ସଂରକ୍ଷଣ ବିଲାତି ବାଇଗଣ ବା ପାତଳ ଘଣ୍ଟାର ବ୍ୟବହାର ଅଳ୍ପ ବହୁତେ ସମସ୍ତେ ଜାଣନ୍ତି । ଆମ ଦେଶ ତଥା ଓଡିଶାରେ ଏହାର ଚାଷ ବହୁ ପରିମାଣରେ ହୋଇଥାଏ । ସେପ୍ଟେମ୍ବର ମାସଠାରୁ ଆରମ୍ଭ କରି ମେ ମାସଯାଏ ଏହା ବଜାରରେ ବିକ୍ରିହେବା ଦେଖାଯାଇଥାଏ । କିନ୍ତୁ ଏହାର ସଦୁପଯୋଗ ଠିକ ଭାବରେ ହେଉନଥିବା ଯୋଗୁଁ ବହୁତ ଫଳ ନଷ୍ଟ ହୋଇଥାଏ । ପ୍ରଥମେ ପ୍ରଥମେ ବଜାରରେ ଏହାର ଦାମ ଏତେ ବଢିଥାଏ ଯେ ସାଧାରଣ ଲୋକ କିଣି ଖାଇବା ସମ୍ଭବପର ହୁଏ ନାହିଁ । କିନ୍ତୁ କିଛିଦିନ ପରେ ପୁଣି ଶସ୍ତା ହୋଇଯାଏ ଖରାଦିନେ ପୁଣି ଦାମ ବଢିଯାଏ । ବେସୀ ମିଳିବା ବେଳେ ଓ ବିକ୍ରିବଟା ସମୟ ରେ ଅନେକ ଫଳ ପଚିସଢି ନଷ୍ଟ ହୋଇଥାଏ । ତେଣୁ ଏଗୁଡ଼ିକୁ ସଂରକ୍ଷିତ କରିବା ଦ୍ଵାରା , ବଜାରରେ ଅନିଶ୍ଚିତ ବିକ୍ରି ମୂଲ୍ୟ ଆୟତ୍ତାଧୀନ ହେବା ସଙ୍ଗେ ସଙ୍ଗେ ଏହି ଉପାଦେୟ ଖାଦ୍ୟପଦାର୍ଥ ଉଚିତ ମାର୍ଗରେ ବିନିଯୋଗ ହୋଇପାରେ । ନିୟମିତ ଭାବେ ଏହି ପ୍ରକାରର ସଂରକ୍ଷିତ ଖାଦ୍ୟ ବର୍ଷସାରା ଖାଇବା ଦ୍ଵାରା ଶରୀରର ଦରକାରୀ , ଗଠନକାରୀ ତଥା ସ୍ୱାସ୍ଥ୍ୟ ସଂରକ୍ଷଣ ଲାଗି ନାନା ଉପାଦାନ ଯୋଗାଇବାରେ ଏହା ସାହାଯ୍ୟ କରିଥାଏ । ନିମ୍ନଲିଖିତ ତାଲିକାରେ ପ୍ରତି ୧୦୦ ଗ୍ରାମ ଖାଦ୍ୟ ପଦାର୍ଥ ଥିବା ଖାଦ୍ୟସାରା ଦିଆଯାଇଛି । ପରୀକ୍ଷା କାଲେ ପ୍ରଦତ୍ତ ତାଲିକାରୁ ଜଣାଯାଏ ଯେ ଅସିଝା ପାଚିଲା ବିଲାତିବାଇଗଣରେ ସବୁ ପ୍ରକାରର ଖାଦ୍ୟସାର ଭାରପୁର ଥିଲେ ମଧ୍ୟ ଏଥିରୁ ପ୍ରସ୍ତୁତ ଓ ସଂରକ୍ଷିତ ଖାଦ୍ୟପଦାର୍ଥରେ ପାଚିଲା ତଟକା ଫଳଠାରୁ ଅଧିକ ମାତ୍ରାରେ । କ୍ର ନଂ ଖାଦ୍ୟସାର ଟୋକାଟୋ ପକ୍ଵ ପରିପକ୍ଵ ଟୋମାଟୋ ଫଳ ଟୋମାଟୋ ଚଟଣି 1 ଜଳ ୮୬.୫୦ ଗ୍ରାମ ୯୩.୪୦ ଗ୍ରାମ ୫୮.୨୦ ଗ୍ରାମ 2 ଦୁର୍ଲଭ ଶ୍ଵେତସାର ୧.୫୦ ଗ୍ରାମ 3 ଚିନି ୩.୩୦ ଗ୍ରାମ ୨.୮୦ ଗ୍ରାମ ୩୮.୫୦ ଗ୍ରାମ 4 ଶର୍କରା କିଞ୍ଚିତ କିଞ୍ଚିତ ୦.୩୦ ଗ୍ରାମ 5 ଯବକ୍ଷାର ୦.୧୬ ଗ୍ରାମ ୦.୧୪ ଗ୍ରାମ ୦.୧୮ ଗ୍ରାମ 6 ଛେନା ଜାତୀୟ ୧.୦୦ ଗ୍ରାମ ୦.୯୦ ଗ୍ରାମ ୧.୧୦ ଗ୍ରାମ 7 ଲହୁଣୀ ଜାତୀୟ ୫.୯୦ ଗ୍ରାମ କିଞ୍ଚିତ ୦.୧୦ ଗ୍ରାମ 8 ସୁଲଭ ଶ୍ଵେତସାର ୩.୩୦ ଗ୍ରାମ ୨.୮୦ ଗ୍ରାମ ୩୮.୮୦ ଗ୍ରାମ 9 କେଲୋରି ୭୧. ୧୪. ୧.୫୧ ଗ୍ରାମ 10 ସୋଡିୟମ ୩.୩୦ ଗ୍ରାମ ୨.୮ ଗ୍ରାମ ୧୩୦ ମି.ଗ୍ରା 11 ପୋଟାସିୟମ ୩.୩୫ ଗ୍ରାମ ୨୮୮ ଗ୍ରାମ ୨.୯୮ ଗ୍ରାମ 12 ଚୂନ ୧୫.୪୦ ଗ୍ରାମ ୧୩.୩୦ ଗ୍ରାମ ୨୬.୨୦ ଗ୍ରାମ 13 ମେଗ୍ନିସିଏମ ୧୭.୮୦ ଗ୍ରାମ ୧୧.୦୦ ଗ୍ରାମ ୦.୯୩ ଗ୍ରାମ 14 ଲୌହ ୦.୫୦ ଗ୍ରାମ ୦.୪୩ ଗ୍ରାମ ୦.୯୩ ଗ୍ରାମ 15 ତମ୍ବା ୦.୧୨ ଗ୍ରାମ ୦.୧୦ ଗ୍ରାମ ୦.୧୨ ଗ୍ରାମ 16 ଫସପରସ ୨୪.୮୦ ଗ୍ରାମ ୨୧.୩୦ ଗ୍ରାମ ୩୬.୫୦ ଗ୍ରାମ 17 ଗନ୍ଧକ ୯.୨୦ ଗ୍ରାମ ୧୦.୭୦ ଗ୍ରାମ ୩୧.୧୦ ଗ୍ରାମ 18 କ୍ଳୋରିନ ୫୪.୦୦ ଗ୍ରାମ ୫୧.୦ ଗ୍ରାମ ୨୧୫ ଗ୍ରାମ ରଖାଯାଇଥାଏ । ଏହାଛଡା ଭିଟାମିନ –ସି (ଜୀବନିକା ବା ଖାଦ୍ୟପ୍ରାଣ) ବିଶେଷତଃ ବିଲାତିବାଇଗଣରେ ଅଧିକ ମାତ୍ରାରେ ଥାଏ । ପାଚିଲା ଫଳ ଖାଇ ଓ ସେଥି ସଙ୍ଗେ ସଙ୍ଗେ ସେଗୁଡିକୁ ନାନା ଖାଦ୍ୟପଦାର୍ଥରେ ପରିଣତ କରି ସଂରକ୍ଷିତ କରିବା ଖୁବ ଲାଭ ଜଣକ ଉଦ୍ୟମ ଅଟେ । ଆଜିକାଲୀ ଘରେ ଏହି ଟମାଟୋ ଫଳଗୁଡିକର ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ବଡ ବଡ ପ୍ୟାକ୍ଟେରି ଜରିଆରେ ବହୁପରିମାଣରେ ସଂରକ୍ଷିତ କରାଯାଉଛି । ନିମ୍ନରେ ବିଲାତିବାଇଗଣ ସଂରକ୍ଷିତ କେତୋଟି ଉପାୟ ଦିଆଗଲା । ଟମାଟୋ ରସ ସଂରକ୍ଷଣ ଟମାଟୋର ଖାଦ୍ୟସାର ଓ ଖାଦ୍ୟପ୍ରାଣ ଭରପୁର ଥିବା ପୂର୍ବ ତାଲିକାରୁ ଜଣାପଡେ । ଏଥିରେ ଭିଟାମିନ ରହିବା ସଙ୍ଗେ ସଙ୍ଗେ ଭିଟାମିନ –ସି ସାଧାରଣତଃ ବହୁ ପରିମାଣରେ ଥାଏ । ତାଛଡା ଲୌହ, ମାଙ୍ଗାନିଜ , ତମ୍ବା ମଧ୍ୟ ଅଧିକ ପରିମାଣରେ ମିଳେ । ଏହି ଫଳରସର ଖାଦ୍ୟମୂଲ୍ୟ କମଳା ରସ ସଙ୍ଗେ ସମାନ ହୋଇଥାଏ । ପରୀକ୍ଷା କରି ଦେଖାଯାଇଛି ଯେ ଭିଟାମିନ (A,B,C) କମଳା ରସର ସମ ଅନୁପାତରେ ଏଥିରେ ଥାଏ । ଉଚିତ ବିଧିରେ ସଂରକ୍ଷିତ କରିବା ଦ୍ଵାରା ଖାଦ୍ୟମୂଲ୍ୟ ମଧ୍ୟ ସଂରକ୍ଷିତ ହୁଏ । ଫଳ ପ୍ରସ୍ତୁତି ଉତ୍ତମ ରୂପେ ଏକାପରି ଲାଲ ଧରିଥିବା ପାଚିଲା ବିଲାତି ବାଇଗଣ ବାଛି ପାଣିରେ ପରିଷ୍କାର କରି ଧୋଇ ପରିବାଗୁଡିକର ବାହାର ଅଂଶରେ ଥିବା ସମସ୍ତ ପ୍ରକାରର ଅପରିଷ୍କାର ଜିନିଷଗୁଡିକ ବାହାର କରିଦିଆଯାଏ । କାରଣ ବାହାରରେ ଲାଖି ରହିଥିବା ମାଟି, ଜୀବାଣୁ ଓ ସେମାନଙ୍କ ଅପବୀଜ ରସ ସହିତ ମିଶି ତାର ସଂରକ୍ଷଣ ସମୟ କମାଇଦିଏ ଓ ରସ ନଷ୍ଟ କରିଦିଏ । ଡେମ୍ଫ ଓ ଅନ୍ୟାନ୍ୟ ଅନାବଶ୍ୟକ ଅଂଶକାଟି ବାହାର କରିଦିଆଯାଏ । ପରେ ଫଳଗୁଡିକ ଫାଳ ଫାଳ କରି କାଟି ରଖାଯାଏ । ଗରମ କରିବା : ଗୋଟିଏ ପରିଷ୍କାର ଆଲୁମିନିୟମ ଡେକଚିରେ କଟା ଫଳଗୁଡିକୁ ରଖି ଗରମ କରାଯାଏ । ଯଦି ଫଳଗୁଡିକ ମାଂସାଳ ହୋଇଥାଏ ତେବେ ଟିକିଏ ପାଣି ମିଶାଇ ସିଝାଇବା ଉଚିତ । ଗରମ କରିବା ସମୟରେ କାଠ ଚାମଚ ଦ୍ଵାରା ଫଳ ଖଣ୍ଡଗୁଡିକୁ ମକଚି ଘାଣ୍ଟିବା ଦରକାର । କୌଣସି ମତେ ଲୁହା, ତମ୍ବା ବା ପିତ୍ତଳର ଜିନିଷ ବ୍ୟବହାର କରିବା ଅନୁଚିତ କାରଣ ଫଳରେ ଥିବା ଅମ୍ଳ ଓ ତତସମ୍ବନ୍ଧୀୟ ରାସାଯନିକ ଜିନିଷର ସଂସ୍ପର୍ଶରେ ଆସିବା ଦ୍ଵାରା ରସର ରଙ୍ଗ ତଥା ସ୍ଵାଦୁ ନଷ୍ଟ ହୋଇ ଅଖାଦ୍ୟରେ ପରିଣତ ହୋଇଥାଏ । ପାଞ୍ଚମିନିଟ ଗରମ କରିବା ପରେ ଫଳର ଚୋପା ଓ ମଞ୍ଜିରୁ ରସକୁ ଅଲଗା କରିବା ଦରକାର । ପରେ ପରିଷ୍କାର କଣା ବା ଚିନାମାଟି ପାତ୍ର ବା ଷ୍ଟେନଲେସ ଷ୍ଟିଲ ଜାଲି ତାର ବିଶିଷ୍ଟ ଚାଲୁଣିରେ ରସକୁ ଛାଣି ମଞ୍ଜି ଓ ଚୋପାଗୁଡିକରୁ ଅଲଗା କରାଯାଇଥାଏ । ବଡ ବଡ କରଖାନାମାନଙ୍କରେ ଫଳଗୁଡିକୁ 68 ଫାହି ଉତ୍ତାପ ହେବାଯାଏ ଗରମ କରାଯାଏ । ରସର ସାନ୍ଦ୍ରତା ବା ଗାଢତା ଏହି ଉତ୍ତାପରେ ଉପଯୁକ୍ତ କରାଯାଇଥାଏ । ଲୁଣ ମିଶାଇବା ରସରେ ଶତକଡା 6 ଭାଗ ଲୁଣ ରଖାଯିବା ଆବଶ୍ୟକ । ତେଣୁ ପ୍ରତି ୧୦୦୦ କେଜି ରସରେ ୬ କେଜି ଲୁଣ ପ୍ରଥମେ କିଛି ଏବଂ ପରେ ବଳକା ଲୁଣ ମିଶାଇ ଘାଣ୍ଟି ଦିଆଯାଏ । ଚିନି ମିଶାଇବା ରସକୁ ସୁସ୍ଵାଦୁ ଓ ରୁଚିକର କରିବା ଲାଗି ଚିନି ମିଶାଯିବା ଆବଶ୍ୟକ । ରସରେ ଶତକଡା ୪ ଭାଗ ମିଠା ରହିବା ଉଚିତ । ତମାଟୋରେ ପ ପ୍ରାକୃତିକ ଚିନି ବହୁ ପରିମାଣରେ ଥାଏ । ସେଥିହେତୁ ରସରେ ଆଉ ଅଧିକା ଚିନି ମିଶାଇବା ପାଇଁ ପ୍ରତି ୧୦୦ କିଗ୍ରା ରସରେ ୧.୦ ରୁ ୧.୨ କିଗ୍ରା ଚିନି ମିଶାଜାଇଥାଏ ବା ନିମ୍ନମତେ ଉପାଦାନଗୁଡିକ ନିଆଯାଇପାରେ - ଟମାଟୋ ରସ - ୧୦ କେଜି ଲୁଣ - ୧୦୦ ଗ୍ରାମ ଚିନି -୫୦ ଗ୍ରାମ ପ୍ରିଜରଭେଟିଭ ମିଶାଇବା ଲୁଣ ଓ ଚିନି ମିଶା ରସରେ ସୋଡିୟମ ବେନଜୋଏଟ ପ୍ରତି ୪୫.୪ କିଗ୍ରା ରସରେ ୪୨.୫ ଗ୍ରାମ ମିଶାଇ ଭଲଭାବେ ଫେଣ୍ଟି ପୂର୍ବରୁ ବିଶୋଧିତ ହୋଇଥିବା ଲାମ୍ବା ବୋତଲରେ ଭାରି ଠିପି ବନ୍ଦକରି ସଂରକ୍ଷିତ କରାଯାଏ । ଏହି ପ୍ରଣାଳୀରେ ରସ ୮ ରୁ ୯ ମାସ ଯାଏ ଠିକଭାବେ ସଂରକ୍ଷିତ ହୋଇଥାଏ । ଟିଣଡବାରେ ସାଇତିବା ବିଲାତି ଡବାରେ ସାଇତିବା ବିଲାତି ବାଇଗଣ ଗୁଡିକୁ ବିଶୋଧିତ ଓ ନିଷ୍କାସନ ଟିଣ ଡବା ଭିତରେ ରଖି ଯନ୍ତ୍ର ସାହାଯ୍ୟରେ ମୁହଁ ବନ୍ଦକରି ବହୁଦିନ ଯାଏ ସଂରକ୍ଷିତ କରାଯାଇପାରେ । ବିଲାତି ବାଇଗଣ ଜାମ ଭଲଭାବେ ପାଚି ଏକାପରି ରଙ୍ଗ ଧରିଥିବା ବିଲାତି ବାଇଗଣଗୁଡିକୁ ପରିଷ୍କାର ଭାବେ ଧୋଇ କନାରେ ପୁଟୁଳି କରି ବାନ୍ଧିଦିଆଯାଏ । ଫୁଟୁଥିବା ପାଣିରେ 4-5 ମିନିଟଯାଏ ଓହଳାଇ ବାହାର କରିବା ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ରଖାଯାଏ । ପରେ ଚୋପା ଛଡାଇ ଡେକଚିରେ ରଖି ରନ୍ଧାଯାଏ । ଏହି ସମୟରେ କାଠ ଚାମଚରେ ଦବାଇ ଫଳଗୁଡିକୁ ଭଲଭାବେ ମିଶାଇ ଦିଆଯାଏ । ପ୍ରତ୍ୟେକ କେଜି ଟମାଟୋ ପ୍ରତି ୦.୭୫ କେଜି ଚିନି ମିଶାଇ ରାନ୍ଧିବା ଉଚିତ । ରନ୍ଧା ହାଣ୍ଡିର ଉତ୍ତାପ ୨୨୧ ଫାହି ପହଞ୍ଚିବା ପରେ ଡେକଚି ଓହ୍ଲାଇ ବିଶୋଧିତ ପରିଷ୍କାର ବୋତଲରେ ଭର୍ତ୍ତିକରି ଥଣ୍ଡା ହେବାପରେ ପତଳା ତରଳ ମହମ ସ୍ତରଟିଏ ଦେଇଜାରର ମୁହଁବନ୍ଦକରି ସଂରକ୍ଷିତ କରାଯାଏ । ରନ୍ଧା ହେବାବେଳେ ରୁଚି ଅନୁଯାୟୀ ଲେମ୍ବୁରସ ବା ସାଇଟ୍ରିକ ଏସିଡ ମିଶ୍ରିତ କରାଯାଇପାରେ । ବିଲାତି ବାଇଗଣ ଶସ ଟମାଟୋ କେଚପ ବଡ ରୁଚିକର । ଆଜିକାଲି ଆଧୁନିକ ରେଷ୍ଟୁରାଣ୍ଟ , ହୋଟେଲ , ଓ ଅନେକଙ୍କ ଗୃହରେ ଏହାର ବ୍ୟବହାର ବହୁଳ ପରିମାଣରେ ଦେଖାଯାଏ । ପକୋଡି, ସିଙ୍ଗଡା , ପିଆଜ, ଆଦି ଜଳଖିଆ ସହିତ ଟମାଟୋ ଶସ ଖାଇୟାକୁ ଭଲ ଲାଗେ । ଘରେ ଘରେ ଟମାଟୋ ଫଳରେ ଶସ ତିଆରି କରି ସଂରକ୍ଷିତ କରାଯାଇପାରେ । ଘରେ ଘରେ ଟମାଟୋ ଫଳରେ ଶସ ତିଆରି କରି ସଂରକ୍ଷିତ କରାଯାଇପାରେ । ପ୍ରଣାଳୀ ଉତ୍ତମ ରୂପେ ପାଚିଠିବା ଲାଲରଙ୍ଗର ବିଲାତି ବାଇଗଣ ବାଛି ନିଆଯାଏ । ସଢା, ପୋଚା, କଞ୍ଚା ଫଳଗୁଡିକୁ ଅଲଗା କରିଦିଆଯାଏ । ଫଳଗୁଡିକ ଭଲଭାବେ ଧୋଇ ଡେମ୍ଫ ଅଲଗା କରି ରଖାଯାଏ । ରସ ବାହାର କରିବା ଧୁଆ ଯାଇଥିବା ଫଳଗୁଡିକ ଦୁଇ ବା ଚାରିଫାଳ କରି ଛୁରୀରେ କାଟି ଏଲୁମିନିୟମ ଡେକଚିରେ ରଖାଯାଏ । କାଟିବା ସମୟରେ ଶାଗୁଆ ସଢା ଅଂଶ ବାଦ ଦିଆଯାଏ । ଶସ ହାଣ୍ଡି ଚୁଲିରୁ ଓହ୍ଲାଇବା ୫-୧୦ ମିନିଟ ପୂର୍ବରୁ ଉଚିତ ପରିମାଣର ଭିନେଗାର ମିଶାଯାଇଥାଏ । ଯେ କୌଣସି ଖଟା ମିଶାଯିବା ଦ୍ଵାରା ଶସରେ ଅମ୍ଳ ୧.୨୫ ରୁ ୧.୫୦% ଭିତରେ ରହିବା ଉଚିତ । ସଶ ହାଣ୍ଡିରୁ ଓହ୍ଲାଇବା କେଉଁ ଅବସ୍ଥାରେ ବା କେଉଁ ସମୟରେ ହାଣ୍ଡି ଚୁଲିରୁ ଓହ୍ଲାଇବା ଜାଣିବା ଉଚିତ । ଶସରେ ସାନ୍ଦ୍ରତା ସହଜେ ଜାଣିହେବ । ସାଧାରଣତଃ ସାନ୍ଦ୍ରତା ବା ଘନତ୍ଵ ୧.୧୪୫ ରୁ ୧.୬୫ ହେବା ଦରକାର । ଏହି ଫ୍ୟାକ୍ଟେରିରେ ମାପି ଜାଣିହୁଏ କିନ୍ତୁ ଗୃହ ସଂରକ୍ଷଣ ଭିତ୍ତିରେ ସୁବିଧାଜନକ ନୁହେଁ । ରିଫ୍ରାକଟୋମିଟର ଦ୍ଵାରା ଏହି ଯନ୍ତ୍ରରେ ଶସ ଟିକିଏ ନେଇ ପରୀକ୍ଷା କରିବା ଦ୍ଵାରା ଓ ସମୁଦାଯ ଘନ ପଦାର୍ଥ ଶତକଡା ୨୬-୨୮ ଥିବାର ଦେଖାଯାଏ । ତେବେ ହାଣ୍ଡି ଓହ୍ଲାଇବା ଦରକାର । ଚାମଚ ପରୀକ୍ଷା ଚାମଚରେ ଘାଣ୍ଟି ଉପରୁ ଢାଳିବା ଦ୍ଵାରା ଯଦି ରସ ଓ ପାଣି ଅଲଗା ଅଲଗା ନ ହୋଇ ମହୁପରି ଖସେ ତବେ ଶସ ହାଣ୍ଡି ଓହ୍ଲାଇବା ଦରକାର । ବ୍ୟବହାର କରାଯାଇଥିବା ରସର ପରିମାଣ ତୁଳନାରେ ତିଆରି ହୋଇଥିବା ଶସ ୧/୩ ଅଂଶ ହୋଇଥାଏ ତେବେ ଶସ ରନ୍ଧା ଶେଷ ହେଲା ବୋଲି ଧରାଯାଏ । ଅର୍ଥାତ ତିନି କେଜି ଟମାଟୋ ରସ ନେଇ ଶସ ରାନ୍ଧିବା ପରେ ଯଦି ଶସ ଏକ କେଜି ହୋଇଥାଏ , ସେତିକି ବେଳେ ଶସ ଚୁଲିରୁ ଓହ୍ଲାଇବା ଦରକାର । ଶସ ଦୁଇ ପ୍ରକାରର ସଂରକ୍ଷିତ କରାଯାଇପାରେ । ପ୍ରିଜରଭେଟିଭ ଦ୍ଵାରା ,(୨) ଭରା ବୋତଲ ବିଶୋଧନ ଦ୍ଵାରା ଶସ ତିଆରି ହୋଇଯିବା ପରେ ଗରମ ଥାଉଁ ଥାଉଁ ସେଥିରେ ୨୮.୩ ଗ୍ରାମ ସୋଡିୟମ ବେଞ୍ଜୋଏଟ ପ୍ରତି ୫୦ କେଜି ପାଇଁ ନେଇ ଟିକିଏ ପାଣିରେ ଗୋଳି ପ୍ରସ୍ତୁତ ହୋଇଥିବା ଶସରେ ଭଲଭାବେ ମିଶାଇ ବିଶୋଧିତ ବୋତଲରେ ଭରି ସଂରକ୍ଷିତ କରାଯାଏ । ଏହି ପ୍ରଣାଳୀରେ ଶସ ବହୁଦିନଯାଏ ସଂରକ୍ଷିତ କରିହୁଏ ଓ ଶସ ବୋତଲ ଖୋଲି ବ୍ୟବହାର କରିବା ଲାଗି ୪ ରୁ ୬ ସପ୍ତାହ ଯାଏ ଶସ ବ୍ୟବହାର କରିହୁଏ । ଦ୍ଵିତୀୟ ପ୍ରଣାଳୀରେ ସଂରକ୍ଷିତ କରିବାକୁ ହେଲେ ବୋତଲରେ ପ୍ରିଜରଭେଟିଭ ମିଶାଯାଏ ନାହିଁ । ଶସ ରନ୍ଧା ଶେଷ ହେବାପରେ ବିଶୋଧିତ ବୋତଲରେ ରଖି ଠିପି ବନ୍ଦ କରାଯାଏ । ପରେ ଭରା ଯାଇଥିବା ବୋତଲଗୁଡିକୁ ଡେକଚିରେ ରଖି ପାଣି ଭର୍ତ୍ତିକରି ବିଶୋଧନ କରାଯାଏ । ମଧ୍ୟେ ମଧ୍ୟେ ବୋତଲର ଠିପି ଆପେ ଆପେ ବୋତଲରୁ ଉଠିଯାଇଥାଏ । ତେଣୁ ସେଗୁଡିକୁ ଦବାଇ ବନ୍ଦ କରିବା ଉଚିତ । ପରେ ବୋତଲ ଗୁଡିକୁ ଥଣ୍ଡା କରି ପୋଛି ସଂରକ୍ଷିତ କରାଯାଏ । ଏହି ପ୍ରଣାଳୀରେ ସାଇତାଯିବା ଶସ ବେଶିଦିନ ଯାଏ ସଂରକ୍ଷିତ କରାଯାଏ ନାହିଁ । ବୋତଲ ବ୍ୟବହାର କରିବା ଲାଗି ଖୋଲିବା ପରେ ୩-୪ ଦିନ ଭିତରେ ଶେଷ କରିଦେବା ଆବଶ୍ୟକ । କାରଣ ବୋତଲ ଖୋଲିବାର ୪-୫ ଦିନ ପରେ ଶସ ନଷ୍ଟ ହେବାର ସମ୍ଭାବନା ଥାଏ । ତେଣୁ ଏହି ପ୍ରଣାଳୀରେ ଛୋଟ ଛୋଟ ବୋତଲ ସଂରକ୍ଷିତ କରାଗଲେ ଟିକିଏ ସୁବିଧା ହୋଇଥାଏ । ରଙ୍ଗ –ଶସ ରନ୍ଧାଯିବା ପରେ ତାର ପ୍ରାକୃତିକ ଟମାଟୋ ରଙ୍ଗ ଯଦି ହ୍ରାସ ଘଟିଥାଏ ତେବେ ଭଲ ଦେଖାଯାଏ ନାହିଁ । ଆଜିକାଲି ଟମାଟୋର କୃତ୍ରିମ ଖାଦ୍ୟ ରଙ୍ଗ ବଜାରରେ ବିକ୍ରୟ ହେଉଛି । ତାହା ନେଇ ବ୍ୟବହାର କରିହେବ । ଅବଶ୍ୟ ଆଗରୁ ସାବଧାନ ହୋଇ ଶସ ପ୍ରସ୍ତୁତ କରାହେଲେ ରଙ୍ଗ ରହିଥାଏ । ନିମ୍ନରେ ଦିଆଯାଇଥିବା କେତେଗୋଟି ବିଷୟ ପ୍ରତି ନଜର ରଖି ଶସ ରନ୍ଧାଯିବା ଉଚିତ । ଶାଗୁଆ, ପଚା , ସଢା ଖୁଣ ଓ ପୋକଖିଆ ଫଳଗୁଡିକ ଅଲଗା କରିବା ଆବଶ୍ୟକ । ଲାଲରଙ୍ଗର ଟମାଟୋ ପାଚିଲା ଫଳ ବ୍ୟବହାର କରାଯିବ ଉଚିତ । ରସ ସିଝାଇବା ସମୟରେ ପ୍ରଥମେ କେତେ ସମୟ ଲାଗି ଧୀରେ ଧୀରେ ମଧ୍ୟମ ଜାଳରେ ରାନ୍ଧି ପରେ ଉତ୍ତାପର ମାତ୍ରା ବଢାଇ କମ ସମୟରେ ଶସକୁ ଗାଢ କରାଯିବା ଉଚିତ । ଲୁଣ,ଚିନି, ମସଲା , ଓ ଭିନେଗାର ଉତ୍ତମ ଓ ପରିଷ୍କାର ହେବା ଆବଶ୍ୟକ । ଚିନି ଏକାଥରେ ନ ମିଶାଇ ପୂର୍ବବର୍ଣ୍ଣିତ ରୀତିରେ ଦୁଇଭାଗ କରି ମିଶାଯିବା ଦରକାର । ପ୍ରଥମେ ୨/୩ ଅଂଶ ଚିନୀ ମିଶାଇ ବାକି ୧/୩ ଅଂଶ ଚିନି ଶସ ଅଧା ସିଝାଯିବା ପରେ ମିଶାଜାଇପାରେ । ଲବଙ୍ଗର ମୁଣ୍ଡି ଭାଙ୍ଗି ବ୍ୟବହାର କରିବା ଉଚିତ । ଲୁହା, ତମ୍ବା ଓ ପିତ୍ତଳ ଜିନିଷ ବ୍ୟବହାର କରାଯିବା ଆଦୌ ଉଚିତ ନୁହେଁ । ଶସ ହାଣ୍ଡି ଓହ୍ଲାଇବାର କିଛି ସମୟ ପୂର୍ବରୁ ଲୁଣ ଗୁଣ୍ଡକରି ମିଶାଇ ଭଲଭାବେ ଘାଣ୍ଟିଦେବା ଦରକାର । ମସଲାଗୁଡିକୁ ଗୁଣ୍ଡ କରି ଅଦା, ରସୁଣ ଓ ପିଆଜଗୁଡିକୁ ଟିକି ଟିକି କରି କାଟି ପୁଟୁଳିରେ ବାନ୍ଧି ଝୁଲାଇବା ଉଚିତ । ସିଝିବା ବେଳେ ପୁଟୁଳିରୁ ମସଲା ଦ୍ରବ୍ୟ ଯେପରି ପଦାକୁ ବାହାରି ନଯାଏ , ସେଥିପ୍ରତି ନଜର ଦେବା ଆବଶ୍ୟକ । ଅନୁପାତ ଟେବୁଲ ୨୦ ରେ ଦିଆଯାଇଥିବା ତାଲିକାରେ ବିଭିନ୍ନ ପ୍ରକାରର ଶସ ରନ୍ଧା ଦର୍ଶାଯାଇଛି । ଟମାଟୋର ଆଚାର ମାଂସାଳ ଟମାଟୋଗୁଡିକରେ ଉତ୍କୃଷ୍ଟ ଆଚାର କରି ଅନେକ ଦିନଯାଏ ୧ ମ ପ୍ରକାର ୨ୟ ପ୍ରକାର ୩ ୟ ପ୍ରକାର ୪ର୍ଥ ପ୍ରକାର ଫୁଟ ପ୍ରୋଡ଼କ୍ଟସ ଲେବରେଟୋରୀ ଟମାଟୋ ରସ ୩୦ କେଜି ୩୦ କେଜି ୩୦ କେଜି ୫ କେଜି ୪.୫ ଲିଟର କଟା ପିଆଜ ୪୦୦ ଗ୍ରାମ ୧୨୦ ଗ୍ରାମ ୨୪୦ ଗ୍ରାମ ୧୪୦ ଗ୍ରାମ ୪୨୫ ଗ୍ରାମ କଟା ରସୁଣ ୨୫ ଗ୍ରାମ ୧୨ ଗ୍ରାମ ୭୫ ଗ୍ରାମ ୪୫ ଗ୍ରାମ ୨୮.୩୫ ଗ୍ରାମ ମୁଣ୍ଡିଭଙ୍ଗା ଲବଙ୍ଗ ୧୧.୫ ଗ୍ରାମ ୪୫ ଗ୍ରାମ ୨ ଗ୍ରାମ ୧୪.୨ ଗ୍ରାମ ଗୋଲମରୀଚ ୪ ଗ୍ରାମ ୧/୨ ଗ୍ରାମ ବଡ ଅଳେଇଚ ୪ ଗ୍ରାମ ୩ ଗ୍ରାମ ୧ ଗ୍ରାମ କଳାଜିରା ୪ ଗ୍ରାମ ୪ ଗ୍ରାମ ୧/୨ ଗ୍ରାମ ଜାଇପତ୍ରି ୩ ଗ୍ରାମ ୩ ଗ୍ରାମ ୦.୫ ଗ୍ରାମ ୩.୫ ଗ୍ରାମ ଡାଳଚିନି ୨୨ ଗ୍ରାମ ୧୨ ଗ୍ରାମ ୩.୦ ଗ୍ରାମ ୨୧.୩ ଗ୍ରାମ ଜିରା ୧ ଗ୍ରାମ ଜିଲା ରଗଡା ଧନିଆ କଳା ମରୀଚ ଲାଲ ଲଙ୍କା ୧୫ ଗ୍ରାମ ୧୮ ଗ୍ରାମ ୧୮ ଗ୍ରାମ ୨.୦ ଗ୍ରାମ ୧୪.୨ ଗ୍ରାମ ଚିନି(ସଫା) ୧ କେଜି ୨.୨୫ କେଜି ୨.୫ କେଜି ୩୫୦ ଗ୍ରାମ ୧୪.୨ ଗ୍ରାମ ଲୁଣ(ସଫା) ୩୩୫ ଗ୍ରାମ ୩୩୫ ଗ୍ରାମ ୩୩୫ ଗ୍ରାମ ୫୮.୩ ଗ୍ରାମ ୩୪୦ ଗ୍ରାମ୨ (ବୋତଲ) ସିରକା(ଭିନେଗାର)ଉତ୍ତମ ପ୍ରକାରର ୨.୨୫ କେଜି ୧ କେଜି ୧ କେଜି (୨୬ ଆଉନସ) ଗ୍ଲାସିଏଲ ଏସିଟିକ ଏସିଡ ୧୦ ଗ୍ରାମ ସଂରକ୍ଷିତ କରି ବ୍ୟବହାର କରାଯାଇପାରେ । ବଡ ମାଂସଳ ଟମାଟୋରେ ସାଗୁଆ ରଙ୍ଗ ବଦଳିବା ଆରମ୍ଭ ହେବାବେଳେ ଅଥଚ ସଢି ନଥିବା ଓ ଟାଣ ଥିବା ଅବସ୍ଥାରେ ଆଚାର କରିବା ଆବଶ୍ୟକ । ଟମାଟୋଗୁଡିକ ପରିଷ୍କାର ପାଣିରେ ଧୋଇ ସଫା ସନାରେ ପୋଛି ସେଗୁଡିକୁ ଚାରିଖଣ୍ଡ କରି କାଟି ଷ୍ଟେନଲେସ ଷ୍ଟିଲ ହାଣ୍ଡିରେ ରଖାଯାଏ । ସେଥିରେ ଲୁଣ , ହଳଦୀ ଗୁଣ୍ଡ, ତେନ୍ତୁଳୀ ଗୋଳି ଦିନେ ଦୁଇଦିନଯାଏ ରଖାଯାଏ । ପରେ ସେଥିରୁ ଟମାଟୋ ଖଣ୍ଡଗୁଡିକୁ ବାହାର କରି ଗୋଟି ଗୋଟି କରି ଖାତାରେ ଶୁଖାଇ ଦିଆଯାଏ । ପରେ ସେଥିରେ ଥିବା ତରଳ ପଦାର୍ଥ ଓ ତନ୍ତୁଳିଗୁଡିକୁ ବାହାର ଅକ୍ରିୟ ବାଟି ମଣ୍ଡକରି ଏହି ମଣ୍ଡକୁ ନେଇ ଟମାଟୋ ଖଣ୍ଡଗୁଡିକରେ ଗୋଳି ରଖାଯାଏ ଓ ଆଉ ଦିନେ ଦୁଇଦିନ ଉତ୍ତମ ଖରାରେ ଶୁଖାଇଦିଆଯାଏ । ପରେ ଗୁଡିକୁ ଆଉଟାଇ ସେଥିରେ ସୋରିଷ ଗୁଣ୍ଡ, ମେଥି ଗୁଣ୍ଡ , ଜୀରା ଗୁଣ୍ଡ ଓ କିଛି ଲୁଣ ମିଶାଇ ଟମାଟୋ ଖଣ୍ଡଗୁଡିକରେ ଗୋଳାଇ ରଖାଯାଏ ଓ ପରେ ସୋରିଷ ତେଲ ଫୁଟାଇ ସେହି ତାମାଟୋଗୁଡିକରେ ଗୋଳାଇ ଦିଆଯାଏ । ପରେ ଆଗରୁ ପରିଷ୍କାର ଓ ବିଶୋଧିତ ଓସାର ମୁହଁ ବୋତଲ ବା ପରିଷ୍କାର ଗୁଟାପାର୍ଟା ବୋତଲରେ ରଖି ସଂରକ୍ଷିତ କରାଯାଏ (ଟେବୁଲ- ୨୧ ଦ୍ରଷ୍ଟବ୍ୟ) ଟମାଟୋ ଚଟଣି ଟେବୁଲ -୨୧ ରେ ତିନି ପ୍ରକାରର ଚଟଣି ଲାଗି ଦରକାର ହେଉଥିବା ଦ୍ରବ୍ୟ ତାଲିକା ଦିଆଯାଇଅଛି । ଆମେ ଦୈନନ୍ଦିନ ଚଟଣି ରାନ୍ଧି ତିଆରି କରିଥାଉଁ ବିଲାତି ବାଇଗଣ, ପିଆଜ, ଚିନି, ମେଥି, ସୋରିଷ, କଞ୍ଚା ବା ଶୁଖିଲା ଲଙ୍କା ଦେଇ ପ୍ରସ୍ତୁତ କରାଯାଏ । କେହି କେହି ବଡକେପସିକମ ବ ସଜନା ଛୁଇଁ ବା ଖଜରା ମିଶାଇ ବା ଫୁଲବାଡି ହୋଇପାରେ ନାହିଁ । ଏହା ସଦ୍ୟ ବ୍ୟବହାର କରିଥାନ୍ତି । ଏହା ବେଶୀଦିନ ସଂରକ୍ଷିତ ହୋଇପାରେ ନାହିଁ । ଏହା ଦାସ୍ୟ ବ୍ୟବହାର କରାହୁଏ । କିନ୍ତୁ ନିମ୍ନରେ ଦିଆଯାଇଥିବା ଟମାଟୋ ଚଟଣି ବର୍ଷ ବର୍ଷ ଧରି ସଂରକ୍ଷିତ କରି ରଖିହେବ । ଏହାର ପ୍ରସ୍ତୁତି ପ୍ରଣାଳୀ ପୂର୍ବଲିଖିତ ପ୍ରସ୍ତୁତ ପ୍ରଣାଳୀଠାରୁ ଭିନ୍ନ ହୋଇଥାଏ । ଦ୍ରବ୍ୟ ଟମାଟୋ ଆଚାର ଟମାଟୋ ଚଟଣି ୧ମ ପ୍ରକାର ୨ୟ ପ୍ରକାର ୩ ୟ ପ୍ରକାର ଟମାଟୋ ୫.୦ କେଜି ୧.୦ କେଜି ୫.୦ କେଜି ୨.୫ କେଜି ଲୁଣ ୨୫ ଗ୍ରାମ ୩୫ ଗ୍ରାମ ୧୬୫ ଗ୍ରାମ ୪୩୮ ଗ୍ରାମ ହଳଦୀ ଗୁଣ୍ଡ ୨.୫ ଗ୍ରାମ ତନ୍ତୁଳି ୧୦୦ ଗ୍ରାମ ସୋରିଷ ଗୁଣ ୫୦ ଗ୍ରାମ ୩୦ ଗ୍ରାମ ମେଥି ଗୁଣ୍ଡ ୨୫ ଗ୍ରାମ ଜୀରା ଗୁଣ୍ଡ ୨୫ ଗ୍ରାମ ହେଙ୍ଗୁ ୧.୫ ଗ୍ରାମ ଗୁଡ ୧.୦ କେଜି ଚିନି ୦.୫ କେଜି ୨.୦ କେଜି ୨.୦ କେଜି କିସମିସ ୧.୭୫ କେଜି ରସୁଣ .୩୦ ଗ୍ରାମ ଶୁଖିଲା ଲଙ୍କା ଗୁଣ୍ଡ ୧୦୦ ଗ୍ରାମ ୩୦ ଗ୍ରାମ ୨୫.୦ ଗ୍ରାମ ୬ ଗ୍ରାମ ଭିନେଗାର ୦.୫ କେଜି ସୋରିଷ ତେଲ ୨୫ ଗ୍ରାମ ସୋରିଷ ତେଲ ଗ୍ଲାସିଏଲ ଏସିଟିକ ଏସିଡ ୬୫ ମିଳି ପିଆଜ କଟା ୨.୫ କେଜି କଟା ଅଦା ୨୦୦ ଗ୍ରାମ ୬୦ ଗ୍ରାମ ସେଓ ୦.୫ କେଜି ଡାଲଚିନି ଗୁଣ୍ଡ ୬ ଗ୍ରାମ ଲବଙ୍ଗ ଗୁଣ୍ଡ ୦.୫ ଗ୍ରାମ କାଇପତ୍ରୀ ୦.୨୫ ଗ୍ରାମ ଜଳ ୭୫୦ ଗ୍ରାମ ଭଲଭାବେ ପାଚିଥିବା ଟମାଟୋ ନେଇ ପରିଷ୍କାର ଜଳରେ ଧୋଇ ଖଣ୍ଡ ଖଣ୍ଡ କରି କଟାଯାଏ । ସଢା ଟମାଟୋ ବ୍ୟବହାର କରିବା ଅନୁଚିତ । ପାଚିଠିବା ଲାଲ ବର୍ଣ୍ଣର ଫଳଗୁଡିକ ନେବା ଉଚିତ । ଟମାଟୋ , ଚିନି, ଓ ଜଳ ମିଶାଇ ରନ୍ଧାଯାଏ । ଏହି ସମୟରେ କଟା ପିଆଜ , କଟା ଅଦା , କଟା ରସୁଣ ଓ ଲଙ୍କାଗୁଣ୍ଡ ମିଶାଇ ରାନ୍ଧିବା ଦରକାର । ଅନ୍ୟାନ୍ୟ ମସଲା ଦ୍ରବ୍ୟ ମଧ୍ୟ ମିଶାଇବା ଆବଶ୍ୟକ । ଭଲଭାବେ ସିଝିଗଲା ପରେ ପୂର୍ବରୁ ବିଶୋଧିତ ବୋତଲରେ ଭାରି ମୁହଁ ବନ୍ଦ ରଖାଯାଏ । ଠାରେ ବୋତଲ ଖୋଲିଲା ପରେ ଚଟଣି ଶୀଘ୍ର ବ୍ୟବହାର କରାଯିବା ଦରକାର । କାରଣ ଖୋଲା ବୋତଲ ଚଟଣି ବେଶୀ ସମୟ ସୁରକ୍ଷିତ ରହିପାରେ ନାହିଁ । ଦ୍ଵିତୀୟ ପ୍ରକାରର ଟମାଟୋ ଚଟଣି ପ୍ରସ୍ତୁତ କରିବା ଲାଗି ପାଚିଥିବା ଟମାଟୋ ନେଇ ପରିଷ୍କାର ଜଳରେ ଧୋଇ ସେଗୁଡିକୁ ଡେକଚିରେ ସିଝାଇ ଦିଆଯାଏ । ଚିନି ଓ ଭିନେଗାର ନେଇ ମିଶାଇ ଗରମ କରାଯାଏ । ଅଦା, ଲଙ୍କା, ରସୁଣମ, ସୋରିଷ, ଓ ଆଉ କିଛି ଭିନେଗାର ଗୋଳାଇ ରଖାଯାଏ । ପରେ ପ୍ରସ୍ତୁତ ହୋଇଥିବା ଫଳ , ମସଲା ,ଭିନେଗାର ଓ ଚିନିରେ ଉପରୋକଟ ବିଶୋଧିତ ଓସାର ମୁହଁ ବୋତଲରେ ଭରି ଠିପି ବନ୍ଦ ରଖାଯାଏ । ତୃତୀୟ କିସମର ଟମାଟୋ ଚଟଣି (ଟେବୁଲ -୧୨) ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ପାଚିଲା ଟମାଟୋ ଓ ଶେଉ ନେଇ ପରିଷ୍କାର ଜଳରେ ଧୋଇ ଖଣ୍ଡ ଖଣ୍ଡ କରି କାଟିଦିଆଯାଏ ଓ ସେଗୁଡିକୁ ସିଝାଇ ସେଥିରେ ଚିନି ଓ ମସଲା ଦ୍ରୟ ମିଶାଇ ରନ୍ଧାଯାଏ । କେହି କେହି ମସଲା ଦ୍ରବ୍ୟଗୁଡିକୁ ପତଳା ପରିଷ୍କାର କନାରେ ପୁଟୁଳି ବାନ୍ଧି ରନ୍ଧା ହାଣ୍ଡିରେ ଓହଳାଇ ରଖଣ୍ଡୀ ଯେପରି ଟମାଟୋ ରସ ସହ ସେଗୁଡିକ ସିଝିଯାଏ ଓ ହାଣ୍ଡି ଓହ୍ଲାଇବା ପୂର୍ବରୁ ପୁଟୁଳିକୁ ଭଲବହବେ ଚିପୁଡି ରସ ହାଣ୍ଡିରେ ଛଡ଼ାଯାଏ । ପରେ ବିଶୋଧିତ ବୋତଲରେ ଭରି ସଂରକ୍ଷିତ କରାଯାଏ । ଭିନେଗାର ୩୭୫ ରୁ ୫୦୦ ଗ୍ରାମ ଚଟଣି ହାଣ୍ଡି ଓହ୍ଲାଇବାର ୫-୧୦ ମିନିଟ ପୂର୍ବରୁ ମିଶାଯାଏ । ଚିଲ୍ଲି (ଲଙ୍କା) ସସ ଚିଲ୍ଲି ସସ ମଧ୍ୟ ଅତି ସହଜରେ ତିଆରି କରାଯାଇପାରେ । ପ୍ରଥମେ ପରିଷ୍କାର କରି ଧୁଆ ହୋଇଥିବା ଟମାଟୋ ଗୁଡିକର ବାହାରର ଚୋପା ବାହାରକରି ଦିଆଯାଏ । ଫୁଟୁଥିବା ପାଣିରେ ଫଳ ଗୁଡିକୁ ୪-୫ ମିନିଏ ଯାଏଁ ଓହଳାଇରଖାଯାଏ । ପରେ ଥଣ୍ଡା ପାଣିରେ ରଖାଯାଏ । ଚୋପା ଅତି ସହକ ରେ ବାହାରି ପଡେ । ଭିନେଗାର , କଟା ପିଆଜ , ମସଲା, ମୁଣ୍ଡିଭଙ୍ଗା, ଲବଙ୍ଗ , ରସୁଣ ନେଇ ରନ୍ଧାଯାଏ । ଫୁଟିବା ପୂର୍ବରୁ ଚୁଲିରୁ ଓହ୍ଲାଇ ଦେବା ଦରକାର । ହାଣ୍ଡିକୁ ନିଶ୍ଚଲ ଭାବେ କିଛି ସମୟ ରଖି ପରିଷ୍କାର ମସଲା ଯୁକ୍ତ ଭିନେଗାର ନିଗାଦୀ ରଖାଯାଏ । ବ୍ୟବହାର କରାଯିବା ଚିନିର ୧/୩ ଅଂଶ ଓ ଟମାଟୋ ଗୁଡିକୁ ରନ୍ଧାଯାଏ । ଯେତେବେଳେ ନିଆଯାଇଥିବା ଟମାଟୋର ଓ ଚିନି ସହ ରନ୍ଧାଯାଇଥିବା ଶସ ଅଧା ପରିମାଣ ହୋଇଯାଏ ସେହି ସମୟରେ ମସଲାଯୁକ୍ତ ଭିନେଗାର , ଡାଳଚିନି ଗୁଣ୍ଡ, ସୋରିଷ ଗୁଣ୍ଡ, ଲୁଣ ଗୁଣ୍ଡ ଓ ଅବଶିଷ୍ଟ ୨/୩ ଅଂଶ ଚିନି ସେଥିରେ ଦେଇ ରନ୍ଧା କାର୍ଯ୍ୟ ପୂର୍ବପରି ଚାଲୁ ରଖାଯାଏ । ଅନୁପାତ ଟମାଟୋ ୪.୨ କେଜି ୮୨.୦୦ ଜେକି କଟାପିଆଜ ୦.୨୨ ୪.୧ ମସଲା ୦.୦୦୨୫ ୦.୪ ଲବଙ୍ଗ ୦.୦୦୧୫ ୦.୦୩୫ ଡାଳଚିନି ୦.୦୦୨୫ ୦.୧୨୫ ଅଦା ୧.୧୨୦ ୨.୫୦୦ ରସୁଣ ୦.୦୭୦୦ ୩.୨୮୦ ଲୁଣ ୦.୦୭ ୦.୭୦ ଚିନି ୦.୩୨ ୬.୦୦ ଭିନେଗାର (୧୦% ଏସେଟିକ ଏସିଡ) ୦.୦୫ ୮୨୦ ହଟଶସ ଟମାଟୋ ଶସକୁ ନେଇ ହଟଶସ ତିଆରି କରାଯାଇପାରେ । ତଳେ ଦିଆଯାଇଥିବା ଜିନିଷ ଗୁଡିକ ପ୍ରଦର୍ଶିତ ଅନୁପାତରେ ମିଶାଇ ରନ୍ଧାଯାଏ । ରାନ୍ଧିବା ସମୟରେ ବରାବର ଘାଣ୍ଟୁବା ଉଚିତ । ଫୁଟିବାର କିଛି ସମୟ ପରେ ଓହ୍ଲାଇ ଟିଣ ବା କାଚ ଜାରରେ ସଂରକ୍ଷିତ କରାଯାଏ । ଟମାଟୋ ରସ ୩ କିଗ୍ରା କଞ୍ଚାଲଙ୍କା ୨୫ ଗ୍ରାମ କଟା ପିଆଜ ୨୦୦ ଗ୍ରାମ କଟା ରସୁଣ ୭୫ ଗ୍ରାମ ପୂର୍ବଲିଖିତ ସମସ୍ତ ଦ୍ରବ୍ୟ ମିଶାଇ ରନ୍ଧାଯାଏ । ରସ ସିଝି ଘନୀଭୂତ ହେବାପରେ ନିମ୍ନରେ ଦିଆଯାଇଥିବା ଦ୍ରବ୍ୟ ଗୁଡିକ ମିଶାଯାଏ ଲାଲ ଶୁଖିଲା ଲଙ୍କା ଗୁଣ୍ଡ ୧୫ ଗ୍ରାମ ଲୁଣ ୨୫ ଗ୍ରାମ ଚିନି ୨୦୦ ଗ୍ରାମ ମସଲା ଦିଆ ଶସରେ ବ୍ୟବହୃତ ମସଲାଗୁଡିକୁ ବାଛିବା ଦରକାର ଓ ଉଚିତ । ପରିମାଣରେ ବ୍ୟବହାର କରିବା ଅତି ଆବଶ୍ୟକ । ତା ନହେଲେ ଶସ ଅରୁଚିକର ହେବ । ମସଲାଗୁଡିକ ପୁରୁଣା ହେବା ଅନୁଚିତ । ପୁରୁଣା ମସଲା ବ୍ୟବହାର କରିବା ଫଳରେ ଶସର ରଙ୍ଗ ନଷ୍ଟ ହୋଇ ଅସୁନ୍ଦର ଦେଖାଯିବା ଆଶଙ୍କାଥାଏ । ତରକାରୀ ରାନ୍ଧିବା ବେଳେ ଯେପରି ମସଲା ଦିଆଯାଏ ସେହିପରି ଶସରେ ବ୍ୟବହାର କରାଯାଏ ନାହିଁ । ମସଲାର ମହକ ଶସରେ କେବଳ ରଖାଯାଇଥାଏ । ଚିନି, ଲୁଣ ଓ ସିର୍କାକୁ ଛାଡିଦେଲେ ପରେ ଦିଆଯାଇଥିବା ସମସ୍ତ ମସଲା, କଟା ପିଆଜ, କଟା ରସୁଣ, କଟା ଅଦା, ଲବଙ୍ଗ ଓ ଡାଳଚିନି ଆଦି ଗୁଡିକୁ ରଗଡି ଖଣ୍ଡେ ପରିଷ୍କାର ପତଳା କାନାରେ ରଖି ପୁଟୁଳି ବନ୍ଧାଯାଏ । ଏହି ପୁଟୁଳିଟିକୁ ରନ୍ଧାଯିବା ସମୟରେ ଶସ ହାଣ୍ଡିରେ ଓହଳାଇ ରଖାଯାଏ । ଯେପରି ପୁଟୁଲିଟି ସିଝୁଥିବା ଶସ ହାଣ୍ଡିରେ ବୁଡିରହେ । ଚିନି ମିଶାଇବା ରସରେ ଯେତିକି ଚିନି ମିଶାଯିବା କଥା ତାର ୨/୩ ଅଂଶ ପ୍ରଥମେ ରସରେ ମିଶାଇ ରନ୍ଧାଯାଏ । ଚିନି ଓ ରସ ସିଝି ଅଧା ହୋଇଗଲା ପରେ ବାକିଥିବା ୧/୩ ଅଂଶର ଚିନି ମିଶାଇ ରନ୍ଧା କାର୍ଯ୍ୟ ଚାଲୁ ରଖାଯାଏ । ଏପରି କରିବା ଦ୍ଵାରା ଶସର ରଙ୍ଗ ଭଲ ହୋଇଥାଏ । ଲୁଣ ମିଶାଇବା ଶସର ରଙ୍ଗ ଭଲ ରଖିବା ଲାଗି ସଫା ଲୁଣ ବ୍ୟବହାର କରିବା ଉଚିତ । ଲୁଣ କୌଣସି ମତେ ରାନ୍ଧିବାର ପ୍ରଥମ ଅବସ୍ଥାରେ ବା ମଝିରେ ମିଶାଯାଏ ନାହିଁ । କାରଣ ଏପରି କାଲେ ଲୁଣ ଶସର ରଙ୍ଗ କମାଇ ହେବ ସ୍ଵାଭାବିକ । ତେଣୁ ହାଣ୍ଡି ଚୁଲିରୁ ଓହ୍ଲାଇବାର କିଛି ସମୟ ପୂର୍ବରୁ ମିଶାଯିବା ଉଚିତ । ଲୁଣ ଦେଇ ଭଲଭଏ ଚଟୁରେ ଘଣ୍ଟିଦେବା ଦରକାର । ଲୁଣ ମିଶାଇବା ପୂର୍ବରୁ ଭଲଭାବେ ଗୁଣ୍ଡ କରିବା ଆବଶ୍ୟକ । ଭିନେଗାର ବା ସିର୍କା ମିଶାଇବା ଭିନେଗାର ଶସରେ ପ୍ରିଜରଭେଟିଭ କାର୍ଯ୍ୟ କରିଥାଏ । ଏହା ବଜାରରେ ଯେ କୌଣସି ଔଷଧ ବା ଡବା ସଂରକ୍ଷିତ ଖାଦ୍ୟ ବିକ୍ରି ଦୋକାନରେ ମିଳିଥାଏ । ଏଥିରେ ସାଧାରଣତଃ ଆସିଟିକ ଏସିଡ ୫ ରୁ ୫.୫ % ରହିଥିବା ଦରକାର । ଆଖୁରସ ବା ଅଙ୍ଗରୁ ରସରୁ ତିଆରି ଭିନେଗାର ବ୍ୟବହାର କରିବା ଉଚିତ । ଆଧାର – ଓଡିଶା ରାଜ୍ୟ ଓ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା