ବତକ ପାଳନ କାହିଁକି ? ବତକର ଅଣ୍ଡା ଦେବା କ୍ଷମତା ଅଧିକ ବତକ ଅଣ୍ଡାର ଆକାର ବଡ ଓ ଏମାନେ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇ ପାରନ୍ତି । ବତକ ଅଣ୍ଡାରେ ଅଧିକ ପରିମାଣର ପୃଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟପ୍ରାଣ ରହିଥାଏ । ବତକ ପାଳନ ପାଇଁ କମ ମୂଳଧାନରେ ଆବଶ୍ୟକତା ଥାଏ । ଅଳ୍ପ ଖର୍ଚ୍ଚରେ ବତକ ଘରଟିଏ କରାଯାଇ ପାରିବ । ଏମାନଙ୍କର ରୋଗ ସୀମିତ ଏବଂ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବତକମାନେ ଗାଁ ପୋଖରୀ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପରିବେଶରୁ ସହଜ ଏ ଖାଦ୍ୟ ସଂଗ୍ରହ କରିପାରନ୍ତି । ସମନ୍ଵିତ ଭାବେ ଧାନ ଓ ମାଛ ସହ ବତକ ପାଳନ କରାଯାଇ ପାରିଲେ ତାହା ଅଧିକ ଲାଭ ଦେଇଥାଏ । ବତକର ପ୍ରକାର ଭେଦ ଅଣ୍ଡାଦିଆ ବତକ ଖାକି କ୍ୟାମ୍ଫବେଲ : ଦେହରେ ରଙ୍ଗ ଧୂସର ଆକାର ମାଧ୍ୟମରୁ ଛୋଟ ;ଅଣ୍ଡାଦାନ କ୍ଷମତା ଯଥେଷ୍ଟ ଅଧିକ (ବାର୍ଷିକ ୩୦୦ ରୁ ଅଧିକ) ଦେଶୀ ବତକ : ଦେହର ରଙ୍ଗ ଧଳା- କଳା ମିଶ୍ରିତ ;ଓଜନ ମାଧ୍ୟମ (୨ ରୁ ୨.୫ କେଜି) ଏବଂ ଅଣ୍ଡାଦାନ କ୍ଷମତା ଆଶାନୁରୂପ । ମାଂସ ଉପଯୋଗୀ ବତକ ହ୍ଵାଇଟ ପେକନ : ରଙ୍ଗ ଧଳା ;ଆକାର ବଡ (୩ ରୁ ୩.୫ କେଜି) ;ଦୃତ ଶରୀର ବୃଦ୍ଧି କ୍ଷମତା ମାତ୍ର କମ ଅଣ୍ଡା ଦିଅନ୍ତି । ଏହା ମାଂସ ପାଇଁ ଉପଯୁକ୍ତ । ମୋତି /ମସ୍ଲୋଭି : ରଙ୍ଗ ଧଳା : କଳା ମିଶ୍ରିତ ;ଆକାର ଅପେକ୍ଷା କୃତ ବଡ ;କମ ପାଣି ଆବଶ୍ୟକ କରନ୍ତି ଏବଂ କମ ଅଣ୍ଡା ଦିଅନ୍ତି । ଏମାନଙ୍କର ମାଂସ ସ୍ଵାଦଯୁକ୍ତ । ବତକ ପାଳନର ପଦ୍ଧତି ୨୫ ରୁ ୩୦ ଟି ବତକ ବିଶିଷ୍ଟ ଗୋଟିଏ ୟୁନିଟ (ଦଳ) ପାଇଁ ଘର ଅଗଣା ବା ପୋଖରୀ ହୁଡାରେ ମାଟି ବା ନଡା ଛପର ଯୁକ୍ତ ଛୋଟ ଘରଟିଏ ତିଆରି କରିବାକୁ ପଡିବ । ବତକ ପିଛା ୨-୨.୫ ବର୍ଗ ଫୁଟ , ହିସାବରେ ସ୍ଥାନ ନେଇ ୫-୬ ଫୁଟ ଉଚ୍ଚତା ବିଶିଷ୍ଟ କମ ଖର୍ଚ୍ଚରେ ଘରଟିଏ ତିଆରି କରିବା ଆବଶ୍ୟକ । ଘର ମଧ୍ୟକୁ ବାୟୁ ଚଳଚଳ ପାଇଁ ବିପରୀତ କାନ୍ଥରେ ୨ ଟି ବଡ ଝରକାର ବ୍ୟବସ୍ଥା କରିବା ଉଚିତ । ଘରର ଚଟାଣର ୧ ସେମି ବହଳର ବାଲି / ଚକ୍ଷୁ ପକାଇଲେ ଭଲ । ବୃଡ଼ିଂ ଦିନିକିଆ ବତକ ଛୁଆମାନଙ୍କୁ ୩ ରୁ ୪ ସପ୍ତାହ ପର୍ଯ୍ୟନ୍ତ ବୃଡ଼ିଂ କରାଯାଏ । ବୃଡ଼ିଂ ସମୟରେ ବିଦ୍ୟୁତ ବଲବ ବା ଲଣ୍ଠନର ବ୍ୟବହାର କରି ଉଷ୍ମତାର ବନ୍ଦୋବସ୍ତ କରାଯାଏ ,। ଦାନାରେ ସମପରିମାଣର ପାଣି ମିଶାଇ ବତକମାନଙ୍କୁ ଦେବା ଦରକାର । ବୃଡ଼ିଂ ସମୟରେ ଯଥେଷ୍ଟ ପରିଷ୍କାର ପାଇବା ପାଣିରେ ବ୍ୟବସ୍ଥା କରିବା ଦରକାର । ବୃଡ଼ିଂ ସମୟରେ ମଧ୍ୟ ବତକ ଛୁଆମାନଙ୍କୁ କିଛି ସମୟ ପାଇଁ ଘର ଅଗଣାରେ ଚଲାବୁଲା ପାଇଁ ଛାଡିଲେ ଭଲ । କଟାସ ବା ବଣୁଆ ଜନ୍ତୁ ଭଳି ଶତ୍ରୁଙ୍କ କବଳରୁ ବତକ ଛୁଆଙ୍କୁ ରକ୍ଷା କରିବା ପାଇଁ ତିକ୍ଷଣ ନଜର ଦେବା ଆବଶ୍ୟକ । ଏକ ମାସ ପରେ ବତକ ଛୁଆ ମାନଙ୍କୁ ପୋଖରୀଙ୍କୁ ଛାଡିବା ଉଚିତ । ୨୦ ରୁ ୩୦ ଟି ବତକ ବିଶିଷ୍ଟ ଗୋଟିଏ ୟୁନିଟ ପାଇଁ ପୋଖରୀରୁ ଯଥେଷ୍ଟ ଖାଦ୍ୟ ମିଳିଥାଏ । ଘରର ବଳକା ପନିପରିବା ଚୋପା, ବଳକା ଖାଦ୍ୟ ତଥା ଅନ୍ୟାନ୍ୟ ଅନାବନା ଜିନିଷ ବତକ ମାନଙ୍କୁ ଦେବା ଆବଶ୍ୟକ । ଅଣ୍ଡା ଉତ୍ପାଦନ ଖାକି କ୍ୟାମ୍ଫବେଲ ଓ ଦେଶୀ ବତକ ଭଳି ଅଣ୍ଡା ଦିଆ ପ୍ରଜାତିର ବତକମାନେ ୫ ମାସ ବେଳକୁ ଅଣ୍ଡା ଆଦେବା ଆରମ୍ଭ କରିଥାନ୍ତି । ଅଣ୍ଡା ଦେବା ସମୟରେ ବତକମାନଙ୍କୁ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ଖାଦ୍ୟ ଦେବା ଆବଶ୍ୟକ । ଖାଦ୍ୟ ସହ କ୍ୟାଲସିୟମ , ଫାଶଫରସ ଏବଂ ଅନ୍ୟାନ କହଣିଜ ପଦାର୍ଥ ମିଶାଇ ଖାଇବାକୁ ଦେଲେ କ୍ରମାଗତ ଭାବେ ଅଣ୍ଡା ଉତ୍ପାଦନ ହୋଇଥାଏ । ଏହି ସମୟରେ ବତକ ମାନଙ୍କୁ ଘରର ବଳକା , ଖାଦ୍ୟ , ବ୍ୟବହାର ଅନୁପଯୋଗୀ ପନିପରିବା ଇତ୍ୟାଦି ସିଝାଇ ଖାଇବକଉ ଦେବା ଆବଶ୍ୟକ । ଅଣ୍ଡା ଦିଆ ବତକମାନଙ୍କୁ ପଥର ଚୂନ, ଶାମୁକା, ମାଛ କାଟି ଅବା ମାର୍ବଲ ଗୁଣ୍ଡ ଖାଦ୍ୟରେ ମିଶାଇ ଖାଇବାକୁ ଦେଲେ ଅଣ୍ଡା ଉତ୍ପାଦନ ଓ ଆକାର ବଢିବା ସଙ୍ଗେ ସାଗନେ ଅଣ୍ଡାର ଖୋଳପା ଟାଣ । ବତକମାନେ ସାଧାରତଃ ରାତିରେ ବା ପାହାନ୍ତିଆ ସମୟ ଅଣ୍ଡା ଦେଇଥାନ୍ତି । ଓସାରିଆ ମୁହଁ ଯୁକ୍ତ ମାଟି ହାଣ୍ଡି ବତକ ଘର କୋଣରେ ବସାଇଲେ ବତକମାନେ ତା ମଧ୍ୟରେ ଅଣ୍ଡା ଦେବା ପସନ୍ଦ କରିଥାନ୍ତି । ଏହାଦ୍ଵାରା ଅଣ୍ଡା ତଳେ ପଡି ଭାଙ୍ଗିବା ବା ଅଣ୍ଡା ମଇଳା ହେବାର ଭୟ ନ ଥାଏ । ମାଈ ବତକ ଅଣ୍ଡା ଦେବା ଆରମ୍ଭ କାଲେ ଦଳରେ ଥିବା ଅଣ୍ଡିରା ବତକମାନଙ୍କୁ ବିକ୍ରି କରିଦେବା ଉଚିତ । ଏହା ଫଳରେ ମାଈ ବତକମାନଙ୍କୁ ପରିବେଶଋ ଅଧିକ ଖାଦ୍ୟ ମିଳିଥାଏ,ଏବଂ ଚାଷୀକୁ ଅଧିକ ଅଣ୍ଡା ମିଳେ । ବତକ ଅଣ୍ଡା ଓଜନ ୬୦-୬୫ ଗ୍ରାମ ହୋଇଥାଏ ଯାହା କୁକୁଡା ଅଣ୍ଡା ଠାରୁ ଅଧିକ । ବତକମାନେ ୨-୩ ବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି । ରୋଗ ଓ ତା ନିରାକରଣ ବତକମାନଙ୍କର ରୋଗ ଅତି ସୀମିତ ମାତ୍ର ସମୟ ସମୟରେ ପାଣିପାଗର ପରିବର୍ତ୍ତନ ଘାତିଳେ ଏବଂ ଆବଶ୍ୟକ ପରିମାଣରେ ପନୟ ନ ମିଳିଲେ ବତକ ମାନଙ୍କର ସାଧାରଣ ସ୍ୱାସ୍ଥ୍ୟର ଅବନତି ଘଟେ । ଅଣ୍ଡା ଦାନ କ୍ଷମତା କମିଯାଏ ଏବଂ ଅନ୍ୟାନ୍ୟ ରୋଗରେ ଅମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି । “ ଡକ ପ୍ଲେଗ “ ଏକ ମାରାତ୍ମକ ରୋଗ । ଏହାର ଲକ୍ଷଣ ଗୁଡିକ ହେଲା – ଘନ ଘନ ପତଳା ଓ ଦୁର୍ଗନ୍ଧ ମାଳ ସାଙ୍ଗକୁ ଜ୍ଵର ହେବ , ଅତି ଅଳ୍ପ ଆସାମୀ ମଧ୍ୟରେ ଆକ୍ରାନ୍ତ ବତକ ଦୁର୍ବଳ ହୋଇଯାଏ ଏବଂ ମରିଯାଏ । ଏହି ରୋଗ ଅତିଶୀଘ୍ର ଭାବେ ଅନ୍ୟ ଆଞ୍ଚଲକୁ ବ୍ୟାପିଯାଏ ଏବଂ ଏଥିରେ ମୃତ୍ୟୁ ହାର ଅଧିକ, ମାତ୍ର “ ଡକ ପ୍ଲେଗ” ବହୁତ କମ ସମୟ ରେ ଏ ସ୍ଥଳ ବିଶେଷରେ ପରିଲିଖିତ ହୋଇଥାଏ । ଏହି ରୋଗର ପ୍ରତିକାର ପାଇଁ ୩ ରୁ ୪ ମାସ ବୟସର ସମସ୍ତ ବତକକୁ ପ୍ଲେଗ ଟୀକା ଦେବା ଆବଶ୍ୟକ । ଏହା ବ୍ୟତୀତ ପୁରୁଣା କୁକୁଡା ଦାନା ବତକମାନଙ୍କୁ ଦେଲେ ସେଥିରେ ଥିବା ଅଫ୍ଲିଟକ୍ଵିନ ବତକମାନଙ୍କ ଠାରୁ ପକ୍ଷପାତ ରୋଗର ଲକ୍ଷଣ ଦେଖାଦେଇ ଥାଏ ଏବଂ ଅଚାନକ ଭାବେ ଅଣ୍ଡା ଦେବା ବନ୍ଦ ହୋଇଥାଏ । ଉପରୋକଟ ପ୍ରଣାଳୀର ବତକ ପାଳନ କରିପାରିଲେ ଗ୍ରାମଞ୍ଚଳରେ ଜଣେ ଚାଷୀ ୨୫ ରୁ ୩୦ ଟି ବତକ ବିଶିଷ୍ଟ ଗୋଟିଏ ୟୁନିଟରୁ ବାର୍ଷିକ ୧୪,୦୦୦ /- ରୁ ୧୬,୦୦୦ /- ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଆଧାର :- କେନ୍ଦ୍ରୀୟ ପକ୍ଷୀ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ଵର