ସ୍ମାର୍ଟ ଟିଭି ପାଇଁ ଫେସବୁକ୍ଧ ସୋଶାଲ ମିଡ଼ିଆ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଫେସବୁକ୍ ଆପଣଙ୍କ ଡ୍ରଇଁରୁମ୍ଫରେ ଥିବା ସ୍ମାର୍ଟଟିଭିକୁ ମଧ୍ୟ ଅକ୍ତିଆର କରିବାକୁ ଯୋଜନା କରିଛି। ଡେସ୍କଟପ୍ତ ଓ ସ୍ମୋର୍ଟଫୋନ୍ରେ ପ୍ରୋଗ୍ରାମ ପ୍ରସ୍ତୁତ କରି ସଫଳତା ପାଇବା ପରେ ସ୍ୱାର୍ଟଟିଭି ପାଇଁ ନୂଆ ଆପ୍ ତିଆରି କରିବା ଘୋଷଣା କରିଛି। ଟିଭିରେ ଅଧିକ ବିଜ୍ଞାପନର ଚାହିଦା ରହୁଥିବାରୁ ଫେସବୁକ୍ ଏପରି ଏକ ପଦକ୍ଷେପ ନେଇଛି। ଏହାଦ୍ୱାରା ଟିଭି ଦର୍ଶକ ମାନଙ୍କ ମଧ୍ୟରେ ନିଜର ପ୍ରଭାବ ବିସ୍ତାର କରିପାରିବାର ଲକ୍ଷ ରଖିଛି ଫେସବୁକ୍ ଏବେ ଫେସବୁକ୍ ବିଭିନ୍ନ କମ୍ପାନୀର ସେଟଟ ନ୍ପ୍ା ବକ୍ସ ପାଇଁ ଆପ୍ଲିକେସନ ତିଆରି କରିବା ଆରମ୍ଭ କରିଛି। ଏପରି ସେଟପ୍ ବକ୍ସରେ ଦର୍ଶକମାନେ ସିଧାସଳଖ ଭାବେ ସୋଶାଲ ମିଡ଼ିଆର ଭିଡ଼ିଓ କୁ ଅପଲୋଡ଼ ଓ ଲାଇଭ୍ ଷ୍ଟ୍ରିମିଙ୍ଗ୍ର କରିପାରିବେ କିପରି ବେବହାର କରିବେ ଆପଣଙ୍କ ସେଟଟପ୍ଇ ବକ୍ସରେ ଫେସବୁକ୍ଛ ର ଆପ୍ ରହିବ ଆପଣ ସିଧସେଳଖ ସେହିଠାରୁ ଫେସବୁକ ବ୍ୟବହାର କରିପାରିବେ। ଏଥିପାଇଁ ଅଗ୍ରଣୀ ଡ଼ିଟିଏଚ୍ ଓ ସେଟଟପ୍ ବକ୍ସ ଅପରେଟର ମାନଙ୍କ ସହ ଫେସବୁକ୍ସ ର କଥାବାର୍ତା ଚାଲିଛି। ଏଥିରେ ଗୋଟିଏ ଭିଡ଼ିଓ ଦେଖିବା ସଙ୍ଗେ ସଙ୍ଗେ ବିଜ୍ଞାପନ ବି ଦେଖିବାକୁ ମିଳିବ। ପ୍ରଥମେ ଗୁଗୁଲ ବିଜ୍ଞାପନର ବିଶ୍ୱରେ ସର୍ବବୃହତ ମାଧ୍ୟମ ଥିଲା ବେଳେ ଫେସବୁର୍ କ୍ମ ଗୁଗୁଲ ସହିତ ପ୍ରତିଯେଗିତା ମୁଳକ ଭାବେ କାର୍ଯ୍ୟକରି ବିଜ୍ଞାପନର ୨ୟ ମୁଖ୍ୟ ମାଧ୍ୟମ ପାଲଟି ପାରିଛି। ଏବେ ଏହାର ଆହୁରି ବିସ୍ତାର ପାଇଁ ଫେସବୁକ୍ ତରଫରୁ ଏପରି ଏକ ନିଷ୍ପତ୍ତି ନିଆଯାଇଛି। ଆଧାର:ଓଡିଶା ଟାଇମସ୍