ଇ – ପର୍ସ କଣ? ଇ-ପର୍ସର ଅର୍ଥ ହେଉଛି ଇଲେକ୍ଟ୍ରୋନିକ ପର୍ସ । କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ରେ ଅନ୍ଲାଇନରେ ଆର୍ଥିକ ଲେଣଦେଣ ପାଇଁ ଏହା ପାଇଁ ଏକ ପ୍ରକାର ଇଲେକ୍ଟ୍ରୋନିକ କାର୍ଡ଼ । ଇ –ପର୍ସର ବ୍ୟବହାର କ୍ରେଡ଼ିଟ କାର୍ଡ଼ କିମ୍ବା ଡେବିଟ କାର୍ଡ଼ ସହ ସମାନ । ଜଣେ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟରେ ଆର୍ଥିକ କାରବାର ପାଇଁ ଏହି ଇ ପର୍ସକୁ ବ୍ୟବହାର କରିପାରିବେ । ଇ-ପର୍ସର ମୁଖ୍ୟ ଲକ୍ଷ୍ୟ ହେଲା ଆର୍ଥିକ କାରବାରକୁ ସହଜ ସାଧ୍ୟ କରିବା । ଏହା କିପରି କାର୍ଯ୍ୟ କରେ ଇ-ପର୍ସର ମୁଖ୍ୟ ଅଂଶ ଇ-ପର୍ସର ମୁଖ୍ୟତଃ ୨ଟି ଅଂଶ ରହିଛି । ସଫ୍ଟୱେୟାର ସୂଚନା ସଫ୍ଟୱେୟାର ଅଂଶରେ ଜଣଙ୍କର ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ପ୍ରଦାନ କରିବା ଏବଂ ସୂଚନା ଅଂଶରେ ଏକ ଡାଟାବେସ ପ୍ରସ୍ତୁତ କରାଯିବ ଯେଉଁଥିରେ ବ୍ୟକ୍ତିଙ୍କ ନାମ, ଠିକଣା, ଦେୟ ପ୍ରକାର, କେତେକ ଟଙ୍କା ଦେବାକୁ ପଡିବ, କ୍ରେଡ଼ିଟ ଓ ଡେବିଟ କାର୍ଡ଼ ଇତ୍ୟାଦି। ମୁଁ କେମିତି ଇ – ପର୍ସକୁ ବ୍ୟବହାର କରିବ ? ବ୍ୟବହାରକାରୀଙ୍କ ପାଇଁ ଆପ୍ ଟିକୁ ନିଜର ଉପକରଣରେ ଡାଉନ୍ଲୋଡ କରନ୍ତୁ । ପ୍ରାସଙ୍ଗିକ ସୂଚନା ପ୍ରଦାନ କରନ୍ତୁ, ବ୍ୟବହାରକାରୀଙ୍କୁ ଏକ ପାସ୍ୱାର୍ଡ ମିଳିବ । ଡେବିଟ/କ୍ରେଡ଼ିଟ କିମ୍ବା ନେଟବ୍ୟାଙ୍କିଙ୍ଗ ଜାରିଆରେ ପଇସା ଭରନ୍ତୁ । ଅନ୍ଲାଇନରେ କିଣାକିଣି କଲାପରେ ଇ-ପର୍ସରୁ ଟଙ୍କା ଦେବା ପାଇଁ ମନକୁ ମନ ବ୍ୟବହାରକାରୀଙ୍କ ସୂଚନା ଚାଲିଯିବ । ଅନ୍ଲାଇନରେ ପେମେଣ୍ଟ ଥରେ ହୋଇଗଲା ପରେ, ବ୍ୟବହାରକାରୀ ଅନ୍ୟକୌଣସି ୱେବସାଇଟ ବ୍ୟବହାର କରିବାର ଆବଶ୍ୟକ ନାହିଁ, ମନକୁ ମନ ସୂଚନା ଅପଡେଟେଡ ହୋଇଯିବ । ବ୍ୟବସାୟିକଙ୍କ ପାଇଁ ବ୍ୟବସାୟୀ ଏହି ଆପକୁ ନିଜ ଉପକରଣରେ ଡାଉନ୍ଲୋଡ କରିବେ । ପ୍ରାସଙ୍ଗିକ ସୂଚନା ପ୍ରଦାନ କଲାପରେ/ଏକ ପାସୱାର୍ଡ ମିଳିବ । ନିଜକୁ ଜଣେ ବ୍ୟବସାୟୀ ବୋଲି ଘୋଷଣା କରନ୍ତୁ । ପେମେଣ୍ଟ ଗ୍ରହଣ କରନ୍ତୁ । ମୁଁ କଣ କରିବି ଇ –ପର୍ସ ବ୍ୟବହାର କରିବା ପାଇଁ ? ବ୍ୟାଙ୍କ ଆକାଉଣ୍ଟ ସ୍ମାର୍ଟ ଫୋନ 2G/3G/4G କନେକସନ ଗୋଟିଏ ମାଗଣା ପର୍ସ ଆପ ନିଶ୍ଚିତ ଅଭ୍ୟାସ କରନ୍ତୁ ନିଜର ମୋବାଇଲ ନମ୍ବରକୁ ବ୍ୟାଙ୍କରେ ରେଜିଷ୍ଟର କରାନ୍ତୁ । ଯାହାଦ୍ଵାରା ସମସ୍ତ ସୂଚନା ଆପଣ SMS ମାଧ୍ୟମରେ ପାଇପାରିବେ। କୌଣସି ପରିସ୍ଥିତିରେ PIN ନମ୍ବର କାହାକୁ କୁହନ୍ତୁ ନାହିଁ । ବିଶ୍ଵାସଯୋଗ୍ୟ ବ୍ୟବସାୟୀଙ୍କ ସାଙ୍ଗରେ କାରବାର କରନ୍ତୁ । ATMରେ ଥିବା ବେଳେ, ଆପଣଙ୍କ ଉପରେ କାହାର ନିଜର ନାହିଁ, ଏକଥା ନିଶ୍ଚିତ କରନ୍ତୁ । ଆଧାର – ଭାରତ ଜାତୀୟ ଦେୟ ନିଗମ