ହରଡ ଫସଲର ଉନ୍ନତ ଚାଷ ପଦ୍ଧତି ଜଳବାୟୁ ହରଡ ମୁଖ୍ୟତଃ ନିରକ୍ଷୀୟ ଓ ଇଉପିଏନିରକ୍ଷୀୟ ଜଳବାୟୁରେ ଚାଷ କରାଯାଇଥାଏ । ଜଳ ଜମି ରହୁନଥିଲେ ଏହା ଅଧିକ ବର୍ଷା ସହି ପାରିବ । ଏହା ଏକ ଗଭୀର ଚେର ବିଶିଷ୍ଟ ଫସଲ ହୋଇଥିବାରୁ ଅତ୍ୟଧିକ ଜଳୀୟାଂଶଅଭାବ ଜନିତ ପରିସ୍ଥିତି ସହ୍ୟ କରିପାରେ । ଏହା ସାମାନ୍ୟ କରକାପାତକୁ ମଧ୍ୟ ସହିପାରେ ନାହିଁ । ମୃତ୍ତିକା ଯଦିଓ ହରଡ ବାଲିଆ ମାଟି ଠାରୁ କାଦୁଅ ମାଟି ଯାଏ ଏକ ପ୍ରଶସ୍ତ ମୃତ୍ତିକା ବିବିଧିତାରେ ଚାଷ କରାଯାଏ । ଏହା ହାଲୁକା ଓ ଉତ୍ତମ ନିଗିଡା ମାଟି ଆବଶ୍ୟକ କରିଥାଏ । ଏହା ଉତ୍ତମ ଭାବେ ଜଳ ନିଷ୍କାସନ ହେଉଥିବା ନିରପେକ୍ଷ ମାଟି ଆବଶ୍ୟକ କରିଥାଏ । ୬.୫ ରୁ ୭.୫ ପି.ଏଚ.ଥିବା ମାଟିରେ ଏହା ଖୁବ ସଫଳ ଭାବେ ଚାଷ କରାଯାଇପାରିବ । କିସମ ଖରିଫ ଋତୁ ସଅଳ (୧୦୦ – ୧୪୦ ଦିନ ) ଆଇ.ସି.ପି.ଏଲ. ୮୭ (ପ୍ରଗତି), ଉପାସ ୧୨୦ ଆଇ.ସି.ପି.ଏଲ. – ୧୫୧ ଆଇ.ସି.ପି.ଏଲ.- ୮୪୦୩୧ ପୁଷା ଆଗେତି ମାନକ, ପ୍ରଭାତ, ଏ.ଏଲ୍. ୧୫ ମଧ୍ୟମ (୧୩୦ – ୧୬୦ ଦିନ) ଆଇ.ସି.ପି.ଏଲ. ୮୭୧୧୯ ଆଇ.ସି.ପି.ଏଲ. – ୮୮୬୩ ବିଡିଏନ୍ ୧, ଟି – ୨୧, ଟି.ଟି.ବି.- ୭ ପ୍ରାକ୍ ରବି ଋତୁ ବିଳମ୍ବ (୧୬୦ ଦିନରୁ ଅଧିକ ) ସି – ୧୧, ପୁଷା – ୯ ବାହାର, ବି.ଡି.ଏନ୍ – ୨ ଜମି ପ୍ରସ୍ତୁତି ହରଡ ଏକ ଗଭୀର ଚେର ବିଶିଷ୍ଟ ଫସଲ ହୋଇଥିବାରୁ ଜମି ଉପଯୁକ୍ତ ଭାବେ ହଳ କରାଯାଇଥିଲେ ଭଲ ଅମଳ ଦେଇଥାଏ । ମାଟି ଲେଉଟାଇ ପାରୁଥିବା ଲଙ୍ଗଳରେ ଏକ ଗଭୀର ଚାଷ କରାଯାଏ । ତା ପରେ ୨-୩ ଥର ଡିସ୍କ ଲଙ୍ଗଳରେ ଚାଷ କରାଯାଏ । ଏହାପରେ ମଇ ଦେବା ଆବଶ୍ୟକ । ମାଟିରେ ପାଣି ଜମି ନ ରହିବା ପାଇଁ ମାଟିକୁ ସମତଳ କରିବା ଏକାନ୍ତ ଆବଶ୍ୟକ । ଭଲଭାବେ ଘାସ ବାହାର କରିଦେବା ଦରକାର । ମାଟିରେ ଚେର ଭଲଭାବରେ ପ୍ରବେଶ କରିବା ପାଇଁ ଓ ଚେରରେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ଜମି ଭଲଭାବେ ହଳ ହୋଇଥିବା ଓ ଜମିରୁ ଜଳ ନିଷ୍କାସନ ହୋଇପାରୁଥିବା ଦରକାର । ଜମିରେ ହେକ୍ଟର ପ୍ରତି ୨ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ । ଜମି ପ୍ରସ୍ତୁତିରେ ଶେଷ ଅବସ୍ଥାରେ ଉଇ ପ୍ରବଣ ମାଟିରେ ହେକ୍ଟର ପ୍ରତି ୨୫ କି.ଗ୍ରା କ୍ଲୋରପାଇରିଫସ୍ ୧.୫% ଗୁଣ୍ଡ ପ୍ରୟୋଗ କରନ୍ତୁ । ଫସଲ ଚକ୍ରୀକରଣ ରବି ଋତୁରେ ୧୨୦ – ୧୪୦ ଦିନରେ ଅମଳ ହୋଇପାରୁଥିବା ସଅଳ କିସମ ହରଡ ଚାଷ କଲେ ପର୍ଯ୍ୟାୟ କ୍ରମେ ଏକ ଦ୍ଵିତୀୟ ଫସଲ ଚାଷ କରିବାର ସମ୍ଭାବନା ରହେ । ଜୁନ୍ ମାସର ପ୍ରଥମାବସ୍ଥାରେ ହରଡ ଫସଲ ବୁଣାଯାଇଥିଲେ ନଭେମ୍ବର ମାସ ଅମଳ କରାଯାଏ । ଏହା ଦ୍ଵାରା ହରଡ ପରେ ମୁଗ, ବିରି, ବୁଟ ଆଦି ସଫଳ ଭାବେ ଚାଷ କରାଯାଇପାରିବ । ହରଡ ସହିତ ବିଭିନ୍ନ ଫସଲ ଚକ୍ରୀକରଣ ପ୍ରଦତ୍ତ ହୋଇଛି । ହରଡ – ମକା / ରାଶି / ବିରି ଇତ୍ୟାଦି ମକା – ହରଡ (ମୌସୁମୀ ଋତୁ ପରେ) ହରଡ – ମକା – ମୁଗ ହରଡ – ଆଖୁ ମୁଗ (ଖରାଦିନିଆ) – ହରଡ – ଗହମ ହରଡ (ସଅଳ କିସମ) – ଆଳୁ – ବିରି ମିଶ୍ରିତ ଫସଲ / ଅନ୍ତଃ ଫସଲ ପାରମ୍ପରିକ ଭାବେ ବିରି, ମୁଗ, ରାଶି, ଚିନାବାଦାମ, ମକା, ଧାନ ଆଦି ଫସଲ ସହିତ ହରଡକୁ ମିଶ୍ରିତ ଫସଲ ଚାଷ କଲେ ଫସଲ ବହୁ ଅସୁବିଧାର ସମ୍ମୁଖୀନ ହୁଏ ଓ ଏଥିରୁ ଅମଳ ମଧ୍ୟ କମିଯାଏ । ଅନ୍ତଃଫସଲ ଓ ସମାନ୍ତରାଳ ବହୁଗଣିତ ଫସଲ ମିଶ୍ରିତ ଫସଲ ଅପେକ୍ଷା ଏକ ଉନ୍ନତ ପଦ୍ଧତି । ଏଠାରେ ବିଭିନ୍ନ କିସମ ଫସଲଗୁଡିକୁ ଏପରି ବୁଣାଯାଏ ଯେ ସେମାନେ ମୁଖ୍ୟ ଫସଲ ଓ ସମାନ୍ତରାଳ ଫସଲକୁ ପ୍ରଭାବିତ କରନ୍ତି ନାହିଁ । ହରଡ ମିଶ୍ରିତ ଫସଲର କେତେକ ଦୃଷ୍ଟାନ୍ତ ଦିଆଯାଇଛି । ହରଡ + ବିରି କିମ୍ବା ମୁଗ ହରଡ + ଶସ୍ୟ (ମିଲେଟ) ହରଡ + ରାଶି ହରଡ + ଝୁଡଙ୍ଗ ହରଡ + ମକା ହରଡ + ସୋୟାବିନ ହରଡ +ଧାନ ବୁଣିବା ସମୟ ଖରିଫ – ଜୁନ୍ ଶେଷ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ ପ୍ରାକ୍ ରବି – ସେପ୍ଟେମ୍ବର ପ୍ରଥମ ପକ୍ଷ ବ୍ୟବଧାନ ସଅଳ – ୫୦ ସେ.ମି X ୨୦ ସେ.ମି ମଧ୍ୟମ - ୬୦ ସେ.ମି X ୨୦ ସେ.ମି ବିଳମ୍ବ – ୭୫ ସେ.ମି X ୨୫ ସେ.ମି ପ୍ରାକ୍ ରବି - ୪୫ ସେ.ମି X ୧୫ ସେ.ମି ବିହନ ପରିମାଣ ହେକ୍ଟର ପ୍ରତି ୨୦ – ୨୫ କି.ଗ୍ରା ବିହନ ବିଶୋଧନ ଓ କଲଚର ଉପଚାର ବିହନ ବୁଣିବା ପୂର୍ବରୁ ଉପଯୁକ୍ତ ରାଇଜୋବିୟମ କଲଚର (ବ୍ୟାକ୍ଟେରିଆ କଲଚର) ରେ ବିହନ ଉପଚାର କଲେ ଗଜା ହେବା, ଗଛ ବାହାରିବା ଓ ଗୁଟିକା ଧରିବା ତ୍ୱରାନ୍ୱିତ ହୁଏ । ଫଳରେ ଜୈବିକ ଉପାୟରେ ଅଧିକ ଯବକ୍ଷାରଜାନ ବିବନ୍ଧିତ ହୋଇଥାଏ । ସମସ୍ତ ଛୁଇଁ ଜାତୀୟ ଫସଲର ଅମ୍ଳ ଗୁଟିକା ସଂଖ୍ୟା ସହିତ ସମାନୁପାତିକ ହୁଏ । ଅଧିକ ଗୁଟିକା ହେଲେ ଅଧିକ ଅମଳ ମିଳେ । ଛୁଇଁ ଜାତୀୟ ଫସଲରେ ପ୍ରତ୍ୟକ ଥର ବୁଣିବା ବେଳେ ବିହନକୁ ରାଇଜୋବିୟମ କଲଚରରେ ଉପଚାର କରି ବୁଣିବା ଆବଶ୍ୟକ । ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା ବିହନରେ ଭିଟାଭାକ୍ସ ପାୱାର ୧.୫ ଗ୍ରାମ୍ କିମ୍ବା (କର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍ ) ମିଶାଇ ବିଶୋଧନ କରାଯିବା ଆବଶ୍ୟକ । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚରରେ ଉପଚାର କରିବାର ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ୍ ୨୫ ଇ.ସି. ୦.୨ % ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ । ବିହନ ବିଶୋଧନ ପଦ୍ଧତି ୬୦୦ ମି.ଲି. ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବୀଭୂତ କରୁଥିବା ବ୍ୟାକ୍ଟେରିଆ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତା ପରେ ୧୦ କି.ଗ୍ରାମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମଣ୍ଡ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଲିବଡେଟ୍ ଆକାରରେ ମଲିବଡିନମ୍ ମିଶାନ୍ତୁ । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ । ବୁଣିବା ଅନ୍ତଃଚାଷ ସୁବିଧା ପାଇଁ ହରଡକୁ ଧାଡିରେ ବୁଣନ୍ତୁ । ମଞ୍ଜି ମାଟିର ସଂସ୍ପର୍ଶରେ ଆସି ଶୀଘ୍ର ଗଜା ହେବା ପାଇଁ ମଇଦେଇ ଜମିର ମାଟିକୁ ଚାପିଦେବା ଦରକାର । ଖାଦ୍ୟସାର ପରିଚାଳନା ହରଡ ପାଇଁ ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ () ଓ ୨୦ କି.ଗ୍ରା ପଟାସ୍ () ଅନୁମୋଦିତ ହୋଇଥାଏ । ଯାହା ହେଲେ ବି ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୬୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ ପ୍ରୟୋଗ କଲେ ଅଧିକ ଅମଳ ଦିଏ । ହେକ୍ଟର ପ୍ରତି ୨୦ କି.ଗ୍ରା. ସଲଫର ମୂଳସାର ଭାବେ ପ୍ରୟୋଗ କଲେ ଅମଳ ଅଧିକ ହୁଏ । ଯବକ୍ଷାରଜାନ ଓ ପଟାସ ବିଭିନ୍ନ ପର୍ଯ୍ୟାୟରେ ପ୍ରୟୋଗ କରାଯାଏ । ମୂଳସାର ଆକାରରେ ସମ୍ପୂର୍ଣ୍ଣ ଫସଫରସ୍, ୫୦% ଯବକ୍ଷାରଜାନ ଓ ୫୦% ପଟାସ୍ ପ୍ରୟୋଗ କରାଯିବା ଆବଶ୍ୟକ । ଅବଶିଷ୍ଟ ୫୦% ଯବକ୍ଷାରଜାନ ଓ ୫୦% ପଟାସ୍ ଫସଲର ତୃତୀୟ ସପ୍ତାହରେ ପ୍ରାଗ କରାଯାଏ । ଫୁଲ ବାହାରିବା ଅବସ୍ଥାରେ ହେକ୍ଟର ପ୍ରତି ୧୦୦୦ ଲିଟର ପାଣିରେ ୪୦୦ ମି.ଲି. ପ୍ଲାନୋଫିକ୍ସ ସିଞ୍ଚନ କଲେ ଅଧିକ ଛୁଇଁ ଧରେ ଓ ଉତ୍ପାଦିକତା ବୃଦ୍ଧି କରାଏ । ତୃଣକ ପରିଚାଳନା ବୁଣିବାର ୪୫ – ୬୦ ଦିନ ମଧ୍ୟରେ ହରଡର ବୃଦ୍ଧି ଖୁବ ମନ୍ଥର ହୋଇଥାଏ । ପକ୍ଷାନ୍ତରେ ବାରମ୍ବାର ବର୍ଷା ହେଉଥିବାରୁ ଘାସ ଅଧିକ ପରିମାଣରେ ବଢିଯାଏ । ଏହି ସମୟରେ ଘାସ ନିୟନ୍ତ୍ରଣ ନ କଲେ ସେମାନେ ହରଡ ଗଛକୁ ଆଚ୍ଛାଦିତ କରିଦିଅନ୍ତି । ବୁଣିବାର ୨୫ ଓ ୫୦ ଦିନ ପରେ ଦୁଇଥର ଘାସ ବାଛିଦେଲେ ଯଥେଷ୍ଟ ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମେଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରୟୋଗ କରି ୫୦ ଦିନ ବେଳକୁ ଥରେ ହାତରେ ଘାସ ବାଛିଦେଲେ ଫଳପ୍ରଦ ଭାବେ ଘାସ ନିୟନ୍ତ୍ରିତ ହୋଇଥାଏ । ମୁଗ / ବିରି ଭଳି ସ୍ୱଳ୍ପ ଅବଧିର ଛୁଇଁ ଜାତୀୟ ଫସଲକୁ ଅନ୍ତଃଫସଲ ଭାବେ ଚାଷ କଲେ ଜୈବ ପଦ୍ଧତିରେ ହରଡରେ ଘାସ ଦମନ କରାଯାଇପାରିବ । ଜଳ ପରିଚାଳନା ହରଡ ମୁଖ୍ୟତଃ ମୌସୁମୀ ଋତୁରେ ବର୍ଷାଧାର ଫସଲ ଭାବେ ଚାଷ କରାଯାଇଥାଏ । ହରଡ ଏକ ଗଭୀର ଚେରଯୁକ୍ତ ଫସଲ ହୋଇଥିବାରୁ ମାଟିର ଗଭୀର ସ୍ତରରୁ ଜଳୀୟାଂଶ ସଂଗ୍ରହ କରିବାର ଦକ୍ଷତା ରହିଛି । ବହୁଦିନ ଧରି ଜଳୀୟାଂଶ ଅଭାବ ପରେ ଏହା ଜଳସେଚନ ପ୍ରତି ମଧ୍ୟ ପ୍ରତିକ୍ରିୟାଶୀଳ ହୁଏ । ଜଳୀୟାଂଶ ଅଭାବ ପରିସ୍ଥିତିରେ ଫୁଲ, ଫଳ ହେବାର ପୂର୍ବାବସ୍ଥା ଓ ଫୁଲ ହେବା ଅବସ୍ଥାରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଏ । ପ୍ରାକ୍ ରବି ହରଡ ସାଧାରଣତଃ ଜଳସେଚିତ ଫସଲ ଭାବେ ଚାଷ କରାଯାଏ । ଏଥିପାଇଁ ଅନ୍ତଃପକ୍ଷେ ୩-୫ ଟି ଜଳସେଚନ ଆବଶ୍ୟକ ହୋଇଥାଏ । ଏହି ଫସଲ ଜଳ ଜମି ରହିବା ପରିସ୍ଥିତି ସହ୍ୟ କରିପାରେ ନାହିଁ । ତେଣୁ ଏହାର ଚାଷ ପାଇଁ ଉପଯୁକ୍ତ ଜଳ ନିଷ୍କାସନ ସୁବିଧା କରାଯାଏ । ଅମଳ ପରିମାଣ ସାଧାରଣତଃ ହେକ୍ଟର ପ୍ରତି ହରଡର ଅମଳ ୧୫ – ୨୦ କ୍ଵିଣ୍ଟାଲ ହୋଇଥାଏ । ପରୀକ୍ଷାରୁ ଜଣାଯାଇଛି ଯେ ଉନ୍ନତ କିସମ ଓ ଉତ୍ପାଦନ କୌଶଳ ଉପଯୋଗ କରି ହେକ୍ଟର ପ୍ରତି ୨୫ – ୩୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ କରାଯାଇପାରିବ । ଅନ୍ତଃଫସଲ ଚାଷ ପଦ୍ଧତିରେ ହରଡର ଅମଳ ପ୍ରଭାବିତ ହୋଇନଥାଏ କିମ୍ବା କମିଯାଇଥାଏ, କିନ୍ତୁ ମୋଟାମୋଟି ଉତ୍ପାଦନ ଅଧିକ ହୁଏ । ଅମଳ ଓ ମଞ୍ଜି ବାହାର କରିବା ହରଡ ଏକ ଉଭୟ ନିର୍ଦ୍ଧାରିତ (ଡିଟରମିନାଟ୍) ଓ ଅଣ ନିର୍ଦ୍ଧାରିତ (ଇନ୍ ଡିଟରମିନାଟ୍) ଫସଲ । ନିର୍ଦ୍ଧାରିତ ବୃଦ୍ଧିର ଫସଲ ହୋଇଥିଲେ ଛୁଇଁ ପାକଳ ହେବା ପରେ ଫସଲ ଅମଳ କରାଯାଏ । ଅଣନିର୍ଦ୍ଧାରିତ ବୃଦ୍ଧି ଫସଲ ହୋଇଥିଲେ ୭୫% ଅଧିକ ଛୁଇଁ ବାଦାମି ପଡିଗଲେ ଫସଲ ଅମଳ କରାଯାଏ । ଗଛଗୁଡିକ ଶୁଖିବା ପାଇଁ ଛାଇରେ ରଖାଯାଏ । ଛୁଇଁକୁ ବାଡିରେ ବାଡେଇ କିମ୍ବା କ୍ଷୁଦ୍ର ଅମଳ କରିବା ଯନ୍ତ୍ର ବ୍ୟବହାର କରି ଅମଳ କରାଯାଏ । ସାଇତି ରଖିବା ପୂର୍ବରୁ ମଞ୍ଜିଗୁଡିକରେ ୧୦ – ୧୨% ଜଳୀୟାଂଶ ଆସିବା ପର୍ଯ୍ୟନ୍ତ ଭଲ ଭାବରେ ଶୁଖାଇ ଦିଆଯାଏ । ବିଶେଷ ବାର୍ତ୍ତା ଆଇ.ସି.ପି.ଏଲ୍. ୮୭, ଉପାସ ୧୨୦, ଆଇ.ସି.ପି.ଏଲ୍. ୧୫୧, ମାନକ, ଏ.ଏଲ୍. ୧୫ ଉନ୍ନତ ସଅଳ କିସମ । ଆଇ.ସି.ପି.ଏଲ୍.୮୭୧୧୯, ଆଇ.ସି.ପି.ଏଲ୍.୮୮୬୩, ବି.ଡି.ଏନ୍. – ୧, ଟି – ୨୧, ଟିଟିବି ୭ ମଧ୍ୟମ ଅବଧି କିସମ ଏମ ସି – ୧୧, ପୁଷା-୯, ବାହାର, ବିଡିଏନ୍- ୨, ବିଳମ୍ବ ଅବଧି କିସମ ଖରିଫ ଫସଲର ବୁଣିବା ସମୟ ହେଉଛି ଜୁନ୍ ଶେଷ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ । ପ୍ରାକ୍ – ରବି ଫସଲ ପାଇଁ ସେପ୍ଟେମ୍ବର ପ୍ରଥମ ପକ୍ଷ ବୁଣିବା ପାଇଁ ହେକ୍ଟର ପ୍ରତି ୨୫ କି.ଗ୍ରା. ବିହନ ଦରକାର ହୋଇଥାଏ । ଫସଲକୁ ବିହନ ବାହିତ ରୋଗମୁକ୍ତ କରିବା ପାଇଁ ପ୍ରତି କି.ଗ୍ରା. ବିହନରେ ୧.୫ ଗ୍ରାମ୍ ହିସାବରେ ଭିଟାଭାକ୍ସରେ ବିହନ ବିଶୋଧନ କରାଯାଏ । ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ୍ ଖାଦ୍ୟସାର ଦରକାର ହୁଏ । ହେକ୍ଟର ପ୍ରତି ପେଣ୍ଡିମେଥାଲିନ୍ ର ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରାକ୍ ଗଜା ତୃଣନାଶକପ୍ରୟୋଗ କରି ୩୦ ଦିନ ବେଳକୁ ଥରେ ହାତରେ ଘାସ ବାଛିଦେଲେ ଫଳପ୍ରଦ ଭାବେ ଘାସ ନିୟନ୍ତ୍ରଣ କରିହୁଏ । ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ