ମୃତ୍ତିକାର ଉର୍ବରତା ସୁରକ୍ଷିତ ରଖି ପ୍ରତ୍ୟକ ଫସଲରୁ ସର୍ବାଧିକ ଲାଭ ଉଦ୍ଦେଶ୍ୟରେ ଫାର୍ମର ପ୍ରତ୍ୟକ କିଆରୀରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କି ପ୍ରକାର ଫସଲ ଚାଷ କରାଯିବ ସେଥିପାଇଁ ଯୋଜନା କରିବାକୁ ପରିକଳ୍ପନା କୁହାଯାଏ । ଗୋଟିଏ ଭଲ ଫସଲ ପରିକଳ୍ପନା ବିଭିନ୍ନ ସମ୍ବଳ ଯଥା – ଜମି, ଶ୍ରମ, ଅର୍ଥ ଓ ପରିଚାଳନାର ଲାଭଜନକ ବିନିଯୋଗ କରେ , ମୃତ୍ତିକାର ଉର୍ବରତା ସୁରକ୍ଷିତ ରଖେ ଏବଂ ସମଗ୍ର ଫାର୍ମରୁ ସର୍ବାଧିକ ଲାଭ ଦିଏ । ଗୋଟିଏ ଉତ୍ତମ ଫସଲ ପରିକଳ୍ପନାର ଲକ୍ଷଣ ବଜାର ଦର କିମ୍ବା ଅନ୍ୟ କୌଣସି କାରଣ ଯୋଗୁ ଆବଶ୍ୟକ ନହେଲେ ପ୍ରତ୍ୟକ ଫସଲର କ୍ଷେତ୍ରଫଳ ପ୍ରତିବର୍ଷ ପ୍ରାୟ ସମାନ ରହୁଥିବ । ଫସଲ ପର୍ଯ୍ୟାୟ ପାଇଁ ଯେତେ ବର୍ଷ ଦରକାର କିଆରୀ ସଂଖ୍ୟା ସେତିକି ବା ତାର ଗୁଣିତକ ହେଉଥିବ । ଫସଲ ପରିକଳ୍ପନା ପରିବାରର ଖାଦ୍ୟ ଆବଶ୍ୟକତାର ମୁଖ୍ୟ ଅଂଶ ପୂରଣ କରୁଥିବ ଏବଂ ଗୋରୁ ଗାଈମାନଙ୍କ ପାଇଁ ଯଥେଷ୍ଟ ଗୋଖାଦ୍ୟ ଯୋଗାଉଥିବ । ଫସଲ ପରିକଳ୍ପନାରେ ଛୁଇଁ ଜାତୀୟ ଫସଲ ଅନ୍ତର୍ଭୁକ୍ତ ହୋଇଥିବ । ଅଧିକ ଲାଭଜନକ ଫସଲ ପାଇଁ ଅଧିକ ଜମି ବ୍ୟବସ୍ଥା କରି ହେଉଥିବ । ଫସଲ ପରିକଳ୍ପନା ବିଧି କୌଣସି ଫାର୍ମ ପାଇଁ ଫସଲ ପରିକଳ୍ପନା ପ୍ରସ୍ତୁତ କଲାବେଳେ ନିମ୍ନଲିଖିତ ବିଷୟଗୁଡିକ ବିଚାରକୁ ନେବା ଆବଶ୍ୟକ । ଘର, ରାସ୍ତା ଓ ନାଳୀ ପାଇଁ ଜମି ବ୍ୟବସ୍ଥା :- ଫସଲ ଚାଷ ପାଇଁ କିଆରୀ କ୍ଷେତ୍ରଫଳ ଠିକ୍ କରିବା ପୂର୍ବରୁ ମୋଟ ଫାର୍ମର କିଛି ଅଂଶ ଅଫିସ ରହିବା ଘର ଏବଂ ରାସ୍ତା ପାଇଁ ଛାଡିବାକୁ ହେବ । ଫାର୍ମର ଆକାର ବଢିଲେ ଏହି ଜମିର ଆନୁପାତିକ କ୍ଷେତ୍ରଫଳ କମ୍ ହୁଏ । ଫାର୍ମ କ୍ଷେତ୍ରଫଳ ୫୦ ହେକ୍ଟର ବା ତହିଁରୁ କମ୍ ହେଲେ ୮- ୧୦ ପ୍ରତିଶତ ଜମି ଏବଂ ୫୦ ହେକ୍ଟରରୁ ଅଧିକ ହେଲେ ୫ ପ୍ରତିଶତ ଜମି ଘର ରାସ୍ତା ଏବଂ ନାଳୀ ପାଇଁ ଛାଡିବାକୁ ହେବ । କିଆରୀ ସଂଖ୍ୟା : - ଫସଲ ପର୍ଯ୍ୟାୟ ପାଇଁ ଯେତେ ବର୍ଷ ଦରକାର କିଆରୀ ସଂଖ୍ୟା ସେତିକି ବା ତାର ଗୁଣିତକ ହେବା ଆବଶ୍ୟକ । ଫସଲ ପରିକଳ୍ପନାରେ ଯଦି ୫ ବର୍ଷିଆ ଫସଲ ପର୍ଯ୍ୟାୟ ସ୍ଥାନ ପାଏ ତେବେ କିଆରୀ ସଂଖ୍ୟା ୫ କିମ୍ବା ୧୦, ୧୫, ୬୦ ଇତ୍ୟାଦି ହେବ ଯଦ୍ଦ୍ଵାରା ଫସଲ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ପ୍ରତ୍ୟକ ଫସଲ ସମାନ ପରିମାଣ ଜମିରେ ଚାଷ କରାଯାଇପାରିବ । ପ୍ରତ୍ୟକ କିଆରୀ କ୍ଷେତ୍ରଫଳ : - ଭୂମିର ଉଚ୍ଚାବଚ୍ଚ ମୃତ୍ତିକା ଅବସ୍ଥା କିମ୍ବା ଅନ୍ୟ କୌଣସି କାରଣ ବାଧ୍ୟ ନକରେ ପ୍ରତ୍ୟକ କିଆରୀର କ୍ଷେତ୍ରଫଳ ସମାନ ହେବା ଉଚିତ । ଫସଲ ନିର୍ବାଚନ : - ଫସଲ ନିର୍ବାଚନ ଫାର୍ମର ଅବସ୍ଥିତି ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣସ୍ୱରୂପ ଫାର୍ମ ସହର ନିକଟରେ ଅବସ୍ଥିତ ହୋଇଥିଲେ ୬୦ ପ୍ରତିଶତ ନିଟ୍ ଚାଷ ଜମିରେ ପନିପରିବା ଏବଂ ଅବଶିଷ୍ଟ ଜମି କିମ୍ବା ଅତି କମ୍ ରେ ୧୨ – ୧୫ ପ୍ରତିଶତରେ ଗୋଖାଦ୍ୟ ଫସଲ ଚାଷ କରିବା ଉଚିତ । ଫାର୍ମ ଚିନି କାରଖାନା ନିକଟରେ ଅବସ୍ଥିତ ଥିଲେ ୬୦ ପ୍ରତିଶତ ଜମିରେ ଆଖୁ ଏବଂ ଅବଶିଷ୍ଟ ଜମିରେ ପନିପରିବା ଓ ଶସ୍ୟ ଜାତୀୟ ଫସଲ ଚାଷ କରିବା ଉଚିତ । ଫାର୍ମ ଫଳ ଓ ପନିପରିବା ସଂରକ୍ଷଣ କାରଖାନା ନିକଟରେ ଅବସ୍ଥିତ ହୋଇଥିଲେ ୬୦ ପ୍ରତିଶତ ଜମିରେ ମଟର , ବିଲାତି ବାଇଗଣ ଆଦି ପନିପରିବା ଏବଂ ଅବଶିଷ୍ଟ ଜମିରେ ଫଳ ବଗିଚା କରିବା ଉଚିତ । ଫାର୍ମ ଯଦି ଡାଇରୀ ଫାର୍ମ ନିକଟରେ ଅବସ୍ଥ୍ତ ହୋଇଥିବ ୧୦ – ୧୫ ପ୍ରତିଶତ ଜମିରେ ତୈଳବୀଜ ଓ ଡାଲିଜାତୀୟ ଫସଲ ଏବଂ ଅବଶିଷ୍ଟ ଜମିରେ ଗୋଖାଦ୍ୟ ଫସଲ ଚାଷ କରିବା ଉଚିତ । ଫାର୍ମ ଶୀତଳ ଭଣ୍ଡାର ନିକଟରେ ଅବସ୍ଥିତ ଥିଲେ ଆଳୁ, ପିଆଜ ଆଦି ଫସଲ ଚାଷ କରିବା ଉଚିତ । ଫସଲ ନିର୍ବାଚନ ଫାର୍ମରେ ମିଳୁଥିବା ସୁବିଧା ଭିତ୍ତିରେ ହେବା ଉଚିତ :- ଫାର୍ମରେ ମିଳୁଥିବା ସୁବିଧା ଯଥା ବିଜୁଳି ଶକ୍ତି, ଜଳସେଚନ, ପରିବହନ, ଶ୍ରମିକ, କୃଷି ଉପକରଣ ଇତ୍ୟାଦି ଭିତ୍ତିରେ ଫସଲ ନିର୍ବାଚନ କରିବାକୁ ହେବ । ଏହି ସୁବିଧାଗୁଡିକ ମିଳୁଥିଲେ ସର୍ବାଧିକ ଲାଭ ପାଇଁ ସଘନ ଫସଲ ପରିକଳ୍ପନା ଅବଲମ୍ବନ କରିବାକୁ ହେବ । ସଘନ ଫସଲ ପରିକଳ୍ପନାରେ ପନିପରିବାକୁ ସ୍ଥାନ ଦେବାକୁ ହେବ । କାରଣ ତଦ୍ଦ୍ଵାରା ଅଧିକ ଲାଭ ମିଳିପାରିବ । ଏପରି ଫସଲ ପରିକଳ୍ପନା କରିବାକୁ ହେବ ଯେପରି ଫାର୍ମରୁ ମିଳୁଥିବା କୃଷି ଉପକରଣ ଏବଂ ଅନ୍ୟାନ୍ୟ ସମ୍ବଳ ନଷ୍ଟ ନହୋଇ ବିନିଯୋଗ କରାଯାଇପାରିବ । ଏତତ୍ ବ୍ୟତୀତ ଫସଲ ପରିକଳ୍ପନା ପରିବାରର ଆବଶ୍ୟକତା ପୂରଣ କରିପାରୁଥିବା ଉଚିତ । ମୃତ୍ତିକାର ଉର୍ବରତା ଓ ଅନ୍ୟାନ୍ୟ ଭୌତିକ ତଥା ରାସାୟନିକ ଧର୍ମର ସୁରକ୍ଷା ପାଇଁ ଫସଲ ପର୍ଯ୍ୟାୟରେ ଅତି କମ୍ ରେ ବର୍ଷକୁ ଗୋଟିଏ ଛୁଇଁ ଜାତୀୟ ଫସଲ ଚାଷ କରିବା ଉଚିତ । ଫସଲ ପରିକଳ୍ପନାର ଉଦାହରଣ ଚିନି କାରଖାନା ଅବସ୍ଥିତ ଗୋଟିଏ ଦଶ ହେକ୍ଟରିଆ ନଳକୂପ ଦ୍ଵାରା ଜଳସେଚନ ଫାର୍ମ ପାଇଁ ଫସଲ ପରିକଳ୍ପନା ପ୍ରସ୍ତୁତ କର ଏବଂ ଫସଲ ପର୍ଯ୍ୟାୟ ସଘନତା ହିସାବ କର । ଅନୁମାନ ଫାର୍ମର ମୋଟ କ୍ଷେତ୍ରଫଳ ୧୦ ହେକ୍ଟରର ୧୦ ପ୍ରତିଶତ ଘର, ରାସ୍ତା ଏବଂ ନାଳୀ ପାଇଁ ଛାଡିବାକୁ ହେବ । ଏଣୁ ନିଟ୍ ଚାଷ ଜମିର କ୍ଷେତ୍ରଫଳର ହେକ୍ଟର ହେବ । ଫସଲ – ଚାଷ ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ କୃଶକ ପାଖରେ ରହିଛି । ଷାଠିଏ ପ୍ରତିଶତ ଜମିରେ ଆଖୁ ଚାଷ ହେବ । ଫସଲ ପର୍ଯ୍ୟାୟ ମକା – ଆଳୁ – ଆଖୁ – ମୂଳା ଫସଲ – ମୁଗ ୩ ବର୍ଷ ମକା – ଆଖୁ – ମୂଳୀ ଫସଲ – ବିରି ୩ ବର୍ଷ + ଆଳୁ ବୋଇତାଳୁ – ମୂଳ – ଫୁଲକୋବି – ଭେଣ୍ଡି : ୧ ବର୍ଷ ଭେଣ୍ଡି – ଫୁଲକୋବି – ଉଲକୋବି – ବୋଇତାଳୁ : ୧ ବର୍ଷ ଧାନ – ଆଳୁ – ରାଶି କିଆରୀ ସଂଖ୍ୟା – ୯ (କାରଣ ସମସ୍ତ ଫସଲ ପର୍ଯ୍ୟାୟର ମୋଟ ଅବଧି ୯ ବର୍ଷ ) ଫସଲ ପର୍ଯ୍ୟାୟ ସଘନତା = X ୧୦୦ ସମସ୍ତ ଫସଲ ପର୍ଯ୍ୟାୟ ପାଇଁ ଆବଶ୍ୟକ ବର୍ଷ ସଂଖ୍ୟା = X ୧୦୦ = 222.2% ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ