ଆୟକର ଆଇନ, 1961ର ଧାରା 6 ଅଧୀନରେ ଯେକୌଣସି ବ୍ୟକ୍ତିଙ୍କ ନିବାସସ୍ଥାନ ସହ ଜଡ଼ିତ ବ୍ୟବସ୍ଥା ରହିଛି । ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଗୋଟିଏ ବର୍ଷରେ କେତେ ସମୟ ପର୍ଯ୍ୟନ୍ତ ଭାରତରେ ରହୁଛନ୍ତି ତାହାକୁ ଅନୁଧ୍ୟାନ କରାଯାଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭାରତର ନିବାସୀ କିମ୍ବା ପ୍ରବାସୀ ଅଥବା ସାଧାରଣ ନିବାସୀ କି ନୁହନ୍ତି ତାହା ନିର୍ଦ୍ଧାରଣ କରାଯାଇଥାଏ। ଏଥିରେ ଅନ୍ୟ ଦିଗ ପ୍ରତି ମଧ୍ୟ ବିଚାର କରାଯାଇଥାଏ। ଏ ସଂକ୍ରାନ୍ତରେ କେତେକ ଜ୍ଞାପନ ପ୍ରାପ୍ତ ହୋଇଛି ଯେଉଁଥିରେ କୁହାଯାଇଛି ଯେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କୌଣସି ନିର୍ଦ୍ଦିଷ୍ଟ ଅବଧି ଲାଗି ଗତ ବର୍ଷ 2019-20ରେ ଭାରତ ଗସ୍ତରେ ଆସିଥିଲେ ଏବଂ ‘ପ୍ରବାସୀ ଭାରତୀୟ କିମ୍ବା ସାଧାରଣ ଭାବେ ଭାରତର ନିବାସୀ ନୁହନ୍ତି’ ବୋଲି ନିଜର ସ୍ଥିତିକୁ ବଜାୟ ରଖିବା ଲାଗି ଗତବର୍ଷ ଶେଷ ହେବା ପୂର୍ବରୁ ଭାରତ ଛାଡ଼ି ଚାଲିଯାଇଛନ୍ତି କିମ୍ବା ଏଠାରୁ ପ୍ରସ୍ଥାନ କରିଯିବାର ଉଦ୍ଦେଶ୍ୟରେ ଥିଲେ। ତେବେ, ନୋଭେଲ କରୋନା ଭୂତାଣୁ (କୋଭିଡ-19) ର ପ୍ରକୋପ କାରଣରୁ ଜାରି ଲକଡାଉନ ଘୋଷଣା ହେବା ଫଳରେ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ ହୋଇଯାଇଛି ଏବଂ ସେମାନେ ଭାରତ ଛାଡ଼ିପାରିନାହାନ୍ତି । ଏହି କାରଣରୁ ସେମାନଙ୍କୁ ଭାରତରେ ପ୍ରବାସ କରିବା କିମ୍ବା ନିବାସ ଅବଧି ବଢ଼ାଇବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏହା ଉପରେ ଚିନ୍ତା ବ୍ୟକ୍ତ କରାଯାଉଛି ଯେ ସେମାନେ ଅନାୟାସରେ ହିଁ ବିନା କୌଣସି ଉଦ୍ଦେଶ୍ୟରେ ଭାରତୀୟ ନିବାସୀ ହୋଇପାରିବେ। ଏପରି ଲୋକମାନଙ୍କୁ ଏଭଳି ବାସ୍ତବିକ ସମସ୍ୟାରୁ ବଞ୍ଚାଇବା ଲାଗି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହି ନିଷ୍ପତ୍ତି ନେଇଛି ଯେ, ଆୟକର ଆଇନର ଧାରା 6 ଅନ୍ତର୍ଗତ ଗତବର୍ଷ 2019-20ରେ ମାର୍ଚ୍ଚ 22, 2020 ପୂର୍ବରୁ ଭାରତ ଆସିଥିବା ଏପରି କୌଣସି ବ୍ୟକ୍ତିଙ୍କ ବାସସ୍ଥାନ ସ୍ଥିତି ନିର୍ଦ୍ଧାରଣ (ଏଥିପାଇଁ ସର୍କୁଲାର ସଂଖ୍ୟା 11, ତାରିଖ 8 ମେ 2020 ଦେଖନ୍ତୁ) ନିମ୍ନ ନିୟମ ଅନୁସାରେ କରାଯିବ, 31 ମାର୍ଚ୍ଚ 2020ରେ କିମ୍ବା ତା’ପୂର୍ବରୁ ଭାରତ ଛାଡ଼ିବାରେ ଅସମର୍ଥ ହୋଇଥିବେ, ତା’ହେଲେ ଏଭଳି ସ୍ଥିତିରେ 22 ମାର୍ଚ୍ଚ, 2020 ଠାରୁ ଆରମ୍ଭ କରି 31 ମାର୍ଚ୍ଚ, 2020 ପର୍ଯ୍ୟନ୍ତ ଭାରତରେ ରହିବା କିମ୍ବା ନିବାସ କରିବା ଲାଗି ସେମାନଙ୍କ ଅବଧିକୁ ଧ୍ୟାନରେ ରଖାଯିବ ନାହିଁ ଅଥବା ଏହି ଅବଧିକୁ ଗଣତି କରାଯିବ ନାହିଁ; ଅଥବା 1 ମାର୍ଚ୍ଚ, 2020ରେ କିମ୍ବା ତା’ପରେ ନୋଭେଲ କରୋନା ଭୂତାଣୁ (କୋଭିଡ-19) କାରଣରୁ ଭାରତରେ କ୍ଵାରେଣ୍ଟାଇନ କରାଯାଇଛି ଏବଂ 31 ମାର୍ଚ୍ଚ, 2020ରେ କିମ୍ବା ତା’ ପୂର୍ବରୁ ଭାରତ ଛାଡ଼ିବା ଲାଗି ଅସମର୍ଥ ହୋଇପଡ଼ିଛନ୍ତି, ତ’ହେଲେ ଏଭଳି ସ୍ଥିତିରେ ତାଙ୍କର କ୍ବାରେଣ୍ଟାଇନ ଆରମ୍ଭ ଠାରୁ ନେଇ ଶେଷ ହେବା ପର୍ଯ୍ୟନ୍ତ ତାରିଖ କିମ୍ବା 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ, ଏଥିମଧ୍ୟରୁ ଯେକୌଣସି ଗୋଟିଏ,କୁ ତାଙ୍କର ରହିବା କିମ୍ବା ନିବାସ କରିବାର ଅବଧିକୁ ଧ୍ୟାନରେ ରଖାଯିବ ନାହିଁ; କିମ୍ବା 31 ମାର୍ଚ୍ଚ 2020ରେ କିମ୍ବା ଏଥିପୂର୍ବରୁ ଏକ ଉଦ୍ଧାରକାରୀ ବିମାନ ଜରିଆରେ ଭାରତରୁ ଚାଲିଯାଇଛନ୍ତି, ତା’ହେଲେ ଏଭଳି ସ୍ଥିତିରେ 22 ମାର୍ଚ୍ଚ, 2020 ଠାରୁ ଆରମ୍ଭ କରି ବିମାନ ଛାଡ଼ିବା ଅବଧି ପର୍ଯ୍ୟନ୍ତ ଭାରତରେ ରହିବା କିମ୍ବା ନିବାସ କରିବାର ଅବଧିକୁ ଧ୍ୟାନରେ ରଖାଯିବ ନାହିଁ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି- 2020-21 ଆର୍ଥିକ ବର୍ଷରେ ଲକଡାଉନ ଜାରି ରହିଛି ଏବଂ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପୁଣିଥରେ କେବେ ହେବ। ତେଣୁ ଏ ସଂକ୍ରାନ୍ତରେ ସ୍ଵାଭାବିକ ସ୍ଥିତି ଫେରିବା ଆସିବା ପରେ ଏକ ସର୍କୁଲାର ଜାରି କରାଯିବ। ଯେଉଁଥିରେ 2020-21 ବର୍ଷ ଲାଗି ନିବାସ ସ୍ଥାନ ସ୍ଥିତି ନିର୍ଦ୍ଧାରଣ କରିବା ଲାଗି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସ୍ଵାଭାବିକ ହେବା ତାରିଖ ପର୍ଯ୍ୟନ୍ତ ଏହି ଲୋକମାନଙ୍କର ରହିବା ଏବଂ ନିବାସ କରିବାର ଅବଧିକୁ ବିବେଚନା କରାଯିବ ନାହିଁ ଅଥବା ଏହାର ଗଣତି କରାଯିବ ନାହିଁ।