ ବୁଲୁଥାନ୍ତି ତା ହେଲେ ଉତ୍ତାପ ଠିକ୍ ଅଛି ବୋଲି ଜଣାଯାଏ । ଅଧିକ ଉତ୍ତାପ କିମ୍ବା କମ୍ ଉତ୍ତାପ ହେଲେ, ବତକ ଛୁଆମାନଙ୍କର ଶାରୀରିକ ବୁଦ୍ଧି ବାଧାପ୍ରାପ୍ତ ହୁଏ । କମ୍ ଉତ୍ତାପରେ ବତକ, ଚିଆଁମାନେ ବ୍ରୁଡରର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ମରିଯାଆନ୍ତି । ରୁଣ୍ଡ ହୋଇ ଜାକିଜୁକି ହେବା ଫଳରେ ଦଳାଚକଟାରେ ବହୁତ ବତକ ଚିଆଁ ଶ୍ଵାସରୁଦ୍ଧ ହୋଇ ମଧ୍ୟ ମରିଯାଆନ୍ତି । ବାୟୁ ସଞ୍ଚାଳନ – ବତକ, ଚିଆଁମାନଙ୍କ ପାଇଁ ବିଶୁଦ୍ଧ ବାୟୁ ନିତାନ୍ତ ଦରକାର, ଯାହା ବତକ ଚିଆଁମାନଙ୍କୁ ଅମ୍ଳଜାନ ଯୋଗାଏ ଓ ଘରକୁ ଶୁଖିଲା ରଖିବାରେ ସାହାଯ୍ୟ କରେ । ନଚେତ୍ ଘରର ଆମୋନିଆ ବାଷ୍ପର ସାନ୍ଧ୍ରତା ବଢ଼ିଯାଇ ଚିଆଁମାନଙ୍କର ପ୍ରଭୁତ କ୍ଷତି ଘଟିଥାଏ । ଆର୍ଦ୍ରତା – ବତକ, ଚିଆଁ ଘରେ ୫୦ ରୁ ୬୦ ପ୍ରତିଶତ ଆର୍ଦ୍ରତା ଦରକାର । ଏହାଠାରୁ କମ୍ କିମ୍ବା ବେଶି ହେଲେ ବତକ, ଚିଆଁଙ୍କର କ୍ଷତି ଘଟାଏ । ଆର୍ଦ୍ରତା ଅଧିକ ହେଲେ ଲିଟର ଶୁଖିପାରେ ନାହିଁ । ଆର୍ଦ୍ରତା କମ୍ ହେଲେ ଲିଟର ଧୂଳିଆ ହୋଇ ବତକ, ଚିଆଁଙ୍କର ଶ୍ୱାସପ୍ରଶ୍ଵାସ ଜନିତ ରୋଗ କରାଏ । ଆର୍ଦ୍ରତା କମିଗଲେ ବତକମାନଙ୍କର ପର ଭଲ ଭାବରେ ବଢ଼େ ନାହିଁ । ଆଲୋକ– ଦିନବେଳେ ଚିଆଁ ଘରକୁ ମୁକ୍ତ ଆଲୋକ ଯିବା ଦରକାର, ସିଧାସଳଖ ସୂର୍ଯ୍ୟାଲୋକ ପଡ଼ିବା ଉଚିତ୍ ନୁହେଁ । ଚିଆଁମାନଙ୍କୁ ବ୍ରୁଡିଂ ସରିବା ପର୍ଯ୍ୟନ୍ତ ଦିନକୁ ୨୩ ଘଣ୍ଟା ଆଲୋକ ଦେବାର ବ୍ୟବସ୍ଥା କରିବାକୁ ପଡ଼ିଥାଏ । ବତକ ବ୍ରୁଡିଂ ଘର ଅନ୍ଧାରୁଆ ହେଲେ ବତକ, ଚିଆଁମାନେ ଭଲ ଭାବରେ ବଢ଼ିପାରନ୍ତି ନାହିଁ, ଯଦି କୌଣସି ଇଲେକ୍ଟ୍ରିକ୍ ବଲ୍ବ ଭାଙ୍ଗିଗଲା ଅବା ପୋଡ଼ିଗଲା, ତା ହେଲେ ତୁରନ୍ତ ଗୋଟିଏ ବଲ୍ଲବ ଲଗାଇବା ଦରକାର । ତଳଜାଗା ବା ମେଜିଆ ଜାଗା – ବତକ ଛୁଆମାନଙ୍କ ବୟସ ଅନୁସାରେ ଘରର ତଳଜାଗା ଦରକାର ହୁଏ । କେଉଁ ଅନୁସାରେ ବତକ ଛୁଆ ପାଳନ କରାଯାଉଛି, ବୟସ ଅନୁସାରେ ଭିନ୍ନ ଭିନ୍ନ ମେଜିଆ ଜାଗା ଦରକାର । ଆବଶ୍ୟକ ପରିମାଣ ଠାରୁ କମ୍ ତଳଜାଗା ହେଲେ, ବତକମାନେ ଭଲ ବଢ଼ିପାରନ୍ତି ନାହିଁ । ତେଣୁ ମାଂସ ଉତ୍ପାଦନ ଓ ଅଣ୍ଡା ଉତ୍ପାଦନ ବାଧାପ୍ରାପ୍ତ ହୁଏ । ବୟସ ଡିପଲିଟର ତଳ (ବତକ ଚିଆଁ ପ୍ରତି) ତାରଜାଲି ତଳ (ବତକ ଚିଆଁ ପ୍ରତି) ୦-୧ ସପ୍ତାହ ୬ ବର୍ଗ ଇଞ୍ଚ ୩ ବର୍ଗ ଇଞ୍ଚ ୧-୨ ସପ୍ତାହ ୯ ବର୍ଗ ଇଞ୍ଚ ୪ ବର୍ଗ ଇଞ୍ଚ ୨-୩ ସପ୍ତାହ ୧୨ ବର୍ଗ ଇଞ୍ଚ ୫ ବର୍ଗ ଇଞ୍ଚ ୩-୭ ସପ୍ତାହ ୨-୨ ୧/୨ ବର୍ଗ ଫୁଟ ୧ ୧/୨ ବର୍ଗ ଫୁଟ ବଡ଼ ବତକ ୪-୫ ବର୍ଗ ଫୁଟ ଦାନାପାତ୍ର ଓ ଜଳପାତ୍ର – ବତକ, ଚିଆଁଙ୍କର ବୟସ ଓ ଆକାର ଅନୁସାରେ ଦାନାପାତ୍ରର ସ୍ଥାନ ଦରକାର ହୁଏ । ସେହି ଅନୁସାରେ କେଉଁ ପ୍ରକାରର କେତୋଟି ଦାନାପାତ୍ର ଦରକାର ତାହା ସ୍ଥିର କରାଯାଏ । ଆବଶ୍ୟକ ଆକାରର ଓ ଆବଶ୍ୟକ ସଂଖ୍ୟକ ଦାନପାତ୍ର ଓ ଜଳପାତ୍ର ନ ରଖିଲେ ବତକ, ଚିଆଁମାନେ ଦରକାର ଅନୁସାରେ ଖାଦ୍ୟ ଖାଇ ପାରନ୍ତି ନାହିଁ କିମ୍ବା ପାଣି ପିଇ ପାରନ୍ତି ନାହିଁ । ଫଳରେ ଶରୀର ବୁଦ୍ଧି ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ କାଳରେ ଅଣ୍ଡା ଉତ୍ପାଦନ ମଧ୍ୟ କମିଯାଏ । କେଉଁ ବୟସର ବତକମାନଙ୍କୁ କେତେ ଦାନାପାତ୍ର ସ୍ଥାନ ଦରକାର ତାହା ନିମ୍ନରେ ଦିଆଯାଇଅଛି । ଦାନାପାତ୍ରର ସ୍ଥାନ – ବୟସ ସପ୍ତାହରେ ଦାନାପାତ୍ରର ସ୍ଥାନ ବତକ ପ୍ରତି ୦ – ୨ ୧ ୧/୨ ଇଞ୍ଚ ୨ – ୪ ୩ – ୪ ଇଞ୍ଚ ୪ – ୭ ୬ – ୮ ଇଞ୍ଚ ଜଳପାତ୍ରର ସ୍ଥାନ - ୦ – ୨ ୧/୨ ଇଞ୍ଚ (ଦୁଇଟି କପ୍ ୧୦୦ ଚିଆଁ ପ୍ରତି) ୨ – ୪ ୧ ଇଞ୍ଚ (ଚାରି କପ୍ ୧୦୦ ଚିଆଁ ପ୍ରତି) ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନାପାତ୍ର ଓ ଜଳପାତ୍ର ବୃଦ୍ଧି କରିବା ଦରକାର । ଯଦି ବତକ, ଚିଆଁ ଡିପ୍ ଲିଟର ପଦ୍ଧତିରେ ରଖାଯାଇଥାଏ । ତା ହେଲେ ଲିଟର ଓଦା ନ ହେବା ପାଇଁ ଜଳପାତ୍ରଗୁଡ଼ିକ ଘର ଭିତରେ ପାଣି ନାଳ କରି ମୋଟା ଜାଲିର ଘୋଡଣି ଦେଇ ତା ଉପରେ ଜଳପାତ୍ର ରଖିବାକୁ ହୁଏ । ଫଳରେ ବତକମାନେ ପାଣି ପିଇଲା ବେଳେ ମୁହଁ। ଏପଟ ସେପଟ କରି ବହୁତ ପାଣି ଛଟା ଛଟି କରନ୍ତି, ତାହା ଲିଟରରେ ନ ପଡ଼ି ତାର ଜାଲି ଉପରେ ପଡ଼ି ନାଳରେ ଚାଲିଯାଏ । ସେଥିଯୋଗୁଁ ଲିଟର ଓଦା ହୁଏ ନାହିଁ । ବତକ, ଚିଆଁ ପାଳନ ପାଇଁ ଆବଶ୍ୟକ ଉପକରଣ ବ୍ରୁଡରର କିମ୍ବା ଇନ୍ଫ୍ରାରେଡ଼୍ ବଲ୍ବ, ଚିଆଁ ଘୋର, ଦାନାପାତ୍ର, ଜଳପାତ୍ର ଓ ଲିଟର ବ୍ରୁଡର - ବତକ ମାନଙ୍କୁ କୃତ୍ରିମ ଉପାୟରେ ପାଳନ କଲେ ସେମାନଙ୍କୁ କୃତ୍ରିମ ପଦ୍ଧତିରେ ଉତ୍ତାପ ଯୋଗାଇ ଦିଆଯାଏ । ସେଗୁଡ଼ିକ ହେଲା – ଛତାକୃତି ବ୍ରୁଡର, ବ୍ୟାଟେରୀ ବ୍ରୁଡର, ଇନ୍ଫ୍ରାରେଡ଼୍ ବ୍ରୁଡର । ଛତାକୃତି ବ୍ରୁଡର ଦସ୍ତା, କାଠପଟା କିମ୍ବା ବାଉଁଶ ପାତିଆରେ ତିଆରି କରାଯାଇପାରେ ।ଗବେଷଣା ଫାର୍ମ ମାନଙ୍କରେ ବ୍ୟାଟେରୀ ବ୍ରୁଡରର ବ୍ୟବହାର କରାଯାଏ । ଆଜିକାଲି ବଜାରରେ ଇନ୍ଫ୍ରାରେଡ଼୍ ବଲ୍ବ ମିଳୁଛି । ତାହା ସାହାଯ୍ୟରେ ବ୍ରୁଡିଂଙ୍ଗ୍ କରାଯାଇପାରେ । ବତକ ଚିଆଁ ଘର – ବତକ ଚିଆଁ ପାଳନରେ ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚିଆଁମାନେ ଅଧିକ ଉତ୍ତାପ ଦରକାର କରନ୍ତି । ଉତ୍ତାପ ଉସରୁ ବତକ ଛୁଆମାନେ ବେଶୀ ଦୂରରେ ରହିଲେ ସେମାନଙ୍କୁ ଥଣ୍ଡା ହୁଏ । ତେଣୁ ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ରୁଡର ଠାରୁ ୨ ଫୁଟ ଛାଡ଼ି ୯ ଇଞ୍ଚରୁ ୧୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଚିଆଁ ଘେର ଗୋଲ ଭାବରେ ରଖାଯାଏ । ପ୍ରତିଦିନ ଘରକୁ ୨ ଇଞ୍ଚ ବାହାରକୁ ଅପସାରିତ କରି ୧୦ ଦିନ ପରେ ଘେରକୁ ସମ୍ପୂର୍ଣ୍ଣ କାଢ଼ି ଦିଆଯାଏ । ଏହା ଦସ୍ତାଟିଣ, ବାଉଁଶ ପାତିଆ ତଲେଇ କିମ୍ବା କ୍ୟାନଭାସରେ ତିଆରି କରାଯାଇପାରେ । ଦାନାପାତ୍ର ଓ ଜଳପାତ୍ର - ଚିଆଁଙ୍କର ବୟସ ଓ ଆକାର ଅନୁସାରେ ବିଭିନ୍ନ ପ୍ରକାରର ଦାନାପାତ୍ର ଓ ଜଳପାତ୍ର ରହିବା ଆବଶ୍ୟକ । ଦୟା ଚଦର, କାଠପଟା ଓ ମୋଟା ବାଉଁଶରେ ଦାନାପାତ୍ର ତିଆରି କରାଯାଇପାରେ । ସେହିପରି ଦସ୍ତା ଚଦର ନିର୍ମିତ ଓ ପ୍ଲାଷ୍ଟିକ୍ ଜଳପାତ୍ର ବ୍ୟବହାର କରାଯାଇପାରେ । ବତକ ଚିଆଁ ବୁଡ଼ିଙ୍କ ବେଳେ ସ୍ଵୟଂ ଚାଳିତ ଜଳପାତ୍ର ବ୍ୟବହାର କଲେ ଭଲ । ତେଣୁ ୧୦୦ ଟି ବତକ ଛୁଆ ପାଇଁ ଗୋଟିଏ ପ୍ଲାଷ୍ଟିକ୍ ଚାଳିତ ଜଳପାତ୍ର ରଖାଯାଏ । ଚିଆଁଘେର ଥିଲା ପର୍ଯ୍ୟନ୍ତ ଗୋଟିଏ ପ୍ରକାରର ଦାନାପାତ୍ର ୧୦୦ଟି ବତକ ଛୁଆ ହିସାବରେ ରଖାଯାଇଥାଏ । ଯଥେଷ୍ଟ ସଂଖ୍ୟକ ଦାନାପାତ୍ର ଓ ଜଳପାତ୍ର ବ୍ରଡ଼ରକୁ କେନ୍ଦ୍ର କରି ଚକର ଅର ପରି ସମସଜିତ ହୋଇ ରଖାଯାଏ, ଯେପରି ଚିଆଁମାନେ ଦାନା ଓ ପାଣି ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ । ବତକ ଛୁଆ ଆଣିବା ପୂର୍ବରୁ ବନ୍ଦୋବସ୍ତ ବତକ ଛୁଆ ଆଣିବା ପୂର୍ବରୁ ଚିଆଁ ଘରକୁ ଓ ଚିଆଁ ଘରର ଉପକରଣ ଗୁଡ଼ିକୁ ଭଲ ଭାବରେ ସଫା କରି, ଫିନାଇଲ୍ ଆଦି ବିଶୋଧନକ ସାହାଯ୍ୟରେ ବିଶୋଧନ କରାଯାଏ । ଘରର ଚଟାଣ, କାନ୍ଥ ଖରାପ ହୋଇଲେ ମରାମତି କରି ଚୂନ ଦିଆଯାଏ । ଚିଆଁ ଆଣିବାର ୨୪ ଘଣ୍ଟା ପୂର୍ବରୁ ପରିଷ୍କାର ବ୍ଲଡ଼ରକୁ ଘରର ମଝିରେ ରଖାଯାଏ ଓ ତାପମାନ ଠିକ୍ ଅଛି କି ନାହିଁ ପରୀକ୍ଷା କରି ଦେଖାଯାଏ । ପ୍ରଥମେ ଦେଢ଼ ଇଞ୍ଚ ବହଳର ଲିଟର ଘରର ମଝିରେ ଯେଉଁଠାରେ ବ୍ଲଡ଼ର ରହିବ ସେଠାରେ ଖୋଳାଯାଏ, ତା ପରେ ଚିଆଁଘେର ବୁଡ଼ର ଠାରୁ ୨-୩ ଫୁଟ ଛାଡ଼ି ବ୍ରୁଡର ଚାରିକଡ଼ରେ ଗୋଲାକାର ଭାବରେ ରଖାଯାଏ । ଲିଟର ଉପରେ ଖବର କାଗଜ ବିଛାଯାଏ । ଯେପରି ବତକଛୁଆ ଲିଟର ଖାଇ ନ ପାରନ୍ତି । ବତକ ଛୁଆ ଆସିବାର ୪ ଘଣ୍ଟା ପୂର୍ବରୁ ଜଳପାତ୍ରରେ ଜଳ ସହ ଆବଶ୍ୟକ ଔଷଧ ମିଶାଇ ରଖାଯାଏ ଓ ବ୍ରଡ଼ର ତଳେ ଗୁଣ୍ଡଦାନା ବିଛାଯାଏ । ବତକ ଛୁଆ ଆଣିବା ପରେ ଯତ୍ନ ପ୍ରଥମ ସପ୍ତାହର କାର୍ଯ୍ୟାବଳୀ - ପ୍ରଥମ ୪୮ ଘଣ୍ଟା ମଧ୍ୟରେ ବତକଛୁଆଙ୍କ ପାଇଁ ଖାଦ୍ୟ ଏତେ ଜରୁରୀ ନୁହେଁ । ଏହି ସମୟରେ ଚିଆଁ ପେଟ ଭିତରେ ଯୁବା କେଶର କୋଷରୁ ଖାଦ୍ୟଯାଏ । ତେଣୁ ବତକ ଚିଆଁକୁ ବ୍ରଡ଼ର ତଳେ ରଖିଲା ବେଳେ ସେମାନଙ୍କୁ ପ୍ରଥମେ ପରିଷ୍କାର ପାଣି ପିଇବାକୁ ଦେବା ଦରକାର । ଯଥେଷ୍ଟ ସଂଖ୍ୟକ ଦାନାପାତ୍ର ଓ ଜଳପାତ୍ର ବ୍ରୁଡରକୁ କେନ୍ଦ୍ର କରି ଚକର ଅର ସମ ସଜିତ ହୋଇ ରଖିବା ଉଚିତ୍ । ପ୍ରଥମ ୭ ଦିନରେ ଚିଆଁଙ୍କର ମୃତ୍ୟୁହାର ଅଧିକ ହୋଇଥିବାରୁ ସେମାନଙ୍କ ଉପରେ ତୀକ୍ଷଣ ଦୃଷ୍ଟି ଦେବା ଦରକାର । ପ୍ରଥମ ୧୦ ଦିନ ଚିଆଁଙ୍କର ପିଇବା ପାଣିରେ ଆଣ୍ଟିବାଇଓଟିକ୍ ମିଶାଇବା ଦରକାର । ପ୍ରଥମ ୫ ଦିନ ଦାନାପାତ୍ରରେ ପୂରା ଭାବରେ ଦାନା ଦେଇ ଢାଙ୍କୁଣୀ କଢ଼ାଯାଇଥାଏ । ବ୍ରୁଡର ତଳେ ଉତ୍ତାପ ୯୦° ଫାରେହାଇଟ୍ ରଖାଯାଏ । ଶୀତଦିନେ ଚିଆଁଘରର ଝରକାକୁ ଅଖାଦ୍ଵାରା ବନ୍ଦ କରି ଦିଆଯାଏ, ଯେପରି ବାୟୁ ଚାଳନାରେ ବାଧା ନ ହୁଏ । ପଞ୍ଚମ କିମ୍ବା ଷଷ୍ଠ ଦିନ ଖବର କାଗଜକୁ କାଢ଼ି ଦିଆଯାଏ । ପୂର୍ବବଣ୍ଡିତ ଅନୁସାରେ ଚିଆଁଘେର ଦୈନିକ ୨ ଇଞ୍ଚ ଲେଖାଏଁ ପ୍ରସାରିତ କରାଯାଏ । କୌଣସି ଚିଆଁ ମରିଗଲେ ତୁରନ୍ତ ସେମାନଙ୍କୁ କାଢ଼ି ପୋଷ୍ଟମଟମ୍ ସୁବିଧା ଥିଲେ କରାଯାଏ । ଦ୍ଵିତୀୟ ସପ୍ତାହର କାର୍ଯ୍ୟାବଳୀ - ବ୍ରୁଡର ତଳର ୫ ଡିଗ୍ରୀ ଫାରେନହିଟ୍ କମାଯାଇଥାଏ । ଯେପରି ଉତ୍ତାପ ୮୫ ଡିଗ୍ରୀ ଫାରେହିରେ ରହେ । ଚିଆଁଗୁଡ଼ିକ ୫ ଦିନରୁ ୧୫ ଦିନ ହେବା ପର୍ଯ୍ୟନ୍ତ ଦାନାପାତ୍ରରେ ଦାନା ପୂରାଭାବରେ ଦେଇ ଢାଙ୍କୁଣୀ ଘୋଡ଼ାଯାଏ । ତା ପରେ ଦାନାପାତ୍ରରେ ୨-୩ ଭାଗ ପର୍ଯ୍ୟନ୍ତ ଦାନା ଦିଆଯାଏ । କାରଣ ଅଧିକ ଦାନା ଦେଲେ ଦାନା ନଷ୍ଟ ହୁଏ । ଦଶମ ଦିନରେ ଚିଆଁ ଘରକୁ କାଢ଼ି ଦିଆଯାଏ । ଦାନାପାତ୍ର ଓ ଜଳପାତ୍ରର ଉଚ୍ଚତା ବଢ଼ାଯାଏ । ଯେପରି ଦାନାପାତ୍ର ଓ ଜଳପାତ୍ରର ଧାର ଚିଆଁଙ୍କର ପିଠି ଉଚ୍ଚତାରେ ରହିବ । ଲିଟରକୁ ୨-୩ ଦିନ ବ୍ୟବଧାନରେ ଓଲଟ ପାଲଟ କରାଯାଏ । ଯେପରି ଲିଟର ମୁଣ୍ଡାଳିଆ ନହୁଏ । ଦୁଇ ତିନି ଦିନ ବ୍ୟବଧାନରେ ଜଳପାତ୍ର ଓ ଦାନାପାତ୍ରର ସ୍ଥାନରେ ସାମାନ୍ୟ ପରିବର୍ତ୍ତନ କରାଯାଏ । ଜଳପାତ୍ରକୁ ପ୍ରତ୍ୟେକ ଦିନ ସଫା କରି ପରିଷ୍କାର ପାଣି, ଆଣ୍ଟିବାଇଓଟିକ୍ ଓ ଭିଟାମିନ୍ ମିଶ୍ରଣ ମିଶାଇ ଦିଆଯାଏ । ଏହି ସପ୍ତାହରେ ବତକ ଛୁଆଙ୍କୁ ପ୍ରାରମ୍ଭିକ ଦାନା ଦୁଇ । କିମ୍ବା ତିନି ଥର ଦିଆଯାଏ । ତୃତୀୟ ସପ୍ତାହର କାର୍ଯ୍ୟାବଳୀ - ବ୍ରୁଡର ତଳର ଉତ୍ତାପ ଆଉ ୫ ଡିଗ୍ରୀ ଫାରେନହିଟ୍ କମାଯାଏ, ଯେପରି ବ୍ରଡର ତଳର ଉତ୍ତାପ ୮୦ ଡିଗ୍ରୀ ଫାରେନହିରେ ରହିବ । ଅଧିକ ଲିଟର ପକାଯାଏ, ଯେପରି ଲିଟର ଉଚ୍ଚତା ୩ ଇଞ୍ଚ ହେବ । ଛୋଟ ଦାନା ପାତ୍ର ଓ ଜଳପାତ୍ର ବଦଳାଇ ମଧ୍ୟମ ଧରଣର ଦାନାପାତ୍ର ଓ ଜଳପାତ୍ର ବ୍ୟବହାର କରାଯାଏ । ଏହି ସମୟ ଠାରୁ ପ୍ରବର୍ଦ୍ଧକ ଦାନା ଦିଆଯାଏ । ଯଦି ଖାଦ୍ୟ ଗୋଲି ଭାବରେ ମିଳୁଥାଏ, ତା ହେଲେ ଖାଦ୍ୟ ଗୋଲି ଦେବା ଉଚିତ୍ । ଦୁଇ ତିନି ଦିନ ବ୍ୟବଧାନରେ ଲିଟର ତଳ-ଉପର କରାଯାଏ । ଚତୁର୍ଥ ସପ୍ତାହର କାର୍ଯ୍ୟାବଳୀ - ବ୍ରୁଡିଂର ତଳ ଉତ୍ତାପ ଆଉ ୫ ଡିଗ୍ରୀ ଫାରେନହିଟ୍ କମାଯାଇ ୭୫ ଡିଗ୍ରୀ ଫାରେହ୍ନାଇଟକୁ ଅଣାଯାଏ । ବତକ ଚିଆଁଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ଖାଦ୍ୟ ଓ ପାନୀୟର ପରିମାଣ ବଢ଼େ । ତେଣୁ ଅଧିକ ସଂଖ୍ୟାକ ଦାନାପାତ୍ର ଓ ଜଳପାତ୍ର ରଖାଯାଏ, ଯେପରି ବତକମାନେ ଆରାମରେ ଦାନା। ଖାଇପାରିବେ ଓ ପାଣି ପିଇପାରିବେ । ବାହାରେ ଅତି ବେଶୀ ଥଣ୍ଡା ପଡୁନଥିଲେ ୪ ସପ୍ତାହର ବ୍ରୁଡିଂ ବତକ ଚିଆଁଙ୍କ ପାଇଁ ଯଥେଷ୍ଟ ହୋଇଥାଏ । ନଚେତ୍ ଆଉ ଏକ ସପ୍ତାହ ବ୍ରୁଡିଂ ଦରକାର ପଡ଼ିଥାଏ। ୫ ରୁ ୧୬ ସପ୍ତାହ ପର୍ଯ୍ୟନ୍ତ – ଚାରି ସପ୍ତାହ ପରେ ବତକ ଛୁଆଙ୍କୁ ନିମ୍ନଲିଖିତ ଯେ କୌଣସି ପ୍ରଣାଳୀରେ ପାଳନ କରାଯାଇପାରେ । ସଂପୂର୍ଣ୍ଣ ରୂପେ କୋଠରୀରେ ଆବଦ୍ଧ, ଅଧା ସମୟ ଆବଦ୍ଧ ଓ ଅଧା ସମୟ କୋଠରୀ ବାହାରେ ଆବଦ୍ଧ ପରିବେଶ ମଧ୍ୟରେ ରଖି, ସଂପୂର୍ଣ୍ଣ ଖୋଲା ପଡ଼ିଆରେ ରଖି । ସଂପୂର୍ଣ୍ଣ ଆବଦ୍ଧ କରି ରଖିଲେ ଗୋଟିଏ ବତକ ଛୁଆ ପାଇଁ ୩ ବର୍ଗଫୁଟ ଜାଗା ଦରକାର ହୁଏ । ଅଧା ଆବଦ୍ଧ ଓ ଅଧା ଖୋଲା ପରିବେଶରେ ରଖିଲେ ଛୁଆ ପ୍ରତି ୨-୩ ବର୍ଗଫୁଟ ଓ ଖୋଲା ପରିବେଶରେ ଛୁଆପ୍ରତି ୧୦ ରୁ ୧୫ ବର୍ଗଫୁଟ । ଜାଗା ଦରକାର ହୁଏ । ଦାନାପାତ୍ରରେ ୩-୫ ଇଞ୍ଚ ଲମ୍ବର ଜାଗା ପ୍ରତ୍ୟେକ ଛୁଆ ପାଇଁ ଦରକାର ହୁଏ । ସେହିପରି ମାସ ପାଇଁ ପାଳନ କରାଯାଉଥିବା ବତକ ଛୁଆମାନଙ୍କୁ ୮ ସପ୍ତାହ ପର୍ଯ୍ୟନ୍ତ ୪ ଇଞ୍ଚ ଜାଗା ଦରକାର ହୁଏ । ପାଣି ପାତ୍ରରେ ପ୍ରତ୍ୟେକ ଛୁଆପାଇଁ ୧.୭୫ ଇଞ୍ଚ ଲମ୍ବର ଜାଗା ଦରକାର ହୁଏ । ସେହିପରି ମାଂସ ପାଇଁ ପାଳନ କରାଯାଉଥିବା ବତକ ଛୁଆମାନଙ୍କ ପାଇଁ ୮ ସପ୍ତାହ ପର୍ଯ୍ୟନ୍ତ ୨ ଇଞ୍ଚ ଲମ୍ବର ଜାଗା ଦରକାର ହୁଏ । ପାଣି ପାତ୍ରର ଗଭୀରତା ୫-୬ ଇଞ୍ଚ । ହେବା ଦରକାର । ଫଳରେ ବତକ ଛୁଆ ପାଣି ଭିତରେ ସଂପୂର୍ଣ୍ଣ ରୂପେ ତାର ମୁଣ୍ଡ ବୁଡ଼ାଇ ପାରିବ । ଖୋଲା ପରିବେଶରେ ପାଚେରୀର ଉଚ୍ଚତା ୨ ଫୁଟ ହେଲେ ଯଥେଷ୍ଟ । ଯଦି ସଂପୂର୍ଣ୍ଣ ରୂପେ ଖୋଲା ପରିବେଶ ମଧ୍ୟରେ ବତକ ପାଳନ କରାଯାଏ, ତା ହେଲେ ଏକ ଏକର ଜାଗାରେ ୨୦୦ ବତକ ଛୁଆ ରହିପାରିବେ । ଅଣ୍ଡା ଦେଇଥିବା ବତକ ପାଳନ (୧୬-୭୨ ସପ୍ତାହ ପର୍ଯ୍ୟନ୍ତ) - ବତକ ସାଧାରଣତଃ ୧୬-୧୮ ସପ୍ତାହର ହେଲେ ଅଣ୍ଡା ଦେବା ଆରମ୍ଭ କରିଦିଏ । ସଂପୂର୍ଣ୍ଣ ଆବଦ୍ଧ କୋଠରୀ ମଧ୍ୟରେ ପ୍ରତ୍ୟେକ ବତକ ପାଇଁ ୪-୫ ବର୍ଗଫୁଟ ଜାଗା ଏବଂ ଅଧା ଆବଦ୍ଧ ଓ ଅଧାଖୋଲା ପ୍ରଣାଳୀରେ ୩ ବର୍ଗଫୁଟ ଜାଗା ଓ ଖୋଲା ଆବଦ୍ଧ ପରିବେଶରେ ବତକ ପିଛା ୧୦-୧୫ ବର୍ଗଫୁଟ ଜାଗା ଦରକାର । ବତକ ଅଣ୍ଡା ଦେବା ପାଇଁ କୋଠରୀ ମଧ୍ୟରେ ଗୋଟିଏ ବସା ଦରକାର । ଅଣ୍ଡାଦେବା ବସାର ଆକାର ୧୨ ଇଞ୍ଚ ୧୪ ଇଞ୍ଚ ୧୫ ଇଞ୍ଚ ହେବା ଉଚିତ୍ । ତିନୋଟି ବତକ ପାଇଁ ଗୋଟିଏ ବସା ଦରକାର ହୁଏ । ପ୍ରତି ୬-୭ ଗୋଟି ମାଈ ବତକ ପାଇଁ ଗୋଟି ଅଣ୍ଡିରା ବତକ ଦରକାର । ସଂପୂର୍ଣ୍ଣ ରୂପେ ଖୋଲା ବତକ ପାଳନ ପ୍ରଣାଳୀରେ ୧ ଏକର ଜାଗାରେ ୧୦୦ଟି ବତକ ପାଳନ କରାଯାଇପାରିବ । ଅଧିକ ଜାଣିବା ପାଇଁ - "ଓୟୁଏଟି" ସଂଗୃହିତ - ମୂଳ ବିଷୟ ବସ୍ତୁ ଡଃ ଶରତ ଚନ୍ଦ୍ର ମିଶ୍ର ଡଃ ପ୍ରବୀଣ କୁମାର ଦେହୁରୀ ଡଃ ପ୍ରସବ କୁମାର ମିଶ୍ର ସଂଶୋଧିତ ବିଷୟବସ୍ତୁ - ଡଃ ପ୍ରସନ୍ନ କୁମାର ମିଶ୍ର, ପ୍ରଫେସର. କୁକ୍କୁଟ ବିଜ୍ଞାନ ବିଭାଗ, ଓୟୁଏଟି, ଭୁବନେଶ୍ଵର